Skandha 10
Adhyaya 35
Couplet 1
କହନ୍ତି ଶୁକ ପୁଣ୍ୟକର୍ମାଶୁଣ ହୋ ଶ୍ରୀକୃଷ୍ଣ ମହିମା
Couplet 2
ଦିନେକ ନନ୍ଦ ଆଦି ଲୋକେତୀର୍ଥ ଉତ୍ସବ କଉତୁକେ
Couplet 3
ଅମ୍ବିକାପୂଜାର ବିଧାନେଗୋପୀଗୋପାଳ ତୋଷମନେ
Couplet 4
ଶକଟେ ନାନାଦ୍ରବ୍ୟ ଭରିଗୋପୁଁ ବାହାର ନରନାରୀ
Couplet 5
କାନନେ ମିଳିଲେ ସକଳେନିର୍ମଳ ସରସ୍ୱତୀ କୂଳେ
Couplet 6
ଗୋପାଳେ ନିତ୍ୟକର୍ମ ସାରିପୁଜିଲେ ଶଙ୍କର ଗଉରୀ
Couplet 7
ବିବିଧ ଦ୍ରବ୍ୟ ଉପହାରେତୋଷିଲେ ଭବାନୀଶଙ୍କରେ
Couplet 8
ଗୋରୁ କାଞ୍ଚନ ମିଷ୍ଟଅନ୍ନଶିବ ସନ୍ତୋଷେ ଦେଲେ ଦାନ
Couplet 9
ବୋଲନ୍ତି ଦେବ ତ୍ରିଲୋଚନଆମ୍ଭରେ ହୋଇବା ପ୍ରସନ୍ନ
Couplet 10
ସୁଲଭ ଲତା ତୃଣ ଜଳଯେମନ୍ତେ ଗୋରୁ ଦ୍ୟନ୍ତି କ୍ଷୀର
Couplet 11
ସର୍ବବିପଦ ବିଘ୍ନନାଶଭୋ ଦେବଦେବ ବିଶ୍ୱବାସ
Couplet 12
ଏମନ୍ତ ବୋଲି ସ୍ତୁତି କଲେହର-ଚଣ୍ତିଙ୍କି ଆରାଧିଲେ
Couplet 13
ଆନନ୍ଦେ ବଞ୍ଚିଲେ ଦିବସନୃତ୍ୟଖଟଣି ଗୀତରସ
Couplet 14
ବ୍ରତ ଆଚରି ଶୁଚିମନ୍ତେସେବନେ ଶୋଇଲେ ନିଶ୍ଚିନ୍ତେ
Couplet 15
ନନ୍ଦ ସୁନନ୍ଦ ଆଦିକରିଗୋପର ଯେତେ ନରନାରୀ
Couplet 16
ରଜନୀ ଘୋର ଅନ୍ଧକାରଯଶୋଦା କୋଳେ ଦାମୋଦର
Couplet 17
ଘୋର ଗହନ ଅର୍ଦ୍ଧନିଶିସର୍ପେ ମିଳିଲା ତହିଁ ଆସି
Couplet 18
କେହି ନଦେଖିଲେ ନୟନେମିଳିଲା ନନ୍ଦର ଶୟନେ
Couplet 19
ମୁଖ ବିସ୍ତାରି ମହାକାୟେକୋପେ ଗିଳିଲା କଣ୍ଠଯାଏ
Couplet 20
ସର୍ପଉଦରେ ଥାଇ ନନ୍ଦବିକଳେ ଡ଼ାକଇ ଗୋବିନ୍ଦ
Couplet 21
ହେ କୃଷ୍ଣ ସର୍ପ ବଳୀୟାରଗିଳିଲା ମୋହର ଶରୀର
Couplet 22
ବହନ ଆସ ବେନିଭାଇପିତା ତୁମ୍ଭର ନାଶ ଯାଇ
Couplet 23
ନନ୍ଦର ଦେଖିଣ ବିକଳଗୋପାଳେ ପାଡ଼ନ୍ତି ଚହଳ
Couplet 24
ଉଠି ଧାଇଁଲେ ଧାତିକାରେକାଷ୍ଠ-ପାଷାଣ ଘେନି କରେ
Couplet 25
ସର୍ପ ଉପରେ ନେଇ ପିଟିନନ୍ଦ ଶରୀରେ ଅଛି ଘୋଟି
Couplet 26
କୃଷ୍ଣ ଧାଇଁଲେ ତାହା ଶୁଣିନିଦ୍ରା ଉପେକ୍ଷି ସେହିକ୍ଷଣି
Couplet 27
ସର୍ପକୁ ଦେଖି କୋପଭରେପାଦ ପ୍ରହାରିଲେ ଉପରେ
Couplet 28
କୃଷ୍ଣର ଲାଗି ଶ୍ରୀପୟରପ୍ରାଣ ଛାଡ଼ିଲା ଅଜଗର
Couplet 29
ତକ୍ଷଣେ ନିଜ ରୂପ ହୋଇତେଜେ ବିରାଜେ ବନଭୂଇଁ
Couplet 30
ଦିବ୍ୟପୁରୁଷ ଅବତାରତୁଲ୍ୟ ନୁହଁନ୍ତି ବିଦ୍ୟାଧର
Couplet 31
ଗଞ୍ଜଇ ଦଶଦିଶ ଦେହେପଡ଼ିଲା କୃଷ୍ଣ ପଦ୍ମପାୟେ
Couplet 32
ଦେଖି ତାହାର ଦିବ୍ୟଭେକହସିଲେ ପ୍ରଭୁ ପଦ୍ମମୁଖ
Couplet 33
ବିବିଧ ରତ୍ନମାଳ ରେଖଶରଦଚନ୍ଦ୍ର ପାୟେ ମୁଖ
Couplet 34
ବିବିଧ ଆଭରଣ ଦେହେଶିର ଦେଇଛି କୃଷ୍ଣପାୟେ
Couplet 35
ବୋଲନ୍ତି ଦେବକୀନନ୍ଦନକୋମଳ ମଧୁର ବଚନ
Couplet 36
ଏ ତ ଅଟଇ ବିପରୀତସର୍ପ ଉଦରୁ ତୋର ଜାତ
Couplet 37
ତୋ ରୂପେ ପଟାନ୍ତର ନାହିଁକିପାଇଁ ଥିଲୁ ସର୍ପ ହୋଇ
Couplet 38
କହ ଏ କେବଣ ବେଭାରଶୁଣିତେ ଶରଧା ମୋହର
Couplet 39
ସଂସାରେ ତୋ'ର ରୂପ ଦେଖିପିଛାଡ଼ି ନ ପାରନ୍ତି ଆଖି
Couplet 40
ଏଗତି ପାଇଲୁ କେମନ୍ତେସର୍ପଶରୀର ବିପରୀତେ
Couplet 41
କୃଷ୍ଣବଚନ ଶୁଣି ଧୀରେକରଅଞ୍ଜଳି ଦେଇ ଶିରେ
Couplet 42
ବେନି ଲୋଚନୁ ବହେ ନୀରବୋଲଇ ଶୁଣ ବେଣୁଧର
Couplet 43
ଭୋ ନାଥ ଶୁଣିମା ଅନନ୍ତମୁଁ ଇନ୍ଦ୍ର ଦେବତାର ସୁତ
Couplet 44
ଅତି ସୁନ୍ଦର ରୂପ ଦେଖିପିତା ମୋ' ନାମ ଉପଲକ୍ଷ୍ୟି
Couplet 45
ରୂପେ ମୋହିଲି ତିନିପୁରସୁଦରଶନ ନାମ ମୋର
Couplet 46
ଶୁଣିମା ପ୍ରଭୁ ଦାଶରଥିଗର୍ବେ ହୋଇ ମୁଢ଼ମତି
Couplet 47
ଅଙ୍ଗିରା ଋଷିଙ୍କର ବାଳେଖେଳନ୍ତି କଳ୍ପବୃକ୍ଷ ତଳେ
Couplet 48
ଦଇବେ ଋଷିଙ୍କ କୁମରତପସାଧନେ ଅସୁନ୍ଦର
Couplet 49
ତାହାଙ୍କୁ ବୋଇଲି ଧିକ୍କାରିଏ ଦେହ କିପାଁ ଅଛ ଧରି
Couplet 50
ଦେଖ ମୋହର ଦିବ୍ୟରୂପଶ୍ରମେ କି ସାଧୁଅଛ ତପ
Couplet 51
ରକତ ମାଂସ ଦେହେ ନାହିଁଶୁଭ୍ର ଦିଶିବ ତୁମ୍ଭେ କାହିଁ
Couplet 52
ମୁଖକୁ ନାହିଁ ପଟାନ୍ତରଯେସନେ ଚମ୍ପକ ବାନର
Couplet 53
କର ଚରଣ ବେକ ଜିଣିଯେସନେ ଭଲ୍ଲୁକ ଚାହାଣି
Couplet 54
ଏମନ୍ତ ଉପହାସ କଲିଖେଳର ସ୍ଥାନରେ ମିଳିଲି
Couplet 55
ଶୁଣି ଚାହିଁଲେ କୋପବହିବୋଇଲେ ସର୍ପ ହୁଅ ତୁହି
Couplet 56
କୁତ୍ସିତ ଅଜଗର ରୂପୀରହିବୁ ବନଗିରି ବ୍ୟାପୀ
Couplet 57
ବନଗହନେ ପାଅ ଦୁଃଖଯେହୁ ପଡ଼ିବ ତୋର ମୁଖ
Couplet 58
ସେ ବଳି ହୋଇବ ତୋହରପାଇଲେ କରିବୁ ଆହାର
Couplet 59
ଗରବ ବହିଲୁ ଯେ ମନେସର୍ପ ତୁ ହୁଅ ବୃନ୍ଦାବନେ
Couplet 60
ଶୁଣି ଯୋଡ଼ିଲି ବେନିକରଭୟେ କମ୍ପିଲି ଥରହର
Couplet 61
ପଡ଼ି ତାହାଙ୍କ ପାଦତଳେକାନ୍ଦିଲି ଜୀବନ ବିକଳେ
Couplet 62
ମୋ'ର ବିକଳ ଦେଖି ମନେଦୟା ବସିଲା ମୁନିଜନେ
Couplet 63
ବୋଇଲେ ଯାଅ ମଞ୍ଚପୁରଏ ଦେହେ ହୁଅ ଅଜଗର
Couplet 64
ମଥୁରା ବୃନ୍ଦାବନ ଲାଗେଗୋବର୍ଦ୍ଧନର ପୂର୍ବଭାଗେ
Couplet 65
ସାରଦା ନଦୀର ଉତ୍ତରରେଥାଅ ତୁ କୁଞ୍ଜବନ ଘୋରେ
Couplet 66
ଭାରା-ନିବାରଣେ ମୁରାରିମନୁଷ୍ୟଦେହେ ଅବତରି
Couplet 67
ଗୋପାଳ ମେଳେ ଯାତ୍ରାକାଳେଭେଟିବୁ ସରସ୍ୱତୀକୂଳେ
Couplet 68
ନନ୍ଦକୁ ଗିଳିବୁ ତୁ ଯାଇଦେଖି ଧାଇଁବେ ଭାବଗ୍ରାହୀ
Couplet 69
ତୋହର ଉପରେ ଶ୍ରୀଧରକୋପେ ପ୍ରହାରିବେ ପୟର
Couplet 70
ତେବେ ହୋଇବୁ ଶାପୁଁ ପାରପୁଣି ଆସିବୁ ନିଜପୁର
Couplet 71
ତେଣୁ ହୋଇଲି ଅଜଗରତୁ ହରି କଲୁ ମୋତେ ପାର
Couplet 72
ତୁ ଯେ ଜଗତଜନ ବନ୍ଧୁମୋତେ ଉଦ୍ଧର ଦୟାସିନ୍ଧୁ
Couplet 73
ମୋତେ ପ୍ରସନ୍ନ ହୁଅ ହରିପୁରାଣ- ପୁରୁଷ-ମୁରାରି
Couplet 74
ଲାଗିଣ ତୋହର ପୟରହୋଇଲି ପ୍ରହ୍ମଶାପୁଁ ପାର
Couplet 75
ଭୋନାଥ ଶରଣ ତୋହରଅଶେଷ-ବ୍ରହ୍ମାଣ୍ତ-ଠାକୁର
Couplet 76
ଏବେ ମୁଁ ହୋଇଲି ମୁକତମେଲାଣି ଦିଅ ଜଗନ୍ନାଥ
Couplet 77
ତୋହର ନାମ କର୍ଣ୍ଣେ ଶୁଣିତରନ୍ତି ଭବଜଳୁଁ ପ୍ରାଣୀ
Couplet 78
ଧନଜୀବନ ଆଦି କରିପବିତ୍ର ହୋନ୍ତି ନରନାରୀ
Couplet 79
ତୋହର ପାଦ ଲାଗି ମୁହିଁନିସ୍ତାର ହୋଇଲି ଗୋସାଇଁ
Couplet 80
ସୁଦରଶନ ଏତେ କହିପୟରେ ଶିର ଦେଲା ନେଇ
Couplet 81
କୃଷ୍ଣଙ୍କୁ ପ୍ରଦକ୍ଷିଣ କଲାତକ୍ଷଣେ ଗଗନେ ଚଳିଲା
Couplet 82
ଦେବବିମାନେ ବସି କରିଯାଇ ମିଳିଲା ସ୍ୱର୍ଗପୁରୀ
Couplet 83
ନନ୍ଦକୁ ରଖିଲେ ଗୋବିନ୍ଦଗୋପାଳେ ଦେଖିଣ ଆନନ୍ଦ
Couplet 84
କୃଷ୍ଣ ମହିମା ଗୁଣ ଦେଖିଗୋପଗୋପୀ ଭୟ ଉପେକ୍ଷି
Couplet 85
ସୁଖେ ପହିଲା ଘୋର ନିଶିରବିକିରଣ ପରକାଶି
Couplet 86
ହରଗଉରୀ ପୂଜା ସାରିଗୋପେ ଚଳିଲେ ନରନାରୀ
Couplet 87
ଗୋପାଳେ ସକଳ ସମ୍ଭାରଘେନି ଚଳିଲେ ଗୋପପୁର
Couplet 88
ଯା'ନ୍ତେ କହନ୍ତି କୃଷ୍ଣକଥାଛାଡ଼ିଲେ ମନୁ ଦୁଃଖ ଚିନ୍ତା
Couplet 89
ଇନ୍ଦ୍ର କୁମରେ କୃଷ୍ଣ ତାରିଗୋପେ ବିଜୟ ନରହରି
Couplet 90
ପରୀକ୍ଷେ ଶୁକମୁନି କହେସୁଜନଜନେ କର ଲୟେ
Couplet 91
କହଇ ଦାସ ଜଗନ୍ନାଥହରିଚରିତ ଭାଗବତ