Skip to content
paribhaasha

Skandha 10

Adhyaya 39

  1. Couplet 1

    ଶୁଣ ପରୀକ୍ଷ ନୃପମଣିସ୍ୱର୍ଗେ ଶୁଭିଲା ଜୟବାଣୀ

  2. Couplet 2

    ଆକାଶେ ଥିଲେ ଯେ ନାରଦଜାଣିଲେ ଷ‹ଣ୍ଢାସୁର ବଧ

  3. Couplet 3

    ଆନନ୍ଦ ମନେ ଦେବ ଋଷିକୃଷ୍ଣ ମହିମା ପରଶଂସି

  4. Couplet 4

    ମଥୁରା ନବରେ ମିଳିଲେକଂସ ରାଜାର ସଭାତଳେ

  5. Couplet 5

    ଦେଖି ଉଠିଲା ଭୋଜବୀରନମିଲା ମୁନିଙ୍କ ପୟର

  6. Couplet 6

    ଆନନ୍ଦେ ଶିରେ କର ଦେଇଆସନେ ବସାଇଲେ ନେଇ

  7. Couplet 7

    ସ୍ୱଭାବେ ଭୋଜବଂଶେ ରାଜାମୁନିଚରଣେ କଲା ପୂଜା

  8. Couplet 8

    କୁଶଳ ବାରତା ପଚାରିବିଶ୍ୱାସ କରି ପାଦ ଧରି

  9. Couplet 9

    କଂସର ଭକ୍ତିରେ ନାରଦକହନ୍ତି ପାଇ ମନେଖେଦ

  10. Couplet 10

    ତୁ ରାଜା ମୋହର ବିଶ୍ୱାସହେଳେ ହୋଇବୁ ପ୍ରାଣେ ନାଶ

  11. Couplet 11

    ତୋତେ ମୋହର ଚିତ୍ତେ ଦୟାପୂର୍ବେ ମୁଁ କହିଗଲି ଯାହା

  12. Couplet 12

    ତୁ ରାଜା ନ ହେଜିଲୁ ମନେଏବେ ମରିବୁ ଅଳ୍ପଦିନେ

  13. Couplet 13

    ଶୁଣିଲେ ପାଇବୁ ତୁ ଖେଦମୁଖୁଁ ମୋ' ନସ୍ଫୁରଇ ପଦ

  14. Couplet 14

    ଦେବତାମାନେ ତୋ ବଇରୀତୋ'ର ମରଣେ କୂଟ କରି

  15. Couplet 15

    ଗୋପେ ଯାଦବେ ଅବତାରଦେବକୀ ବସୁଦେବ ଘର

  16. Couplet 16

    ହରିଙ୍କି କରାଇଲେ ଜନ୍ମଭିଣୋଇ କଲା ଏଡ଼େ କର୍ମ

  17. Couplet 17

    ଅଷ୍ଟମ ଗର୍ଭେ ଏହା ନାରୀରାତ୍ରେ ପ୍ରସବିଲା ମୁରାରି

  18. Couplet 18

    ତୋ'ର ଭିଣୋଇ ତାହା ନେଇଅଇଲା ନନ୍ଦଘରେ ଥୋଇ

  19. Couplet 19

    କନ୍ୟାଏ ଥିଲା ତା'ର ଘରେତୁ ତାହା କଚାଡ଼ିଲୁ ଶିଳେ

  20. Couplet 20

    ଦେବଙ୍କ ବୋଲେ ମହାମାୟାହୋଇଲେ ବାଳରୂପ କାୟା

  21. Couplet 21

    ତୋହର ହାତୁ ଶୂନ୍ୟେ ଗଲାତେବେହେଁ ଜ୍ଞାନ ତୋନୋହିଲା

  22. Couplet 22

    କହିଲା ତୋର ମୃତ୍ୟୁଭେଦତେବେହେଁ ନୋହିଲା ତୋ'ଖେଦ

  23. Couplet 23

    ରୋହିଣୀ ବସୁଦେବ ନାରୀପଳାଇଗଲେ ତୋତେ ଡ଼ରି

  24. Couplet 24

    ତାହାର ଗର୍ଭ ହୋଇଥିଲାସେହି କୁମରେ ପ୍ରସବିଲା

  25. Couplet 25

    ହରିର ଅଂଶେ ଅବତାରସେ ତୋତେ ମାରିବେଟି ବୀର

  26. Couplet 26

    ରାମ ଗୋବିନ୍ଦ ବେନିଭାଇବଢ଼ିଲେ ଗୋପପୁରେ ଥାଇ

  27. Couplet 27

    ବସୁଦେବର ମିତ୍ର ନନ୍ଦସେ ତୋତେକଲା ଏଡ଼େ ଛନ୍ଦ

  28. Couplet 28

    ପୂତନା ଆଦି ଷ‹ଣ୍ଢା ଯାଏସବୁ ମାଇଲେ ବେନିପୋଏ

  29. Couplet 29

    ଇନ୍ଦ୍ରର ଦର୍ପ କରି ଚୂରକରେ ତୋଳିଲା ଗିରିବର

  30. Couplet 30

    କାଳୀୟ କାଳିନ୍ଦୀରେ ଥିଲାତାହାର ଡ଼ରେ ପଳାଇଲା

  31. Couplet 31

    କେତେ କହିବି ଗୁଣ ତା'ରଦେବଦାନବେ ଅଗୋଚର

  32. Couplet 32

    ଏମନ୍ତ ବୋଲି ମୁନିବରକହିଲେ ସମସ୍ତ ବିଚାର

  33. Couplet 33

    ଶୁଣି ଅସୁର ଥରହରକାତରେ କମ୍ପଇ ଶରୀର

  34. Couplet 34

    ଖଡଗ ଧରି ନିଜ କରେବେଗେ ଉଠିଲା କୋପଭରେ

  35. Couplet 35

    ବସୁଦେବକୁ ଅଣାଇଲାଅନେକ ମାଡ଼ ମରାଇଲା

  36. Couplet 36

    ହାଣିବ ବୋଲି କୋପଭରନାରଦ ଧଇଲେ ତା' କର

  37. Couplet 37

    ନାରଦ ବଚନେ ବିଶ୍ୱାସପାଦେ ଭରିଲା ଲୈାହପାଶ

  38. Couplet 38

    ଧନସମ୍ପଦ ଜୂର କଲାବନ୍ଦୀ ମନ୍ଦିରେ ରଖାଇଲା

  39. Couplet 39

    କଂସ ଆଗରେ ବ୍ରହ୍ମାସୁତକହନ୍ତି ବଚନ ନିୟତ

  40. Couplet 40

    ଶୁଣ ତୁ ଭୋଜ ନୃପନାଥମୁହିଁ କହଇ ତୋ'ର ହି୍ତ

  41. Couplet 41

    କୃଷ୍ଣ ଯେ ତୋହର ବଇରୀମର୍ତ୍ତ୍ୟମଣ୍ତଳେ ଅବତରି

  42. Couplet 42

    ଅବଶ୍ୟ ମାରିବ ସେ ତୋତେକଂସ ତୁ ଜାଣିଥା ଯୁକତେ

  43. Couplet 43

    କୃଷ୍ଣଙ୍କୁ ସଂହାରିଲେ ତୁହିରାଜ୍ୟେଣ ଥିବୁ ସୁସ୍ଥ ହୋଇ

  44. Couplet 44

    ବହୁତ ଉପାୟ କରିବୁବୀରଙ୍କ ହସ୍ତେ ମରାଇବୁ

  45. Couplet 45

    କେଶୀ ଯେ ଅଛି ତୋ'ର ପାଶସେ ତୋ'ର ଜୀବନ ବିଶ୍ୱାସ

  46. Couplet 46

    ପାରଇ ନାନା ମୂର୍ତ୍ତି ଧରିତାହାକୁ ପେଷ ଦଣ୍ତଧାରୀ

  47. Couplet 47

    ଏହାର ମରଣେ ତୋହରମାଲେ ଯେ ମୁଷ୍ଟିକ ଚାଣୂର

  48. Couplet 48

    ଏହାଙ୍କ ଥା'ନ୍ତେ କିସ ଭୀତିଯାଦବେ ତୋହର ଅପ୍ରୀତି

  49. Couplet 49

    ଏମନ୍ତ କହି ବ୍ରହ୍ମାସୁତଆକାଶେ ଚଳିଲେ ତୁରିତ

  50. Couplet 50

    ମୁନି ଅନ୍ତରେ ଭୋଜରାୟେଭାଳଇ ଜୀବନର ଭୟେ

  51. Couplet 51

    କେଶୀଦଇତ୍ୟକୁ ଅଣାଇଁକହଇ ବିଶ୍ୱାସ କରାଇ

  52. Couplet 52

    ତୁ ମୋର ଭ୍ରାତ ସହୋଦରବହନ ଯାଆ ଗୋପପୁର

  53. Couplet 53

    ବସୁଦେବର ପୁତ୍ର ଦୁଇରାମଗୋବିନ୍ଦ ବେନିଭାଇ

  54. Couplet 54

    ଗୁପ‌ତେ ନନ୍ଦଘରେ ଥାଇବଢ଼ିଲେ ବଳବନ୍ତ ହୋଇ

  55. Couplet 55

    ଯେତେ ଅସୁର ମୋର ଗଲେଗୋପରେ ଥାଇ ସଂହାରିଲେ

  56. Couplet 56

    ଦୁହିଁଙ୍କି କର ପ୍ରାଣେ ନାଶଦେବି ସମ୍ପଦ ଗ୍ରାମ ଦେଶ

  57. Couplet 57

    ଜୀବନ ରହିବ ମୋହରହେ ଭ୍ରାତ ବିଳମ୍ବ ନ କର

  58. Couplet 58

    କଂସର ଆଜ୍ଞା ଘେନି ଶିରେକେଶୀ ଚଳିଲା ଗୋପପୁରେ

  59. Couplet 59

    ଚାଣୁର ମୁଷ୍ଟିକର ମେଳେଦର୍ପିଷ୍ଟ ମହାବଳୀୟାରେ

  60. Couplet 60

    ଗଜକୁବଳୟା ମାହୁନ୍ତପାତ୍ର ସାମନ୍ତ ଇଷ୍ଟ ମିତ୍ର

  61. Couplet 61

    ଅଣାଇଁ କହଇ ଅସୁରଜଣ ଜଣକେ ଧରି କର

  62. Couplet 62

    ଭୋ ବୀର ମୁଷ୍ଟିକ ଚାଣୂରକହି ଯେ ଗଲେ ମୁନିବର

  63. Couplet 63

    ବସୁଦେବ ତା' ପୁତ୍ରଦୁଇଗୋପରେ ଅଇଲା ଲୁଚାଇ

  64. Couplet 64

    ଗୁପ‌ତେ ନନ୍ଦଘରେ ଥାଇବଢ଼ିଲେ ବଳବନ୍ତ ହୋଇ

  65. Couplet 65

    ଯେତେକ ବୀର ମୋର ଗଲେଗୋଟିଏ ବାହୁଡ଼ି ନଇଲେ

  66. Couplet 66

    ଦିନକୁ ଦିନ ବଳୀୟାରକେମନ୍ତେ କରିବି ସଂହାର

  67. Couplet 67

    ତାହାଙ୍କୁ ଅଣାଇବି ଧରିଏଥେ ମାରିବି କୂଟ କରି

  68. Couplet 68

    ମାଲବିନ୍ଧାଣେ ମରାଇବିତେବେଟି ଜୀବନ ପାଇବି

  69. Couplet 69

    ସେ ମୋର ବୀରଙ୍କୁ ମାଇଲାବନସ୍ତେ କେହି ନ ଦେଖିଲା

  70. Couplet 70

    ମୁଁ ଆଣି ମଥୁରାରେ ଥୋଇମାଲଙ୍କ ହସ୍ତେ ତାଙ୍କୁ ଦେଇ

  71. Couplet 71

    ମାରନ୍ତେ ଦେଖିବେ ସକଳଯାଦବ ଭୋଜବଂଶ ବୀର

  72. Couplet 72

    ରଙ୍ଗସଭାଏ କରାଇବିଏମନ୍ତେ ଶତ୍ରୁ ସଂହାରିବି

  73. Couplet 73

    ତୁମ୍ଭେ ସକଳେ ମୋର ମିତ୍ରବେଗେ ନିବାର ନନ୍ଦସୁତ

  74. Couplet 74

    ଦେବଇଁ ସମ୍ପଦ ବହୁତଗଜତୁରଙ୍ଗ ଯୂଥ ଯୂଥ

  75. Couplet 75

    ଶୁଣ ହୋ ପାତ୍ର ମନ୍ତ୍ରୀ ମୋରମଞ୍ଚା କରାଇବ ଅପାର

  76. Couplet 76

    ତୁମ୍ଭେ ସକଳେ ଦେଖୁଥିବମୋହର ଶତ୍ରୁ ନାଶଯିବ

  77. Couplet 77

    ଦେବକୀ ବସୁଦେବ ଆସିମଞ୍ଚା ଉପରେ ଥିବେ ବସି

  78. Couplet 78

    ତୁମ୍ଭେ କରିବ ମାଲପଣଦେଖିବେ ପୁତ୍ରଙ୍କ ମରଣ

  79. Couplet 79

    ମାହୁନ୍ତ ଥିବ ରଙ୍ଗଦ୍ୱାରେବସି କୁବଳୟାପୀଡ଼ରେ

  80. Couplet 80

    ମାରିବ ସଭାତଳେ ନେଇଦନ୍ତେ ଗୁନ୍ଥାଇ ବେନିଭାଇ

  81. Couplet 81

    ଅନେକ ଧନରତ୍ନ ଦେବିମୋହର ମଇତ୍ର କରିବି

  82. Couplet 82

    ଶୁଣ ହୋ ପାତ୍ରମନ୍ତ୍ରୀ ମୋରତୁମ୍ଭେ ଭିଆଅ ଧନୁଘର

  83. Couplet 83

    ଶୁକଳ ଚତୁŸର୍ଦ୍ଦଶୀ ଦିନେପୂଜା କରିବ ରାତ୍ରମାନେ

  84. Couplet 84

    ଛେଳି ମହିଷ ବଳିଭୋଜାକ୍ଷେତ୍ରପାଳଙ୍କୁ କର ପୂଜା

  85. Couplet 85

    ଘୋଷଣା ଦିଅ ଚାରିଦିଗେଗ୍ରାମ ପାଟଣା ପୁରଲାଗେ

  86. Couplet 86

    ଜନପରଜା ରଙ୍କି ଦୁଃଖୀଆସିବେ ଧନୁଯାତ୍ରା ଦେଖି

  87. Couplet 87

    ଦେବଇଁ ଧନ ବସ୍ତ୍ର ଅନ୍ନତୁଳାପୁରୁଷ ଆଦିଦାନ

  88. Couplet 88

    ଏମନ୍ତ କହି କଂସ ଗଲାଭିତର ପୁରେ ବିଜେକଲା

  89. Couplet 89

    ଅକ୍ରୁର ନାମେ ମନ୍ତ୍ରୀବରଯାଦବ ବଂଶେ ବଳୀୟାର

  90. Couplet 90

    କଂସର ବିଶ୍ୱାସ ଅପାରଡ଼କାଇ ଆଣିଲା ସତ୍ୱର

  91. Couplet 91

    ତାହାର କରେ ହସ୍ତ ଦେଇକହଇ ଏକାନ୍ତେ ବସାଇ

  92. Couplet 92

    ଭୋ ମିତ ଶୁଣ ମୋ' ଉତ୍ତରବିଶ୍ୱାସୀ ଅଟୁ ତୁ ମୋହର

  93. Couplet 93

    ଇଷ୍ଟ ବନ୍ଧୁରେ ସତ୍ୟ କହିବେଦପୁରାଣେ ଏ ଅଛଇ

  94. Couplet 94

    ତୋ' ତହୁଁ ନାହିଁ ଅନ୍ୟ ମିତ୍ରତୁ ମୋର ପ୍ରାଣ ପଞ୍ଚଭୂତ

  95. Couplet 95

    ତୋହର ବଳେ ଆଜ ମୁହିଁଶତ୍ରୁ ସଂହାରିତେ ଲୋଡ଼ଇ

  96. Couplet 96

    ଯେସନେ ବିଷ୍ଣୁ ଆଶ୍ରେ କରିଦେବେ ହୁଅନ୍ତି ସୁଖଚାରୀ

  97. Couplet 97

    ନନ୍ଦଗୋକୁଳେ ବେଗେ ଯାଅମୋହର ହିତେ ଯେବେ ଥାଅ

  98. Couplet 98

    ତୋହର ବଳେ ମୁଁ ନିଶ୍ଚିନ୍ତଭୋ ମିତ୍ର କହିଲିଟି ସତ୍ୟ

  99. Couplet 99

    ବସୁଦେବର ପୁତ୍ର ଦୁଇରାମଗୋବିନ୍ଦ ବେନିଭାଇ

  100. Couplet 100

    ଥୋଇଲା ନେଇ ନନ୍ଦଘରେଲୁଚାଇ ବସୁଦେବ ଡ଼ରେ

  101. Couplet 101

    ତୁ ବେଗେ ରଥ ଘେନିଯାଅମୋର ଛାମୁରେ ଆଣିଦିଅ

  102. Couplet 102

    ଦେବକୀ ବିଭା ହେଲା ଯେବେମୋତେ ଯା କହିଥିଲେ ଦେବେ

  103. Couplet 103

    ସେ କଥା ହୋଇଲା ଯୁକତେନାରଦ କହିଗଲେ ମୋତେ

  104. Couplet 104

    ମୋତେ ମାରିବେ ବେନିଭାଇଏ କଥା ଉଚିତ ନୁହଁଇ

  105. Couplet 105

    ଗୋକୁଳେ ଥାଇ ବଳୀୟାରମାଇଲେ ଅନେକ ଅସୁର

  106. Couplet 106

    ବାଳୁତ କାଳୁଁ ତା'ଙ୍କୁ ଧରିବେଗେ ମୁଁ ପକାଇବି ମାରି

  107. Couplet 107

    ତେବେ ମୋହର ମନସ୍ଥିରଭୋ ମିତ୍ର ଧରୁଅଛି କର

  108. Couplet 108

    ନନ୍ଦଯଶୋଦାଙ୍କର ସଙ୍ଗେଘେନାଇ ଆସ ଯାଇ ବେଗେ

  109. Couplet 109

    ଗୋରସ ଆଣ ଶତେଭାରଧନୁ ଉତ୍ସ›ବ ଯାତ୍ରା ମୋର

  110. Couplet 110

    ଅଣାଇ ମଥୁରା ନବରେବନ୍ଦୀ କରିବି ବନ୍ଦୀଘରେ

  111. Couplet 111

    ରାମଗୋବିନ୍ଦ ଅଣାଇବିହସ୍ତୀର ଦନ୍ତେ ଗୁନ୍ଥାଇବି

  112. Couplet 112

    ଯେବେ ଉବୁରିବେ ସେଠାରୁମାଲେ ଅଛନ୍ତି ମହାମେରୁ

  113. Couplet 113

    ଏହାଙ୍କ ହସ୍ତେ ମରାଇବିତେବେ ସେ ଜୀବନ ପାଇବି

  114. Couplet 114

    ମେହାର ଯଦୁବଂଶ ବାଦୀସବୁଙ୍କୁ ପକାଇବି ଛେଦି

  115. Couplet 115

    ନନ୍ଦଯଶୋଦା ବସୁଦେବଦେବକୀ ଯେତେକ ଯାଦବ

  116. Couplet 116

    ଏହାଙ୍କୁ ପେଷି ଯମପୁରତେବେ ଜୀବନ ସ୍ଥିର ମୋର

  117. Couplet 117

    ଉଗ୍ରସେନଙ୍କୁ ଧରି ଆଣିଏଠାରେ ପକାଇବି ହାଣି

  118. Couplet 118

    ଦେବକନାମେ ତା'ର ଭାଇମୋର ମରଣ ସେ ଲୋଡ଼ଇ

  119. Couplet 119

    ମୋର ବଇରୀଛନ୍ତି ଯେତେଭୋ ମିତ୍ର ମାରିବି ଏମନ୍ତେ

  120. Couplet 120

    ତେବେ ସେ ମହୀ ଅକଣ୍ଟକେଭୋଗ କରିବି ମୁହିଁ ଏକେ

  121. Couplet 121

    ଶ୍ୱଶୁର ଜରାସନ୍ଧ ମୋରସଙ୍ଗାତ ଦ୍ୱିବିନ୍ଦ ବାନର

  122. Couplet 122

    ଶୂର ନାରକା ବାଣାସୁରଅଛନ୍ତି ମହା ମହା ବୀର

  123. Couplet 123

    ଶାଲ୍ୱକ ଦନ୍ତବକ୍ର ବୀରପୁଣ୍ତ୍ରକ କାଶୀ-ରାଜେଶ୍ୱର

  124. Couplet 124

    ଏ ମୋର ସମ ବଳୀୟାରମୋତେ ଡରଇ ସୁନାସୀର

  125. Couplet 125

    ଭୋ ମିତ୍ର ଯାଆ ବେଗ ହୋଇଧନୁ ଉତ୍ସବ ଯାତ୍ରା କହି

  126. Couplet 126

    ବହନ ଆଣ ବେନିଭାଇମିତ୍ର ମୋହର ଯେବେ ତୁହି

  127. Couplet 127

    ସେ ବିଷ୍ଣୁଅଂଶେ ଜାତ ହୋଇରାମଗୋବିନ୍ଦ ବେନିଭାଇ

  128. Couplet 128

    ବିଚାରେ ବଳବାନ କରିତା'ଙ୍କ ମରଣ ମନେ ଧରି

  129. Couplet 129

    ଯେତେକ ବୀର ମୋର ଗଲେଗୋଟିଏ ବାହୁଡ଼ି ନଇଲେ

  130. Couplet 130

    ତାହାଙ୍କ ବଳ ପରିମାଣିବଳେ ନୋହଇ ତା'ଙ୍କୁ ଆଣି

  131. Couplet 131

    ତୁ ଯେଣୁ ବିଷ୍ଣୁଭକ୍ତଜନତୋରେ ସଦୟ ଭଗବାନ

  132. Couplet 132

    ବହନ କରି ଭାବେ କହିବେଗେ ତୁ ଘେନି ଆସ ଯାଇ

  133. Couplet 133

    ଟାଣ ନ କହି ଆଣ ବେଗେରଥେ ବସାଇ ତୋର ସଙ୍ଗେ

  134. Couplet 134

    ତୋହର ଭକ୍ତିଭାବ ଘେନିଏଥେ ଆସିବେ ଭାଇ ବେନି

  135. Couplet 135

    ଏମନ୍ତ କଂସ ବୋଲ ଶୁଣିଅକ୍ରୁର ମନେ ମନେ ଗୁଣି

  136. Couplet 136

    ବୋଲଇ ଶୁଣ ନରନାଥଏ କଥା ତୋହର ଉଚିତ

  137. Couplet 137

    ଶତ୍ରୁକୁ ବୁଦ୍ଧିବଳେ ମାରିତେବେ ଜୀବନ ସୁଖେ ଧରି

  138. Couplet 138

    କହଇ ଶୁଣ ନୃପବରଦଇବବଳ ବଳୀୟାର

  139. Couplet 139

    ଯେ ଯାହା କର୍ମଫଳ ବଳେଭୋଗ କରନ୍ତି ମହୀତଳେ

  140. Couplet 140

    ମର୍ତ୍ତ୍ୟେମାନବ ଦେହ ବହିଲାଭ ଅଲାଭ ନ ଜାଣଇ

  141. Couplet 141

    ଯେ ଯାହା ପୂର୍ବେ ଥାଇ କରିଭୁଞ୍ଜଇ ସେ ଫଳ ଆବୋରି

  142. Couplet 142

    ଶୋକ ହରଷ ବେନିପଥେମିଳନ୍ତି କର୍ମର ଆୟତ୍ତେ

  143. Couplet 143

    କର୍ମ ଯେ ବଡ଼ ବୁଦ୍ଧିଦାତାକର୍ମ ହିଁ ଅଲେଖ ବିଧାତା

  144. Couplet 144

    ଯେବେ ତୋ' କର୍ମ ବଳୀୟାରଭୋଗ କରିବୁ ଦିବ୍ୟପୁର

  145. Couplet 145

    ବିବିଧ ରତ୍ନ ଅଶ୍ୱଗଜକରୀଦଶନଖଟ ଶେଯ

  146. Couplet 146

    ଅମୂଲ୍ୟପୁର ବାରସ୍ୱତୀଦେବେ କରିବେ ତୋତେ ସ୍ତୁତି

  147. Couplet 147

    ଯଦି ତୋ କର୍ମ ବିଡ଼ମ୍ବନହୋଇବ ଅକାଳ ମରଣ

  148. Couplet 148

    ଭଣଜା ହସ୍ତେ ଯେବେ ମୃତ୍ୟୁଯାହା କହିଛି କୁଶକେତୁ

  149. Couplet 149

    ଏଥକୁ ନିଷତ ହୋଇଲେଆଉ କି ଥିବ ଦେହ ଭଲେ

  150. Couplet 150

    ତୋହର ଆଜ୍ଞା ଶିରେ ଧରିଭୋ ରାଜା ଯିବି ଗୋପପୁରୀ

  151. Couplet 151

    ଶୁଣି ସନ୍ତୋଷ ଭୋଜରାଜାଅକ୍ରୁରେ କଲା ଦିବ୍ୟପୂଜା

  152. Couplet 152

    କଂସ ପଶିଲା ନିଜ ପୁରଅକ୍ରୁର ହୋଇଲା ବାହାର

  153. Couplet 153

    ପଥେ ସେ ବିଚାରଇ ମନେକୃଷ୍ଣଙ୍କୁ ଦେଖିବି କେସନେ

  154. Couplet 154

    ସତେ କି ଦେଖିବି ଶ୍ରୀମୁଖଖଣ୍ତିବି କୋଟିଜନ୍ମ ଦୁଃଖ

  155. Couplet 155

    ମିଳିଲା ନିଜ ପୁରେ ଯାଇଗୋବିନ୍ଦପାଦେ ଚିତ୍ତ ଦେଇ

  156. Couplet 156

    କହଇ ଦାସ ଜଗନ୍ନାଥଅକ୍ରୁର ସଜକଲା ରଥ

  157. Couplet 157

    ସେ ରଥ ପଛେ ଥାଇ ଧୀରେମନ ମୋ' ଯାଉ ଗୋପପୁରେ

  158. Couplet 158

    ସୁଜନେ ଆସ ସଙ୍ଗମେଳେକୃଷ୍ଣ ଦେଖିବା ବେନିଡ଼ୋଳେ

  159. Couplet 159

    ଅକ୍ରୁର ରଥେ ମନ ଥୁଅସଂସାର ବନ୍ଧେ ଧନ୍ଦି ନୁହଁ

  160. Couplet 160

    ବାରେ ଦେଖିଲେ କୃଷ୍ଣ ରୂପଆଉ କି ଥିବ ମନେ ତାପ

Odia Bhagabata skandha 10 adhyaya 39 | Parbani by ParibhaAsha App