Skip to content
paribhaasha

Skandha 10

Adhyaya 42

  1. Couplet 1

    ବୋଲନ୍ତି ବ୍ୟାସଙ୍କ କୁମରଶୁଣ ପରୀକ୍ଷ ନୃପବର

  2. Couplet 2

    ପଲଙ୍କେ ବସାଇ ଅକ୍ରୁରକୃଷ୍ଣ ଯେ ପୂଜିଲେ ପୟର

  3. Couplet 3

    ଯାହା ବିଚାରିଥିଲା ପଥେକୃଷ୍ଣ ପୂଜିଲେ ସେହିମତେ

  4. Couplet 4

    ଯାହାର ନାମ ପଦ୍ମନାଭତାହାଙ୍କୁ କିସ ଅପୂରୁବ

  5. Couplet 5

    ଶୀତଳ ମଣୋହି କରାଇବୋଲନ୍ତି ପ୍ରଭୁ ଭାବଗ୍ରାହୀ

  6. Couplet 6

    ବନ୍ଧୁ ବିଷୟେ ରାଜା କଂସଯେମନ୍ତେ କରିଛି ବିଶ୍ୱାସ

  7. Couplet 7

    କୃଷ୍ଣ ବୋଲନ୍ତି ଶୁଣ ତାତଭଲେ ଅଇଲଟିକି ପଥ

  8. Couplet 8

    ବନ୍ଧୁ କୁଶଳ ଅଛ ଜାଣିଭୋ ତାତ କହ ପରିମାଣି

  9. Couplet 9

    ଯାବତ କୁଳବ୍ୟାଧି ହୋଇକଂସ ମାତୁଳ ମୋ' ଅଛଇ

  10. Couplet 10

    ତାବତ ସୁଖ କାହିଁ ଆରବନ୍ଧୁବାନ୍ଧବ ଯେତେ ମୋର

  11. Couplet 11

    ହୋଇଲେ ବଡ଼ ଦୁଃଖଭାଗୀତାତ ଜନନୀ ମୋର ଲାଗି

  12. Couplet 12

    ସୁତମାରଣ ମୋର ବାଦେଲୌହ ଶାଙ୍କୁଳି ବେନି‌ପାଦେ

  13. Couplet 13

    ଆଜ ମୋହର ଭାଗ୍ୟ ଦେଖଦେଖିଲି ଜ୍ଞାତିଜନ ମୁଖ

  14. Couplet 14

    ଭୋ ତାତ ତୋର ଆମଗନକହିବା କେବଣ କାରଣ

  15. Couplet 15

    କପଟ ନ କର ତୁ ମୋତେକହ ହରଷ ବହି ଚିତ୍ତେ

  16. Couplet 16

    କୃଷ୍ଣବଚନ କର୍ଣ୍ଣେ ଶୁଣିଅକ୍ରୁର କହେ ମଞ୍ଜୁବାଣୀ

  17. Couplet 17

    ଭୋ ଦେବ ଯଦୁକୁଳ ଇନ୍ଦ୍ରଯୋଗୀଙ୍କ ଯୋଗ ପୂର୍ଣ୍ଣଚନ୍ଦ୍ର

  18. Couplet 18

    ମୁହିଁ ଅଇଲି ଯେଉଁ ପାଇବଚନ ଶୁଣ ଭାବଗ୍ରାହୀ

  19. Couplet 19

    କଂସ କରିଛି ଯେତେ କର୍ମଶୁଣିଲେ ଉପୁଜିବ ଶ୍ରମ

  20. Couplet 20

    ଯାଦବବଂଶେ ଦ୍ରୋହ କଲାବସୁଦେବଙ୍କୁ ହାଣୁଥିଲା

  21. Couplet 21

    ନାରଦ ଅନେକ କହିଲେଖଡଗ ଛଡ଼ାଇ ଘେନିଲେ

  22. Couplet 22

    ମୁନିଙ୍କ ବୋଲେ ବେଳେ ରଖିପିଅର ଜନନୀ ତୋ ଦୁଃଖୀ

  23. Couplet 23

    ଧନୁ ଉତ୍ସ›ବ ଯାତ୍ରା ଛଳେଗୋପେ ପେଷିଲା ମୋତେ ବଳେ

  24. Couplet 24

    ତୋହର ଜନ୍ମ ଆମ୍ଭ ଘରେନାରଦ କହିଲେ ଛାମୁରେ

  25. Couplet 25

    ଶୁଣି ଯେତେକ କଷ୍ଟ ଦେଲାଭୋ ନାଥ ନୁହଁଇ କହିଲା

  26. Couplet 26

    କିସ କହିବି ଆଉ ମୁହିଁତୁ କି ନ ଜାଣୁ ଭାବଗ୍ରାହୀ

  27. Couplet 27

    ଅକ୍ରୁର ବୋଲ କୃଷ୍ଣ ଶୁଣିହସନ୍ତି ରାମ ଚକ୍ରପାଣି

  28. Couplet 28

    ନନ୍ଦକୁ ଚାହିଁ ବେନିଭାଇକହନ୍ତି ଅକ୍ରୁରେ ବସାଇ

  29. Couplet 29

    ନନ୍ଦକୁ ବୋଲନ୍ତି ଅକ୍ରୁରମଥୁରା ଯିବା ସଜକର

  30. Couplet 30

    ଧନୁ ଉ›ତ୍ସବ ମଧୁପୁରଗୋରସ ଘେନି ଶତେ ଭାର

  31. Couplet 31

    ସରଲବଣୀ ଆଦିକରିଗୋପରେ ଯେତେ ନରନାରୀ

  32. Couplet 32

    ବହନ ସାଜ ରାତ୍ର ଥାଉଁକଂସ ରାଜାର କୋପନୋହୁ

  33. Couplet 33

    ଶକଟେ ନାନା ଦ୍ରବ୍ୟ ଭରିଆଗହୁଁ ଯା'ନ୍ତୁ ନରନାରୀ

  34. Couplet 34

    ରାଜା ହକରା ଚାରିଦିଗେଲୋକେ ମିଳିବେ ଧନୁଯୋଗେ

  35. Couplet 35

    ଯେ ଯାହା ମତେ ପୂଜା କରିତୋଷ କରିବେ ଦଣ୍ତଧାରୀ

  36. Couplet 36

    ରାଜନ ହୋଇ ସାବଧାନଯେ ଯାହା ମତେ ଦେବେ ଦାନ

  37. Couplet 37

    ଧନ ବସନ ଅଳଙ୍କାରଅନେକ କରିଛି ସମ୍ଭାର

  38. Couplet 38

    ଏମନ୍ତ କହି ରାଜା ଲୋକନନ୍ଦକୁ ଦେଲାକ ଶ୍ରୀମୁଖ

  39. Couplet 39

    ନନ୍ଦ ଉଠିଣ ଘେନିକରେଶ୍ରୀମୁଖ ଲଗାଇଲା ଶିରେ

  40. Couplet 40

    ପଢ଼ି ସାନନ୍ଦ ଗୋପବୀରଘୋଷଣା ଦେଲା ଗୋପପୁର

  41. Couplet 41

    ଗୋପାଳେ ବେଗେ ହୁଅ ସଜଆଜ୍ଞା ଦେଇଛି ଭୋଜରାଜ

  42. Couplet 42

    ଧନୁଉତ୍ସ›ବ ମଧୁପୁରଗୋରସ ଘେନି ଶତେ ଭାର

  43. Couplet 43

    ଯେ ଯାହା ମତେ ବେଗେ ଯାଅରାତ୍ର ହୁଁ ଦଣ୍ତେ ହେଁ ନରହ

  44. Couplet 44

    ବିଳମ୍ବ ନକର କେବେ ହେଁକୋପ କରିବ କଂସରାଏ

  45. Couplet 45

    ରାମଗୋବିନ୍ଦ ମୋର ସଙ୍ଗେରଥେ ମଥୁରା ଯିବେ ବେଗେ

  46. Couplet 46

    ରାଜାଙ୍କୁ କରିବେ ଦର୍ଶନଦେଖିବେ ଧନୁଯାତ୍ରାମାନ

  47. Couplet 47

    ରାତ୍ର ହୁଁ ଯାଅ ବେଗକରିଶକଟେ ଘୃତ ସର ଭରି

  48. Couplet 48

    ଗୋପରେ ଶୁଭିଲା ଘୋଷଣମଥୁରା ଯିବେ ନରାୟଣ

  49. Couplet 49

    ରାଜାଙ୍କୁ ଦର୍ଶନ କରିବେମଥୁରା କଟକେ ରହିବେ

  50. Couplet 50

    ବନ୍ଦୀ କରିବ ମଧୁପୁରେଲୁଚିଯେ ଛନ୍ତି ନନ୍ଦଘରେ

  51. Couplet 51

    ଶୁଣି ଗୋପାଳେ ଛନ୍ନ ଛନ୍ନବିକଳ ଗୋପୀଙ୍କର ମନ

  52. Couplet 52

    ଏକ ଆରକେ ମୁଖ ଚାହିଁକହନ୍ତି ବାଇ ପ୍ରାୟ ହୋଇ

  53. Couplet 53

    ଶୁଣ ଗୋ ସଖି ବିପରୀତଆସି ଯେ ଅଛି କଂସଦୂତ

  54. Couplet 54

    ନନ୍ଦ ଗୋବିନ୍ଦ ଆଦିକରିମଥୁରା ଘେନିଯିବ ଧରି

  55. Couplet 55

    ନେଇ ମାରିବ ବେନିଭାଇଆମ୍ଭର ନେବ ଗୋରୁଗାଈ

  56. Couplet 56

    କେ ବୋଲେ ନୁହଁଇ ଏମନ୍ତମଥୁରାପୁରେ ଧନୁଯାତ

  57. Couplet 57

    ଯାତ୍ରାକୁ ଯିବେ ବେନିଭାଇରଥ ଦେଇଛି ପଠିଆଇ

  58. Couplet 58

    ରାଜନିଯୋଗ ଆବୋରିବେମଥୁରା କଟକେ ରହିବେ

  59. Couplet 59

    ନନ୍ଦ ଯଶୋଦା ଆଦି କରିଗୋପରେ ଯେତେ ନରନାରୀ

  60. Couplet 60

    ଗୋରସ ଦେବେ ରାଜା ଆଗେଯାତ୍ରା ଦେଖିବେ ନବରଙ୍ଗେ

  61. Couplet 61

    ପୁଣି ଆସିବେ ଗୋପପୁରରହିବେ ରାମ ଦାମୋଦର

  62. Couplet 62

    ଶୁଣି ଗୁଆଳୀ ଶୋକଚିତ୍ତେଥୋକେ ବୋଲନ୍ତି ଏହିମତେ

  63. Couplet 63

    କି ବୁଦ୍ଧି କରିବା ଗୋ ଏବେକୃଷ୍ଣ ମଥୁରା ଯେବେ ଯିବେ

  64. Couplet 64

    କେମନ୍ତେ ବଞ୍ଚିବା ଗୋ ଦିନକୃଷ୍ଣ ଯେ ଆମ୍ଭର ଜୀବନ

  65. Couplet 65

    କହି କାତରେ କମ୍ପେ କାୟେମୂର୍ଚ୍ଛିତେ ପଡ଼ିଲେ ଥୋକାଏ

  66. Couplet 66

    ଶିଶିରେ ଯେହ୍ନେ ପଦ୍ମବନକ୍ଷଣକେ ହୁଅଇ ଦହନ

  67. Couplet 67

    କାହାର ମୁଖ ଗଲା ଶୁଖିକେ ଭାବେ ବୁଜେ ବେନିଆଖି

  68. Couplet 68

    କାହାର ଫିଟିଲା ଅଞ୍ଚଳକଟିମେଖଳା ଅସମ୍ଭାଳ

  69. Couplet 69

    କେ ଗଡ଼ି କାନ୍ଦଇ ଧରଣୀଦେହ ଅବନୀ କେ ନ ଜାଣି

  70. Couplet 70

    ହା କୃଷ୍ଣ ବୋଲି ମୋହେ ପଡ଼ିକେ ମୁଣ୍ତେ ବେନିକର ତାଡ଼ି

  71. Couplet 71

    ଶିରେ କେ ମାରଇ ପଥରହା ହା ଗୋବିନ୍ଦ ହଳଧର

  72. Couplet 72

    କେ ବୋଲେ ଜାଣିବାଟି ଆଜମୋର ମହିମା ତୁମ୍ଭେ ବୁଝ

  73. Couplet 73

    ଅକ୍ରୁର ସଂହାରିବି ଆଜକି କରିପାରେ ଭୋଜରାଜ

  74. Couplet 74

    ରାମଗୋବିନ୍ଦ ବେନିଭାଇମୁଁ ହିଁ ଗୋ ଆସିବି ରୁହାଇ

  75. Couplet 75

    କଂସ କି କରିବ ମୋହରଆମ୍ଭର କୃଷ୍ଣ ବଳୀୟାର

  76. Couplet 76

    ଦେଖିଲଟିକି ଚକ୍ଷୁଦ୍ୱାରେଗିରି ତୋଳିଲେ ବାମକରେ

  77. Couplet 77

    ପୂତନା ଆଦି କେଶୀ ଯାଏଗୋବିନ୍ଦ ମାଇଲେ ନିର୍ଭୟେ

  78. Couplet 78

    ତାହାର ଭୁଜ ଆଶ୍ରେ କରିସୁଖେଣ ଗୋପରେ ବିହରି

  79. Couplet 79

    ଅକ୍ରୁର ମାରିବା ଗୋ ଆସକି କରି ପାରିବ ସେ କଂସ

  80. Couplet 80

    ଆଜ ଗୋବିନ୍ଦ ଗୋପୁଁଗଲେଆମ୍ଭେ ମରିବା ଏକାବେଳେ

  81. Couplet 81

    କିସ କରିବା ଗୋପପୁରକୃଷ୍ଣ ଯେ ଜୀବନ ଆମ୍ଭର

  82. Couplet 82

    ରାମଗୋବିନ୍ଦ ଅନୁରାଗଅଳପସ୍ମିତ ମୁଖରଙ୍ଗ

  83. Couplet 83

    ହୃଦେ ସୁମରି ଲୁହ ବହିଚିତ୍ରପ୍ରତିମା ପ୍ରାୟ ରହି

  84. Couplet 84

    ସୁନ୍ଦର ଚାଲିବାର ଠାଣିଯେମନ୍ତ କହେ ମୃଦୁବାଣୀ

  85. Couplet 85

    ଅଳପ ହସି ବାଙ୍କେ ଚାହିଁକଟାକ୍ଷେ ଜଗତ ମୋହଇ

  86. Couplet 86

    ଯେତେ ସଙ୍କଟୁ ଅଛି ତାରିକେତେ ଅସୁର ଅଛି ମାରି

  87. Couplet 87

    ଏଣେ ନିରୋପି ଶୋକମନକୃଷ୍ଣ ବିଯୋଗେ ଛନ ଛନ

  88. Couplet 88

    ସକଳେ ହୋଇ ଏକରୁଣ୍ତଶୋକେ ଚହଳ ଗୋପଦାଣ୍ତ

  89. Couplet 89

    କାନ୍ଦନ୍ତି ଦଇବ ସୁମରିବିଚ୍ଛେଦ ଦୁଃଖେ ଗୋପନାରୀ

  90. Couplet 90

    ତୁ ହୋ ଦଇବ ବଡ଼ ମନ୍ଦଗୋପନଗରେ କଲୁ ଛନ୍ଦ

  91. Couplet 91

    ସଂଯୋଗ କଲୁ କୃଷ୍ଣସଙ୍ଗଏବେ ତ କରୁଛୁ ବିଯୋଗ

  92. Couplet 92

    ଆମ୍ଭର ନ ପୂରିଲା ଆଶଅଳପେ କଲୁ ତୁ ନିରାଶ

  93. Couplet 93

    ନିଷ୍ଠୁର ସ୍ୱଭାବ ତୋ ହିଆଆମ୍ଭରେ ନାହିଁ ତୋର ଦୟା

  94. Couplet 94

    ବାଳୁତ ପ୍ରାୟେ ତୋର କର୍ମକେମନ୍ତେ ସହିବଟି ଧର୍ମ

  95. Couplet 95

    ନୀଳକୁନ୍ତଳ ଚାରୁମୁଖଦେଖିଲେ ଛାଡ଼େ ଭବଦୁଃଖ

  96. Couplet 96

    ମଧୁରହାସ ନାସା ରେଖଦେଖିଲେ ପାଉଁ ମନେ ସୁଖ

  97. Couplet 97

    ସେ ସୁଖ କରାଉଛୁ ଦୂରଅସାଧୁ କର୍ମ ଏ ତୋହର

  98. Couplet 98

    ଏମନ୍ତେ ଅକ୍ରୁରକୁ ଚାହିଁବୋଲନ୍ତି କୋପଭର ହୋଇ

  99. Couplet 99

    ତୁ ଯେବେ ଅକ୍ରୁର ବୋଲାଉକ୍ରୁର ସ୍ୱଭାବ କିପାଜ୍ଞ ବହୁ

  100. Couplet 100

    ଆମ୍ଭର ଚକ୍ଷୁ ବନମାଳୀତୁ ତାହା ନେଉଅଛୁ ଖୋଳି

  101. Couplet 101

    ନନ୍ଦକୁମର କୃଷ୍ଣ ସଙ୍ଗେସୁହୃଦ କଲୁଁ ଭାବରଙ୍ଗେ

  102. Couplet 102

    ଛାଡ଼ିଲୁଁ ସୁତ ଧନଘରଲଜ୍ଜା ସ୍ୱଭାବ ବନ୍ଧୁବର

  103. Couplet 103

    ପୀରତି କରିଅଛୁ ନୂଆଅକ୍ରୁର ନ ଛଡ଼ା ତୁ ଏହା

  104. Couplet 104

    ମଥୁରାନାରୀଙ୍କର ଭାଗ୍ୟଶତଜନମେ ଯାଗଯଜ୍ଞ

  105. Couplet 105

    ସୁଖେ ପାହିବ ଆଜ ନିଶିଦେଖିବେ କୃଷ୍ଣ ଦ୍ୱାରେ ବସି

  106. Couplet 106

    ନଗ୍ରେ ପଶନ୍ତେ ବେନିଭାଇବାମଦକ୍ଷିଣେ ଥିବେ ଚାହିଁ

  107. Couplet 107

    କଟାକ୍ଷେ ଦେଖି କୃଷ୍ଣରୂପଛାଡ଼ିବେ କୋଟିଜନ୍ମତାପ

  108. Couplet 108

    କୃଷ୍ଣର ମୁଖପଦ୍ମରସନୟନପାନେ ହୋଇ ତୋଷ

  109. Couplet 109

    ଗୁରୁ-ଗଉରବ ନ ଗଣିଦାଣ୍ତେ ଦେଖିବେ ବେଣୁପାଣି

  110. Couplet 110

    ମଥୁରାପୁର ନାରୀଗଣଚାହିଁ ମୋହିବେ ନାରାୟଣ

  111. Couplet 111

    ମଥୁରାହାସେ କୃଷ୍ଣମନପଣତେ ବାନ୍ଧିବେ ବହନ

  112. Couplet 112

    ଏମନ୍ତେ ନାନାଭାବ କରିମନମୋହିବେ ନରହରି

  113. Couplet 113

    ଗୋବିନ୍ଦ ରତିରସେ ଜିତାଛାଡ଼ିବେ ଗୋପପୁର ଚିନ୍ତା

  114. Couplet 114

    ଭୁଲାଇ କୃଷ୍ଣ-ହଳଧରଛାଡ଼ି ନ ଦେବେ ଗୋପପୁର

  115. Couplet 115

    ଯାଦବ ଆଦି ସାତବଂଶତାହାଙ୍କ ପୁଣ୍ୟ ଗୋ ଅଶେଷ

  116. Couplet 116

    ଆଜ ପାଇବେ ତପଫଳଦେଖିବେ ମଦନଗୋପାଳ

  117. Couplet 117

    ଆମ୍ଭର ପୂର୍ବପାପେ ଜାଣଅକ୍ରୁର ହୋଇଲା ଦାରୁଣ

  118. Couplet 118

    ଆମ୍ଭର ଦୁଃଖ ନ ଜାଣଇମଥୁରା ନେବ ବେନିଭାଇ

  119. Couplet 119

    ଦେହରୁ ପ୍ରାଣ ନେବ ହରିଆଜ ମରିବୁ ଗୋପନାରୀ

  120. Couplet 120

    ଦେଖ ଗୋପାଳେ ଏଡ଼େ ମନ୍ଦବିଚାର ନ କରଇ ନନ୍ଦ

  121. Couplet 121

    ପୁଅଙ୍କ ଭଲ ନ ଜାଣଇଅକ୍ରୁର ବୋଲେ ପଠିଆଇ

  122. Couplet 122

    ଯଶୋଦା ନ ଜାଣଇ ଏହାକେମନ୍ତେ ଧରିବଟି ହିଆ

  123. Couplet 123

    ଗଉଡ଼େ ବାଇ ପ୍ରାୟେ ହୋଇସଜ ହୁଅନ୍ତି ଆଗେ ଯାଇ

  124. Couplet 124

    ଦଇବ ହୋଇଲା ବଇରୀଆଜୁଁ ବୁଡ଼ିଲା ଗୋପଶିରୀ

  125. Couplet 125

    ଆସ ଗୋ ଓଗାଳିବା ପଥଅକ୍ରୁର କେତେ ବଳବନ୍ତ

  126. Couplet 126

    ରଥ କରିବା ଖଣ୍ତ ଖଣ୍ତଛେଦିବା ଅକ୍ରୁରର ମୁଣ୍ତ

  127. Couplet 127

    କି କରି ପାରିବେ ଗୋପାଳେରଥ ଭାଙ୍ଗିବା ଆମ୍ଭେ ବଳେ

  128. Couplet 128

    ଶୁଣି ଗୋ କଂସ କରୁ ରୋଷଆମ୍ଭେ ନ ଥିବା ତା'ର ଦେଶ

  129. Couplet 129

    ଅର୍ଦ୍ଧନିମିଷେ କୃଷ୍ଣ ସଙ୍ଗଛାଡ଼ି ମଣିବୁ ଶତେଯୁଗ

  130. Couplet 130

    ସେ ଆମ୍ଭ ଦୁଃଖର ସୋଦରଦଇବ କଲା ଏବେ ଦୂର

  131. Couplet 131

    ଆମ୍ଭର ରାସକେଳି ରସେଜାଣନା ବୃନ୍ଦାବନ ଦେଶେ

  132. Couplet 132

    ନିମିଷେ ନ ପାଇ ମୁରାରିକେମନ୍ତ ହେଲୁ ଗୋପନାରୀ

  133. Couplet 133

    ତକ୍ଷଣେ ପାଇ ବ୍ରହ୍ମରାଶିନିମିଷ କଲୁଁ ବ୍ରହ୍ମନିଶି

  134. Couplet 134

    ତାହାର ଗୁଣ ମନେ ଗୁଣିଏବେ ମରିବୁ ଗୋପାଳୁଣୀ

  135. Couplet 135

    ଗୋରୁ ଚରାଉଥାଇ ବନେଗୋପେ ଆସଇ ରାତ୍ରମାନେ

  136. Couplet 136

    ଯେବେ ଗୋ ତା'ର ମୁଖ ଦେଖିପିଛାଡ଼ି ନ ପାରୁ ଯେ ଆଖି

  137. Couplet 137

    କଟାକ୍ଷ କରି ବେଣୁବାଇଚାହଁନ୍ତେ ଜଗତ ମୋହଇ

  138. Couplet 138

    ଏବେ ମଥୁରାପୁର ଗଲେକେମନ୍ତେ ବଞ୍ଚିବା ଗୋ ଭଲେ

  139. Couplet 139

    ଏମନ୍ତ ହୋଇ ଗୋପନାରୀକୃଷ୍ଣ ବିଚ୍ଛେଦେ ତନୁ ଘାରି

  140. Couplet 140

    ଲାଜ ଛାଡ଼ିଲେ ଗୋପଦାଣ୍ତେତାଡ଼ନ୍ତି ବେନିକର ମୁଣ୍ତେ

  141. Couplet 141

    ବିକଳେ ବୁଜନ୍ତି ନୟନକାନ୍ଦନ୍ତି ଧରି କୃଷ୍ଣନାମ

  142. Couplet 142

    ମୁକୁନ୍ଦ ଦାମୋଦର ହରିମାଧବ କୃଷ୍ଣ ଦଇତ୍ୟାରି

  143. Couplet 143

    ଜୀବନ ଗଲାଟି ଆମ୍ଭରମଥୁରା ନ ଯା ଦାମୋଦର

  144. Couplet 144

    ତୋତେ ନ ପାଇ ଭାବଗ୍ରାହୀଦିନ ବଞ୍ଚିବୁ କାହା ଚାହିଁ

  145. Couplet 145

    ଅକ୍ରୁର ଆମ୍ଭ ଚକ୍ଷୁ ନେଲାଜୀବନ ଜିଉଁ ଜିଉଁ ମଲା

  146. Couplet 146

    ରୋଦନ ଶୁଣି ଗୋପୀଜନେଅକ୍ରୁର କୋପକଲା ମନେ

  147. Couplet 147

    ବୋଲଇ ନନ୍ଦ ମୁଖ ଚାହିଁଲେଉଟି ଯିବି ଆଜ ମୁହିଁ

  148. Couplet 148

    ବଳେ ପାରିବୁଟିକି ରହିଗୋପୀଏ ହେଉଛନ୍ତି ବାଈ

  149. Couplet 149

    କହନ୍ତି ଆନୁଆନ କରିରୁଣ୍ତ ହୋଇଣ ସର୍ବନାରୀ

  150. Couplet 150

    ଜାଣୁନା କଂସର ମହିମାଗୋପନଗରେ ଯେତେ ବାମା

  151. Couplet 151

    କ୍ଷଣକେ କରିବ ନିପାତକିସ କରିବେ ବଳବନ୍ତ

  152. Couplet 152

    ଏହାଙ୍କୁ କରି ନିବାରଣବେଗେଣ ଚଳ ମଧୁବନ

  153. Couplet 153

    ଲେଉଟିଗଲେ ଆଜ ମୁହିଁଗୋପେ ପାରିବୁଟିକି ରହି

  154. Couplet 154

    ଦଣ୍ତେ ହେଁ ନ କର ଉଚୁରକୁଶଳ ଇଚ୍ଛା ଯେବେ ତୋ'ର

  155. Couplet 155

    ରାମଗୋବିନ୍ଦ ମୋତେ ଦେଇନ ଯାଇ ପଛେ ଥାଅ ତୁହି

  156. Couplet 156

    ଯଶୋଦା ଅକ୍ରୁରକୁ ଚାହିଁକାନ୍ଦଇ କୃଷ୍ଣ କୋଳେ ଲଇଁ

  157. Couplet 157

    ରୋହିଣୀ ଘେନି ହଳଧରେରୋଦନ କଲେ ଉଚ୍ଚସ୍ୱରେ

  158. Couplet 158

    ବଜ୍ର ପଡ଼ିଲା ଶିରେ ଜାଣିକାନ୍ଦନ୍ତି ଯଶୋଦା-ରୋହିଣୀ

  159. Couplet 159

    ଦଇବ କଲୁ ବିପରୀତକାହାକୁ ସମର୍ପିବୁ ସୁତ

  160. Couplet 160

    ଜୀବନ ଥିବ ଆମ୍ଭ କାହିଁମରିବୁ ପୁତ୍ରକୁ ନ ପାଇ

  161. Couplet 161

    ଯଶୋଦା କୃଷ୍ଣ ମୁଖ ଚାହିଁକାନ୍ଦଇ ମୁଖେ ଚୁମ୍ବ ଦେଇ

  162. Couplet 162

    ତୁ କୃଷ୍ଣ ଗଲେ ମଧୁପୁରୀଜୀବନ ନ ପାରିବି ଧରି

  163. Couplet 163

    ଗୋରୁ ଚରାଉ ଯେତେବେଳେକାନନେ ଗୋପସୁତ ମେଳେ

  164. Couplet 164

    ଦଣ୍ତେ ମୁଁ ନ ଦେଖିଲେ ତୋତେନିମିଷ ହୁଏ ଯୁଗ ଶତେ

  165. Couplet 165

    ପୁଛଇଁ ଜଣେ ଜଣେ ମୁହିଁପୁତ୍ର ମୋ' କେ ଦେଖିଛ କାହିଁ

  166. Couplet 166

    କ୍ଷତ-ହରିଣୀ ପ୍ରାୟ ହୋଇରବିକିରଣେ ଚାହୁଁଥାଇ

  167. Couplet 167

    ବେଳ ତ ହୋଇଲା ଉଛୁରକୃଷ୍ଣ ନ ଇଲା କିପାଁ ଘର

  168. Couplet 168

    ଅନ୍ନ ବ୍ୟଞ୍ଜନ ମୋତେ ପିତାତୋତେ ନ ଦେଖି ମୋର ଚିନ୍ତା

  169. Couplet 169

    ନିମିଷ ଯୁଗପ୍ରାୟ ହୋଇଘରବାହାରେ ନ ରହଇ

  170. Couplet 170

    ତୋ'ର ବଦନ ଯେତେବେଳେଦେଖଇ ନୟନ-ଯୁଗଳେ

  171. Couplet 171

    ତେବେ ମୋ' ଜୀବନ ପଶଇସରଲବଣୀ ତୋତେ ଦେଇ

  172. Couplet 172

    ଏବେ ତୁ ମଧୁପୁର ଗଲେମୁହିଁ ଯିବଇଁ ତୋର ତୁଲେ

  173. Couplet 173

    ପୁଣି ରାମକୁ କୋଳ କରିଶୋକେ ବୋଲଇ ନନ୍ଦନାରୀ

  174. Couplet 174

    ତୁ ରାମ ବଳେ ବଳୀୟାରକୃଷ୍ଣ ମୋ' ନୁହଇ ଚତୁର

  175. Couplet 175

    ସଙ୍ଗ ତୁ ନ ଛାଡ଼ିବୁ ଦଣ୍ତେଗହଳ ମଥୁରାର ଦାଣ୍ତେ

  176. Couplet 176

    ଏମନ୍ତ କହି ନନ୍ଦନାରୀବେନିଲୋଚନୁ ବହେ ବାରି

  177. Couplet 177

    ଅକ୍ରୁର କୋପେ ପରଜ୍ୱଳିରୋଷେ ନନ୍ଦକୁ ଦେଲା ଗାଳି

  178. Couplet 178

    କୃଷ୍ଣ ସାରିଲେ ନିତ୍ୟକର୍ମସଜ ହୋଇଲେ ବଳରାମ

  179. Couplet 179

    ଗୋପୀଙ୍କ ରୋଦନ ଚହଳଗୋପରେ ଶୁଭୁଅଛି ଗୋଳ

  180. Couplet 180

    ପ୍ରଳୟ ସିନ୍ଧୁ ପ୍ରାୟ ମଣିବୋଲନ୍ତି ରାମଚକ୍ରପାଣି

  181. Couplet 181

    ଗୋପାଳେ ହୁଅ ଆଗୁସାରଗୋରସ ଶକଟ ସମ୍ଭାର

  182. Couplet 182

    ଅକ୍ରୁର ନିତ୍ୟକର୍ମ ସାରିରଥେ ତୋଳିଲା ରାମହରି

  183. Couplet 183

    ମଙ୍ଗଳବାଦ୍ୟ ଗୀତ ଧ୍ୱନିଆନନ୍ଦେ ଉଛୁଳେ ମେଦିନୀ

  184. Couplet 184

    ଆକାଶେ ଥାଇ ଦେବଲୋଭେକୁସୁମ ବରଷନ୍ତି ଥୋକେ

  185. Couplet 185

    ଦିଗେ ଦିଶନ୍ତି ପରିମଳପବନ ବହଇ ଶୀତଳ

  186. Couplet 186

    କୃଷ୍ଣର ପଥ ଅନୁକୂଳଶୂନ୍ୟେ ମିଳିଲେ ମେଘମାଳ

  187. Couplet 187

    ଗଗନେ ଦୁନ୍ଦୁଭି ଶବଦମଙ୍ଗଳ କଲେ ଗୀତନାଦ

  188. Couplet 188

    ଦେଖନ୍ତି ଦଶଦିଗପାଳେବାହାର ହୋଇଲେ ଗୋପାଳେ

  189. Couplet 189

    ଶକଟ ଯା'ନ୍ତି ଯୂଥ ଯୂଥଗୋରସ-ଭାର ଅପ୍ରମିତ

  190. Couplet 190

    ବାଜଇ ମଙ୍ଗଳ-ମହୁରିମଥୁରା ଯିବେ ନରହରି

  191. Couplet 191

    ଗୋପୀଏ ଓଗାଳନ୍ତି ରଥକାହିଁକି ଯିବ ଗୋପୀନାଥ

  192. Couplet 192

    ଆମ୍ଭ ଜୀବନ ହସ୍ତେ ଘେନିମଥୁରା ଯାଆ ଭାଇବେନି

  193. Couplet 193

    ଏଡ଼େ ନିŸର୍ଦ୍ଦୟ ତୋ'ର ହିଆଆମ୍ଭରେ ଛାଡ଼ିଲୁ ତୁ ଦୟା

  194. Couplet 194

    ଯେବେ ଅକ୍ରୁର ତୋତେ ଧରିନେଉଛି ମଥୁରା ନଗରୀ

  195. Couplet 195

    ଆମ୍ଭେ ସକଳେ ତୋର ସଙ୍ଗେଥିବୁ ତୋ' ରଥ ଲାଗେ ଲାଗେ

  196. Couplet 196

    କଂସର ମୁଖେ ତୋତେ ଦେଇଘରେ ରହିବୁ କିସ ପାଇଁ

  197. Couplet 197

    ଆମ୍ଭେ ତୋହର ସର୍ବବାଳୀଗୋପ ନ ଛାଡ଼ ବନମାଳୀ

  198. Couplet 198

    କାକର ଘରେ ପିକ ପରିଏବେ ତ ପକାଉ ପାସୋରି

  199. Couplet 199

    ଶୁଣି ବୋଲନ୍ତି ଦାମୋଦରକୋମଳ ବଚନ ଗଭୀର

  200. Couplet 200

    ଶୁଣ ଗୋ ସଖୀଜନେ ମୋରରାଜାର ଆକଟ ଅପାର

  201. Couplet 201

    ଦେଖ ଆମ୍ଭଙ୍କୁ ରଥେ ଭରିଅକ୍ରୁର ନେଉଅଛି ଧରି

  202. Couplet 202

    ଧନୁଉ›ତ୍ସବ ରଙ୍ଗସଭାଆମ୍ଭେ ଗୋ ନୟନେ ଦେଖିବା

  203. Couplet 203

    ରାଜା ହୋଇବ ବଡ଼ ତୋଷଆମ୍ଭଙ୍କୁ ଦେବ ଗ୍ରାମ ଦେଶ

  204. Couplet 204

    ଚାରିଦିଗରୁ ଲୋକେ ଆସିରଙ୍ଗସଭାରେ ଥିବେ ବସି

  205. Couplet 205

    ଅନେକ ଦୁରୁଁ ନରନାରୀଅଣାଇଅଛି ଦଣ୍ତଧାରୀ

  206. Couplet 206

    ଉତ୍ସ›ବ ଦେଖି ତୋଷମନେଆମେ ଆସିବୁ ଚାରିଦିନେ

  207. Couplet 207

    ତୁମ୍ଭେ ଗୋ ଯାଅ ଯେଝାଘରେମନ ନିବେଶି ମୋ' ପୟରେ

  208. Couplet 208

    ଅକ୍ରୁର ଶୁଣି କେପଭରେରଥ ବାହିଲା ଧାତିକାରେ

  209. Couplet 209

    ଗୋପୀଏ ଛାଡ଼ନ୍ତି ବୋବାଳିବାଲିରେ ନ ପାରନ୍ତି ଚାଲି

  210. Couplet 210

    ଆହା ଗୋବିନ୍ଦ ନନ୍ଦସୁତବୋଲି ହୋଇଲେ ମୂରୁଛି୍ତ

  211. Couplet 211

    କଦଳୀ ଯେହ୍ନେ ବାତଘାତେପଡ଼ିଲେ ଗୋପବାଳୀ ପଥେ

  212. Couplet 212

    ପଡ଼ିଣ ଗୋପୀ ଅଣାୟତ୍ତେଅଜ୍ଞାନ ମୋହେ ରାଜପଥେ

  213. Couplet 213

    ଗୋପୀ ବିକଳ କୃଷ୍ଣ ଚାହିଁଗୋପାଳପୁଅଙ୍କୁ ସେ ରାଇ

  214. Couplet 214

    ଶ୍ରୀଦାମ ନାମେ ଗୋପବାଳତା'ରେ ବିଶ୍ୱାସ ନନ୍ଦବାଳ

  215. Couplet 215

    ତାହାକୁ ନିକଟେ ଅଣାଇଁକହନ୍ତି ବିଶ୍ୱାସ କରାଇ

  216. Couplet 216

    ଗୋପୀଙ୍କି କହ ତୁ ବହନେଆମ୍ଭେ ଆସିବୁ ଚାରିଦିନେ

  217. Couplet 217

    ଧନୁଉତ୍ସ›ବ ମୁଁ ଦେଖିବିରାଜାର ମନକୁ ତୋଷିବି

  218. Couplet 218

    ମଥୁରା ନ ରହିବି ଦଣ୍ତେତୁମ୍ଭେ ଗୋ ଜଗିଥିବ ଦାଣ୍ତେ

  219. Couplet 219

    ମୋତେ ଦେଖିବ ରାତ୍ରମାନେନନ୍ଦମନ୍ଦିରେ ଚାରିଦିନେ

  220. Couplet 220

    ମୋହର ସତ୍ୟ ଏ ବଚନଏଥକୁ ସାକ୍ଷି ନିରଞ୍ଜନ

  221. Couplet 221

    ଆବର କହିବୁ ତୁ ଯାହାକହଇ ଶୁଣ ତୋରେ ତାହା

  222. Couplet 222

    ମୁଁ ଯେ ଭକତ ଭାବେ ବାଇଭାବ ନିକଟେ ନିତ୍ୟେ ଥାଇ

  223. Couplet 223

    ଶରଦରାସ କାଳେ ଯାହାହୋଇଲେ ଯେତେକ ଉ›ତ୍ସାହା

  224. Couplet 224

    ତାହାଙ୍କ ଭକ୍ତିଭାବ ଘେନିରମିଲି ସକଳ କାମିନୀ

  225. Couplet 225

    ସେ ମୋର ଦେହର ଜୀବନଚକ୍ଷୁପିତୁଳୀ ନିରଞ୍ଜନ

  226. Couplet 226

    ଜୀବନ ଛାଡ଼ି ଯାଉଅଛିମୃତ୍ୟୁପିଣ୍ତକୁ କେହୁ ଗଚ୍ଛି

  227. Couplet 227

    କେବଳ ରାଜକାର୍ଯ୍ୟ ସାରିତହିଁ ରହିବୁ ଦିନ ଚାରି

  228. Couplet 228

    ଏ କଥା ଗୋପୀଙ୍କି କହିବୁଘରକୁ ପଠିଆଇ ଦେବୁ

  229. Couplet 229

    ତକ୍ଷଣେ କୃଷ୍ଣ ଆଜ୍ଞା ପାଇଶ୍ରୀଦାମ ଗଲା ବେଗ ହୋଇ

  230. Couplet 230

    କହିଲା ଗୋପୀଙ୍କ ଆଗରବୋଇଲା ଯାଅ ଯେଝାଘର

  231. Couplet 231

    ଶୁଣି ଗୋପୀଏ ଛନ ଛନକୃଷ୍ଣର ତହିଁ ଦେଇ ମନ

  232. Couplet 232

    ରଥକୁ ଚାହାଁନ୍ତି ନିରୋପିଚିତ୍ରପ୍ରତିମା ପ୍ରାୟ ଗୋପୀ

  233. Couplet 233

    କେ ବୃକ୍ଷେ ଉଠିଲେ ବହନରଥରେ ନିବେଶି ନୟନ

  234. Couplet 234

    ପୀଢ଼ାରେ ଉଠି କେ ଦେଖନ୍ତିବୃକ୍ଷ ଆରୋହି କେ ଚାହାଁନ୍ତି

  235. Couplet 235

    କେ ଉଚ୍ଚଶିଖେ ଉଠି ଡ଼ାକିରଥ-ପତାକେ ଦେଇ ଆଖି

  236. Couplet 236

    କେ ବୋଲେ ଯିବା ଧାତିକାରେକୃଷ୍ଣ ଭେଟିବା ନଦୀତୀରେ

  237. Couplet 237

    ଏମନ୍ତେ କୁହାକୁହି ହୋନ୍ତେବିମାନ ନ ଦିଶିଲା ପଥେ

  238. Couplet 238

    ହୋଇଲା ବିମାନ ଅଦୃଶ୍ୟଗୋପୀଏ ହୋଇଲେ ନିରାଶ

  239. Couplet 239

    ନିଃଶ୍ୱାସ ଛାଡ଼ି ଖେଦଭରେଜୀବନ ନ ରହେ ଶରୀରେ

  240. Couplet 240

    ଗୁରୁ ଗଉରବ ନ ଗଣିରାତ୍ର-ଦିବସ ଏକ ମଣି

  241. Couplet 241

    ମନ ନିବେଶି କୃଷ୍ଣପାଦେଗୋପୀଏ ରହିଲେ ବିଷାଦେ

  242. Couplet 242

    ଅକ୍ରୁର ତୋଷମନ ହୋଇବନଗହନେ ରଥ ବାହି

  243. Couplet 243

    ପବନୁଁ ବେଗେ ରଥ ଗଲାକାଳିନ୍ଦୀ ନିକଟେ ମିଳିଲା

  244. Couplet 244

    ରଥୁଁ ଓହ୍ଲାଇ ବେନିଭାଇଜଳ ପିଇଲେ ତୋଷ ହୋଇ

  245. Couplet 245

    ନିର୍ମଳ କାଳିନ୍ଦୀର ଜଳସ୍ୱଭାବେ ସୁସ୍ୱାଦୁ ଶୀତଳ

  246. Couplet 246

    ଶିରବଦନେ ଜଳସିଞ୍ଚିକରଯୁଗଳେ ମୁଖପୋଛି

  247. Couplet 247

    ବୃକ୍ଷର ମୂଳେ ନେଇ ରଥବସିଲେ ରାମଗୋପୀନାଥ

  248. Couplet 248

    ଅକ୍ରୁର ବେନିକର ଯୋଡ଼ିକହଇ କୃଷ୍ଣପାଦେ ପଡ଼ି

  249. Couplet 249

    ଭୋନାଥ ହୋଇବା ପ୍ରସନ୍ନକରିବି ଯମୁନାରେ ସ୍ନାନ

  250. Couplet 250

    ଉଠି ତୋହର ମୁଖ ଚାହିଁପବିତ୍ର ହୋଇବଇଁ ମୁହିଁ

  251. Couplet 251

    ବୋଲନ୍ତି ପ୍ରଭୁ ଭଗବାନଯା' ବେଗେ କରତୁ ସ୍ନାହାନ

  252. Couplet 252

    ବହନ ଯିବା ମଧୁପୁରଅକ୍ରୁର ନ କର ଉଚ୍ଛୁର

  253. Couplet 253

    ରଥୁଁ ଓହ୍ଲାଇ ଖରତରେପଶିଲା କାଳିନ୍ଦୀ ଭିତରେ

  254. Couplet 254

    ବୁଡ଼ିଲା ମାଧବ ସୁମରିଜଳେ ଦେଖିଲା ରାମହରି

  255. Couplet 255

    ଯେସନେ କୂଳେ ଗଲା ଚାହିଁଦେଖିଲା ଜଳମଧ୍ୟେ ତା ହିଁ

  256. Couplet 256

    ଦେଖି ଚକିତମନ ହୋଇବୋଲେ ଅଇଲେ କି ପଳାଇ

  257. Couplet 257

    କଂସର ଡ଼ରେ ରଥେ ବସିବେନି ସୋଦର ଜଳେ ପଶି

  258. Couplet 258

    ପଳାଇ ଯିବେ ଗୋପପୁରମୋତେ ମାରିବ କଂସାସୁର

  259. Couplet 259

    କି ବୁଦ୍ଧି କରିବଇଁ ମୁହିଁକୂଳେ ଯେ ଅଇଲି ବସାଇ

  260. Couplet 260

    ଡ଼ରେଣ ଗଲେ କି ପଳାଇଉଠି କୂଳକୁ ଦେଲା ଚାହିଁ

  261. Couplet 261

    ଦେଖଇ ବୃକ୍ଷତଳେ ରଥଅଛନ୍ତି ରାମ-ଗୋପୀନାଥ

  262. Couplet 262

    ଚକିତ ହୋଇଲା ଅକ୍ରୁରଭୟେ କମ୍ପଇ ଥରହର

  263. Couplet 263

    ବୋଲଇ ଜଳେ ଅନ୍ୟକିସମୁହିଁ ଯେ ଦେଖିଲି ସଦୃଶ

  264. Couplet 264

    କି ମୋର ଚିତ୍ତ ହୋଏ ଭ୍ରମହୋଇଲା ଅଦଭୁତ କର୍ମ

  265. Couplet 265

    ମିଥ୍ୟା ନୁହଁଇନା ସେ ଜଳେପୁଣି ବୁଡ଼ିଲା ଆଉ ବେଳେ

  266. Couplet 266

    ଦେଖଇ ରତ୍ନମୟ-ପୁରେସୁବର୍ଣ୍ଣ ବିମାନ ଉପରେ

  267. Couplet 267

    ସୁରଙ୍ଗ ରତ୍ନସିଂହାସନଶୀତଳ ବହଇ ପବନ

  268. Couplet 268

    ଅନନ୍ତ ରୂପେ ହଳଧରକୋଟିଏ ଚନ୍ଦ୍ର ପଟାନ୍ତର

  269. Couplet 269

    ସହସ୍ର ଫଣା ମଣି ଶିରକଟି ଦୂକୁଳ ନୀଳାମ୍ବର

  270. Couplet 270

    ରୂପେ ଶୋଭିତ ଶିବଗିରିକୋଟିଏ କାମ ନୋହେ ସରି

  271. Couplet 271

    ମଣିକୁଣ୍ତଳ ବନମାଳସୁରଙ୍ଗ ଅଳକ କପୋଳ

  272. Couplet 272

    କଟିମେଖଳା ରତ୍ନସାରନିବିଡ଼ ସୁରଙ୍ଗ ଅଧର

  273. Couplet 273

    ହାର କେୟୂର ଝଟକନ୍ତିଯେହ୍ନେ ଗଗନେ ତାରାପତି

  274. Couplet 274

    ଅନନ୍ତକୋଳେ ବନମାଳୀନୀଳଜୀମୂତ ଦେହ ଝଳି

  275. Couplet 275

    ପୀତବସନ ବନମାଳଶ୍ରବଣେ ମକର କୁଣ୍ତଳ

  276. Couplet 276

    ସୁନ୍ଦର ନୀଳଭୁଜ ଚାରିଶଙ୍ଖ କମଳ ଗଦା ଅରୀ

  277. Couplet 277

    ବିକଚ-କମଳ-ଲୋଚନସୁରଙ୍ଗ ହସିତ ବଦନ

  278. Couplet 278

    ଅନଙ୍ଗ ଚାପ ଭୁରୁ ରେଖାସୁନ୍ଦର କପୋଳ ନାସିକା

  279. Couplet 279

    ରଙ୍ଗ ଅଧରେ ମନ୍ଦ ହାସକର୍ଣ୍ଣେ କୁଣ୍ତଳ ରବିତ୍ରାସ

  280. Couplet 280

    ଦୀର୍ଘ ଶ୍ରୀଭୁଜ ଜାନୁଯାଏଁଦିଶେ ମର୍କତ ସ୍ତମ୍ଭ ପ୍ରାୟେ

  281. Couplet 281

    ତୁଙ୍ଗ ହୃଦୟ ଶ୍ରୀନିବାସଶ୍ରୀବ›ତ୍ସ ଚିହ୍ନ ବାମପାଶ

  282. Couplet 282

    ଦକ୍ଷିଣାବର୍ତ୍ତ କମ୍ବୁଗ୍ରୀବପେଟେ ତ୍ରିବଳୀ ପଦ୍ମନାଭ

  283. Couplet 283

    ନାଭି ଗଭୀର ମଝାକ୍ଷୀଣବୃଶାଳକଟି ରତ୍ନଦାମ

  284. Couplet 284

    ନିତମ୍ବ କରୀକୁମ୍ଭ ଜିଣିକଟିମେଖଳା ଓଡ଼ିଆଣୀ

  285. Couplet 285

    ଉଲଟରମ୍ଭା ଜାନୁ ଯୁଗଗୁଳ୍ଫଯୁଗଳ ସଞ୍ଚତୁଙ୍ଗ

  286. Couplet 286

    ମାଣିକ୍ୟ ପ୍ରାୟ ନଖପନ୍ତିଅଙ୍ଗୁଳି ଅଗ୍ରେ ଝଟକନ୍ତି

  287. Couplet 287

    ନବପଲ୍ଲବ ପ୍ରାୟ ଝଳିକୋମଳ ଦିଶଇ ଅଙ୍ଗୁଳି

  288. Couplet 288

    କମଳକୋଷ ପ୍ରାୟ ହୋଇବେନି ଚରଣ ବିରାଜଇ

  289. Couplet 289

    ଅମୂଲ୍ୟରତ୍ନମୟ ରାଶିବିବିଧ ଅଳଙ୍କାର ମିଶି

  290. Couplet 290

    ଶିରେ ମୁକୁଟ ହୃଦେ ହାରକଟିମେଖଳା ରତ୍ନସାର

  291. Couplet 291

    ଉତ୍ତରୀ ଯଜ୍ଞସୂତ୍ର କନ୍ଧେକୁଣ୍ତଳ କର୍ଣ୍ଣ‌ଯୁଗଭାଗେ

  292. Couplet 292

    ରତ୍ନସମୂହ ତେଜରାଶିଚତୁର ଭୁଜ ପରକାଶି

  293. Couplet 293

    ଚକ୍ର କମଳ ଗଦା ଶଙ୍ଖଗଣ୍ତଯୁଗଳେ ରାହୁରେଖ

  294. Couplet 294

    ଶ୍ରୀବତ୍ସ› ଚିହ୍ନ ହୃଦୟରେବନମାଳାଏ ଲମ୍ବେ ଉରେ

  295. Couplet 295

    ସୁନନ୍ଦ ଆଦି ପାରିଷଦେପକାନ୍ତି ଚାମର ଆନନେ୍ଦ

  296. Couplet 296

    ସନକ ଆଦି ମୁନିଗଣେଖଟନ୍ତି ଅଭୟଚରଣେ

  297. Couplet 297

    ବ୍ରହ୍ମା ଶଙ୍କର ଇନ୍ଦ୍ର ଘେନିସ୍ତୁତି କରନ୍ତି ସୁରମୁନି

  298. Couplet 298

    କିନ୍ନରୀ ତୁମ୍ବୁରୁ ନାରଦବୀଣାଶବଦେ ଗୀତନାଦ

  299. Couplet 299

    ଭକତ ପ୍ରହଲ୍ଲାଦ ଆଦିଧ୍ରୁବଭୂଷଣ୍ତ ବେଦବାଦୀ

  300. Couplet 300

    ନିର୍ମଳବାଣୀ ଯେଝାମତେସ୍ତୁତି କରନ୍ତି ଦୃଢ଼ଚିତ୍ତେ

  301. Couplet 301

    କମଳା ଆଦି ଯେତେ ଦେବୀଧୀରେ ଚରଣେ ଛନ୍ତି ସେବି

  302. Couplet 302

    ଏମନ୍ତ କୃଷ୍ଣରୂପ ଜଳେଦେଖି ଅକ୍ରୁର ବେନିଡ଼ୋଳେ

  303. Couplet 303

    ରୋମାଞ୍ଚ ହୋଇଲା ଶରୀରଅଶ୍ରୁ ଗଳଇ ନିରନ୍ତର

  304. Couplet 304

    ଆନନ୍ଦେ କଣ୍ଠ ଗଦ ଗଦମୁଖୁଁ ନସ୍ଫୁରଇ ଶବଦ

  305. Couplet 305

    ଜଳୁ ବାହାର ହୋଇ ଆସିକୂଳେ ଦେଖିଲା ବ୍ରହ୍ମରାଶି

  306. Couplet 306

    ପାଦେ ପଡ଼ିଲା ବେଗେ ଯାଇଉଠିଲା ଶିରେ କର ଦେଇ

  307. Couplet 307

    ସଭୟେ ବୁଜିଲା ନୟନପୁଣି ଚାହଁଇ ଛନଛନ

  308. Couplet 308

    ଆନନ୍ଦସାଗରେ ବୁଡ଼ିଲାକରଅଞ୍ଜଳି ଶିରେ ଦେଲା

  309. Couplet 309

    ଭୟେ କମ୍ପିଲା ତା'ର ଦେହୀସ୍ତୁତି କରଇ କୃଷ୍ଣ ଚାହିଁ

  310. Couplet 310

    କହଇ ଜଗନ୍ନାଥ ଦାସଗୋବିନ୍ଦ ଚରଣେ ବିଶ୍ୱାସ

  311. Couplet 311

    କାଳିନ୍ଦୀଜଳେ ଦେଇ ଚିତ୍ତସୁଜନେ ଚିନ୍ତ କୃଷ୍ଣପଥ

  312. Couplet 312

    ଜନ୍ମମରଣ ଭୟ ନାଶକୃଷ୍ଣ ଚରଣେ ହୁଅ ଦାସ

  313. Couplet 313

    ନିରତେ ଚିନ୍ତ ରାମହରିଭବସାଗରୁ ହୁଅ ପାରି

Odia Bhagabata skandha 10 adhyaya 42 | Parbani by ParibhaAsha App