Skip to content
paribhaasha

Skandha 10

Adhyaya 40

  1. Couplet 1

    ଶୁଣ ରାଜନ କୃଷ୍ଣ ଲୀଳାକେଶୀ ଯେ ବୃନ୍ଦାବନେ ଗଲା

  2. Couplet 2

    ରଜନୀ ହୋଇଲା ପ୍ରଭାତଗଗନେ ଉଦେ ଛାୟାକାନ୍ତ

  3. Couplet 3

    ଅଶ୍ୱର ପ୍ରାୟେ ରୂପ ଧରିଦେଖି ଗଗନେ ଦେବେ ଡ଼ରି

  4. Couplet 4

    ମନହୁଁ ବେଗବନ୍ତ ହୋଇକୋପେ ଖୋଳଇ କ୍ଷୁରେ ମହୀ

  5. Couplet 5

    କାନ୍ଧର ବାଳ ଠିଆ କରିଗଗନେ ପଡୁଅଛି ହୁରି

  6. Couplet 6

    ବିମାନେ ବସି ଦେବତାଏଉଡ଼ିଣ ଗଲେ ଲାଞ୍ଜବାଏ

  7. Couplet 7

    ଗୋରୁଏ ପଳାଇଲେ ଛନ୍ନେପଶିଲେ ଗହନ ବିପିନେ

  8. Couplet 8

    କେଶୀର ନିଶ୍ୱାସ ପବନେଉଡ଼ିଲେ ବୃକ୍ଷେ ଘୋର ଶୂନ୍ୟେ

  9. Couplet 9

    ଶବଦ ଶୁଣି ମହାଘୋରଗୋବିନ୍ଦ ହୋଇଲେ ବାହାର

  10. Couplet 10

    ଦେଖିଲେ ଗୋପର ବିକଳଶୂନ୍ୟେ କମ୍ପନ୍ତି ଦିଗପାଳ

  11. Couplet 11

    ଶୁଣି ଦୈତ୍ୟର ଘୋରରଡ଼ିଦେବେ ଗଗନ ଗଲେ ଛାଡ଼ି

  12. Couplet 12

    ଦେଖିଲେ ମଦନ ଗୋପାଳଅସୁର ତେଜ ଅନର୍ଗଳ

  13. Couplet 13

    ଧନ ସମ୍ପଦ ଦାରା ଛାଡ଼ିଲୋକେ ପଳାନ୍ତି ବନମାଡ଼ି

  14. Couplet 14

    କିଜାଣି ବେଢ଼ିଲା ଅନଳକି ଅବା ପ୍ରଳୟର କାଳ

  15. Couplet 15

    ଉଲୁକାପାତ ଦିଶେ ମହୀଦିବସେ ଅନ୍ଧକାର ହୋଇ

  16. Couplet 16

    କଂସର ହିତେ ମହାବଳୀଲୋଡ଼ଇ ରାମ ବନମାଳୀ

  17. Couplet 17

    ଅସୁର ବିଚାରଇ ମନେକୃଷ୍ଣଙ୍କୁ ଦେଖିବି କେସନେ

  18. Couplet 18

    ଲୁଚାଇ ଅଛି ବସୁଦେବମୋହର ଡରେ ପଳାଇବ

  19. Couplet 19

    ମୁଖ ବିସ୍ତାରି ବେଗେ ଧାଇଁଆଜ ଗିଳିବି ବେନିଭାଇ

  20. Couplet 20

    ଏମନ୍ତ ବିଚାରି ଆନନ୍ଦେମିଳିଲା ଗୋପପୁର ମଧ୍ୟେ

  21. Couplet 21

    ଗୋପବାଳକ ମଧ୍ୟେ ଥାଇଦେଖିଲେ ପ୍ରଭୁ ଭାବଗ୍ରାହୀ

  22. Couplet 22

    ଗୋପକୁମର କନ୍ଧେ ହସ୍ତଆଗ ହୋଇଲେ ଗୋପୀନାଥ

  23. Couplet 23

    ଗୋବିନ୍ଦ କଲେ ଶିଙ୍ଗାନାଦକେଶୀ ପାଇଲା ମନେ ଖେଦ

  24. Couplet 24

    ଜାଣିଲା ଏହି ନାରାୟଣଶୋଷିଲା ପୂତନା ପରାଣ

  25. Couplet 25

    ଶକଟା ତୃଣା ବ›ତ୍ସାସୁରଅଘା ପ୍ରଳମ୍ବା ମହାବୀର

  26. Couplet 26

    ଧେନୁକ ଷଣ୍ଢ‹ ଆଦିକରିଏ ବନେ ମାଇଲା ମୁରାରି

  27. Couplet 27

    ଏହି ସେ ନନ୍ଦର କୁମରଜାଣି ଧାଇଁଲା ନିଶାଚର

  28. Couplet 28

    ମୁଖ ବିସ୍ତାରି କୋପଭରେଧାଇଁଲା ପବନହୁଁ ଖରେ

  29. Couplet 29

    ମୁଖେ କି ପିଉଛି ଆକାଶମିଳିଲା ଗୋବିନ୍ଦର ପାଶ

  30. Couplet 30

    ଉଞ୍ଚାଇ ପଛ ବେନିପାଦେମାଇଲା ଗୋବିନ୍ଦର ହୃଦେ

  31. Couplet 31

    ଶ୍ରୀକୃଷ୍ଣ ବଞ୍ଚାଇଲେ ତାହାବଜ୍ର ହୁଁ ଆଣ୍ଟ ଯା'ର ହିଆ

  32. Couplet 32

    ଚରଣ ଧରି ବାମକରେପକାଇଦେଲେ କୋପଭରେ

  33. Couplet 33

    ଗରୁଡ଼ ଯେହ୍ନେ ନାଗ ଧରିପକାଇ ରହଇ ଆବୋରି

  34. Couplet 34

    ପୁଣି କ୍ଷଣକେ ଜ୍ଞାନ ପାଇକେଶୀ ଧାଇଁଲା ରୋଷ ବହି

  35. Couplet 35

    ବିସ୍ତାର ଦେଖି ତା'ର ତୁଣ୍ତକୃଷ୍ଣ ଭରିଲେ ଭୁଜଦଣ୍ତ

  36. Couplet 36

    ସର୍ପ ପଶଇ ଯେହ୍ନେ ବିଳେଦେଖି ହସନ୍ତି ଗୋପବାଳେ

  37. Couplet 37

    ଦଇତ୍ୟ କାମୋଡ଼ିଲା କରଦନ୍ତ ତା ଝଡ଼ିଲା ଅଧର

  38. Couplet 38

    ତପତଫାଳ ପ୍ରାୟେ କରଚାପି ନ ପାରିଲା ଅସୁର

  39. Couplet 39

    କେଶୀ ଉଦରେ କୃଷ୍ଣକରବଢ଼ିଲା ଯେହ୍ନେ ଗିରିବର

  40. Couplet 40

    ଗର୍ଭ ମନ୍ଥିଲେ ଭୁଜଦଣ୍ତଖୁଆ ଯେସନେ ଦଧିଭାଣ୍ତେ

  41. Couplet 41

    ନିରୋଧ ହୋଇ କଣ୍ଠଦ୍ୱାରବିସ୍ତାର କଲା ଚାରି କ୍ଷୁର

  42. Couplet 42

    ବେଗେ ଛାଡ଼ିଲା ମଳମୂତ୍ରପଡ଼ି ହୋଇଲା ମୂରୁଚ୍ଛିତ

  43. Couplet 43

    ବେନି ଲୋଚନ କଲା ସ୍ଥିରଜୀବନ ଛାଡ଼ିଲା ଅସୁର

  44. Couplet 44

    ଦେଖନ୍ତି ସ୍ୱର୍ଗେ ଦେବତାଏପଶିଲା ଗୋବିନ୍ଦର ଦେହେ

  45. Couplet 45

    ପାଚିଲା ଫୁଟି ପ୍ରାୟେ ହୋଇଅସୁର ପଡ଼ିଲା ମିଳାଇ

  46. Couplet 46

    ତାହାର ଗର୍ଭୁ ଦାମୋଦରଫେଇ ଆଣିଲେ ନିଜ କର

  47. Couplet 47

    ଦେଖି ଆନନ୍ଦ ଦେବତାଏଆକାଶେ କଲେ ଜୟେ ଜୟେ

  48. Couplet 48

    ପୁଷ୍ପ ବରଷିଲେ ଗହଳେସ୍ତୁତି କରନ୍ତି ଦେବବରେ

  49. Couplet 49

    କେଶୀ ମରଣ ଦେଖି ହସିଆସି ମିଳିଲେ ଦେବଋଷି

  50. Couplet 50

    ଏକାନ୍ତେ ଦେଖି ନରହରିସ୍ତୁତି କରନ୍ତି ପାଦେ ପଡ଼ି

  51. Couplet 51

    ଉଠି ଗୋବିନ୍ଦ ମୁଖ ଚାହିଁବୋଲନ୍ତି ଶିରେ କର ଦେଇ

  52. Couplet 52

    ଭୋ କୃଷ୍ଣ ପ୍ରଭୁ ଯୋଗେଶ୍ୱରଯାଦବବଂଶର ଠାକୁର

  53. Couplet 53

    ଅଶେଷ ଜନ୍ତୁ ହୃଦଗତେଜ୍ଞାନୀ ଚିନ୍ତନ୍ତି ଯୋଗମତେ

  54. Couplet 54

    ଜ୍ୟୋତି ସ୍ୱରୂପ ନିରଞ୍ଜନସକଳ ଆତ୍ମାରେ ଅଭିନ୍ନ

  55. Couplet 55

    ମନ ବୁଦ୍ଧିରେ ଅଗୋଚରମହାପୁରୁଷ ତୁ ଈଶ୍ୱର

  56. Couplet 56

    ତୋହର ମାୟାକୁ ଆବୋରିଶରୀର ବହୁ ନରହରି

  57. Couplet 57

    ସଂସାର କରୁ ତୁ ଭିଆଣସୃଷ୍ଟି ପାଳନ ସଂହାରଣ

  58. Couplet 58

    ଭାରା ନିବାରେ ଦେହ ବହିସାଧୁଙ୍କୁ ରଖୁ ଭାବଗ୍ରାହୀ

  59. Couplet 59

    ଦୁଷ୍ଟ ନିବାରି ରଖୁ ମହୀମର୍ତ୍ତ୍ୟେ ଉଦ୍ଧରୁ ରୂପ ବହି

  60. Couplet 60

    ଲୀଳାଏ ମାଇଲୁ ଅସୁରଦେଖି ହରଷ ସୁର ନର

  61. Couplet 61

    ଦେବେ ନ ରହନ୍ତି ଆକାଶେଏ କେଶୀ ଦଇତ୍ୟର ତ୍ରାସେ

  62. Couplet 62

    ଭୋ ନାଥ ଶୁଣ ଚକ୍ରଧରମାରିବୁ ମୁଷ୍ଟିକ ଚାଣୂର

  63. Couplet 63

    ଧନୁ ଭାଙ୍ଗିବୁ ବାମକରେହସ୍ତୀ ମାରିବୁ ରଙ୍ଗଦ୍ୱାରେ

  64. Couplet 64

    କଂସ ମାରିବୁ ଚାରିଦିନେରାଜ୍ୟ ନିବେଶି ଉଗ୍ରେସେନେ

  65. Couplet 65

    କଂସର ଅଷ୍ଟମଲ୍ଲ ନାଶିଯାଦବ ବଂଶକୁ ଆଶ୍ୱାସି

  66. Couplet 66

    କାଳ ଯବନ ଶଙ୍ଖାସୁରମୁର ନାରକା ବେଗେ ମାର

  67. Couplet 67

    ଇନ୍ଦ୍ରଭୁବନୁ ପାରିଜାତବଳେ ଆଣିବୁ ଗୋପୀନାଥ

  68. Couplet 68

    ବୀରରାଜାଙ୍କ କନ୍ୟା ଆଣିବିଭା ହୋଇବୁ ଚକ୍ରପାଣି

  69. Couplet 69

    ଜରାସନ୍ଧର ଭୟେ ଯାଇସମୁଦ୍ରେ ଦ୍ୱାରକା ଭିଆଇ

  70. Couplet 70

    ନୃଗରାଜାଙ୍କୁ ସୁଖ ଦେବୁକୃକଲାଶ ରୂପ ନାଶିବୁ

  71. Couplet 71

    ତୋହର ପୁରେ ଶକ୍ରାଜିତତୋତେ ବରିବ ଗୋପୀନାଥ

  72. Couplet 72

    ସତ୍ୟଭାମାର ତୁଲେ ମଣିତୋହର ପାଦେ ଦେବ ଆଣି

  73. Couplet 73

    ଯମର ଘରୁ ପୁତ୍ର ଆଣିତୋଷିବୁ ଗୁରୁଙ୍କ ଘରଣୀ

  74. Couplet 74

    ଘୋର ଦଇତ୍ୟ ପୁଣ୍ତରୀକତାହାକୁ ମାରି ଦେବୁ ମୋକ୍ଷ

  75. Couplet 75

    ଦହନ କରି କାଶୀପୁରଯୁଦ୍ଧେ ମାରିବୁ ଦନ୍ତବକ୍ର

  76. Couplet 76

    ପାଣ୍ତବ ଯଜ୍ଞସଭା ତଳେଚକ୍ରେ ଛେଦିବୁ ଶିଶୁପାଳେ

  77. Couplet 77

    ଦ୍ୱାରକା ପୁରେ ବନମାଳୀଯେତେ କରିବୁ ସୁଖକେଳି

  78. Couplet 78

    ମୁଁ ତାହା ଦେଖିବି ଲୋଚନେପୁରାଣେ ଶୁଣିଅଛି କର୍ଣ୍ଣେ

  79. Couplet 79

    ଅର୍ଜ୍ଜୁନ ରଥେ ତୁ ସାରଥିମୁଁ ପୁଣି ଥିବି ତୋ'ର କତି

  80. Couplet 80

    ଅନେକ ରାଜା ସୈନ୍ୟବଳସଂହାର କରିବୁ ଗୋପାଳ

  81. Couplet 81

    ଶୁଦ୍ଧ ବିବେକ ନିରଞ୍ଜନଆଦି ଅନାଦି ସ୍ଥୂଳ ଶୂନ୍ୟ

  82. Couplet 82

    ଅଶେଷ ପୁଣ୍ୟଫଳ ଦାତାତୁମ୍ଭେ ଜଗତ ପିତାମାତା

  83. Couplet 83

    ଆପଣା ମହିମା ବିସ୍ତାରିଗୁଣ ପ୍ରକାଶୁ ନରହରି

  84. Couplet 84

    ମନୁଷ୍ୟ ଦେହେ ଅବତାରଯାଦବବଂଶର ଠାକୁର

  85. Couplet 85

    ଏମନ୍ତେ ବ୍ରହ୍ମାର ନନ୍ଦନଆନନ୍ଦେ କଲେ ସାମଗାନ

  86. Couplet 86

    ଗୋବିନ୍ଦ ଆଜ୍ଞା ଶିରେ ଘେନିଗଲେ ନାରଦ ମହାମୁନି

  87. Couplet 87

    ଏମନ୍ତେ ଅସୁର ସଂହାରିଗୋପେ ବିଜୟ ନରହରି

  88. Couplet 88

    ଏବେ ହୋ ଶୁଣ ନରନାଥକୃଷ୍ଣର ଲୀଳା ଭାଗବତ

  89. Couplet 89

    ଦିନେକ ପ୍ରଭୁ ଭଗବାନବାଳକ ମେଳେ ଗଲେ ବନ

  90. Couplet 90

    ଗିରିକନ୍ଦରେ ଘୋରବନେଗାଈ ଚରାନ୍ତି ତୋଷମନେ

  91. Couplet 91

    ହସି ବୋଲନ୍ତି ଦାମୋଦରଏମନ୍ତ ଖେଳଅଛି ମୋର

  92. Couplet 92

    ଥୋକାଏ ହୁଅ ତୁମ୍ଭେ ଚୋରଥୋକାଏ ହୁଅ ରାତ୍ରପାଳ

  93. Couplet 93

    ଖେଳିବା କଦମ୍ବର ତଳଏମନ୍ତ କହି ଆଦିମୂଳ

  94. Couplet 94

    ଥୋକାଏ ହୁଅ ପଶୁଗଣଛାଗଳ ମହିଷ ହରିଣ

  95. Couplet 95

    ଥୋକାଏ ହୁଅ ଦଣ୍ତୁଆସିହସି କହନ୍ତି ବ୍ରହ୍ମରାଶି

  96. Couplet 96

    ତକ୍ଷଣେ କରି ସନମତପୋଏ ହୋଇଲେ ଯୂଥ ଯୂଥ

  97. Couplet 97

    ଥୋକେ ହୋଇଲେ ଗୃହବାସୀଥୋକାଏ ଚୋର ଦଣ୍ତୁଆସୀ

  98. Couplet 98

    ଏମନ୍ତେ ଖେଳଲୀଳା କରିଖେଳନ୍ତି ବନେ ନରହରି

  99. Couplet 99

    ଶୁଣ ରାଜନ ବିପରୀତଅସୁର ମିଳିଲା ତୁରିତ

  100. Couplet 100

    ମୟଦଇତ୍ୟର କୁମରନାମ ତାହାର ବ୍ୟୋମାସୁର

  101. Couplet 101

    ମାୟାଗୋପାଳ ରୂପ ଧରିଅନେକ ନେଲା ଚୋରି କରି

  102. Couplet 102

    ଗିରିକ୍ରୋଟରେ ଲୁଚାଇଲାଦ୍ୱାରେ ପାଷାଣ ଅଚ୍ଛାଦିଲା

  103. Couplet 103

    ଏମନ୍ତେ ନେଲା ବେଳ ଦଶରହିଲେ ପାଞ୍ଚ ସାତ ଶେଷ

  104. Couplet 104

    ଗୋପକୁମରଙ୍କୁ ଅନାଇଁଜାଣିଲେ ପ୍ରଭୁ ଭାବଗ୍ରାହୀ

  105. Couplet 105

    ଦଇତ୍ୟ ମୋତେ ମାୟା କଲାମୋର ବାଳକ ହରିନେଲା

  106. Couplet 106

    ଭଲା ମୁଁ କଲି ଖେଳ ରସମୋର ଗୋପାଳେ ଗଲେ ନାଶ

  107. Couplet 107

    ଦଇତ୍ୟ ନେଇ ଗିରିବରେଲୁଚାଇ ଢ଼ାଙ୍କିଛି ଦୁଆରେ

  108. Couplet 108

    କୃଷ୍ଣ ଧାଇଁଲେ ଧାତିକାରେମିଳିଲେ ପର୍ବତ କନ୍ଦରେ

  109. Couplet 109

    ବେନିବାଳକ ଯାକି କାଖେଦଇତ୍ୟ ଚଳେ ଗିରିପାଖେ

  110. Couplet 110

    ତାହାର କେଶ ବାମକରେକୃଷ୍ଣ ଧଇଲେ କୋପଭରେ

  111. Couplet 111

    ତକ୍ଷଣେ ନିଜ ରୂପ ହୋଇପଳାଇ ଲୋଡ଼ଇ ଛଡ଼ାଇ

  112. Couplet 112

    କୃଷ୍ଣ ଧଇଲେ ତାର ହସ୍ତଘୂରାଇ ପକାଇଲେ ପଥ

  113. Couplet 113

    ପଶୁଙ୍କ ପ୍ରାୟ ମୁଣ୍ତମୋଡ଼ିପଡ଼ିଲା ଦେଇ ଘୋରରଡ଼ି

  114. Couplet 114

    ତକ୍ଷଣେ ଛାଡ଼ିଲା ଜୀବନକୃଷ୍ଣର ଦେହେ ହେଲା ଲୀନ

  115. Couplet 115

    ପର୍ବତ କ୍ରୋଟଦ୍ୱାରେ ଯାଇଦ୍ୱାର ଫେଇଲେ ଭାବଗ୍ରାହୀ

  116. Couplet 116

    ଗୋପବାଳକ ଉଦ୍ଧରିଲେଦେବେ କୁସୁମ ବରଷିଲେ

  117. Couplet 117

    ଆନନ୍ଦେ ଘେନି ଗୋପବାଳଗୋପେ ବିଜୟ ଆଦିମୂଳ

  118. Couplet 118

    ଏବେ ସରିଲା ବନକେଳିମଥୁରା ଯିବେ ବନମାଳୀ

  119. Couplet 119

    ତାରିଲେ ଗୋପ ନରନାରୀଭକତ ବନ୍ଧୁ ଦଇତ୍ୟାରି

  120. Couplet 120

    ଭକତଜନ ତାରିବାରେଗୋରୁ ଚରାଇ ବନଘୋରେ

  121. Couplet 121

    ବାଳକ ରୂପେ ଅବତାରବଢ଼ିଲେ ନନ୍ଦର ମନ୍ଦିର

  122. Couplet 122

    ମଥୁରାପୁର ନରନାରୀପୂର୍ବେ ଅଛନ୍ତି ତପ କରି

  123. Couplet 123

    ନୟନେ ଦେଖି କୃଷ୍ଣରୂପଖଣ୍ତିବେ ଭବବନ୍ଧ ତାପ

  124. Couplet 124

    ସୁଜନଜନେ ଶୁଣ ଧୀରେକୃଷ୍ଣ ଚରିତ କର୍ଣ୍ଣଦ୍ୱାରେ

  125. Couplet 125

    ରାମଗୋବିନ୍ଦ ବାଳକେଳିଗୁନ୍ଥି ଲମ୍ବାଅ କଣ୍ଠେ ମାଳୀ

  126. Couplet 126

    ଚିତ୍ତ ନିରୋପି କୃଷ୍ଣ ପାୟେନ ବୁଡ଼ ଭବଜଳେ ମୋହେ

  127. Couplet 127

    କହଇ ଦାସ ଜଗନ୍ନାଥଗୀତ ବିନୋଦେ ଭାଗବତ

  128. Couplet 128

    ଭକତଜନେ ଏହା ଗାଇକୃଷ୍ଣଲୀଳାରେ ମନ ଦେଇ

  129. Couplet 129

    ହୋଇବ ଭବଜଳୁଁ ପାରକୃପା କରିବେ ଦାମୋଦର

  130. Couplet 130

    ଭକତଜନଙ୍କର ହିତରଚିଲି ଶିରୀଭାଗବତ

  131. Couplet 131

    ଶୁଣି ସୁଜନେ ହୁଅ ତୋଷକହଇ ଜଗନ୍ନାଥ ଦାସ