Skandha 10
Adhyaya 41
Couplet 1
ବୋଲନ୍ତି ବ୍ୟାସଙ୍କ କୁମରଶୁଣ ପରୀକ୍ଷ ନୃପବର
Couplet 2
ଏଣେ ତୁ ହୋଇବୁ ନିସ୍ତାରିହେଳେ ତରିବୁ ଭବବାରି
Couplet 3
କେଶୀ କି ଆଶ କରି କଂସରଖି ଯେ ଅଛି ଯଦୁବଂଶ
Couplet 4
କେଶୀ ଅଇଲେ କାର୍ଯ୍ୟ କରିସମସ୍ତ ପକାଇବ ମାରି
Couplet 5
ଏମନ୍ତ ସମୟେ ସଭାରବାରତା କହିଲା ଡ଼ଗର
Couplet 6
କରଅଞ୍ଜଳି ଶିରେ ଦେଇଚରଣେ ନିବେଶିଲା ଯାଇ
Couplet 7
ଡଗର ମୁଖେ ପରକାଶେକହିଲେ ଦ୍ରୋହ ମୋରଶେଷେ
Couplet 8
ନାହିଁତ କିଛି ତୋ'ର ଦ୍ରୋହଯାହା ଦେଖିଲୁ ତାହା କହ
Couplet 9
କଂସର ଏ ବଚନ ଶୁଣିଡଗର କହେ ପରିମାଣି
Couplet 10
ପୂର୍ବହୁଁ ଅଛଇ ଜଣାଇପୂତନା ପଡ଼ିଲା ଗୋସାଇଁ
Couplet 11
ତୃଣା ଶକଟା ବତ୍ସାସୁରତିନିହେଁ ଗଲେ ଯମଆଳ
Couplet 12
ଅଘାର ଦେହ ନିସ୍ତାରଣବିଚିତ୍ର ତାହାର ମରଣ
Couplet 13
ଧେନୁକ ପ୍ରଳମ୍ବ ଦଇତ୍ୟତା' ଭାଇ ରାମ କଲା ହତ
Couplet 14
କଥାଏ କହିବି ଗୋସାଇଁନୋହିଲେ ପ୍ରତେ ଯିବୁ ନାହିଁ
Couplet 15
ସାତବରଷର ବାଳୁତକରେ ତୋଳିଲା ପରବତ
Couplet 16
ପୋଏ ତୋଳନ୍ତି ଯେହ୍ନେ ଛତିକୃଷ୍ଣର ବିକ୍ରମ ମୂରତି
Couplet 17
ବିବାଦେ ଇନ୍ଦ୍ର ହାରିଗଲାକୃଷ୍ଣରେ ଶରଣ ପଶିଲା
Couplet 18
କାଳୀୟ କାଳିନ୍ଦୀ ହ୍ରଦରେଫଣା ସେ ମର୍ଦ୍ଦିଲା ପୟରେ
Couplet 19
ଅରିଷ୍ଟ ଷଣ୍ଢ ଗୋପେ ଚଳିଯାଇ ମିଳିଲେ ଗୋପପୁରୀ
Couplet 20
ହୋଇଲେ ଲୀଳାମାତ୍ରେ ଶେଷଜନନୀ ଦେଖିଲା ଅଶେଷ
Couplet 21
ଶୁଣ ତୁ ଭୋଜ ରାଜବଂଶୀଏବେ ପଡ଼ିଲା ତୋ'ର କେଶୀ
Couplet 22
ଶୁଣି କମ୍ପିଲା ତା'ର ତନୁଢଳି ପଡ଼ିଲା ସିଂହାସନୁଁ
Couplet 23
ପଡ଼ିଣ ମୂର୍ଚ୍ଛାଗତ ହେଲାଅଚେଷ୍ଟ ହୋଇଣ ରହିଲା
Couplet 24
ପୁଣ ସେ ପାଇଣ ଚେତନକଲାକ ବହୁତ ରୋଦନ
Couplet 25
ତୁ କେଶୀ ମୋର ପ୍ରାଣ ସାହାଛିଡ଼ି ପଡ଼ିଲା ମୋର ବାହା
Couplet 26
ତୋତେ ନ ଦେଖି ମୋର ଡ଼କାତୁ କେଶୀ ମୋର ପ୍ରାଣସଖା
Couplet 27
ବାଳୁତ କାଳୁ ଯେତେ ଗୁଣସୁମରି କାନ୍ଦେ ନୃପରାଣ
Couplet 28
ଅନେକ ରୋଦନ ଚହଳସଭାରେ ହୋଇଲା ବିକଳ
Couplet 29
ଶୋକ ଦେଖିଣ ମହାମଲ୍ଲେପ୍ରତିଜ୍ଞା କରିଣ ତୋଳିଲେ
Couplet 30
ଆମ୍ଭେ ଯେ ତୋହର ସେବକତୁ ରାଜା କରୁ କିମ୍ବା ଶୋକ
Couplet 31
ତୋ'ର ଆଦେଶେ ଦିଗପାଳସ୍ୱର୍ଗେ ଜିଣିଲୁଁ ଆଖଣ୍ତଳ
Couplet 32
ଏମନ୍ତ ପ୍ରତିଜ୍ଞା ତୋହରଏଥକୁ ଶୋଚନା ନ କର
Couplet 33
ରାମ ଗୋବିନ୍ଦ ବେନିଭାଇପାରୁ କି ଏଥକୁ ଅଣାଇ
Couplet 34
ଦେଖିବୁ ବିଚିତ୍ର ସମରରାମକୃଷ୍ଣ ସଙ୍ଗେ ଆମ୍ଭର
Couplet 35
ଶୁଣି ସାନନ୍ଦ କଂସନୃପମନରୁ ଛାଡ଼ିଲା ସନ୍ତାପ
Couplet 36
ବୀରଙ୍କୁ କହଇ ଉତ୍ତରସେ ମେର ଆତ୍ମା ଉର ଶଲ୍ୟ
Couplet 37
ଉପାୟ କରି ତା'କୁ ଜିଣତା' ହସ୍ତେ ମୋହର ମରଣ
Couplet 38
ଅକ୍ରୁର ପେଷୁଅଛି ମୁହିଁଘେନି ଆସିବ ବେନିଭାଇ
Couplet 39
ନନ୍ଦ ଯଶୋଦା ଆଦି କରିସଭିଙ୍କି ପକାଇବି ମାରି
Couplet 40
କହିଣ ଭିତରକୁ ଗଲାଶୁଣ ହୋ ଅଭିମନ୍ୟୁ ବଳା
Couplet 41
କଂସ ଆଦେଶ ଘେନି ଶିରେଅକ୍ରୁର ବସିଲା ରଥରେ
Couplet 42
ଅରୁଣ ତେଜ ପ୍ରକାଶିଲାଦିଗ ଆନନ୍ଦେ ବିକାଶିଲା
Couplet 43
ବ୍ରାହ୍ମଣେ ଉଠି ରାତ୍ର ଅନ୍ତେସ୍ତୁତି କରନ୍ତି ବେଦମନ୍ତ୍ରେ
Couplet 44
ମଙ୍ଗଳସ୍ୱରେ ବେଦଧ୍ୱନିଚଳିଲେ ତପୋବନେ ମୁନି
Couplet 45
ଜନେ ସୁମରନ୍ତି ମୁରାରିଯେ ଯାହାମତେ ସ୍ତୁତି କରି
Couplet 46
ମଳିନ ହୋଇ ତାରାଗଣନିର୍ମଳ ଦିଶିଲା ଗଗନ
Couplet 47
ଉତ୍ତରଦିଗେ ବଳୀୟାରପବନ ବହଇ ମଧୁର
Couplet 48
ଶଙ୍ଖଶବଦ ଦେବଆଳେଅମର ଗୁରୁ ଲଗ୍ନ ବେଳେ
Couplet 49
ଅଶ୍ୱ ଯୋଚିଲା ରଥଦଣ୍ତେମଙ୍ଗଳ ମଥୁରାର ଦାଣ୍ତେ
Couplet 50
ମନେ ଚିନ୍ତଇ ଭଗବାନଅକ୍ରୁର ହରଷ ବଦନ
Couplet 51
ଚିନ୍ତଇ ପ୍ରଭୁ ଆଦିମୂଳଆନନ୍ଦେ ବହେ ଅଶ୍ରୁଜଳ
Couplet 52
ପଦ୍ମଲୋଚନ ପାଦତଳେଭାବଇ ମତ୍ତଭୃଙ୍ଗ ବଳେ
Couplet 53
ମନ ନିବେଶି କୃଷ୍ଣପାଦେବୋଲଇ ଶୋକ ଗଦଗଦେ
Couplet 54
ପୂର୍ବେ କି କରିଅଛି ପୁଣ୍ୟତପ ସମାଧି ଯଜ୍ଞ ଦାନ
Couplet 55
ଦେବ ବ୍ରାହ୍ମଣ ପୂଜା ହିତେଧନ ବା ଦେଲି ଅପ୍ରମିତେ
Couplet 56
କି ଅବା ଅଛି ତପକରିଦେଖିବି ପ୍ରଭୁ ନରହରି
Couplet 57
ଦୁର୍ଲ୍ଲଭ ପ୍ରାୟ ମୁଁ ମଣଇଁକୃଷ୍ଣ ଭେଟିବି ଅବା କାହିଁ
Couplet 58
ବେଦ ପଠନ ଶୂଦ୍ରଜନେଦୁର୍ଲ୍ଲଭ ଜଗତେ ଯେସନେ
Couplet 59
ଗୋବିନ୍ଦ ଦରଶନ ମୋତେକେମନ୍ତେ ଯିବଇଁ ପରତେ
Couplet 60
ଭବସାଗରେ ଦେହ ଧରିକୋଟିକେ ଗୋଟଏ ବା ତରି
Couplet 61
ଏମନ୍ତେ ଦୁଃଖ ମୋ' ଦହନଧନ୍ୟ ହୋଇବ ଦେହ ଜନ୍ମ
Couplet 62
ଯେ ପାଦପଦ୍ମ ଗୋପୀଜନେହୃଦେ ଲଗାନ୍ତି ଅବଧାନେ
Couplet 63
ତହିଁ ଲାଗିବ ମୋର ଶିରଧନ୍ୟରେ ଜୀବନ ମୋହର
Couplet 64
ମୋହରେ କଂସ ଦୟା କରିଯେଣେ ଦେଖିବି ନରହରି
Couplet 65
ଅଶେଷଜନ୍ମ ଘୋରତମଆଜ ଛାଡ଼ିବି ମାୟାଭ୍ରମ
Couplet 66
ପାଦଯୁଗଳ ନଖ ତେଜଦେଖି ମୁଁ ନିସ୍ତରିବି ଆଜ
Couplet 67
ବ୍ରହ୍ମା ଶଙ୍କର ଆଦି ଦେବେଚିନ୍ତା କରନ୍ତି ପାଦସେବେ
Couplet 68
ଗୋପୀଙ୍କ କୁଚଯୁଗେ ଥାଇକୁଙ୍କୁମ ଲାଗିଅଛି ଯହିଁ
Couplet 69
ଗୋପକୁମର ଘେନି ବନେଗୋରୁ ଚରାନ୍ତି ଅବଧାନେ
Couplet 70
ନନ୍ଦମନ୍ଦିରେ ତା'ଙ୍କୁ ଦେଖିନିର୍ମଳ ହେବ ଚର୍ମଆଖି
Couplet 71
ଅଶେଷ ତୀର୍ଥଙ୍କର ଘରସେବନ୍ତି ବ୍ରହ୍ମାଶିବ ସୁର
Couplet 72
କଳ୍ପବୃକ୍ଷର ପ୍ରାୟ ହୋଇସକଳ ବାଞ୍ଛାଫଳ ଦେଇ
Couplet 73
ସକଳ ସମ୍ପଦର ସାରସେବକଜନ ଦୁଃଖହର
Couplet 74
ଜନ୍ମମରଣ ପଥ ଦୁଇଏଣେ ଯେ ଅଜ୍ଞାନେ ଭ୍ରମଇଁ
Couplet 75
ତାହାଙ୍କ ବିଶ୍ରାମ ମନ୍ଦିରଭବ-ନିଦାଘେ ଛତ୍ରସାର
Couplet 76
ଦେଖିବି ସୁନ୍ଦର କପୋଳନାସା ଶ୍ରବଣ ବେନିଡ଼ୋଳ
Couplet 77
ଅଳପ ହାସ ରଙ୍ଗମୁଖଗୁଞ୍ଜ ଅଳକାପାଟୀ ରେଖ
Couplet 78
ଶୁଭ ଲକ୍ଷଣ ଆଜଦିନେଶୃଗାଳ ଯାଉଅଛି ବାମେ
Couplet 79
ଭାରା ନିବାରଣେ ମୁରାରିମର୍ତ୍ତ୍ୟେ ମାନବ ଦେହ ଧରି
Couplet 80
ଅତି ସୁନ୍ଦର ଦେଖି ରୂପଖଣ୍ତିବି କୋଟିଜନ୍ମ-ପାପ
Couplet 81
ଯାହାର ନାମ ଭାବଗ୍ରାହୀକାର୍ଯ୍ୟ-କାରଣ ଯା'ର ନାହିଁ
Couplet 82
ସେ ରୂପେ ପୂରାଇ ଲୋଚନତେଜିବି ମାୟା ମୋହ ଭ୍ରମ
Couplet 83
ଯେ ଆତ୍ମାମାୟା ଯୋଗ କରିଗୋପୀ ଗୋପାଳ ମଧ୍ୟେ ହରି
Couplet 84
ଯାହାର ଗୁଣ କର୍ମ ଘେନିଦିନ ହରନ୍ତି ବ୍ରହ୍ମମୁନି
Couplet 85
ପ୍ରାଣ ଧରନ୍ତି ଦୁଃଖ ସୁଖେପବିତ୍ର କରି ତିନିଲୋକେ
Couplet 86
ଏଣେ ଯାହାର ଚିତ୍ତ ନାହିଁପଶୁଙ୍କ ପ୍ରାୟ ସେ ଜିଅଇ
Couplet 87
ଅଂଶେ ମାନବ ଦେହ ଧରିଯାଦବବଂଶେ ଅବତରି
Couplet 88
ଯଶ ବିସ୍ତାରି ଏହାଙ୍କରସତ୍ୟସ୍ୱରୂପ ଦାମୋଦର
Couplet 89
ଯା' ନାମ ପରମମଙ୍ଗଳମହତଗତି ଆଦିମୂଳ
Couplet 90
କୋମଳ ମନୋହର ରୂପଦେଖି ତରିବି ଭବକୂପ
Couplet 91
ଏ ଉଷାକାଳ ଶୁଭ ମୋତେମଙ୍ଗଳ ମଥୁରାର ପଥେ
Couplet 92
କୃଷ୍ଣଙ୍କୁ ଦେଖି ବୃନ୍ଦାବନେରଥୁଁ ଓହ୍ଲାଇବି ବହନେ
Couplet 93
ରାମଗୋବିନ୍ଦ ପଦ୍ମପାଦେପଡ଼ିବି ମୋକ୍ଷଫଳ ସଧେ
Couplet 94
ଯୋଗି ଚିନ୍ତନ୍ତି ଧ୍ୟାନବଳେଦେଖିବି ଗୋପାଳଙ୍କ ମେଳେ
Couplet 95
ପାଦେ ପଡ଼ିବି ଯେତେବେଳେକୃଷ୍ଣଧରିବେ ମୋତେ କୋଳେ
Couplet 96
ଶିରେ ମୋ' ଦେବେ ପଦ୍ମକରନାଶିବେ ଦୁଃଖ ମହାଘୋର
Couplet 97
କାଳ-ଭୁଜଙ୍ଗ ଭୟ ପାଇଯେ ନର ଶରଣ ପଶଇ
Couplet 98
ସେ ପଦ୍ମକର ରଖେ ତା'ରେବେଗେ ପଶଇ ମୋକ୍ଷଦ୍ୱାରେ
Couplet 99
ଯେବଣ କରେ ଦାନ ଦେଇବଳି ପାତାଳେ ଭୋଗ ପାଇ
Couplet 100
ଭୁଞ୍ଜଇ ପୂଜି କୃଷ୍ଣପାଦସ୍ୱର୍ଗେ ପାଇବ ଇନ୍ଦ୍ରପଦ
Couplet 101
ରାସଉତ୍ସବେ ବୃନ୍ଦାବନେଯେବଣ ଭୁଜେ ଗୋପୀଜନେ
Couplet 102
ସୁଗନ୍ଧ କୁଚେ ଲଗାଇଲେକାମ-ଅନଳ ଲିଭାଇଲେ
Couplet 103
ଗୋପ କାମିନୀ ସ୍ୱେଦନୀରେପୋଛିଲେ କାମ-ସ୍ନେହଭରେ
Couplet 104
ସେକର ଦେବେ ମୋର ମାଥେଜନ୍ମ ସୁକୃତ ମହାପଥେ
Couplet 105
କଂସର ଦୂତ ବୋଲି ମୋତେକୋପ ନ ଥିବ କୃଷ୍ଣଚିତ୍ତେ
Couplet 106
ସେ ତାହା ଅଛଇନା ଜାଣିଯାହାର ନାମ ଅନ୍ତର୍ଯ୍ୟାମୀ
Couplet 107
ସକଳ ଜନ୍ତୁ ହୃଦେ ଥାଇଭାବ-ଅଭାବ ସେ ଜାଣଇ
Couplet 108
ମୁଁ ଯେ ଚରଣତଳେ ପଡ଼ିଶିରେ ଅଞ୍ଜଳି ଥିବି ଯୋଡ଼ି
Couplet 109
ଅଳପ ହସି ବାଙ୍କେ ଚାହିଁମୋତେ ଦେଖିବେ ଭାବଗ୍ରାହୀ
Couplet 110
ତକ୍ଷଣେ ହୋଇବି ନିର୍ମଳଭୟ ଛାଡ଼ିଣ ରସେ ଭୋଳ
Couplet 111
ଅତି ଉଷତେ ସୁଖ ପାଇବୋଲିବି କୃଷ୍ଣ ତ୍ରାହି ତ୍ରାହି
Couplet 112
ମୁଁ ତା'ର ଜ୍ଞାତି ସହୋଦରସୁହୃଦପଣେ ହେଁ ବେଭାର
Couplet 113
ମୋହର ବେନି ଭୁଜ ଧରିତୋଳିବେ ରାମ ଦଇତ୍ୟାରି
Couplet 114
ପବିତ୍ର ହୋଇବଇଁ ମୁହିଁକୋଟିଏ ତୀର୍ଥ ପୁଣ୍ୟ ପାଇ
Couplet 115
ନିକଟେ ଦେଖି ବ୍ରହ୍ମରାଶିଛେଦିବି କାଳଦଣ୍ତପାଶି
Couplet 116
କୃଷ୍ଣର ଅଙ୍ଗସଙ୍ଗ ପାଇଚାହିଁବି ଶିରେ କର ଦେଇ
Couplet 117
ଦାସବତ୍ସଳ ନରହରିମୋତେ ଡ଼ାକିବେ ନାମ ଧରି
Couplet 118
ପବିତ୍ର ହୋଇବଇଁ ମୁହିଁଆଉ ରହିବ ପାପ କାହିଁ
Couplet 119
ତେବେ ସେ ଜନ୍ମସୁଖ ମୋରସଂସାର ପ୍ରାଣୀଙ୍କର ସାର
Couplet 120
ତାହାର ନାହିଁ ମିତ୍ର ଅରିପ୍ରିୟ ଉଦାସ ଆଦିକରି
Couplet 121
ତଥାପି ଭକତର ହିତେଭଜଇ ସୁରଦ୍ରୁମ ମତେ
Couplet 122
ରୋହିଣୀସୁତ ଦେଖି ମତେବେଗେ କରିବେ କୋଳାଗ୍ରତେ
Couplet 123
ଘରକୁ ନେଇ ମୋର ପାଶେବସିବେ ସୁହୃଦ ବିଶ୍ୱାସେ
Couplet 124
ବନ୍ଧୁକୁଶଳ ପଚାରିବେଜନ୍ମମରଣ ମୋ' ନାଶିବେ
Couplet 125
କଂସ ବିଚାରିଅଛି ଯାହାଗୋବିନ୍ଦ ଜାଣନ୍ତିନା ତାହା
Couplet 126
ରଥ ବାହିଲା ଖରତରଏମନ୍ତ କରିଣ ବିଚାର
Couplet 127
ସତ୍ୟସ୍ୱରୂପ ଦାମୋଦରହୃଦେ ଚିନ୍ତଇ ଚକ୍ରଧର
Couplet 128
ଅସ୍ତ ହୋଇଲେ ଦିନକରଗୋକୁଳେ ମିଳିଲା ଅକ୍ରୁର
Couplet 129
ବାଟେ ଦେଖିଲା ବାଲିକୁଦପଡ଼ିଛି ଗୋବିନ୍ଦର ପାଦ
Couplet 130
ଧ୍ୱଜ ଅଙ୍କୁଶ ପଦ୍ମଚିହ୍ନଦେଖି ସାନନ୍ଦ କଲା ମନ
Couplet 131
ପୁଲକ ହେଲା ରୋମରାଜିଅଶ୍ରୁ ଗଳଇ ଚକ୍ଷୁବୁଜି
Couplet 132
ରଥୁ ପଡ଼ିଲା ବେଗେ ଡ଼େଇଁବୋଲଇ କୃଷ୍ଣ ତ୍ରାହି ତ୍ରାହି
Couplet 133
ପାଦପଙ୍କଜ ଚିହ୍ନ ଧୂଳିଅକ୍ରୁର ଶିରେ ବେଗେ ବୋଳି
Couplet 134
ଲୋଟଇ ପାଦଚିହ୍ନ ପରେତାଡ଼ଇ ବେନିକର ଶିରେ
Couplet 135
ଅକ୍ରୁର ଥାଇ ନିଜ ଘରେଯାହା ଶୁଣିଛି କର୍ଣ୍ଣଦ୍ୱାରେ
Couplet 136
ତାହାର ପାଦଚିହ୍ନ ପାଇଉଠିଣ ଆନନ୍ଦେ ନାଚଇ
Couplet 137
ଆନନ୍ଦସାଗରେ ବୁଡ଼ିଲାଦେହ-ଜୀବନ ପାସୋରିଲା
Couplet 138
ଏମନ୍ତେ ଖଣ୍ତେଦୂର ଯାଇଅକ୍ରୁର ଦୂରୁ ଦେଲା ଚାହିଁ
Couplet 139
ଦେଖିଲା ଗୋପାଳଙ୍କ ମେଳେଗୋରୁଏ ଅଛନ୍ତି ଗହଳେ
Couplet 140
ଗାଈ ଦୁହଁନ୍ତି ଗୋପପୋଏଶବଦ ସମୁଦ୍ର ପରାୟେ
Couplet 141
କ୍ଷୀର ଢ଼ାଳନ୍ତି ଭାଣ୍ତେ ନେଇପୁଣ ଦୁହଁନ୍ତି ଗୀତ ଗାଈ
Couplet 142
ଯେ ଯାହା ଅନୁରୂପେ ରୂପଦେଖଇ ଏକଇ ସ୍ୱରୂପ
Couplet 143
କଙ୍କଣ ନୂପୁର ବାଜେଣୀବିବିଧ ଛନ୍ଦରେ କାଛେଣୀ
Couplet 144
ମୟୂରପୁଚ୍ଛ ଗୁଞ୍ଜ ଶିରେସୁରଙ୍ଗ ପାଦୁକା ପୟରେ
Couplet 145
ଗୋରୁଙ୍କ ଲାଞ୍ଜଧୂଳି ସଙ୍ଗେଭୂଷଣ ଗୋପାଳଙ୍କ ଅଙ୍ଗେ
Couplet 146
ଛନ୍ଦଦଉଡ଼ି ଧରି କରେବାଛୁରୀ ଛନ୍ଦନ୍ତି ସଧୀରେ
Couplet 147
ଶ୍ରବଣେ ଶୋହଇ କୁଣ୍ତଳକଣ୍ଠେ ଲମ୍ବଇ ବନମାଳ
Couplet 148
ଅକ୍ରୁର ଦେଖି ବିଚାରଇରାମ ଗୋବିନ୍ଦ ନ ଚିହ୍ନଇ
Couplet 149
ସର୍ବେ ଦିଶନ୍ତି ଏକମତେମୁଁ ଅବା ଜାଣିବି କେମନ୍ତେ
Couplet 150
ଦାସବତ୍ସଳ ଭଗବାନଜାଣିଲେ ଅକ୍ରୁରର ମନ
Couplet 151
ତକ୍ଷଣେ ଦିବ୍ୟରୂପ ହୋଇଗାଈ ଦୁହଁନ୍ତି ବେନିଭାଇ
Couplet 152
ଧବଳ ରୂପ ରାମକାୟେକୋଟିଏ ଚନ୍ଦ୍ର ସରି ନୋହେ
Couplet 153
ନୀଳ ପତନୀ କଟି ଭରେରଙ୍ଗବସନ ପାଗ ଶିରେ
Couplet 154
ଶିରେ ସପତ ନାଗଫଣୀକରେ କଙ୍କଣ କଣ୍ଠେ ମଣି
Couplet 155
କର୍ଣ୍ଣେ କୁଣ୍ତଳ ରତ୍ନସାରନିବିଡ଼ ସୁରଙ୍ଗ ଅଧର
Couplet 156
କୃଷ୍ଣ ଦେଖିଲା ବାମପାଖେଗୁଞ୍ଜ ମୟୂରପୁଚ୍ଛ ଶିଖେ
Couplet 157
ନୀଳ ଜୀମୂତ ତନୁ ଶୋହେକୋଟିଏ କାମ ସରି ନୋହେ
Couplet 158
ଶ୍ରବଣେ ମକରକୁଣ୍ତଳହୃଦେ ଲମ୍ବଇ ବନମାଳ
Couplet 159
ଶ୍ରୀବତ୍ସ ଚିହ୍ନ ପୀତବାସରଙ୍ଗ ଅଧରେ ମନ୍ଦହାସ
Couplet 160
ରତ୍ନକଠାଉ ପାଦଯୁଗେମଣିମେଖଳା କଟିଭାଗେ
Couplet 161
କ୍ଷୀର କଣିକା ନୀଳଦେହେଦିଶନ୍ତି ନକ୍ଷତ୍ର ପରାୟେ
Couplet 162
ଲୋଚନ ପଦ୍ମପ୍ରାୟେ ଦିଶିମହାମହିମା ବ୍ରହ୍ମରାଶି
Couplet 163
ଅକ୍ରୁର ମନେ ବିଚାରଇଭେଟିଲି ପ୍ରଭୁ ଭାବଗ୍ରାହୀ
Couplet 164
ଏ ସେ ରୋହିଣୀସୁତ ରାମସୁନ୍ଦର ପଣେ ନାହିଁ ସମ
Couplet 165
ଆଜାନୁଭୁଜ ବଳୀୟାରମଝା ସିଂହକୁ ପଟାନ୍ତର
Couplet 166
ବିକ୍ରମ ସିଂହ ପ୍ରାୟେ ହୋଇଏ ସେ ଗୋବିନ୍ଦ ବେନିଭାଇ
Couplet 167
ସ୍ୱଭାବେ ବୟସ କିଶୋରଅଟନ୍ତି ବେନି ସହୋଦର
Couplet 168
ଗନ୍ଧଚନ୍ଦନ ଦେହେ ବୋଳିକପୋଳେ ଶୋହେ ଗୋରୁଧୂଳି
Couplet 169
ପ୍ରଧାନ ପୁରୁଷ ଏ ବେନିସଂସାର ପିଅର ଜନନୀ
Couplet 170
ମର୍କତ ରୌପ୍ୟ ଗିରି ଘେରିଶୋହେ କି କନକପାଚେରୀ
Couplet 171
ଅବନୀଭାରାର ଉଶ୍ୱାସେଜନ୍ମ ହୋଇଲେ ଯଦୁବଂଶେ
Couplet 172
ତ୍ରୈଲୋକ୍ୟଠାକୁର ଗୋସାଇଁକଂସର ଡ଼ରେ ଗୋପେ ଥାଇ
Couplet 173
ଦଶଦିଗର ତମ ନାଶେନିଜ ସ୍ୱରୂପ ପରକାଶେ
Couplet 174
ରଥରୁ ଓହ୍ଲାଇ ଅକ୍ରୁରପାୟେ ଚାଳଇ ସ୍ନେହଭର
Couplet 175
ଗୋବିନ୍ଦ ନିକଟେ ମିଳିଲାସଂଭ୍ରମେ ଲୋଚନ ବୁଜିଲା
Couplet 176
ଅଭୟ ପାଦେ ଶିର ଦେଇପଡ଼ିଲା ଦଣ୍ତ ପ୍ରାୟ ହୋଇ
Couplet 177
ବେନି ନୟନୁଁ ବହେ ନୀରକଣ୍ଠ ହୋଇଲା ଶୋକଭର
Couplet 178
କହି ନ ପାରି ଆତ୍ମ ନାମମନେ ବୋଲଇ କୃଷ୍ଣ ରାମ
Couplet 179
ପୁଣି ଉଠିଲା ଭାବଭରେପଡ଼ିଲା ରାମର ପୟରେ
Couplet 180
ଦେଖି ସାନନ୍ଦ ବେନିଭାଇଉଠିଲେ ଅକ୍ରୁରକୁ ଚାହିଁ
Couplet 181
ଧରି ଅକ୍ରୁର ବେନିଭୁଜତୋଳିଲେ ପ୍ରଭୁ ଦେବରାଜ
Couplet 182
ଚାପିଲେ ହୃଦରେ ଲଗାଇଅକ୍ରୁର ବୋଲେ ତ୍ରାହି ତ୍ରାହି
Couplet 183
ପୁଣି ପଡ଼ଇ ପାଦତଳେରାମ ଧଇଲେ ନେଇ କୋଳେ
Couplet 184
ଅକ୍ରୁର ମୁଖେ ନୀର ଦେଇବସ୍ତ୍ରେ ପୋଛିଲେ ଭାବଗ୍ରାହୀ
Couplet 185
ଶାନ୍ତ କରାଇ ସହୋଦରକନ୍ଧେ ଘେନାଇ ବେନିକର
Couplet 186
ରାମ ଗୋବିନ୍ଦ କନ୍ଧେ କରସଧୀରେ ଚାଲଇ ଅକ୍ରୁର
Couplet 187
ଆନନ୍ଦସାଗରେ ବୁଡ଼ିଲାରାତ୍ର ଦିବସ ନ ଜାଣିଲା
Couplet 188
ଅକ୍ରୁରେ ଘେନି ବେନିଭାଇମିଳିଲେ ନନ୍ଦଘରେ ଯାଇ
Couplet 189
ବନ୍ଧୁଜନଙ୍କର ବେଭାରକରନ୍ତି ରାମ ଦାମୋଦର
Couplet 190
ପାଦ ଧୋଇଲେ ଚକ୍ରଧରବିଞ୍ଚନ୍ତି ରୋହିଣୀକୁମର
Couplet 191
ଆସନ ଦେଇ ଦାମୋଦରପୂଜିଲେ ଅକ୍ରୁର ପୟର
Couplet 192
ସ୍ୱଭାବେ ଖୁଡୁତା ଅକ୍ରୁରବନ୍ଧୁଜନର ଯେ ବେଭାର
Couplet 193
ମଧୁର କୋମଳ ବଚନକହି ତୋଷିଲେ ତା'ର ମନ
Couplet 194
ଅନ୍ନ ବ୍ୟଞ୍ଜନ ବାସପାଣିଗୋବିନ୍ଦ ପରଶିଲେ ଆଣି
Couplet 195
ଦଧି ଅଧାମ ଘୃତ ସରଦିଅନ୍ତି ରୋହିଣୀକୁମର
Couplet 196
ଏମନ୍ତେ ନାନା ଭଲ ଦ୍ରବ୍ୟଅକ୍ରୁରେ ଭୁଞ୍ଜାଇଲେ ସର୍ବ
Couplet 197
ଅକ୍ରୁର ଭୁଞ୍ଜିଣ ଶୀତଳଆଚମନକୁ ବାସନୀର
Couplet 198
ମୁଖ ପଖାଳି ବାସଗୁଆଗୋବିନ୍ଦ ଭୁଞ୍ଜାନ୍ତି ବିଡ଼ିଆ
Couplet 199
ଗନ୍ଧଚନ୍ଦନ ଫୁଲମାଳଦେଇ ବସିଲେ ପାଦତଳ
Couplet 200
ଅକ୍ରୁର ପାଦେ କର ଦେଇଧୀରେ ଚାପନ୍ତେ ଭାବଗ୍ରାହୀ
Couplet 201
ରାମ ଚାପନ୍ତେ କରସ୍ଥଳପୁଲକ ଅକ୍ରୁର ଶରୀର
Couplet 202
ଅକ୍ରୁର ଦେହୁ ଶ୍ରମ ଗଲାଆନନ୍ଦେ ନନ୍ଦ ପଚାରିଲା
Couplet 203
ଭୋ ମିତ୍ର କହିବା କୁଶଳଭଲେ କି ଛନ୍ତି ଯଦୁକୁଳ
Couplet 204
କି ଆର ପଚାରିବି ମୁହିଁଜୀବନ ଡ଼ରେ ଘରେ ରହି
Couplet 205
ଯାବତ ଅଛି ଭୋଜପତିଆମ୍ଭର କାହିଁ ଭଲଗତି
Couplet 206
ପଶୁମାରକ ଘରେ ଯେହ୍ନେବନ୍ଦୀରେ ଥା'ନ୍ତି ପଶୁଗଣେ
Couplet 207
କଂସ ଜୀବନେ ଯେବେ ଥାଇଆମ୍ଭର ସୁଖ ଲେଶ ନାହିଁ
Couplet 208
ଭଗିନୀ ସହୋଦର ପୋଏକଂସ ଯେ ମାଇଲା ନିର୍ଦ୍ଦୟେ
Couplet 209
ତା'ର ପ୍ରଜାଙ୍କ କି କୁଶଳସ୍ୱଭାବେ ଅଟଇ ଅସୁର
Couplet 210
ଏମନ୍ତ ବିଶ୍ୱାସେ ପଚାରିଅକ୍ରୁର କର କରେ ଧରି
Couplet 211
ନୟନୁ ବହେ ଅଶ୍ରୁଜଳଅକ୍ରୁର ଦେଖିଲା ବିକଳ
Couplet 212
ଉଠି ନନ୍ଦକୁ ଧରି କୋଳେମୁଖ ଧୋଇଲା ବାସଜଳେ
Couplet 213
ଛାଡ଼ିଲା ଆପଣାର ଶ୍ରମଶୁଣିଣ ମଧୁର ବଚନ
Couplet 214
ଥିଲା ଯେ ଦାସ ଜଗନ୍ନାଥଶିରେ ନିବେଶି ବେନିହସ୍ତ
Couplet 215
ସୁଜନ ଜନ ପଛେ ଥାଇରାମ ଗୋବିନ୍ଦ ମୁଖ ଚାହିଁ
Couplet 216
ଛାଡ଼ିଲା ଭବବନ୍ଧ-ତ୍ରାସଗୀତେ ଭିଆଇ କୃଷ୍ଣରସ