Skandha 10
Adhyaya 52
Couplet 1
କହନ୍ତି ବ୍ୟାସଙ୍କ ନନ୍ଦନଗୋବିନ୍ଦପାଦେ ଦେଇ ମନ
Couplet 2
ଏବେ ହୋ ଶୁଣ ନରନାଥଭକତ ବତ୍ସଳ ଅନନ୍ତ
Couplet 3
ମଥୁରାଦାଣ୍ତେ ଗନ୍ଧ ଘେନିକୁବୁକା ନାମେ ଯେ କାମିନୀ
Couplet 4
କୃଷ୍ଣଙ୍କୁ ମାଗିଥିଲା ବରଭୋ ନାଥ ଯିବୁ ମୋର ପୁର
Couplet 5
ତାହାର ଭାବ ହୃଦେ ବହିକରୁଣାସିନ୍ଧୁ ଭାବଗ୍ରାହୀ
Couplet 6
ଉଦ୍ଧବ ସଙ୍ଗେ ବିଜେକଲେକୁବୁଜା ଭୁବନେ ମିଳିଲେ
Couplet 7
ଗୋବିନ୍ଦ ଆଗମନ ଆଶେଗୃହ ମଣ୍ତିଛି ମନତୋଷ
Couplet 8
ସୁନ୍ଦର ଗୃହ ଉପହାରକି ଅବା ଦେବା ପଟାନ୍ତର
Couplet 9
ସୁଗନ୍ଧ ଧୂପଦୀପ ବାସଅମୂଲ୍ୟମଣିରତ୍ନ ତ୍ରାସ
Couplet 10
ଗନ୍ଧ ଚନ୍ଦନ ପରିମଳପବନ ବହଇ ଶୀତଳ
Couplet 11
କାମ ଉପାୟ ସନ୍ଦୀପନଦେଖି ମୋହିତ ହୁଏ ମନ
Couplet 12
ମୁକୁତା ପ୍ରବାଳ ଖଞ୍ଜଣିଉପରେ ଚନ୍ଦ୍ରାତପ ଟାଣି
Couplet 13
ରତ୍ନ ପଲଙ୍କେ ଶେଯ ପାଡ଼ିରତ୍ନପାଦୁକା ସୁନାପିଢି
Couplet 14
ସୁଗନ୍ଧ ଧୂପ ଥୋଇ ତଳେଉପରେ ଲମ୍ବେ ଫୁଲମାଳ
Couplet 15
କୃଷ୍ଣ ଆଗମ ପଥ ଚାହିଁକୁବୁଜା ଦେହେ ଜ୍ଞାନ ନାହିଁ
Couplet 16
ନିମିଷ ଯୁଗପ୍ରାୟ ମଣିରଜନୀ ଦିବସ ନ ଗଣି
Couplet 17
ଜାଣିଣ ପ୍ରଭୁ ନାରାୟଣବିଜୟ କଲେ ତା ଭୁବନ
Couplet 18
ହରିଙ୍କି ନିଜ ଦ୍ୱାରେ ଦେଖିସଂଭ୍ରମେ ଆସନ ଉପେକ୍ଷି
Couplet 19
ସଙ୍ଗତେ ଘେନି ସଖୀଗଣପୂଜିଲା ଗୋବିନ୍ଦ ଚରଣ
Couplet 20
ରତ୍ନପାଦୁକା ତଳେ ଥୋଇସୁତୀର୍ଥ ଜଳେ ପାଦ ଧୋଇ
Couplet 21
ଝୀନବସନେ ପାଦ ପୋଛିନିଜ ମଥାରେ ଗର୍ଭେ ସିଞ୍ଚି
Couplet 22
ଅର୍ଘ୍ୟ ଆଚମନେ ତୋଷଇଅଧରେ ମଧୁରସ ଦେଇ
Couplet 23
ଏମନ୍ତେ କୃଷ୍ଣଙ୍କୁ ପୂଜିଲାଉଦ୍ଦବ ନିକଟେ ମିଳିଲା
Couplet 24
ବିବିଧ ମତେ ଉପହାରେପୂଜିଲା ଉଦ୍ଧବ ପୟରେ
Couplet 25
ରତ୍ନଆସନ ତଳେ ଥୋଇକୁବୁଜା ଗଲା ଭୋଳ ହୋଇ
Couplet 26
ଉଦ୍ଧବ ହରଷ ବଦନଚରଣେ ଚାଲିଲା ଆସନ
Couplet 27
ଏକାନ୍ତେ ଭୂମିରେ ବସିଲାକୃଷ୍ଣଚରଣେ ମନ ଦେଲା
Couplet 28
କୁବୁଜା ଗୃହ ମଧ୍ୟେ ଯାଇକୃଷ୍ଣଙ୍କୁ ପଲଙ୍କେ ବସାଇ
Couplet 29
ତାହାର ଭାବେ ବଶ ହରିରତ୍ନପଲଙ୍କେ ବିଜେକରି
Couplet 30
ଅଶେଷ ବ୍ରହ୍ମାଣ୍ତ ଠାକୁରକପଟେ ମନୁଷ୍ୟ ବେଭାର
Couplet 31
କୁବୁଜା କୁଙ୍କୁମ ଲେପିଣତକ୍ଷଣେ ସାରିଲା ସ୍ନାହାନ
Couplet 32
ଝୀନ ବସନ ରତ୍ନସାରଘେନିଣ ନାନା ଅଳଙ୍କାର
Couplet 33
ହୃଦେ ଚନ୍ଦନ କଣ୍ଠେ ହାରତାମ୍ବୁଳେ ସୁରଙ୍ଗ ଅଧର
Couplet 34
ସୁଧା ଆସବ ପାନ କଲାଗୋବିନ୍ଦ ଛାମୁରେ ମିଳିଲା
Couplet 35
ହାସବଦନେ କାମବତୀକଟାକ୍ଷେ ମୋହିଲା ଶ୍ରୀପତି
Couplet 36
କୁବୁଜା ଚାହିଁ ବନମାଳୀଡାକନ୍ତି ବେନିଭୁଜ ତୋଳି
Couplet 37
ନବସଙ୍ଗମେ ଲାଜ ପାଇକୁବୁଜା ନ ପାରଇ ଯାଇ
Couplet 38
ସଂକୋଚେ ଗମନ ସଧୀରେରତ୍ନକଙ୍କଣ ବେନିକରେ
Couplet 39
ମାୟା ମୋହିଲେ ଭାବଗ୍ରାହୀଲାଜ ଛାଡ଼ିଲା କୃଷ୍ଣେ ଚାହିଁ
Couplet 40
ଗୋବିନ୍ଦ ଭୁଜେ ଭୁଜ ଦେଇପଲଙ୍କେ ବସାଇଲେ ନେଇ
Couplet 41
କୁବୁଜା କୃଷ୍ଣେ ଘେନି କୋଳେଗନ୍ଧ ଲେପିଲା ପୂଣ୍ୟବଳେ
Couplet 42
ରମିଲେ କମଳାର ବରଅଶେଷ ବ୍ରହ୍ମାଣ୍ତ ଠାକୁର
Couplet 43
କୁବୁଜା କାମଭୋଳେ କରିକୃଷ୍ଣ ଚରଣ କରେ ଧରି
Couplet 44
ଚକ୍ଷୁ ହୃଦୟ କୁଚ ଭରେଆଘ୍ରାଣ କଲା ନାସାଦ୍ୱାରେ
Couplet 45
ଯେତେ କଳୁଷ ଦେହେ ଥିଲାଗୋବିନ୍ଦ ଚରଣେ ମାଜିଲା
Couplet 46
ନିର୍ଭରେ ବେନିଭୁଜ ତୋଳିହୃଦେ ଲଗାଇ ବନମାଳୀ
Couplet 47
ଆନନ୍ଦ ରୂପ ଭଗବାନନିବିଡେ କଲା ଆଲିଙ୍ଗନ
Couplet 48
ଜନ୍ମୁଁ ସଞ୍ଚିଲା ବହୁ ପାପହେଳେ ଛାଡ଼ିଲା ତିନିତାପ
Couplet 49
ଯେ ହରି କଇବଲ୍ୟନାଥଲୋଡ଼ି ନ ପାନ୍ତି ମୁନି ସନ୍ଥ
Couplet 50
ତାଙ୍କୁ କୁବୁଜା ଘେନି କୋଳେଗନ୍ଧ ଲେପିଲା ପୁଣ୍ୟବଳେ
Couplet 51
ହସି ବୋଇଲେ ନାରାୟଣବର ତୁ ମାଗ ଗୋ ବହନ
Couplet 52
ଦେଖ ହୋ ଭାଗ୍ୟବଳ ତାରକୃଷ୍ଣଙ୍କୁ ମାଗିଲା ସେ ବର
Couplet 53
ଭୋ ନାଥ ରହ କିଛିଦିନତୋଷ ନୋହିଲା ମୋର ମନ
Couplet 54
ପଦ୍ମଲୋଚନ ତୋର ସଙ୍ଗେକ୍ରୀଡା କରିବି ନାନାରଙ୍ଗେ
Couplet 55
ମୁିନି କହନ୍ତି ରାଜା ଆଗଦେଖ ଏ କୁବୁଜାର ଭାଗ୍ୟ
Couplet 56
ଶୁଣି ସାନନ୍ଦ ଗୋପୀନାଥେତହିଁ ରହିଲେ ଦିନାକେତେ
Couplet 57
କାମନା ପୂର୍ଣ୍ଣ କରି ତାରତହୁଁ ଚଳିଲେ ଦାମୋଦର
Couplet 58
ଅଶେଷ ସୁଖ ଭୋଗ ଦେଇଉଦ୍ଧବ ସଙ୍ଗେ ଭାବଗ୍ରାହୀ
Couplet 59
ପ୍ରବେଶ ଆପଣା ମନ୍ଦିରଶୁଣ ହୋ କୁବୁଜା ବେଭାର
Couplet 60
ଦୁର୍ଲ୍ଲଭ ଯାର ପାଦସେବାଲୋଡି ନ ପାନ୍ତି ସୁରଦେବା
Couplet 61
ତାହାଙ୍କୁ ତପବଳେ ପାଇବିଷୟସୁଖ ଯେ ଲୋଡ଼ଇ
Couplet 62
କୁତ୍ସିତମତି ବୋଲି ତାରେପଡ଼ଇ ଦୁଃଖ ଅନ୍ଧକାରେ
Couplet 63
ଅଜ୍ଞାନ ବିପ୍ର ଜଗନ୍ନାଥକାହିଁ ପାଇବ କୃଷ୍ଣପଥ
Couplet 64
ଶୁଣ ହୋ ଅଭିମନ୍ୟୁ ସୁତମଥୁରା ପୁରେ ଜଗନ୍ନାଥ
Couplet 65
ରଜନୀ ଅନ୍ତେ ମନେ ଗୁଣିଦୟା ସାଗର ଚକ୍ରପାଣି
Couplet 66
କଳ୍ପିତ-କାର୍ଯ୍ୟ ଉପଦେଶେପଣ୍ତୁ ତନୟଙ୍କ ଉଦ୍ଧେଶ୍ୟେ
Couplet 67
ଅକ୍ରୁରହିତ ମନେ ଗୁଣିରାମ ଉଦ୍ଧବ ସଙ୍ଗେ ଘେନି
Couplet 68
ମିଳିଲେ ଅକ୍ରୁର ମନ୍ଦିରଦୟାସାଗର ଦାମୋଦର
Couplet 69
ନିକଟେ ଦେଖି ବନ୍ଧୁଜନଅକ୍ରୁର ହରଷ ବଦନ
Couplet 70
ଆନନ୍ଦେ କୃଷ୍ଣ ସଙ୍ଗ ପାଇନିବିଡେ଼ ଆଲିଙ୍ଗନ ଦେଇ
Couplet 71
ପୁଲକେ ଅଶ୍ରୁଜଳ ବହେପ୍ରଣାମ କଲା କୃଷ୍ଣପାୟେ
Couplet 72
ରାମର ପାଦେ ପୁଣ ପଡ଼ିଉଦ୍ଧବ କର ହୃଦେ ଭିଡ଼ି
Couplet 73
ରାମଗୋବିନ୍ଦ ବନ୍ଧୁପଣେନମିଲେ ଅକ୍ରୁର ଚରଣେ
Couplet 74
ଅକ୍ରୁର ନିଜ ଘରେ ନେଇଉତ୍ତମ ଆସନେ ବସାଇ
Couplet 75
ଜାଣଇ ପୂଜାର ବିଧାନଆନନ୍ଦ ମନେ ଛନଛନ
Couplet 76
ସୁବର୍ଣ୍ଣପାତ୍ରେ ଜଳ ନେଇରାମଗୋବିନ୍ଦ ପାଦ ଧୋଇ
Couplet 77
ପାଦଉଦକ ଶିରେ ଘେନିଭାବେ ବୁଜିଲା ଚକ୍ଷୁ ବେନି
Couplet 78
ଦିବ୍ୟବସନ ଗନ୍ଧମାଳେପୂଜିଲା ମଦନଗୋପାଳେ
Couplet 79
ମଣିମୁକୁତା ହାର ରଙ୍ଗେମଣ୍ତିଲା ଗୋବିନ୍ଦର ଅଙ୍ଗେ
Couplet 80
ରାମଙ୍କୁ ଦେଇ ଅଳଙ୍କାରଭାବେ ଯୋଡିଲା ବେନିକର
Couplet 81
ଖଟେ ବସାଇ ଦାମୋଦରଚରଣ ଚାପଇ ଅକ୍ରୁର
Couplet 82
ରାମର ପାଦେ ହସ୍ତ ଦେଇବିଶ୍ୱାସେ ଅକ୍ରୁର ବୋଲଇ
Couplet 83
ଭୋ ନାଥ ପ୍ରଭୁ ନାରାୟଣଅଶେଷ ବ୍ରହ୍ମାଣ୍ତ କାରଣ
Couplet 84
ପାପିଷ୍ଠ କଂସରାଜା ମଲାଆମ୍ଭର କୁଳେ ଭାଗ୍ୟ ଥିଲା
Couplet 85
ତାହାର ଭୟେ ଯଦୁବଂଶନିଶ୍ଚୟେ ହେଉଥିଲା ଧ୍ୱଂସ
Couplet 86
ତାହାଙ୍କୁ ହେଳେ ନାଶ କଲବୁଡ଼ିଲା ଭେଳା ଉଦ୍ଧରିଲ
Couplet 87
ଏ କୁଳ ଏବେ ତ ବଢ଼ିବଅବନିତଳେ ଯଶ ଥିବ
Couplet 88
ତୁମ୍ଭେ ଯେ ପ୍ରକୃତିପୁରୁଷଲୀଳା ଏ ସଂସାରେ ପ୍ରବେଶ
Couplet 89
ଜଗତ ନାନାରୂପ ହୋଇତୁମ୍ଭ ଶରୀରୁ ପ୍ରକାଶଇ
Couplet 90
ଏଣୁ ଜଗତମୟ ନାମାକି ଅବା କରିବା ଉପମା
Couplet 91
କାର୍ଯ୍ୟକାରଣ ବିଚାରଣେତୋ ବିନୁ ନାହିଁ ଅନ୍ୟ ଜଣେ
Couplet 92
ତୁମ୍ଭେ ଏ ସଂସାର ଭିଆଇଜୀବ ପରମ ରୂପ ହୋଇ
Couplet 93
ଆତ୍ମାର ତେଜ ବଳ ତୁମ୍ଭେପ୍ରବେଶ କ୍ରୀଡ଼ା ଅନୁଭାବେ
Couplet 94
ନାନାପ୍ରକାରେ ରୂପହୋଇଏ କଥା ନିଗମ ଜାଣଇ
Couplet 95
ସଚରାଚର ଭୂତଯୋନିଶବଦ ଆଣି କୂଣ ଘେନି
Couplet 96
ବହୁ ପ୍ରକାରେ ପ୍ରକାଶନ୍ତିତୁମ୍ଭ ମହିମା ନ ଜାଣନ୍ତି
Couplet 97
ଏମନ୍ତ ପ୍ରକାଶ ତୁମ୍ଭରକେବଳ ଆତ୍ମାଜ୍ଞାନ ସାର
Couplet 98
ପ୍ରପଞ୍ଚ ନାନା ରୂପ ହୋଇମାୟାସଂସାରେ ବିହରଇ
Couplet 99
ତୁ ପୁଣି ତୋହର ଆୟତ୍ତମାୟାରେ ଭ୍ରମାଉଁ ଜଗତ
Couplet 100
ସୃଷ୍ଟି ପାଳନ ସଂହାରଣରଜ ସାତ୍ତ୍ୱିକ ତମଗୁଣ
Couplet 101
ଏଣୁ ଯେ ତୋର ବନ୍ଧନାହିଁଯେଣୁ ଏହାର ହେତୁ ତୁହି
Couplet 102
ଉପାଧି ରୂପ ତନୁ ଯାରଜନ୍ମ ମରଣ ନାହିଁ ତାର
Couplet 103
ତରଙ୍ଗ ଯେହ୍ନେ ନାଶ ଯାଇନିଶ୍ଚଳ ଭାବେ ଜଳ ଥାଇ
Couplet 104
ଗୁଣ ବେଭାର ଯାର ଭେଦତାହାର ଦୁଃଖ ସୁଖେ ଖେଦ
Couplet 105
ଅଭେଦ ଆତ୍ମା ତୁ ପ୍ରତ୍ୟକ୍ଷତୋହର ନାହିଁ ବନ୍ଧ-ମୋକ୍ଷ
Couplet 106
ନାହିଁ ତୋହର ଭିନ୍ନ ଭାବଏଣୁ କେ ମହିମା କହିବ
Couplet 107
ତୋର ବଚନ ଶ୍ରୁତିଗଣସଂସାର-ହିତର କାରଣ
Couplet 108
ପାଷାଣ୍ତେ ନିଜ ବାଦବଳେବେଦ ନିନ୍ଦନ୍ତି ଯେତେବେଳେ
Couplet 109
ତୁ ନାଥ ସତ୍ତ୍ୱଗୁଣ ଭଜୁତାହାଙ୍କ ଗର୍ବ ହେଳେ ଗଞ୍ଜୁ
Couplet 110
ନିନ୍ଦନ୍ତି ନିଜ ଧର୍ମ କର୍ମତୋର ଶରୀର ସର୍ବଧର୍ମ
Couplet 111
ଈଶ୍ୱର ଆଦି ଦେବ ଯାଏଁନିନ୍ଦା କରନ୍ତି ପଶୁପ୍ରାୟେ
Couplet 112
ପ୍ରକୃତିପୁରୁଷ ତୁ ଅଟୁସ୍ତିରୀପୁରୁଷ ରୂପେ ଖଟୁ
Couplet 113
ପାଷାଣ୍ତେ କରନ୍ତି ତା ଭିନ୍ନସର୍ବଶରୀରେ ନାରାୟଣ
Couplet 114
ଏହା ଯେ ବିଚାର ନ କରେତାହାକୁ ଲେଖିବ ପଶୁରେ
Couplet 115
ତାହାଙ୍କ ଦର୍ପ କରି ନାଶନରକେ ଦେଉ ତାଙ୍କୁ ବାସ
Couplet 116
ଏମନ୍ତେ ପ୍ରଭୁ ନରହରିଯାଦବ ବଂଶେ ଅବତରି
Couplet 117
ବସୁଦେବର ଘରେ ନାଥଅଂଶେ ହୋଇଲୁ ଦେହବନ୍ତ
Couplet 118
ଅବନୀଭାରା ନିବାରଣଅଶେଷ ବ୍ରହ୍ମାଣ୍ତ କାରଣ
Couplet 119
ଅସୁରବଳ କରି ନାଶଥୋଇବୁ ଯଦୁକୁଳେ ଯଶ
Couplet 120
ଏମନ୍ତ ମହିମା ତୋହରବିଜୟ କଲୁ ମୋର ପୁର
Couplet 121
ଦେବତା ପିତୃ ଭୂତ ରୂପତୁ ନାଥ ସକଳ ସ୍ୱରୂପ
Couplet 122
ତୁ ଯହିଁ ହୋଇବୁ ପ୍ରକାଶସେ ଧନ୍ୟ ପୁଣ୍ୟ ଗୃହବାସ
Couplet 123
ତୋହର ଚରଣ ଉଦକପବିତ୍ର କରେ ତିନିଲୋକ
Couplet 124
କେଉଁ ପଣ୍ତିତ ତୋ ଚରଣଛାଡ଼ି ଭଜିବ ଆନଜଣ
Couplet 125
ଭକତପ୍ରିୟ ତୁହିସତ୍ୟବଚନ ତୋର ତହିଁ
Couplet 126
ତୁ ଜୀବଆତ୍ମା ତତ୍ତ୍ୱ ଜାଣୁଶୁଭଅଶୁଭ ପରିମାଣୁ
Couplet 127
ଭକ୍ତି ଅନୁରୂପେ ଫଳଦେଉ ତୁ ଭକତବତ୍ସଳ
Couplet 128
ଭାବକୁ ଆତ୍ମା ଦେଉ ତୁହିବୃଦ୍ଧି ବିନାଶ ତୋର ନାହିଁ
Couplet 129
ତୁ ଯେ ସକଳ ମୁକ୍ତିଦାତାଭବଜଳଧିରୁ ତାରନ୍ତା
Couplet 130
ଆମ୍ଭେ ସକଳ ହତଜ୍ଞାନକେବଳ ଭାଗ୍ୟେ ଜନାର୍ଦ୍ଦନ
Couplet 131
ତୋତେ ପାଇଲୁ ପୁଣ୍ୟଫଳେଚିହ୍ନି ନ ପାରୁ ଚର୍ମଡୋଳେ
Couplet 132
ସକଳ ସୁର ସିଦ୍ଧ ଯତିଜାଣି ନ ପାରନ୍ତି ତୋ ଗତି
Couplet 133
ସୁତ କଳତ୍ର ଧନ ମିତ୍ରଗୃହ ବାନ୍ଧବ ବୃତ୍ତି କ୍ଷେତ୍ର
Couplet 134
ଏ ରୂପେ ତୋର ମାୟାଫାନ୍ଦେବନ୍ଧନେ ଅଛୁଁ ଆମ୍ଭେ ହାଦେ
Couplet 135
ତୋହର ଅଛି ଯେବେ ଦୟାଭୋ ନାଥ ଛେଦ ବେଗେ ଏହା
Couplet 136
ତୁ ନାଥ ଚଉବର୍ଗଦାତାତୋ ତହୁଁ ନାହିଁନା କରତା
Couplet 137
ତୁ ନାଥ କର ଏଥୁଁ ପାରଶରଣ ଗଲି ତୋ ପୟର
Couplet 138
ଏମନ୍ତ ଅକ୍ରୁରର ବାଣୀଶୁଣି ହସନ୍ତି ଚକ୍ରପାଣି
Couplet 139
ମୋହିଲେ ଅକ୍ରୁରର ମନକୋମଳ ଗଭୀର ବଚନ
Couplet 140
କହନ୍ତି ପ୍ରଭୁ ଭାବଗ୍ରାହୀମାୟାମୋହନ ନେତ୍ରେ ଚାହିଁ
Couplet 141
ତୁ ମୋର ଗୁରୁ ପିତାମାତବାନ୍ଧବ ମଧ୍ୟରେ ପୂଜିତ
Couplet 142
ଆମ୍ଭେ ତୋହର ପୁତ୍ର ଦୁଇତୋର ପୋଷଣେ ଆମ୍ଭ ଦେହୀ
Couplet 143
ତୋହର ପାଦେ ସେବାକରିତେବେ ସେ ଥିବୁ ଦେହ ଧରି
Couplet 144
ତୋ ପରି ସାଧୁ ସେବାକରିତେବେ ସେ ଭବୁ ହୋଇପାରି
Couplet 145
ଆପଣା ହିତ ସାଧ୍ୟମତେଦେବଦାନବ ଏ ଜଗତେ
Couplet 146
ଏ ଭାବ ସାଧୁଜନେ ନାହିଁହସି ବୋଲନ୍ତି ଭାବଗ୍ରାହୀ
Couplet 147
ଜଳେ ପୂରିତ ତୀର୍ଥଗଣଦେବତା ମୃତ୍ତିକା ପାଷାଣ
Couplet 148
ଏହାଙ୍କୁ ସେବୁଥିଲେ ନିତିଅନେକନ କାଳେ ଫଳ ଦ୍ୟନ୍ତି
Couplet 149
ସାଧୁଙ୍କ ଦରଶନ ମାତ୍ରେଦୂରିତ ନ ରହଇ ଗାେତ୍ରେ
Couplet 150
ବନ୍ଧୁଙ୍କ ମଧ୍ୟେ ଶ୍ରେଷ୍ଠ ମୋରଏବେ ତୁ ମୋ ବଚନ କର
Couplet 151
ହସ୍ତିନାପୁର ଯାଅ ବେଗେକହଇ କଥା ତୋର ଆଗେ
Couplet 152
ପଣ୍ତୁରାଜାର ପଞ୍ଚସୁତପିତାମରଣେ ଅରକ୍ଷିତ
Couplet 153
ଅଛନ୍ତି ଧୃତରାଷ୍ଟ୍ରପୁରେବନ୍ଦୀ ଯେସନେ ବନ୍ଦୀଘରେ
Couplet 154
ଅମ୍ବିକାସୁତ ଚକ୍ଷୁହୀନତାହାର ପୁତ୍ର ଦୁର୍ଯ୍ୟୋଧନ
Couplet 155
ଶତେକ ପୁତ୍ର ମଧ୍ୟେ ଶ୍ରେଷ୍ଠଉଗ୍ରସ୍ୱଭାବ ମହାଦୁଷ୍ଟ
Couplet 156
ରାଜା ତାହାରେ ବଶ ହୋଇସମେ ନ ଦେଖେ ପାଞ୍ଚଭାଇ
Couplet 157
ତାଙ୍କ ନିମନ୍ତେ ନାଶଯିବପୃଥ୍ୱୀର ଭାରା ଉଶ୍ୱାସିବ
Couplet 158
ତୁ ଏବେ ଯାଅ ମୋର ବୋଲେତାଙ୍କ କୁଶଳ ବୁଝ ଭଲେ
Couplet 159
ଭୋ ତାତ ଚଳ ବେଗ ହୋଇକହି ଉଠିଲେ ବେନିଭାଇ
Couplet 160
ଶୁଣି ଅକ୍ରୁର କୃତକୃତ୍ୟବୋଲଇ ଶୁଣ ଗୋପୀନାଥ
Couplet 161
ମଣୋହି ସାରି ବିଜେକରମୁଁ ଯିବି ହସ୍ତିନାନଗର
Couplet 162
ଅକ୍ରୁରବାକ୍ୟ କର୍ଣ୍ଣେ ଶୁଣିହରଷ କୃଷ୍ଣ ହଳପାଣି
Couplet 163
ବେଗେ ତୁ ମଣୋହି କରାଇହସ୍ତିନା ଯାଅ ବେଗ ହୋଇ
Couplet 164
ଭିତରପୁରେ ବେନିଭାଇମଣୋହି କରାଇଲା ନେଇ
Couplet 165
ଅମୃତପାନ ଘୃତ ସୁରଭୁଞ୍ଜନ୍ତି ରାମ ଦାମୋଦର
Couplet 166
ଉଦ୍ଧବ ଭୁଞ୍ଜନ୍ତି ହରଷେକ୍ଷୀରି ଶାକର ଘୃତରସେ
Couplet 167
ଭୁଞ୍ଜି ସାନନ୍ଦ ବେନିଭାଇଯମୁନାନୀରେ ମୁଖ ଧୋଇ
Couplet 168
ହସ୍ତ ପଖାଳି ବାସ ଗୁଆଅକ୍ରୁର ଯୋଗାଏ ବିଡ଼ିଆ
Couplet 169
ଭୁଞ୍ଜନ୍ତି ରାମ ଦଇତ୍ୟାରିରତ୍ନପଲଙ୍କେ ବିଜେକରି
Couplet 170
କେଶେ ସାଜଇ ଦିବ୍ୟ ଗଭାରାମଗୋବିନ୍ଦ ମୁଖପ୍ରଭା
Couplet 171
ଚନ୍ଦନ ଶ୍ରୀଅଙ୍ଗେ ବୋଳଇକଣ୍ଠେ ବିବିଧ ମାଳା ଦେଇ
Couplet 172
ହୃଦେ ପଦକ କଣ୍ଠେ ମଣିକୁଣ୍ତଳ ରବିତେଜ ଜିଣି
Couplet 173
କଚଟି ବାହୁଟି ସାଜଇଅଷ୍ଟରତନମାଳା ଦେଇ
Couplet 174
ଦେଇଣ ନାନା ଉପହାରଚରଣେ ପଡ଼ିଲା ଅକ୍ରୁର
Couplet 175
ରାମ ଗୋବିନ୍ଦ ପାଦ ଧରିଅଶ୍ରୁ ଗଳଇ ମୋଦଭରି
Couplet 176
ରାମ ଗୋବିନ୍ଦ ଦୟା କଲେପଲ୍ୟଙ୍କେ ନେଇ ବସାଇଲେ
Couplet 177
ବୋଲନ୍ତି ଆମ୍ଭର ପିଅରବସୁଦେବ ହୁଁ ଶ୍ରେଷ୍ଠ ସାର
Couplet 178
ଜୀବନ୍ତେ ଭୋଗ ତୁ କରିବୁଅନ୍ତେ ମୋ ଶରୀରେ ପଶିବୁ
Couplet 179
ଅକ୍ରୁର ନାରୀ ହୀରାବତୀମିଳିଲା ରାମକୃଷ୍ଣ କତି
Couplet 180
ଶତେକ ସୁନ୍ଦର କାମିନୀପୁତ୍ର ଦୁହିତା ସଙ୍ଗେ ଘେନି
Couplet 181
ସୁଗନ୍ଧ ନାନା ଉପହାରପୂଜିଲା ରାମଦାମୋଦର
Couplet 182
ଗୋବିନ୍ଦ ମହାତୋଷ ହୋଇବର ଦିଅନ୍ତି ଭାବଗ୍ରାହୀ
Couplet 183
ଅନେକ ହୋଇବ ସମ୍ପଦକେ କହୁ ତୁମ୍ଭର ଆନନ୍ଦ
Couplet 184
ମୋର ଚରଣେ ଚିତ୍ତ ରହୁମୋ ନାମ ଧରି ଦିନ ଯାଉ
Couplet 185
ଭକତି ତୁମ୍ଭର ହୋଇବଏ ଘୋରଜଳେ ନ ପଡ଼ିବ
Couplet 186
ଏମନ୍ତ ବର ଦେଇ ହରିତୋଷିଲେ ଅକ୍ରୁରର ନାରୀ
Couplet 187
ରାମ ଉଦ୍ଧବ ସଙ୍ଗେ କରିନିଜ ଭୁବନେ ଯାଇ ମିଳି
Couplet 188
ଅକ୍ରୁର ହରଷ ବଦନେଗଲା ସେ ହସ୍ତିନା ଭୁବନେ
Couplet 189
ସେ ରାମକୃଷ୍ଣ ପାଦଯୁଗେଚିତ୍ତ ମୋ ରହୁ ଧ୍ୟାନଯୋଗେ
Couplet 190
ସୁଜନେ ଏହି ଭାବେ ରସକଟିବ ଭବବନ୍ଧପାଶ
Couplet 191
ନାମେ ସକଳ ପାପ ହରଏ ଘୋର - ସଂସାରୁ ନିସ୍ତର
Couplet 192
ବୋଲଇ ଦାସ ଜଗନ୍ନାଥସୁଜନ ହିତେ ଭାଗବତ