Skip to content
paribhaasha

Skandha 10

Adhyaya 46

  1. Couplet 1

    ବୋଲନ୍ତି ଶୁକ ମୁନିବରସାନନ୍ଦେ ଶୁଣ କୁରୁବୀର

  2. Couplet 2

    ରାମଗୋବିନ୍ଦ ମଧୁବନେଭେଟିଲେ କଂସଦୂତମାନେ

  3. Couplet 3

    ନିକଟେ ଦୂତଙ୍କୁ ରୁହାଇସ୍ନାହାନ କଲେ ବେନିଭାଇ

  4. Couplet 4

    ଭୋଜନ କଲେ ଦୁଧସରଆନନ୍ଦେ ନାନା ଉପହାର

  5. Couplet 5

    ବିବିଧ ରତ୍ନ ଅଳଙ୍କାରବସ୍ତ୍ର ପିନ୍ଧିଲେ ପୀତ ନୀଳ

  6. Couplet 6

    ମାଲ ଦୁନ୍ଦୁଭିଘୋଷ ଶୁଣିସାନନ୍ଦ କୃଷ୍ଣ ହଳପାଣି

  7. Couplet 7

    ଗୋପାଳ ପୋଏ ସଜ ହୋଇମଧ୍ୟେ ବିଜୟ ବେନିଭାଇ

  8. Couplet 8

    ମଥୁରା ନଗରେ ପଶିଲେକଂସର ଦୂତେ ଆଗେ ଗଲେ

  9. Couplet 9

    ପଡ଼ଇ କ୍ଷଣେ କ୍ଷଣେ ହୁରିଉଲୁକାପାତେ ବସୁନ୍ଧରୀ

  10. Couplet 10

    ଆକାଶେ ଧୂମମୟ ଜ୍ୟୋତିମେଘେ ଲୁଚିଲେ ଛାୟାପତି

  11. Couplet 11

    ପଥେ ଆସନ୍ତେ ଭାଇ ବେନିବିବିଧ ବାଦ୍ୟନାଦ ଧ୍ୱନି

  12. Couplet 12

    ଯୋଡ଼ି ମŸର୍ଳ ଶଙ୍ଖ ବାଜେଶରଦମେଘ ଯେହ୍ନେ ଗର୍ଜେ

  13. Couplet 13

    ରାମଗୋବିନ୍ଦ ଦେଖି ପଥେଲୋକେ ମିଳିଲେ ଯୂଥେଯୂଥେ

  14. Couplet 14

    ଏକ ଆରକେ ସଜ ହୋଇକାମିନୀଗଣେ ଛନ୍ତି ଧାଇଁ

  15. Couplet 15

    ସକଳେ ଘରଦ୍ୱାରା ଛାଡ଼ିଧାମନ୍ତି ରାଜପଥ ମାଡ଼ି

  16. Couplet 16

    ସ୍ତିରୀ ପୁରୁଷ ବାଳବୃନ୍ଦେଗୋବିନ୍ଦ ଦେଖିବାର ସଧେ

  17. Couplet 17

    ଆଗେ ଧାମନ୍ତି ବଳବନ୍ତଗହଳ ମଥୁରାର ପଥ

  18. Couplet 18

    ଅନଳ ଦେଖିଣ ପତଙ୍ଗେଯେହ୍ନେ ଧାମନ୍ତି ଉଦ୍‌ବେଗେ

  19. Couplet 19

    ଦେଖନ୍ତି ନରନାରୀ ମିଳିହରଷେ ଦେଇ ହୁଳହୁଳି

  20. Couplet 20

    ରାମଗୋବିନ୍ଦ ମୁଖ ଚାହିଁନୟନ ପିଛାଡ଼ି ନୋହଇ

  21. Couplet 21

    ଦେହ ସଂସାର ପାସୋରିଲେଆନନ୍ଦସାଗରେ ବୁଡ଼ିଲେ

  22. Couplet 22

    ସ୍ୱର୍ଗେ ଦେଖନ୍ତି ଦେବତାଏରାମଗୋବିନ୍ଦର ବିଜୟେ

  23. Couplet 23

    ମଙ୍ଗଳନାଦେ ଅପସରୀଦେଖନ୍ତି ଦିଗପାଳେ ମିଳି

  24. Couplet 24

    ପବନ ବହଇ ଶୀତଳଶୂନ୍ୟେ ଉଡ଼ନ୍ତି ମେଘମାଳ

  25. Couplet 25

    ଜନଗହଳ ରାଜପଥେଗୋବିନ୍ଦ ଦେଖନ୍ତି ଉଷତେ

  26. Couplet 26

    କହନ୍ତି ଏକ ଆରେ ଚାହିଁକାନ୍ଦି ହୃଦୟେ କର ଦେଇ

  27. Couplet 27

    ଦେଖ ଗୋ କଂସର ନିŸର୍ଦ୍ଦୟେକି ଦୋଷ କଲେ ବାଳପୋଏ

  28. Couplet 28

    ଲୁଚି ଏ ଥିଲେ ନନ୍ଦଘରେସୋଦର ମଉଳାର ଡ଼ରେ

  29. Couplet 29

    କି ଦୋଷ କଲେ ଏ ତାହାରଦୁଷ୍ଟ ଦାନବ ଦୁରାଚାର

  30. Couplet 30

    ଏହାଙ୍କୁ ଆଣିଅଛି ଧରିବଳେ ମାରିବ ଘରେ ଭରି

  31. Couplet 31

    କେମନ୍ତେ ସହିବଟି ଧର୍ମଏହାଙ୍କୁ କରି ଏଡ଼େ କର୍ମ

  32. Couplet 32

    ଏ ପୋଏ ଗୋପପୁରେ ଥିଲେକି ଅପରାଧ ଅବା କଲେ

  33. Couplet 33

    ଏହାଙ୍କୁ କରି ପ୍ରାଣେ ନାଶଭାଙ୍ଗିବ ଗୋପପୁର ଦେଶ

  34. Couplet 34

    ଏହାଙ୍କ କଷ୍ଟ ଦେଖିବାରେଚାଲ ନ ଥିବା ଏ ନଗରେ

  35. Couplet 35

    ହୃଦୟ ଧରିବା କେମନ୍ତେଏହାଙ୍କୁ ନ ଦେଖିଲେ ନେତ୍ରେ

  36. Couplet 36

    ଏମନ୍ତ କହି ନରନାରୀବିକଳେ ଚାହାନ୍ତି ମୁରାରି

  37. Couplet 37

    ହୃଦୟେ ବିଚାରି ବିକଳନୟନୁ ବହେ ଅଶ୍ରୁଜଳ

  38. Couplet 38

    ରାମଗୋବିନ୍ଦ ଗୋପବାଳେମିଳିଲେ କଂସ ରଙ୍ଗଦ୍ୱାରେ

  39. Couplet 39

    ଦେଖିଲେ ଦ୍ୱାରେ ଅଛି ଗଜମାହୁନ୍ତ ହୋଇଅଛି ସଜ

  40. Couplet 40

    କୃଷ୍ଣଙ୍କୁ ଦେଖିଣ ମାହୁନ୍ତଆକ୍ରୋଷି ଗଜ ବଳବନ୍ତ

  41. Couplet 41

    ଦ୍ୱାର ଆବୋରିଲା ବହନମାରିବା ପ୍ରାୟ କୋପମନ

  42. Couplet 42

    ସ୍ୱଭାବେ ମତ୍ତ କରୀବରତେଜେ ପ୍ରଚଣ୍ତ ମହାଘୋର

  43. Couplet 43

    ତାହା ଜାଣିଲେ ଭାବଗ୍ରାହୀଗୋପାଳ ପୁଅଙ୍କୁ ରୁହାଇ

  44. Couplet 44

    ଦୃଢ଼େ ବାନ୍ଧିଲେ ତାଳୁ ଚୁଳସୁନ୍ଦର ଅଳକାକପୋଳ

  45. Couplet 45

    ବସନ ବାନ୍ଧି ଆଣ୍ଟ କରିସଜ ହୋଇଲେ ହଳଧାରୀ

  46. Couplet 46

    ମାହୁନ୍ତ କୋପଭର ହୋଇଅଳପ ଅଳପ ଟିପଇ

  47. Couplet 47

    ହସ୍ତୀ ଟିପଇ ପାଦ ଲଇଁଦେଖି ଗୋବିନ୍ଦ ଆଗ ହୋଇ

  48. Couplet 48

    ବୋଇଲେ ଆଡ଼ହୁଅ ଭାଇମାହୁନ୍ତ ଶୁଣି ନ ଶୁଣଇ

  49. Couplet 49

    ଶୁଣ ମାହୁନ୍ତ ମୋ' ଉତ୍ତରଆମ୍ଭଙ୍କୁ ଛାଡ଼ ରଙ୍ଗଦ୍ୱାର

  50. Couplet 50

    ରାଜା ଆମ୍ଭରେ କୋପମନବେଗେ କରିବୁ ଦରଦଶନ

  51. Couplet 51

    ଦ୍ୱାର ତୁ ଛାଡ଼ ବେଗ ହୋଇଉଛୁର ବେଳ ନ ଯୋଗାଇ

  52. Couplet 52

    ଶୁଣି ମାହୁନ୍ତ କୋପକଲାକୃଷ୍ଣର ବୋଲ ନ ଶୁଣିଲା

  53. Couplet 53

    ହସ୍ତୀର କୁମ୍ଭେ ଦେଇ କରଦନ୍ତ କରାଇଲା ଉଭାର

  54. Couplet 54

    କୃଷ୍ଣ ବୋଇଲେ ମାହୁନ୍ତକୁମାରିବା ପ୍ରାୟେ ତ ସଳଖୁ

  55. Couplet 55

    ଜୀବନେ ଅଛି ଯେବେ କାର୍ଯ୍ୟହସ୍ତୀ ଦୁଆରୁ ନିଅ ଆଜ

  56. Couplet 56

    ନୋହିଲେ ଯିବୁ ଯମପୁରହସ୍ତୀ ହିଁ ସଙ୍ଗତେ ତୋହର

  57. Couplet 57

    ଶୁଣି ମାହୁନ୍ତ ପରଜ୍ୱଳିହସ୍ତୀ ଟିପିଲା ପାଦଚାଳି

  58. Couplet 58

    କୃଷ୍ଣଙ୍କୁ ଦେଖି ଗଜ ଧାଇଁକାଳଦେବତା ପ୍ରାୟ ହୋଇ

  59. Couplet 59

    ପବନୁଁ ବେଗେ ଧାଇଁ ଖରେଶୁ‹ଣ୍ଢ ପିଟିଲା କୃଷ୍ଣଶିରେ

  60. Couplet 60

    କେଶ ଧଇଲା ଧାତିକାରଛଡ଼ାଇ ଗଲେ ଦାମୋଦର

  61. Couplet 61

    ଗୋବିନ୍ଦ ମାୟା ଯୋଗବଳେରହିଲେ ହସ୍ତୀ ପେଟତଳେ

  62. Couplet 62

    ହସ୍ତୀ ଚାହଁଇ ଚଉଦିଗେକୋପେ ଗର୍ଜଇ ଘୋରରଙ୍ଗେ

  63. Couplet 63

    ଆଘ୍ରାଣେ କୃଷ୍ଣ ବାସ ପାଇପୁଣି ଧଇଲା ଶୁଣ୍ଢେ‹ ନେଇ

  64. Couplet 64

    ପୁଣି ଛଡ଼ାଇ ତା'ର କରପଛେ ମିଳିଲେ ମାୟାଧର

  65. Couplet 65

    ହସ୍ତୀର ଲାଞ୍ଜ କରେ ଧରିପଛକୁ ଆଣିଲେ ଓଟାରି

  66. Couplet 66

    ପଚିଶଧନୁ ଯାଏଁ ଟାଣିରହିଲେ ପ୍ରଭୁ ଚକ୍ରପାଣି

  67. Couplet 67

    ସର୍ପର ଲାଞ୍ଜ ତୁଣ୍ତେ ଭରିଯେସନେ ଗରୁଡ଼ ଓଟାରି

  68. Couplet 68

    ଲାଙ୍ଗୁଳ ଧରି ବନମାଳୀବାମଦକ୍ଷିଣ ପାଖେ ଚାଳି

  69. Couplet 69

    ଗଜ ଚାହଁଇ ଦୁଇପାଶେକୃଷ୍ଣଙ୍କୁ ଧରିବାର ଆଶେ

  70. Couplet 70

    ବ›ତ୍ସାଙ୍କ ଲାଞ୍ଜ ପୋଏ ଧରିଯେମନ୍ତେ ହୋନ୍ତି ଘୂରାଘୂରି

  71. Couplet 71

    ଲାଙ୍ଗୁଳ ଛାଡ଼ି ଅତି ଖରେଆଗ ହୋଇଲେ ରୋଷଭରେ

  72. Couplet 72

    ଚାପୁଡ଼େ ମାରି ହସ୍ତୀ ମୁଣ୍ତେକୃଷ୍ଣ ପଳାନ୍ତି ରାଜଦାଣ୍ତେ

  73. Couplet 73

    ପ୍ରଚଣ୍ତକୋପେ ଖରତରଦେଖି ଧାଇଁଲା କରୀବର

  74. Couplet 74

    ଦେଖନ୍ତି ପୁର ନରନାରୀଭୟେ ପଳାନ୍ତି ନରହରି

  75. Couplet 75

    ଶିର ଲାଗଇ ଥୋର-ହସ୍ତେଲୋକେ ଦେଖନ୍ତି ରାଜପଥେ

  76. Couplet 76

    ପାଦର ଘାଏ ଧୂଳି ଉଡ଼ିକୃଷ୍ଣ ପଡ଼ିଲେ ମୁଖ ମାଡ଼ି

  77. Couplet 77

    ତକ୍ଷଣେ ହୋଇଲେ ଅନ୍ତରମାହୁନ୍ତ ବୋଲେ ମାର ମାର

  78. Couplet 78

    କୃଷ୍ଣ ପଡ଼ିଲା ପ୍ରାୟ ମଣିଗଜ ମାଇଲା ଦନ୍ତ ଆଣି

  79. Couplet 79

    ଲୋକେ ହୋଇଲେ ହତଜ୍ଞାନଡ଼ାକନ୍ତି ରଖ ନାରାୟଣ

  80. Couplet 80

    ଏଡ଼େ କରମ କଂସ କଲାକେ ବୋଲେ ଜୀଉଁଜୀଉଁ ମଲା

  81. Couplet 81

    ଚାଲ ନ ଥିବା ଏହା ଦେଶେକଂସକୁ ଗାଳିଦ୍ୟନ୍ତି ରୋଷେ

  82. Couplet 82

    ଏମନ୍ତ ବୋଲୁଁ ବୋଲୁଁ ଜନେଶ୍ରୀକୃଷ୍ଣ ମିଳିଲେ ବହନେ

  83. Couplet 83

    ନୀଳ-ଜୀମୂତ ଦେହ ଝଳିଝାଳ ଗଳଇ ଲାଗି ଧୂଳି

  84. Couplet 84

    ଡାକନ୍ତି ତୋଳି ବେନିକରହସ୍ତୀରେ ସମ୍ଭାଳ ତୋହର

  85. Couplet 85

    ଦେଖି ଚକିତ ନରନାରୀଚାପୁଡ଼େ ମାଇଲେ ମୁରାରି

  86. Couplet 86

    ପଛେ ଯେ ଥିଲେ ହଳଧରହସ୍ତୀକି ମାଇଲେ ପୟର

  87. Couplet 87

    ଧାମଇଁ ପଛକୁ ଅନାଇଁମୁଥେ ମାଇଲେ କୃଷ୍ଣ ନେଇ

  88. Couplet 88

    ଗଜ ଚାହଁଇ ଆଗପଛମାହୁନ୍ତ ଟିପଇ ପ୍ରତ୍ୟକ୍ଷ

  89. Couplet 89

    ନ ଯାଇ ଆଗପଛେ ଡ଼ରେଗର୍ଜଇ ଅତି କୋପଭରେ

  90. Couplet 90

    ମାହୁନ୍ତ ପୁଣି ହିଁ ଟିପଇଦେଖି ପଳାନ୍ତି ବେନିଭାଇ

  91. Couplet 91

    ଦେଖିଣ ଗଜ କୋପଭରେଧାଇଁଲା ପବନହୁଁ ଖରେ

  92. Couplet 92

    କୃଷ୍ଣର ଶିରେ ଥୋର-ହସ୍ତଦେଖି ପଳାନ୍ତି ଗୋପୀନାଥ

  93. Couplet 93

    ଧାଇଁଲେ ପବନ ହୁଁ ବେଗେଘୂରି କୁମ୍ଭାରଚକ୍ର ମାର୍ଗେ

  94. Couplet 94

    ଗୋବିନ୍ଦ ଯୋଗମାୟା ବଳେଘୂରାଇ ପକାଇଲେ ତଳେ

  95. Couplet 95

    ତଳେ ପଡ଼ନ୍ତେ ପ୍ରାଣଗଲାତକ୍ଷଣେ ଗୋବିନ୍ଦେ ପଶିଲା

  96. Couplet 96

    ଚରଣ ଦେଇ ଗଜମୁଣ୍ତେଦନ୍ତ ଧୋଇଲେ ଭୁଜଦଣ୍ତେ

  97. Couplet 97

    ବେଗେ ଉପାଡ଼ି ବେନିକରେପିଟିଲେ ମାହୁନ୍ତ ଉପରେ

  98. Couplet 98

    ମାହୁନ୍ତ ପ୍ରାଣ ବେଗେ ଗଲାଜୀବନ ଗୋବିନ୍ଦେ ପଶିଲା

  99. Couplet 99

    ରାମ ଗୋବିନ୍ଦ ବେନିଭାଇକନ୍ଧେ ଘେନିଲେ ଦନ୍ତ ଦୁଇ

  100. Couplet 100

    ରୁଧିର-ଭୂଷଣ ଶରୀରଝାଳ ଧୂଳିରେ ଜରଜର

  101. Couplet 101

    ମୁଖପଙ୍କଜେ ଝାଳ ଶୋଭାକି ଅବା ପଟାନ୍ତର ଦେବା

  102. Couplet 102

    ଗୋପକୁମରେ ଛନ୍ତି ବେଢ଼ିପଶିଲେ ରଙ୍ଗଦ୍ୱାର ମାଡ଼ି

  103. Couplet 103

    କନ୍ଧେ ପକାଇ ଗଜଦନ୍ତମିଳିଲେ ରାମ-ଗୋପୀନାଥ

  104. Couplet 104

    ଲୋକେ ପଶିଲେ ବଳୀୟାରେକେ ବେଗେ ଉଠିଲେ ବୃକ୍ଷରେ

  105. Couplet 105

    ଜଗତୀ ଅଟ୍ଟାଳୀ ଆରୋହିଦେଖନ୍ତି ରାମକୃଷ୍ଣ ଦୁଇ

  106. Couplet 106

    ରଙ୍ଗସଭାରେ ଯେତେ ଲୋକେକେତେ କହିବା ଏକେ ଏକେ

  107. Couplet 107

    ମାଲେ ଯେ ଥିଲେ ମଞ୍ଚାତଳେରାମକୃଷ୍ଣଙ୍କୁ ଅନାଇଲେ

  108. Couplet 108

    ବଜ୍ର ପଡ଼ିଲା ପ୍ରାୟେ ଦେଖିଭୟେ ବୁଜିଲେ ବେନି ଆଖି

  109. Couplet 109

    ଯେତେ ଅଛନ୍ତି ପୁରନରତାହାଙ୍କୁ ଦିଶନ୍ତି ସୁନ୍ଦର

  110. Couplet 110

    କାମିନୀ-ଲୋଚନେ ଅନଙ୍ଗଗୋପାଳ ପୋଏ ବାଳଅଙ୍ଗ

  111. Couplet 111

    ଅସୁର-ନୃପତିଙ୍କି କାଳମାତାପିତାଙ୍କୁ ବେନିବାଳ

  112. Couplet 112

    କଂସକୁ ଦିଶେ ଯମ ପ୍ରାୟଜ୍ଞାନୀଜନଙ୍କୁ ଜ୍ଞାନମୟ

  113. Couplet 113

    ଯୋଗୀଙ୍କ ନେତ୍ରେ ଜ୍ଞାନତତ୍ତ୍ୱବୃଷ୍ଣିବଂଶକୁ ଦଇବତ

  114. Couplet 114

    ଏମନ୍ତେ ରାମକୃଷ୍ଣ ରୂପଦିଶନ୍ତି ଯାହାକୁ ଯେ ରୂପ

  115. Couplet 115

    ସଭାର ତଳେ ବେନିଭାଇଆକାଶେ ଦେବେ ଛନ୍ତି ଚାହିଁ

  116. Couplet 116

    ବ୍ରହ୍ମା ଶଙ୍କର ଇନ୍ଦ୍ରମୂଳେତେତିଶକୋଟି ଦେବ ବଳେ

  117. Couplet 117

    ଶୂନ୍ୟେ ଦେଖନ୍ତି ରାମହରିଗନ୍ଧର୍ବଗଣ-ଦେବନାରୀ

  118. Couplet 118

    କଂସ ଚାହିଁଲା ବେନିଭାଇଭୟେ କମ୍ପଇ ତାର ଦେହୀ

  119. Couplet 119

    ଗଜ-ମାହୁନ୍ତ ଦ୍ୱାରେ ମାରିଦନ୍ତ ଅଛନ୍ତି କରେ ଧରି

  120. Couplet 120

    ନିଶ୍ଚୟ ମରଣ ହୋଇଲାଏମନ୍ତ ମନେ ବିଚାରିଲା

  121. Couplet 121

    କାତରେ କମ୍ପଇ ଶରୀରବଦନୁଁ ନ ଇଲା ଉତ୍ତର

  122. Couplet 122

    ରଙ୍ଗସଭାର ତଳେ ଥାଇରାମଗୋବିନ୍ଦ ବେନିଭାଇ

  123. Couplet 123

    ନାନା ବିଚିତ୍ର ବେଶ ହୋଇଯେସନେ ନଟବର ଦୁଇ

  124. Couplet 124

    ଦେଖନ୍ତା ପ୍ରାଣୀଙ୍କର ମନମୋହିଲେ ରାମ-ଭଗବାନ

  125. Couplet 125

    ମଞ୍ଚାରେ ଯେତେ ରାଜାଗଣେଗ୍ରାମ ପାଟଣା ପୁରଜନେ

  126. Couplet 126

    ହରଷ ବଶେ ଚକ୍ଷୁ ଫେଇଦେଖନ୍ତି ରାମକୃଷ୍ଣ ଦୁଇ

  127. Couplet 127

    ଚକୋର ଦେଖି ଚନ୍ଦ୍ର ଯେହ୍ନେତେସନେ ପିବନ୍ତି ନୟନେ

  128. Couplet 128

    ତୋଷ ନୋହିଲେ ମୁଖ ଚାହିଁଚାହାନ୍ତେ ପି‚ଞ୍ଛା ନଚଳଇ

  129. Couplet 129

    ପିଇବା ପ୍ରାୟେ ଚକ୍ଷୁଦ୍ୱାରେଜିହ୍ୱା କି ଲିହିବ ଶରୀରେ

  130. Couplet 130

    ଆଘ୍ରାଣ କରି ନାସାଦ୍ୱାରେଆଣି ଭିଡ଼ିବେ ବେନିକରେ

  131. Couplet 131

    ଏମନ୍ତ ହୋଇ ଉଦ୍‌ବେଗଅଗ୍ନି କି ଯେସନେ ପତଙ୍ଗ

  132. Couplet 132

    ଯେମନ୍ତେ ଶୁଣୁଥିଲେ କର୍ଣ୍ଣେପ୍ରତ୍ୟକ୍ଷ ଦେଖିଲେ ନୟନେ

  133. Couplet 133

    କୃଷ୍ଣର ରୂପ ଗୁଣମାନଦେଖି ପାଇଲେ ଦିବ୍ୟଜ୍ଞାନ

  134. Couplet 134

    ଏକକୁ ଆରେକ ଅନାଇଁବୋଲନ୍ତି ଅଙ୍ଗୁଳି ଦେଖାଇ

  135. Couplet 135

    ଏ ବେନି ବସୁଦେବ ସୁତେଭାରା ନିବାରିବା ନିମନ୍ତେ

  136. Couplet 136

    ବିଷ୍ଣୁର ଅଂଶେ ଜାତ ହୋଇନୀଳ ଧବଳ ରୂପ ଦୁଇ

  137. Couplet 137

    ଦେଖ ଏ କୃଷ୍ଣଦେହ କଳାଦେବକୀଗର୍ଭେ ଉପୁଜିଲା

  138. Couplet 138

    ଏହାକୁ ବସୁଦେବ ନେଇଗୋପରେ ଅଇଲା ଲୁଚାଇ

  139. Couplet 139

    ବଢ଼ିଲେ ନନ୍ଦର ଭୁବନେଏହି ବାଳକ ତିନିଦିନେ

  140. Couplet 140

    ଶୋଷିଲା ପୂତନା ପରାଣଭାଜିଲା ଯାମଳା ଅର୍ଜୁନ

  141. Couplet 141

    ପାଦେ ଶକଟା କଲା ଚୂରନାଶିଲା ତୃଣାବର୍ତ୍ତ ବୀର

  142. Couplet 142

    ଅଘା ଧେନୁକା ବକ କେଶୀବତ୍ସା ମାୟାବୀ ଷ‹ଣ୍ଢା ନାଶି

  143. Couplet 143

    କାଳୀୟ ଘଉଡ଼ିଲା ବଳେଅମୃତ କଲା ବିଷଜଳେ

  144. Couplet 144

    ଗୋରୁମହିଷ ଗୋପଶିରୀବନଅନଳୁ ଅଛି ତାରି

  145. Couplet 145

    ଇନ୍ଦ୍ରର ଦର୍ପ କଲା ଚୂରକରେ ତୋଳିଲା ଗିରୀର

  146. Couplet 146

    ସପତ ଦିନ ବରଷିଲାଏହାର କରେ ଗିରି ଥିଲା

  147. Couplet 147

    ଗୋପୀଏ ଚାହିଁ ଏହା ମୁଖଖଣ୍ତିଲେ ଜନ୍ମବନ୍ଧ-ଦୁଃଖ

  148. Couplet 148

    ଯାଦବବଂଶ ଏ ରଖିବଅବନୀଭାରା ଉଶ୍ୱାସିବ

  149. Couplet 149

    ଦେଖ ଏ ରୋହିଣୀକୁମରକୋଟିଏ କାମ ପଟାନ୍ତର

  150. Couplet 150

    ଆଗେ ହୋଇଲେ ଗୋପେଜାତଏହାଙ୍କ ବଳ ଅପ୍ରମିତ

  151. Couplet 151

    ଯୁଦ୍ଧେ ପ୍ରଳମ୍ବା ନାଶ କଲାବତ୍ସା ଧେନୁକା ସଂହାରିଲା

  152. Couplet 152

    ଏମନ୍ତ କହୁଁ କହୁଁ ଜନବାଜିଲା ବୀରତୂର ମାନ

  153. Couplet 153

    ମାଲେ ଯେ ଥିଲେ ସଭାତଳେକୃଷ୍ଣର ନିକଟେ ମିଳିଲେ

  154. Couplet 154

    ଚାଣୂର ବୀର ଆଗ ହୋଇବୋଲଇ କୃଷ୍ଣମୁଖ ଚାହିଁ

  155. Couplet 155

    ତୁ ପରା ଥିଲୁ ନନ୍ଦଘରେରୋହିଣୀସୁତ ସଙ୍ଗତରେ

  156. Couplet 156

    ତୁମ୍ଭେ ଯେ ରାମବନମାଳୀବୋଲଅ ବାହୁଯୁଦ୍ଧେ ବଳୀ

  157. Couplet 157

    ରାଜା ତୁମ୍ଭର କଥା ଶୁଣିଯୁଦ୍ଧର ପାଇଁ ଅଛି ଆଣି

  158. Couplet 158

    ଦେଖିବେ ଯୁଦ୍ଧକଉତୁକରାଜାଏ ଅଛନ୍ତି ଅନେକ

  159. Couplet 159

    ପ୍ରଜାଏ ରାଜାଙ୍କୁ ମନାଇଁଭୋଗ କରନ୍ତି ସୁଖେ ମହୀ

  160. Couplet 160

    ରାଜାର ସମୀପେ ବସନ୍ତିଧନ୍ୟ ଇହଲୋକେ ବୋଲାନ୍ତି

  161. Couplet 161

    ରାଜାର ନୁହଁନ୍ତି ଯେ ପ୍ରିୟତାହାଙ୍କ ସୁଖ କାହିଁ କହ

  162. Couplet 162

    ତୁମ୍ଭେ ଯେ ଗୋପାଳଙ୍କ ମେଳେଗୋରୁ ଚରାଅ ନଦୀକୂଳେ

  163. Couplet 163

    ଦେହରେ ଘଷି ରଙ୍ଗମାଟିଲଲାଟେ ଗୁଞ୍ଜରାର ପାଟି

  164. Couplet 164

    ଏକ ଆରକେ ବାହୁବଳେମାଲ ବିନ୍ଧାଣ କୁତୂହଳେ

  165. Couplet 165

    ବାଳକ କାଳୁଁ ସାଧୁଅଛଏବେ ତ ପ୍ରତ୍ୟକ୍ଷ ଦିଶୁଛ

  166. Couplet 166

    ତେଣୁ ତୁମ୍ଭର ସଙ୍ଗେ ଆମ୍ଭେବିନ୍ଧାଣ କରିବା ଆରମ୍ଭେ

  167. Couplet 167

    ଯେତେ ଅଛନ୍ତି ରାଜାଗଣେଗ୍ରାମ ପାଟଣା ପୁରଜନେ

  168. Couplet 168

    ସକଳେ ହୋଇବେ ପ୍ରସନ୍ନତୋଷିବା କଂସରାଜା ମନ

  169. Couplet 169

    ମାଲଙ୍କ ଟାଣକଥା ଶୁଣିକହନ୍ତି ପ୍ରଭୁ ଚକ୍ରପାଣି

  170. Couplet 170

    ଉଚିତବାଣୀ ଦେଶକାଳକହନ୍ତି ମଦନଗୋପାଳ

  171. Couplet 171

    ଯୁଦ୍ଧ ହିଁ ଇଚ୍ଛା ଆପଣାରକହନ୍ତି ମନୁଷ୍ୟବେଭାର

  172. Couplet 172

    ଶୁଣ ଚାଣୁର ବୀରମଣିଉଚିତ ପ୍ରସ୍ତାବ ତୋ' ବାଣୀ

  173. Couplet 173

    ସ୍ୱଭାବେ ଆମ୍ଭେ ବନଲୋକନ ଜାଣୁ ଯୁଦ୍ଧ କଉତୁକ

  174. Couplet 174

    ଧନ ଗୋରସ ଦେଇ ଖଟୁରାଜା ଭଣଜା ଆମ୍ଭେ ଅଟୁ

  175. Couplet 175

    ଅଳପେ କରଇ ସଦୟଆମ୍ଭ ମଉଳା କଂସରାୟ

  176. Couplet 176

    ବାଳୁତ ପୁଅଙ୍କର ମେଳେଖେଳୁ କାନନ ନଦୀକୂଳେ

  177. Couplet 177

    ନାନା ଭିଆଣେ ଖେଳ ଖେଳିବନସ୍ତେ ଚରାଉଁ ବାଛୁରୀ

  178. Couplet 178

    ପୁଅଙ୍କ ଖେଳର ଉଚିତଆମ୍ଭର ଯୁଦ୍ଧ ସେହିମତ

  179. Couplet 179

    ଏ ତ ନୁହଁଇ ଖେଳମୟେତୁମ୍ଭେ ଯେ ପର୍ବତପରାୟେ

  180. Couplet 180

    ତୁମ୍ଭର ପ୍ରାୟ ଯେବେ ହୋଇତେବେ ସେ ସଂଗ୍ରାମ ଯୋଗାଇ

  181. Couplet 181

    ବାଳକ ଆମ୍ଭେ ବାଳମେଳେଯୁଝିବୁ ରଙ୍ଗ-କୁତୂହଳେ

  182. Couplet 182

    ତୁମ୍ଭର ତୁଲେ ଯୁଦ୍ଧ କାହିଁଏ କଥା ଉଚିତ ନୁହଁଇ

  183. Couplet 183

    ଅଧର୍ମ ହୋଇବଟି ଭଲେତୁମ୍ଭେ ଯୁଝିଲେ ଆମ୍ଭ ତୁଲେ

  184. Couplet 184

    ସଭାକୁ ହୋଇବ ଧିକ୍କାରତା ଶୁଣି ହସଇ ଚାଣୂର

  185. Couplet 185

    ବୋଲଇ ପରୁଷ ବଚନକରାଇ କଂସ ସାବଧାନ

  186. Couplet 186

    ତୁମ୍ଭେ ଯେ ବାଳକ ବୋଲାଅକହିଲେ ଲଜ୍ଜା ହିଁ ନ ପାଅ

  187. Couplet 187

    ବାଳକୁମର ନୁହଁ ଯୁବାତୁମ୍ଭର ମହିମା କହିବା

  188. Couplet 188

    ଏଯେ ତୋହର ଜ୍ୟେଷ୍ଠ ରାମବଳେ ତ ନାହିଁ ସରିସମ

  189. Couplet 189

    ସହସ୍ରେ ମତ୍ତଗଜ ଦେହାବଳ ବହଇ କୁବଳୟା

  190. Couplet 190

    ତାହାକୁ ଲୀଳାଏ ମାଇଲଇଷିତେ ଦନ୍ତ ଉପାଡ଼ିଲ

  191. Couplet 191

    ରଜକ ମାରି ବାମକରେଧନୁ ଭାଙ୍ଗିଲ ବଳାକ୍ରାରେ

  192. Couplet 192

    ତୁମ୍ଭ ମହିମା ସର୍ବଜନେଭଲେ ଜାଣନ୍ତି ତ୍ରିଭୁବନେ

  193. Couplet 193

    ଏମନ୍ତ ନ କହନା ଆରମୁଷ୍ଟିକ ବୋଲେ ଧରଧର

  194. Couplet 194

    ଅଧର କାମୁଡ଼ି ଚାଣୂରବୋଇଲା ରାମକୁ ତୁ ଧର

  195. Couplet 195

    କୃଷ୍ଣର ତୁଲେ ଯୁଦ୍ଧ ମୋରଏ ଯେ ବୋଲାଇ ବଳୀୟାର

  196. Couplet 196

    ମୁଷ୍ଟିକ ରାମ ଆଗେ ରହିକୋପେ ଅଧର କାମୋଡ଼ଇ

  197. Couplet 197

    କହଇ ଦାସ ଜଗନ୍ନାଥଚାଣୂର ଧରି ଗୋପୀନାଥ

  198. Couplet 198

    ମୁଷ୍ଟିକ ରାମଙ୍କୁ ଧଇଲାସେଠାରେ ମନ ମୋ' ରହିଲା

  199. Couplet 199

    ଦେଖ ହୋ ଗୋବିନ୍ଦର ରଣସୁଜନେ ପଶିବା ଶରଣ

  200. Couplet 200

    ବାଳକ ସଙ୍ଗେ ଯୁଦ୍ଧ କରିଦେଖନ୍ତି ପୁରନରନାରୀ