Skandha 10
Adhyaya 51
Couplet 1
କହନ୍ତି ଶୁକ ମୁନିବରଶୁଣ ପରୀକ୍ଷ ନୃପବର
Couplet 2
ଉଦ୍ଧବେ ଦେଖି ଗୋପଗୋପୀବଦନ ଚାହାଁନ୍ତି ନିରୋପି
Couplet 3
ଦଇବେ କୃଷ୍ଣ ଅନୁଚରତେଜେ ଗଞ୍ଜଇ ସୁରନର
Couplet 4
ଆଜାନୁ ଲମ୍ବେ ବେନିଭୁଜକମଳପ୍ରାୟେ ଚକ୍ଷୁତେଜ
Couplet 5
ପୀତବସନ କଟିମୂଳେକମଳମାଳ ବକ୍ଷସ୍ଥଳେ
Couplet 6
କର୍ଣ୍ଣେ କୁଣ୍ତଳ ବେନି ଶୋହେରୂପେ କନ୍ଦର୍ପ ସରି ନୋହେ
Couplet 7
ଦେଖି ବିସ୍ମିତେ ଗୋପୀଜନେଚକିତେ ବିଚାରନ୍ତି ମନେ
Couplet 8
ଦେଖ ସୁନ୍ଦରବର ଏହୁକେ ବୋଲେ ଅଇଲା ଏ କାହୁଁ
Couplet 9
କୃଷ୍ଣଭୂଷଣ ଏହା ଦେହେକେ ବୋଲେ ଦିଶେ କୃଷ୍ଣପ୍ରାୟେ
Couplet 10
ଏମନ୍ତ ବୋଲି ଗୋପନାରୀଉଦ୍ଧବରଥକୁ ଆବୋରି
Couplet 11
ଜାଣିଲେ କୃଷ୍ଣର ଏ ଦୂତଆମ୍ଭର ପାଇ ଉପଗତ
Couplet 12
ଗୋପୀଙ୍କ ଦେଖି ସ୍ନେହଭାବରଥରୁ ଓହ୍ଲାଇ ଉଦ୍ଧବ
Couplet 13
ଗୋପୀଙ୍କ ମଧ୍ୟରେ ପ୍ରବେଶସକଳେ ହୋଇଲେ ହରଷ
Couplet 14
ଆନନ୍ଦେ କୃଷ୍ଣଦୂତେ ନେଇପୂଜିଲେ ଆସନେ ବସାଇ
Couplet 15
ଉଦ୍ଧବେ ହରଷ କରାଇଭକ୍ତିଭାବରେ କଥା କହି
Couplet 16
ବୋଲନ୍ତି ଆଜ ଶୁଭଦିନଦେଖିଲୁ କୃଷ୍ଣ ଚିହ୍ନମାନ
Couplet 17
କୃଷ୍ଣ ଯେ ଆମ୍ଭର ଜୀବନତା ବିନୁ ନ ରହଇ ମନ
Couplet 18
ଏମନ୍ତେ କୃଷ୍ଣଦୂତ ସଙ୍ଗେଗୋପକାମିନୀ ଖେଦଯୋଗେ
Couplet 19
କ୍ଷଣକ୍ଷଣକେ ଶୋକମୋହେନୟନୁ ଅଶ୍ରୁଜଳ ବହେ
Couplet 20
ବୋଲନ୍ତି ଶୁଣ କୃଷ୍ଣଦୂତତୁମ୍ଭେ ଯେ ବଡ଼ ଭାଗ୍ୟବନ୍ତ
Couplet 21
ଜାଣିଲୁ ଉଦ୍ଧବ ତୋ ନାମତୋତେ ବିଶ୍ୱାସ ଭଗବାନ
Couplet 22
ତାହାଙ୍କ ଅଙ୍ଗସଙ୍ଗ ତୁହିତୋତେ ପେଷିଲେ ଆମ୍ଭପାଇଁ
Couplet 23
ମାତା ପିଅର ପ୍ରିୟଭାବେଉଦ୍ଧବ ଆସିଅଛୁ ଏବେ
Couplet 24
ସେ କୃଷ୍ଣ କିମ୍ପା ସୁମରିବଆମ୍ଭର ଘେନିଗଲା ଜୀବ
Couplet 25
ସ୍ନେହବନ୍ଧନ ବନ୍ଧୁଙ୍କରବାନ୍ଧଇ ସୁରମୁନିନର
Couplet 26
କାହାରି ବୋଲେ ଛାଡ଼ି ନୋହେବନ୍ଧୁ ବିଶ୍ୱାସେ ମାୟାମୋହେ
Couplet 27
ଶୁଣ ଉଦ୍ଧବ ଆମ୍ଭ ବାଣୀମରୁଛୁଁ ଗୋପର ତରୁଣୀ
Couplet 28
ଯେ ଅବା ଅର୍ଥଭାବ ଜାଣିଭାବେ ଭଜନ୍ତି ଯେଉଁ ପ୍ରାଣୀ
Couplet 29
ଯାବତ ଥାଇ ଅର୍ଥଲାଭତାବତ ଥାଇ ପ୍ରିୟଭାବ
Couplet 30
ପରପୁରୁଷେ ପ୍ରୀତି ବହିଯେ ନାରୀ ଜୀବନ ବହଇ
Couplet 31
ତାହାର କାହିଁ ସ୍ନେହ ମତଧନରେ ପ୍ରୀତି ଅବିରତ
Couplet 32
କୁସୁମେ ଯେସନେ ଭ୍ରମରମଧୁ ପିଇଣ ଯାଇ ଦୂର
Couplet 33
ଉଦ୍ଧବ ଶୁଣ ବେଦସାରସ୍ୱଭାବେ ସଂସାର ବେଭାର
Couplet 34
ସୁନ୍ଦର ପୁରୁଷ ନିର୍ଦ୍ଧନଗଣିକା ଛାଡ଼ଇ ଯେସନ
Couplet 35
ରାଜାକୁ ଆଭାଜନ ଦେଖିପ୍ରଜା ଛାଡ଼ିଣ ହୋନ୍ତି ସୁଖୀ
Couplet 36
ବିଦ୍ୟା ପାଇଲେ ଶିଷ୍ୟେ ଗୁରୁଯେସନେ ତେଜନ୍ତି ମନରୁ
Couplet 37
ଦକ୍ଷିଣା ପାଇ ବିପ୍ରଜନେଯେହ୍ନେ ଛାଡନ୍ତି ଯଜମାନେ
Couplet 38
ଫଳ ସରିଲେ ବୃକ୍ଷ ଛାଡ଼ିପକ୍ଷୀଏ ଯେହ୍ନେ ଯାନ୍ତି ଉଡ଼ି
Couplet 39
ଅତିଥି ଅନ୍ନ ଭିକ୍ଷା ପାଇଯେସନେ ଗୃହେ ନ ରହଇ
Couplet 40
ପୋଡିଲା ବନୁ ପଶୁ ଯେହ୍ନେଛାଡି ପଳାନ୍ତି ଅନ୍ୟ ବନେ
Couplet 41
ପରପୁରୁଷ ପରନାରୀଯେସନେ ରମିଣ ପାସୋରି
Couplet 42
ତେମନ୍ତେ କଲେ ବନମାଳୀଛାଡି ସକଳ ଗୋପବାଳୀ
Couplet 43
ଏମନ୍ତ କହି ଗୋପନାରୀବେନିଲୋଚନୁଁ ବହେ ବାରି
Couplet 44
ମନ ବଚନ କୃଷ୍ଣଦେହେଛାଡିଲେ ଜୀବନର ମୋହେ
Couplet 45
ବାତୁଳ ପ୍ରାୟ ଉଚ୍ଚସ୍ୱରଛାଡିଲେ ଲୋକର ବେଭାର
Couplet 46
କୃଷ୍ଣର ଲୀଳାକର୍ମମାନସୁମରି କରନ୍ତି ରୋଦନ
Couplet 47
ଲାଜ ଛାଡ଼ିଲେ ଗୋପଦାଣ୍ତେବଜ୍ର ପଡିଲା ଯେହ୍ନେ ମୁଣ୍ତେ
Couplet 48
ଆପଣା ହୃଦେ ଭାବ ଲଇଁକୃଷ୍ଣର ରୂପ ଗୁଣ ଧ୍ୟାୟି
Couplet 49
ବାଲୁତକାଳୁଁ ଯେତେ କଲାସୁମରି ଗୋବିନ୍ଦର ଲୀଳା
Couplet 50
ଅତି ସଙ୍କଟେ ଶୋକଜଳେବୁଡ଼ିଣ କାନ୍ଦନ୍ତି ବିକଳେ
Couplet 51
ଉଦ୍ଧବ ପାଦତଳେ ପଡ଼ିଶୋକସାଗରେ ଗୋପୀ ବୁଡ଼ି
Couplet 52
ବାଳୁତ ପ୍ରାୟେ ଗୋପନାରୀଉଚ୍ଚେ ବୋଲନ୍ତି ହରିହରି
Couplet 53
ଏମନ୍ତେ ଶୁଣ ନରପତିଗୋପୀଏ ନାମ ବୃନ୍ଦାବତୀ
Couplet 54
ଗହଳେ ଯାଇ ନ ପାରିଲାଅଳପ ନିକଟେ ବସିଲା
Couplet 55
ଗୋବିନ୍ଦ ଦେହେ ମନ ଦେଇଚକ୍ଷୁ ବୁଜିଲା ଭାବ ବହି
Couplet 56
ଶ୍ରମେ ଚରଣ ପ୍ରସାରିଲାଶୁଣ ରାଜନ କୃଷ୍ଣଲୀଳା
Couplet 57
ଭ୍ରମର ଉଡ଼ୁଥିଲା ଶୂନ୍ୟେବସିଲା ତାହାର ଚରଣେ
Couplet 58
ଅଙ୍ଗୁଳି ଅଗ୍ରେ ଧ୍ୱନି କରିଶୁଣି ଚାହିଁଲା ଗୋପନାରୀ
Couplet 59
କୃଷ୍ଣର ଦୂତପ୍ରାୟ ମଣିଚରଣ ମାଇଲା ତରୁଣୀ
Couplet 60
ପଡ଼ିଲା ଖଣ୍ତେ ଦୂରେ ଯାଇକୋପେ ବୋଲଇ ତାକୁ ଚାହିଁ
Couplet 61
ମଧୁପ ଶୁଣ ମୋ ବଚନତୋର ଠାକୁର ଜନାର୍ଦ୍ଦନ
Couplet 62
କୃଷ୍ଣର ବାନ୍ଧବ ତୁ ଅଟୁମୋର ଚରଣେ କିମ୍ପା ଖଟୁ
Couplet 63
ମଥୁରା-ନଗର-ତରୁଣୀନିଶ୍ଚେ ମୋହିଲେ ଚକ୍ରପାଣି
Couplet 64
ସେ ଯେ ଆମ୍ଭର ସପତଣୀଏକଥା ତ୍ରିଭୁବନେ ଜାଣି
Couplet 65
ତୁ ଷଟପଦ ତା ନ ଜାଣିଚରଣେ ଲାଗୁ ପୁଣ ପୁଣ
Couplet 66
ସୁନ୍ଦର ମଧୁପୁର ନାରୀରାତ୍ରେ ରମିଲେ ନରହରି
Couplet 67
ଚନ୍ଦନ କୁଙ୍କୁମର ସଙ୍ଗେକୁସୁମମାଳ ତାର ଅଙ୍ଗେ
Couplet 68
କୃଷ୍ଣର ଦେହେ ଲାଗିଥିଲାରାତ୍ର ପାହିଲେ ପକାଇଲା
Couplet 69
ତୁହି ଯେ ଥିଲୁ କୃଷ୍ଣ ପାଶେପୁଷ୍ପେ ବସିଲୁ ଗନ୍ଧ ଆଶେ
Couplet 70
ମଧୁ ଚୁମ୍ବନ କଲୁ ଶୁଖେକୁଙ୍କୁମ ଲାଗି ଅଛି ମୁଖେ
Couplet 71
ଏଣୁ ତୋ ମୁଖେ ଲାଜ ନାହିଁଚରଣେ ପଡୁ କାହିଁପାଇଁ
Couplet 72
କୃଷ୍ଣରେ ନାହିଁ ମୋର କାର୍ଯ୍ୟତାହାରେ ହୋଇଲୁ ନିର୍ଲ୍ଲଜ
Couplet 73
ହରିସନ୍ଦେଶ ଯେବେ ଘେନିଅଇଲୁ ହୋଇ ପଥଶ୍ରମୀ
Couplet 74
ତାର ପ୍ରସାଦେ କାର୍ଯ୍ୟ ନାହିଁକହ ତୁ କୃଷ୍ଣ ଆଗେ ଯାଇ
Couplet 75
ମଥୁରାନାରୀଙ୍କର ମନରଞ୍ଜାଇ କରୁ ସେ ପ୍ରସନ୍ନ
Couplet 76
ଯଦୁସଭାରେ ତା ପ୍ରସନ୍ନଶୁଣି ହସନ୍ତୁ ସର୍ବଜନ
Couplet 77
ତାହାର ଦୂତ ଅଟୁ ତୁହିତୋହର ମୁଖେ ଲାଜ ନାହିଁ
Couplet 78
ମୋର ବଚନ ତୁ ଭ୍ରମରଶୁଣିଲେ ହୋଇବୁ ବିକଳ
Couplet 79
ଯମୁନା କଦମ୍ବର ମୂଳେରାତ୍ରେ ବସିଲା କାମଭୋଳେ
Couplet 80
ଗଭୀର ବେଣୁନାଦ କଲାଆମ୍ଭର ଜୀବନ ହରିଲା
Couplet 81
ସଂସାର ହୁଡି ତା ନିକଟେମିଳିଲୁ ଯମୁନାର ତଟେ
Couplet 82
ଅନେକ କରାଇ କଷଣପ୍ରସନ୍ନେ କଲା ଆଲିଙ୍ଗନ
Couplet 83
ଯେ ରସେ ଜଗତ ମୋହିଲାଆମ୍ଭର ମୁଖେ ଚୁମ୍ବ ଦେଲା
Couplet 84
ଅଧରୁ ସୁରପାନ ଦେଇମଥୁରା ଗଲା ସେ ପଳାଇ
Couplet 85
ତୁ ଯେହ୍ନେ ପୁଷ୍ପେ ମଧୁ ଖାଉନିବଡେ଼ ଆଲିଙ୍ଗନ ଦେଉ
Couplet 86
ପଳାଇ ନ ସମ୍ଭାଳୁ ତାହାତେମନ୍ତ କୃଷ୍ଣର ସେନେହା
Couplet 87
ତାହାର ପାଦେ ଅନୁବ୍ରତେକମଳା ଖଟଇ କେମନ୍ତେ
Couplet 88
ମାୟାମୋହନ କଥା କହିଲକ୍ଷ୍ମୀର ମନ ସେ ବାନ୍ଧଇ
Couplet 89
ଦୃଷ୍ଟି ହରଷ କାମଭୋଳେତେଣୁ କମଳା ତାର କୋଳେ
Couplet 90
କିମ୍ପାଇଁ ରସୁ ମୋର ପାଶେଗୋବିନ୍ଦ ଗାଉ ତୁ ହରଷେ
Couplet 91
ଆମ୍ଭର ନାହିଁ ଘରଦ୍ୱାରକି ତୋରେ ଦେବା ଉପହାର
Couplet 92
ମଥୁରାନାରୀଙ୍କର ଆଗେତାର ପ୍ରସଙ୍ଗ ଗାଅ ରଙ୍ଗେ
Couplet 93
ତାହାଙ୍କ ସଙ୍ଗେ ନାହିଁ ଭ୍ରାନ୍ତିକୃଷ୍ଣର ଇଷ୍ଟ ସେ ଅଟନ୍ତି
Couplet 94
ସେ ତୋତେ ଇଷ୍ଟଫଳ ଦେବେବେଗେ ମଥୁରା ଯାଅ ଏବେ
Couplet 95
ତିନିଭୁବନେ ଯେତେ ଛନ୍ତିସୁଗୁଣ ସୁନ୍ଦର ଯୁବତୀ
Couplet 96
ଦୁଲ୍ଲଭ ନୁହନ୍ତି ତାହାରକୋଟିଏ କାମରୂପ ଯାର
Couplet 97
ପ୍ରସନ୍ନ ସୁନ୍ଦର ବଦନହାସ୍ୟ କଟାକ୍ଷେ ମୋହେ ମନ
Couplet 98
ସେ କୃଷ୍ଣ ପଦରଜ ଆଶେକମଳା ଖଟିଥାଇ ପାଶେ
Couplet 99
ଆମ୍ଭେ କି ଜାଣୁ ତାର ଅନ୍ତଯାହାର ମହିମା ଅନନ୍ତ
Couplet 100
ତଥାପି ଶୁଣ ହେ ଭ୍ରମରକୃଷ୍ଣ ଯେ କରୁଣାସାଗର
Couplet 101
ଦରିଦ୍ରଲୋକେ ଯାର ଦୟାତାହାକୁ ବୋଲି ପୁଣ୍ୟଦେହା
Couplet 102
ତୁ ମୋର ଛାଡରେ ଚରଣଜାଣିଲି ତୋର ଦୂତପଣ
Couplet 103
ମୁକୁନ୍ଦ ବୋଲେ ଚାଟୁବାଣୀମୋ ଆଗେ କହୁ ପୁଣପୁଣି
Couplet 104
ବୋଧିବା ପ୍ରାୟ ତୋ ଭରସାଏଣେ ନ ପୂରେ ମୋର ଆଶା
Couplet 105
ଯା ତୁ ନ କହ ପୁଣ ପୁଣଶୁଣ କହିବା ତାର ଗୁଣ
Couplet 106
ପତି ତନୟ ଇଷ୍ଟ ଭାଇଆମ୍ଭେ ତେଜିଲୁ ତାର ପାଇଁ
Couplet 107
ତାହାର କଲାକର୍ମମାନମନେ ପଡ଼ିଲେ ବୁଡେ଼ ଜ୍ଞାନ
Couplet 108
ଯେବେଳେ ରାମ ଅବତାରବଡ଼ ନିର୍ଦ୍ଦୟ ତା ଶରୀର
Couplet 109
ଏମନ୍ତେ ରାମେ ଦେଖି ଏକାଆସି ମିଳିଲା ସୂର୍ପଣଖା
Couplet 110
ଦେଖି ଶ୍ରୀରାମ ରୂପ ଗୁଣଏକାନ୍ତେ ମାଗିଲା ରମଣ
Couplet 111
ନାସା ଶ୍ରବଣ ଛେଦି ତାରବିରୂପ କଲା ରଘୁବୀର
Couplet 112
ସୁଗ୍ରୀବ ଜ୍ୟେଷ୍ଠଭ୍ରାତା ବଳିବାନର ହୋଇ ମହାବଳୀ
Couplet 113
ତାକୁ ବଧିଲା ତୀକ୍ଷ୍ମବାଣେଶବର ଯେସନ ହରିଣେ
Couplet 114
ସୀତା ହରାଇ ବେନିଭାଇବୁଲନ୍ତି ବନେବନେ ଯାଇ
Couplet 115
କାକ ଯେସନେ ପିଣ୍ତ ପାଇଖାଇ ଚରଣେ ତା ପକାଇ
Couplet 116
ବଳିକି କଲା ସେହିମତଏଡେ଼ ନିର୍ଦ୍ଦୟ ଗୋପୀନାଥ
Couplet 117
ଏମନ୍ତ ରୂପେ ଗୁଣ ତାରତୁ ଆନ ନ କହ ଭ୍ରମର
Couplet 118
ତାର ଚରିତ କର୍ଣ୍ଣେ ଶୁଣିସଂସାର ମଧ୍ୟେ ଯେତେ ପ୍ରାଣୀ
Couplet 119
ସଂସାର-କର୍ମ ଛାଡ଼ିକରିବୁଲନ୍ତି ବନେ ବନଚାରୀ
Couplet 120
ପକ୍ଷୀଙ୍କ ପ୍ରାୟେ ଭିକ୍ଷା ମାଗିକେହୁ ସନ୍ୟାସୀ କେହୁ ଯୋଗୀ
Couplet 121
ହରିଙ୍କି କଲୁ ବଡ଼ ସ୍ନେହସେ ପୁଣି ଏଡ଼ିକି ନିର୍ଦ୍ଦୟ
Couplet 122
ବ୍ୟାଧ ଯେସନେ ମୃଗ ମାରିଶବଦ ଘଣ୍ଟି ଚାଳେ ଧରି
Couplet 123
ସୁସ୍ୱରନାଦେ ଗାଇ ଗୀତହରଇ ମୃଗ ପଶୁ ଚିତ୍ତ
Couplet 124
ତାହାର ନାଦ ଶୁଣି କର୍ଣ୍ଣେଲୋଭେ ମିଳନ୍ତି ପଶୁଗଣେ
Couplet 125
ତାହାର ବାଣେ କ୍ଷତ ହୋଇବିକଳେ ବନେ ସେ ପଳାଇ
Couplet 126
ରୁଧିରଧାରା କଳେବରଜୀବନ ଛାଡ଼ଇ ତାହାର
Couplet 127
ତେମନ୍ତ କଲା ନନ୍ଦବଳାଆମ୍ଭର କୁଚେ ନଖ ଦେଲା
Couplet 128
ବ୍ୟାପାର କରନ୍ତେ ତା ଦେଖିବିକଳେ ବୁଜୁଁ ବେନିଆଖି
Couplet 129
ଜୀବନ ତାର ଦେହେ ଥାଇକରଚରଣ ନ ଚଳଇ
Couplet 130
ଅନଙ୍ଗରୂପ ଦାମୋଦରତୁହିଁ ଯେ ଉପମନ୍ତ୍ରୀ ତାର
Couplet 131
କହିଲେ କହ ଆନ କଥାକୃଷ୍ଣ ସନ୍ଦେଶେ ମନବ୍ୟଥା
Couplet 132
ଏମନ୍ତେ ଭ୍ରମରକୁ ଚାହିଁପୁଣି ବୋଲଇ ଗୋପଗୋଈ
Couplet 133
ଗୋବିନ୍ଦ ସଖା ଅଟୁ ତୁହିପୁଣି ଅଇଲୁ କାହିଁପାଇଁ
Couplet 134
ପ୍ରିୟ ପେଷିଲେ ମୋର ପାଇଁମାଗ ତୁ କି ଦେବା ବଧାଇ
Couplet 135
ସାଧୁଜୀବନ ତୋର ଧନ୍ୟମୋହର ଅଟୁ ବଡ଼ ମାନ୍ୟ
Couplet 136
ଏ ଗୋପପୁରେ ଅଛି ମୁହିଁକେମନ୍ତେ ଘେନିଯିବୁ ତୁହି
Couplet 137
ଏ କଥା କହ ନିଶ୍ଚେଁ ତୁହିଯେମନ୍ତେ ପ୍ରତେ ଯିବି ମୁହିଁ
Couplet 138
ଛାଡ଼ି ନ ପାରି ଯାର ସଙ୍ଗଲକ୍ଷ୍ମୀ ବସଇ ବାମଅଙ୍ଗ
Couplet 139
ଶୁଣ ଭ୍ରମର ମୋ ଉତ୍ତରକୃଷ୍ଣ ଯେ ଗଲେ ମଧୁପୁର
Couplet 140
ଅଛିଟି ଶ୍ରୀକୃଷ୍ଣ କୁଶଳେଭାଇ ବଳରାମଙ୍କ ମେଳେ
Couplet 141
ପିତା ଜନନୀ ଗୋପକୁଳେକୃଷ୍ଣ କି ସମରଇ ବେଳେ
Couplet 142
ଆମ୍ଭର କଥା କୃଷ୍ଣ ମୁଖେଭ୍ରମର ଶୁଣୁଟିକି ସୁଖେ
Couplet 143
କୃଷ୍ଣର ଭୁଜଦଣ୍ତ ଦୁଇଅଗୁରୁ ପ୍ରାୟେକ ବାସଇ
Couplet 144
ଶିରେ ଚାପିବୁ କହ କେବେଆମ୍ଭର ପ୍ରିୟ ଅଟୁ ଯେବେ
Couplet 145
ତେବେ ଛାଡିବୁ ଅଭିମାନକହିଣ ହୋଇଲା ମଉନ
Couplet 146
କହନ୍ତି ବ୍ୟାସଙ୍କ ନନ୍ଦନରାଜନ ଶୁଣ ସାବଧାନ
Couplet 147
କୃଷ୍ଣର ତହିଁ ଦୃଢଭାବଗୋପୀଙ୍କୁ ଦେଖିଣ ଉଦ୍ଧବ
Couplet 148
ଗୋବିନ୍ଦ ଆଜ୍ଞା ଗୋପୀମଧ୍ୟେଉଦ୍ଧବ କହଇ ଆନନ୍ଦେ
Couplet 149
ଶୁଣିବା ସର୍ବ ଗୋପୀଜନତୁମ୍ଭ ଜୀବନ ବଡ଼ ଧନ୍ୟ
Couplet 150
ସକଳ ଲୋକେ ତୁମ୍ଭ ପୂଜାକି ପଟାନ୍ତର ଦେବା ଦୁଜା
Couplet 151
ଗୋବିନ୍ଦ ପାଦେ ଯାର ମନନିଶ୍ଚଳେ ହୋଏ ନିମଗନ
Couplet 152
ବ୍ରତ ସାଧନ ଦାନ ତପବେଦପଠନ ହୋମ ଜପ
Couplet 153
ପ୍ରାଣସଂଯମ ଯୋଗମତେଜୀବର ଶ୍ରେୟକର୍ମ ଯେତେ
Couplet 154
ବିଷ୍ଣୁର ଭକତି ସାଧନଏଣେ ନିର୍ମଳ ତୁମ୍ଭମନ
Couplet 155
ଗୋବିନ୍ଦ ଭାବେ ତୁମ୍ଭ ଚିତ୍ତନିବିଡେ଼ ନିତ୍ୟେ ଉପଗତ
Couplet 156
କୃଷ୍ଣରେ ଭକତି ତୁମ୍ଭରମୁନିମନୁଷ୍ୟେ ଅଗୋଚର
Couplet 157
ମନୁଷ୍ୟ ଜନ୍ମେ ତୁମ୍ଭ ଭାବବ୍ରହ୍ମାଣ୍ତମଧ୍ୟେ କେ ପାଇବ
Couplet 158
ତନୟ ପତି ଦେହଭାବସ୍ୱଜନ ଭବନ ବାନ୍ଧବ
Couplet 159
ଛାଡି ଭଜିଲ କୃଷ୍ଣପାଦେଦୁଃଖୁ ତରିଲ ଅପ୍ରମାଦେ
Couplet 160
ଏକାନ୍ତଭାବ କୃଷ୍ଣତହିଁଦେବେ ପାଇବେ ଅବା କାହିଁ
Couplet 161
ତୁମ୍ଭର ହରିଭାବ ଦେଖିନିର୍ମଳ କଲି ଚର୍ମଆଖି
Couplet 162
ଶୁଣ ଗୋବିନ୍ଦ ଆଜ୍ଞା ଧୀରେକହିବି ତୁମ୍ଭର ଛାମୁରେ
Couplet 163
ତୁମ୍ଭ ଭକତିଭାବ ଚିତ୍ତେଗୋବିନ୍ଧ କହିଛନ୍ତି ଯେତେ
Couplet 164
ଉଦ୍ଧବ କୃଷ୍ଣର ବଚନକହେ କରାଇ ସାବଧାନ
Couplet 165
ଶୁଣ ଗୋ ତୁମ୍ଭେ ଗୋପୀଜନେତୁମ୍ଭେ ଯେ ଦୁଃଖ କର ମନେ
Couplet 166
ତୁମ୍ଭ ବିୟୋଗ ମୋର ନାହିଁପ୍ରାଣୀଙ୍କ ପ୍ରାଣ ମୁଁ ଅଟଇ
Couplet 167
ପ୍ରାଣୀଙ୍କ ଦେହେ ପଞ୍ଚଭୂତଯେହ୍ନେ ଜଡ଼ିତ ଅବିରତ
Couplet 168
ମନର ସଙ୍ଗେ ପ୍ରାଣ ବୁଦ୍ଧିଦଶଇନ୍ଦ୍ରିୟ ଗୁଣେ ଛନ୍ଦି
Couplet 169
ମୋହର ଆତ୍ମାଭାବ ଦେଇସର୍ଜି ପାଳଇ ସଂହାରଇ
Couplet 170
ମୋହର ମାୟା ଅନୁଭବଭୂତ ଇନ୍ଦ୍ରିୟ ଗଣ ସର୍ବ
Couplet 171
ଏ ଜୀବ ଆତ୍ମା ଗୁଣ ହୀନବିବେକ ଶୁଦ୍ଧ ଚଇତନ
Couplet 172
ସୁଷୁପ୍ତି ସ୍ୱପ୍ନ ଉଜାଗରମନର ବୃତ୍ତି ଏ ବେଭାର
Couplet 173
ଇନ୍ଦ୍ରିୟଅର୍ଥେ ଯେଣେ ଧ୍ୟାୟିସ୍ୱପନ ସତ୍ୟପ୍ରାୟ ହୋଇ
Couplet 174
ନିଦ୍ରା ବିଯୋଗେ ପୁରୁଷଙ୍କୁସେ ମାୟା ନ ଲାଗେ ତାହାଙ୍କୁ
Couplet 175
ଏ ଭାବେ ଜ୍ଞାନ ଯାର ହୋଇସଂସାର ତାକୁ ନ ଲାଗଇ
Couplet 176
ବେଦବେଦାନ୍ତର ଏ ଅର୍ଥମୁନିଙ୍କ ସାଂଖ୍ୟଯୋଗ ମତ
Couplet 177
ସନ୍ୟାସ ତପ ଧର୍ମ ସତ୍ୟପଠନ ସାଧନ ସମେତ
Couplet 178
ମନ ନିରୋେଧେ ସର୍ବସିଦ୍ଧିଜଳଧି ମଧ୍ୟେ ଯେହ୍ନେ ନଦୀ
Couplet 179
ତୁମ୍ଭଙ୍କୁ ମୋର ମାୟା ନାହିଁତେଣୁ ରହିଲି ଦୂର ହୋଇ
Couplet 180
ଚନ୍ଦ୍ରକୁମୁଦ କେତେ ଦୂରପୀରତି ଅଜର ଅମର
Couplet 181
ତୁମ୍ଭ ନୟନ ମନ ସଙ୍ଗବଢିବ ମୋର ଅନୁରାଗ
Couplet 182
ଯାହାର ସ୍ୱାମୀ ଥାଇ ଦୂରେପ୍ରିୟାର ମନ ତା ସଙ୍ଗରେ
Couplet 183
ମନରୁ କ୍ଷଣେ ନ ଛାଡ଼ନ୍ତିଭାବ ହୃଦୟଗତେ ଚିନ୍ତି
Couplet 184
ଚକ୍ଷୁ ଗୋଚରେ ସ୍ୱାମୀ ଥିଲେମନ ତା ନ ରହେ ନିଶ୍ଚଳେ
Couplet 185
ମୋହର ତହିଁ ଦେଇ ମନଛାଡ଼ି ସକଳ ମାୟାଭ୍ରମ
Couplet 186
ନିରତେ ନାମ ସୁମରଣେମୋ ଦେହ ପାଇବ ମରଣେ
Couplet 187
ଏ ବୃନ୍ଦାବନ ତୁମ୍ଭ ସଙ୍ଗେଯେ ଗୋପୀ ରାସକ୍ରୀଡ଼ା ରଙ୍ଗେ
Couplet 188
ଯାଇ ନ ପାରି ସ୍ୱାମୀବଳେପ୍ରାଣ ଛାଡ଼ିଲା ଧ୍ୟାନଭୋଳେ
Couplet 189
ଆକାଶେ ଥିଲେ ଦେବେ ଚାହିଁପଶିଲା ମୋର ଦେହେ ଯାଇ
Couplet 190
କହନ୍ତି ଶୁକ ମହାମୁନିଗୋପୀଏ କୃଷ୍ଣକଥା ଘେନି
Couplet 191
ଉଦ୍ଧବ ମୁଖକୁ ଅନାଇଁକହନ୍ତି କୃଷ୍ଣଭାବ ଲଇଁ
Couplet 192
ଆମ୍ଭର ଭାଗ୍ୟ ହେ ଉଦ୍ଧବକଂସ ସଂହାରିଲେ ମାଧବ
Couplet 193
ଆବର ଦୁଷ୍ଟଦୈତ୍ୟ ମଲେଯଦୁଙ୍କୁ କଷ୍ଟ ଦେଉଥିଲେ
Couplet 194
ସକଳ ଅର୍ଥ ସିଦ୍ଧ କରିସୁଖେ ଅଛନ୍ତି ରାମହରି
Couplet 195
ଯାଦବ ଭୋଜବଂଶ ଆଦିକଂସର ଯେତେ ଥିଲେ ବାଦୀ
Couplet 196
କଂସକୁ ମାରି କଲେ ସୁଖୀଦୁଷ୍ଟେ ଭାଜିଲେ ତାହା ଦେଖି
Couplet 197
ସଭିଁଙ୍କୁ କରାଇ ହରଷତହିଁ ରହିଲେ ପୀତବାସ
Couplet 198
ମଥୁରାନାରୀଙ୍କର ମଧ୍ୟେକୃଷ୍ଣ କି ଅଛନ୍ତି ଆନନ୍ଦେ
Couplet 199
ଆମ୍ଭର କଥା ତାଙ୍କ ଆଗେଗୋବିନ୍ଦ କହେ କି ପ୍ରସଙ୍ଗେ
Couplet 200
ତାହାଙ୍କ ସ୍ନେହଭାବ ଘେନିଛାଡ଼ିଲେ ଗୋପର କାମିନୀ
Couplet 201
ଏ ବୃନ୍ଦାବନେ ରାତ୍ରିକାଳେକୁନ୍ଦ କୁସୁମ ପରିମଳେ
Couplet 202
ନୁପୁର କଙ୍କଣ ଶବଦେନାଚୁ ଯେ ଥିଲେ ଗୋପୀମଧ୍ୟେ
Couplet 203
ଆମ୍ଭର ସଙ୍ଗେ ରମୁଥାଇକୃଷ୍ଣ କି ତାହା ସୁମରଇ
Couplet 204
ରାସକ୍ରୀଡ଼ାରେ ଯେତେ କଲାକ୍ଷଣ କ୍ଷଣକେ ନାନା ଲୀଳା
Couplet 205
ଦେଖି ଚକିତ ଦେବଗଣଦ୍ରବିଲା ସବୁଙ୍କରି ମନ
Couplet 206
ଆମ୍ଭେ ରମିଲୁ ତାର ଭାବେତାହା କି ସୁମରଇ ଏବେ
Couplet 207
ହୃଦୟ କଥା ଯେତେ କହୁଁତାହାର ଭାବେ ହୃଦେ ବହୁ
Couplet 208
ଉଦ୍ଧବ କହ ତୁମ୍ଭେ ସତଗୋପେ କି ଆସିବେ ଅନନ୍ତ
Couplet 209
ତାର ନ ପାଇ ଅଙ୍ଗସଙ୍ଗଦହଇ ପ୍ରତିକ୍ଷଣେ ଅଙ୍ଗ
Couplet 210
ଆଶ୍ୱାସ କରି ନିଜ କରେଜୀବନ ଦେବେ କି ଆମ୍ଭରେ
Couplet 211
ବରଷା ଜଳ ପାଇ ଯେହ୍ନେଜୀବନ ପାନ୍ତି ତରୁ ବନେ
Couplet 212
ତାହାର ଆଶ୍ରେ ଭୃତ୍ୟ ହୋଇଜୀବନ ରଖୁ ମୁଖ ଚାହିଁ
Couplet 213
ସେ ହରି ଆମ୍ଭଙ୍କୁ ତେଜିଲାମଥୁରାପୁରେ ବିଜେ କଲା
Couplet 214
କଂସକୁ ମାରି ରାଜ୍ୟ ପାଇରାଜା ହୋଇଲେ କୃଷ୍ଣ ତହିଁ
Couplet 215
ରାଜକନ୍ୟାଙ୍କୁ ହେବେ ବିଭାଯାଦବ ମଧ୍ୟେ ଯାର ଶୋଭା
Couplet 216
କ୍ଷତ୍ରିୟ ବୃତ୍ତି ଆଚରିଲେସେ କିମ୍ପା ଗୋପପୁଅ ତୁଲେ
Couplet 217
ଗୋରୁଙ୍କ ସଙ୍ଗେ ନେବେ ଦିନକିମ୍ପା ଭ୍ରମିବେ ବନେ ବନ
Couplet 218
ସେ କାହିଁ ଗୋପକୁ ଆସିବଏମନ୍ତ ନ ଦେଖୁ ଉଦ୍ଧବ
Couplet 219
ସ୍ୱଭାବେ ଆମ୍ଭେ ବନଚାରୀଲକ୍ଷ୍ମୀ ଯାହାର ପରିବାରୀ
Couplet 220
ସେ ପୁରନାରୀଙ୍କ ଆୟତ୍ତତାର ବଚନ କାହିଁ ସତ୍ୟ
Couplet 221
ପିଙ୍ଗଳା ନାମେ ଥିଲା ବେଶ୍ୟାତାହାର ନ ପୂରିଲା ଆଶା
Couplet 222
ନିରାଶ ହୋଇଲା ସେ ଯେହ୍ନେଗୋପକାମିନୀ ଆମ୍ଭେ ତେହ୍ନେ
Couplet 223
ଗୋବିନ୍ଦ ଲୀଳାରସ ପାଇଆମ୍ଭେ ଗୋପୀଏ ତୋଷ ନୋହି
Couplet 224
ନଦୀ ପର୍ବତ ବନ ଦେଶେଗମଇଁ ବେଣୁନାଦ ଘୋଷେ
Couplet 225
ଆମ୍ଭର ତୁଲେ ଯାହା କଲାଅନେକ ବୃନ୍ଦାବନେ ଲୀଳା
Couplet 226
ଏଣୁ ସେ କୃଷ୍ଣଭାବ ଜାଣିମନ ଦହଇ ପୁଣ ପୁଣି
Couplet 227
ଦେଖିତ ପଦ୍ମପାଦ ଛାୟାକେମନ୍ତେ ପାସୋରିବୁ ତାହା
Couplet 228
ଲଳିତ ଗତି ହାସ ରଙ୍ଗେକୃଷ୍ଣ ଯେ ଚାହାନ୍ତି ତ୍ରିଭଙ୍ଗେ
Couplet 229
ମଧୁର ବଚନ ମୋହ୍ନକେମନ୍ତେ ପାସୋରିବୁ ମନ
Couplet 230
ହେ ନାଥ ରମାନାଥ ହରିଆରତଭଂଜନ ମୁରାରି
Couplet 231
ଆମ୍ଭର ଦେଖୁଅଛ ଦୁଃଖଗୋକୁଳ ଶୋକଜଳୁ ରଖ
Couplet 232
କହନ୍ତି ଶୁକ ବ୍ରହ୍ମଚାରୀତାପପଛାଡିଲେ ବ୍ରଜନାରୀ
Couplet 233
କୃଷ୍ଣ ସନ୍ଦେଶେ ମନ ସ୍ଥିରପୂଜିଲେ ଉଦ୍ଧବ ପୟର
Couplet 234
କୃଷ୍ଣର ପ୍ରାୟେ ପୂଜା କରିଉଦ୍ଧବ ସଙ୍ଗେ ଗୋପନାରୀ
Couplet 235
କେତେହେଁ ଦିନ ଗୋପପୁରେଗୋପୀଙ୍କ ମନ ତୋଷିବାରେ
Couplet 236
କୃଷ୍ଣର ରସ ଲୀଳା ଗାଇଗୋପୀଙ୍କ ମନ ସେ ରଞ୍ଜଇ
Couplet 237
ଯେତେ ଦିବସ ନନ୍ଦପୁରେଉଦ୍ଧବ ରହିଲା ନିର୍ଭରେ
Couplet 238
କୃଷ୍ଣର କଥା ରସମୟଗୋପୀ ବଂଚିଲେ କ୍ଷଣ ପ୍ରାୟ
Couplet 239
ଗୋପୀଙ୍କ ମନ ତୋଷ ପାଇଁଉଦ୍ଧବ କହଇ ମଣାଇଁ
Couplet 240
ଶୁଣ ସକଳ ବ୍ରଜନାରୀତୁମ୍ଭରେ ତୁଷ୍ଟ ନରହରି
Couplet 241
ତୁମ୍ଭେ ଗୋ ବଡ଼ ଭାଗ୍ୟବନ୍ତତୁମ୍ଭର ହୃଦ ଅବିରତ
Couplet 242
କୃଷ୍ଣହୁଁ ନ ଜାଣଇ ଆନଯେ ପ୍ରଭୁ ଗୋପୀଙ୍କ ଜୀବନ
Couplet 243
ତାହା ଘେନିଲ ତୁମ୍ଭେ ହୃଦେଈଶ୍ୱର ଗୁଣ ଅନୁବାଦେ
Couplet 244
ତୁମ୍ଭେ ଭେଦିଲେ ସେହୁ ହରିଦେବ ମାନବେ ନାହିଁ ସରି
Couplet 245
ଗୋପୀ ବୋଲନ୍ତି ହେ ଉଦ୍ଧବଆମ୍ଭର ପ୍ରାଣ ପଦ୍ମନାଭ
Couplet 246
ଆମ୍ଭର ଦେହ ଗୋପପୁରେଜୀବନ କୃଷ୍ଣର ଶରୀରେ
Couplet 247
ମନବଚନ କୃଷ୍ଣ ପାଦେବ୍ୟାପାର କରୁ ଘର ମଧ୍ୟେ
Couplet 248
ତୁମ୍ଭଙ୍କୁ କହିଲୁଟି ସତ୍ୟଆମ୍ଭର ପ୍ରାଣ ଗୋପୀନାଥ
Couplet 249
ନଦୀ କାନନ ଗିରି ତଟେକୁସୁମତରୁଙ୍କ ନିକଟେ
Couplet 250
ଉଦ୍ଧବେ ଘେନି ଗୋପନାରୀଦେଖାନ୍ତି କରେ କର ଧରି
Couplet 251
ଦେଖ ଉଦ୍ଧବ କୃଷ୍ଣଲୀଳାଯହିଁ ଯେମନ୍ତ କରିଥିଲା
Couplet 252
ଗୋପୀଙ୍କ ଦେଖି କୃଷ୍ଣଭାବଆନନ୍ଦେ ବୋଲଇ ଉଦ୍ଧବ
Couplet 253
ଗୋପୀଙ୍କ ପାଦତଳେ ପଡ଼ିଉଦ୍ଧବ କହେ କରଯୋଡ଼ି
Couplet 254
ଏ ଗୋପୀମାନଙ୍କର ଜନ୍ମଏ ମହୀତଳେ ବଡ଼ ଧନ୍ୟ
Couplet 255
ଦେବେ ନ ଜାଣନ୍ତି ଯାହାଙ୍କୁଗୋପୀଏ ପାଇଲେ ତାହାଙ୍କୁ
Couplet 256
ଗୋପୀଏ କରି ନିତ୍ୟେ ଧ୍ୟାନନ ଜାଣି ପାଇଲେକ ଜ୍ଞାନ
Couplet 257
ବ୍ରହ୍ମାଶଙ୍କର ଆଦି କରିନିତ୍ୟେ ଚିନ୍ତନ୍ତି ଦୃଢେ ଧରି
Couplet 258
ଏ ଭାବ ଜାଣି ନ ପାରିଲେଗୋପୀଙ୍କି ଚଉବର୍ଗ ଦେଲେ
Couplet 259
ଭାବି ନ ପାନ୍ତି ବ୍ରହ୍ମମୁନିଏ ଭାବ ଜାଣିଲେ କାମିନୀ
Couplet 260
କୃଷ୍ଣିର ଗୀତନାଦେ ସୁଖୀପ୍ରେମେ ବିହ୍ୱଳ ପଦ୍ମମୁଖୀ
Couplet 261
ଆଶା ବଢିଲା କୃଷ୍ଣଦେହେଛାଡ଼ି ନ ପାରି ମାୟାମୋହେ
Couplet 262
କେମନ୍ତେ ଛାଡ଼ିବେ ମୁରାରୀପଦ୍ମା ଯାହାଙ୍କୁ ଆଶ୍ରେ କରି
Couplet 263
ରାସଉତ୍ସବେ ଏ କାମିନୀକୃଷ୍ଣଚରଣ କରେ ଘେନି
Couplet 264
ସ୍ତନ-ବଦନ-କରେ ଚାପିଛାଡ଼ିଲେ ତିନିତାପ ଗୋପୀ
Couplet 265
ଏହାଙ୍କୁ ପଦରଜ ମୁହିଁନିରତେ କପାଳେ ଘେନଇ
Couplet 266
ଏମନ୍ତେ ହୃଦେ ଲଭି ଭାବମଥୁରା ଗମନେ ଉଦ୍ଧବ
Couplet 267
ଗୋପୀଙ୍କି ଆଜ୍ଞା ମାଗି ଧୀରେନନ୍ଦ ଯଶୋଦାଙ୍କ ପୟରେ
Couplet 268
ଗୋପଙ୍କୁ ଆଲିଙ୍ଗନ ଦେଇରଥେ ବସିଲେ ତୋଷହୋଇ
Couplet 269
ଗୋପୀଗୋପାଳ ଆଦି କରିରଥରେ ନାନାଦ୍ରବ୍ୟ ଭରି
Couplet 270
ଉଦ୍ଧବ ପାଶେ ନନ୍ଦ କାନ୍ଦେକହଇ ଅଶ୍ରୁ ଗଦଗଦେ
Couplet 271
ଆମ୍ଭର ମନୋବାଞ୍ଛା ଯେତେସଙ୍କଳ୍ପ କରି ହୃଦଗତେ
Couplet 272
ସେ ସବୁ କୃଷ୍ଣପଦେ ଥାଉତା ନାମ ଧରି ଦିନ ଯାଉ
Couplet 273
ଆମ୍ଭର ମନ ତାର ପାଦେନିରତେ ରହୁ ଅପ୍ରମାଦେ
Couplet 274
ଆମ୍ଭେ ଯେ କର୍ମମାର୍ଗେ ଭ୍ରମିଫୁଟି ହୋଇଲୁ ପଥଶ୍ରମୀ
Couplet 275
ଈଶ୍ୱର ମାୟାତନ୍ତ୍ରେ ପଡ଼ିଜନ୍ମମରଣାପଥ ହୁଡ଼ି
Couplet 276
ଶୁଦ୍ଧ ଆଚାର ଜ୍ଞାନ ଭେଦେଗତି ପାଇବୁ କୃଷ୍ଣପାଦେ
Couplet 277
କହନ୍ତି ବ୍ୟାସଙ୍କର ସୁତଉଦ୍ଧବ ଗୋବିନ୍ଦର ଦୂତ
Couplet 278
ନମିଣ ଗୋପୀଙ୍କର ପାଦେନନ୍ଦ ଯଶୋଦା ପାଦେ ବନ୍ଦେ
Couplet 279
ଉଦ୍ଧବ ହୋଇଣ ଆନନ୍ଦମଥୁରା ଗଲେ ଅପ୍ରମାଦ
Couplet 280
ଗୋପୀଗୋପାଳ ଭାବ ଜାଣିକୃଷ୍ଣଙ୍କୁ କହେ ପୁଣପୁଣି
Couplet 281
ବସୁଦେବର ପାଶେ ଯାଇଆନନ୍ଦେ ରାମଙ୍କୁ ବସାଇ
Couplet 282
ଗୋପୀଙ୍କ ଉପହାର ଦ୍ରବ୍ୟନିକଟେ ଥୋଇଲା ଉଦ୍ଧବ
Couplet 283
ଦେଖି ଆନନ୍ଦ ବସୁଦେବହସନ୍ତି ଶ୍ରୀରାମ ମାଧବ
Couplet 284
ଉଦ୍ଧବ କହେ କଥାମାନତୋଷ ହୋଇଲେ ଭଗବାନ
Couplet 285
ବ୍ରାହ୍ମଣ ଦାସ ଜଗନ୍ନାଥଗୀତବିନୋଦେ ଭାଗବତ
Couplet 286
ଉଦ୍ଧବ ଜ୍ଞାନ ଯା କହିଲାଗୋପୀଗୋପାଳଙ୍କର ଲୀଳା
Couplet 287
ସେ କଥା ଶୁଣି ହୋଏ ତୋଷମନେ ସୁମରି କୃଷ୍ଣର
Couplet 288
ସୁଜନେ ଶୁଣ କର୍ଣ୍ଣପଥେଭକ୍ତି ହେବ ହୃଦଗତେ
Couplet 289
ନିରତେ ଭଜ ରାମହରିଏଣେ ତରିବ ଭବବାରି
Couplet 290
ସେ ଗୋପୀଗୋବିନ୍ଦ ଚରଣେସୁଜନେ ଚିନ୍ତ ଅନୁକ୍ଷଣେ