Skandha 10
Adhyaya 54
Couplet 1
ଏବେ ହୋ ଶୁଣ ନରନାଥରାମ ଗୋବିନ୍ଦଙ୍କ ଚରିତ
Couplet 2
କୃଷ୍ଣ ଯେ କଂସକୁ ମାଇଲେତାହାର ବେନି ନାରୀ ଥିଲେ
Couplet 3
ଅସ୍ତି ପ୍ରାପତି ନାମେ ଦୁଇସ୍ୱାମୀ ମରଣେ ଦୁଃଖ ପାଇ
Couplet 4
ବିଧବା କଷ୍ଟେ ଗରୁଚିନ୍ତାଜରାସନ୍ଧର ସେ ଦୁହିତା
Couplet 5
ବିଚାର କରି ମନେ ଗୁଣିସ୍ୱାମୀ ମରଣେ ସେ ତରୁଣୀ
Couplet 6
ମନେ ଅନେକ ଦୁଃଖ କରିଯାଇ ମିଳିଲେ ଜରାପୁରୀ
Couplet 7
ମାତାର ପାଦତଳେ ପଡ଼ିଉଠିଲେ ଶିରେ କରଯୋଡି
Couplet 8
ସ୍ୱାମୀ ମରଣେ ଯେତେ ଦୁଃଖଭୋ ମାତ ଚାହାଁ ଆମ୍ଭ ମୁଖ
Couplet 9
କାନ୍ଦି କହିଲେ ପିତା ଆଗେନିଜ ଜନନୀ ଘେନି ସଙ୍ଗେ
Couplet 10
ଭୋ ତାତ ବସୁଦେବ ପୋଏଆମ୍ଭର ସ୍ୱାମୀ କଲେ କ୍ଷୟେ
Couplet 11
କେମନ୍ତେ ବଞ୍ଚିବୁଟି ଦିନଆମ୍ଭର କର୍ମ ବଡ଼ ହୀନ
Couplet 12
ବେନୁଦୁହିତା ବାକ୍ୟ ଶୁଣିକୋପେ ବୋଲଇ ନୃପମଣି
Couplet 13
ଯାଦବବଂଶେ କୃଷ୍ଣରାମଈଷିତେ କଲେ ଏଡେ଼ କର୍ମ
Couplet 14
ଭୂମିରେ ଯଦୁବଂଶ ଥିଲେଆମ୍ଭ କୁଶଳ ନାହିଁ ଭଲେ
Couplet 15
ରାମ ଗୋବିନ୍ଦ ବେଗେ ମାରିଏ ଭୂମି ଅଯାଦବ କରି
Couplet 16
ତେବେ ଜୀବନ ମୋର ସ୍ଥିରକୋପେ ବୋଲଇ ନୃପବର
Couplet 17
ତେଇଶ ଅକ୍ଷୌହିଣୀ ସଙ୍ଗେବଳ ସାଜିଲା ଚତୁରଙ୍ଗେ
Couplet 18
ପାହି ପାଇକ ନୃପଗଣସାଜିଲା ମଗଧରାଜନ
Couplet 19
ଶବଦେ କମ୍ପେ ମହୀସ୍ଥଳୀବାହାର ହେଲେ ମହାବଳୀ
Couplet 20
ରଜନୀ ଅଛି ବେନିଘଡିମଥୁରାପୁର ଯାଇ ବେଢ଼ି
Couplet 21
ରୁନ୍ଧିଲେ ଅଷ୍ଟଦିଗେ ପଥଗହଳେ ନ ବହେ ମରୁତ
Couplet 22
କୃଷ୍ଣ ଦେଖିଲେ ତାର ବଳଯେସନେ ସମୁଦ୍ର ଉଲ୍ଲୋଳ
Couplet 23
ପ୍ରଳୟକାଳେ ଜଳରାଶିଭୂମି ଗଗନ ଯେହ୍ନେ ଗ୍ରାସି
Couplet 24
ଦେଖି ମଥୁରାପୁରଜନଡାକନ୍ତି ରଖ ଭଗବାନ
Couplet 25
ନିଶ୍ଚୟ ଆଜ ଗଲୁ ନାଶଛାଡ଼ିଲୁ ଜୀବନର ଆଶ
Couplet 26
କାନ୍ଦନ୍ତି ଦଇବ ସୁମରିମଥୁରାପୁର ନରନାରୀ
Couplet 27
ଏମନ୍ତେ ମଥୁରାର ପ୍ରାଣୀଦେଖି ଭାଳନ୍ତି ଚକ୍ରପାଣି
Couplet 28
ଭୂମିର ଭାରା ଖଣ୍ତିବାରେମୋ ଜନ୍ମ ମନୁଷ୍ୟ ଶରୀରେ
Couplet 29
ବ୍ରହ୍ମା ଶଙ୍କର ବୋଲେ ମୁହିଁଯାଦବ ବଂଶେ ଦେହ ବହି
Couplet 30
ନାଶିବି ଅବନୀର ଭାରଏଣେ ସେ ପ୍ରୟୋଜନ ମୋର
Couplet 31
ଏ ବଳ ଆଜ ମୁଁ ସହାରିକିଞ୍ଚିତେ ଭୂମିବାରା ହରି
Couplet 32
ଜରାସନ୍ଧର ତୁଲେ ରଣଦେଖି ଗଗନେ ସୁରଗଣ
Couplet 33
ଆନନ୍ଦେ ହୋଇବେ ହରଷସଂସାରେ ଥିବ ମୋର ଯଶ
Couplet 34
ଭୂମିରେ ଯେତେ ନରପତିଶୁଣି ପାଇବେ ମନେ ଭୀତି
Couplet 35
ତେଇଶ ଅକ୍ଷୌହିଣୀ ବଳଭାରେ ଧରଣୀ ଟଳମଳ
Couplet 36
ଜରା ଜୀବନ ମାତ୍ର ଥୋଇଏ ବଳ ସଂହାରିବି ମୁହିଁ
Couplet 37
ମୁଣ୍ତ ମୁଣ୍ତାଇ ଅବହେଳେଗଳାଇ ଦେବି ଜାନୁତଳେ
Couplet 38
ଏ ଅପମାନ ମନେ ଘେନିପୁଣି ଆସିବ ବଳ ଘେନି
Couplet 39
ଏମନ୍ତେ ଅଷ୍ଟାଦଶ ବାରଏହାର ତୁଲେ ରଣ ମୋର
Couplet 40
ଏମନ୍ତେ ଅବନୀର ଭାରଥୋକାଏ ହୋଇବ ସଂହାର
Couplet 41
ଦୁଷ୍ଟଦାନବ ବଳ ନାଶିସାଧୁଜନଙ୍କୁ ମୁଁ ଆଶ୍ୱାସି
Couplet 42
ଅଧର୍ମ ନାଶି ଧର୍ମ ଥୋଇଏଥିନିମନ୍ତେ ମୋର ଦେହୀ
Couplet 43
ଏମନ୍ତ ଚିତ୍ତେ ପରିମାଣିଚାହିଁଲେ ପ୍ରଭୁ ଚକ୍ରପାଣି
Couplet 44
ଗଗନମାର୍ଗେ ବେନିରଥକୃଷ୍ଣ ସମୀପେ ଉପଗତ
Couplet 45
ଆଦିତ୍ୟପ୍ରାୟ ତେଜରାଶିବେନି ସାରଥି ଛନ୍ତି ବସି
Couplet 46
ଦେବ-ଆୟୁଧ ବାଣ ଦୀକ୍ଷାଶର କୋଦଣ୍ତ ଦେହ ରକ୍ଷା
Couplet 47
ବିଷ୍ଣୁର ନିଜ ଶସ୍ତ୍ରମାନଦେଖି ସାନନ୍ଦ କୃଷ୍ଣମନ
Couplet 48
ରାମର ବଦନ ଅନାଇବୋଲନ୍ତି ପ୍ରଭୁ ଭାବଗ୍ରାହୀ
Couplet 49
ଭୋ ରାମ ଦେଖ ଜରାସନ୍ଧସ୍ୱଭାବେ ଦୁଷ୍ଟ ବଡ଼ ମନ୍ଦ
Couplet 50
ଏହାର ବଳ ନାଶକରିମଥୁରାଜନଙ୍କୁ ଉଦ୍ଧରି
Couplet 51
କେବଳ ଜରାସନ୍ଧ ଥିବଅନେକ ସୈନ୍ୟ ସେ ଆଣିବ
Couplet 52
ଏଠାରେ କରିବା ସଂହାରଯୁଝିବା ଅଷ୍ଟାଦଶ ବାର
Couplet 53
ଏବେ ଏ ରଥେ ବିଜେ କରତେଇଶି ଅକ୍ଷୌହିଣୀ ମାର
Couplet 54
ଏ ଯେ ତୁମ୍ଭର ନିଜ ରଥହଳ ମୁଷଳ ଅଛି ଏଥ
Couplet 55
ଜରାସନ୍ଧର ବଳ ଦେଖଯାଦବେ ହୋଇବେ ନିରେଖ
Couplet 56
ମେଦିନୀ ଭାରା ନାଶିବାରେଆମ୍ଭ ଜନମ ମର୍ତ୍ତ୍ୟପୁରେ
Couplet 57
ଏତେ ବିଚାରି ବେନିଭାଇରଥେ ବସିଲେ ବେଗେ ଯାଇ
Couplet 58
ସମରେ ସଜ ବୀରମତେବିବିଧ ଶସ୍ତ୍ର ଘେନି ହସ୍ତେ
Couplet 59
ମଥୁରାପୁର ନରନାରୀଦେଖିଣ ଆଶ୍ଚର୍ଯ୍ୟେ ବିଚାରି
Couplet 60
ରାମଗୋବିନ୍ଦ ସଙ୍ଗେ ରଥକାହୁଁ ଆଣିଲେ ଯଦୁନାଥ
Couplet 61
ଦେବଦାନବେ ଅଗୋଚରବେନି ବିମାନ କାମଚର
Couplet 62
ଦେଖି ଆନନ୍ଦ ସର୍ବଜନସୈନ୍ୟ ସହିତେ ଭଗ୍ରସେନ
Couplet 63
ଉଗ୍ରସେନର ବଳ ଘେନିଯୁଦ୍ଧକୁ ସଜ ଭାଇବେନି
Couplet 64
ଶଙ୍ଖ ଶବଦ କଲେ ହରିଶୁଭିଲା ଦଶଦିଗ ପୂରି
Couplet 65
ଦାରୁକ ନନ୍ଦିଘୋଷ ରଥେଅଶ୍ୱଦଉଡ଼ି ଘେନି ହସ୍ତେ
Couplet 66
ଶୁଣି ଗୋବିନ୍ଦ ଶଙ୍ଖଧ୍ୱନିଜୟ ଶବଦେ ସୁରମୁନି
Couplet 67
ପୁଷ୍ପ ବରଷି ସ୍ତୁତି କରିରଥେ ଦେଖିଲେ ରାମହରି
Couplet 68
ଶଙ୍ଖଶବଦ କର୍ଣ୍ଣେ ଶୁଣିବଳ ତେଇଶ ଅକ୍ଷୌହିଣୀ
Couplet 69
ହୃଦୟ କମ୍ପିଲା ବିକଳେଶସ୍ତ୍ର ପଡ଼ିଲା ହସ୍ତୁ ତଳେ
Couplet 70
ଜରା ଧାଇଁଲା ଏକରଥେଆବୋରି ଗୋବିନ୍ଦର ପଥେ
Couplet 71
କୃଷ୍ଣଙ୍କୁ ଚାହିଁ ମହାବଳୀବୋଲଇ ବାମଭୁଜ ତୋଳି
Couplet 72
ତୁ କୃଷ୍ଣ ପୁରୁଷ ଅଧମତୁ କାହିଁ ଜାଣିବୁ ସଂଗ୍ରାମ
Couplet 73
ବାଳକ ହୋଇ ଗଣେ ସଜମୁଖେ ନ ପାର କିମ୍ପା ଲାଜ
Couplet 74
ତୋହର ତୁଲେ ଯୁଦ୍ଧ କଲେଲୋକେ ହସିବେ ମୋତେ ଭଲେ
Couplet 75
ଗୁପତେ ବନ୍ଧୁ କଲୁ ନାଶତୋର ମଉଳା ବୀର କଂଶ
Couplet 76
ତୋହର ବଦନ ନ ଦେଖିପଳା ତୁ ସମର ଉପେକ୍ଷି
Couplet 77
ହେ ରାମ ତୁ ଯେ ବଳୀୟାରସଂଗ୍ରାମେ ଇଚ୍ଛା ଯେବେ ତୋର
Couplet 78
ହୃଦୟ ସ୍ଥିର କରି ଭଲେସଂଗ୍ରାମ କର ମୋର ତୁଲେ
Couplet 79
ମୋହର ବାଣେ ପ୍ରାଣ ଦେଇଯମର ପୁରେ ଯାଅ ତୁହି
Couplet 80
କି ଅବା କର ମୋତେ ନାଶସଂସାରେ ଥିବ ତୋର ଯଶ
Couplet 81
ଜରାସନ୍ଧର ବୋଲ ଶୁଣିଆଗ ହୋଇଲେ ଚକ୍ରପାଣି
Couplet 82
କୋମଳ ଗଭୀର ବଚନକହିଲେ ଶ୍ରୀମଧୁସୂଦନ
Couplet 83
ଶୁଣ ମଗଧ ମହୀପତିକହଇ ଏଥିର ଯୁକତି
Couplet 84
ଶଉର୍ଯ୍ୟବଳ ଯାର ଥାଇସଂଗ୍ରାମ ମଧ୍ୟେ ସେ ଦେଖାଇ
Couplet 85
ଆତ୍ମପ୍ରଶଂସା ଆତ୍ମ ମୁଖେଯେ ପ୍ରାଣୀ କହୁଥାନ୍ତି ସୁଖେ
Couplet 86
ଯଶ ନ ରହେ ବେନିଲୋକେମରଣେ ପଡ଼ନ୍ତି ନରକେ
Couplet 87
ଆପଣା ମରଣ ନ ଜାଣୁମୁଖେ ଅଶୁଭ କିମ୍ବା ଭଣୁ
Couplet 88
ମରଣ କାଳେ ତୋର ବାଣିଆମ୍ଭର କର୍ଣ୍ଣେ ତା ନ ଶୁଣି
Couplet 89
ଆଜ ଜାଣିବା ତୋର ରଣଅବଶ୍ୟ ଘେନି ତୋ ପରାଣ
Couplet 90
ଦାତାପଣକୁ ତୁ ଯେ ଟାଣଦାନ ତୁ ଦେବୁ ସୈନ୍ୟଗଣ
Couplet 91
ଆପଣେ ଯିବୁ ପ୍ରାଣ ଘେନିଦକ୍ଷିଣା ଦେବୁ ପୁଣ ଆଣି
Couplet 92
ଏମନ୍ତେ ଅଷ୍ଟାଦଶ ବେଳଶୁଣ ତୁ ଜରା ମହୀପାଳ
Couplet 93
ଶୁକ ବୋଲନ୍ତି ଶୁଣ ରାୟେକୋପ ବସିଲା ଜରାଦେହେ
Couplet 94
କୃଷ୍ଣର କଟୁବାକ୍ୟ ଶୁଣିହୃଦେ ଚିନ୍ତିଲା ନୃପମଣି
Couplet 95
ଦନ୍ତେ ଅଧର କାମୁଡିଲାକୃଷ୍ଣକୁ ମାରରେ ବୋଇଲା
Couplet 96
ତକ୍ଷଣେ ରଥ-ଗଜ ଯୂଥରୁନ୍ଧିଲେ ରାମକୃଷ୍ଣ ପଥ
Couplet 97
ପବନ ରେଣୁ ଘେନି ଯେହ୍ନେଆଦିତ୍ୟ ଆଚ୍ଛାଦେ ଗଗନେ
Couplet 98
ମଥୁରାପୁର ନରନାରୀଆରୋହୀ ଜଗତି ଅଟ୍ଟାଳି
Couplet 99
କେ ବୃକ୍ଷେ ଉଠି ଦୃଷ୍ଟି ଦେଇରାମ ଗୋବିନ୍ଦ ରଥେ ଚାହିଁ
Couplet 100
ସଂଗ୍ରାମେ ନ ଦିଶିଲା ରଥପଡ଼ି ହୋଇଲେ ମୋହଗତ
Couplet 101
କାନ୍ଦନ୍ତି କୃଷ୍ଣ ନାମ ଧରିତାହା ଜାଣିଲେ ନରହରି
Couplet 102
ଜରା ସଇନି ମେଘପ୍ରାୟେବାଣ ବିନ୍ଧିଲେ ଅପ୍ରମୟେ
Couplet 103
ଅସୁର ବାଣେ ଚାରିପଥେଆପଣା ନିଜ ବଳ ଯେତେ
Couplet 104
ମୂର୍ଚ୍ଛିତ ଦେଖି ନରହରିସାରଙ୍ଗଧନୁ କରେ ଧରି
Couplet 105
ଗୋବିନ୍ଦ କଲେ ଗୁଣ ଘୋଷଶବଦ ପୂରେ ଦଶଦିଶ
Couplet 106
କନ୍ଧେ ଯେ ଥିଲା ବେନି ତୂଣତହୁଁ ଘେନିଲେ ତୀକ୍ଷ୍ଣ ବାଣ
Couplet 107
ଗୁଣେ ବସାଇ ଦେବରାୟେଧନୁ ଟାଣିଲେ କର୍ଣ୍ଣଯାଏଁ
Couplet 108
ମନ୍ତ୍ର ସୁମରି କୋଟି କୋଟିଗୋବିନ୍ଦ କଲେ ଶରବୃଷ୍ଟି
Couplet 109
ରଥ କୁଞ୍ଜର ବାଜି ନରବାଣେ ଛେଦିଲେ ଚକ୍ରଧର
Couplet 110
ଅନଳଗତି ପ୍ରାୟ ବାଣକୃଷ୍ଣ ବିନ୍ଧିଲେ ପୁଣ ପୁଣ
Couplet 111
କୃଷ୍ଣର ବାଣ ନିରନ୍ତରେପଡ଼ିଲା ଗଜ-ବାଜି ଶିରେ
Couplet 112
ରଥୀ ପଦାତି ଶିର ଛିଡିପଡ଼ିଲେ ରଣଭୂମି ମାଡ଼ି
Couplet 113
ଧ୍ୱଜ ସାରଥି ତୁଲେ ରଥରଣେ ପଡ଼ଲେ ୟୁଥ ୟୁଥ
Couplet 114
ପଦାତି ରଣେ ଛନ୍ତି ପଡ଼ିଭୁଜ-ଚରଣକନ୍ଧ ଛିଡି
Couplet 115
ଆନନ୍ଦେ ଶୁକମୁନି କହେଶୁଣ ପରୀକ୍ଷ କୁରୁରାୟେ
Couplet 116
ନର କୁଞ୍ଜର ଶିର ଛିଡ଼ିରୁଧିରନଦୀ ବେଗେ ବଢ଼ି
Couplet 117
ଶତେ ସହସ୍ର ଧାରା ପୂରିବିଷମ ତରଙ୍ଗ ଲହରୀ
Couplet 118
ଗଭୀର ଘୋରନାଦ ପୁଣରାଜନ ସାବଧାନେ ଶୁଣ
Couplet 119
ଭୁଜେ ଭାସନ୍ତି ସର୍ପପ୍ରାୟେଶିର ଦିଶନ୍ତି କୂର୍ମମୟେ
Couplet 120
ଗହଳେ ହସ୍ତୀଦେହ ଭାସିନଦୀର କୁବ ପ୍ରାୟେ ଦିଶି
Couplet 121
କୁମ୍ଭୀର ପ୍ରାୟ କୋଟି କୋଟିତୁରଙ୍ଗ ଦେହେ ଯାଏ ଘୋଟି
Couplet 122
ମୀନଙ୍କ ପ୍ରାୟ କର ଉରବାଳ ଭାସଇ ଯେହ୍ନେ ଦଳ
Couplet 123
ତରଙ୍ଗ ପ୍ରାୟ ଧନୁର୍ଗୁଣଆୟୁଦ୍ଧ ଯେହ୍ନେ ବୃକ୍ଷ ତୃଣ
Couplet 124
ଖଡ଼ଗ ଚର୍ମ ଉର୍ମିପାଳଘୋର ଗଭୀର ଅନ୍ତରାଳ
Couplet 125
ମଣିଏ ଭେକ ପ୍ରାୟ ଦିଶିରୁଧିର ସଙ୍ଗେ ଯାନ୍ତି ଭାସି
Couplet 126
ବାଲୁକା ପ୍ରାୟ କ୍ଷୁଦ୍ର ମଣିଶୁଣ ରାଜନ ଯୁଦ୍ଧ ବାଣୀ
Couplet 127
ମଡ଼ାଏ ଯାନ୍ତି କୋଟି କୋଟିଲହରୀ ଯେହ୍ନେ ରହେ ଫୁଟି
Couplet 128
ରୁଧିର ଜଳେ ନଦୀଗଣେବହିଲେ ଗୋବିନ୍ଦମାରଣେ
Couplet 129
ଦେଖି ହସନ୍ତି ଦେବତାଏସ୍ୱର୍ଗେ ଶୁଭିଲା ଜୟେ ଜୟେ
Couplet 130
ମୂଷଳ ଘାତେ ହଳଧରଅନେକ ରଥ କଲେ ଚୂର
Couplet 131
ସେ ଉଗ୍ରସେନ ନୃପବରସଂଗ୍ରାମ କଲେକ ଅପାର
Couplet 132
ଯାଦବ ସଙ୍ଗେ ମହାବୀରସଂଗ୍ରାମ କଲେ ଅତି ଘୋର
Couplet 133
ସମସ୍ତେ ହୋଇଣ ହରଷଜରା ସଇନି କଲେ ନାଶା
Couplet 134
ଦେଖି ଅସୁରବଳ ରାୟେଘୋର ପ୍ରଳୟ ସିନ୍ଧୁ ପ୍ରାୟେ
Couplet 135
କାହାର ବଳ ତାହା ସାଧିଦୁର୍ଗମ ଦୁସ୍ତର ଜଳଧି
Couplet 136
ବସୁଦେବର ବେନି ପୋଏକିଞ୍ଚିତ ମାତ୍ରେ କଲେ କ୍ଷୟେ
Couplet 137
ଜଗତେ ଶୂରବୀରପଣଈଷିତେ ଶତ୍ରୁ ସଂହାରଣ
Couplet 138
ଏ ତିନିଭୁବନ କାରଣମାୟାମନୁଷ୍ୟ ନାରାୟଣ
Couplet 139
ଲୀଳା ମାତ୍ରକେ ନରହରିଅନନ୍ତ ନାନା ରୂପ ଧରି
Couplet 140
ସେ ମାୟାଧର ଯେତେ କୃତ୍ୟମନୁଷ୍ୟ ଲୋକେ ବିପରୀତ
Couplet 141
ଏମନ୍ତେ ରିପୁ କଲେ ନାଶରହିଲା ଜରାସନ୍ଧ ଶେଷ
Couplet 142
ଯେଣେ ଚାହଁଇ ନୃପମଣିଦେଖେ ରୁଧିର ତରଙ୍ଗିଣୀ
Couplet 143
ରକତ ସିନ୍ଧୁ ଦଶଦିଶେଦେଖଇ କେହି ନାହିଁ ପାଶେ
Couplet 144
ରାମ ଗୋବିନ୍ଦ ବେନିରଥେସାରଙ୍ଗଧନୁ-ଜଳହସ୍ତେ
Couplet 145
ଯେସନେ ନଟବର ଦୁଇସଂଗ୍ରାମ ମଧ୍ୟେ ଛନ୍ତି ରହି
Couplet 146
ଦୁର୍ଜୟ ବଳ କରି ନାଶରଙ୍ଗ ଅଧରେ ମନ୍ଦହାସ
Couplet 147
ସିଂହକୁ ସିଂହ ଯେହ୍ନେ ମାଡ଼ିଜରା ଛାଡ଼ିଲା ଘୋର ରଡ଼ି
Couplet 148
ସଂଗ୍ରାମ ମଧ୍ୟେ କରି ଗତିଯେସନେ ଯୂଥଭ୍ରଷ୍ଟ ହସ୍ତୀ
Couplet 149
ଦେଖି ଧାଇଁଲେ ହଳଧରମୁଷଳେ ରଥ କଲେ ଚୂର
Couplet 150
କେଶ ଧଇଲେ ବାମହସ୍ତେକୋପେ ଚାପିଲେ ଭୂମିଗତେ
Couplet 151
ସିଂହ ଯେସନେ ହସ୍ତୀ ପାଡ଼ିରାମ ଛାଡ଼ିଲେ ଘୋର ରଡ଼ି
Couplet 152
ଦେଖି ତାହାର କର୍ମଫଳହେଳେ ହସିଲେ କୃଷ୍ଣ ବଳ
Couplet 153
ନର-ବରୁଣ ପାଶ ଆଣିବନ୍ଧନ କଲେ ହଳପାଣି
Couplet 154
ଦେଖି ଧାଇଁଲେ ଦେବହରିତାର ବନ୍ଧନ ବେଗେ ଫେଡ଼ି
Couplet 155
ବୋଲନ୍ତି ଶୁଣି ଦେବରାଜଏହାରେ ଅଛି ବଡ଼ କାର୍ଯ୍ୟ
Couplet 156
ଏମନ୍ତ କହି ସୁଖଭୋଳେଗଳାଇ ଦେଲେ ଜାନୁତଳେ
Couplet 157
ଜୀବନ ଘେନି ପଳାଇଲାଡ଼ରେ ଅନେକ ଦୂର ଗଲା
Couplet 158
ସ୍ୱଭାବେ ବୀର ମଧ୍ୟେ ଶ୍ରେଷ୍ଠକର୍ମେ ପାଇଲା ବଡ଼ କଷ୍ଟ
Couplet 159
ପଥେ ବସିଲା ଲଜ୍ଜା ପାଇଭାଳଇ ଚଉଦିଗ ଚାହିଁ
Couplet 160
ଏ ଭୂମି ଭୋଗ ତପଫଳେଭୁଞ୍ଜଇ ବେନି ଭୁଜବଳେ
Couplet 161
ମୁଁ ଏବେ ଘୋରତପ କରିପୂଜିବି ଶଙ୍କରଗଉରୀ
Couplet 162
ଈଶ୍ୱର ତହୁଁ ବର ପାଇଯଦୁଙ୍କୁ ସଂହାରିବି ମୁହିଁ
Couplet 163
ରାମ ଗୋବିନ୍ଦ ମୋ ବଇରୀନିଶ୍ଚେ ମାରିବି ତପକରି
Couplet 164
ଏମନ୍ତ ବିଚାରଇ ମନେଲାଜ ନ ପାଇବି ଯେସନେ
Couplet 165
ବୋଇଲା ଏତ ମହାପାପନିରସ୍ତ୍ର କଲେ ଶିଶୁଗୋପ
Couplet 166
ମରଣୁଁ ବଳିଲା ଏ ଲାଜକିସ ବୋଲିବେ ସର୍ବରାଜ
Couplet 167
ଏମନ୍ତ ଭାଳି ମନେ ମନଜରା ହୋଇଲା ଛନଛନ
Couplet 168
ସୈନ୍ୟ ମୋ ହୋଇଲେ ନିଧନକିସ ବୋଲିବେ ସର୍ବଜନ
Couplet 169
ପାତ୍ର-ମନ୍ତ୍ରୀଏ ଦାରାସୁତକି ବୋଲି କହିବି ତାହାନ୍ତ
Couplet 170
କାହାର ଚାହିଁବଇଁ ମୁଖଦଇବ ଦେଲା ବଡ଼ ଦୁଃଖ
Couplet 171
ଏମନ୍ତ ବିଚାରନ୍ତେ ମନେଆସି ମିଳିଲେ ବନ୍ଧୁଜନେ
Couplet 172
ବୋଲନ୍ତି ରାଜାମୁଖ ଚାହିଁବିମନ ହେଉ କିସ ପାଇଁ
Couplet 173
ଅର୍ଜିଲା କର୍ମବନ୍ଧ-ଫଳେରଣେ ହାରିଲୁ ଏକାବେଳେ
Couplet 174
ଯଦୁଙ୍କ ହସ୍ତେ ପରାଭବଏକଥା ସଂଚିଲା ଦଇବ
Couplet 175
କ୍ଷତ୍ରିୟଧର୍ମ ମହୀତଳେଜୟ-ଅଜୟ ଯୁଦ୍ଧକାଳେ
Couplet 176
କ୍ଷତ୍ରିୟ ନ କରେ ବିଷାଦଶତ୍ରୁର ସଙ୍ଗେ ଯେବେ ବାଦ
Couplet 177
ତହିଁକି ପୁଣ ପୁଣ କରିଯୁଦ୍ଧ କରିବ ଦଣ୍ତଧାରୀ
Couplet 178
ସର୍ବେ କରିବା ମହାରଣରାଜନ ଆମ୍ଭ ବୋଲ ଶୁଣ
Couplet 179
ଯଦୁଙ୍କୁ ସମରେ ସଂହାରିମହୀ ଭୁଞ୍ଜିବୁ ଦଣ୍ତଧାରୀ
Couplet 180
ଏମନ୍ତ ମନବୋଧ କରିରଥେ ତୋଳିଲେ ହସ୍ତଧରି
Couplet 181
ପଛେ ଗୋଡ଼ାନ୍ତି ବନ୍ଧୁଜନେଜରା ଚଳିଲା ଦୁଃଖମନେ
Couplet 182
ଲାଜେ ନ ଚାହିଁ ଦଶଦିଶରାେତ୍ରେ ମିଳିଲା ନିଜ ଦେଶ
Couplet 183
ଏବେ ହୋ ଶୁଣ ନୃପମଣିସଂଗ୍ରାମେ କୃଷ୍ଣ ହଳପାଣି
Couplet 184
ଉଗ୍ରସେନର ଯେତେ ବଳରଖିଲେ ମଦନଗୋପାଳ
Couplet 185
ସକଳେ ବିଷ୍ଣୁେତେଜମୟେକ୍ଷତ ନୋହିଲା ତାଙ୍କ ଦେହେ
Couplet 186
ରିପୁ ସାଗରୁ ସୈନ୍ୟ ତାରିବିଜୟ କଲେ ରାମହରି
Couplet 187
ଦେବେ କରନ୍ତି ଜୟଧ୍ୱନିସ୍ତୁତି କରନ୍ତି ସୁରମୁନି
Couplet 188
ପୁଷ୍ପ ବରଷି ଜଳସଙ୍ଗେନାଚନ୍ତି ସୁରନାରୀ ରଙ୍ଗେ
Couplet 189
ମଥୁରାପୁର ନରନାରୀମିଳିଲେ କରେ ଅର୍ଘ୍ୟ ଧରି
Couplet 190
ପଛେ ଗୋଡ଼ାନ୍ତି ବନ୍ଧୁଜନେଦେଖନ୍ତି ହରଷ ନୟନ
Couplet 191
ସୂତ ମାଗଧେ ଯଶ ଭଣିଦ୍ୱିଜେ ମଙ୍ଗଳ ବେଦଧ୍ୱନି
Couplet 192
ଶଙ୍ଖ ଦୁନ୍ଦୁଭି ବାଦ୍ୟଘୋଷଗୋବିନ୍ଦ ମଥୁରା ପ୍ରବେଶ
Couplet 193
ଚନ୍ଦନ ଛେରା ମାର୍ଗେ ଦେଇଉପରେ ତୋରଣା ଲମ୍ବାଇ
Couplet 194
ଦଧି ଅକ୍ଷତ ପୂର୍ଣ୍ଣକୁମ୍ଭକରନ୍ତି ମଙ୍ଗଳ ଆରମ୍ଭ
Couplet 195
ଦୁର୍ବା କୁସୁମ ଘେନି ନାରୀଆନନ୍ଦେ ବନ୍ଦାପନା କରି
Couplet 196
ରାମ ଗୋବିନ୍ଦ ବେନିଭାଇହରଷ ନୟେନ ଅନାଇ
Couplet 197
ମିଳିଲେ ଆପଣା ଭୁବନେସଙ୍ଗତେ ଉଗ୍ରସେନ ସୈନ୍ୟେ
Couplet 198
ଯୁଦ୍ଧେ ଜିଣିଲା ଧନ ଆଣିବୋଲନ୍ତି ପ୍ରଭୁ ଚକ୍ରପାଣି
Couplet 199
ରାଜନ ଜିଣିଲୁ ସମରଏ ଧନ ଭଣ୍ତାର ତୁମ୍ଭର
Couplet 200
ଉଗ୍ରସେନକୁ ଧନ ଦେଇପୁରେ ମିଳିଲେ ବେନିଭାଇ
Couplet 201
ରାମଗୋବିନ୍ଦ ଭାଇବେନିପିତାମାତାଙ୍କ ପାଦେ ନମି
Couplet 202
ଭୋ ତାତ ମାତ ତୋ ପ୍ରସାଦେଶତ୍ରୁ ଜିଣିଲୁ ଅପ୍ରମାଦେ
Couplet 203
ଉଗ୍ରସେନର ବଳ ଘେନିଆମ୍ଭେ ଜିଣିଲୁ ଭାଇବେନି
Couplet 204
ଶୁଣି ଆନନ୍ଦ ବାପମାଏକୋଳେ ବସାଇ ଚୁମ୍ବ ଦିଏ
Couplet 205
ଭିତରପୁରେ ବିଜେ କଲେଯେ ଯାହା ପୁରେ ସର୍ବେ ଗଲେ
Couplet 206
କହନ୍ତି ବ୍ୟାସଙ୍କ ତନୟଶୁଣ ସୁମନେ କୁରୁରାୟ
Couplet 207
ସପତଦଶବାର ଆଣିବଳ ତେଇଶ ଅକ୍ଷୌହିଣୀ
Couplet 208
ଗୋବିନ୍ଦ ସଙ୍ଗେ ଯୁଦ୍ଧ କଲାମାଗଧ ବେଳେ ନ ଜିଣିଲା
Couplet 209
କୃଷ୍ଣର ତେଜେ ଯଦୁବଳଯୁଦ୍ଧେ ଦିଶନ୍ତି ସର୍ବକାଳ
Couplet 210
ଅଭେଦ୍ୟ ତାହାଙ୍କ ଶରୀରଏବେ ହୋ ଶୁଣ ନୃପବର
Couplet 211
ଜରାସନ୍ଧର ଯେତେ କୃତ୍ୟତୋତେ କହିଲି ଭାଗବତ
Couplet 212
ସପତଦଶବାର ହାରିପୁଣ ସାଜିଲା ଦଣ୍ତଧାରୀ
Couplet 213
ବ୍ରହ୍ମାନନ୍ଦନ ତାହା ଜାଣିଭାଳନ୍ତି ମନେ ପରିମାଣି
Couplet 214
କାଳଯବନ ବୀର ଥିଲେଯଦୁକୁଶଳ ନାହିଁ ଭଲେ
Couplet 215
ଆଜ କରିବି ଦେବକାର୍ଯ୍ୟଗଞ୍ଜିବି ଯବନର ତେଜ
Couplet 216
ଏତେ ବିଚାରି ଶୂନ୍ୟବାଟେମିଳିଲେ ଯବନ ନିକଟେ
Couplet 217
ଦେଖି ସାନନ୍ଦ ନୃପବରପୂଜିଲା ନାରଦ ପୟର
Couplet 218
କରଯୁଗଳ ଦେଇ ଶିରେନମିଲା ମୁନିଙ୍କ ପୟରେ
Couplet 219
କାଳଯବନ ମୁଖ ଚାହିଁମୁନି କହନ୍ତି ଖେଦ ବହି
Couplet 220
ଯାଦବବଂଶେ ମହାବଳୀଅଛନ୍ତି ରାମବନମାଳୀ
Couplet 221
ଜରାସନ୍ଧର ଯେତେ ବଳମାଇଲେ ସପ୍ତଦଶ ବେଳ
Couplet 222
ତାହାଙ୍କ ସଙ୍ଗେ ଯୁଦ୍ଧକାରୀତିନିଭୁବନେ ନାହିଁ ସରି
Couplet 223
ତୁ ଯେ ବୋଲାଉ ବଳୀୟାରଯଦୁଙ୍କ ସଙ୍ଗେ ଯୁଦ୍ଧ କର
Couplet 224
ଜରା ହିଁ ସାଜିଅଛି ଯୁଦ୍ଧେପାରିଲେ ସାଧ ଏହି ମଧ୍ୟେ
Couplet 225
ଆସ ମୋହର ତୁଲେ ତୁହିକୃଷ୍ଣଙ୍କୁ ଭେଟାଇବି ନେଇ
Couplet 226
କୃଷ୍ଣର ରୂପ ଗୁଣ କହିନାରଦ ଗଲେ ଆଗ ହୋଇ
Couplet 227
କାଳଯବନ ଶୁଣି ତାହାଯୁଦ୍ଧକୁ ବଳିଲା ଉତ୍ସାହା
Couplet 228
ଯବନ ବଳ ତିନିକୋଟିସାଜିଲା ବନ ଗିରି ଘୋଟି
Couplet 229
ରଜନୀକାଳେ ମଧୁପୁରୀରୁନ୍ଧିଲା ତିନିପୁର କରି
Couplet 230
ଯବନ ବଳ ଦେଖି ହରିକହନ୍ତି ରାମ କର ହଟ
Couplet 231
ଦେଖ ଯାଦବ ବଳ କଷ୍ଟଦଇବ ଆଣି କଲା ହଟ
Couplet 232
ମାଗଧ ଆସୁଅଛି ବାହିଯାଦବେ ଯିବେ ଆଜ କାହିଁ
Couplet 233
ଯବନ ସଙ୍ଗେ ଯୁଦ୍ଧ କରିରହିଲେ ସମର ଆବୋରି
Couplet 234
ଏମନ୍ତେ ମାଗଧ ଆସିବଯଦୁଙ୍କୁ ପ୍ରାଣେ ସଂହାରିବ
Couplet 235
ଧନଜୀବନ ବନ୍ଦୀ କରିଘେନାଇ ଯିବ ନିଜ ପୁରୀ
Couplet 236
ନିର୍ଜନେ ଦୁର୍ଗେକ ଭିଆଇଧନ କୁଟୁମ୍ବ ତହିଁ ଥୋଇ
Couplet 237
ତେବେ କରିବା ରଣରଙ୍ଗଏମନ୍ତେ କହିଲେ ଶ୍ରୀରଙ୍ଗ
Couplet 238
ଜଳଧି ମଧ୍ୟେ କୃଷ୍ଣ ଯାଇବୋଲନ୍ତି ବରୁଣଙ୍କୁ ଚାହିଁ
Couplet 239
ସମୁଦ୍ର ମଧ୍ୟେ ଛାଡ଼ ସ୍ଥାନଏଥେ ମୁଁ କରିବି ବିଶ୍ରାମ
Couplet 240
ଶୁଣି ଗୋବିନ୍ଦର ବଚନଛାଡ଼ିଲା ଦ୍ୱାଦଶ ଯୋଜନ
Couplet 241
ଗୋବିନ୍ଦ ବିଶ୍ୱକର୍ମା ରାଇବୋଲନ୍ତି ତାର ମୁଖ ଚାହିଁ
Couplet 242
ଦ୍ୱାରକାର ନାମେ ଦିବ୍ୟପୁରଦେବ ମାନବେ ଅଗୋଚର
Couplet 243
ମଥୁରାପୁର ପ୍ରାୟ କରଯାହାର ଯେମନ୍ତ ମନ୍ଦିର
Couplet 244
ଗୋବିନ୍ଦ ଆଜ୍ଞା ପରମାଣେନିର୍ମାଣ କଲା ତତକ୍ଷଣେ
Couplet 245
ଚିତ୍ରବିଚିତ୍ର ପୁରମାନଦେଖିଲେ ମୋହେ ଜନମନ
Couplet 246
ଅତି ସୁସଞ୍ଚ ଉଚ୍ଚସାରମେଢ ଅଟ୍ଟାଳୀ ପୁରଦ୍ୱାର
Couplet 247
ହେମ ରଜତ ତମ୍ବା ମହୀନାନା ଭୁବନ ପ୍ରକାଶଇ
Couplet 248
ମହାମର୍କତ ପଦ୍ମରାଗନୀଳଲୋହିତ ପୀତ ରଙ୍ଗ
Couplet 249
ବ୍ରାହ୍ମଣ ଆଦି ଚାରିବର୍ଣ୍ଣଯେ ଯାହା ପୁର ଭିନ୍ନ ଭିନ୍ନ
Couplet 250
ସୁଧର୍ମା ସଭା ପାରିଜାତଆଣି ସ୍ଥାପିଲା ଶଚୀନାଥ
Couplet 251
ଯହିଁ ବସିଲେ ମର୍ତ୍ତ୍ୟଜନଦିଶନ୍ତି ଦେବତା ସମାନ
Couplet 252
ବରୁଣ ଅଶ୍ୱ ଶ୍ୟାମକର୍ଣ୍ଣମନପବନ ଗତି ଯାନ
Couplet 253
ଏମନ୍ତ ଅଶ୍ୱ ଆଣି ଦେଲାଗୋବିନ୍ଦ ଚରଣେ ପୂଜିଲା
Couplet 254
ବାସବଆଦି ଦିଗପତିନିଯୋଗେ ପୂଜିଲେ ଶ୍ରୀପତି
Couplet 255
ଗୋବିନ୍ଦ ଯୋଗମାୟା କରିରାତ୍ରେ ମଥୁରାପୁର ଶିରୀ
Couplet 256
ଦ୍ୱାରକାପୁର ମଧ୍ୟେ ଥୋଇମିଳିଲେ ରାମସଙ୍ଗେ ଯାଇ
Couplet 257
ରଜନୀ ହୋଇଲା ପ୍ରଭାତବାହାର ହେଲେ ଗୋପୀନାଥ
Couplet 258
କମଳମାଳା କଣ୍ଠେ ଶୋହିକରଯୁଗଳେ ଶସ୍ତ୍ର ନାହିଁ
Couplet 259
କହଇ ଦାସ ଜଗନ୍ନାଥସେ ହରିପାଦେ ଦେଇ ଚିତ୍ତ