Skip to content
paribhaasha

Skandha 10

Adhyaya 47

  1. Couplet 1

    ଶୁଣ ରାଜନ ବୀରରସକଂସ ଯେ ହୋଇଲା ହରଷ

  2. Couplet 2

    ରାମ ମୁଷ୍ଟିକ ଧରାଧରିଚାଣୂର ସଙ୍ଗେ ନରହରି

  3. Couplet 3

    ହସ୍ତଚରଣ ଛନ୍ଦାଛନ୍ଦିଗଜକୁ ଯେହ୍ନେ ଗଜବାନ୍ଧି

  4. Couplet 4

    ଏକ ଆରକେ ବଳୀୟାରମୁଷ୍ଟିକି ମୁଷ୍ଟି ପଡ଼ିତାଳ

  5. Couplet 5

    ଦେହୁ ଗଳଇ ଶ୍ରମଝାଳକେ ପଡ଼େ ଉପରେ କେ ତଳ

  6. Couplet 6

    ଜାନୁରେ ଜାନୁ ପରିବନ୍ଧକୋପେ କରନ୍ତି ବୀରନାଦ

  7. Couplet 7

    ମୁଣ୍ତକୁ ମୁଣ୍ତ ମରାମରିହୃଦରେ ହୃଦ ଭିଡ଼ାଭିଡ଼ି

  8. Couplet 8

    ଧରି ଘୂରାଇ ପୁଣି ଛାଡ଼ିପୁଣି ବସନ୍ତି ବେଗେ ମାଡ଼ି

  9. Couplet 9

    ପୁଣି ଛାଡ଼ିଣ ପଛଘୂଞ୍ଚିଧରନ୍ତି ବେଗେ ବଳ ଆଞ୍ଚି

  10. Couplet 10

    ଏକ ଆରକେ ଧରି ବେଗେଗର୍ଜି ପଡ଼ନ୍ତି ଭୂମିଭାଗେ

  11. Couplet 11

    ପେଲି ପକାଇ ପୁଣି ଉଠିହୃଦେ ତାଡ଼ନ୍ତି ବଜ୍ରମୁଷ୍ଟି

  12. Couplet 12

    ପୁଣି ଧରନ୍ତି ତଳେ ମାଡ଼ିମୁଣ୍ତକୁ ମୁଣ୍ତ କୋଡ଼ାକୋଡ଼ି

  13. Couplet 13

    ରୁଧିର ବହେ ତାଳୁ ଫାଟିଦେହକୁ ଦେହ ପିଟାପିଟି

  14. Couplet 14

    ପର୍ବତ ପ୍ରାୟ ବେନି ମାଲେଯୁଝନ୍ତି ରାମକୃଷ୍ଣ ତୁଲେ

  15. Couplet 15

    ଦେଖି ବୋଲନ୍ତି ନରନାରୀଅନ୍ୟାୟ କଲା ଦଣ୍ତଧାରୀ

  16. Couplet 16

    ବାଳକ ରାମକୃଷ୍ଣ ଦୁଇମାଲଙ୍କ ସଙ୍ଗତେ ଯୁଝାଇ

  17. Couplet 17

    କେମନ୍ତେ ଦେଖୁଅଛି ଏହାହୃଦ୍‌ରେ ନ ବସଇ ଦୟା

  18. Couplet 18

    ମରାଇ ବାଳୁତ ପୁଅଙ୍କୁଧର୍ମ କି ସହିବ ଏହାକୁ

  19. Couplet 19

    ସଭାରେ ବସି ବଡ଼ଲୋକେଅଧର୍ମ କରୁଛନ୍ତି ଥୋକେ

  20. Couplet 20

    ସକଳେ କଂସ-ପ୍ରିୟକାରୀଧର୍ମ ଅଧର୍ମ ନ ବିଚାରି

  21. Couplet 21

    ଯୁଦ୍ଧେ କେ ଅବା ବଳୀୟାରଏହା ନ କରନ୍ତି ବିଚାର

  22. Couplet 22

    ପର୍ବତପ୍ରାୟ ବେନିମାଲବଜ୍ର-ଶରୀର ଏହାଙ୍କର

  23. Couplet 23

    ବାଳକ ପୁଅଙ୍କୁ ଅନାଅଅତି ହିଁ ସୁକୁମାର ଦେହ

  24. Couplet 24

    ଏହା ସଭାରେ ଧର୍ମ ନାହିଁଏଠାରେ ଥିବା ନ ଯୋଗାଇ

  25. Couplet 25

    ମୁନିଏ କହିଛନ୍ତି ପୂର୍ବେବେଦ ପୁରାଣର ପ୍ରସ୍ତାବେ

  26. Couplet 26

    ଅଧର୍ମ-କୁଟସଭା ଯହିଁପଣ୍ତିତେ ନ ବସିବେ ତହିଁ

  27. Couplet 27

    ସଭାର ଦୋଷ ଯେ ଜାଣନ୍ତିବିଚାରି ପ୍ରବେଶ ନୁହଁନ୍ତି

  28. Couplet 28

    ଜାଣିଣ ଯେହୁ ପକ୍ଷ କହିନରକେ ପଡ଼ନ୍ତି ସେ ଯାଇ

  29. Couplet 29

    ଏମନ୍ତ ରାମକୃଷ୍ଣ ତୁଲେସମର କରୁଛନ୍ତି ମାଲେ

  30. Couplet 30

    ଏକ ଆରକେ ଛିଦ୍ର ଟାକିନିଶ୍ଚଳ କରୁଛନ୍ତି ଆଖି

  31. Couplet 31

    ରାମଗୋବିନ୍ଦେ ଲୋକେ ଚାହିଁକହନ୍ତି ଅଙ୍ଗୁଳି ଦେଖାଇ

  32. Couplet 32

    ଦେଖ ଏ କୃଷ୍ଣର ବଦନଗଳୁଛି ଝାଳକଣା ମାନ

  33. Couplet 33

    ଫୁଟିଲା ପଦ୍ମକୋଷ କିସେଜଳ ସିଞ୍ଚିଲା ପ୍ରାୟ ଦିଶେ

  34. Couplet 34

    ଦେଖ ଏ ରାମର ବଦନତମ୍ବାର ପ୍ରାୟେକ ଲୋଚନ

  35. Couplet 35

    ଏ ବେନି ଲୋଚନ ବଦନଅଳପହାସେ ଶୋଭାବନ

  36. Couplet 36

    ଧନ୍ୟ ସେ ବ୍ରଜଭୂମି ଦେଶପୁଣ୍ୟ ସେ କଲା ଗୋ ଅଶେଷ

  37. Couplet 37

    ମାୟା ମନୁଷ୍ୟ ରୂପ ଧରିଯହିଁ ବୁଲନ୍ତି ରାମହରି

  38. Couplet 38

    ଚିତ୍ର-ବିଚିତ୍ର ବନମାଳେଗୋପାଳ ପୁଅଙ୍କର ମେଳେ

  39. Couplet 39

    ଗାଈ ଚରାଇ ବେଣୁସ୍ୱନେପାଦେ ବୁଲନ୍ତି ବନେ ବନେ

  40. Couplet 40

    ଧ୍ୱଜ ଅଙ୍କୁଶ ଚିହ୍ନ ପାଦେଶଙ୍କର ପୂଜନ୍ତି ଆନନ୍ଦେ

  41. Couplet 41

    ନନ୍ଦର ବ୍ରଜେ ଗୋପନାରୀଅନେକ ଛନ୍ତି ତପକରି

  42. Couplet 42

    ଅପୂର୍ବ ରୂପ ଏହାଙ୍କରଦେଖି ତେଜିଲେ ଘରଦ୍ୱାର

  43. Couplet 43

    ପିବନ୍ତି ଚକ୍ଷୁଦ୍ୱାରେ ରୂପଅଜ୍ଞାନୀଜନେ କରେ ତାପ

  44. Couplet 44

    ଦୋହନେ ମନ୍ଥନେ ରନ୍ଧନେଲେପନେ ଦୋଳା ଅବଧାନେ

  45. Couplet 45

    ଅଗଣା ପିଣ୍ତା ଛେରା ଦେଇଯେତେ ବ୍ୟାପାର ଗୃହେ ଥାଇ

  46. Couplet 46

    ଏହାଙ୍କ ନାମ ଗାଇ ତୁଣ୍ତେଗୋପୀଏ ହାଟ ରାଜଦାଣ୍ତେ

  47. Couplet 47

    ଏହାଙ୍କ ପାଦେ ଚିତ୍ତ ଦେଇସୁସ୍ୱର କଣ୍ଠେ ଗୀତ ଗାଈ

  48. Couplet 48

    ଧନ୍ୟ ତାହାଙ୍କର ଜୀବନକୃଷ୍ଣହୁଁ ନ ଜାଣନ୍ତି ଆନ

  49. Couplet 49

    ଗୋରୁ ଚରାଇ ବୃନ୍ଦାବନେଏ ଯେ ଆସନ୍ତି ରାତ୍ରମାନେ

  50. Couplet 50

    ଯିବାର ବେଳେ ବେଣୁଗୀତଶୁଣି ହୁଅନ୍ତି ମୂରୁଛିତ

  51. Couplet 51

    ଘରୁ ବାହାର ହୋଇ ଦେଖିନିର୍ମଳ କରୁଥା'ନ୍ତି ଆଖି

  52. Couplet 52

    ଏମନ୍ତ ବୋଲୁଁ ବୋଲୁଁ ଜନେକୋପ ବସିଲା କୃଷ୍ଣମନେ

  53. Couplet 53

    ମଞ୍ଚାରେ ବସି ତାତମାତତାଡ଼ନ୍ତି ନିଜ ଶିରେ ହସ୍ତ

  54. Couplet 54

    ଦଇବ କରିଅଛି ଏହାଆମ୍ଭରେ ନାହିଁ ତା'ର ଦୟା

  55. Couplet 55

    ନନ୍ଦର ଘରେ ଲୁଚାଇଲୁଏବେ କଂସର ମୁଖେ ଦେଲୁ

  56. Couplet 56

    ବିଧାତା ଦେଉଛି କଷଣଦେଖିବୁ ପୁତ୍ରଙ୍କ ମରଣ

  57. Couplet 57

    ଦେବକୀ ପୁତ୍ରମୁଖ ଚାହିଁବେନିନୟନୁ ଅଶ୍ରୁବହି

  58. Couplet 58

    ବୁଡ଼ିଲା ମହାଶୋକଜଳେଧରିଛି ବସୁଦେବ କୋଳେ

  59. Couplet 59

    ମନୁଷ୍ୟ ମଣି କଲେ ଭ୍ରାନ୍ତିପୁତ୍ରଙ୍କ ବଳ ନ ଜାଣନ୍ତି

  60. Couplet 60

    ମାଲଙ୍କ ତୁଲେ ବେନିବାଳେଯୁଦ୍ଧ କରନ୍ତି କୁତୂହଳେ

  61. Couplet 61

    କୃଷ୍ଣର ମୁଷ୍ଟିବଜ୍ରପ୍ରାୟକମ୍ପଇ ଚାଣୂରର କାୟ

  62. Couplet 62

    ମୂର୍ଚ୍ଛିତ ହୋଇ ମହାବଳୀମୁଖରୁ ରୁଧିର ନିକିଲି

  63. Couplet 63

    ପୁଣି ଉଠିଲା ଜ୍ଞାନ ପାଇଧାଇଁଲା ମୁଥେକ ଉଞ୍ଚାଇ

  64. Couplet 64

    କୃଷ୍ଣର ହୃଦରେ ପ୍ରହାରିଗର୍ଜଇ ବାହାନାଦ କରି

  65. Couplet 65

    ଚାଣୂର ମୁଷ୍ଟି ପଡ଼ି ହୃଦେଗୋବିନ୍ଦ ନ ଘୁଞ୍ଚିଲେ ପାଦେ

  66. Couplet 66

    ଫୁଲମଣ୍ତାଏ କରେ ଧରିଗଜ ଶରୀରେ ଯେହ୍ନେ ମାରି

  67. Couplet 67

    ଚାଣୂର କର କୃଷ୍ଣ ଧରିବୁଲାଇ ଅନ୍ତରାଳ କରି

  68. Couplet 68

    ଭୂମିରେ ପାଡ଼ିଲେ ତକ୍ଷଣଚାଣୂର ଛାଡ଼ିଲା ଜୀବନ

  69. Couplet 69

    ଇନ୍ଦ୍ରଧ୍ୱଜର ପ୍ରାୟେ ପଡ଼ିଗୋବିନ୍ଦ କଲେ ସିଂହରଡ଼ି

  70. Couplet 70

    ଉଠିଲେ ଚାଣୂର ଉପରେଅଳପ କେଶ ଧରି କରେ

  71. Couplet 71

    କୃଷ୍ଣଙ୍କୁ ଚାହିଁ ବଳରାମଦେହେ ବସିଲା ଗରୁତମ

  72. Couplet 72

    ବଜ୍ରମୁଷ୍ଟିଏ ପ୍ରହାରିଲେମୁଷ୍ଟିକ ମୁଣ୍ତ ଚୂର କଲେ

  73. Couplet 73

    ମୁଖରୁ ରୁଧିର ଗଳଇପଡ଼ିଲା ମୃତପିଣ୍ତ ହୋଇ

  74. Couplet 74

    ପବନଘାତେ ମହାବୃକ୍ଷଯେସନେ ପଡ଼ଇ ପ୍ରତ୍ୟକ୍ଷ

  75. Couplet 75

    ମାଲେକ କୂଟ ନାମେ ଥିଲାରାମର ନିକଟେ ମିଳିଲା

  76. Couplet 76

    ବାମମୁଷ୍ଟିରେ ମୁଣ୍ତ ଚୂରପଡ଼ିଲା କରି ନାଦଘୋର

  77. Couplet 77

    ଶଲ ତୋଶଳ ମାଲ ଦୁଇମିଳିଲେ କୃଷ୍ଣପାଶେ ଯାଇ

  78. Couplet 78

    ପାଦ ପ୍ରହାରନ୍ତେ ମୁରାରିମାଲେ ପଡ଼ିଲେ ନାଦ କରି

  79. Couplet 79

    ଆଉ ଯେତେକ ମାଲେ ଥିଲେରଣ ଉପେକ୍ଷି ପଳାଇଲେ

  80. Couplet 80

    ମାଲେ ପଳାନ୍ତେ ବେନିଭାଇଡ଼ାକନ୍ତି ପଳାଅ କିପାଁଇଁ

  81. Couplet 81

    ଗୋପକୁମରେ ଥିଲେ ସଙ୍ଗେମିଳିଲେ ରାମକୃଷ୍ଣ ଆଗେ

  82. Couplet 82

    ମାଲ ବିନ୍ଧାଣ ଗରୁତରଭୂମି କମ୍ପଇ ଥରହର

  83. Couplet 83

    କୃଷ୍ଣର ମାଲଯୁଦ୍ଧ ଦେଖିଅସୁରେ ଚାହାଁନ୍ତି ନିରେଖି

  84. Couplet 84

    କୃତାନ୍ତ ପ୍ରାୟ ରୂପ ଦେଖିଡ଼ରେ ବୁଜିଲେ ବେନିଆଖି

  85. Couplet 85

    କମ୍ପଇ କଂସର ଶରୀରଦେଖି ହରଷ ସୁରନର

  86. Couplet 86

    ବୋଲନ୍ତି କୃଷ୍ଣ ସାଧୁ ସାଧୁତରିଲେ ମାଲଙ୍କ ପ୍ରମାଦୁ

  87. Couplet 87

    ନୂପୁର କୃଷ୍ଣଙ୍କ ଚରଣଚାଲନ୍ତେ ବାଜେ ରୁଣଝୁଣ

  88. Couplet 88

    ଶୁଭଇ ବୀରତୂର ଧ୍ୱନିସ୍ତୁତି କରନ୍ତି ସୁରମୁନି

  89. Couplet 89

    ପଡ଼ି ଅଛନ୍ତି ପଞ୍ଚମାଲେସକଳେ ଭୟେ ପଳାଇଲେ

  90. Couplet 90

    ଦେଖିଣ ଉଗ୍ରସେନବଳାବାଦ୍ୟଶବଦ ରୁହାଇଲା

  91. Couplet 91

    କୋପେ ବୋଲଇ ଶିର ଝୁଣିକରେ ଖଡଗ ଅଛି ଘେନି

  92. Couplet 92

    ଭୃତ୍ୟଙ୍କୁ ବୋଲଇ ବଚନମାରରେ ଗୋପପୁର ଜନ

  93. Couplet 93

    ବସୁଦେବର ପୁତ୍ର ଦୁଇରାଜ୍ୟ ବାହାରେ ଛାଡ଼ ନେଇ

  94. Couplet 94

    ନନ୍ଦସମ୍ପଦ ଗୋପପୁରବହନ କର ଯାଇ ଜୂର

  95. Couplet 95

    ନନ୍ଦ-ବସୁଦେବକୁ ନିଅଶିର ଛେଦିଣ ଶୂଳି ଦିଅ

  96. Couplet 96

    ଦେବକୀ ଉଗ୍ରେସେନ ମୂଳେଚାରିହେଁ ବସିଥିବେ ଶୂଳେ

  97. Couplet 97

    ରାମକୃଷ୍ଣଙ୍କୁ ଧରି ନିଅତାହାଙ୍କ ମରଣ ଦେଖାଅ

  98. Couplet 98

    ଶିର ଛେଦିବ ଏହାଙ୍କରତେବେ ସେ ଶତ୍ରୁଯିବେ ମୋର

  99. Couplet 99

    ଯେତେ ଗୋପାଳପୁଅ ସଙ୍ଗେହାଣି ପକାଅ ନେଇ ବେଗେ

  100. Couplet 100

    ଏମନ୍ତ କଂସମୁଖୁଁ ଶୁଣିକୋପେ ଚାହିଁଲେ ଚକ୍ରପାଣି

  101. Couplet 101

    ବୋଇଲେ ପ୍ରଳାପ ଉତ୍ତରକେତେରେ କହୁଛୁ ଅସୁର

  102. Couplet 102

    ଏଥି ସଙ୍ଗତେ ତୋ'ର ମୃତ୍ୟୁଯାହା କହିଛି କୁଶକେତୁ

  103. Couplet 103

    ମରଣକାଳେ ପ୍ରାଣୀଙ୍କରଯେସନ ପ୍ରଳାପ ଉତ୍ତର

  104. Couplet 104

    ଜୀବନ ଯିବାର ନିକଟକିପାଁ ତୁ ହେଉ ଛଟପଟ

  105. Couplet 105

    ଯେତେ ଦିନକୁ ଥିଲା ଯୋଗଅମୂଲ୍ୟରତ୍ନ କଲୁ ଭୋଗ

  106. Couplet 106

    ଈଶ୍ୱରେ ନିନ୍ଦିଲୁ ପାପିଷ୍ଠତହିଁର ଫଳେ ମୃତ୍ୟୁକଷ୍ଟ

  107. Couplet 107

    କଂସର ମର୍ମକଥାମାନକହି ଚଳିଲେ ଭଗବାନ

  108. Couplet 108

    କଂସର ମଞ୍ଚାରେ ଉଠିଲେସ୍ୱର୍ଗେ ଦେବତାଗଣ ଥିଲେ

  109. Couplet 109

    ଦେଖି କରନ୍ତି ଜୟ ଜୟଅବନୀ ହୋଇଲା ନିର୍ଭୟ

  110. Couplet 110

    କୃଷ୍ଣଙ୍କୁ ଦେଖି କଂସ ଉଠିଖଡ଼ଗେ କଲାଦୃଢ଼ମୁଷ୍ଟି

  111. Couplet 111

    ଉଞ୍ଚାଇ ଗୋବିନ୍ଦ ଉପରେଡ଼େଇଁ ପଡ଼ନ୍ତେ ରୋଷଭରେ

  112. Couplet 112

    ଛଞ୍ଚାଣ ପ୍ରାୟେ ଧାତିକାରେକେଶ ଧଇଲେ କୃଷ୍ଣ କରେ

  113. Couplet 113

    ଅସୁର ନ ପାରିଲା ଚଳିକୃଷ୍ଣଙ୍କୁ ଚାହିଁଲା ନିରୋଳି

  114. Couplet 114

    ଚକ୍ଷୁର ବାଟେ ପ୍ରାଣ ଗଲାକୃଷ୍ଣର ଶରୀରେ ପଶିଲା

  115. Couplet 115

    ନାଗ ଆବୋରି ଖଗପତିତେସନ ଗୋବିନ୍ଦର ଗତି

  116. Couplet 116

    ରତ୍ନମୁକୁଟ କଂସ ଶିରେକୃଷ୍ଣେ ଝିଙ୍କିଲେ ରୋଷଭରେ

  117. Couplet 117

    କଂସକୁ ଧରି ବାମକରେଗୋବିନ୍ଦ ମଞ୍ଚାର ଉପରେ

  118. Couplet 118

    ଜଗତସ୍ୱାମୀ ଯୋଗବଳେପଡ଼ିଲେ ରଙ୍ଗସଭାତଳେ

  119. Couplet 119

    କଂସ ଉପରେ ଦାମୋଦରଅବନୀ ଦିଶିଲା ସୁନ୍ଦର

  120. Couplet 120

    ଯେତେ ଅସୁରରାଜା ଥିଲେକୃଷ୍ଣଙ୍କୁ ଦେଖି ପଳାଇଲେ

  121. Couplet 121

    ସମସ୍ତ ଲୋକେ ଛନ୍ତି ଚାହିଁବିକ୍ରମସିଂହ ପ୍ରାୟ ହାଇ

  122. Couplet 122

    କଂସର କେଶ ଧରି କରେକୃଷ୍ଣ ଝିଙ୍କିଲେ ରୋଷଭରେ

  123. Couplet 123

    ରଙ୍ଗସଭାର ତଳେ ଥାଇମୃତପିଣ୍ତକୁ ଘୋଷଡ଼ାଇ

  124. Couplet 124

    ଉତ୍ତାନ କରି ପକାଇଲେଗୋପବାଳକେ ଡ଼େଇଁଗଲେ

  125. Couplet 125

    ଲୋକେ କରନ୍ତି ହାହାକାରକେ ବୋଲେ ପଡ଼ିଲା ଅସୁର

  126. Couplet 126

    ଦେଖି ସାନନ୍ଦ ପୁରଜନମଥୁରା ନାରୀଙ୍କର ମନ

  127. Couplet 127

    ଆକାଶୁ କୁସୁମ ବରଷିନିର୍ମଳ ଦଶଦିଗ ଦିଶି

  128. Couplet 128

    ପବନ ବହଇ ଶୀତଳନିଶ୍ଚଳେ ଜଳଇ ଅନଳ

  129. Couplet 129

    ଆକାଶ ଦିଶିଲା ନିର୍ମଳଖଣ୍ତିଲା ଅବନୀର ଭାର

  130. Couplet 130

    ଜୟଶବଦ ଶୂନ୍ୟେ ପୂରିନୃତ୍ୟ କରନ୍ତି ଅପସରୀ

  131. Couplet 131

    ଗୀତବିନୋଦେ ବିଦ୍ୟାଧରଦୁନ୍ଦୁଭି ବାଜଇ ସୁସ୍ୱର

  132. Couplet 132

    ଦଇବେ କଂସ ଅବିରତେକୃଷ୍ଣଙ୍କୁ ଭୟ କରି ଚିତ୍ତେ

  133. Couplet 133

    ଜଳ ପିବନ୍ତେ କମ୍ପେ ଦେହୀଭୋଜନ କରନ୍ତେ ଡ଼ରଇ

  134. Couplet 134

    ଭୟେ ନ ସ୍ଫୁରଇ ବଚନନିଦ୍ରା ନ ମାଡ଼ଇ ନୟନ

  135. Couplet 135

    ଯାହାକୁ ଡ଼ରୁଥାଇ ନିତ୍ୟେପ୍ରତ୍ୟକ୍ଷ ଦେଖିଲା ଅଗ୍ରତେ

  136. Couplet 136

    ଦେହେ ପଶିଲା କଂସରାୟଖଣ୍ତିଲା ଜନ୍ମମୃତ୍ୟୁ ଭୟ

  137. Couplet 137

    ନିର୍ମଳ ଯୋଗୀଙ୍କି ଦୁର୍ଲ୍ଲଭକଂସକୁ ହୋଇଲା ସୁଲଭ

  138. Couplet 138

    କଂସର ଅଷ୍ଟଭ୍ରାତ ଥିଲେମିଳିଲେ ରାମକୃଷ୍ଣ ତୁଲେ

  139. Couplet 139

    କଙ୍କ ନ୍ୟଗ୍ରୋଧ ଆଦିକରିଧାଇଁଲେ ଖଡ଼ଗ ଉଭାରି

  140. Couplet 140

    ଭାଇ ମରଣେ କ୍ରୋଧ ପାଇବେଢ଼ିଲେ ଗୋବିନ୍ଦଙ୍କୁ ଯାଇ

  141. Couplet 141

    ଜଗତିଦ୍ୱାର ରୁନ୍ଧି ବୀରେକୁନ୍ତ ଶାବେଳୀ ଭାଲା କରେ

  142. Couplet 142

    ଆଚ୍ଛାଦି କଲେ ମହାରଣପଡ଼ିଲା କୋଟିବଜ୍ର ବାଣ

  143. Couplet 143

    ଦିବସ ହୋଇଲା ଅନ୍ଧାରବିଚିତ୍ର ଗତି କରବାଳ

  144. Couplet 144

    ଦେଖି ଧାଇଁଲେ ହଳଧରବୁଲାଇ ଲୌହର ମୂଷଳ

  145. Couplet 145

    ସିଂହ ଯେସନେ ଗଜଯୂଥେପିଟନ୍ତି ଅତି ବଳବନ୍ତେ

  146. Couplet 146

    ଶସ୍ତ୍ରକୁ ଶସ୍ତ୍ର ପଡ଼ିତାଳନ ପାରି ଘୁଞ୍ଚିଲେ ସକଳ

  147. Couplet 147

    ରାମର ବଜ୍ରଦଣ୍ତ ଘାୟେପଡ଼ିଲେ ଇନ୍ଦୁମତୀ ପୋଏ

  148. Couplet 148

    ଗତ ଜୀବନ ଅଷ୍ଟବୀରମୁଖରୁ ଗଳଇ ରୁଧିର

  149. Couplet 149

    ଦେଖି ସାନନ୍ଦ ଦେବଗଣବଳଦେବଙ୍କ ବୀରପଣ

  150. Couplet 150

    ପୁଷ୍ପବରଷି ସ୍ତୁତି କରିଜୟଶବଦେ ଅପସରୀ

  151. Couplet 151

    କଂସର ଅଷ୍ଟ୍ରଭ୍ରାତା ମୂଳେଯେତେ କାମିନୀ ପୁରେ ଥିଲେ

  152. Couplet 152

    ବାହାର ହୋଇଲେ ବିକଳେକାନ୍ଦନ୍ତି ସ୍ୱାମୀ ଧରି କୋଳେ

  153. Couplet 153

    ମୁଣ୍ତେ ହୃଦୟେ କରତାଡ଼ିଗଡ଼ନ୍ତି ମହୀତଳେ ପଡ଼ି

  154. Couplet 154

    ଭୋ ନାଥ ପ୍ରିୟ ମହୀପତିଅନାଥ ହୋଇଲୁ ଯୁବତୀ

  155. Couplet 155

    ଭୋ ନାଥ ମରଣେ ତୋହରମଥୁରା ନ ଦିଶେ ସୁନ୍ଦର

  156. Couplet 156

    ତୋର ବିଯୋଗେ ମଧୁପୁରୀଏବେ ଦିଶିଲା ହତଶିରୀ

  157. Couplet 157

    ତୁ ନାଥ ପ୍ରାଣୀଙ୍କର ତୁଲେଦ୍ରୋହ ଚିନ୍ତିଲୁ ସର୍ବକାଳେ

  158. Couplet 158

    ଅସୁରବୁଦ୍ଧି ତୋ'ର ମନ୍ଦସାଧୁଙ୍କ ତୁଲେ କଲୁ ବାଦ

  159. Couplet 159

    ଧର୍ମକୁ ନିଶ୍ଚୟ ଛାଡ଼ିଲୁଭଣଜା ହସ୍ତେ ପ୍ରାଣ ଦେଲୁ

  160. Couplet 160

    ପ୍ରାଣୀଙ୍କ ହୃଦୟେ ଅନନ୍ତଜଗତ ଯା'ର ଗର୍ଭଗତ

  161. Couplet 161

    ବ୍ରହ୍ମାଣ୍ତଠାକୁର ଶ୍ରୀହରିତାହାର ହୋଇଲୁ ବଇରୀ

  162. Couplet 162

    ତାହାର ସଙ୍ଗେ ବାଦ କଲୁଅକାଳେ ପ୍ରାଣ ହରାଇଲୁ

  163. Couplet 163

    ସୃଷ୍ଟି ପାଳନ ଯା'ର ବାନାଭକତଜନ ବଜ୍ରସେହ୍ନା

  164. Couplet 164

    ସଂସାରେ ଧର୍ମରୂପ ହୋଇଭାବ ଅଭାବ ସେ ଘେନଇ

  165. Couplet 165

    ତା'ର ମହିମା ତୁ ନ ଜାଣିଦ୍ରୋହ ଚିନ୍ତିଲୁ ଚକ୍ରପାଣି

  166. Couplet 166

    ମରିବା ଉଚିତ ତୋହରଅନାଥ କଲୁ ମଧୁପୁର

  167. Couplet 167

    କହନ୍ତି ବ୍ୟାସଙ୍କ ନନ୍ଦନଗୋବିନ୍ଦ ଶୁଣିଲେ ରୋଦନ

  168. Couplet 168

    ଛାଡ଼ିଲେ କଂସେ କୋପମନଦୟାସାଗର ଭଗବାନ

  169. Couplet 169

    ରାଜକାମିନୀ ମଧ୍ୟେ ଯାଇବିଜୟ ବ୍ରହ୍ମାଣ୍ତ ଗୋସାଇଁ

  170. Couplet 170

    ଲୋକବେଭାରେ ନରହରିଲୋଚନୁ ବହେ ଅଶ୍ରୁବାରି

  171. Couplet 171

    କାନ୍ଦନ୍ତି ମାଇଁଙ୍କର ମେଳେଗୋବିନ୍ଦ ମାୟା ଯୋଗ ବଳେ

  172. Couplet 172

    ବୋଲନ୍ତି ମୋର କର୍ମ ମନ୍ଦଦଇବ କରିଅଛି ଛନ୍ଦ

  173. Couplet 173

    ମୋହର କର୍ମେ ଭଲ ନାହିଁକଷ୍ଟ ମୁଁ ଯେତେ ପାଇଛଇଁ

  174. Couplet 174

    ଜାତ ହୋଇଲି ବନ୍ଦୀଘରେପିତା ମୋ'ଘେନି ଗଲେ ଡ଼ରେ

  175. Couplet 175

    ଲୁଚାଇ ନନ୍ଦର ମନ୍ଦିରେସୋଦର ମଉଳାର ଡ଼ରେ

  176. Couplet 176

    ଗଉଡ଼ ପଣେ ଦିନ ନେଇମୋହର କୁଳ ମୂଳ ନାହିଁ

  177. Couplet 177

    ସେବକ ପ୍ରାୟେ ନନ୍ଦ ଘରେଗୋରୁ ଚରାଏ ବନଘୋରେ

  178. Couplet 178

    ଦିବସେ ନ ରହଇ ଘରେଅନ୍ନପୁଡ଼ାଏ ଘେନି କରେ

  179. Couplet 179

    ବନେ ଭୁଞ୍ଜଇ ଏକବେଳେନିଦ୍ରା ନ ମାଡ଼େ ରାତ୍ରକାଳେ

  180. Couplet 180

    ରାତ୍ର ପାହିଲେ ବନେ ଯାଇଏମନ୍ତେ ଜୀବନ ପୋଷଇ

  181. Couplet 181

    ଯେତେ ପଡ଼ିଲା ରିଷ୍ଟ ମତେସୁମରି କହିବଇଁ କେତେ

  182. Couplet 182

    ମୁଁ ମାର ଦୁଃଖ ସୁଖେ ଥାଇମଉଳା ତାହା ନ ଜାଣଇ

  183. Couplet 183

    ମାଇଲା ମୋର ଷଡ଼ଭାଇମାତାପିତାଙ୍କୁ ଦୁଃଖ ଦେଇ

  184. Couplet 184

    ସୋଦର କଷ୍ଟ ବାଳବଧକେହି ତ ନ କଲ ବିରୋଧ

  185. Couplet 185

    ମତେ ମାରିବ ବିଚାରିଲାଅକ୍ରୁର ହସ୍ତେ ଅଣାଇଲା

  186. Couplet 186

    ଧନୁଯାତ୍ରା ଏ ମିଛେ କଲାଦ୍ୱାରେ ଗୋ ହସ୍ତୀଏ ଥୋଇଲା

  187. Couplet 187

    ଦଇବେ ତହୁଁ ଉବୁରିଲିମାମୁଁଙ୍କ ଛାମୁରେ ମିଳିଲି

  188. Couplet 188

    ତେବେ ହେଁ ଦୟା ଗୋ ନ କଲାମାଲଙ୍କ ସଙ୍ଗେ ଯୁଝାଇଲା

  189. Couplet 189

    ତହୁଁ ଜୀଇଁଲି କର୍ମବଳେମିଳିଲି ଯାଇ ମଞ୍ଚାତଳେ

  190. Couplet 190

    ବୋଇଲା କୋପଭର ହୋଇତାଡାଇ ଦିଅ ବେନିଭାଇ

  191. Couplet 191

    ବସୁଦେବକୁ ନନ୍ଦ ସଙ୍ଗେହାଣି ପକାଅ ନେଇ ବେଗେ

  192. Couplet 192

    ଦେବକୀ ସଙ୍ଗେ ଉଗ୍ରସେନଶୂଳରେ ବସାଅ ବହନ

  193. Couplet 193

    ନନ୍ଦ ସମ୍ପଦ କର ଜୂରରାମ ଗୋବିନ୍ଦ ବେଗେ ମାର

  194. Couplet 194

    ଶୁଣି ମୋ' ଦେହ ଥରହରଜୀବନ ଉଡ଼ିଲା ମୋହର

  195. Couplet 195

    ବିକଳେ ଉଠିଲି ମଞ୍ଚାରେତା' କୋପ ଶାନ୍ତି କରିବାରେ

  196. Couplet 196

    ପାଦେ ପଡ଼ିଲି ମୁହିଁ ଯାଇଧାଇଁଲା ଖଡ଼ଗ ଉଞ୍ଚାଇ

  197. Couplet 197

    ତା' ଦେଖି ହୋଇଲି ବିକଳବେଗେ ଧଇଲା ମୋର ବାଳ

  198. Couplet 198

    ମଞ୍ଚାରୁ ଦେଲା ଫୋପଡ଼ାଇତଳେ ଗୋ ପଡୁଥିଲି ମୁହିଁ

  199. Couplet 199

    ବିକଳେ ଧଇଲି ପୟରପଡ଼ିଲା ମୋହର ଉପର

  200. Couplet 200

    ମଞ୍ଚାରୁ ପଡ଼ି ମାମୁଁ ମଲାମୋତେ ତ ଦଇବ ରଖିଲା

  201. Couplet 201

    ମୋହର କର୍ମେ ନାହିଁ ଭୋଗରାଜା ଭଣଜା ପଣେ ଯୋଗ

  202. Couplet 202

    ଅରଜି ଥିଲି ଯାହା ପୂର୍ବେଫଳିଲା ମୋତେ ଆସି ଏବେ

  203. Couplet 203

    ମାୟା ସଂସାରେ ଏହି ମତେଜନ୍ମମରଣ ବେନିପଥେ

  204. Couplet 204

    ପ୍ରାଣୀ ହୁଅନ୍ତି ଆତଜାତକର୍ମର ଫଳେ ସେ ପ୍ରାପତ

  205. Couplet 205

    ପଥୁକୀ ପଥଶ୍ରମ ପାଇବସନ୍ତି ବୃକ୍ଷ ତଳେ ଯାଇ

  206. Couplet 206

    ଶ୍ରମ ସରିଲେ ଯେଝାମତେଚଳନ୍ତି ବୃକ୍ଷ ଥାଇ ପଥେ

  207. Couplet 207

    ତେମନ୍ତ ପ୍ରାୟ ଜନ୍ତୁ ମିଳିମାୟା ସଂସାରେ ବିଷ୍ଣୁକେଳି

  208. Couplet 208

    ଜଗତଜୀବ ଏହି ମତେସମସ୍ତେ ଯିବା ଶୂନ୍ୟପଥେ

  209. Couplet 209

    କେ ଆଗ ପଛ କେ ତୁରିତସବୁରି ଦ୍ୱାରେ ଯମଦୂତ

  210. Couplet 210

    ଏଣେ ଯେ ନ କରନ୍ତି ଖେଦତାହାଙ୍କୁ ନ ଲାଗେ ପ୍ରମାଦ

  211. Couplet 211

    ତୁମ୍ଭେ ଗୋ ଅର୍ଜିଅଛ ଯାହାଅବଶ୍ୟ ଭୁଞ୍ଜିବଟି ତାହା

  212. Couplet 212

    ଏମନ୍ତ ବୋଲି ଭଗବାନମୋହିଲେ ମାଇଁଙ୍କର ମନ

  213. Couplet 213

    ଆଶ୍ୱାସ କରି କଂସନାରୀବଦନ ପୋଛିଲେ ମୁରାରି

  214. Couplet 214

    ଜଣ ଜଣକେ ବୋଧ କଲେଅନଳେ କଂସ ପୋଡ଼ାଇଲେ

  215. Couplet 215

    ରାମ ଗୋବିନ୍ଦ ବେନିଭାଇପିତାମାତାଙ୍କ ପାଶେ ଯାଇ

  216. Couplet 216

    କଷ୍ଟ ଦେଖିଣ ତାହାଙ୍କରନୟନୁ ବହେ ଅଶ୍ରୁଜଳ

  217. Couplet 217

    ମଞ୍ଚା ଉପରେ କୃଷ୍ଣରାମପୟର ଦେଖି ଶୋକମନ

  218. Couplet 218

    ଚରଣୁଁ ବନ୍ଧନ ଫେଡ଼ାଇପିତାମାତାଙ୍କ ମୁଖ ଚାହିଁ

  219. Couplet 219

    ଦେବକୀ ବସୁଦେବ ପାଦେପଡ଼ିଲେ ଶୋକ ଗଦଗଦେ

  220. Couplet 220

    ଦେଖି ଚକିତ ତାତମାତପୟର ଘୁଞ୍ଚାଇ ତୁରିତ

  221. Couplet 221

    ମନେ ଜାଣିଲେ ଅବହେଳେବିଷ୍ଣୁମୂରତି ପାଦତଳେ

  222. Couplet 222

    ଭୟେ କମ୍ପନ୍ତି ଥରହରବୋଲନ୍ତି ଶରଣ ତୋହର

  223. Couplet 223

    ଅନାଦି ନାଥ ନିରଞ୍ଜନଆମ୍ଭର ଦୋଷ ତୁ ନ ଘେନ

  224. Couplet 224

    ପୁତ୍ର ପ୍ରାୟେକ ତୋତେ ମଣିଯାହା ଚିନ୍ତିଲୁ ଚକ୍ରପାଣି

  225. Couplet 225

    ସେ ଦୋଷ ନ ଘେନ ଆମ୍ଭରଶରଣ ରଖ ଚକ୍ରଧର

  226. Couplet 226

    ଏମନ୍ତ ବୋଲି ବାପମାୟେଚକ୍ଷୁ ବୁଜିଲେ ମହାଭୟେ

  227. Couplet 227

    ବୋଲନ୍ତି ଶୁକ ମୁନିବରଜାଣିଲେ ପ୍ରଭୁ ଦାମୋଦର

  228. Couplet 228

    ବଳଦେବଙ୍କୁ ଅନାଇଲେବୋଇଲେ ଜ୍ଞାନ ଏ ପାଇଲେ

  229. Couplet 229

    ଆମ୍ଭଙ୍କୁ ଚିହ୍ନିଲେ ଏ ଆଜକେମନ୍ତେ ହେବ ଦେବକାର୍ଯ୍ୟ

  230. Couplet 230

    ଏମନ୍ତ ବୋଲି ବିଚାରିଲେବିଷ୍ଣୁ ମାୟାକୁ ପ୍ରକାଶିଲେ

  231. Couplet 231

    ପିତାମାତାଙ୍କ ଦେହେ ଯାଇପଶିଲେ ଶୋକମୋହ ହୋଇ

  232. Couplet 232

    ସେ ମାୟାଧର ପାଦଗତଭଜଇ ବିପ୍ର ଜଗନ୍ନାଥ

  233. Couplet 233

    କଂସ ଦାନବ ସଂହାରିଲେଅବନୀ ଭାରା ନିବାରିଲେ

  234. Couplet 234

    ଭକତଜନଙ୍କର ବନ୍ଧୁନାମ କରୁଣାମୟ ସିନ୍ଧୁ

  235. Couplet 235

    ଏଣେ ନିବେଶି କୃଷ୍ଣେମନଶରଣ ପଶ ଭଗବାନ

  236. Couplet 236

    ବୁଡ଼ି ନ ମର ଭବଜଳେକଷ୍ଣ ସୁମରି ଉଠ କୂଳେ

  237. Couplet 237

    ବ୍ରାହ୍ମଣ କୁଳେ ଜାତ ହୋଇବିଷ୍ଣୁ ବାସନା ମୋର ନାହିଁ

  238. Couplet 238

    ସ୍ୱପନେ କହିଲେ ମୁରାରିପୁରାଣ ଗୀତନାଦ କରି

  239. Couplet 239

    ରଚିବୁ ଶିରୀ ଭାଗବତବେଦ ପୁରାଣେ ଯାହା ତତ୍ତ୍ୱ

  240. Couplet 240

    ଏଣୁ ମୋହର ଭୟ ନାହିଁସୁଜନେ ତର ଏହା ଗାଇ

  241. Couplet 241

    ସୁଜନେ ନ ଧର ମୋ ଦୋଷକହଇ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 47 | Parbani by ParibhaAsha App