Skip to content
paribhaasha

Skandha 10

Adhyaya 50

  1. Couplet 1

    ଶୁଣ ପାଣ୍ତବ-ଚୂଡ଼ାମଣିମଥୁରାପୁରେ ଚକ୍ରପାଣି

  2. Couplet 2

    ସଂହାରି ଗଜ-ମାଲ-କଂସଯଦୁଙ୍କୁ ଦେଇ ଗ୍ରାମଦେଶ

  3. Couplet 3

    ସକଳ ବେଦବିଦ୍ୟା ଜାଣିଯମର ଘରୁ ପୁତ୍ର ଆଣି

  4. Couplet 4

    ଗୁରୁଙ୍କୁ କରି ସନମାନମୋହିଲେ ମଥୁରାଭୁବନ

  5. Couplet 5

    ଦୟାସାଗର ନରହରିମନେ ସୁମରି ଗୋପନାରୀ

  6. Couplet 6

    ଆନନ୍ଦେ ରଜନୀ ପାହିଲାରବିକିରଣ ପ୍ରକାଶିଲା

  7. Couplet 7

    ଉଦ୍ଧବେ ରାଇ ନରହରିକହନ୍ତି କରେ କର ଧରି

  8. Couplet 8

    ତୁ ଦେବଗୁରୁଙ୍କର ଶିଷ୍ୟଜ୍ଞାନ ତୋ ଅତି ହିଁ ବିଶେଷ

  9. Couplet 9

    ସୁବୁଦ୍ଧିଜନ ମଧ୍ୟେ ସାରଯାଦବକୁଳେ ମନ୍ତ୍ରୀବର

  10. Couplet 10

    ତୁ ଅଟୁ ମିତ୍ର ଯେଣୁ ମୋରକହଇ ଶୁଣ ମୋ ଉତ୍ତର

  11. Couplet 11

    ଏକାନ୍ତେ ଭଜୁଥାଉ ତୁହିତୋହର ମନ ମୁଁ ଜାଣଇଁ

  12. Couplet 12

    ତୁ ମୋର ପ୍ରିୟ ଅଟୁ ଯେବେଗୋପପୁରକୁ ଯାଅ ତେବେ

  13. Couplet 13

    ଅକ୍ରୁର ଯେତେବେଳେ ମୋତେରଥେ ବସାଇ ଗୋପପଥେ

  14. Couplet 14

    ଆଣିଲାବେଳେ ଗୋପନାରୀମୋହର ରଥ ଥିଲେ ଧରି

  15. Couplet 15

    ମୁଁ ତାଙ୍କୁ କହିଲି ବିଶ୍ୱାସେଉତ୍ସବ ଦେଖିବାର ଆଶେ

  16. Couplet 16

    ତୁମ୍ଭେ ଗୋ ଥାଅ ସ୍ଥିରମନେଆମ୍ଭେ ଆସିବୁ ଚାରିଦିନେ

  17. Couplet 17

    ତେଣୁ ସେ ଆମ୍ଭରେ ଭରଷାକରିଣଥିବେ ପ୍ରତିଆଶା

  18. Couplet 18

    ମୋତେ ନ ଦେଖି ଖେଦମନମରମେ ଦହଇ ମଦନ

  19. Couplet 19

    ନିମିଷେ ଶତଯୁଗ ମଣିଅଛନ୍ତି ଗୋପର ତରୁଣୀ

  20. Couplet 20

    ତୁ ମୋର ଆଜ୍ଞା ଘେନିଯାଅଗୋପ-କାମିନୀ ମଧ୍ୟେ କହ

  21. Couplet 21

    ଗୋପୀଙ୍କ ମନ ମୋର ତହିଁମୁଁ ତାଙ୍କ ଜୀବନ ଅଟଇ

  22. Couplet 22

    ଦେହବେଭାର ମୋର ଅର୍ଥେଛାଡ଼ି ଭଜିଲେ ମୋର ପଥେ

  23. Couplet 23

    ଇଷ୍ଟଦେବତା ତାଙ୍କ ମୁହିଁମୋ ତହୁଁ ଆନଗତି ନାହିଁ

  24. Couplet 24

    ଏ ଲୋକଧର୍ମ ଛାଡ଼ି ମୋତେଭଜନ୍ତି ଭକ୍ତିଭାବ ଚିତ୍ତେ

  25. Couplet 25

    ତାହାଙ୍କୁ ବହଇ ମୁଁ ହୃଦେସେବନ୍ତି ମୋର ପଦ୍ମପାଦେ

  26. Couplet 26

    ପ୍ରିୟଜନଙ୍କ ପ୍ରିୟ ମୁହିଁଦଇବେ ଦୂରେ ଅଛି ରହି

  27. Couplet 27

    ସଂସାର ଚେଷ୍ଟା ଛାଡ଼ି ଚିତ୍ତେମୋର ସଙ୍ଗତି ଅବିରତେ

  28. Couplet 28

    ନିତ୍ୟେ ସୁମରି ମୋର ଗତିକ୍ଷଣକ୍ଷଣକେ ମୋହ ଯାନ୍ତି

  29. Couplet 29

    ବିରହ-ବିଯୋଗେ କାତରମନ ନିବେଶି ମୋ ପୟର

  30. Couplet 30

    ଦେହ ଧରନ୍ତି ଅତିକଷ୍ଟେପଞ୍ଚପରାଣ କଣ୍ଠତଟେ

  31. Couplet 31

    କୃଷ୍ଣ ଆସିବେ ଗୋପପୁରଏଣେ ଭରଷା ତାହାଙ୍କର

  32. Couplet 32

    ଏମନ୍ତେ କୃଷ୍ଣର ସନ୍ଦେଶଘେନି ଉଦ୍ଧବ ମନେ ତୋଷ

  33. Couplet 33

    ଆନନ୍ଦେ ବସିଲା ବିମାନେଚଳିଲା ବରଜ-ଭୁବନେ

  34. Couplet 34

    ଦିବସଶେଷେ ଗୋପେ ମିଳିଗଗନେ ଉଡେ଼ ଗୋରୁଧୂଳି

  35. Couplet 35

    ରବି ପଶ୍ଚିମେ ଅସ୍ତ ଗଲାଉଦ୍ଧବ ଗୋପରେ ମିଳିଲା

  36. Couplet 36

    ଗୋପେ ପଶନ୍ତେ ଗୋରୁଙ୍କରଧୂଳିରେ ଛନ୍ନ ଦିବାକର

  37. Couplet 37

    ଗାଈଙ୍କ ଋତୁ ଦେଖି ତୋଷେଗର୍ଜିଣ ଧାଉଁଛନ୍ତି ବୃକ୍ଷେ

  38. Couplet 38

    ଗାଈଏ ସ୍ତନ କ୍ଷୀରଭାରେବତ୍ସାଙ୍କୁ ଡ଼ାକନ୍ତି ହୁଙ୍କାରେ

  39. Couplet 39

    ଯେସନେ ସମୁଦ୍ର ଉଲ୍ଲୋଳବତ୍ସାଏ ଧାମନ୍ତି ଗହଳ

  40. Couplet 40

    ଗୋରୁେଦୋହନ ରାବ ସଙ୍ଗେମୁରଲୀ ନାଦ ନବରଙ୍ଗେ

  41. Couplet 41

    ରାମଗୋବିନ୍ଦଙ୍କ ଚରିତବେଣୁଶବଦେ ପୂରେ ଗୀତ

  42. Couplet 42

    ଗୋପୀଗୋପାଳ ରୂପବନ୍ତସୁନ୍ଦର ଘର ଦ୍ୱାର ପଥ

  43. Couplet 43

    ଅଗ୍ନି ଅତିଥି ବିପ୍ରଗଣେଗୁରୁଦେବତାଙ୍କ ପୂଜନେ

  44. Couplet 44

    ଧୂପ ପ୍ରଦୀପ ପୁଷ୍ପସାରସୁନ୍ଦର ଗୋପାଳଙ୍କ ପୁର

  45. Couplet 45

    ପୁଷ୍ପିତବନ ଚାରିଦିଗେପକ୍ଷୀ ଭ୍ରମର ନାଦ ରଙ୍ଗେ

  46. Couplet 46

    ପଦ୍ମକୁମୁଦେ ଜଳରାଶିହଂସ-ସାରସେ ପରଶଂସି

  47. Couplet 47

    ଅତି ସୁନ୍ଦର ଗୋପପୁରକି ଅବା ଦେବା ପଟାନ୍ତର

  48. Couplet 48

    ନନ୍ଦର ମନ୍ଦିରେ ଉତ୍ସବଆନନ୍ଦେ ମିଳିଲେ ଉଦ୍ଧବ

  49. Couplet 49

    ନନ୍ଦ ଉଠିଲା ବେଗେ ଦେଖିତକ୍ଷଣେ ଆସନ ଉପେକ୍ଷି

  50. Couplet 50

    ଜାଣିଲା କୃଷ୍ଣର ଏ ଦୂତଆନନ୍ଦେ ନନ୍ଦ କୃତକୃତ୍ୟ

  51. Couplet 51

    କୃଷ୍ଣର ପ୍ରାୟ ତାକୁ ମଣିପୂଜିଲା ଦେଇ ଅର୍ଘ୍ୟ ପାଣି

  52. Couplet 52

    ଦଧି ଶାକର କ୍ଷୀର ଅନ୍ନଭୁଞ୍ଜି ଉଦ୍ଧବ ତୋଷମନ

  53. Couplet 53

    ତାମ୍ବୁଳ ମୁଖବାସ ଦେଇପଲ୍ୟଙ୍କେ ବସାଇଲା ନେଇ

  54. Couplet 54

    ସୁଖେ ବସାଇ କୃଷ୍ଣଦୂତନନ୍ଦ ହୋଇଲା କୃତକୃତ୍ୟ

  55. Couplet 55

    ଉଦ୍ଧବ ପଦେ ଦେଇ କରଶୋକେ କହଇ ଗୋପବୀର

  56. Couplet 56

    ତୁ ଭାଗ୍ୟବନ୍ତ ଯଦୁବୀରମିତ୍ର ବସୁଦେବ ମୋହର

  57. Couplet 57

    ତାର କୁଶଳେ ମୋର ଇଷ୍ଟନିଶ୍ଚୟେ ମଲା କଂସ ଦୁଷ୍ଟ

  58. Couplet 58

    ସାଧୁଙ୍କୁ ଦିଏ ଯେ କଷଣତାକୁ ସଂହାରେ ନାରାୟଣ

  59. Couplet 59

    କଂସର ସଙ୍କଟୁ ତାରିଲା ବନ୍ଧୁବାନ୍ଧବ ଆବୋରିଲା

  60. Couplet 60

    ଏ କଥା ଭାଗ୍ୟଟି ଆମ୍ଭରଉଦ୍ଧବ ଶୁଣ ମୋ ଉତ୍ତର

  61. Couplet 61

    ତୁ ଯେ ଗୋବିନ୍ଦର ବିଶ୍ୱାସକ୍ଷଣେ ନ ଛାଡ଼ୁ ତାର ପାଶ

  62. Couplet 62

    କୃଷ୍ଣକୁ ମୋର ବଡ଼ ସ୍ନେହତାର କୁଶଳ ମୋତେ କହ

  63. Couplet 63

    ଯଶୋଦା ଜନନୀ ତାହାରସୁହୃଦେ ଗୋପର କୁମର

  64. Couplet 64

    ଗୋରୁ ଗୋପାଳ ଗୋପପୁରସେ କୃଷ୍ଣ ଜୀବନ ଆମ୍ଭର

  65. Couplet 65

    ଏ ବୃନ୍ଦାବନ ଗୋବର୍ଦ୍ଧନଯମୁନାଜଳ ରମ୍ୟସ୍ଥାନ

  66. Couplet 66

    ଉଦ୍ଧବ କହ ତୁ ବହନକୃଷ୍ଣ କି କରେ ସୁମରଣ

  67. Couplet 67

    ବନ୍ଧୁବାନ୍ଧବ ଦେଖିବାରେସେ କୃଷ୍ଣ ଆସିବ କି ବାରେ

  68. Couplet 68

    ନିଶ୍ଚୟ ସତ୍ୟ କି ଉଦ୍ଧବଦୟା କି କରିବେ ମାଧବ

  69. Couplet 69

    କେବେ ଦେଖିବୁ ତା ବଦନସୁନ୍ଦର ଚକ୍ଷୁ ନାସା କର୍ଣ୍ଣ

  70. Couplet 70

    ରଙ୍ଗଅଧର ସ୍ମିତମୁଖଦେଖିଲେ ଖଣ୍ତେ ଭବଦୁଃଖ

  71. Couplet 71

    ଦାବାନଳର ମୁଖୁଁ ତାରିଇନ୍ଦ୍ର ବିବାଦେ ଗିରି ଧରି

  72. Couplet 72

    ବୃଷଭ ଅଘା ମଣିଚୂଡ଼ତୃଣ ଶକଟ ବକାସୁର

  73. Couplet 73

    ଅନେକ ମାରି ଘୋର ଦୃଷ୍ଟଆମ୍ଭର ଫେଡ଼ିଲା ସଙ୍କଟ

  74. Couplet 74

    ଅପାଙ୍ଗ କଟାକ୍ଷ ଲୋଚନସୁନ୍ଦର ହସିତ ବଦନ

  75. Couplet 75

    ମେଘ-ଗଭୀର ମୃଦୁବାଣୀତାହାର ଲୀଳା ମନେ ଗୁଣି

  76. Couplet 76

    ଆମ୍ଭର କ୍ରିୟାକର୍ମ ଗଲାସୁମରି ଗୋବିନ୍ଦର ଲୀଳା

  77. Couplet 77

    ନଦୀ ପର୍ବତ ବନଭୂଇଁଗୋବିନ୍ଦ ପାଦଚିହ୍ନ ଚାହିଁ

  78. Couplet 78

    ଯହିଁ ଯେମନ୍ତେ କ୍ରୀଡ଼ା କଲା ଆମ୍ଭର ମନରୁ ନ ଗଲା

  79. Couplet 79

    ଚିତ୍ତ ନ ରହେ ହୃଦଗତେଜୀବନ ଧରିବୁ କେମନ୍ତେ

  80. Couplet 80

    ଗର୍ଗବଚନ ମନେ ଗୁଣିନିଶ୍ଚୟେ ଅଛଇ ମୁଁ ଜାଣି

  81. Couplet 81

    ଯଦୁବଂଶର ସୁଖହିତେକେଉଁ ଦେବତା ଭୂମିଗତେ

  82. Couplet 82

    ଉଭୟ ରୂପେ ଅବତାରଜୀବନ ରହିଲା ଆମ୍ଭର

  83. Couplet 83

    ଦଶସହସ୍ର ମତ୍ତଗଜବଳ ବହଇ ଭୋଜରାଜ

  84. Couplet 84

    ଚାଣୂର ମୁଷ୍ଟିକ ଯେମନ୍ତଗଜ କୁବଳୟା ମାହୁନ୍ତ

  85. Couplet 85

    ଏହାଙ୍କୁ ଲୀଳାୟେ ସଂହାରିପଶୁଙ୍କୁ ଯେସନେ କେଶରୀ

  86. Couplet 86

    କଂସର ଯେଉଁ ଯାତ୍ରା ଧନୁଉଦ୍ଧବ ତୁ ତ ଭଲେ ଜାଣୁ

  87. Couplet 87

    ସ୍ୱଭାବେ ଉଚ୍ଚ ତିନିତାଳବଜ୍ରହୁଁ ଆଣ୍ଟ ତାର ବଳ

  88. Couplet 88

    ସେ ଧନୁ କଲା ବେନିଖଣ୍ତହସ୍ତୀ ଯେସନେ ଇକ୍ଷୁଦଣ୍ତ

  89. Couplet 89

    ବରଷା ଦେଖି ଗୋପପୁରହସ୍ତେ ତୋଳିଲା ଗିରିବର

  90. Couplet 90

    ସପତଦିନ ବରଷିଲାକୃଷ୍ଣ କରେ ଗରି ଥିଲା

  91. Couplet 91

    ପ୍ରଳମ୍ବା ଧେନୁକା ଦଇତଷଣ୍ଢା ଅସୁର ତୃଣାବର୍ତ୍ତ

  92. Couplet 92

    ବକା ମାୟାବୀ ବଳବନ୍ତଦେବଦେନବେ ଦେଖି ଭୀତ

  93. Couplet 93

    ଏହାଙ୍କୁ ହେଳାଏ ମାଇଲାଲୀଳାମାତ୍ରକେ ମୋର ବଳା

  94. Couplet 94

    ଶୁକ ବୋଲନ୍ତି ରାୟେ ଶୁଣନନ୍ଦ ସୁମରି କୃଷ୍ଣଗୁଣ

  95. Couplet 95

    ସୁତ-ଲାଳସେ ଦୃଢ ଚିତ୍ତକାନ୍ଦଇ ପ୍ରାଣ କଣ୍ଠାଗ୍ରତ

  96. Couplet 96

    କଣ୍ଠକୁଣ୍ଠିତ ଶୋକନାଦେପଡ଼ଇ କୃଷ୍ଣଦୂତ ପାଦେ

  97. Couplet 97

    ପ୍ରେମ ଆନନ୍ଦ ହୃଦେ ଘେନିବିକଳେ ନନ୍ଦ ହେଲା ତୁନି

  98. Couplet 98

    ନନ୍ଦ କହଇ କୃଷ୍ଣକଥାଶୁଣି ଯଶୋଦା ମନେ ବ୍ୟଥା

  99. Couplet 99

    ପୁତ୍ରର ଗୁଣକର୍ମମାନଗୁଣି ହୋଇଲା ହତଜ୍ଞାନ

  100. Couplet 100

    କ୍ଷୀର ବରଷି ପୟୋଧରେକାନ୍ଦଇ ଶୋକେ ଗୁରୁତରେ

  101. Couplet 101

    ଏମନ୍ତ ଶୋକ ତାଙ୍କ ଦେଖିଉଦ୍ଧବ ମନେ ଉପଲକ୍ଷ୍ୟି

  102. Couplet 102

    ନନ୍ଦ-ଯଶୋଦାଙ୍କର ଭାଗ୍ୟକୃଷ୍ଣ-ବିଷୟେ ଅନୁରାଗ

  103. Couplet 103

    ଦେଖି ଉଦ୍ଧବ ମନେ ଗୁଣିଆନନ୍ଦେ କହେ ମୃଦୁବାଣୀ

  104. Couplet 104

    ମୋ ବୋଲ ଶୁଣ ନନ୍ଦରାୟେଜ୍ଞାନ ନ ହାର ମାୟାମୋହେ

  105. Couplet 105

    ଏ ମହୀତଳେ ଯେତେ ଜନତାହାଙ୍କ ମଧ୍ୟେ ତୁମ୍ଭେ ଧନ୍ୟ

  106. Couplet 106

    ଏଡେ଼ ଭକତି ଯୋଗସାରଗୋବିନ୍ଦ ବିଷୟେ ତୁମ୍ଭର

  107. Couplet 107

    ଏ ବଳରାମ ଶିରୀଧରଜଗତ ଜନନୀ ପିଅର

  108. Couplet 108

    ପ୍ରଧାନ ପୁରୁଷ ଏ ଦୁଇଭଲେ ନିଗମ ନ ଜାଣଇ

  109. Couplet 109

    ଜୀବର ଜୀବନ ମୁରାରିପ୍ରକୃତି ରାମରୂପ ଧରି

  110. Couplet 110

    ସକଳଭୂତେ ଅନ୍ତର୍ଯ୍ୟାମୀପୁରାଣ ପୁରୁଷ ଏ ବେନି

  111. Couplet 111

    ଜୀବର ଜ୍ଞାନ ଏ ଈଶ୍ୱରବିଷ୍ଣୁର ମାୟା ଅଗୋଚର

  112. Couplet 112

    ପ୍ରାଣ-ବିଯୋଗ-କାଳେ ଜନତାହାଙ୍କ ପାଦେ ଦେଲେ ମନ

  113. Couplet 113

    ଅର୍ଜିଲା ଶୁଭାଶୁଭକର୍ମତକ୍ଷଣେ କରଇ ଦହନ

  114. Couplet 114

    କୋଟିଏ ସୂର୍ଯ୍ୟ ତେଜ ବହିପରମବ୍ରହ୍ମେ ନିମଜ୍ଜଇ

  115. Couplet 115

    ଭାରା ନିବାରଣେ ଅନନ୍ତମନୁଷ୍ୟେ ହୋଇଛନ୍ତି ଜାତ

  116. Couplet 116

    ଅଖିଳ-ଲୋକଆତ୍ମା-ହରିସୃଷ୍ଟି ପାଳନେ ଅଧିକାରୀ

  117. Couplet 117

    ତୁମ୍ଭର ଭାବ କୃଷ୍ଣ ତହିଁଏମନ୍ତ ଦେଖିଲାତ ନାହିଁ

  118. Couplet 118

    ମନୁଷ୍ୟ ସାଧ୍ୟକର୍ମ ଯେତେତୁମ୍ଭେ ନ କଲ ଅବା କେତେ

  119. Couplet 119

    ତୁମ୍ଭର ପ୍ରିୟ ସେ ମାଧବନିକଟେ ଗୋପକୁ ଆସିବ

  120. Couplet 120

    କଂସ ସଂହାରି ରଙ୍ଗମଧ୍ୟେସକଳ ଜନ ସୁଖ ସାଧେ

  121. Couplet 121

    ଯେ କଂସ ଜଗତର ଖଳଭୟେ କମ୍ପନ୍ତି ଯଦୁବଳ

  122. Couplet 122

    ତାହାକୁ ମାରି ନରହରିଯାହା ବୋଇଲେ ହସ୍ତଧରି

  123. Couplet 123

    ସେ କଥା କରିବେ ତୁମ୍ଭରସତ୍ୟବଚନ ଏ ମୋହର

  124. Couplet 124

    ଖେଦ ନ କର ତୁମ୍ଭେ ହୃଦେକୃଷ୍ଣ ପାଇବ ଅପ୍ରମାଦେ

  125. Couplet 125

    ସେ ହରି ସର୍ବଭୂତ ଦେହେନିବାସ ଆଦିତ୍ୟର ପ୍ରାୟେ

  126. Couplet 126

    ତାହାର ପ୍ରିୟ-ରିପୁ ନାହିଁଉତ୍ତମ ମଧ୍ୟମ ନୋହଇ

  127. Couplet 127

    ସମ-ଅସମ ନାହିଁ ତାରଭାବକୁ ଥାଇ ନିକଟର

  128. Couplet 128

    ନାହିଁ ତାହାର ତାତ-ମାତଦାରା-ତନୟ-ବନ୍ଧୁ-ମିତ୍ର

  129. Couplet 129

    ପରଆପଣା ଯାର ନାହିଁତାହାର ଜନ୍ମମମୃତ୍ୟୁ କାହିଁ

  130. Couplet 130

    ତ୍ରିବିଧକର୍ମ ନାହିଁ ତାରଯେତେ ଏ ଲୋକର ବେଭାର

  131. Couplet 131

    ଦେବ ମନୁଷ୍ୟ ପଶୁଯୋନିତାହାର ଯୋଗମାୟା ଘେନି

  132. Couplet 132

    ଜନ୍ତୁଏ ଆତଯାତ ହୋନ୍ତିଜଳଫୋଟକା ଯେହ୍ନେ ଥାନ୍ତି

  133. Couplet 133

    କେବଳ କ୍ରୀଡ଼ାରଙ୍ଗମତେସାଧୁଙ୍କୁ ରଖିବା ନିମନ୍ତେ

  134. Couplet 134

    ଜଗତେ ବହଇ ଶରୀରଧର୍ମପାଳନେ ଶିରୀଧର

  135. Couplet 135

    ନିର୍ଗୁଣ ହୋଇ ଗୁଣେ ମିଶେଜଗତ ପାଳିବାର ଆଶେ

  136. Couplet 136

    ସ୍ୱଭାବେ ଚେଷ୍ଟା ଯାର ନାହିଁତ୍ରିଗୁଣେ ପ୍ରତିମା ନଚାଇ

  137. Couplet 137

    ସର୍ଜଇ ପାଳଇ ଜଗତଅନନ୍ତ କରୁଥାଇ ଅନ୍ତ

  138. Couplet 138

    ଭ୍ରମନ୍ତା ପ୍ରାଣୀଙ୍କର ଯେହ୍ନେସଂସାରେ ଭ୍ରମୁଥାଇ ଶୂନ୍ୟେ

  139. Couplet 139

    ସେ ଯେହ୍ନେ ସତ୍ୟପ୍ରାୟ ମଣିଆପଣା ଭ୍ରମକୁ ନ ଜାଣି

  140. Couplet 140

    ଚିତ୍ତରେ ମାୟାଭ୍ରମ ଲଇଁବୋଲଇ କରୁଅଛି ମୁହିଁ

  141. Couplet 141

    ଏଟି ଜୀବର ଅହଙ୍କାରମାୟାଭିଆଣ ଏ ହରିର

  142. Couplet 142

    ତୁମ୍ଭେ ଯେ ବୋଲ ଦାମୋଦରନିଶ୍ଚୟ ଆମ୍ଭର କୁମର

  143. Couplet 143

    ସକଳ ଜନ୍ତୁ ଆତ୍ମଭୂତତାତଜନନୀ ସେ ଅନନ୍ତ

  144. Couplet 144

    ସକଳ ଜୀବଆତ୍ମା ହରିମାୟାର ବଳେ ଅଛି ଧରି

  145. Couplet 145

    ଏଣୁ ସେ ଈଶ୍ୱର ବୋଲାଇଜନ୍ମ ମରଣ ତାର ନାହିଁ

  146. Couplet 146

    ଯେତେ ହୋ ନନ୍ଦ ଦେଖୁ ତୁହିଭୂତଭବିଷ୍ୟ ଯେତେ ହୋଇ

  147. Couplet 147

    ସ୍ଥାବର ଜଙ୍ଗମ ଜଗତଯେତେକ ଅଳପ ବହୁତ

  148. Couplet 148

    ହରିହୁଁ ନୁହଇଟି ଆନସକଳ ପ୍ରଭୁ ଭଗବାନ

  149. Couplet 149

    ଉଦ୍ଧବ କହୁଁ ନନ୍ଦ ଆଗେରଜନୀ ପାହିଲାକ ବେଗେ

  150. Couplet 150

    ଗୋପୀଏ ନିଦ୍ରାଗତେ ଥିଲେଶୟନ ତେଜିଣି ଉଠିଲେ

  151. Couplet 151

    ବେଗେ ଜାଳିଲେ ଦୀପପନ୍ତିଦଧିମନ୍ଥନ୍ତେ ଦୃଢମତି

  152. Couplet 152

    ବାସ୍ତୁମାର୍ଜନ ଛେରା ଦେଇସୁବାସଜଳେ ମୁଖ ଧୋଇ

  153. Couplet 153

    ସ୍ୱଭାବେ ନାନା ଅଳଙ୍କାରଭୂଷଣ ମଣିରତ୍ନ ସାର

  154. Couplet 154

    ପ୍ରଦୀପ ତେଜେ ବିରାଜନ୍ତିଗଗନେ ଯେହ୍ନେ ତାରାପନ୍ତି

  155. Couplet 155

    ଖୁଆ ଦଉଡ଼ି ଧରି କରେଦଧି ମନ୍ଥନ୍ତି ଧୀରେ ଧୀରେ

  156. Couplet 156

    କରେ କଙ୍କଣ ତାଡ଼ ଶୋହେହୃଦରେ ହାର ଜନମୋହେ

  157. Couplet 157

    ସ୍ତନ ନିତମ୍ବ ହେମମାଳକୁଣ୍ତଳ ଅଳକା କପୋଳ

  158. Couplet 158

    ଚଳନ୍ତି ମନ୍ଥନର ବେଳାରଙ୍ଗକମଳ ପ୍ରାୟେ ଡେ଼ାଳା

  159. Couplet 159

    ପଦ୍ମଲୋଚନ ନାମ ଧରିଉଚ୍ଚେ ଗାବନ୍ତି ବ୍ରଜନାରୀ

  160. Couplet 160

    ଦଧିମନ୍ଥନର ଶବଦସଙ୍ଗେ ମିଳିଲା ଗୀତନାଦ

  161. Couplet 161

    ସକଳ ମଙ୍ଗଳ ସେ ହରିଶୁଭିଲା ଦଶଦିଗ ପୂରି

  162. Couplet 162

    ଦଧିମନ୍ଥନେ ଗୀତନାଦଶୁଣନ୍ତେ ଦେବତା ଆନନ୍ଦ

  163. Couplet 163

    ଦେବେ ବୋଲନ୍ତି ନିସ୍ତରିଲୁନାମ ଭକ୍ତମୁଖୁଁ ଶୁଣିଲୁ

  164. Couplet 164

    ଏମନ୍ତେ ରଜନୀ ପାହିଲାରବିକିରଣ ପ୍ରକାଶିଲା

  165. Couplet 165

    ମନ୍ଥନ ସାରି ଗୋପୀ ସୁଖେକୁମ୍ଭ ଘେନିଣ ନିଜ କାଖେ

  166. Couplet 166

    ଯମୁନା ଯାଉଁ ଯାଉଁ ଧୀରେଦେଖିଲେ ନନ୍ଦରାଜଦ୍ୱାରେ

  167. Couplet 167

    ସୁବର୍ଣ୍ଣରଥ ରତ୍ନମୟଯୋଚିଲା ଅଛି ଚାରି ହୟ

  168. Couplet 168

    ଧ୍ୱଜେ ଶୋଭିତ ମଣିସାରତା ଦେଖି କରନ୍ତି ବିଚାର

  169. Couplet 169

    ଏଟି କାହାର ଦେଖ ରଥଆବୋରି ଅଛି ରାଜପଥ

  170. Couplet 170

    ଇନ୍ଦ୍ରବିମାନ ପ୍ରାୟ ଦିଶେଗୋପୀ ମିଳିଲେ ଯାଇ ପାଶେ

  171. Couplet 171

    ବୋଲନ୍ତି ଅକ୍ରୁର ଅଇଲାଯେ କୃଷ୍ଣେ ମଧୁପୁର ନେଲା

  172. Couplet 172

    ଥୋକେ ବୋଲନ୍ତି ମଲା କଂସଅକ୍ରୁର ତାହାର ବିଶ୍ୱାସ

  173. Couplet 173

    ଆମ୍ଭ ଶୋଣିତ ମାଂସ ନେବକଂସକୁ କ୍ରିୟାପିଣ୍ତ ଦେବ

  174. Couplet 174

    ଏମନ୍ତୁ କହୁଁ ଗୋପନାରୀଉଦ୍ଧବ ନିତ୍ୟକର୍ମ ସାରି

  175. Couplet 175

    ଆସି ମିଳିଲା ଦିବ୍ୟରଥେଗୋପୀ ଦେଖନ୍ତି ରାଜପଥେ

  176. Couplet 176

    ବୋଲଇ ବିପ୍ର ଜଗନ୍ନାଥଗୋପୀ ବେଢିଲେ ଯାଇ ରଥ

  177. Couplet 177

    ସେ ଗୋପୀ ଉଦ୍ଧବ ପାଦେସୁଜନେ ନମ ହୋ ଆନନ୍ଦେ

  178. Couplet 178

    ଭକତି ହୋଇବ ତୁମ୍ଭରତରିବ ଭବ ମହାଘୋର

Odia Bhagabata skandha 10 adhyaya 50 | Parbani by ParibhaAsha App