Skandha 10
Adhyaya 43
Couplet 1
କହନ୍ତି ବ୍ୟାସଙ୍କର ସୁତଶୁଣ ପରୀକ୍ଷ ଭାଗବତ
Couplet 2
ଅକ୍ରୁର ଶିରେ କର ଦେଇବୋଲଇ କୃଷ୍ଣଙ୍କୁ ଅନାଇଁ
Couplet 3
ନମସ୍ତେ ଅନାଦି ପୁରୁଷଅଖିଳ ଜ୍ୟୋତି ପରକାଶ
Couplet 4
ମାୟାର ହେତୁ ନାରାୟଣନିର୍ଗୁଣ ପୁରୁଷ ପୁରାଣ
Couplet 5
ଅବ୍ୟକ୍ତ ବ୍ରହ୍ମ ନିରାକାରବ୍ରହ୍ମା ତୋ' ନାଭିରୁ ବାହାର
Couplet 6
ତୋହର ତହୁଁ ଏ ଜଗତଲୋକେ ହୁଅନ୍ତି ଆତଯାତ
Couplet 7
ପୃଥିବୀ ଉଦକ ଅନଳପବନ ଆକାଶମଣ୍ତଳ
Couplet 8
ମହତ ଆଦି ମହାଭୂତେମନ ଇନ୍ଦ୍ରିୟ ଆଦି ଯେତେ
Couplet 9
ଇନ୍ଦ୍ରିୟ ଅର୍ଥେ ସୁରଗଣଯେତେ ଏ ଜଗତେ ଭିଆଣ
Couplet 10
ଏମାନେ ତୋହର ଶରୀରତୁ ଆଦିଧର୍ମ ନିରାକାର
Couplet 11
ବ୍ରହ୍ମାଣ୍ତେ ତୋ'ର ଦେହେ ଥା'ନ୍ତିତୋହର ରୂପ ନ ଜାଣନ୍ତି
Couplet 12
ତ୍ରିଗୁଣେ ବ୍ରହ୍ମା ଜଡ଼ ହୋଇତୋ'ର ସ୍ୱରୂପ ନ ଜାଣଇ
Couplet 13
ସନକଆଦି ଯୋଗୀଜନେପୂଜନ୍ତି ତୋହର ଚରଣେ
Couplet 14
ମହାପୁରୁଷ ଶୂନ୍ୟରୂପଜୀବସଞ୍ଚାରେ ତିନିରୂପ
Couplet 15
କର୍ମଯୋଗୀଏ ବେଦପଥେତୋତେ ପୂଜନ୍ତି ଯଜ୍ଞମତେ
Couplet 16
ଅଖିଳ କର୍ମ ଦେଇ ତୋତେଜ୍ଞାନୀ ସେବନ୍ତି ଯୋଗମତେ
Couplet 17
ନିଶ୍ଚଳ-ସମାଧିରେ ମନତୋ'ର ଚରଣେ କରିଧ୍ୟାନ
Couplet 18
ଅନେକ ରୂପେ ଏକରୂପୀତୋତେ ଜାଣିବ କେ ନିରୋପି
Couplet 19
ଶିବ ପୁରାଣର ଉକତେକେ ତୋତେ ଭଜେ ଶିବମତେ
Couplet 20
ଅନେକ ଋଷିଙ୍କ ସମେତେଶଙ୍କର ପୂଜୁଥା'ନ୍ତି ତୋତେ
Couplet 21
ତୁନାଥ ସର୍ବଦେବମୟେସର୍ବେ ଭଜନ୍ତି ତୋ'ର ପାୟେ
Couplet 22
ନାନା ଦେବଙ୍କୁ ସେ ଭଜନ୍ତିସେ ଭିନ୍ନ ବୁଦ୍ଧି ଆଚରନ୍ତି
Couplet 23
ଅନେକ କର୍ମଯୋଗେ ଭ୍ରମିଫୁଟି ହୁଅନ୍ତି ପଥଶ୍ରମି
Couplet 24
ନଦୀ ପୂରନ୍ତି ବୃଷ୍ଟିକାଳେସମୁଦ୍ରେ ହୋନ୍ତି ଏକମେଳେ
Couplet 25
ସର୍ବଦେବତା ପୂଜା ଯେତେଭଜନ ତୋ'ର ପାଦଗତେ
Couplet 26
ତୋ'ର ପ୍ରକୃତି ତହୁଁ ଜାତତାମସ ରଜଗୁଣ ସତ୍ତ୍ୱ
Couplet 27
ଇନ୍ଦ୍ରିୟଗୁଣ ଗଳେ ଛନ୍ଦିଜନ୍ତୁଏ ମାୟାଜଡ଼େ ବନ୍ଦୀ
Couplet 28
ତୋତେ ପାଇବେ ଅବା କାହିଁତୋହର ଆଦିଅନ୍ତ ନାହିଁ
Couplet 29
ନମସ୍ତେ ପ୍ରଭୁ ଜ୍ଞାନଆଖିସକଳ ବୁଦ୍ଧିଙ୍କର ସାକ୍ଷୀ
Couplet 30
ଦେବ ମନୁଷ୍ୟ ପଶୁଆଦିତୋ' ମାୟାବଳେ ସର୍ବେବନ୍ଦୀ
Couplet 31
ଅନଳ ତୋର ମୁଖୁଁ ଜାତଚରଣୁଁ ଅବନୀ ସମ୍ଭୂତ
Couplet 32
ଆଦିତ୍ୟ ତୋହର ନୟନନାଭିରୁ ପ୍ରକାଶ ଗଗନ
Couplet 33
ଶ୍ରବଣୁଁ ତୋର ଦଶଦିଶଶିର ତୋହର ସ୍ୱର୍ଗଦେଶ
Couplet 34
ଭୁଜ ତୋ ଦଶଦିଗପାଳଉଦର ବଡ଼ବା ଅନଳ
Couplet 35
ପଞ୍ଚପବନ ତୋର ପ୍ରାଣରୋମ ଔଷଧିବୃକ୍ଷ ପୁଣ
Couplet 36
ମେଘ ତୋହର କେଶ ଶିରତୋ ନଖ ଅସ୍ଥି ଗିରିବର
Couplet 37
ନିମିଷ ହୋନ୍ତି ଦିବାରାତ୍ରିତୋର ବୃଷଣ ପ୍ରଜାପତି
Couplet 38
ତୋହର ତେଜେ ଦେବରାଜବୃଷ୍ଟି କରଇ ତୋର ବୀର୍ଯ୍ୟ
Couplet 39
ଅବ୍ୟୟ ପୂର୍ଣ୍ଣ ନିରଞ୍ଜନତୋ ଦେହେ ଚଉଦଭୁବନ
Couplet 40
ବାସବ ଆଦି ଦେବଗଣେସ୍ଥାବର ସିଦ୍ଧ ଯେ ଚାରଣେ
Couplet 41
ବ୍ରହ୍ମାଣ୍ତେ ତୋହର ଶରୀରେମଶା ଯେସନେ ଉଡ଼ୁମ୍ବରେ
Couplet 42
ମନର ଆଦିଅନ୍ତ ରୂପୀଜଗତେ ଅଛୁ ନାଥ ବ୍ୟାପୀ
Couplet 43
ସଂସାର ଲୀଳାରେ ଶରୀରଭୋନାଥ ଯେତେ ରୂପ ତୋର
Couplet 44
ତେଣେ ନିର୍ମଳ ହୋଇ ଚିତ୍ତତୋ ଯଶ ଭାବନ୍ତି ଜଗତ
Couplet 45
ନମସ୍ତେ ମତ୍ସ୍ୟ ରୂପଧାରୀପ୍ରଳୟ ଉଦକ ବିହାରୀ
Couplet 46
ହେ ହୟଗ୍ରୀବ ତୋ ଶରଣମଧୁ କଇଟଭ ଦଳନ
Couplet 47
କମଠରୂପୀ କଳେବରନମସ୍ତେ ଶଙ୍ଖଚକ୍ରଧର
Couplet 48
ଶୂକର ରୂପେ ମହୀ ଧରିନମସ୍ତେ ପ୍ରଭୁ ଦଇତ୍ୟାରି
Couplet 49
ନୃସିଂହ ରୂପୀ ତୋ' ଶରୀରନାଶିଲୁ ହିରଣ୍ୟ-ଅସୁର
Couplet 50
ବାମନ ରୂପେ ବଳି ଚାପିନମସ୍ତେ ତ୍ରିବିକ୍ରମ ରୂପୀ
Couplet 51
ଦୁଷ୍ଟ କ୍ଷତ୍ରିୟ ନିବାରଣନମସ୍ତେ ପ୍ରଭୁ ଭୃଗୁରାମ
Couplet 52
ଜାନକୀ-ଛଳେ ଦାଶରଥିକୋପେ ନାଶିଲୁ ଲଙ୍କପତି
Couplet 53
ନମୋ ଗୋବିନ୍ଦ ଦାମୋଦରଗିରି ତୋଳିଲୁ ବାମକର
Couplet 54
ନମସ୍ତେ ବସୁଦେବସୁତରେହିଣୀ ପୁତ୍ର ବଳବନ୍ତ
Couplet 55
ରୁକ୍ମିଣୀ ଦେବୀ ପୁତ୍ର ନାତିନମସ୍ତେ ଯଦୁ ଭୋଜପତି
Couplet 56
ବଉଦ୍ଧରୂପୀ ଶୁଦ୍ଧକର୍ମାଅସୁର ମୋହନେ ତୋ ବାନା
Couplet 57
ମ୍ଳେଚ୍ଛ କ୍ଷତ୍ରିୟ ବଳବନ୍ତକଳକୀ ରୂପେ କରୁ ଅନ୍ତ
Couplet 58
ତୋହର ମାୟାରେ ଜଗତଅଜ୍ଞାନେ ହୋଇ ଆତଯାତ
Couplet 59
ପର ଆପଣା ବୋଲି ହୁଡ଼ିଭ୍ରମନ୍ତି ମାୟାଚକ୍ରେ ପଡ଼ି
Couplet 60
ମୋହର ଆତ୍ମା ପୁତ୍ର ଘରଦାରା ସମ୍ପଦ ବନ୍ଧୁ ମୋର
Couplet 61
ସପନ ପ୍ରାୟେ ଏ ଜଗତଆବୋରି ଅଛି ମୋହପଥ
Couplet 62
ଅନିତ୍ୟ ସଂସାର ସାଗରେମୁଁ ଯେ ବୁଡ଼ିଲି ଦୁଃଖଘୋରେ
Couplet 63
ଆତ୍ମାର ଗତି ନ ଜାଣଇଭୋ ନାଥ ରଖ ଭାବଗ୍ରାହୀ
Couplet 64
ଶୀତଳ ଜଳ ଛାଡ଼ି ମୁହିଁମୃଗତୃଷ୍ଣାକୁ ଅଛି ଧାଇଁ
Couplet 65
ତୃଷିତ ହୋଇଲି ଅପାରତୋତେ ନ ଜାଣି ଚକ୍ରଧର
Couplet 66
ଅଳପ ବଳ ନାଥ ମୋରକର୍ମ ଅଶେଷ ବଳୀୟାର
Couplet 67
ମନ ପଶିଲା କର୍ମମେଳେହାରିଲି ଇନ୍ଦ୍ରିୟଙ୍କ ବଳେ
Couplet 68
ଇନ୍ଦ୍ରିୟ ଅର୍ଥେ ବିପରୀତହସ୍ତରୁ ପକାଇ ଅମୃତ
Couplet 69
ବିଷ ଭକ୍ଷଇ ସ୍ୱାଦୁ ମଣିଆତ୍ମାର ଗତି ନ ପ୍ରମାଣି
Couplet 70
ମନକୁ ନ ପାରଇ ଧରିତୁ ମୋତେ ରଖ ନରହରି
Couplet 71
ତୋହର ଚରଣ କମଳେଶରଣ ରଖ ମୋତେ ବେଳେ
Couplet 72
ଅଭୟ ଚରଣ ତୋହରଅଜ୍ଞାନୀଜନେ ଅଗୋଚର
Couplet 73
ତୋହର ଭାବ ଯେ ଜାଣଇତାହାର ଦୁଃଖ ଭୟ ନାହିଁ
Couplet 74
ସଂସାର ତୁଟଇ ତାହାରଯେ ତୋତେ କରଇ ବିଚାର
Couplet 75
ତୋର ଚରଣେ ଭଗବାନନିଶ୍ଚଳ କର ମୋର ମନ
Couplet 76
ଜ୍ଞାନ-ବିଜ୍ଞାନ-ଦାତାରୂପୀସର୍ବସଂପଦ ମାୟା ବ୍ୟାପୀ
Couplet 77
ପରମ ପୁରୁଷ ବିଧାତାଅନନ୍ତ ରୂପ ବଳବନ୍ତା
Couplet 78
ନମଇ ପ୍ରଭୁ ବାସୁଦେବଭବସାଗରେ ସୁଖ-ନାବ
Couplet 79
ଇନ୍ଦ୍ରିୟମାନଙ୍କ ଈଶ୍ୱରଭୋ ନାଥ ଶରଣ ତୋହର
Couplet 80
କହଇ ଦାସ ଜଗନ୍ନାଥଅକ୍ରୁର ଜଳେ ଦେଖି ରଥ
Couplet 81
ଆନନ୍ଦେ କଲା ଯେତେ ସ୍ତୁତିସୁଜନେ ଏଣେ କର ମତି
Couplet 82
ଅକ୍ରୁର ସ୍ତୁତି ଯେ ଶୁଣନ୍ତିଭବସାଗରେ ନ ପଡନ୍ତି
Couplet 83
କର୍ମ ବାସନା ହୋଏ କ୍ଷୟତାରନ୍ତି ପ୍ରଭୁ ଦେବରାୟ