Skip to content
paribhaasha

Skandha 10

Adhyaya 37

  1. Couplet 1

    ଶୁଣ ପରୀକ୍ଷ ଦଣ୍ତଧାରୀଗୋପନଗର ନରନାରୀ

  2. Couplet 2

    କୃଷ୍ଣ ବନକୁ ଯିବା ଚାହିଁକହନ୍ତି ଯଶୋଦା ବସାଇ

  3. Couplet 3

    ଶୁଣ ଗୋ ନନ୍ଦର ଘରଣୀତୋ' ସୁତ କୃଷ୍ଣର କାହାଣୀ

  4. Couplet 4

    ବାଙ୍କନୟନ ଚାଳି ଧୀରେମୁରଲୀ ଲଗାଇ ଅଧରେ

  5. Couplet 5

    ଅଙ୍ଗୁଳି ବେଣୁ ରନ୍ଧ୍ରେ ଦେଇତ୍ରିଭଙ୍ଗ ଛନ୍ଦେ ଉଭା ହୋଇ

  6. Couplet 6

    ବାମକପୋଳ ଢ଼ାଳି ଧୀରେନିବେଶି ବାମ ବାହୁମୂଳେ

  7. Couplet 7

    କପାଳେ କସ୍ତୁରୀ ବିରାଜେପୀତବସନ କଟି ସାଜେ

  8. Couplet 8

    ଯମୁନା କଦମ୍ବର ମୂଳେବେଣୁ ବଜାନ୍ତେ କୁତୂହଳେ

  9. Couplet 9

    ଆକାଶେ ସିଦ୍ଧଗଣ ତୁଲେଦେବକାମିନୀ ମୋହ ଗଲେ

  10. Couplet 10

    ଲଜ୍ଜା ଛାଡ଼ିଲେ କାମଭୋଳେକେଶବସନ ଅସମ୍ଭାଳେ

  11. Couplet 11

    ଶୁଣ ଗୋ ବେଣୁଧର ମାତାତୋ'ର କୁମର ଚିତ୍ର କଥା

  12. Couplet 12

    ହୃଦେ ଲମ୍ବାଇ ବନମାଳଅଳପ ହସି ତୋ'ର ବାଳ

  13. Couplet 13

    ବେଣୁ ବଜାଏ ଯେବେ ବନେଆରତ ହୋନ୍ତି ଜନ୍ତୁଗଣେ

  14. Couplet 14

    ଗୋରୁ ମହିଷ ମୃଗଯୂଥଶୁଣି ତୋ' ସୁତ ବେଣୁଗୀତ

  15. Couplet 15

    ତୃଣ କବଳ ଉପେକ୍ଷିଲେମୁରଲୀ ନାଦେ ଚିତ୍ତ ଦେଲେ

  16. Couplet 16

    ବତ୍ସାଏ ମୁଖ ଦେଇ ସ୍ତନେଶୁଣନ୍ତି ମୁଦ୍ରିତ ଲୋଚନେ

  17. Couplet 17

    ଚିତ୍ରପ୍ରତିମା ପ୍ରାୟ ହୋଇଜନ୍ତୁଙ୍କ ଚକ୍ଷୁ ନ ଚଳଇ

  18. Couplet 18

    ପୁଷ୍ପ ସ୍ତବକେ ଶିଖୀ ପୁଚ୍ଛରଙ୍ଗ ମୃତ୍ତିକା ମାଲକାଛ

  19. Couplet 19

    ଆମ୍ଭ କୁମର ଘେନି ସଙ୍ଗେଗୋରୁଙ୍କୁ ଚରାନ୍ତି ସୁରଙ୍ଗେ

  20. Couplet 20

    ନଦୀଏ ନ ବହନ୍ତି ଘନେଶୁଣି ତୋ' ସୁତ ବେଣୁସ୍ୱନେ

  21. Couplet 21

    ଅତି ସଧୀରେ ବହେ ବାରିପବନେ ଉଜାଣି ଲହରୀ

  22. Couplet 22

    ତା' ପାଦରଜେ ଚିତ୍ତ ଦେଇବହଇ କି ସେ ସ୍ଥିର ହୋଇ

  23. Couplet 23

    ପବନ ଆଣିବ ଉଡ଼ାଇଆମ୍ଭେ ତରିବୁ ରେଣୁ ପାଇ

  24. Couplet 24

    ଆଦି ପୁରୁଷ ପ୍ରାୟ ସେହିଆମ୍ଭ ବାଳକ ସଙ୍ଗେ ଥାଇ

  25. Couplet 25

    ଗିରି ନିକଟେ ପଶୁଗଣେଚରନ୍ତି ତୃଣ ତୋଷମନେ

  26. Couplet 26

    ଗୋରୁଙ୍କ ନାମ ବେଣୁସ୍ୱନେଡାକନ୍ତି ମଧୁର ବଚନେ

  27. Couplet 27

    ଲତାଏ ତରୁଙ୍କୁ ଆବୋରିଫଳ ପଲ୍ଲବ ପୁଷ୍ପେ ଭରି

  28. Couplet 28

    ଢ଼ାଳନ୍ତି ଚାମର ପରାଏବସନ୍ତ ସୁଶୀତଳ ବାୟେ

  29. Couplet 29

    ବୃକ୍ଷେ ହୋଇଲେ ପୁଲକିତଶୁଣି ତା' ମୁରଲୀର ଗୀତ

  30. Couplet 30

    ମଧୁ ବରଷିଲେ ଗହଳଯେହ୍ନେ ନୟନୁ ଅଶ୍ରୁଜଳ

  31. Couplet 31

    ସୁନ୍ଦରବର ତୋ କୁମରତୁଳସୀମାଳ ଲମ୍ବେ ଊର

  32. Couplet 32

    ଗନ୍ଧେ ଭ୍ରମର ନ ଛାଡ଼ନ୍ତିବେଣୁ ଶବଦେ ଆବୋରନ୍ତି

  33. Couplet 33

    ନଦୀ ତଡ଼ାଗ ଜଳେ ଥାଇହଂସ ସାରସେ ସ୍ଥିର ହୋଇ

  34. Couplet 34

    ମନ ନିରୋପି ବେଣୁସ୍ୱନେମୁଦ୍ରିତ ହୋଇଲେ ଲୋଚନେ

  35. Couplet 35

    ନାନା କୁସୁମେ ବେଶ ହୋଇରୋହିଣୀସୁତ ସଙ୍ଗେ ଥାଇ

  36. Couplet 36

    ବେଣୁ ଶବଦେ ତୋ'ର ବଳାଅଶେଷ ବ୍ରହ୍ମାଣ୍ତ ମୋହିଲା

  37. Couplet 37

    ଇନ୍ଦ୍ରବଚନେ ମେଘମାଳେସୁନ୍ଦର ଗଗନମଣ୍ତଳେ

  38. Couplet 38

    ମିତ୍ରର ଶ୍ରମ ବନେ ଚାହିଁମେଘେ ଢ଼ାଙ୍କିଲେ ଛତ୍ର ହୋଇ

  39. Couplet 39

    ଗୋପେ ବିବିଧ ରସେ ପୂରିଶିଖିଛି ବେଣୁନାଦ କରି

  40. Couplet 40

    ସପତ ସ୍ୱରେ ବେଣୁବାଇବାଙ୍କନୟନେ ରଙ୍ଗେ ଚାହିଁ

  41. Couplet 41

    ତୋ'ର ନନ୍ଦନ ବେଣୁସ୍ୱରେବ୍ରହ୍ମାଶଙ୍କର ଇନ୍ଦ୍ରତୁଲେ

  42. Couplet 42

    ମୁନିଙ୍କ ସଙ୍ଗେ ବନ ମଧ୍ୟେମୋହ ହୋଇଲେ ବେଣୁନାଦେ

  43. Couplet 43

    ଅପୂର୍ବ ଶୁଣ କୃଷ୍ଣମାଏଧ୍ୱଜ ଅଙ୍କୁଶ ପଦ୍ମ‌ପାୟେ

  44. Couplet 44

    ଚିତ୍ରିତ କଲା ବନଭୂଇଁମତ୍ତମାତଙ୍ଗ ପ୍ରାୟ ହୋଇ

  45. Couplet 45

    ତା'ର ଚାଲିବା ଦେଖି ମାଏଚାଲିତ ନ ପାରୁଁ ଭେଡ଼ାଏ

  46. Couplet 46

    ବୃକ୍ଷଙ୍କ ଗତି ଆମ୍ଭେ ଭଜୁଚାହିଁ ନ ପାରି ଚକ୍ଷୁ ବୁଜୁ

  47. Couplet 47

    ମଦନଶରେ ହେଉଁ ଭୋଳଫିଟଇ କବରୀ ଅଞ୍ଚଳ

  48. Couplet 48

    ମଣି-ଗୁଞ୍ଜରା ଶିରେ ଧରିଗାଈଙ୍କ ପଛେ ବନେଚାରୀ

  49. Couplet 49

    ତୁଳସୀମାଳା ଶୋହେ ହୃଦେଭୁଜ ଗୋପାଳ ପୁଅ କନ୍ଧେ

  50. Couplet 50

    ମଧୁର ସ୍ୱରେ ବେଣୁବାଇଚାଲନ୍ତି ଚଉଦିଗେ ଚାହିଁ

  51. Couplet 51

    ହରିଣୀଗଣ କୃଷ୍ଣ ଚାହିଁବେଣୁ ଶବଦେ ଚିତ୍ତ ଦେଇ

  52. Couplet 52

    ଛାଡ଼ିଣ ସୁତ ଗୃହବାସକ୍ଷଣେ ନ ଛାଡ଼ନ୍ତି ତା' ପାଶ

  53. Couplet 53

    ସକଳ ଗୁଣଙ୍କର ସିନ୍ଧୁମୁଖମଣ୍ତଳ ପୂର୍ଣ୍ଣଇନ୍ଦୁ

  54. Couplet 54

    ଉତ୍ତରୀଛଳେ କୁନ୍ଦମାଳସଙ୍ଗତେ ଗୋରୁ ଗୋପବାଳ

  55. Couplet 55

    କାଳିନ୍ଦୀତଟେ ତୋ' କୁମରହୃଦୟ ଭେଦିଲା ଆମ୍ଭର

  56. Couplet 56

    ପବନ ଯୋଗେ ବୃକ୍ଷଡ଼ାଳେଲାଗନ୍ତି ତା'ର ପାଦତଳେ

  57. Couplet 57

    ତ୍ରିଦଶେ ବାଦ୍ୟନାଦ କରିସ୍ତୁତି କରନ୍ତି ବ୍ରହ୍ମଚାରୀ

  58. Couplet 58

    ବିବିଧ ଅଙ୍ଗଭଙ୍ଗୀ ତା'ରମହିମା କେ କରୁ ଗୋଚର

  59. Couplet 59

    ଇନ୍ଦ୍ରର ଛଳେ ତୋ' କୁମରକରେ ତୋଳିଲା ଗିରିବର

  60. Couplet 60

    ବ୍ରହ୍ମା ଶଙ୍କର ଆଦିକରିବନ୍ଦିଲେ ତା'ର ପାଦ ଧରି

  61. Couplet 61

    ଗୋଧନ ଘେନି ଦିନ ଅନ୍ତେଗୋପେ ସେ ଆସନ୍ତି ଉଷତେ

  62. Couplet 62

    ଗୋଧୂଳି ଭୂଷଣ ଶରୀରଜୀବନ ଦହେ ଗୋ ଆମ୍ଭର

  63. Couplet 63

    ଗୋପବାଳକ ଇଷ୍ଟଦାତାଦେବକୀ ଦେବୀ ଯା'ର ମାତା

  64. Couplet 64

    ନକ୍ଷତ୍ର ପ୍ରାୟ ଗୋପବାଳତୋ' ସୁତ ଶଶାଙ୍କମଣ୍ତଳ

  65. Couplet 65

    ବେନିଲୋଚନ ମତ୍ତଭୋଳେନାଚେ ଗୋପାଳ ପୁଅମେଳେ

  66. Couplet 66

    ଗୋରୁଙ୍କ ଧୂଳି ମୁଖେ ମିଶିବଦରୀ ଫଳ ପ୍ରାୟ ଦିଶି

  67. Couplet 67

    ରତ୍ନକୁଣ୍ତଳ କର୍ଣ୍ଣେ ଶୋହେରୂପେ କୋଟିଏ କାମମୋହେ

  68. Couplet 68

    ଚାଲଇ ମତ୍ତଗଜ ଛନ୍ଦମୁଖ ତା ପୂର୍ଣ୍ଣମୀର ଚାନ୍ଦ

  69. Couplet 69

    ଆମ୍ଭେ ଗୋ ଚାହିଁ ତା'ର ମୁଖଖଣ୍ତୁ ବିରହ ତାପ ଦୁଃଖ

  70. Couplet 70

    ନନ୍ଦଘରଣୀ ଆଗେଯାଇଏମନ୍ତ କୃଷ୍ଣଲୀଳା କହି

  71. Couplet 71

    ଗୋଟିଏ କୃଷ୍ଣ ପାଦେ ଚିତ୍ତଦିନକୁ ଦିନ ଅପ୍ରମିତ

  72. Couplet 72

    ଛାଡ଼ିଲେ ଭବବନ୍ଧ-ଭ୍ରମକୃଷ୍ଣ ହୁଁ ନ ଜାଣନ୍ତି ଆନ

  73. Couplet 73

    ସେ ଗୋପୀଗୋପଙ୍କ ପୟରେମନ ମୋ ରହୁ ନିରନ୍ତରେ

  74. Couplet 74

    ନାମ ମୋହର ଜଗନ୍ନାଥଭକତି ଛାଡ଼ି ଅରକ୍ଷିତ

  75. Couplet 75

    ବ୍ରାହ୍ମଣକୁଳେ ଜାତ ହୋଇହରି ଭକତି ମୋର ନାହିଁ

  76. Couplet 76

    ସୁଜନଜନେ ହରିପଥେସେବକ କରି ନିଅ ମୋତେ

  77. Couplet 77

    ନିବିଡ଼-ମୋହ-ଜଡ଼େ ଥାଇକୃଷ୍ଣଚରଣେ ମନ କାହିଁ

  78. Couplet 78

    ଏ ଘୋର-ସଂସାର-ସାଗରଏଣେ ହୋ ବିଶ୍ୱାସ ନ କର

  79. Couplet 79

    ନିରତେ ଭଜ ଦୃଢ଼ଚିତ୍ତେହରିଚରଣ ଅବିରତେ

  80. Couplet 80

    ବ୍ରହ୍ମ ହୁଁ କୀଟ ଜନ୍ମଯାଏସକଳେ ଛାଡ଼ି ମାୟାମୋହେ

  81. Couplet 81

    କେବଳ ଗୋବିନ୍ଦ ଭରସାଛାଡ଼ ସକଳ ମାୟା ଆଶା

  82. Couplet 82

    ପଥିକ ଯେହ୍ନେ ପଥଶ୍ରମେମିଳନ୍ତି ବୃକ୍ଷର ଆଶ୍ରମେ

  83. Couplet 83

    ଶ୍ରମ ସରିଲେ ଯେଝାମତେଚଳନ୍ତି ବୃକ୍ଷ ଥାଇପଥେ

  84. Couplet 84

    ଏସନ ସଂସାର କୁଟୁମ୍ବସୁଖ ଦୁଃଖରେ ପରାଭବ

  85. Couplet 85

    ଗୋବିନ୍ଦ ବିନା ଆଶ୍ରେ ତା'ରଅନ୍ୟଥା ନାହିଁ ପ୍ରତିକାର

  86. Couplet 86

    ପୁରାଣ ଶିରି ଭାଗବତବାଇଙ୍କ ପ୍ରାୟେ କଲି ଗୀତ

  87. Couplet 87

    ପଣ୍ତିତେ ନ କରିବା ହାସତୁମ୍ଭ ଶ୍ରୀଚରଣେ ମୁଁ ଦାସ

  88. Couplet 88

    ବିନୋଇ ହୋଇଣ ବିଶ୍ୱାସକହଇ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 37 | Parbani by ParibhaAsha App