Skip to content
paribhaasha

Skandha 10

Adhyaya 48

  1. Couplet 1

    କହନ୍ତି ବ୍ୟାସଙ୍କ କୁମରଶୁଣ ପରୀକ୍ଷ ନୃପବର

  2. Couplet 2

    ଜଗତବନ୍ଧୁ ଜନାŸର୍ଦ୍ଦନମୋହିଲେ ପିତାମାତା ମନ

  3. Couplet 3

    ରାମର ମୁଖକୁ ଚାହିଁଲେବିଷ୍ଣୁର ମାୟା ପ୍ରକାଶିଲେ

  4. Couplet 4

    ଅଶେଷ ଜୀବଜନ୍ତୁ ଦେହେବିଶ୍ୱ ସଂସାରେ ମାୟାମୋହେ

  5. Couplet 5

    ତାତ ଜନନୀ ପାଦତଳେରାମଗୋବିନ୍ଦ ଏକମେଳେ

  6. Couplet 6

    ପଡ଼ନ୍ତି ପୁଣ ପୁଣ ପାଦେକହନ୍ତି ଶୋକ ଗଦଗଦେ

  7. Couplet 7

    ହେ ତାତ ମାତ ଶୁଣ ମୋରଦଇବବଳ ବଳୀୟାର

  8. Couplet 8

    କଂସର ଡ଼ରେ ବେନିଭାଇଏତେ ଦିବସ ଗୋପେ ଥାଇ

  9. Couplet 9

    ବାଳକକାଳେ ମାତା କୋଳେସୁତେ ବସନ୍ତି ସୁଖ ଭୋଳେ

  10. Couplet 10

    ସେ ସୁଖ ନୋହିଲା ଆମ୍ଭରକର୍ମର ଫଳ ବଳୀୟାର

  11. Couplet 11

    ତାତ ଜନନୀ ଉପକାରସୁଝିବ କେବଣ କୁମର

  12. Couplet 12

    ଗର୍ଭେ ବହନ୍ତି ଦୁଃଖ ସହିପୁଣି ପାଳନ୍ତି କ୍ଷୀର ଦେଇ

  13. Couplet 13

    ସର୍ବ ସମ୍ପଦ ପୁଣ ଦେଇତାହାଙ୍କ ପୋଷଣେ ଜୀଅଇ

  14. Couplet 14

    ତାହାଙ୍କ ପ୍ରତି ଉପକାରେଶତଜନମେ କେହୁ ପାରେ

  15. Couplet 15

    ସେ ତାତ ଜନନୀ ପୋଷଣେସମର୍ଥ ନୁହନ୍ତି ଯେ ଜନେ

  16. Couplet 16

    ତାହାଙ୍କ ଜୀବନର ଅନ୍ତେବେଗେ ମିଳନ୍ତି ଯମଦୂତେ

  17. Couplet 17

    କର-ଚରଣ ବାନ୍ଧି କୋପେନିଅନ୍ତି ଯମର ସମୀପେ

  18. Couplet 18

    ନିରାଶ ପଥେ ସେ ବିକଳେକାନ୍ଦଇ କ୍ଷୁଧାର ଆକୁଳେ

  19. Couplet 19

    ତା'ର ବିକଳ ଦେଖି ପଥେକୋପେ ବୋଲନ୍ତି ଯମଦୂତେ

  20. Couplet 20

    ପିତାମାତାଙ୍କୁ ଦୁଃଖ ଦେଇଜୀବନ ପୋଷିଲୁ ଯେ ତୁହି

  21. Couplet 21

    ଯେ ଅବା ପୁଣ୍ୟ ଥିଲା ତୋ'ରସେ ପାପେ ହୋଇଲା ଅନ୍ତର

  22. Couplet 22

    ଏବେ ଖାଇବୁ ଆଉ କିସଏମନ୍ତ ବୋଲି ତା'ର ମାଂସ

  23. Couplet 23

    କାଟି ତାହାର ମୁଖେ ଦ୍ୟନ୍ତିନିŸର୍ଦ୍ଦୟେ ଯଷ୍ଟି ପ୍ରହାରନ୍ତି

  24. Couplet 24

    ଭୋ ତାତ ଶୁଣ ଏକଚିତ୍ତେବିପ୍ରେ କହନ୍ତି ବେଦମତେ

  25. Couplet 25

    ତାତ ଜନନୀ ବୃଦ୍ଧକାଳେନିଜ ଭାରିଜା ଶିଶୁମେଳେ

  26. Couplet 26

    ଗୋରୁ ବ୍ରାହ୍ମଣ ଗୁରୁଜନଏହାଙ୍କୁ ନ ଦେଇ ଭୋଜନ

  27. Couplet 27

    ଯେ ପ୍ରାଣୀ ଆତ୍ମାକୁ ପୋଷନ୍ତିଜୀବନ ଥାଉଁ ସେ ମରନ୍ତି

  28. Couplet 28

    କଂସର ଡରେ ଗୋପେ ଥାଇଦୁଃଖେ ବଢ଼ିଲୁ ବେନିଭାଇ

  29. Couplet 29

    ତୁମ୍ଭ ସେବାରେ ନାହିଁ ମନନିଷ୍ଫଳେ ଗଲା ଏତେ ଦିନ

  30. Couplet 30

    ସେ ଦୋଷ କ୍ଷମାକର ତାତଆମ୍ଭେ ହୋଇଲୁ ପରାୟତ୍ତ

  31. Couplet 31

    ଏମନ୍ତ କହି ଦାମୋଦରମନ ମୋହିଲେ ତାହାଙ୍କର

  32. Couplet 32

    କୃଷ୍ଣ ବଚନେ ମାତାପିତାଛାଡ଼ିଲେ ମନୁ ଖେଦ ଚିନ୍ତା

  33. Couplet 33

    ଅତି ଆନନ୍ଦେ ବେନିଜନପୁତ୍ରଙ୍କୁ ଦିଅନ୍ତି ଚୁମ୍ବନ

  34. Couplet 34

    କୋଳେ ବସାଇ ହୃଦେ ଭିଡ଼ିବେନିଲୋଚନୁ ବହେ ବାରି

  35. Couplet 35

    ବୁଡ଼ିଲେ ମାୟାମୋହ ଜଳେକଣ୍ଠ ନସ୍ଫୁରେ ଶୋକଭରେ

  36. Couplet 36

    ଏମନ୍ତେ ପ୍ରଭୁ ବ୍ରହ୍ମରାଶିତାତଜନନୀ ମନ ତୋଷି

  37. Couplet 37

    କୋମଳ-ମଧୁର-ବଚନେମଞ୍ଚାରୁ ଉତୁରି ବହନେ

  38. Couplet 38

    ଉଗ୍ରସେନଙ୍କୁ ଅଣାଇଲେରାଜଆସନେ ବସାଇଲେ

  39. Couplet 39

    ବୋଲନ୍ତି ପ୍ରଭୁ ଦେବରାଜାଆମ୍ଭେ ସକଳେ ତୋର ପ୍ରଜା

  40. Couplet 40

    ତୁ ଭୋଜବଂଶ ନୃପବରଆମ୍ଭେ ଖଟିବୁ ତୋ' ପୟର

  41. Couplet 41

    ଯଯାତି ନାମେ ମହାନୃପଯଦୁଙ୍କୁ ଦେଇଅଛି ଶାପ

  42. Couplet 42

    ତେଣୁ ଯଦୁଙ୍କୁ ପାଟ ନାହିଁରାଜା ହୋଇଲେ କ୍ଷୟ ଯାଇ

  43. Couplet 43

    ତୁ ଆମ୍ଭ ବୋଲେ ନୃପବରବହିବୁ ରାଜ୍ୟ ମହାଭାର

  44. Couplet 44

    ଏମନ୍ତ ବୋଲି ବନମାଳୀଆପଣେ କଲେ ନିଉଛାଳି

  45. Couplet 45

    ସୁବର୍ଣ୍ଣ କୁମ୍ଭେ ଗଙ୍ଗାନୀରଦଧି ଅକ୍ଷତ ଗନ୍ଧସାର

  46. Couplet 46

    ଗୋବିନ୍ଦ ତୋଳି ନିଜ କରେଢ଼ାଳିଲେ ଉଗ୍ରସେନ ଶିରେ

  47. Couplet 47

    ନାନା ଉ›ତ୍ସବେ ଅଭିଷେକସ୍ୱର୍ଗେ ଦେଖନ୍ତି ସୁରଲୋକ

  48. Couplet 48

    ବାଜଇ ବୀରତୂର ବାଦ୍ୟମଥୁରା ହୋଇଲା ଆନନ୍ଦ

  49. Couplet 49

    ଉଗ୍ରସେନଙ୍କୁ ରାଜା କରିକୃଷ୍ଣ କହନ୍ତି କରଯୋଡ଼ି

  50. Couplet 50

    ଭ୍ରାନ୍ତି ତୁ ନ କର ମନରେତୋ ରିପୁ ନହିଁ ଏ ସଂସାରେ

  51. Couplet 51

    ମୁହିଁ ଯାହାର ଆଜ୍ଞାକାରୀକେ ତା'ର ହୋଇବ ବଇରୀ

  52. Couplet 52

    ମହେନ୍ଦ୍ର ଆଦି ଦିଗପାଳେଖଟିବେ ତୋ'ର ପାଦତଳେ

  53. Couplet 53

    ମର୍ତ୍ତ୍ୟରାଜାଙ୍କୁ ନାହିଁ ଡ଼ରବୋଲନ୍ତି ବ୍ରହ୍ମାଣ୍ତ ଠାକୁର

  54. Couplet 54

    ଏମନ୍ତେ ରାଜପଦ ଦେଇରାମଗୋବିନ୍ଦ ବେନିଭାଇ

  55. Couplet 55

    ଯେତେ ଡ଼ଗର ଥିଲେ ଦେଶେଅଣାଇଁ କହନ୍ତି ବିଶ୍ୱାସେ

  56. Couplet 56

    ତୁମେ ହୋ ଯାଅ ଚାରିଦିଗେମୋହର ଆଜ୍ଞା ଘେନି ବେଗେ

  57. Couplet 57

    ଯାଦବ ଆଦି ସାତବଂଶେଯେବା ଅଛନ୍ତି ଯେଉଁ ଦେଶେ

  58. Couplet 58

    ବୋଲିବ ଆସ ହେ ନିର୍ଭୟେତୁମ୍ଭଙ୍କୁ ଗୋବିନ୍ଦ ସଦୟେ

  59. Couplet 59

    ଏମନ୍ତ ବୋଲି ଆଜ୍ଞା ଦେଲେବହନ ଆଣ ହୋ ବୋଇଲେ

  60. Couplet 60

    ତକ୍ଷଣେ ଡ଼ଗରାଏ ଯାଇଚାରିଦିଗରେ ଆଜ୍ଞା କହି

  61. Couplet 61

    ଯେତେକ ଗୋବିନ୍ଦ ଉତ୍ତରସମସ୍ତ କହିଲେ ଡଗର

  62. Couplet 62

    ରାମଗୋବିନ୍ଦଙ୍କ ଚରିତତୁମ୍ଭଙ୍କୁ ସଦୟ ବହୁତ

  63. Couplet 63

    ଏମନ୍ତ ଡଗରେ କହିଲେତକ୍ଷଣେ ଆସ ହୋ ବୋଇଲେ

  64. Couplet 64

    ବନ୍ଧୁବାନ୍ଧବ ଆଦି କରିତକ୍ଷଣେ ଆଜ୍ଞା ଶିରେ ଧରି

  65. Couplet 65

    ସକଳେ ହୋଇଲେ ବାହାରଆସନ୍ତି ଅତି ଖରତର

  66. Couplet 66

    ରାମଗୋବିନ୍ଦଙ୍କୁ ଭେଟିଲେସମସ୍ତେ ଆନନ୍ଦ ହୋଇଲେ

  67. Couplet 67

    ରାମଗୋବିନ୍ଦ ବେନିଜନକହିଲେ ମଧୁର ବଚନ

  68. Couplet 68

    ଜଣଜଣକେ ତୋଷ କରିଦାସବତ୍ସ›ଳ ନରହରି

  69. Couplet 69

    ଯେଝାର ପୁରେ ଦେଲେ ବାସଧନ ସମ୍ପଦ ଗ୍ରାମ ଦେଶ

  70. Couplet 70

    ଯାଦବେ କୃଷ୍ଣର ବିଶ୍ୱାସେଗୃହେ ରହିଲେ ମନତୋଷେ

  71. Couplet 71

    ରାତ୍ର ଦିବସେ କୃଷ୍ଣମୁଖଦେଖି ଛାଡ଼ିଲେ ମନୁଦୁଃଖ

  72. Couplet 72

    ବୃଦ୍ଧ ବାଳକ ରୂପ ନାହିଁସକଳେ ଯୁବାପ୍ରାୟ ହୋଇ

  73. Couplet 73

    କୃଷ୍ଣର ଅପୂର୍ବ ବଦନଦେଖି ହୋଇଲେ ତୋଷମନ

  74. Couplet 74

    ସେ କୃଷ୍ଣ ଚରଣେ ବିଶ୍ୱାସଭଣଇ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 48 | Parbani by ParibhaAsha App