Skandha 10
Adhyaya 49
Couplet 1
କହନ୍ତି ବ୍ୟାସଙ୍କର ସୁତଶୁଣ ରାଜନ ପରୀକ୍ଷିତ
Couplet 2
ରାମଗୋବିନ୍ଦ ଏକମେଳେନନ୍ଦର ନିକଟେ ମିଳିଲେ
Couplet 3
କରଅଞ୍ଜଳି ଦେଇ ଶିରେନମିଲେ ତାହାଙ୍କ ପୟରେ
Couplet 4
ନନ୍ଦର ଚରଣେ ପ୍ରଣମିଅଶେଷ ଜନ୍ତୁ ଅନ୍ତର୍ଯ୍ୟାମୀ
Couplet 5
ରାମଗୋବିନ୍ଦ ମାୟାବଳେବସିଲେ ବେନିଭାଇ କୋଳେ
Couplet 6
ବେନିବାଳକ କୋଳେ ଜାକିସ୍ନେହେ ବୁଜିଲେ ବେନି ଆଖି
Couplet 7
ଆନନ୍ଦେ ଅଶ୍ରୁଜଳ ବହେନନ୍ଦକୁ ଚାହିଁ ଦେବରାୟେ
Couplet 8
କହନ୍ତି ଶୁଣ ଆହେ ତାତଆମ୍ଭେ ତୁମ୍ଭର ବେନିସୁତ
Couplet 9
ତୁମ୍ଭେ ପାଳିଲ ସ୍ନେହ ବହିତାତ ଜନନୀ ପ୍ରାୟ ହୋଇ
Couplet 10
ଅନାଥ ବାଳକଙ୍କୁ ଆଣିଧର୍ମେ ପୋଷନ୍ତି ଯେଉଁ ପ୍ରାଣୀ
Couplet 11
ସେ ଧର୍ମପିଅର ଜନନୀବୋଲନ୍ତି ବେଦମତେ ମୁନି
Couplet 12
ହେ ତାତ ଯାଅ ଗୋପପୁରବନ୍ଧୁବାନ୍ଧବ ଘେନି ତୋର
Couplet 13
ମୁଁ ଏଥି ରହି ଦିନାକେତେବନ୍ଧୁବାନ୍ଧବ ମୋର ଯେତେ
Couplet 14
ତାହାଙ୍କୁ ନିଶ୍ଚିନ୍ତ କରାଇଯେ ଯାହା ବାସ ତାଙ୍କୁ ଦେଇ
Couplet 15
ପଛେ ମୁଁ ଯିବି ଗୋପପୁରଭୋ ତାତ ବିଳମ୍ବ ନ କର
Couplet 16
ଏମନ୍ତ କହି ଭାବଗ୍ରାହୀନନ୍ଦର ହସ୍ତେ ହସ୍ତ ଦେଇ
Couplet 17
କଂସର ଯେତେକ ଭଣ୍ତାରନନ୍ଦକୁ ଦେଲେ ଦାମୋଦର
Couplet 18
ବୋଇଲେ ଗୋପେ ହୁଅ ରାଜାଆନନ୍ଦେ ପାଳ ଜନ ପ୍ରଜା
Couplet 19
ନନ୍ଦ ଗୋପାଳଙ୍କର ମନମୋହିଲେ ପ୍ରଭୁ ଭଗବାନ
Couplet 20
ରାମଗୋବିନ୍ଦେ ଘେନି କୋଳେଚୁମ୍ବନ ଦେଲେ ସୁଖଭୋଳେ
Couplet 21
ଯେତେ ବାଳକ କୃଷ୍ଣସଙ୍ଗେଗୋପେ ବଢ଼ିଲେ ନବରଙ୍ଗେ
Couplet 22
କୃଷ୍ଣଙ୍କୁ ଜଣେ ଜଣେ ଧରିବୋଲନ୍ତି ଆଲିଙ୍ଗନ କରି
Couplet 23
ହେ ରାମକୃଷ୍ଣ ତୁମ୍ଭ ସଙ୍ଗେବନେ ବଞ୍ଚିଲୁ ନାନାରଙ୍ଗେ
Couplet 24
ହେ ପ୍ରଭୁ ତୋର ଜନ୍ମକାଳୁଆମ୍ଭେ ଯେ କ୍ଷଣେ ଛାଡ଼ିଲୁାା
Couplet 25
ଏବେ ଛାଡ଼ିଲ କିସପାଇଁବଞ୍ଚିବୁ କାହା ମୁଖ ଚାହିଁ
Couplet 26
ଶୁଣି ବୋଲନ୍ତି ବେନିଭାଇମୋହନ ନୟନେ ଅନାଇଁ
Couplet 27
ଗୋପାଳେ ଯାଅ ଯେଝା ଘରମନ ନିବେଶି ମୋ ପୟର
Couplet 28
ଆମ୍ଭର ମନ ତୁମ୍ଭ ତହିଁନିକଟେ ଯିବୁ ବେନିଭାଇ
Couplet 29
ଏମନ୍ତେ ଜଣେ ଜଣେ ତୋଷିଗୋପାଳ ପୁଅକୁ ଆଶ୍ୱାସି
Couplet 30
କୃଷ୍ଣର ଆଜ୍ଞା ନନ୍ଦ ପାଇକାନ୍ଦଇ ପୁଣ ପୁଣ ଚାହିଁ
Couplet 31
ପୁଣି ସେ ରାମକୃଷ୍ଣ ଲଇକୋଳେ ବସାଇ ଚୁମ୍ବ ଦେଇ
Couplet 32
ମନ ନିବେଶି କୃଷ୍ଣପାଦେବୁଡ଼ିଲା ଶୋକ ଗଦଗଦେ
Couplet 33
ବାଜଇ ବୀରତୂର ବାଦ୍ୟଘେନାଇ ସକଳ ସମ୍ପଦ
Couplet 34
ନନ୍ଦ ଚଳିଲା ଗୋପପୁରଶୁଣ ରାଜନ କୁରୁବୀର
Couplet 35
ଏ ଯେତେ ଦେଖି କୃଷ୍ଣଭାବପୁତ୍ରଙ୍କୁ ପାଇ ବସୁଦେବ
Couplet 36
ଦ୍ୱିଜଙ୍କ ସଙ୍ଗେ ପୁରୋହିତଅଣାଇଁ କହଇ ଉଚିତ
Couplet 37
ଏ ଯେ ମୋହର ବେନିବାଳେଗୋପୁଁ ଅଇଲେ ଏତେକାଳେ
Couplet 38
ଏହାଙ୍କ କ୍ରିୟା-କର୍ମ ନାହିଁସଂସ୍କାର କର ବେନିଭାଇ
Couplet 39
ବସୁଦେବର ବୋଲ ଶୁଣିବ୍ରାହ୍ମଣେ ରାମକୃଷ୍ଣ ଘେନି
Couplet 40
କଲେ ଯେ ବେଦ-କ୍ରିୟାକର୍ମକୁଳଉଚିତ ଯଥାଧର୍ମ
Couplet 41
ଆନନ୍ଦ ହୋଇ ବସୁଦେବବିପ୍ରଙ୍କୁ କରାଇ ଉତ୍ସବ
Couplet 42
ଅୟୁତେ ଧେନୁ ବତ୍ସାମୂଳେମଣ୍ତିଲା ନାନା ଅଳଙ୍କାରେ
Couplet 43
କୃଷ୍ଣର ଜନ୍ମକାଳେ ଯାହାମନେ କଳ୍ପିଲା ପୁଣ୍ୟଦେହା
Couplet 44
ବିପ୍ରଙ୍କୁ ଦେଲା ମନତୋଷେକଲ୍ୟାଣ କଲେ ସେ ହରଷେ
Couplet 45
ବସାଇ ରାମକୃଷ୍ଣ ଦୁଇଆନନ୍ଦମନେ ବେଦ କହି
Couplet 46
ଗାୟତ୍ରୀମନ୍ତ୍ର ବିଦ୍ୟାଧର୍ମକୁଳଉଚିତ ଦଶକର୍ମ
Couplet 47
କରାଇ ଗଲେ ବିପ୍ରଜନେକୃତାର୍ଥ ବସୁଦେବ ମନେ
Couplet 48
ଯେ ହରି ସର୍ବବିଦ୍ୟା ହେତୁଦାନ ଆଶ୍ରମ ତପ ତତ୍ତୁ
Couplet 49
ମନୁଷ୍ୟ ଜନ୍ମ ଯଦୁପତିତେଣୁ ହୋଇଲେ ବିଦ୍ୟାଅର୍ଥୀ
Couplet 50
ଗୋବିନ୍ଦ ବିଚାରନ୍ତି ରହିବିଦ୍ୟା ପଢିବା ଆମ୍ଭେ କାହିଁ
Couplet 51
ଶୁଣି ବୋଲନ୍ତି ହଳଧରଅବନ୍ତୀ ରାଜ୍ୟେ ବିପ୍ରବର
Couplet 52
କଶ୍ୟପ ଗୋତ୍ରେ ବିଦ୍ୟମାନତାହାଙ୍କ ସାନ୍ଦୀପନୀ ନାମ
Couplet 53
ଏମନ୍ତ ଭାଳି ବେନିଭ୍ରାତେବିଜୟ କଲେ ଏକରଥେ
Couplet 54
ରାମଗୋବିନ୍ଦ ଯୋଗବଳେଅବନ୍ତୀ ନଗରେ ମିଳିଲେ
Couplet 55
ନିତି ଘେନନ୍ତି ଗୁରୁଦୀକ୍ଷାପାଠ ପଠନେ ବଡ଼ ଇଚ୍ଛା
Couplet 56
ପୂଜନ୍ତି ଗୁରୁଙ୍କ ଚରଣଦେବତା ପ୍ରାୟେ ଆଚରଣ
Couplet 57
ସେବନ୍ତି ଗୁରୁଭାବ ଜାଣିଧର୍ମପାଳନେ ଚକ୍ରପାଣି
Couplet 58
ଭକ୍ତି ଦେଖି କୃଷ୍ଣରାମଗୁରୁ ହୋଇଲେ ତୋଷମନ
Couplet 59
ପଢାନ୍ତି ବ୍ରହ୍ମ-ବେଦସାରସକଳ ଶାସ୍ତ୍ର ନିତ୍ୟାଚାର
Couplet 60
କହିଲେ ଧନୁର୍ବେଦ ରଙ୍ଗେଧର୍ମ ମୀମାଂସା ନ୍ୟାୟ ସଙ୍ଗେ
Couplet 61
ଉପାୟ ଦଣ୍ତ ତର୍କବିଧିଯେ ରାଜନୀତି ସର୍ବସିଦ୍ଧି
Couplet 62
ଯେ ହରି ସର୍ବଶାସ୍ତ୍ରମୟେକୋଟି ବ୍ରହ୍ମାଣ୍ତ ଯାର ଦେହେ
Couplet 63
ଗୁରୁଙ୍କ ମୁଖୁଁ ଶୁଣି ବେଳେସକଳ ବିଦ୍ୟା ଅବହେଳେ
Couplet 64
ରାମଗୋବିନ୍ଦ ମନତୋଷେଚାରିଦିବସ ବେନିମାସେ
Couplet 65
ପଢି ସାନନ୍ଦ ବେନିଭାଇବୋଲନ୍ତି ଶିରେ କରଦେଇ
Couplet 66
ଭୋ ବିପ୍ର ଆଜ୍ଞା ଯେବେ ହୋଇଗୁରୁଦକ୍ଷିଣା ଆମ୍ଭେ ଦେଇ
Couplet 67
ପୂଜିବୁ ତୁମ୍ଭର ପୟରମେଲାଣି ଦିଅ ଯିବୁ ଘର
Couplet 68
ଶୁଣି ସାନନ୍ଦ ବିପ୍ରବରକହିଲେ ପତ୍ନୀର ଆଗର
Couplet 69
ଶୁଣ ଭାବିନୀ ଚିତ୍ରକଥାରାମଗୋବିନ୍ଦଙ୍କ ବ୍ୟବସ୍ଥା
Couplet 70
ସକଳଶାସ୍ତ୍ର ଆମ୍ଭ ପାଶେବସି ପଢିଲେ ବେନିମାସେ
Couplet 71
କେ କହୁ ତାହାଙ୍କ ମହିମାସକଳଗୁଣେ ସିଦ୍ଧକର୍ମା
Couplet 72
ନୁହନ୍ତି ମନୁଷ୍ୟ ଶରୀରକି ଅବା ରବି ସୁନାସୀର
Couplet 73
ଗୁରୁଦକ୍ଷିଣା ସେ ଯାଚନ୍ତିକହ ତୁ ଫିଟୁ ମନଭ୍ରାନ୍ତି
Couplet 74
ଶୁଣି ସାନନ୍ଦ ବିପ୍ରନାରୀକହନ୍ତି ବେନିକର ଯୋଡ଼ି
Couplet 75
ଭୋ ନାଥ ଶୁଣ ମୋର ବାଣୀଆମ୍ଭର ପୁରେ କମଳିନୀ
Couplet 76
ଅନେକ ସମ୍ପତ୍ତି ଆମ୍ଭରଜୀବନ ହୋଇଲା ଅସାର
Couplet 77
ସନ୍ତତି ନାହିଁ ଆମ୍ଭ ଘରେକି ସୁଖ ସଂସାର ବେଭାରେ
Couplet 78
ଆମ୍ଭର ପୁତ୍ରଗୋଟି ଥିଲାପ୍ରଭାସତୀର୍ଥେ ନାଶ ଗଲା
Couplet 79
ସେ ପୁତ୍ର ଯେବେ ଆଣିଦ୍ୟନ୍ତେତେବେ ସେ ଜୀବନ ରଖନ୍ତେ
Couplet 80
ଆନ ସମ୍ପଦେ ନାହିଁ କାର୍ଯ୍ୟଶୁଣି ସାନନ୍ଦମନେ ଦ୍ୱିଜ
Couplet 81
ରାମଗୋବିନ୍ଦ ମୁଖଚାହିଁବୋଲନ୍ତି ଶୁଣ ମନଦେଇ
Couplet 82
ପ୍ରଭାସତୀର୍ଥେ ମୋ କୁମରମରିଛି ଦ୍ୱାଦଶବର୍ଷର
Couplet 83
ତାହାକୁ ଯେବେ ଦେବ ଆଣିତୋଷିବ ଆମ୍ଭର ଘରଣୀ
Couplet 84
ଯେବେ ପାରିବ ତାହା ଦେଇତେବେ ଦକ୍ଷିଣା ମୋର ପାଇ
Couplet 85
ହୋଇବ କୃତାର୍ଥ ଜୀବନତୁମ୍ଭେ ପାଇବ ଯଶ-ଧର୍ମ
Couplet 86
ଶୁଣି ସାନନ୍ଦମନ ହୋଇରଥେ ବସିଲେ ବେନିଭାଇ
Couplet 87
ଗୋବିନ୍ଦ ଯୋଗମାୟା ବଳେମିଳିଲେ ବାରାନିଧି କୂଳେ
Couplet 88
ବଳରାମଙ୍କୁ କୃଷ୍ଣ ଚାହିଁଭୋ ପ୍ରଭୁ ଥାଅ କୂଳେ ରହି
Couplet 89
ରଥୁଁ ଓହ୍ଲାନ୍ତେ ନନ୍ଦବଳାତକ୍ଷଣେ ବରୁଣ ମିଳିଲା
Couplet 90
ଜଳୁଁ ବାହାର ବେଗେ ହୋଇକରଅଞ୍ଜଳି ଶିରେ ଦେଇ
Couplet 91
ବୋଇଲ ଶୁଣ ନାରାୟଣଅଶେଷ ବ୍ରହ୍ମାଣ୍ତ କାରଣ
Couplet 92
କିମ୍ପାଇ ଅଇଲ ମୋ ପୁରଶୁଣି ବୋଲନ୍ତି ଚକ୍ରଧର
Couplet 93
ଆମ୍ଭର ଗୁରୁପୁତ୍ର ନେଇଲୁଚାଇ ଥୋଇଅଛୁ କାହିଁ
Couplet 94
ଆମ୍ଭେ ତୋଷିବୁ ଗୁରୁନାରୀବରୁଣ ଆଣ ବେଗକରି
Couplet 95
ଶୁଣି ବରୁଣ ମହାଭୟେପଡ଼ିଲା କୃଷ୍ଣପଦ୍ମପାଏ
Couplet 96
ଭୋ ନାଥ ଗୁରୁପୁତ୍ର କାହିଁତୁ କି ନ ଜାଣୁ ଭାବଗ୍ରାହୀ
Couplet 97
ମୋର ଭିତରେ ଶଙ୍ଖାସୁରତୁ ଯେ ମାଇଲୁ ଚକ୍ରଧର
Couplet 98
ବ୍ରହ୍ମାଙ୍କୁ ଦେଲୁ ବେଦ ନେଇତାହାର ପୁତ୍ରେକ ଅଛଇ
Couplet 99
ନାମ ତାହାର ପଞ୍ଚଜନମାୟାଦୀ ଅସୁରନନ୍ଦନ
Couplet 100
ସେ ଅବା ନେଇଅଛି ହରିଶୁଣି ସାନନ୍ଦ ନରହରି
Couplet 101
ବଳଦେବଙ୍କୁ ତୀରେ ଥୋଇଜଳେ ପଶିଲେ କୃଷ୍ଣ ଯାଇ
Couplet 102
ଅଗାଧଜଳେ ଭାବଗ୍ରାହୀଧଇଲେ ଅସୁରକୁ ଯାଇ
Couplet 103
ମୁଷ୍ଟି ପ୍ରହାରିଲେ ପ୍ରଚଣ୍ତଶିର ହୋଇଲା ବେନିଖଣ୍ତ
Couplet 104
ତାର ଉଦରେ ଭଗବାନଖୋଜିଲେ ଗୁରୁଙ୍କ ନନ୍ଦନ
Couplet 105
ଖୋଜି ନ ପାଇ ପଦ୍ମମୁଖତାର ଉଦରୁ ନାଭିଶଙ୍ଖ
Couplet 106
ଘେନି ବାହାର ବ୍ରହ୍ମରାଶିରାମର ସଙ୍ଗେ ରଥେ ବସି
Couplet 107
କହନ୍ତି କମଳାର ବରଭୋ ସ୍ୱାମୀ ଯିବା ଯମପୁର
Couplet 108
ଗୁରୁବାଳକ ଏଥେ ନାହିଁଏମନ୍ତ ବୋଲି ରଥବାହି
Couplet 109
ଯାନ୍ତେ କରନ୍ତି ଶଙ୍ଖନାଦଖଣ୍ତିଲେ ଜନ୍ତୁଙ୍କ ବିଷାଦ
Couplet 110
ଯମର ଗଡ଼ଦ୍ୱାରେ ଯାଇଗୋବିନ୍ଦ ଶଙ୍ଖନାଦ ବାଇ
Couplet 111
ଯମଯାତନା ଘୋରପଥେନିବାସିଥିଲେ ପ୍ରାଣୀ ଯେତେ
Couplet 112
ଶୁଣି କୃଷ୍ଣର ଶଙ୍ଖନାଦଖଣ୍ତିଲେ ଘୋର-ପାପବନ୍ଧ
Couplet 113
ହୋଇଲେ ଚାରିଚାରି ଭୁଜଶଙ୍ଖ କମଳ ଗଦାତେଜ
Couplet 114
ଚକ୍ରତେଜ ସହିତେ ଚିହ୍ନତକ୍ଷଣେ ଉଠିଲେ ଗଗନ
Couplet 115
ଶଙ୍ଖ ଶବଦ ଘନେ ସ୍ପୁରିଯମଭୁବେନେ ପଡେ଼ ହୁରି
Couplet 116
ଯମକୁ ଜଣାଇଲେ ଦୂତବିଜୟ କଲେ ଗୋପୀନାଥ
Couplet 117
ତୋର ସମ୍ପଦ ଆଜୁଁ ଗଲାତା ଶୁଣି ଯମ ଭୟ କଲା
Couplet 118
ଚିତ୍ରଗୁପତ କର ଧରିବେଗେ ଭେଟିଲା ନରହରି
Couplet 119
କୃଷ୍ଣଚରଣ ତଳେ ପଡିଯମ ବୋଲଇ କରଯୋଡି
Couplet 120
ଭୋ ନାଥ ନିସ୍ତରିଲି ମୁହିଁବିଜୟ କଲ କାହିଁପାଇଁ
Couplet 121
ଶୁଣି ବୋଲନ୍ତି ଶିରୀରଙ୍ଗଗୁରୁଙ୍କ ପୁତ୍ର ଆଣ ବେଗ
Couplet 122
ତାର ମରଣକାଳ ଜାଣିତୋହର ଦୂତେ ଛନ୍ତି ଆଣି
Couplet 123
ମୋର ବଚନେ ଆଣ ତୁହିଁଆନ କେ ପାରିବଟି ନେଇ
Couplet 124
ଶୁଣି ସାନନ୍ଦ ଜନ୍ତୁନାଥକୃଷ୍ଣଙ୍କୁ ଦେଲା ଗୁରୁପୁତ୍ର
Couplet 125
ଗୁରୁ-ବାଳକ କର ଧରିରଥେ ବସିଲେ ଦଇତ୍ୟାରି
Couplet 126
ବସିଲେ ଯାଇ ରାମ ତୁଲେଗୁରୁ-ବାଳକ ଘେନି କୋଳେ
Couplet 127
ଅବନ୍ତୀପୁରେ ବନମାଳୀଗୁରୁ-ମନ୍ଦିରେ ବେଗେ ମିଳି
Couplet 128
ରଥୁଁ ଓହ୍ଲାଇ ଦାମୋଦରଗୁରୁକୁମର ଧରି କର
Couplet 129
ଭିତରେ ପଶି ବେନିଭାଇଗୁରୁ-କାମିନୀ କୋଳେ ନେଇ
Couplet 130
ସୁତ ବସାଇ ପ୍ରଦକ୍ଷିଣହସି ବୋଲନ୍ତି ନାରାୟଣ
Couplet 131
ତୁମ୍ଭର ପୁତ୍ର ମାଏ ନିଅଦକ୍ଷିଣା ଦେବୁ ଆଜ୍ଞା ଦିଅ
Couplet 132
ଶୁଣି ଉଠିଲେ ଗୁରୁନାରୀରାମ-ଗୋବିନ୍ଦ କର ଧରି
Couplet 133
କଲ୍ୟାଣ କରି ଚୁମ୍ବ ଦେଇତୁମ୍ବରେ ନିଉଛାଳି ହୋଇ
Couplet 134
ଆନ ସମ୍ପଦେ କାର୍ଯ୍ୟ ନାହିଁକୃତାର୍ଥ କଲ ପୁତ୍ର ଦେଇ
Couplet 135
ଏମନ୍ତ କହି ବେନିଜନଚାହାଁନ୍ତି କୃଷ୍ଣର ବଦନ
Couplet 136
ଲୋଚନୁ ଅଶ୍ରୁଜଳ ବହେକୃଷ୍ଣ ମୋହିଲେ ମାୟାମୋହେ
Couplet 137
ତକ୍ଷଣେ ହୋଇ ତୋଷମନଆନନ୍ଦେ କରନ୍ତି କଲ୍ୟାଣ
Couplet 138
ଯାଅ ମଥୁରା ବେନିଭାଇଅକ୍ଷୟ ହେଉ ତୁମ୍ଭ ଦେହୀ
Couplet 139
ଯେତେ ପଢ଼ିଲ ମୋର ତହୁଁଅକ୍ଷୟ ହୋଇ ହୃଦେ ରହୁ
Couplet 140
ମୋର ଆୟୁଷ ଯଶ ଯେତେତୁମ୍ଭଙ୍କୁ ହେଉ ପରାପତେ
Couplet 141
ତକ୍ଷଣେ ଗୁରୁ-ଆଜ୍ଞା ପାଇରଥେ ବସିଲେ ବେନିଭାଇ
Couplet 142
ମନ ନିବେଶି ଗୁରୁପାଦେମଥୁରା ଗଲେ ଅପ୍ରମାଦେ
Couplet 143
ଗୁରୁ-କାମିନୀ ପୁତ୍ର ପାଇଆନନ୍ଦ କେ ପାରିବ କହି
Couplet 144
ବେନିସ୍ତନରୁ ଖିର ଝରେସ୍ତନ୍ୟ ପିଆନ୍ତି ସ୍ନେହଭରେ
Couplet 145
କେ କହୁ ଗୁରୁଙ୍କ ଆନନ୍ଦଯାହାର ଶିଷ୍ୟ ଆଦିକନ୍ଦ
Couplet 146
ଏବେ ହୋ ଶୁଣ ନୃପବରକୃଷ୍ଣ ମିଳିଲେ ମଧୁପୁର
Couplet 147
କୃଷ୍ଣ ଆଗମନେ ଆନନ୍ଦଆସି ମିଳଲେ ଯଦୁବୃନ୍ଦ
Couplet 148
ଦେଖି ଆନନ୍ଦ ଭାଇବେନିହରଷ ପିଅର-ଜନନୀ
Couplet 149
ସେ ଆଦିକନ୍ଦ ପାଦତଳେସୁଜନେ ଚିନ୍ତ ଧ୍ୟାନବଳେ
Couplet 150
କହଇ ଜଗନ୍ନାଥ ଦାସହରିଚରିତ ସୁଧାରସ