Skandha 10
Adhyaya 53
Couplet 1
ଶୁଣ ହୋ ରାଜା ପରୀକ୍ଷିତଅକ୍ରୁର ଚଢି ଦିବ୍ୟରଥ
Couplet 2
ଗୋବିନ୍ଦ ଆଜ୍ଞା ପରମାଣେଅକ୍ରୁର ଗଲା ତତ୍କ୍ଷଣେ
Couplet 3
ବିମାନେ ବସି କୁତୁହଳେମିଳିଲା ହସ୍ତିନା ମଣ୍ତଳେ
Couplet 4
କୃଷ୍ଣ ବିମାନ ପ୍ରାୟ ଦିଶିସକଳ ଲୋକେ ପରଶଂସି
Couplet 5
ରଥୁଁ ଓହ୍ଲାଇ ଭୂମିତଳେମିଳିଲା ଯାଇ କୁରୁମେଳେ
Couplet 6
ରାଜନ ବସି ସଭାତଳେବନ୍ଧୁବାନ୍ଧବ ଘେନି ମେଳେ
Couplet 7
ପରମ ହରଷେ ବସିଲାଶ୍ରୀରାମ ଗୋବିନ୍ଦ ଭାଷିଲା
Couplet 8
ତଦନ୍ତେ ଅକ୍ରୁର ହରଷଦେଖଇ କୁରୁଙ୍କର ଦେଶ
Couplet 9
ଭୀଷ୍ମ ବିଦୁର ସଙ୍ଗେ ନୃପଗାନ୍ଧାରୀ କୁନ୍ତୀ ଦ୍ରୋଣ କୃପ
Couplet 10
ରବିକୁମର ଦୁର୍ଯୋଧନଦ୍ରୋଣନନ୍ଦନ ଦୁଃଶାସନ
Couplet 11
ପଣ୍ତୁର ପଞ୍ଚପୁତ୍ର ଦେଖିଅଶ୍ରୁପୂରିତ କଲା ଆଖି
Couplet 12
ଅକ୍ରୁର ଦେଖି ଜଣେ ଜଣଆନନ୍ଦେ କରି ଆଲିଙ୍ଗନ
Couplet 13
ବନ୍ଧୁ କୁଶଳ ପଚାରିଲେଆନନ୍ଦେ ଅକ୍ରୁରର ତୁଲେ
Couplet 14
ଅକ୍ରୁର ବିଚାରଇ ମନେବିଶ୍ୱାସ ଜାଣିବି କେସନେ
Couplet 15
ସ୍ୱାମୀ ମରଣେ ଅଶ୍ରୁମୁଖୀପଞ୍ଚବାଳକ ଘେନି ଦୁଃଖି
Couplet 16
କୁନ୍ତୀ ଯେ ଅଛି ଏହା ପୁରେକି ଅବା ବିଚାରେ ମନରେ
Couplet 17
ନିରତେ ଖଳ ବୁଦ୍ଧିହୀନଅନ୍ଧ ସ୍ୱଭାବେ ହତଜ୍ଞାନ
Couplet 18
ଶତେକୁମର ପାଞ୍ଚମେଳେସମେ କି ଦେଖିବ କୁଶଳେ
Couplet 19
ପଣ୍ତୁପୁତ୍ରଙ୍କ ଗୁଣ ଯେତେଅନ୍ଧ ନ ସହେ ହୃଦଗତେ
Couplet 20
ତେଜ ପ୍ରତାପ କ୍ଷତ୍ରିବୃତ୍ତରାଜନ୍ୟ ଷଡ଼ଗୁଣ ଯୁକ୍ତ
Couplet 21
ଏ ଆଦି ପ୍ରଜା ଅନୁରାଗଦେଖି ପାଇଲା ଉଦ୍ବେଗ
Couplet 22
ମାରିବା ପାଇଁ ବିଚାରିଲେକପଟେ ବିଷଲଡ଼ୁ ଦେଲେ
Couplet 23
ଏ ଆଦି ଯେତେକ ବେଭାରଏକାନ୍ତେ କହିଲେ ବିଦୁର
Couplet 24
କୁନ୍ତୀ କହିଲା ସେହି ମତଶୁଣି ଅକ୍ରୁର ଦୁଃଖଚିତ୍ତ
Couplet 25
କୁନ୍ତ୍ରୀ ଅକ୍ରୁର ମୁଖ ଚାହିଁବୋଲଇ ଶୋକଭର ହୋଇ
Couplet 26
କାନ୍ଦନ୍ତି ଅଧର କମ୍ପାଇଜନ୍ମମନ୍ଦିର ସୁମରଇ
Couplet 27
ହେ ଭ୍ରାତ ଶୁଣ ମୋ ଉତ୍ତରତାତ ଜନନୀ ଯେ ମୋହର
Couplet 28
ଭାଇ ଭଗିନୀ ବନ୍ଧୁ ନାରୀସଖା ସୁହୃଦ ଆଦି କରି
Couplet 29
ଯେତେ ଅଛନ୍ତି ସହୋଦରଚିନ୍ତା କରନ୍ତିଟିକି ମୋର
Couplet 30
ସ୍ୱାମୀ ମରଣେ ଦୁଃଖ ପାଇପଞ୍ଚବାଳକ କୋଳେ ଲଇଁ
Couplet 31
ଏହାଙ୍କ ଘରେ ବନ୍ଦୀ ପ୍ରାୟେଦେଖ ଦୁଃଖିତ ମୋର ପୋଏ
Couplet 32
ଅର୍ଜିଲା କର୍ମ ଏ ମୋହରକିସ କରିବି ସହୋଦର
Couplet 33
ମୋହର ଭ୍ରାତା ବସୁଦେବଯାହାର ସୁତ ବାସୁଦେବ
Couplet 34
ସେ କୃଷ୍ଣ ଶରଣସୋଦରଭକତବନ୍ଧୁ ବାନା ତାର
Couplet 35
ପିତୃ-ଭଗିନୀ-ସୁତ କଥାସେ ନାଥ କରଇ କି ଚିନ୍ତା
Couplet 36
ପଦ୍ମଲୋଚନ ହଳଧରତାରେ ଶରଣ ମୋ କୁମର
Couplet 37
ଶତ୍ରୁଙ୍କ ମଧ୍ୟେ ମୋର ବାସକୁରୁ କୁଟୁମ୍ବେ ଅବିଶ୍ୱାସ
Couplet 38
ଶାର୍ଦ୍ଦୂଳ ମଧ୍ୟେ ମୃଗ ଥାଇସେ ଯେହ୍ନେ ପଥ ନ ଜାଣଇ
Couplet 39
ମୋର ବାଳକେ ପିତୃହୀନଏମନ୍ତ ମୋହର ଜୀବନ
Couplet 40
ସେ କୃଷ୍ଣ ମୋର ଘରେ ଆସିକୋମଳ ବଚନେ ଆଶ୍ୱାସି
Couplet 41
ଶାନ୍ତି କରିବ ମୋର ପ୍ରାଣତା ପାଦେ ପଶିଲି ଶରଣ
Couplet 42
ସେ କୃଷ୍ଣ ମହାଯୋଗେଶ୍ୱରବିଶ୍ୱପାଳକ ଦାମୋଦର
Couplet 43
ପଞ୍ଚବାଳକ ମୋର ନେବିମୁଁ ତାରେ ଶରଣ ପଶିବି
Couplet 44
ମୃତ୍ୟୁ ସଂସାର ଭୟେ ଜନେଭାଳନ୍ତି ପାଇ ଖେଦମନେ
Couplet 45
ପଶଇ ଯେବେ ତାର ପାଦେତେବେ ବଂଚଇ ଅପ୍ରମାଦେ
Couplet 46
ତା ପାଦୁଁ ଆନଠାବ ନାହିଁଏମନ୍ତ ପ୍ରାୟ ମୁଁ ମଣଇ
Couplet 47
ନମସ୍ତେ କୃଷ୍ଣ ଶୁଦ୍ଧଦେହୀଜୀବ ପରମଆତ୍ମା ତୁହି
Couplet 48
ଯଜ୍ଞସ୍ୱରୂପ ଯୋଗେଶ୍ୱରଭୋ ନାଥ ଶରଣ ମୁଁ ତୋର
Couplet 49
ଏମନ୍ତ ସୁମନେ ସୁମରିକୃଷ୍ଣଚରଣେ ଧ୍ୟାନ କରି
Couplet 50
କାନ୍ଦେ ଅକ୍ରୁର ମୁଖ ଚାହିଁପରୀକ୍ଷ ତୋ ପ୍ରପିତାମହୀ
Couplet 51
ପାଣ୍ତବଜନନୀ ରୋଦନଶୁଣି ଅକ୍ରୁର ଖେଦମନ
Couplet 52
ନିକଟେ ବସିଲା ଅକ୍ରୁରକହଇ ହୋଇ ଚିନ୍ତାଭର
Couplet 53
ଭୋ ମାତ ସାବଧାନେ ଶୁଣତୋହର ପୁତ୍ରଙ୍କର ଗୁଣ
Couplet 54
ଧର୍ମ ପବନ ସୁନାସୀରବିବୁଧ ଅଶ୍ୱିନୀ କୁମାର
Couplet 55
ଏହାଙ୍କ ଅଂଶେ ଜାତ ହୋଇଭାରା ନିବାରେ ପାଞ୍ଚଭାଇ
Couplet 56
ଅନାଦି ବିଷ୍ଣୁ ଯାର ବନ୍ଧୁଏହା ନ ବୁଝି କିମ୍ପା କାନ୍ଦୁ
Couplet 57
ଏମନ୍ତ କହି କଲେ ଶାନ୍ତିଶୁଣି ହରଷ ହେଲେ କୁନ୍ତୀ
Couplet 58
ଅକ୍ରୁର ବିଚାରଇ ଚିତ୍ତେଏଥେ ରହିବି ଦିନାକେତେ
Couplet 59
ବୁଝିବି ରାଜାର ବେଭାରତେବେ ମୁଁ ଯିବି ନିଜପୁର
Couplet 60
ଏମନ୍ତ ମନେ ବିଚାରଇବିଦୁର ହସ୍ତେ ହସ୍ତ ଦେଇ
Couplet 61
ତକ୍ଷଣେ ଅକ୍ରୁର ବିଦୁରମିଳିଲେ ନୃପତି ଛାମୁର
Couplet 62
ପୁତ୍ରଲାଳସେ କୁରୁପ୍ତିବିଷମ ଦମ୍ଭ ତାର ମତି
Couplet 63
ବନ୍ଧୁ ସୁହୃଦେ ମଧ୍ୟେ ଥାଇଅକ୍ରୁର ବୋଲେ ଅନ୍ଧେ ଚାହିଁ
Couplet 64
ରାମଗୋବିନ୍ଦଙ୍କ ବଚନେଅକ୍ରୁର କହେ ଶୁଦ୍ଧମନେ
Couplet 65
ତୁ କୁରୁବଂଶେ ବିଦ୍ୟମାନବିଚିତ୍ରବୀର୍ଯ୍ୟର ନନ୍ଦନ
Couplet 66
ପଣ୍ତୁରାଜାର ଅନ୍ତଃକାଳେରାଜା ହୋଇଲୁ କୁରୁକୁଳେ
Couplet 67
ଧର୍ମେ ପାଳନ କର ମହୀପ୍ରଜାର ହିତେ ଚିତ୍ତ ଦେଇ
Couplet 68
ଶତେକ ପୁତ୍ର ଅଛି ତୋରଏ ପଞ୍ଚ ପଣ୍ତୁର କୁମର
Couplet 69
ଏହାଙ୍କୁ ଦେଖ ସମ କରିଯେବେ ପାଇବୁ ଯଶଶିରୀ
Couplet 70
ଏହା ନ କରି ମୂଢ ପ୍ରାୟେଯେବେ ବୁଡ଼ିବୁ ମାୟାମୋହେ
Couplet 71
ଅଧର୍ମ କରି ଇହଲୋକେଅନ୍ତେ ତୁ ପଡ଼ିବୁ ନରକେ
Couplet 72
ଏ ଯେ ପଣ୍ତୁର ପାଞ୍ଚପୁଅତୋହର ଶତେକ ତନୟ
Couplet 73
ଏଣେ ସମାନଚିତ୍ତ କରତୋତେ ରଖିବେ ଦାମୋଦର
Couplet 74
ଏ ଭବ ମଧ୍ୟେ ଯେତେ ଜନନିତ୍ୟେ ନ ଥାନ୍ତି ଏକ ସ୍ଥାନ
Couplet 75
ଏ ଦେହ ମଧ୍ୟେ ନରହରିସମେ ଅଛନ୍ତି ସେହୁ ପୂରି
Couplet 76
ନିଜ ଶରୀର ନ ରହଇପୁତ୍ର କଳତ୍ର ଆର କାହିଁ
Couplet 77
ଏ ଜୀବ ଆତ୍ମା ଏକ ହୋଇନାନା ଯୋନିରେ ଦେହ ବହି
Couplet 78
କର୍ମବିପାକେ ଛାଡେ଼ ଦେହନିତ୍ୟେ କଳ୍ପିତ ମାୟାମୋହ
Couplet 79
ଭୁଞ୍ଜଇ ଦୁଃଖ ସୁଖ ଫଳେଏକା ଭ୍ରମଇଁ ଅନ୍ତଃକାଳେ
Couplet 80
ଅଧର୍ମେ ସଂଚଇ ଯେ ଧନତାର ବିଯୋଗେ ଭୁଞ୍ଜେ ଆନ
Couplet 81
ଅଧର୍ମ ମାର୍ଗେ ମୂଢପ୍ରାଣୀଧନ ସଂଚଇ ଗୃହେ ଆଣି
Couplet 82
ପୁତ୍ର କଳତ୍ର ବନ୍ଧୁ ଭାଇସଂଚିଲା ଧନ ତାର ଖାଇ
Couplet 83
ଯେ ଯାହା ପଥେ ଯାନ୍ତି ବେଗେଦୁଷ୍କୃତ ରହେ ତାର ସଙ୍ଗେ
Couplet 84
ମୋର କୁଟୁମ୍ବ ବୋଲି ମୋହେଅଧର୍ମ କରି ନିଜ ଦେହେ
Couplet 85
ଧନ ସଂଚଇ କରି ପୋଷେସେ କାହିଁଥିବେ ତାର ପାଶେ
Couplet 86
ବିଷ୍ଣୁର ମାୟାବଳେ ଭ୍ରାନ୍ତିଅନାଥ କରି ଛାଡ଼ିଯାନ୍ତି
Couplet 87
ଧନ ଜୀବନ ଦାରା ସୁତଆବୋରି ଆପଣାର ପଥ
Couplet 88
ଏ ମୋହମାୟାକୁ ଆବୋରିଯେ ବୋଲେ ମୋହରି ମୋହରି
Couplet 89
ତାହାକୁ ବୋଲି ଅପଣ୍ତିତସଂଚିତ-ପାପେ ହୋଏ ଗ୍ରସ୍ତ
Couplet 90
ପଡ଼ଇ ଅନ୍ଧକାର ତମେମହାନରକେ ଅତିଶ୍ରମେ
Couplet 91
ସ୍ୱଧର୍ମେ ଛାଡ଼ିଲେ ଏମନ୍ତଏ ବେଦପୁରୁଷଙ୍କ ମତ
Couplet 92
ସ୍ୱପ୍ନର ପ୍ରାୟ ଏ ଜଗତଭ୍ରମଇଁ ମାୟା-ମନୋରଥ
Couplet 93
ତୁ ମହାପୁରୁଷଙ୍କ ଅଂଶକିମ୍ପାଇଁ ହେଉ ବୁଦ୍ଧିଭ୍ରଂଶ
Couplet 94
ମାୟାକୁ ଆତ୍ମଜ୍ଞାନେ ଭେଦିଚଞ୍ଚଳ ଇନ୍ଦ୍ରିୟ ନିରୋଧି
Couplet 95
ସମଦୃଷ୍ଟିରେ ଶାନ୍ତି ଭଜତୁ କୁରୁବଂଶେ ମହାରାଜ
Couplet 96
ଏମନ୍ତେ ଅକ୍ରୂରର ବାଣୀବୋଲଇ ଧୃତରାଷ୍ଟ୍ର ଶୁଣି
Couplet 97
ଅକ୍ରୂର କହୁଅଛୁ ଯେତେଅମୃତପ୍ରାୟ ମଣେ ଚିତ୍ତେ
Couplet 98
ମନୁଷ୍ୟ ପାଇ ସୁଧାରସପିବନ୍ତେ ମନ ନୋହେ ତୋଷ
Couplet 99
ଦରିଦ୍ର ପାଇ ଯେହ୍ନେ ଧନତୋଷ ନୋହଇ ତାର ମନ
Couplet 100
ତୋର ବଚନ ସେହିମତଶୁଣି ଚଞ୍ଚଳ ମୋର ଚିତ୍ତ
Couplet 101
ତୋ ବାଣୀ ନ ରହେ ମୋ ମନେମେଘେ ବିଜୁଳିରୂପ ଯେହ୍ନେ
Couplet 102
ପୁତ୍ରର ଅନୁରାଗେ ଚିତ୍ତଈଶ୍ୱରମାୟାରେ ମୋହିତ
Couplet 103
ଏମନ୍ତ ଗୋବିନ୍ଦର ମାୟାଅନ୍ୟଥା କେ କରିବ ତାହା
Couplet 104
ଅବନୀଭାରେ ଭାବଗ୍ରାହୀଯାଦବବଂଶେ ଜାତ ହୋଇ
Couplet 105
ଏ କଥା ତାହାର ଭିଆଣଅକ୍ରୁର ସ୍ଥିରମନେ ଶୁଣ
Couplet 106
ବିଷ୍ଣୁର ମାୟା ମହିମାକେ ଜାଣିପାରେ ତାର ସୀମା
Couplet 107
ସେ ମାୟାବଳେ ଗୁଣ ତିନିଆପଣେ ଭ୍ରମେ ନାନାଯୋନି
Couplet 108
ଜୀବନରୂପେ ତହିଁ ପଶିଭୁଞ୍ଜଇ କର୍ମଫଳ ବସି
Couplet 109
ପରମ ଭିନ୍ନରୂପେ ଥାଇକରନ୍ତା କର୍ମ ନ ଲାଗଇ
Couplet 110
ଏମନ୍ତ ମହିମା ତାହାରମୁଁ କିସ କହିବି ପାମର
Couplet 111
ତାହାର କ୍ରୀଡ଼ା ଏ ଜଗତକେ ଜାଣିପାରେ ତାର ମତ
Couplet 112
ସଂସାର ଚକ୍ରଗତି କରିମାୟାର ବଳେଛନ୍ତି ଧରି
Couplet 113
ତାହାଙ୍କୁ ମୋର ନମସ୍କାରଛାମୁରେ କହିବୁ ଅକ୍ରୂର
Couplet 114
ଏମନ୍ତ ରାଜାର ବଚନେଅକ୍ରୂର ଶୁଣି ତୋଷମନେ
Couplet 115
ବନ୍ଧୁବାନ୍ଧବ ପାଦେ ଲାଗିକର ପ୍ରସାରି ଆଜ୍ଞା ମାଗି
Couplet 116
ପାଇଣ ଅକ୍ଷତ ବେଭାରମିଳିଲା ପାଣ୍ତବଙ୍କ ପୁର
Couplet 117
କୁନ୍ତୀଦେବୀଙ୍କି ଆଜ୍ଞା ମାଗିରଥ ଚଢିଣ ଚଳେ ବେଗି
Couplet 118
ପବନୁଁ ବେଗେ ଗତି ଯାନସ୍ୱର୍ଗେ ଦେଖନ୍ତି ଦେବଗଣ
Couplet 119
ମଥୁରା ଗଲା ତତକ୍ଷଣଦେଖିଲା ଗୋବିନ୍ଦଚରଣ
Couplet 120
ରାମର ପାଦେ ହସ୍ତ ଦେଇବନ୍ଧୁକୁଶଳ କଥା କହି
Couplet 121
ପଣ୍ତୁବାଳକେ ରାଜା ଚିତ୍ତବକ୍ରବେଭାର ବିପରୀତ
Couplet 122
ଶୁଣି ହସିଲେ ଭଗବାନଅକ୍ରୂର ମୁଖେ ଅବଧାନ
Couplet 123
ସେ ରାମକୃଷ୍ଣ ପାଦେ ଚିତ୍ତନମଇଁ ଦାସ ଜଗନ୍ନାଥ