Skandha 10
Adhyaya 38
Couplet 1
ଶୁଣ ରାଜନ ପରୀକ୍ଷିତ୍ଗୋପେ ଅସୁର ଉପଗତ
Couplet 2
ଅରିଷ୍ଟ ନାମେ ଷଣ୍ଢରୂପୀମିଳିଲା ବନଗିରି ବ୍ୟାପୀ
Couplet 3
ବୃଷଭରୂପୀ ମହାକାୟେଅବନୀ ଖୋଳୁଅଛି ପାୟେ
Couplet 4
ଗର୍ଜଇ ଘୋରନାଦ କରିପାଦେ କମ୍ପଇ ବସୁନ୍ଧରୀ
Couplet 5
ଲାଞ୍ଜ ଉଭାରି ବେଗେ ଧାଇଁଶୃଙ୍ଗେ ଖୋଳଇ ଉଚ୍ଚଭୂଇଁ
Couplet 6
ଅଳପ ଅଳପ ମୂତଇଚକ୍ଷୁ ବୁଜିଣ ପୁଣ ଚାହିଁ
Couplet 7
ଶୁଣି ତାହାର ଘୋରନାଦଗାଈ ଗୁଆଳୀଙ୍କ ବିଷାଦ
Couplet 8
ପତନ ହୋଇ ଗର୍ଭତଳେଦେବେ ଡ଼ରନ୍ତି ସ୍ୱର୍ଗଆଳେ
Couplet 9
ପିଠି ଉପରେ ଚୁଳ ଦେଖିପର୍ବତ ପ୍ରାୟ ଉପଲକ୍ଷ୍ୟି
Couplet 10
ମେଘ ଦିଶନ୍ତି ତା' ଉପରେଶୃଙ୍ଗଯୁଗଳ ତୀକ୍ଷ୍ଣଧାରେ
Couplet 11
ଅସୁର ବଡ଼ ଭୟଙ୍କରଗର୍ଜଇ ଅତି ଘୋରତର
Couplet 12
ଗୋପୀଗୋପାଳ ଦେଖି ଡ଼ରେପଳାଇ ଗଳେ ବନଘୋରେ
Couplet 13
ଗୋରୁଏ ପଳାଇଲେ ଦେଖିଭୟେ ବୁଜିଲେ ବେନିଆଖି
Couplet 14
ପଡ଼ିଲା ଗୋପପୁରେ ହୁରିଡ଼ାକନ୍ତି କୃଷ୍ଣନାମ ଧରି
Couplet 15
ରଖ ଗୋକୁଳ ଦାମୋଦରଆମ୍ଭେ ଯେ ଶରଣ ତୋହର
Couplet 16
ବିକଳ ଦେଖିଣ ଗୋକୁଳଧାଇଁଲେ ପ୍ରଭୁ ଆଦିମୂଳ
Couplet 17
ଆନନ୍ଦେ ତୋଳି ବେନି ଭୁଜଡ଼ାକନ୍ତି ପ୍ରଭୁ ଦେବରାଜ
Couplet 18
ଭୟ ନ କର ତୁମ୍ଭେ କେହିଅସୁର ସଂହାରିବି ମୁହିଁ
Couplet 19
ଏମନ୍ତ ବୋଲି ନରହରିଡ଼ାକିଲେ ଷଣ୍ଢ ନାମ ଧରି
Couplet 20
ରେରେ ଦଇତ୍ୟ ଷଣ୍ଢାସୁରକିପାଁ ଅଇଲୁ ଗୋପପୁର
Couplet 21
ଦୁଷ୍ଟଦଳନ ବାନା ମୋରଆଜି ପେଷିବି ଯମପୁର
Couplet 22
ଧାଇଁଲେ ବାହାନାଦ କରିସ୍ୱର୍ଗେ ଦେଖନ୍ତି ଦେବନାରୀ
Couplet 23
ଗୋବିନ୍ଦ ଦେଲେ କରତାଳଶୁଣି ଅସୁର ଅସମ୍ଭାଳ
Couplet 24
ପଛେ ଅଛନ୍ତି ଭାବଗ୍ରାହୀବାଳକକନ୍ଧେ ହସ୍ତ ଦେଇ
Couplet 25
କୃଷ୍ଣର ଶୁଣି କରତାଳିକୋପେ ଅସୁର ପରଜ୍ୱଳି
Couplet 26
କ୍ଷୁରେ ଖୋଳଇ ମହୀସ୍ଥଳଲାଞ୍ଜ ବୁଲାଇ ଅନ୍ତରାଳ
Couplet 27
ମେଘେ ଉଡ଼ିଲେ ଲାଞ୍ଜବାଏନିଶ୍ୱାସ ଖରତର ବହେ
Couplet 28
ଆଗେ ଉଭାରି ଶୃଙ୍ଗ ଦୁଇଚକ୍ଷୁ ବୁଜିଲା କୃଷ୍ଣେ ଚାହିଁ
Couplet 29
ଷଣ୍ଢ ଧାଇଁଲା ଧାତିକାରେବଜ୍ର ଯେସନେ ଇନ୍ଦ୍ରକରେ
Couplet 30
ଆଗ ହୋଇଲେ ଭାବଗ୍ରାହୀକରେ ଧଇଲେ ଶୃଙ୍ଗ ଦୁଇ
Couplet 31
ଅସୁର ନ ପାରିଲା ଯାଇପଛକୁ ଦେଲେ ହାବୁଡ଼ାଇ
Couplet 32
ଅସୁର ପାଇ ମହାତ୍ରାସଘୁଞ୍ଚିଲା ଭେଡ଼ା ଅଷ୍ଟାଦଶ
Couplet 33
ଯେହ୍ନେ ଉଭାରି ବେନିଗଜପଛେ ଘୁଞ୍ଚିଲେ ଦେବରାଜ
Couplet 34
ଦଇତ୍ୟ ମୂର୍ଚ୍ଛାଗତ ହୋଇପୁଣି ଉଠିଲା ଜ୍ଞାନ ପାଇ
Couplet 35
ଧାଇଁଲା ପବନହୁଁ ଖରଶୃଙ୍ଗ ଧଇଲେ ଚକ୍ରଧର
Couplet 36
ଅସୁର ଦେହେ ପାଦ ଦେଇତଳେ ପାଡ଼ିଲେ ବେଗେ ନେଇ
Couplet 37
ପଛ ଚରଣ ପାଦେ ଚାପିମୁଣ୍ତ ମୋଡ଼ିଲେ ବିଶ୍ୱରୂପୀ
Couplet 38
ଓଦା ବସନ ପ୍ରାୟେ ମୋଡ଼ିତା'ର ମସ୍ତକୁ ଶୃଙ୍ଗ ଝାଡ଼ି
Couplet 39
ମୁଖରୁ ବହିଲା ରୁଧିରବେଗେ ଛାଡ଼ିଲା ମୂତ୍ର ମଳ
Couplet 40
ଚାରିଚରଣ ପ୍ରସାରିଲାଗୋବିନ୍ଦ ମୁଖକୁ ଚାହିଁଲା
Couplet 41
ପ୍ରାଣ ଛାଡ଼ିଲା ମହାବଳୀଦେଖନ୍ତି ସ୍ୱର୍ଗଲୋକେ ମିଳି
Couplet 42
ଦେବେ କରନ୍ତି ପୁଷ୍ପ ବୃଷ୍ଟିଶ୍ରୀକୃଷ୍ଣ ନାଶିଲେ ଅରିଷ୍ଟି
Couplet 43
ଏମନ୍ତେ ଅସୁର ନିବାରିଉଶ୍ୱାସ କଲେ ଗୋପପୁରୀ
Couplet 44
ଗୋପୀ-ଗୋପାଳ ନନ୍ଦମେଳେସ୍ତୁତି କରନ୍ତି ପାଦତଳେ
Couplet 45
ଗୋପୀଏ ଚାହାଁନ୍ତି ଶ୍ରୀମୁଖଖଣ୍ତିଲେ ଭବଭୟ-ଦୁଃଖ
Couplet 46
କୃଷ୍ଣ ଚରଣେ ଦେଇ ଚିତ୍ତକହଇ ଦାସ ଜଗନ୍ନାଥ