Skip to content
paribhaasha

Skandha 10

Adhyaya 44

  1. Couplet 1

    ଶୁଣ ହେ ଅଭିମନ୍ୟୁବଳାଅକ୍ରୁର ଜଳେ ସ୍ତୁତି କଲା

  2. Couplet 2

    ପୁଣ ଚରଣତଳେ ଶୋଇବୋଲଇ କୃଷ୍ଣ ତ୍ରାହି ତ୍ରାହି

  3. Couplet 3

    ଭକତବନ୍ଧୁ ଜନାŸର୍ଦ୍ଦନଜଳେ ହୋଇଲେ ଅନ୍ତର୍ଦ୍ଧାନ

  4. Couplet 4

    ଯେସନେ ନଟଙ୍କର ଗତିପ୍ରସ୍ତାବ ସଦୃଶେ ଭଜନ୍ତି

  5. Couplet 5

    ଅକ୍ରୁରେ ଦେଖାଇ ଶରୀରତକ୍ଷଣେ ହୋଇଲେ ଅନ୍ତର

  6. Couplet 6

    ଅକ୍ରୁର ଥିଲା ପାୟେ ପଡ଼ିପୁଣି ଉଠିଲା କରଯୋଡ଼ି

  7. Couplet 7

    ଦେଖିଲା କେହି ନାହିଁ ଜଳେଉଠି ଚାହିଁଲା ନଦୀକୂଳେ

  8. Couplet 8

    ବୃକ୍ଷର ମୂଳେ ରଥେ ଥାଇଡ଼ାକନ୍ତି ପ୍ରଭୁ ଭାବଗ୍ରାହୀ

  9. Couplet 9

    ଅକ୍ରୁର ଦେଖି ତୋଷମନବେଗେ ସାରିଲା ନିତ୍ୟକର୍ମ

  10. Couplet 10

    ଆସି ମିଳିଲା ରଥତଳେପଡ଼ିଲା କୃଷ୍ଣପାଦତଳେ

  11. Couplet 11

    ହସି ବୋଲନ୍ତି ଦାମୋଦରଜଳେ ତ ବିଳମ୍ବ ତୋହର

  12. Couplet 12

    ମଥୁରା ଯିବା କେତେବେଳେକିସ ଦେଖିଲୁ ପୁଣ ଜଳେ

  13. Couplet 13

    ଗଗନ ଶୂନ୍ୟ ମହୀଭାଗେକି ଅବା ଦଶଦିଗ ଲାଗେ

  14. Couplet 14

    ଯାହା ଦେଖିଲୁ କହ ମୋତେତେବେ ହେଁ ଯିବଇଁ ପରତେ

  15. Couplet 15

    ଅକ୍ରୁର ଶିରେ କର ଦେଇକହଇ ଶ୍ରୀମୁଖେ ଅନାଇଁ

  16. Couplet 16

    ଜଳେ ଦେଖିଲି ମୁହିଁ ଯାହାଭୋ ନାଥ ନ ଜାଣୁ କି ତାହା

  17. Couplet 17

    ମୋତେ ପଚାରୁ ମାୟା କରିଭକତ-ସୋଦର ମୁରାରି

  18. Couplet 18

    ତୋହର ତହୁଁ ଆନ ନାହିଁଜଳେ ଦେଖିଲି ତୋତେ ମୁହିଁ

  19. Couplet 19

    ଭୋ ନାଥ ସର୍ବଘଟେ ପୂରିସଂସାର ଅଛୁ ଯେ ଆବୋରି

  20. Couplet 20

    ତୋର ନ ଥିଲା ଅଛି କାହିଁଜଳ ଅନଳ ସ୍ଥଳେ ତୁହି

  21. Couplet 21

    ବଣ ପର୍ବତ ତରୁଲତାମେରୁ ସମାନ ବଳବନ୍ତା

  22. Couplet 22

    ତୃଣ ସମାନ ତନୁକ୍ଷୀଣରୂପକୁ ରୂପ ଭିନ୍ନ ଭିନ୍ନ

  23. Couplet 23

    ମୁଁ କାହିଁ ଜାଣିବି ଅଶେଷଘୋଟି ଯେ ଅଛୁ ଦଶଦିଶ

  24. Couplet 24

    ମୁହିଁ ମାନବ ତନୁ ବହିଜାଣିପାରିବି ତାହା କାହିଁ

  25. Couplet 25

    ବ୍ରହ୍ମା ଶଙ୍କର ପୁରନ୍ଦରଲକ୍ଷ୍ମୀ ସାରଦା ଶୀତକର

  26. Couplet 26

    ସୂର୍ଯ୍ୟ ପବନ ଗ୍ରହଗଣମୁନି ମାନବ ଜଣେ ଜଣ

  27. Couplet 27

    ସୁର ଅସୁରଠାରେ ତୁହିସକଳଘଟେ ପୂର୍ଣ୍ଣ ହୋଇ

  28. Couplet 28

    ଏମାନେ ନ ପାଇଲେ ଲେଶବିଶ୍ୱସଂସାରେ ତୋ' ପ୍ରକାଶ

  29. Couplet 29

    ଏତେ ବୋଲିଣ ପାଦତଳେପଡ଼ିଲା ଆତ୍ମାର ବିକଳେ

  30. Couplet 30

    କୃଷ୍ଣ ବୋଲନ୍ତି ଶୁଣି ତାହାଅକ୍ରୁର ବେଗେ ରଥ ବାହା

  31. Couplet 31

    ତକ୍ଷଣେ କୃଷ୍ଣ ଆଜ୍ଞା ପାଇରଥେ ବସିଲା ବେଗେ ଯାଇ

  32. Couplet 32

    ଗୋବିନ୍ଦ ପାଦେ ମନ ଦେଇରଥ ବାହଇ ତୋଷ ହୋଇ

  33. Couplet 33

    ଆଦିତ୍ୟ ତେଜ ଅବସାନେମିଳିଲା ମଥୁରା ଭୁବନେ

  34. Couplet 34

    ପଥେ ଯେ ଥିଲେ ନରନାରୀରଥେ ଦେଖିଲେ ରାମହରି

  35. Couplet 35

    ଦେଖି ଅପୂର୍ବ ରୂପ ଦୁଇପାଦ-ନୟନ ନଚଳଇ

  36. Couplet 36

    ଗ୍ରାମେ ପ୍ରବେଶ ଭଗବାନଦେଖି ସାନନ୍ଦ ମନେ ମନ

  37. Couplet 37

    ବୋଲନ୍ତି ପ୍ରଭୁ ଜଗନ୍ନାଥଅକ୍ରୁର ଦଣ୍ତେ ରୁହା ରଥ

  38. Couplet 38

    ପଛେ ଅଛନ୍ତି ଗୋପବାଳଏଠାରେ ହୋନ୍ତୁ ଏକମେଳ

  39. Couplet 39

    ଗୋରସ ଅଛି ଯେତେ ଭାରରାଜାର ଉଚିତ ଭଣ୍ତାର

  40. Couplet 40

    ସକଳେ ଏକରୁଣ୍ତ ହୋଇମିଳିବୁ ରାଜା ଆଗେ ଯାଇ

  41. Couplet 41

    ତେବେ ହୋଇବ ତୋର ଯଶପାଇବୁ ଶାଢ଼ୀ ଗ୍ରାମ ଦେଶ

  42. Couplet 42

    ଏମନ୍ତ କହୁଁ କହୁଁ ପଥେଗୋପାଳେ ମିଳିଲେ ତୁରିତେ

  43. Couplet 43

    ଦେଖି ସାନନ୍ଦ ଭାବଗ୍ରାହୀବୋଲନ୍ତି ଅକ୍ରୁରେ ରୁହାଇ

  44. Couplet 44

    ରଥୁଁ ଓହ୍ଲାଇ ଦାମୋଦରଅକ୍ରୁର ହସ୍ତେ ଦେଇ କର

  45. Couplet 45

    କୋମଳ ମଧୁର ବଚନଆଶ୍ୱାସି ଅକ୍ରୁରର ମନ

  46. Couplet 46

    ଭୋ ତାତ ରଥ ଘେନିଯାଅରାଜାର ଛାମୁରେ ଜଣାଅ

  47. Couplet 47

    ବୋଲ ଅଇଲେ ବେନିଭାଇଅଇଲି ତୋଟାରେ ରୁହାଇ

  48. Couplet 48

    ସକଳେ ହୋଇ ଏକମେଳସଙ୍ଗେ ଅଛନ୍ତି ଗୋପବାଳ

  49. Couplet 49

    ଧନ ଗୋରସ ଆଦି କରିଶକଟମାନଙ୍କରେ ଭରି

  50. Couplet 50

    ସକଳେ ହୋଇ ଏକସ୍ଥାନକାଲି କରିବେ ଦରଶନ

  51. Couplet 51

    ଏତେକ କହିଣ ଛାମୁରଭୋ ତାତ ଯାଅ ନିଜ ଘର

  52. Couplet 52

    ଆମ୍ଭେ ଦେଖିବୁ ମଧୁପୁରକେମନ୍ତ ଦିଶଇ ସୁନ୍ଦର

  53. Couplet 53

    ଅକ୍ରୁର ଶିରେ କର ଦେଇବୋଲଇ କୃଷ୍ଣମୁଖ ଚାହିଁ

  54. Couplet 54

    ଏ କଥା ନୁହଁଇ ଉଚିତତୁ କି ନ ଜାଣୁ ଗୋପୀନାଥ

  55. Couplet 55

    ତୁମ୍ଭ ଦୁହିଁକି ଛାଡ଼ି କରିଜୀବନ ଥିବ କି ମୋହରି

  56. Couplet 56

    ଭକତବ›ତ୍ସଳ ମୁରାରିମୋତେ ନ ଛାଡ଼ କୋପକରି

  57. Couplet 57

    ଭୋ ନାଥ ଆସ ମୋର ଘରବାନ୍ଧବ ଯେବେ ମୁଁ ତୁମ୍ଭର

  58. Couplet 58

    ପବିତ୍ର କର ମୋର ପୁରଅଶେଷ ବ୍ରହ୍ମାଣ୍ତଠାକୁର

  59. Couplet 59

    ସଙ୍ଗତେ ରୋହିଣୀ କୁମରଯେତେ ଗୋପାଳେଛନ୍ତି ତୋର

  60. Couplet 60

    ସବୁନ୍ତ ଘେନି ମୋର ଘରବିଜୟ କର ଚକ୍ରଧର

  61. Couplet 61

    ତୋହର ପାଦରଜ-ନୀରପବିତ୍ର କରୁ ମୋର ଘର

  62. Couplet 62

    ପିତୃ ଯେ ଅଗ୍ନି ଦଇବତଯାହା ଚିନ୍ତନ୍ତି ଅବିରତ

  63. Couplet 63

    ବଳି ଯେ ଧୋଇ ତୋ'ର ପାଦପାଇଲା ଅଶେଷ ସମ୍ପଦ

  64. Couplet 64

    ଯଶ ରହିଲା ତିନିଲୋକେଭକତି କଲା ସେହି ଏକେ

  65. Couplet 65

    ଗଙ୍ଗା ତୋ' ଚରଣୁ ବାହାରପବିତ୍ର କଲା ତିନିପୁର

  66. Couplet 66

    ଶଙ୍କର ବହିଅଛି ଶିରେସଗରପୁତ୍ରେ ସ୍ୱର୍ଗେ ଗଲେ

  67. Couplet 67

    ତୁ ଦେବ ଦେବ ଜଗନ୍ନାଥପୁଣ୍ୟକୀର୍ତ୍ତନ କୀର୍ତ୍ତିମନ୍ତ

  68. Couplet 68

    ଯଦୁଉତ୍ତମ ପୁଣ୍ୟଶ୍ଳୋକନମଇଁ ଜଗତପାଳକ

  69. Couplet 69

    ଶୁଣି ବୋଲନ୍ତି ଚକ୍ରଧରଅକ୍ରୁର କନ୍ଧେ ଦେଇ କର

  70. Couplet 70

    ଭୋ ତାତ ଶୁଣ ମୋ ବଚନମନେ ତୁ ନ ବିଚାର ଆନ

  71. Couplet 71

    ଅବଶ୍ୟ ଯିବି ତୋ'ର ପୁରସଙ୍ଗତେ ଘେନି ହଳଧର

  72. Couplet 72

    ଆଗେ ମୁଁ କଂସ ଦର୍ପ ଧ୍ୱଂସିବନ୍ଧୁବାନ୍ଧବ ମନତୋଷି

  73. Couplet 73

    ପଛେ ମୁଁ ଯିବି ତୋ'ର ପୁରଏ ସତ୍ୟବଚନ ମୋହର

  74. Couplet 74

    କୃଷ୍ଣ-ମୋହନ କଥା ଶୁଣିଅକ୍ରୁର ଗଲା ରଥ ଘେନି

  75. Couplet 75

    ଭୟେ ବିଚାର କରି ମନନବରେ ପ୍ରବେଶି ବହନ

  76. Couplet 76

    ରଥ ରୁହାଇ ସିଂହଦ୍ୱାରେଦର୍ଶନ କଲା ନୃପବରେ

  77. Couplet 77

    କଂସର ଆଗେ ଜଣାଇଲାକୃଷ୍ଣଙ୍କୁ ଆଣିଲି ବୋଇଲା

  78. Couplet 78

    ନନ୍ଦ ସୁନନ୍ଦ ରାମ ସଙ୍ଗେଗୋରସ ଗୋପାଳଙ୍କ ଲାଗେ

  79. Couplet 79

    ରୁଣ୍ତ ହୋଇଲେ ଗଡ଼ଦ୍ୱାରେଆଜକ ରହିଲେ ତୋଟାରେ

  80. Couplet 80

    କାଲି କରିବେ ଦରଶନଶୁଣ ହରଷ କଂସମନ

  81. Couplet 81

    ସନ୍ତୋଷ ମନେ ଭୋଜବୀରଅକ୍ରୁରେ ଦେଲା ଉପହାର

  82. Couplet 82

    ରତ୍ନବସନ ଅଳଙ୍କାରମେଲାଣି ପାଇଲା ଅକ୍ରୁର

  83. Couplet 83

    କଂସକୁ କରି ତୋଷମନମିଳିଲା ଆପଣା ଭୁବନ

  84. Couplet 84

    କୃଷ୍ଣ ପ୍ରବେଶ କଥା ଶୁଣିକଂସ ଯେ ମନେ ମନେ ଗୁଣି

  85. Couplet 85

    ନିକଟ ହୋଇଲା ବଇରୀଅନେକ ବୀର ଅଛି ମାରି

  86. Couplet 86

    ହରଷ-ବିସ୍ମୟେ ରାଜନମନ ହୋଇଲା ଛନ ଛନ

  87. Couplet 87

    କ୍ଷୁଧା ପିପାସା ସୁଖ ଭୋଗସବୁ ହୋଇଲା ବିଷଯୋଗ

  88. Couplet 88

    କୃଷ୍ଣର ତହୁଁ ଏକମନଚିତ୍ତ ନିରୋପି କରେ ଧ୍ୟାନ

  89. Couplet 89

    ନିକଟ ହୋଏ ସଂଜୀବନୀକହଇ ଆନୁଆନ ବାଣୀ

  90. Couplet 90

    ଏମନ୍ତେ ଶୁଣ ନରନାଥକୃଷ୍ଣ ଚରିତ ଭାଗବତ

  91. Couplet 91

    କୃଷ୍ଣ ଯେ ଥିଲେ ଉପବନେଗୋପାଳେ ମିଳିଲେ ବହନେ

  92. Couplet 92

    ତୋଟାରେ ହୋଇଲେକ ରୁଣ୍ତଆବୋରି ମଥୁରାର ଦାଣ୍ତ

  93. Couplet 93

    ଯେ ଯାହା ମତେ ସାଜି ଘରନାନା ପ୍ରକାରେ ଉପହାର

  94. Couplet 94

    କରନ୍ତି ରନ୍ଧନ ଭୋଜନହରଷ ଗୋପାଳଙ୍କ ମନ

  95. Couplet 95

    ଭୋଜନ ସାରି ବେନିଭାଇଗୋପାଳ ପୁଅଙ୍କୁ ଅନାଇ

  96. Couplet 96

    ବୋଲନ୍ତି ହୋଇ ହସହସମଥୁରା ବୁଲିଯିବା ଆସ

  97. Couplet 97

    ବେଳ ହୋଇବ ଅବସାନଥୋକାଏ ଦେଖିବା ଭୁବନ

  98. Couplet 98

    ଦେଖିବା ରାଜାର କଟକକେମନ୍ତ ଦିଶଇ ଛଟକ

  99. Couplet 99

    ଭିଆଇ ଧନୁଯାତ୍ରାଘରକେମନ୍ତ କରିଛି ସମ୍ଭାର

  100. Couplet 100

    ଅକ୍ରୁର ହସ୍ତେ ଦେଇ ରଥଆମ୍ଭଙ୍କୁ ଅଣାଇଛି ଏଥ

  101. Couplet 101

    ଏବେ କି କରିବ ଆମ୍ଭନ୍ତହୋଇଲୁ ତାହାର ଆୟତ୍ତ

  102. Couplet 102

    ଆସ ହୋ ଯିବା ମଧୁପୁରୀଆଗ ହୋଇଲେ ହଳଧାରୀ

  103. Couplet 103

    ଗୋପ କୁମରେ କୃଷ୍ଣ ସଙ୍ଗେମିଳିଲେ ଗଡ଼ଦ୍ୱାରେ ଲାଗେ

  104. Couplet 104

    ଦେଖିଲେ ସ୍ପଟିକେ ନିର୍ମିତ୍ଉଚ୍ଚ ପୁରୁଷ ପାଞ୍ଚସାତ

  105. Couplet 105

    ବେନିକବାଟ ହେମମୟେଲୁହାର କିଳିଣୀ ଯୋଡ଼ାଏ

  106. Couplet 106

    ତୋରଣ ବେନି ବୃକ୍ଷ ବାନ୍ଧିବିବିଧ ଫଳଡ଼ାଳେ ଛନ୍ଦି

  107. Couplet 107

    ତମ୍ବାର ପାଚେରୀ ବହଳଖଣା ଗଭୀର ଶୁଦ୍ଧଜଳ

  108. Couplet 108

    ଭିତରେ ନାନା ବୃକ୍ଷମାନଦେଖି ସାନନ୍ଦ କୃଷ୍ଣରାମ

  109. Couplet 109

    ଯେ ଯାହାମତେ ଅଳଙ୍କାରବେଦୀଏ ଦିଶନ୍ତି ସୁନ୍ଦର

  110. Couplet 110

    ଅ…ଟ୍ଟାଳୀ ଉପରେ ସୁନ୍ଦରସୁନା କଳସ ଧ୍ୱଜସାର

  111. Couplet 111

    ଉପରେ ଶୋହେ ରତ୍ନମାଳାସ୍ପଟିକ ହୀରାର ମେଖଳା

  112. Couplet 112

    ବୈଡ଼ୁର୍ଯ୍ୟ ମର୍କତ ମୁକୁତାଲମ୍ବନ୍ତି ମାଳ ମାଳ ଗୁନ୍ଥା

  113. Couplet 113

    ସୁବର୍ଣ୍ଣ କାନ୍ଥ ରତ୍ନ ଚାଳଜଳାକବାଟି ପରିମଳ

  114. Couplet 114

    ପାରା ମୟୂର ନାଦ କରିଝିଙ୍କ କୋକିଳ ଶୁକ ଶାରୀ

  115. Couplet 115

    ଗଜ ତୁରଙ୍ଗଶାଳା ପାଖେବରାହ ମୃଗ ଝାଙ୍କେଝାଙ୍କେ

  116. Couplet 116

    ବନକୁକ୍କୁଟ ରାଜହଂସୀଦେଖି ଶ୍ରୀକୃଷ୍ଣ ପରଶଂସି

  117. Couplet 117

    ତହୁଁ ପଶିଲେ ପୁରେ ଯାଇପୋଏ ଚାହାଁନ୍ତି ତୋଷ ହୋଇ

  118. Couplet 118

    ଦେଖିଲେ ରାଜମାର୍ଗେ ହରିଚନ୍ଦନ ଛେରାଏ ପହଁରି

  119. Couplet 119

    ତଣ୍ତୁଳ ଲାଜା ଦୁର୍ବାସଙ୍ଗେନାରୀଏ ବନ୍ଦାନ୍ତି ସୁରଙ୍ଗେ

  120. Couplet 120

    ସବୁରି ଦ୍ୱାରେ ପୂର୍ଣ୍ଣକୁମ୍ଭଦଧି ଅକ୍ଷତ ବସ୍ତ୍ରଲମ୍ବ

  121. Couplet 121

    ଫଳ ପଲ୍ଲବ ଦୀପାବଳୀଶଙ୍ଖ ମହୁରି ହୁଳହୁଳି

  122. Couplet 122

    ଦ୍ୱାରେ କଦଳୀ ବେନିବୃକ୍ଷେତୋରଣ ମାଳ ଧ୍ୱଜ ଉଚ୍ଚେ

  123. Couplet 123

    ଦ୍ୱାରର ଖମ୍ବେ ପାଟଶାଢ଼ୀଉପରେ ଚାନ୍ଦୁଆ ଉହାଡ଼ି

  124. Couplet 124

    ବସୁଦେବର ବେନିସୁତେଗୋପାଳ ମେଳେ ରାଜପଥେ

  125. Couplet 125

    ଦେଖି ଆନନ୍ଦ ନରନାରୀପଡ଼ିଲା ରାଜପଥେ ହୁରି

  126. Couplet 126

    ନାନା ପସରା ହାଟବାଟେକାମିନୀ ଧାମନ୍ତି ଉଚ୍ଚାଟେ

  127. Couplet 127

    ବୃକ୍ଷ ଅଟ୍ଟାଳୀ ଆରୋହନ୍ତିପିଢ଼ାରେ ଉଠି କେ ଦେଖନ୍ତି

  128. Couplet 128

    କେ ନାରୀ ଚିତ୍ତ ଅନାୟତ୍ତେବସ୍ତ୍ର ପିନ୍ଧିଲା ବିପରୀତେ

  129. Couplet 129

    ଅଙ୍ଗଭୂଷଣ ଆନୁ ଆନେଅଞ୍ଜନ ଏକଇ ନୟନେ

  130. Couplet 130

    ଏକ ଶ୍ରବଣେ କାପ ଭରିନୂପୁର ଏକପାଦେ କରି

  131. Couplet 131

    ବଳୟ ଭରି ବାମହସ୍ତେକବରୀ ଫିଟିଅଛି ମାଥେ

  132. Couplet 132

    କେ ଭୁଞ୍ଜୁଥିଲା ଦଧିଭାତଧାଇଁଲା ନ ପଖାଳି ହାତ

  133. Couplet 133

    ତୈଳ ଅଏଁଳା ଘେନି ଶିରେକେ ଅବା ଥିଲେ ନଦୀତୀରେ

  134. Couplet 134

    ସ୍ନାହାନ ଉପେକ୍ଷି ବହନଧାଇଁଲେ ଶୁଣି ବାଦ୍ୟସ୍ୱନ

  135. Couplet 135

    ଶୋଇଲା ଲୋକଙ୍କୁ ଚିଆଇଁଆସଗୋ ବୋଲି ବେଗେ ଧାଇଁ

  136. Couplet 136

    କାଖରୁ ବାଳକ ପକାଇଧାମନ୍ତି କୃଷ୍ଣେ ମନ ଦେଇ

  137. Couplet 137

    ଦେଖିଣ ବସୁଦେବସୁତନିର୍ମଳ କଲେ ଚର୍ମନେତ୍ର

  138. Couplet 138

    ମଥୁରାନାରୀଙ୍କର ମନମୋହିଲେ ପ୍ରଭୁ ଭଗବାନ

  139. Couplet 139

    ଲଳିତଗତି ଦିବ୍ୟବେଶରଙ୍ଗଅଧରେ ମନ୍ଦହାସ

  140. Couplet 140

    ମତ୍ତମାତଙ୍ଗ ପ୍ରାୟ ହୋଇକଟାକ୍ଷନୟନେ ଅନାଇଁ

  141. Couplet 141

    ମଥୁରାପୁରନାରୀଙ୍କରଉତ୍ସ›ବ ହୋଇଲା ଅପାର

  142. Couplet 142

    ଯାହାର ଜନ୍ମ-କର୍ମ-ପଥେବାରତା ଶୁଣୁଥିଲେ ନିତ୍ୟେ

  143. Couplet 143

    ଦେଖିଲେ ନୟନ ପୂରାଇଗୋବିନ୍ଦ-ସୁଧାରସ ପାଇ

  144. Couplet 144

    ଭିତରେ କୃଷ୍ଣଙ୍କୁ ଦେଖିଲେଆନନ୍ଦେ ଲୋଚନ ବୁଜିଲେ

  145. Couplet 145

    ହୃଦରେ ଭିଡ଼ି ଆଲିଙ୍ଗନକରି ଛାଡ଼ିଲେ ଖେଦମନ

  146. Couplet 146

    ବୃକ୍ଷ ଅ…ଟ୍ଟାଳୀ ଗୃହେ ଥାଇଆନନ୍ଦ ଲୋଚନେ ଅନାଇଁ

  147. Couplet 147

    ହରଷେ କୁସୁମ ଅଞ୍ଜଳିଦେଇ କରନ୍ତି ହୁଳାହୁଳି

  148. Couplet 148

    ଅନେ୍ଧ ବନ୍ଧୁଙ୍କ କନେ୍ଧ ହସ୍ତଦେଖି ଆସନ୍ତି ଗୋପୀନାଥ

  149. Couplet 149

    ବ୍ରହ୍ମଣେ ଆସି ରାଜଦାଣ୍ତେକରଅଞ୍ଜଳି ଦେଇ ମୁଣ୍ତେ

  150. Couplet 150

    ଦଧି ଅକ୍ଷତ ଗଙ୍ଗାନୀରକୁସୁମ ଗନ୍ଧ ଉପହାର

  151. Couplet 151

    ଆନନ୍ଦେ କୃଷ୍ଣ ବଳରାମବ୍ରାହ୍ମଣେ ପୂଜି ତୋଷମନ

  152. Couplet 152

    ମଥୁରାପୁର ଲୋକେ ମିଳିଦେଖିଲେ ରାମ ବନମାଳୀ

  153. Couplet 153

    କହନ୍ତି ଗୋପାଳଙ୍କ ଭାବଶତ-ଜନମେ କେ ପାଇବ

  154. Couplet 154

    ଅନେକ ଜନ୍ମେ ତପ କରିଗୋପରେ ଯେତେ ନରନାରୀ

  155. Couplet 155

    ଗାଈ ମହିଁଷି ବନଭାଗେଦିନ ବଞ୍ଚିଲେ କୃଷ୍ଣ ସଙ୍ଗେ

  156. Couplet 156

    ରାମ ଗୋବିନ୍ଦ ମୁଖ ଚାହିଁଜନ୍ମ ମରଣ ଭୟ ନାହିଁ

  157. Couplet 157

    ଏମନ୍ତ ବୋଲୁଁ ବୋଲୁଁ ଲୋକେରଜକ ମିଳିଲା ଛଟକେ

  158. Couplet 158

    ଭାଇ ସୋଦର ବନ୍ଧୁବଳଘେନାଇଁ ରାଜା ମଢ଼ିଆଳ

  159. Couplet 159

    ଆଗେ ବାଜଇ ଶଙ୍ଖ ବେନିଚାଲଇ ମଢ଼ିଆଳ ଘେନି

  160. Couplet 160

    ଦେଖି ପଚାରିଲେ ମୁରାରିକେ ଯାଏ ବାଦ୍ୟନାଦ କରି

  161. Couplet 161

    ଲୋକେ ବୋଇଲେ ଏ ରଜକଅଟଇ କଂସର ସେବକ

  162. Couplet 162

    ନିତ୍ୟେ ଏ ମଢ଼ିଆଳ ନେଇଯମୁନାନଦୀରେ କାଚଇ

  163. Couplet 163

    ଏ ନେଇ ଦେବ ଗନ୍ତାଘରେଭୋଜ ନୃପତିଙ୍କ ଛାମୁରେ

  164. Couplet 164

    ଶୁଣି ଗୋବିନ୍ଦ ତୋଷ ହୋଇଡ଼ାକନ୍ତି ରହ ରହ ଭାଇ

  165. Couplet 165

    ଆଗେ ଓଗାଳି ହଳଧରପୋଏ ବେଢ଼ିଲେ ଧାତିକାର

  166. Couplet 166

    ରଜକ ମୁଖ ଚାହିଁ ହସିବୋଲନ୍ତି ପ୍ରଭୁ ବ୍ରହ୍ମରାଶି

  167. Couplet 167

    ଦେଖିବା ରାଜା ମଢ଼ିଆଳବସ୍ତ୍ର ତୁ ବେଗେ ଥୁଅ ତଳ

  168. Couplet 168

    ଆମ୍ଭେ ହୋ ବସୁଦେବସୁତେଗୋପରେ ଥିଲୁ ଦିନାକେତେ

  169. Couplet 169

    ଦେଖିବା କେମନ୍ତ ସୁନ୍ଦରକଂସ ରାଜାର ମଢ଼ିଆଳ

  170. Couplet 170

    ଯେବେ ତୁ ନ ଦେବୁ ଦେଖାଇଆମ୍ଭଙ୍କୁ ଦିଅ ବସ୍ତ୍ର ଦୁଇ

  171. Couplet 171

    ନୀଳ ଧବଳ ଦେହ ଚାହଁଆମ୍ଭ ଉଚିତେ ବସ୍ତ୍ର ଦିଅ

  172. Couplet 172

    ଆମ୍ଭେଟି ରାଜାର ଭଣଜାବସ୍ତ୍ର ତୁ ଦେଇଣ କହ ଯା

  173. Couplet 173

    ଶୁଣି ନୃପତି ହେବେ ତୋଷସଂସାରେ ଥିବ ତୋର ଯଶ

  174. Couplet 174

    ରଜକ ଛଦ୍ରମେଣ କାଲନ ଶୁଣି ରାମକୃଷ୍ଣ ବୋଲ

  175. Couplet 175

    ପୁଣି ଚାଲଇ ପହଲାଇଆଗ ହୋଇଲେ ଭାବଗ୍ରାହୀ

  176. Couplet 176

    ମିଳିଲେ ରୋହିଣୀର ବଳାଦେଖି ରଜକ କୋପ କଲା

  177. Couplet 177

    ଦଇବେ ରାଜାର ସେବକରଜକ ସ୍ୱଭାବେ ମୂରୁଖ

  178. Couplet 178

    ବୋଲଇ ଧିକ୍କାର ବଚନତୁମ୍ଭେ ଯେ ଅଟ ଜାତିହୀନ

  179. Couplet 179

    ତୁମ୍ଭର କୁଳମୂଳ ନାହିଁବନେ ଚରାଉଥାଅ ଗାଈ

  180. Couplet 180

    ଗଉଡ଼ଜାତି ହୀନ ଲୋକଶୃଗାଳ ପ୍ରାୟେ ତୁମ୍ଭ ମୁଖ

  181. Couplet 181

    ବାଇଙ୍କ ପ୍ରାୟ ଗାଈ ଘେନିକରୁ ଯେ ଥାଅ ବେଣୁଧ୍ୱନି

  182. Couplet 182

    ଏଡ଼େ ଭରସା ଗର୍ବ ବହରାଜା ମଢ଼ିଆଳ ରୁହାଅ

  183. Couplet 183

    ନିର୍ଲ୍ଲଜ ବୋଲି ଏହା ବୋଲଜୀବନ ଥାଉଁ ଥାଉଁ ମଲ

  184. Couplet 184

    ତୁମ୍ଭର ପୂର୍ବେ ତପ ନାହିଁଗଉଡ଼େ ଅଛ ଜାତ ହୋଇ

  185. Couplet 185

    ଜୀବନେ ଯେବେ ଅଛି ଆଶବେଗେ ପଳାଅ ନିଜ ଦେଶ

  186. Couplet 186

    ରାଜାର ଲୋକେ ଏହା ଶୁଣିସବୁନ୍ତ ପକାଇବେ ହାଣି

  187. Couplet 187

    ତୁମ୍ଭେ ନ ମାଗ ମଢ଼ିଆଳତୁମ୍ଭର ପୂରିବଟି କାଳ

  188. Couplet 188

    କଂସ ହିଁ ଅଛଇ ଅଣାଇନିଶ୍ଚେ ମରିବ ବେନିଭାଇ

  189. Couplet 189

    ଜୀବନେ ମାରିବ ତୁମ୍ଭଙ୍କୁବନ୍ଦୀ ସେ କରିବ ନନ୍ଦକୁ

  190. Couplet 190

    ହୋଇବ ତୁମ୍ଭେ ବିଷାବଳିଶୁଣି କୋପିଲେ ବନମାଳୀ

  191. Couplet 191

    ଚାପୁଡ଼େ ମାରି ବାମକରଛେଦିଲେ ରଜକର ଶିର

  192. Couplet 192

    ତାହାର ସଙ୍ଗେ ଯେତେ ଥିଲେବସ୍ତ୍ର ପକାଇ ପଳାଇଲେ

  193. Couplet 193

    ରଜକ ଭୂମିରେ ପଡ଼ିଲାଜୀବନ ଗୋବିନ୍ଦେ ପଶିଲା

  194. Couplet 194

    ହସି ବୋଲନ୍ତି ଭଗବାନବସ୍ତ୍ର ଯେ ଘେନ ଯେଝାମନ

  195. Couplet 195

    ରାମ ଫେଡ଼ିଲେ ବସ୍ତ୍ରପୁଡ଼ାଥିଲା ତହିଁରେ ଯେତେ ଯୋଡ଼ା

  196. Couplet 196

    ବାଛି ଘେନିଲେ ପୀତ ନୀଳସୁନ୍ଦର ରାଜା ମଢ଼ିଆଳ

  197. Couplet 197

    ଗୋପାଳ ପୋଏ ଯେଝାମତେବସ୍ତ୍ର ପିନ୍ଧିଲେ ତୋଷଚିତ୍ତେ

  198. Couplet 198

    ଯେତେ ମଢ଼ିଆଳ ଉବୁରିପକାଇ ଗଲେ କୁଢ଼ କରି

  199. Couplet 199

    କନ୍ଧେପକାଇ ମଢ଼ିଆଳଚାହାଁନ୍ତି ମଦନ ଗୋପାଳ

  200. Couplet 200

    ଥିଲା ଯେ କଂସ ବେଶକାରୀଆଗେ ମିଳିଲା କରଯୋଡ଼ି

  201. Couplet 201

    ବୋଲଇ ଶିରେ କର ଦେଇରାଜାର ଗନ୍ତାୟତ ମୁହିଁ

  202. Couplet 202

    ବସ୍ତ୍ର ମୁଁ ପିନ୍ଧାଇବି ରଙ୍ଗେକାଛେଣି ନାନା ପରିଭଙ୍ଗେ

  203. Couplet 203

    ଶୁଣି ସାନନ୍ଦ ଗୋପୀନାଥବସନ ଦେଲେ ତା'ର ହସ୍ତ

  204. Couplet 204

    ତକ୍ଷଣେ ପିନ୍ଧାଇଲା କାଛିରାମ ଗୋବିନ୍ଦେ ବଳ ଆଞ୍ଚି

  205. Couplet 205

    ବିବିଧମତେ ଅଳଙ୍କାରସ୍କଭାବେ ଦିଶିଲା ସୁନ୍ଦର

  206. Couplet 206

    ବସ୍ତ୍ର ପିନ୍ଧିଲେ ପୀତନୀଳଉତ୍ସ›ବ ଯେହ୍ନେ ପର୍ବକାଳ

  207. Couplet 207

    ବାଳକହସ୍ତୀ ବେଶକରିଯେସନେ ଆନନ୍ଦେ ବିହରି

  208. Couplet 208

    ରାମଗୋବିନ୍ଦ ସେହିମତେଦିଶନ୍ତି ମଥୁରାର ପଥେ

  209. Couplet 209

    ଗୋବିନ୍ଦ ଗନ୍ତାୟତେ ଚାହିଁବୋଲନ୍ତି ପ୍ରଭୁ ଭାବଗ୍ରାହୀ

  210. Couplet 210

    ସମ୍ପଦ ହେଉ ତୋ' ଅନେକବହୁତ ପୁତ୍ର ନାତି ଦେଖ

  211. Couplet 211

    ବଳ ତୋହର ଦେହେ ଥାଉମୋହର ପାଦେ ଚିତ୍ତ ରହୁ

  212. Couplet 212

    ଅନ୍ତେ ପଶିବୁ ମୋର ଦେହେକହି ଚଳିଲେ ଦେବରାୟେ

  213. Couplet 213

    ଚଳନ୍ତି ମଥୁରାଏ ହେରିଗୋପାଳ ପୋଏ ରାମହରି

  214. Couplet 214

    ସୁଦାମା ନାମେ ମାଳାକାରକୃଷ୍ଣ ମିଳିଲେ ତା'ର ଘର

  215. Couplet 215

    ନାନା କୁସୁମେ ପରିମଳପବନ ବହଇ ଶୀତଳ

  216. Couplet 216

    ମାଳୀର ଦ୍ୱାରେ ଉଭା ହୋଇଡ଼ାକନ୍ତି ପ୍ରଭୁ ଭାବଗ୍ରାହୀ

  217. Couplet 217

    କୋମଳ ମଧୁର ବଚନସୁଦାମା ଶୁଣି ତୋଷମନ

  218. Couplet 218

    ବାହାର ହୋଇଲା ବହନଦେଖିଲା ରାମ ଭଗବାନ

  219. Couplet 219

    ଆନନ୍ଦେ ଗଡ଼ଘାଲି ଶୋଇବୋଲଇ ନିସ୍ତରିଲି ମୁହିଁ

  220. Couplet 220

    ପତ୍ନୀ ଆଣିଲା ଜଳଝରିପାଦ ଧୋଇଲା ଯତ୍ନକରି

  221. Couplet 221

    ପାଦଉଦକ ଘେନି ଶିରେସିଞ୍ଚିଲା ନେଇ ଘରଦ୍ୱାରେ

  222. Couplet 222

    ପତିପତ୍ନୀ ସେ ଜଳ ପାଇନାଚନ୍ତି ଶିରେ କର ଦେଇ

  223. Couplet 223

    ଆନନ୍ଦ ସାଗରେ ବୁଡ଼ିଲେଗୋବିନ୍ଦ ଚରଣେ ପୂଜିଲେ

  224. Couplet 224

    ଯେତେକ ଅର୍ଘ୍ୟ ଆଚମନଧୂପ ଦୀପ ଗନ୍ଧ ଚନ୍ଦନ

  225. Couplet 225

    ରୋହିଣୀସୁତ କୃଷ୍ଣ ସଙ୍ଗେପୂଜିଲା ପଦ୍ମ‌ପାଦ ଯୁଗେ

  226. Couplet 226

    ପୂଜାର ଅନ୍ତେ ପାଦେ ପଡ଼ିବୋଲଇ ଶିରେ କରଯୋଡ଼ି

  227. Couplet 227

    ଧନ୍ୟ ହୋଇଲା ଆଜଦିନପବିତ୍ର ହେଲା ମୋର ଜନ୍ମ

  228. Couplet 228

    ନିର୍ମଳ ହୋଇଲା ମୋ' କୁଳଦେଖିଲି ପ୍ରଭୁ ଆଦିମୂଳ

  229. Couplet 229

    ପିତୃ ଦେବତା ଋଷି ଯେତେତୋଷ ହୋଇଲେ ଆଜମୋତେ

  230. Couplet 230

    ଦେଖିଲି ପୁରୁଷ ପୁରାଣଅନାଦି ପରମ କାରଣ

  231. Couplet 231

    ଅବନୀଭାରାର ଉଶ୍ୱାସେଦେହ ବହିଲେ ନରଅଂଶେ

  232. Couplet 232

    ଏ ରୂପ ଅସୁର ନାଶନସାଧୁଙ୍କୁ ଦେଲ ଆତ୍ମଜ୍ଞାନ

  233. Couplet 233

    ତୁମ୍ଭେ ଜଗତ ପିତାମାତନାହିଁ ତୁମ୍ଭର ଆଦିଅନ୍ତ

  234. Couplet 234

    ସକଳଜନ୍ତୁଙ୍କ ଜୀବନପାଳନ ହେତୁ ନିରଞ୍ଜନ

  235. Couplet 235

    ଭାବକରନ୍ତି ପ୍ରାଣୀ ଯେତେତାହାଙ୍କୁ ଭାବୁ ଏକଚିତ୍ତେ

  236. Couplet 236

    ଭୋ ନାଥ ମୋତେ ଆଜ୍ଞାକରକିମ୍ବା ଅଇଲ ମୋର ଘର

  237. Couplet 237

    ତୋହର ଆଜ୍ଞା ଶିରେ ଘେନିତରନ୍ତି ଭବଜଳୁଁ ପ୍ରାଣୀ

  238. Couplet 238

    ଏମନ୍ତ ବୋଲି ତୋଷମନେପାଦେ ପଡ଼ିଲେ ବେନିଜନେ

  239. Couplet 239

    କୃଷ୍ଣ ବୋଇଲେ ଶୁଣ ତୁହିଆମ୍ଭେ ଅଇଲୁ ଯହିଁ ପାଇଁ

  240. Couplet 240

    ଦିଅ କୁସୁମମାଳମାନଯାହାକୁ ଯେହୁ ଶୋଭାବନ

  241. Couplet 241

    ସୁଦମା କୃଷ୍ଣର ବଚନେପଶିଲା ଆପଣା ଭୁବନେ

  242. Couplet 242

    ସୁଗନ୍ଧ କୁସୁମର ଗଭାସୁନ୍ଦର ଦିଶୁଅଛି ଶୋଭା

  243. Couplet 243

    କୃଷ୍ଣ ନିକଟେ ଦେଲା ନେଇରାମ ଦେଖନ୍ତି ତାଟ ଫେଇ

  244. Couplet 244

    ରାମ ଗୋବିନ୍ଦ ବେନିଭାଇତାଟୁ ଘେନିଲେ ମାଳ ଦୁଇ

  245. Couplet 245

    ଲମ୍ବାଇ ରାମକୃଷ୍ଣ ହୃଦେସୁଦାମା ଚାହଁଇ ଆନନ୍ଦେ

  246. Couplet 246

    ଚୂଳେ ବାନ୍ଧିଲା ବେନିଗଭାଦିଶନ୍ତି ରାମକୃଷ୍ଣ ଶୋଭା

  247. Couplet 247

    ତ୍ରିମୁଣ୍ତି ଗଭା ଶିରେ ଦେଇବୋଲଇ କୃଷ୍ଣ ତ୍ରାହି ତ୍ରାହି

  248. Couplet 248

    ସୁଦାମା ମୁଖ ଚାହିଁ ହରିବୋଲନ୍ତି ରାମ କର ଧରି

  249. Couplet 249

    ବର ତୁ ମାଗ ତୋଷମନେତୋହର ବା‚ଞ୍ଛା ଯେତେ ମନେ

  250. Couplet 250

    ମାଳୀ ବୋଲଇ ଯୋଡ଼ିକରଶୁଣିମା ପ୍ରଭୁ ଦାମୋଦର

  251. Couplet 251

    ସର୍ବସମ୍ପଦ ଅଟୁ ତୁହିତୋ' ତହୁଁ ଅନ୍ୟଗତି ନାହିଁ

  252. Couplet 252

    ମୋର ସମ୍ପଦେ ନାହିଁ କାର୍ଯ୍ୟଶୁଣିମା ପ୍ରଭୁ ଦେବରାଜ

  253. Couplet 253

    ତୋ'ର ଭକତ ଯେତେ ଜନେସେବିବି ତାହାଙ୍କ ଚରଣେ

  254. Couplet 254

    ପ୍ରାଣୀଙ୍କ ହିତେ ମୋର ଦୟାଭୋ ନାଥ ମୋତେ ଦିଅ ଏହା

  255. Couplet 255

    ଶୁଣି ସାନନ୍ଦ ମହାବାହୁବୋଇଲେ ବାଞ୍ଛା ସିଦ୍ଧ ହେଉ

  256. Couplet 256

    ମାଳୀର ମନ ତୋଷ କରିଧନ ଆୟୁଷ ଯଶ ଶିରୀ

  257. Couplet 257

    ଦେଇ ଚଳିଲେ ଦାମୋଦରଗୋପ କୁମରେ ହଳଧର

  258. Couplet 258

    କହଇ ଦାସ ଜଗନ୍ନାଥଗୋବିନ୍ଦ ମଥୁରାର ପଥ

  259. Couplet 259

    ଏବେ ହୋଇବ ମହୀ ସ୍ଥିରଅସୁର କରିବେ ସଂହାର

  260. Couplet 260

    ଭକତଜନେ ଶୁଣି ଏହାଖଣ୍ତିବେ ଘୋର ଜଡ଼ ମାୟା

  261. Couplet 261

    ଏଣେ ହରିଙ୍କି ଧ୍ୟାନ କରିଭବସାଗରୁ ଯିବ ତରି

Odia Bhagabata skandha 10 adhyaya 44 | Parbani by ParibhaAsha App