Skandha 10
Adhyaya 36
Couplet 1
ଏବେ ହୋ ଶୁଣ ନରନାଥକୃଷ୍ଣ ଚରିତ ଭାଗବତ
Couplet 2
ଦିନେକ ଦେବ ଦଇତ୍ୟାରିସଙ୍ଗତେ ଘେନି ଗୋପନାରୀ
Couplet 3
ବଳଦେବଙ୍କୁ ଘେନି ସଙ୍ଗେମିଳିଲେ ବୃନ୍ଦାବନ ଲାଗେ
Couplet 4
ଶୀତଳ-ବସନ୍ତର ବାୟେବନେ ବିଜୟ ଦେବରାୟେ
Couplet 5
ଶଶାଙ୍କ-କିରଣେ ରଜନୀସୁନ୍ଦର ଦିଶେ ବନଭୂମି
Couplet 6
ରାମଗୋବିନ୍ଦ ଗୋପନାରୀବିବିଧମତେ ନାନାକେଳି
Couplet 7
ମଧ୍ୟେ ବିଜୟ ହଳଧରଗୋପୀ ସାନନ୍ଦେ ଗୀତସ୍ୱର
Couplet 8
କୃଷ୍ଣ କରନ୍ତି ଗୀତନାଦହରିଲେ କାମିନୀ ବିଷାଦ
Couplet 9
କୁନ୍ଦ ମଲ୍ଲିକା ଗନ୍ଧସାରଶୀତଳ ବହଇ ସମୀର
Couplet 10
ଗୋବିନ୍ଦ ଗୀତ ଶୁଣି କର୍ଣ୍ଣେମୂର୍ଚ୍ଛିତ ହେଲେ ପଶୁଗଣେ
Couplet 11
ପୁଲକ ହୋନ୍ତି ବୃକ୍ଷପନ୍ତିସ୍ୱର୍ଗେ ଦେବତା କଲେ ସ୍ତୁତି
Couplet 12
ଶୁଣି ଗୋବିନ୍ଦ ଗୀତନାଦଗୋପୀ ପାଇଲେ ମନେ ଖେଦ
Couplet 13
କଟିମେଖଳା ଝୀନବାସକବରୀ ହୋଇଲା ଉଶ୍ୱାସ
Couplet 14
ମଦନଭୋଳେ ଗୀତଗାଇଗୋପୀ ମୋହିଲେ ଭାବଗ୍ରାହୀ
Couplet 15
ଏମନ୍ତ ଶୁଣି ନରନାଥସର୍ପେ ହୋଇଲା ଶଙ୍ଖଚୂଡ଼
Couplet 16
ଦେଖନ୍ତି ରାମ ବନମାଳୀଗୋପୀଙ୍କ ମଧ୍ୟେ ଆସି ମିଳି
Couplet 17
ଉତ୍ତର ଦିଗୁଁ ଫୁଫୁ କରିଦେଖି ପଳାନ୍ତି ବ୍ରଜନାରୀ
Couplet 18
ଡ଼ାକନ୍ତି ରାମକୃଷ୍ଣ ରଖଏବନେ ହୋଇଲୁ ନିରେଖ
Couplet 19
ଶାର୍ଦ୍ଦୁଳେ ଦେଖି ଗୋରୁପଲଯେହ୍ନେ ପଳାନ୍ତି ଅନ୍ତରାଳ
Couplet 20
ଶୁଣି ଧାଇଁଲେ ବେନିଭାଇନଡ଼ର ବୋଲି ଡ଼ାକ ଦେଇ
Couplet 21
କରେ ଉପାଡ଼ି ବେନିଶାଳମିଳିଲେ ଗୋପୀଙ୍କର ମେଳ
Couplet 22
ଯମର ଦୂତ ପ୍ରାୟେ ହୋଇଦେଖି ଶଙ୍ଖଚୂଡ଼ ପଳାଇ
Couplet 23
ଗୋପକାମିନୀ ମଧ୍ୟେ ଥିଲାଜୀବନ ଭୟେ ପଳାଇଲା
Couplet 24
ତାହାର ଶିରେ ମଣି ଚାହିଁବେଗେ ଧାଇଁଲେ ଭାବଗ୍ରାହୀ
Couplet 25
ପଛେ ରହିଲେ ହଳଧାରୀଗୋପକାମିନୀଙ୍କି ଆବୋରି
Couplet 26
ପଛେ ଗୋଡ଼ାନ୍ତେ ନାରାୟଣସର୍ପ ହୋଇଲା ବଳ କ୍ଷୀଣ
Couplet 27
ମୁଷ୍ଟି ପ୍ରହାରି ସର୍ପ ଶିରେମଣି ଘେନିଲେ କୃଷ୍ଣ କରେ
Couplet 28
ଗୋବିନ୍ଦ ମୁଷ୍ଟି ଶିରେ ଲାଗିସର୍ପ ହୋଇଲା ମୋକ୍ଷଭାଗୀ
Couplet 29
ଗୋବିନ୍ଦ ମଣି ଘେନି କରେମିଳିଲେ ରାମର ଛାମୁରେ
Couplet 30
ରାମର କରେ ମଣି ଦେଇପ୍ରଣାମ କଲେ ଭାବଗ୍ରାହୀ
Couplet 31
ସେ ରାମକୃଷ୍ଣ ପାଦଗତେନମଇଁ ଦାସ ଜଗନ୍ନାଥେ
Couplet 32
କର ସୁଦୟା ବେନିଭାଇମରୁଛି ଭବେ ପଡ଼ି ମୁହିଁ