Skip to content
paribhaasha

Skandha 10

Adhyaya 45

  1. Couplet 1

    କହନ୍ତି ଶୁକ ବ୍ରହ୍ମଋଷିଶୁଣ ରାଜନ କୁରୁବଂଶୀ

  2. Couplet 2

    ସେଠାରୁ ଗଲେ ବନମାଳୀଦେଖନ୍ତି ପୁରଜନେ ମିଳି

  3. Couplet 3

    ଚାଲନ୍ତେ ପ୍ରଭୁ ଦେବରାଜାବାଟରେ ମିଳିଲା କୁବୁଜା

  4. Couplet 4

    ସୁଗନ୍ଧପେଡ଼ି ଘେନି କାଖେଚାଲଇ ପଥେ ତିନିବାଙ୍କେ

  5. Couplet 5

    ମୁଖ ତା' ଦିଶଇ ସୁନ୍ଦରକଟାକ୍ଷେ ଚାହଁଇ ମଧୁର

  6. Couplet 6

    ଗନ୍ଧଚନ୍ଦନ ନିତ୍ୟେ ନେଇକଂସର ଛାମୁରେ ଭେଟଇ

  7. Couplet 7

    ତା'ର ଚନ୍ଦନ ଦେଖି କଂସମନେ ଅନେକ ହୋଏ ତୋଷ

  8. Couplet 8

    କୁବୁଜା କୃଷ୍ଣଙ୍କୁ ଦେଖିଲାସଭୟେ ପଥ ଉପେକ୍ଷିଲା

  9. Couplet 9

    ଲାଜରେ ଗଲା ଆଡ଼ ହୋଇଦେଖନ୍ତି ରାମକୃଷ୍ଣ ଦୁଇ

  10. Couplet 10

    କୃଷ୍ଣ ମିଳିଲେ ତା'ର ପାଖେବୋଲନ୍ତି କିସ ତୋର କାଖେ

  11. Couplet 11

    ଚନ୍ଦନ ପ୍ରାୟେକ ବାସଇକାହାକୁ ଦେବୁ ଏହା ନେଇ

  12. Couplet 12

    କହ ତୋହର ନାମ କିସଦିଶୁଛୁ ଏମନ୍ତ ଭବିଷ୍ୟ

  13. Couplet 13

    କାହାର ପତ୍ନୀ ତୁ ବୋଲାଉପିଠିରେ ତିନି କୁଜ ବହୁ

  14. Couplet 14

    କି କର୍ମେ ହୋଇଲୁ ଏମନ୍ତଭୟ ନ କରି କହ ସତ୍ୟ

  15. Couplet 15

    ଆମ୍ଭେ ଗୋ ଅଟୁ ସହୋଦରରେହିଣୀସୁତ ଦାମୋଦର

  16. Couplet 16

    ଦେଖ ଆମ୍ଭର ଦେହ ଶୂନ୍ୟଥୋକାଏ ଦେବୁକି ଚନ୍ଦନ

  17. Couplet 17

    ଆମ୍ଭେ ହୋଇବୁ ତୋଷ ମନପାଇବୁ ପରଲୋକ ଧର୍ମ

  18. Couplet 18

    ରାଜା ହୋଇବ ମନେତୋଷଜଗତେ ଥିବ ତୋର ଯଶ

  19. Couplet 19

    କୁବୁଜା କୃଷ୍ଣ ବୋଲ ଶୁଣିକହେ ଅମୀୟ ରସ ବାଣୀ

  20. Couplet 20

    ଯାହା ତୁ ପଚାରିଲୁ ସ୍ୱାମୀସକଳଭୂତେ ଅନ୍ତର୍ଯ୍ୟାମୀ

  21. Couplet 21

    ତୁ ଅଟୁ ଜଗତ ସୁନ୍ଦରଦାସୀ ମୁଁ ହୋଇବି ତୋହର

  22. Couplet 22

    କଂସର ଅଟଇ ନିଯୋଗୀକରଇ ଚତୁଃସମ ଲାଗି

  23. Couplet 23

    ସ୍ୱାମୀ ତନୟ ମୋର ନାହିଁଜନ୍ମହୁଁ କୁବୁଜା ଅଟଇ

  24. Couplet 24

    ବିରୂପ ଦେଖି ମୋର ଶୋଭାକେହିନୋହିଲେ ମୋତେ ବିଭା

  25. Couplet 25

    ଜାତି ମୋହର ଘଟୁଆରୀଜୀବିକା କଂସ-ସେବାକାରୀ

  26. Couplet 26

    ପିତା ମୋ' ଅପୁତ୍ରିକ ହୋଇକାଳେ ଲଭିଲା ସ୍ୱର୍ଗ ଭୂଇଁ

  27. Couplet 27

    ପିତାର ପୁତ୍ର ଯହୁଁ ନାହିଁସେବା ଆବୋରିଅଛି ମୁହିଁ

  28. Couplet 28

    ମୋର ଚନ୍ଦନେ ନୃପ ତୋଷଦେଇଛି ମୋତେ ତିନିଦେଶ

  29. Couplet 29

    ବହୁତ ଧନରତ୍ନ ମୋରଜୀବନ ହୋଇଲା ଅସାର

  30. Couplet 30

    ନିଷ୍ଫଳ ହୋଇଲା ମୋ' ଦେହୀପୂର୍ବେ ଅର୍ଜିଲି ଯାହା ମୁହିଁ

  31. Couplet 31

    ତୋ ରୂପ ଦେଖି ମୋର ମନନିର୍ମଳ ହୋଇଲା ନୟନ

  32. Couplet 32

    ଏ ହାଦେ ରାଜାଗନ୍ଧପେଡ଼ିଦେଖାଇ କୃଷ୍ଣ ଆଗେ ଫେଡ଼ି

  33. Couplet 33

    ରାଜାର ଗନ୍ଧ ଏ ଅଟଇତୁମ୍ଭ ଦୁହିଁଙ୍କି ଏ ଯୋଗାଇ

  34. Couplet 34

    ଥୋକାଏ ଦେବି ଗନ୍ଧ ତୋତେକଂସ କୋପିବଯେବେ ମୋତେ

  35. Couplet 35

    ତାହାକୁ ନାହିଁ ମୋର ଡ଼ରତୁମ୍ଭେ ମୋହର ବଳୀୟାର

  36. Couplet 36

    ଏମନ୍ତ ବୋଲି ଗନ୍ଧ ଫେଇଲେପିଲା କୃଷ୍ଣ ଅଙ୍ଗେ ନେଇ

  37. Couplet 37

    ନାଭିରୁ ଶିରଯାଏ ବୋଳିଆନନ୍ଦେ ଦେଲା ହୁଳହୁଳି

  38. Couplet 38

    କପାଳେ ଦେଲା ଠିଆ ଚିତାକର୍ପୂର କସ୍ତୁରୀ ଶୋଭିତା

  39. Couplet 39

    ରାମଙ୍କୁ କଲା ସେହି ମତଦେଖି ହସନ୍ତି ଗୋପୀନାଥ

  40. Couplet 40

    ଦୟାସାଗର ଦାମୋଦରଧଇଲେ କୁବୁଜାର କର

  41. Couplet 41

    ବେନିଚରଣେ ପାଦ ଦେଇଓଷ୍ଠରେ ଅଙ୍ଗୁଳି ଲଗାଇ

  42. Couplet 42

    ଅଳପେ କରି ଦେଲେ ଟେକିପୋଏ ହସନ୍ତି ତାହା ଦେଖି

  43. Couplet 43

    ଲାଗନ୍ତେ ଚକ୍ରଧର କରତକ୍ଷଣେ ହୋଇଲା ସୁନ୍ଦର

  44. Couplet 44

    ତା' ତିନିକୁଜ କେଣେ ଗଲାରୁପେଣ ଅନଙ୍ଗ ମୋହିଲା

  45. Couplet 45

    ହୋଇଲା ଅପୂର୍ବ କାମିନୀଦେଖି ଟଳିବେ ସୁର ମୁନି

  46. Couplet 46

    ଜଗତେ ନାହିଁ ପଟାନ୍ତରଦିଶଇ ଅତ୍ୟନ୍ତ ସୁନ୍ଦର

  47. Couplet 47

    ଦେଖି ଚକିତ ଦେବତାଏକୃଷ୍ଣ ହୁଁ ଆନେ ନ ଯୋଗାଏ

  48. Couplet 48

    କୁବୁଜା ନିଜ ରୂପ ଚାହିଁକୃଷ୍ଣଙ୍କୁ ଦେଖି ବିଚାରଇ

  49. Couplet 49

    ଏତ ଅନାଦି ବିଶ୍ୱକର୍ମାନାହିଁ ନା ଜଗତେ ଉପମା

  50. Couplet 50

    ଏ ମୋତେ କଲାକି ସୁନ୍ଦରଏ ଯେ ମୋହର ନିଜ ବର

  51. Couplet 51

    ଅନେକ ଅଛି ମୋର ଭାଗ୍ୟଦଇବ କରିଛି ସଂଯୋଗ

  52. Couplet 52

    ଏମନ୍ତ କୁବୁଜା ବିଚାରିଧଇଲା କୃଷ୍ଣର ଉତ୍ତରୀ

  53. Couplet 53

    ଲଜ୍ଜା ହିଁ ନ କଲା ରାମଙ୍କୁବୋଇଲା ଆସ ମୋ' ଘରକୁ

  54. Couplet 54

    ମୋର ମନ୍ଦିରେ ଆଜ ରହିକାଲି ଭେଟିବ ନୃପସାଇଁ

  55. Couplet 55

    ତୁମୋତେ କଲୁ ଏଡ଼େ ରୂପଭୋ ନାଥ ନ କରିବା କୋପ

  56. Couplet 56

    ଏ ଦେହ ହେଲେ ଆନେଭୋଗ୍ୟଅନଳେ କରିବି ସଂଯୋଗ

  57. Couplet 57

    ତୁ ଆଜ ଗଲେ ମୋତେ ଛାଡ଼ିବଜ୍ର ପଡ଼ିବ ଶିରେ ମାଡ଼ି

  58. Couplet 58

    ଜୀବନ ରଖ ମୋର ଆଜଶୁଣି ପାଇଲେ କୃଷ୍ଣ ଲାଜ

  59. Couplet 59

    ଗୋପକୁମରଙ୍କୁ ଅନାଇବୋଇଲେ କୁବୁଜୀ ରୁହାଇ

  60. Couplet 60

    ଆମ୍ଭେ ଗୋ ଥିଲୁ ଗୋପପୁରୀରାଜା ଅଣାଇ ଅଛି ଧରି

  61. Couplet 61

    କାଲି ଭେଟିବୁ ନୃପବରଛାମୁରେ ଦେଇ ଘୃତସର

  62. Couplet 62

    ମେଲାଣି ଦେଲେ କଂସ ରାୟେସଙ୍ଗେ ନ ଥିବେ ଗୋପପୋଏ

  63. Couplet 63

    ଏବେ ଅଛନ୍ତି ସଙ୍ଗେ ଯେତେଦଣ୍ତେ ହେଁ ନ ଛାଡ଼ନ୍ତି ମୋତେ

  64. Couplet 64

    ମୋହର ଜ୍ୟେଷ୍ଠ ହଳଧରଦେଖ ଏ ଧରିଛନ୍ତି କର

  65. Couplet 65

    ରାଜା ମେଲାଣି ଘେନି ଶିରେଏହାଙ୍କୁ ପେଶି ଗୋପପୁରେ

  66. Couplet 66

    ନିଶ୍ଚୟ ଯିବି ତୋ'ର ଘରସଙ୍ଗେ ନ ଥିବେ ହଳଧର

  67. Couplet 67

    ଏମନ୍ତେ ପ୍ରଭୁ ଭଗବାନତୋଷିଲେ କୁବୁଜାର ମନ

  68. Couplet 68

    କୁବୁଜା ବେନିକର ଯୋଡ଼ିପୁଣି କହିଲା ପାଏ ପଡ଼ି

  69. Couplet 69

    ମୁଁ ଯାଇ ମଣ୍ତୁଅଛି ଘରଭୋ ନାଥ ବିଳମ୍ବ ନ କର

  70. Couplet 70

    ମୁଁ ତୋତେ ନ ପାରିଲେ ଦେଖିଉପାଡ଼ି ପକାଇବି ଆଖି

  71. Couplet 71

    ମନ ମୋ' ଅଛି ତୋର ତହିଁଉଛୁର ନ କର ଗୋସାଇଁ

  72. Couplet 72

    ଉତ୍ତରୀ ଛାଡ଼ିଲା କୁବୁଜାକୃଷ୍ଣ ବୋଇଲେ ଘରେ ଯା ଯା

  73. Couplet 73

    ଗୋବିନ୍ଦ ପାଦେ ଚିତ୍ତ ଥୋଇକୁବୁଜା ଗଲା ତୋଷ ହୋଇ

  74. Couplet 74

    ଥିଲା ଯେ ବିପ୍ର ଜଗନ୍ନାଥଗୋଡ଼ାଇ ଅଛି କୃଷ୍ଣ ପଥ

  75. Couplet 75

    ଗୋବିନ୍ଦ ଯା'ନ୍ତେ ଆଗସରିପଡ଼ିଲା ଧନୁଘରେ ହୁରି

  76. Couplet 76

    ବାଟେ ଯେ ଥିଲେ ବଣିଜାରେପସରା ଘେନି ଯେ ଯାହାରେ

  77. Couplet 77

    ରାମ ଗୋବିନ୍ଦ ମୁଖ ଦେଖିନିର୍ମଳ କଲେ ଚର୍ମଆଖି

  78. Couplet 78

    ଯେଝାରେ ଘେନି ଉପହାରପୁଷ୍ପ ତାମ୍ବୁଳ ଗନ୍ଧସାର

  79. Couplet 79

    ଗୋପାଳକୁମରଙ୍କ ମେଳେପୂଜିଲେ ବସୁଦେବବାଳେ

  80. Couplet 80

    କାମିନୀ ଚାହିଁ କୃଷ୍ଣ ମୁଖକନ୍ଦର୍ପବାଣେ ମନ ଦୁଃଖ

  81. Couplet 81

    କୃଷ୍ଣର ଦେହେ ଦେଇ ଡ଼ୋଳକେଶ ବସନ ଅସମ୍ଭାଳ

  82. Couplet 82

    ମଥୁରାପୁର ଲୋକେ ଚାହିଁବୋଲନ୍ତି ବ୍ରହ୍ମାଣ୍ତ ଗୋସାଇଁ

  83. Couplet 83

    ରାଜାର ଧନୁଘର କାହିଁଆମ୍ଭଙ୍କୁ ଦେଖାଅସି ନେଇ

  84. Couplet 84

    ରାଜା ହିଁ ଅଛନ୍ତି ଅଣାଇଆମ୍ଭେ ଦେଖିବୁ ଧନୁ ଯାଇ

  85. Couplet 85

    ଲୋକେ ହୋଇଲେ ଆଗୁସାରପଛେ ଗୋବିନ୍ଦ ହଳଧର

  86. Couplet 86

    ଗୋପକୁମରେ ଗଲେ ଆଗେମିଳିଲେ ଧନୁଘର ଲାଗେ

  87. Couplet 87

    ଦେଖିଲେ ରାଜା ଧନୁଘରଉତ୍ସ›ବ ମଣ୍ତଣି ବେଭାର

  88. Couplet 88

    ଧ୍ୱଜ ପତାକା କେରା କେରାତୋରଣେ ମୁକୁତାର ଝରା

  89. Couplet 89

    ଚାନ୍ଦୁଆ ଟାଣି ଫୁଲମାଳଚିତ୍ରବିଚିତ୍ରେ ମଣ୍ତି ଚାଳ

  90. Couplet 90

    ସପତ ଖମ୍ବେ ଧନୁ ଡ଼େରିବାଜଇ ମŸର୍ଦ୍ଦଳ ମହୁରି

  91. Couplet 91

    ସୁବର୍ଣ୍ଣ‌ଘଣ୍ଟି ଧନୁ ହୁଳେଲମ୍ବେ ମୁକୁତା ରତ୍ନମାଳେ

  92. Couplet 92

    ବିବିଧ ଚାମର ଖଞ୍ଜଣିଇନ୍ଦ୍ରର ଧନୁପ୍ରାୟ ମଣି

  93. Couplet 93

    ବାଜଇ ବୀର ତୂର ନାଦକେ କହୁ ଧନୁର ସମ୍ପଦ

  94. Couplet 94

    ଅନେକ ଦେଶୁଁ ରାଜାମାନେମିଳିଲେ କଂସର ଭୁବନେ

  95. Couplet 95

    ଧନୁ ଦେଖନ୍ତି ନରନାରୀଅଙ୍ଗେଣ ଅଳଙ୍କାର ଭରି

  96. Couplet 96

    ଆନନ୍ଦ ହୋଇ ଯୂଥ ଯୂଥଗହଳ ଧନୁଘର ପଥ

  97. Couplet 97

    କାମିନୀ ଦ୍ୟନ୍ତି ହୁଳ ହୁଳିମିଳିଲେ ରାମ ବନମାଳୀ

  98. Couplet 98

    ପାହାରି ଧନୁ ଦ୍ୱାରେ ରହିଭିତରେ ନ ଦିଅନ୍ତି ଯାଇ

  99. Couplet 99

    କୃଷ୍ଣ ବୋଲନ୍ତି ଛାଡ଼ ଦ୍ୱାରଆମ୍ଭେ ଦେଖିବୁ ଧନୁଘର

  100. Couplet 100

    ଶୁଣି ପାହାରୀ ପରଜ୍ୱଳିରାମକୃଷ୍ଣଙ୍କୁ ଦ୍ୟନ୍ତି ଗାଳି

  101. Couplet 101

    ତୁମ୍ଭେ ଯେ ସ୍ୱଭାବେ ଗୋପାଳରାଜ୍ୟେ କି କରୁଅଛ ଗୋଳ

  102. Couplet 102

    ତୁମ୍ଭର କୁଳମୂଳ ନାହିଁବନେ ଚରାଉଥାଅ ଗାଈ

  103. Couplet 103

    ଆମ୍ଭଙ୍କୁ ରାଜା ଆଜ୍ଞା ନାହିଁଦ୍ୱାରା ଛାଡ଼ିବୁ କାହିଁପାଇଁ

  104. Couplet 104

    ରାଜାଙ୍କ ଆଗେ ଜଣାଇଲେଏଥେ ପଶିବ ତୁମ୍ଭେ ଭଳେ

  105. Couplet 105

    ଶୁଣି ବୋଇଲେ ଦାମୋଦରଆମ୍ଭର ପାଇଁ ଧନୁଘର

  106. Couplet 106

    ରାଜା ଅକ୍ରୁରେ ପଠିଆଇଆମ୍ଭଙ୍କୁ ଅଛଇ ଅଣାଇ

  107. Couplet 107

    ଆମ୍ଭର ପାଇଁଟି ଉତ୍ସ›ବହସି ବୋଲନ୍ତି ପଦ୍ମନାଭ

  108. Couplet 108

    ପାହାରୀ ନ ଛାଡ଼ନ୍ତି ଦ୍ୱାରଆଗ ହୋଇଲେ ହଳଧର

  109. Couplet 109

    ଦେଖି ବେଢ଼ିଲେ ଆସି ଲୋକେକୋପେ ଜାକିଲେ ବେନିକାଖେ

  110. Couplet 110

    ଭୁଜ ଉପାଡ଼ି ପକାଇଲେଦେଖି ଥୋକାଏ ପଳାଇଲେ

  111. Couplet 111

    ଦ୍ୱାର ଅର୍ଗଳି ଭାଙ୍ଗିଗଲାପାହାରୀ ଦ୍ୱାର ଛାଡ଼ିଦେଲା

  112. Couplet 112

    ପୁଣି ଯେ ଶସ୍ତ୍ରମାନ ଧରିରାଗେଣ ଧାଇଁଲେ ପାହାରୀ

  113. Couplet 113

    ରଜନୀମୁଖେ ଗୋଳବାଣୀପଳାନ୍ତି ନରନାରୀ ଶୁଣି

  114. Couplet 114

    ରୋହିଣୀସୁତ ଆଗ ହୋଇଯଷ୍ଟି ପ୍ରହାର କଲେ ନେଇ

  115. Couplet 115

    କେଶ ଧରିଣ ହଳଧରବୁଲାଇ ଫିଙ୍ଗିଲେ ଭୂମିର

  116. Couplet 116

    ଶତେ ପାହାରୀ ଗଲେ ନାଶମାଇଲେ ରାମ ହୃଷିକେଶ

  117. Couplet 117

    ତକ୍ଷଣେ ସେଠାବରୁ ଚଳିପୁଣି ବହୁତ ଯୋଦ୍ଧା ମିଳି

  118. Couplet 118

    ଅନେକ ସୈନ୍ୟ ଜଗିଥିଲେରାମକୃଷ୍ଣଙ୍କୁ ଓଗାଳିଲେ

  119. Couplet 119

    କରେଣ ଶସ୍ତ୍ରମାନ ଧରିଓଗାଳି କଲେ ଦ୍ୱାର ପାରି

  120. Couplet 120

    ଏଡ଼େରେ ସାହସ ତୁମ୍ଭରପଶିଲ ଆସି ଧନୁଘର

  121. Couplet 121

    ଗଉଡ଼ ହୋଇ ଏଡ଼େ ଟାଣମଥୁରା କଲ ରଣଭଣ

  122. Couplet 122

    ବୋଲାଅ ନୃପତି ଭଣଜାତହୁଁ ଅଣାଇଅଛି ରାଜା

  123. Couplet 123

    ରାଜା ସୁହୃଦପଣ ଯହୁଁସେ ଘେନି ନ ମାରନ୍ତି କେହୁ

  124. Couplet 124

    ରଜକ ମୁଣ୍ତ ଛିଣ୍ତାଇଲରାଜାର ବସ୍ତ୍ର ଜୂର କଲ

  125. Couplet 125

    କୁବୁଜା ଚତୁଃସମ ପେଡ଼ିହାତରୁ ଘେନିଲ ଉଛୁଡ଼ି

  126. Couplet 126

    ଏବେ ପଶିଲ ଧନୁଘରେମାଇଲ ଶତେ ଦ୍ୱାରପାଳେ

  127. Couplet 127

    ଶସ୍ତ୍ର ଧରିଣ ଯୁଦ୍ଧ କଲେଏମନ୍ତ ବୋଲି ଆକ୍ରୋଶିଲେ

  128. Couplet 128

    ପୋଏ ଲଉଡ଼ିମାନ ଘେନିଦୈତ୍ୟଙ୍କୁ ପିଟିଲେକି ପୁଣି

  129. Couplet 129

    ଗୋପାଳେ ବୋବୀ ଦେଇ ଉଠିପ୍ରହାର କଲେ ଦୃଢ଼େ ଯଷ୍ଟି

  130. Couplet 130

    ଜଣ ଜଣକେ ଦଶବିଂଶଗୋପାଳବଳ ନୋହେ ଶେଷ

  131. Couplet 131

    ଗୋଳ କରିଣ ପ୍ରହାରିଲେଅସୁରେ ରହି ନ ପାରିଲେ

  132. Couplet 132

    ତ୍ରାଶ ପାଇଣ ପଳାଇଲେଥୋକାଏ ପ୍ରାଣ ହରାଇଲେ

  133. Couplet 133

    ପଶିଲେ ରାମ ଦାମୋଦରଗୋପକୁମରଙ୍କ ସଙ୍ଗର

  134. Couplet 134

    ଗୋବିନ୍ଦ ପଶି ଅତି ଖରେଧନୁ ଧଇଲେ ବାମକରେ

  135. Couplet 135

    ଇନ୍ଦ୍ରର ଧନୁ ପ୍ରାୟ ଶୋଭାରାମ ବୋଇଲେ ଗୁଣ ଦେବା

  136. Couplet 136

    ଧନୁରେ ଅଛି କେତେ ବଳଗୁଣ ଘେନିଲେ ନନ୍ଦବାଳ

  137. Couplet 137

    ଗୋବିନ୍ଦ ପାଦେ ଧନୁ ମାଡ଼ିହୁଳେ ବସାଇ ଧନୁ ଭିଡ଼ି

  138. Couplet 138

    ତୋଳିଲେ ବାମ ଭୁଜେ ହରିଗୁଣ ଟଙ୍କାରି ନାଦ କରି

  139. Couplet 139

    ଦକ୍ଷିଣ କର୍ଣ୍ଣ ଯାଏଁ ଟାଣିବଳ ଆଞ୍ଚିଲେ ଚକ୍ରପାଣି

  140. Couplet 140

    ଧନୁ ହୋଇଲା ବେନିଖଣ୍ତଶବଦ କଲା ପରଚଣ୍ତ

  141. Couplet 141

    ଶୁଭିଲା ବ୍ରହ୍ମଲୋକ ଯାଏକଂସ ପାଇଲା ମନେ ଭୟେ

  142. Couplet 142

    ପାହାରୀ ଥିଲେ ଯେ ପଳାଇଅଇଲେ ଧନୁଭଗ୍ନ ଚାହିଁ

  143. Couplet 143

    ମାରନ୍ତି ନାନା ଶସ୍ତ୍ର ଘେନିଚହଳେ କମ୍ପଇ ମେଦିନୀ

  144. Couplet 144

    ଦେଖି ଧାଇଁଲେ ହଳଧରେଭାଜିଲା ଧନୁ ଘେନିକରେ

  145. Couplet 145

    ବୁଲାଇ ପିଟିଲେ କୋପରେପାହାରୀ ଗଲେ ଯମପୁରେ

  146. Couplet 146

    ରାଜାର ଯେତେ ବଳ ଥିଲେରାମର ହସ୍ତେ ପ୍ରାଣ ଦେଲେ

  147. Couplet 147

    ଦେଖିଣ ଅନନ୍ତ ମୂରତିଭୟେ କମ୍ପଇ ସୁରପତି

  148. Couplet 148

    କମ୍ପିଲେ ଦଶଦିଗପାଳେଚହଳ ଆକାଶମଣ୍ତଳେ

  149. Couplet 149

    ନିମିଷମାତ୍ରେ ଧନୁ ଭାଙ୍ଗିକଂସର ବଳ ଦର୍ପ ଗଞ୍ଜି

  150. Couplet 150

    ଗୋବିନ୍ଦ ହୋଇଲେ ବାହାରଗୋପକୁମରେ ହଳଧର

  151. Couplet 151

    ଦେଖିଲେ ରବି ଅସ୍ତ ଗଲାହସି ବୋଲନ୍ତି ନନ୍ଦବାଳା

  152. Couplet 152

    ଚାଲ ହୋ ଯିବା ନିଜ ସ୍ଥାନକାଲି ଯେ ରାଜା ଦରଶନ

  153. Couplet 153

    ଏମନ୍ତ ବୋଲି ବାହୁଡ଼ିଲେମଥୁରା ତୋଟାରେ ମିଳିଲେ

  154. Couplet 154

    କହନ୍ତି ଶୁକ ମୁନିବରଶୁଣ ରାଜନ ରସଭର

  155. Couplet 155

    ଅକ୍ରୁର ମୁଖ ଚାହିଁ କୋପେଯାହାବୋଇଲେ ନାରୀ ଗୋପେ

  156. Couplet 156

    ବୋଇଲେ ମଥୁରା ଭୁବନେଭାଗ୍ୟଟି କଲେ ନାରୀଜନେ

  157. Couplet 157

    ତାହାଙ୍କ ନୟନ ଆନନ୍ଦଦେଖିବେ ପୂର୍ଣ୍ଣମୀର ଚାନ୍ଦ

  158. Couplet 158

    ଦେଖିଣ ରାମକୃଷ୍ଣ ମୁଖଖଣ୍ତିବେ କୋଟିଜନ୍ମ ଦୁଃଖ

  159. Couplet 159

    ସେ କଥା ହୋଇଲା ସ୍ୱରୂପଦେଖିଲେ ରାମକୃଷ୍ଣ ରୂପ

  160. Couplet 160

    ଗୋପାଳେ ଦେଖି ମଧୁପୁରକହନ୍ତି ନନ୍ଦର ଛାମୁର

  161. Couplet 161

    ଆମ୍ଭେ ତୋ' କୃଷ୍ଣସଙ୍ଗେ ଥାଇମଥୁରା ଦେଖିଲୁ ଗୋସାଇଁ

  162. Couplet 162

    ନିର୍ମଳ ହୋଇଲା ନୟନଆମ୍ଭ ଜୀବନ କଲୁ ଧନ୍ୟ

  163. Couplet 163

    ନନ୍ଦ ଯେ ଘେନି ବେନିସୁତକୋଳେ ବସାଇ ତୋଷଚିତ୍ତ

  164. Couplet 164

    ଚୁମ୍ବନ ଦେଲେ ନନ୍ଦରାୟେପାଖେ ବସିଲେ ବେନିପାଏ

  165. Couplet 165

    ସ୍ନାହାନ କରାଇ ହରଷଭୁଞ୍ଜାନ୍ତି ରାମ ହୃଷୀକେଶ

  166. Couplet 166

    ଛେନା ଗୋଟିକା ଦୁଧ ସରଗୋରସ ଅନେକ ପ୍ରକାର

  167. Couplet 167

    ଗୋପସୁତଙ୍କୁ ଘେନି ସଙ୍ଗେଭୁଞ୍ଜନ୍ତି ରାମକୃଷ୍ଣ ରଙ୍ଗେ

  168. Couplet 168

    ମଣୋହି ସାରି ଭଗବାନଶୀତଳ ଜଳେ ଆଚମନ

  169. Couplet 169

    କର୍ପୂର ମୁଖବାସ ଗୁଆତାମ୍ବୁଳ ଭୁଞ୍ଜନ୍ତି ବିଡ଼ିଆ

  170. Couplet 170

    ଗନ୍ଧଚନ୍ଦନ ଅଙ୍ଗେ ବୋଳିବସିଲେ ରାମ ବନମାଳୀ

  171. Couplet 171

    ଚାମର ଗୋପପୁଅ କରେଢ଼ାଳନ୍ତି ନାନା ଗୀତସ୍ୱରେ

  172. Couplet 172

    ପୁଷ୍ପ ବରଷି ସ୍ତୁତି କରିଶୋଇଲେ ରାମ ନରହରି

  173. Couplet 173

    କହଇ ଦାସ ଜଗନ୍ନାଥକୃଷ୍ଣଚରଣେ ଦେଇ ଚିତ୍ତ

  174. Couplet 174

    ବୋଲନ୍ତି ଶୁକ ମୁନିବରକୃଷ୍ଣ ଚରିତ ସୁଧାସାର

  175. Couplet 175

    ରଜନୀ ହୋଇଲା ବହୁତକଂସକୁ ଜଣାଇଲା ଦୂତ

  176. Couplet 176

    ଶୁଣନ୍ତୁ ଭୋଜ ନୃପଇନ୍ଦ୍ରଅବନୀପତି କୁଳଚନ୍ଦ୍ର

  177. Couplet 177

    ଅକ୍ରୁର ରାମକୃଷ୍ଣ ବେନିଗୋପବାଳକ ନନ୍ଦ ଘେନି

  178. Couplet 178

    ତୋଟାରେ ପ୍ରବେଶ ହୋଇଲେନଗ୍ର ବିହାର କରିଗଲେ

  179. Couplet 179

    ଗୋପାଳ ପୁଅ ସଙ୍ଗେ ଘେନିଦାଣ୍ତେ ଆସନ୍ତେ ଭାଇ ବେନି

  180. Couplet 180

    ରଜକ ବସ୍ତ୍ର ଘେନିଯା'ନ୍ତେଗଉଡ଼େ ବେଢ଼ିଲେ ତୁରିତେ

  181. Couplet 181

    ରଜକେ କଲେ ପ୍ରାଣେ ନାଶଫେଡ଼ିଣ ମଢ଼ିଆଳ ବାସ

  182. Couplet 182

    ଯେ ଯାହା ମତେ ଜୂର କଲେମାଳୀର ଦ୍ୱାରେଣ ମିଳିଲେ

  183. Couplet 183

    ଭୟେଣ ଫୁଲ ଦେଲା ମାଳୀତହୁଁ ଅଇଲେ ବେଗେ ଚଳି

  184. Couplet 184

    କୁବୁଜା ଚତୁଃସମପେଡ଼ିକାଖରୁ ଘେନିଲେ ଉଛୁଡ଼ି

  185. Couplet 185

    ଗନ୍ଧ ଚନ୍ଦନ ଚତୁଃସମବୋଳି ହୋଇଲେ କୃଷ୍ଣରାମ

  186. Couplet 186

    ସଳଖ କଲେ ତିନିବାଙ୍କଦେଖିଲେ କଟକର ଲୋକ

  187. Couplet 187

    କି ସେ ଈଶ୍ୱର ଅଂଶେ ଜାତଏ କଥା ଲୋକେ ବିପରୀତ

  188. Couplet 188

    ଶୁଣ ତୁ ବୀର ଭୋଜବଂଶୀଗଉଡ଼େ ଧନୁଘରେ ପଶି

  189. Couplet 189

    ଶତେ ପାହାରୀ ନାଶକଲେଅନେକ ସଇନ ମାଇଲେ

  190. Couplet 190

    ଧନୁ ଆମଞ୍ଚି ଗୁଣ ଦେଲେଓଟାରି ବେନିଖଣ୍ତ କଲେ

  191. Couplet 191

    କଟକେ ପଡ଼ିଲା ଚହଳଭାଜିଲେ ହାଟ ବଣିଜାର

  192. Couplet 192

    ତୋଟାରେ ରନ୍ଧନ ଭୋଜନସୁଖେଣ କଲେକ ଶୟନ

  193. Couplet 193

    ବାରତା କହିଲାକି ଦୂତକଂସ ଭାଳଇ ଭୟ ଚିତ୍ତ

  194. Couplet 194

    ରଜନୀ ହୋଇଲା ଅପାରଶୁଣ ହୋ ରାଜାର ବିଚାର

  195. Couplet 195

    ଧନୁର ଭଗ୍ନ କଥା ଶୁଣିକୃଷ୍ଣର କର୍ମ ମନେ ଗୁଣି

  196. Couplet 196

    ରଜକେ ପେଶି ଯମପୁରମୋହର ବସ୍ତ୍ର କଲେ ଜୂର

  197. Couplet 197

    କୁବୁଜା ଗନ୍ଧ ବଳେ ନେଇସୁନ୍ଦର କଲେ ତା'ର ଦେହୀ

  198. Couplet 198

    ଏବେ ଭାଙ୍ଗିଲେ ଧନୁ ମୋରବାଳକେ ଏଡ଼େ ବଳୀୟାର

  199. Couplet 199

    ଧନୁଘରେଣ ଯୋଦ୍ଧା ଯେତେସମସ୍ତେ ମଲେ ତା'ଙ୍କ ହସ୍ତେ

  200. Couplet 200

    ନନ୍ଦର ଘରେ ବାଳକାଳେଯେତେ ଅସୁର ମୋର ଗଲେ

  201. Couplet 201

    ସବୁ ମାଇଲେ ବେନିଭାଇବନେ ଚରାଉଥା'ନ୍ତି ଗାଈ

  202. Couplet 202

    ଏବେ ମୁଁ କରିବି କେମନ୍ତଅଛନ୍ତି ମାଲ ଯେ ମାହୁନ୍ତ

  203. Couplet 203

    ଗଜ ମୋ' ଅଛି କୁବଳୟାନ ଜାଣି ବିଧାତାର ମାୟା

  204. Couplet 204

    କେମନ୍ତେ ରଖିବି ଜୀବନଏମନ୍ତଭାଳି ଛନଛନ

  205. Couplet 205

    ନିଦ୍ରା ନ ମାଡ଼ଇ ନୟନେଭାଳଇ ଅତି ଭୟମନେ

  206. Couplet 206

    ପୁଣି କ୍ଷଣକେ ନିଦ୍ରା ମୋହିସଭୟେ ପୁଣି ହିଁ ଚିଆଇଁ

  207. Couplet 207

    ଦେଖଇ ସ୍ୱପ୍ନ ନାନା ବର୍ଣ୍ଣମରଣ ହେତୁଙ୍କର ଚିହ୍ନ

  208. Couplet 208

    ସୁବର୍ଣ୍ଣ କାନ୍ଥେ ଦେହ ଛାଇଦେଖଇ ତା'ର ମୁଣ୍ତ ନାହିଁ

  209. Couplet 209

    ଦର୍ପଣେ ଆଦିତ୍ୟର ଜ୍ୟୋତିରାତ୍ରେ ଦେଖଇ ଭୋଜପତି

  210. Couplet 210

    ଦୀପେ ଦିଶନ୍ତି ଦୁଇ ଦୁଇଚନ୍ଦ୍ର ହିଁ ତେମନ୍ତ ଦିଶଇ

  211. Couplet 211

    ଛାୟାର ଦେହେ ଛିଦ୍ରମୟେନିଃଶ୍ୱାସ ଶୁଭେ ଶଙ୍ଖପ୍ରାୟେ

  212. Couplet 212

    ସୁବର୍ଣ୍ଣ ପ୍ରତିମାଏ ବୃକ୍ଷେକଂସକୁ ଦିଶଇ ପ୍ରତ୍ୟକ୍ଷେ

  213. Couplet 213

    ବୃକ୍ଷର ଡ଼ାଳେ ପଶୁଗଣବରାହ ଶୃଗାଳ ହରିଣ

  214. Couplet 214

    ମୃତ୍ୟୁପିଣ୍ତକୁ କରି କୋଳସାନନ୍ଦେ ଗୀତନାଦେ ଭୋଳ

  215. Couplet 215

    ଗର୍ଦ୍ଧଭ କନ୍ଧେ ଚଢ଼ିଯା'ନ୍ତେବିଷ ଭକ୍ଷଇ ଲୌହପାତ୍ରେ

  216. Couplet 216

    ତଇଳେ ସିକ୍ତ ଦିଗମ୍ବରହୃଦରେ ରଙ୍ଗପୁଷ୍ପମାଳ

  217. Couplet 217

    ଦକ୍ଷିଣଦିଗେ ଯାଏ ଧାଇଁଚୂଳ ବନ୍ଧନ ଶିରେ ନାହିଁ

  218. Couplet 218

    ଏମନ୍ତ ଦେଖଇ ସ୍ୱପନକ୍ଷଣକ୍ଷଣକେ ମୁହ୍ୟମାନ

  219. Couplet 219

    ଏମନ୍ତେ ପାହିଲା ରଜନୀକଂସ ଭାଲଇ ଭୟ ଘେନି

  220. Couplet 220

    ଯେମନ୍ତ ଦେଖିଲି ସ୍ୱପନନିଶ୍ଚୟେ ହୋଇଲା ମରଣ

  221. Couplet 221

    କଂସ ଜାଣଇ ଯୋଗବଳେଗୋବିନ୍ଦ ମାରିଅଛି ବେଳେ

  222. Couplet 222

    ସେ ବେଳେ ନୋହିଲି ମୁଁ ମୋକ୍ଷଏବେ ତ ଦେଖିବି ପ୍ରତ୍ୟକ୍ଷ

  223. Couplet 223

    ଉଦେ ହୋଇଲେ ଦିନକରକଂସ ହିଁ ହୋଇଲା ବାହାର

  224. Couplet 224

    ରଙ୍ଗସଭାରେ ବିଜେ କଲାରାଜାମାନଙ୍କୁ ଅଣାଇଲା

  225. Couplet 225

    ଆସି ଯେ ଥିଲେ ରାଜାଗଣେକଂସ ଡ଼ାକଇ ଜଣେ ଜଣେ

  226. Couplet 226

    ରାଜାଏ ଶମ୍ବରର ମୂଳେନାରକାସୁର ଶିଶୁପାଳେ

  227. Couplet 227

    ବଜ୍ରକବଚ ବାଣାସୁରପୁଣ୍ତ୍ରକ ଶାଲ୍ୱ ଦନ୍ତବକ୍ର

  228. Couplet 228

    ଯୋଜନାବାହୁ ବଜ୍ରନାଭଏ ଆଦି ଯେତେକ ଦାନବ

  229. Couplet 229

    ଏମାନେ ମହୀପତି ଛଳେଆସି ଅଛନ୍ତି ସୈନ୍ୟବଳେ

  230. Couplet 230

    କାହାର ଭାଇ ପୁତ୍ର ନାତିକେ ଆପେ ଖଟଇ ନୃପତି

  231. Couplet 231

    କ୍ଷତ୍ରିୟ ରବି-ସୋମ-ବଂଶକଂସର ଯେତେକ ବିଶ୍ୱାସ

  232. Couplet 232

    ନୃଗ କଳିଙ୍ଗ ଭଦ୍ରସେନବିଦେହ ନୈଷଧ ରାଜନ

  233. Couplet 233

    କଂସର ପ୍ରିୟପଣେ ଆସିମିଳିଲେ ସୋମ-ସୂର୍ଯ୍ୟବଂଶୀ

  234. Couplet 234

    ଦଇବେ ଭୋଜ ଦଣ୍ତଧାରୀଅନେକ ମଞ୍ଚା ଅଛି କରି

  235. Couplet 235

    ମଣ୍ତିଛି ନାନା ଉପହାରେନିର୍ମଳ-ଦର୍ପଣ-ଚାମୁରେ

  236. Couplet 236

    ବିବିଧମତେ ବସ୍ତ୍ର ଦେଇଉପରେ ଚାନ୍ଦୁଆ ଖଞ୍ଜାଇ

  237. Couplet 237

    ଲମ୍ବଇ ମୁକୁତାର ଝରାମାଳ କୁସୁମ କେରା କେରା

  238. Couplet 238

    କାଞ୍ଚନମୟ ସିଂହାସନଦେଖିଲେ ତୋଷ ହୋଏ ମନ

  239. Couplet 239

    ସୁଗନ୍ଧ ଧୂପ ଦୀପପାତ୍ରଉପରେ ଶୋହେ ଧ୍ୱଜ ଛତ୍ର

  240. Couplet 240

    ରାଜାଏ କଂସ ଆଜ୍ଞା ପାଇମଞ୍ଚାରେ ବସିଛନ୍ତି ଯାଇ

  241. Couplet 241

    ରାଜା ଗୋଟିକେ ଏକ ମଞ୍ଚାସକଳ କରିଅଛି ସଞ୍ଚା

  242. Couplet 242

    ତାହାଙ୍କୁ ପୂଜି ଜଣେ ଜଣେଚନ୍ଦନ କୁସୁମ ବସନେ

  243. Couplet 243

    ବିବିଧମତେ ଭୋଗ ଦେଇକହଇ ରାଜାଙ୍କୁ ଅନାଇ

  244. Couplet 244

    ତୁମ୍ଭେ ସକଳ ବନ୍ଧୁଜନେକହଇ ଶୁଣ ସାବଧାନେ

  245. Couplet 245

    ବସୁଦେବର ପୁତ୍ର ଦୁଇବଢ଼ିଲେ ଗୋପପୁରେ ଥାଇ

  246. Couplet 246

    ଭିଣୋଇ କଲା ଏଡ଼େ ଛନ୍ଦମୋତେ ଯେ ନ ଗଣଇ ନନ୍ଦ

  247. Couplet 247

    ଅନେକ ବଳ ମୋର ଥିଲେରାମଗୋବିନ୍ଦ ସଂହାରିଲେ

  248. Couplet 248

    ବଳେ ମୋ' ଧନୁ ହିଁ ଭାଙ୍ଗିଲେପାହାରୀମାନଙ୍କୁ ମାଇଲେ

  249. Couplet 249

    ରଜକ ମାରି ବସ୍ତ୍ର ଜୂରଗନ୍ଧ ଛଡ଼ାଇ ନେଲେ ମୋର

  250. Couplet 250

    ଗଉଡ଼ମେଳି ଏ ଭିଆଇମୋତେ ମାରିବେ ବେନିଭାଇ

  251. Couplet 251

    ଏବେ ମୁଁ ଅଣାଇଲି ଧରିତାତ ଜନନୀ ଆଦିକରି

  252. Couplet 252

    ହସ୍ତୀର ହସ୍ତେ ମରାଇବିଏମନ୍ତେ ବଇରୀ ସାଧିବି

  253. Couplet 253

    ଯେବେ ସେଠାରୁ ଉବୁରିବେମାଲଙ୍କ ହସ୍ତେ ପ୍ରାଣ ଦେବେ

  254. Couplet 254

    ମଞ୍ଚାରେ ବସି ପିତାମାତାଦେଖିବେ ପୁତ୍ରଙ୍କର ହତ୍ୟା

  255. Couplet 255

    ତୁମ୍ଭେ ସକଳେ ଦେଖୁଥିବମୋହର ଶତ୍ରୁ ନାଶଯିବ

  256. Couplet 256

    ସେ ମୋର ଭଗ୍ନିର କୁମରେଦ୍ରୋହ ପାଞ୍ଚିଲେ ମୋହଠାରେ

  257. Couplet 257

    ତୁମ୍ଭେ ମୋହର ବନ୍ଧୁ ଶୁଣକହିଲି ହିତକଥା ପୁଣ

  258. Couplet 258

    ଏମନ୍ତ ବୋଲି ଭୋଜସାଇଁରାଜାଙ୍କୁ ମଞ୍ଚାରେ ବସାଇ

  259. Couplet 259

    ବାଜଇ ବୀର ତୂର ବାଦ୍ୟକେ କହୁ କଂସର ସମ୍ପଦ

  260. Couplet 260

    ଚାଣୁର ମୁଷ୍ଟିକର ମେଳେଶଲ ତୋଷଳ ଚାରିମାଲେ

  261. Couplet 261

    ଏହାଙ୍କ ତୁଲେ ଶତେ ମାଲଅଣାଇ କହେ ଭୋଜପାଳ

  262. Couplet 262

    ତୁମ୍ଭର ବଳେ ମୋ' ଭରସାଆଜ ମୋ' ପୂରାଇବ ଆଶା

  263. Couplet 263

    ନନ୍ଦ-ଗୋପାଳଙ୍କୁ ଅଣାଇଗୋରସ ଭଣ୍ତାରେ ଥୁଆଇ

  264. Couplet 264

    ମଞ୍ଚାରେ ନେଇ ବସାଇଲାସମର ଦେଖିବୁ ବୋଇଲା

  265. Couplet 265

    ବସୁଦେବର ପୁତ୍ର ଦୁଇଘରେ ଲୁଚାଇଥିଲୁ ନେଇ

  266. Couplet 266

    ବସୁଦେବର ମିତ୍ରପଣୁଁତୋହର ଦୋଷ ନାହିଁ ତେଣୁ

  267. Couplet 267

    ବନ୍ଧୁର ହିତ କଲୁ ଯେବେତା'ଙ୍କ ମରଣ ଦେଖ ଏବେ

  268. Couplet 268

    ନନ୍ଦକୁ ମଞ୍ଚାରେ ବସାଇବୋଲଇ ପାତ୍ର ମନ୍ତ୍ରୀ ଚାହିଁ

  269. Couplet 269

    ତୁମ୍ଭେ ହୋ ଥିବ ମୋର ପାଖେମଞ୍ଚାରେ ବସି ଦେଖ ସୁଖେ

  270. Couplet 270

    ଆପଣେ ମଞ୍ଚାରେ ବସିଲାଦୂତଙ୍କୁ ରାଇ ଆଜ୍ଞା ଦେଲା

  271. Couplet 271

    ବେଗରେ ଯାଅ ମଧୁବନରାମକୃଷ୍ଣଙ୍କୁ ଧରିଆଣ

  272. Couplet 272

    କଂସର ଆଜ୍ଞା ଘେନି ଶିରେଦୂତେ ଚଳିଲେ ଧାତିକାରେ

  273. Couplet 273

    ବୋଲଇ ଦାସ ଜଗନ୍ନାଥଭେଟିଲେ ରାମ ଗୋପୀନାଥ

  274. Couplet 274

    ସେ ରାମକୃଷ୍ଣର ଚରଣେସୁଜନେ ଚିନ୍ତ ଅନୁକ୍ଷଣେ

  275. Couplet 275

    ଗୋବିନ୍ଦ ଆଜ୍ଞା ଶିରେ ଲଇଁଯାହା ବା ପାରିଲଇଁ କହି

  276. Couplet 276

    କହିଲେ ପ୍ରଭୁ ଚକ୍ରଧରପୁରାଣ ରସ ଗୀତସାର

  277. Couplet 277

    ଏଣୁ ନ କର ଖେଦମନସବୁରି ପ୍ରଭୁ ଭଗବାନ

  278. Couplet 278

    ରୂପ-ଅରୂପ ଜ୍ଞାନଗୁରୁଯାହା ମହିମା ମହାମେରୁ

  279. Couplet 279

    କୃଷ୍ଣଚରଣେ ମନ ଦେଇସଂସାରୁ ତର ଏହା ଗାଇ

  280. Couplet 280

    ଏଣେ ହୋଇବ ଭବୁଁ ପାରତାରିବେ ଦେବ ଦାମୋଦର

  281. Couplet 281

    ଦୟାସାଗର ରାମହରିବିପଦୁଁ ଧରିବେ ଉଦ୍ଧରି