Skip to content
paribhaasha

Skandha 10

Adhyaya 34

  1. Couplet 1

    କହନ୍ତି ବ୍ୟାସଙ୍କ ତନୁଜଶୁଣ ପରୀକ୍ଷ ମହାରାଜ

  2. Couplet 2

    ଗୋପୀଏ କୃଷ୍ଣ ବୋଲ ଶୁଣିଚିନ୍ତା ଛାଡିଲେ ମନେ ଗୁଣି

  3. Couplet 3

    ସେ ବାଲିକୁଦେ ହୃଷୀକେଶଆରମ୍ଭ କଲେ କେଳିରସ

  4. Couplet 4

    ରାସଉତ୍ସ›ବେ ବ୍ରଜନାରୀଏକର କର ଆରେ ଧରି

  5. Couplet 5

    ଅନନ୍ତ ମାୟାଯୋଗ କରିଷୋଳସହସ୍ର ରୂପ ଧରି

  6. Couplet 6

    ଗୋପୀ କେ ଗୋବିନ୍ଦ ଗୋଟିଏସ୍ୱର୍ଗେ ଦେଖନ୍ତି ଦେବତାଏ

  7. Couplet 7

    କେ କଣ୍ଠତଟେ ଭିଡ଼ି ତୋଷେଚୁମ୍ବନ ଦିଅନ୍ତି ହରଷେ

  8. Couplet 8

    କୃଷ୍ଣର ଦେଖି କ୍ରୀଡ଼ାରସତ୍ରିଦଶେ ହୋଇଲେ ହରଷ

  9. Couplet 9

    ଗନ୍ଧର୍ବ ଯକ୍ଷ ଅପସରୀବିମାନେ ଗଗନେ ସଞ୍ଚରି

  10. Couplet 10

    ଦେଖନ୍ତି ଗୋବିନ୍ଦର କେଳିସପତ-ସ୍ୱର୍ଗଲୋକେ ମିଳି

  11. Couplet 11

    ଦୁନ୍ଦୁଭିନାଦ ଗୀତସ୍ୱରେକୁସୁମ ବରଷନ୍ତି ଶିରେ

  12. Couplet 12

    ଗନ୍ଧର୍ବେ ଅପସରୀ ମେଳେନୃତ୍ୟ କରନ୍ତି ରସଭୋଳେ

  13. Couplet 13

    ହରି-ବିନୋଦେ ବ୍ରଜନାରୀଆନନ୍ଦେ ବୃନ୍ଦାବନେ ପୁରି

  14. Couplet 14

    ଅମରେ ସ୍ୱଦାରା ସହିତେବିମାନେ ବସି ଶୂନ୍ୟପଥେ

  15. Couplet 15

    ଦେଖନ୍ତି ଗୋବିନ୍ଦର ନୃତ୍ୟସମସ୍ତେ ହୋଇ ମୋହଗତ

  16. Couplet 16

    ଗୋପୀଙ୍କ ଢ଼ଳିବାର ଗତିଅଙ୍ଗଭଙ୍ଗିମା ଝଲକନ୍ତି

  17. Couplet 17

    ବଳୟ ନୂପୁର ଶବଦେକିଙ୍କିଣି ତାଳ ଗୀତନାଦେ

  18. Couplet 18

    କେହି ନ ଶୁଣନ୍ତି ଗହଳେକୃଷ୍ଣର ମାୟାଯୋଗ ବଳେ

  19. Couplet 19

    ନୀଳପର୍ବତ ମଧ୍ୟେ ହରିଯେସନେ ସୁବର୍ଣ୍ଣପାଚେରୀ

  20. Couplet 20

    ଗୋପୀଙ୍କ ମଧ୍ୟେ ଶିରୀରଙ୍ଗସୁନ୍ଦର କୋଟିଏ ଅନଙ୍ଗ

  21. Couplet 21

    ନୃତ୍ୟ କରନ୍ତି ଗୋପନାରୀଗୀତେ ମୋହିଲେ ନରହରି

  22. Couplet 22

    ବେନି ଯୁବତୀ କନ୍ଧେ କରଦେଇଣ ଉଭା ଚକ୍ରଧର

  23. Couplet 23

    ଏ ବିଧି ସବୁ ନାରୀ କନ୍ଧେଭୁଜଯୁଗଳ ଦେଇ ଛନ୍ଦେ

  24. Couplet 24

    ଯେହ୍ନେ କନକକଣ୍ଠି ବେନିମଧ୍ୟରେ ଶୋହେ ନୀଳମଣି

  25. Couplet 25

    ହୋଇଣ ଅନେକ ପୀରତିମଣ୍ତଳ ଆକାର ଯୁବତୀ

  26. Couplet 26

    ପାଦ ଚାଳନ୍ତି ଅଙ୍ଗଭଙ୍ଗେଭ୍ରୁକୁଟି କୁଟିଳ ଅପାଙ୍ଗେ

  27. Couplet 27

    କୁଚମଣ୍ତଳୁ ବସ୍ତ୍ର ଚଳିନାଚନ୍ତି ଦେଇ କରତାଳି

  28. Couplet 28

    ମୁଖେ ଶୋହଇ ଶ୍ରମଝାଳକବରୀ ଖସି ଫୁଲମାଳ

  29. Couplet 29

    ବସ୍ତ୍ର ପଡ଼ଇ ଫିଟି ତଳେକଟୀମେଖଳା ଅସମ୍ଭାଳେ

  30. Couplet 30

    ବିଜୁଳି ଯେହ୍ନେ ନୀଳମେଘେଦିଶନ୍ତି ଗୋବିନ୍ଦର ଲାଗେ

  31. Couplet 31

    ଗୋପୀଏ ମିଳି ନୃତ୍ୟରସେଗାବନ୍ତି ଗୀତ ମନତୋଷେ

  32. Couplet 32

    ଅତି ସୁସ୍ୱରେ କଲେ ଗାନଶବଦେ ପୂରିଲା ଗଗନ

  33. Couplet 33

    ଏକ ଗୋପିକା କୃଷ୍ଣ ସଙ୍ଗେଆଳାପ କଲା ଗୀତରାଗେ

  34. Couplet 34

    ଷଡ଼ଜ ଆଦି ପଞ୍ଚସ୍ୱରମୋହିଲା କମଳାର ବର

  35. Couplet 35

    ସେ ନାଦ ଘେନି ଆର ଗୋପୀଆଳାପ କଲାକ ନିରୋପି

  36. Couplet 36

    ଧ୍ରୁବତାଳରେ ବିଶ୍ରାମିଲାଶୁଣି ହସନ୍ତି ନନ୍ଦବଳା

  37. Couplet 37

    କେ ଶ୍ରମେ କୃଷ୍ଣ ପାଶେ ଥାଇଭୁଜେ ଆଲିଙ୍ଗନ କରଇ

  38. Couplet 38

    କୃଷ୍ଣର କନ୍ଧେ ଦେଇ ହସ୍ତଶିଥିଳ ହେଲା ଝୀନବସ୍ତ୍ର

  39. Couplet 39

    କବରୀ ଫିଟି ଫୁଲମାଳେଅବନୀ ପଡ଼ିଲେ ଗହଳେ

  40. Couplet 40

    ଶ୍ରୀକୃଷ୍ଣ ଭୁଜ ଧରି ଗୋପୀଆଘ୍ରାଣ କଲା ଶ୍ୱାସ କ୍ଷେପି

  41. Couplet 41

    ଚନ୍ଦନେ ସାମଳିଲା ହୋଇଉତ୍ପଳ ପ୍ରାୟେକ ବାସଇ

  42. Couplet 42

    ଆଘ୍ରାଣ କରି ନାସା ଦ୍ୱାରେରୋମାଞ୍ଚ ହୋଇଲା ଶରୀରେ

  43. Couplet 43

    କେ ଗୋପୀ ନାଟଶ୍ରମ ପାଇଗୋବିନ୍ଦ କର୍ଣ୍ଣମୂଳେ ଯାଇ

  44. Couplet 44

    କୁଣ୍ତଳ ତଳେ ମୁଖ ଦେଲାଚୁମ୍ବନ୍ତେ ତାମ୍ବୁଳ ପାଇଲା

  45. Couplet 45

    କେ ଭୁଜ ଧରି କୁଚେ ଚାପିକେ ମୁଖେ ଚାହାଁନ୍ତି ନିରୋପି

  46. Couplet 46

    କଟିମେଖଳା କ୍ଷୁଦ୍ରଘଣ୍ଟିଶବଦ କରି ନୃତ୍ୟେ ଫୁଟି

  47. Couplet 47

    ଗୋବିନ୍ଦ କର ଦେଇ ଶିରେଶ୍ରମ ଛାଡ଼ିଲେ ସୁଖଭରେ

  48. Couplet 48

    କୃଷ୍ଣଙ୍କୁ କାନ୍ତପଣେ ପାଇଗୋପୀ ରମିଲେ ତୋଷ ହୋଇ

  49. Couplet 49

    ହରିର କଣ୍ଠେ ଭୁଜ ଦେଇତୋଷେ ରମିଲେ ଗୀତ ଗାଇ

  50. Couplet 50

    ନୀଳ ଉତ୍ପଳ ଗୋପୀ କର୍ଣ୍ଣେଅଳକେ ଶୋହେ ଝାଳ ଶ୍ରମେ

  51. Couplet 51

    ବଳୟ ନୂପୁର ଶବଦେଗୋବିନ୍ଦ ନାଚନ୍ତି ଆନନ୍ଦେ

  52. Couplet 52

    ଭ୍ରମିଣ ରଙ୍ଗେ ନୃତ୍ୟକରିରାସ ଉ›ତ୍ସବେ ବ୍ରଜନାରୀ

  53. Couplet 53

    କବରୀ ଫିଟି ଫୁଲମାଳକଟିମେଖଳା ଅସମ୍ଭାଳ

  54. Couplet 54

    ଏମନ୍ତେ ନାନାରସ ବନ୍ଧେଗୋବିନ୍ଦ ରମନ୍ତି ଆନନ୍ଦେ

  55. Couplet 55

    କୁବେର ଯେହ୍ନେ ଗିରିଶିଖେକିନ୍ନରୀ ରମେ ଆତ୍ମା ସୁଖେ

  56. Couplet 56

    ବାଳକ ନିଜ ବିମ୍ବ ଦେଖିଖେଳଇ ଯେହ୍ନେ ହୋଇ ସୁଖୀ

  57. Couplet 57

    କୃଷ୍ଣର ଅଙ୍ଗସଙ୍ଗ ଲାଗିଗୋପୀ ହୋଇଲେ ଶ୍ରମଭାଗୀ

  58. Couplet 58

    କେଶ ବସନ ସ୍ତନବାସଖସିଲେ ଭୂଷଣ ଅଶେଷ

  59. Couplet 59

    କୃଷ୍ଣର କ୍ରୀଡ଼ାରସ ଦେଖିତ୍ରିଦଶବଧୂଜନେ ସୁଖୀ

  60. Couplet 60

    ନକ୍ଷତ୍ରଗଣ ଚନ୍ଦ୍ର ସଙ୍ଗେସକଳେ ପୀଡ଼ିଲେ ଅନଙ୍ଗେ

  61. Couplet 61

    ଗୋପୀକେ କୃଷ୍ଣରୂପ ହୋଇଲୀଳାବିନୋଦେ ଭାବଗ୍ରାହୀ

  62. Couplet 62

    ଯାହାର ନାହିଁ ରୂପରେଖଗୋପୀଙ୍କି ଦେଲେ ଆତ୍ମା ସୁଖ

  63. Couplet 63

    ଗୋପୀଙ୍କ ମୁଖେ ଘର୍ମ ଚାହିଁକରେ ପୋଛନ୍ତି ଭାବଗ୍ରାହୀ

  64. Couplet 64

    ଯେ ଯାହା ଅଳଙ୍କାର ଭରିଗୋପୀ ଚାହାନ୍ତି ନରହରି

  65. Couplet 65

    କୃଷ୍ଣ ନଖକ୍ଷତ ପାଇଁଆନନ୍ଦେ ପୁଲକିତ ହୋଇ

  66. Couplet 66

    କୃଷ୍ଣର କର୍ମଗୁଣ ମୁଖେକହନ୍ତି ଏକକୁ ଆରକେ

  67. Couplet 67

    ବ୍ରଜକାମିନୀ ଘେନି ସଙ୍ଗେସ୍ତନକୁଙ୍କୁମ କୃଷ୍ଣ ଅଙ୍ଗେ

  68. Couplet 68

    ବ୍ରହ୍ମଯାମିନୀ ଅବଶେଷସମୟ ଜାଣି ହୃଷିକେଶ

  69. Couplet 69

    ଜଳକ୍ରୀଡ଼ାକୁ ମନ କରିଗୋପୀଙ୍କି ଘେନି ବନମାଳୀ

  70. Couplet 70

    ପଶିଲେ କାଳିନ୍ଦୀ ଭିତରେଶ୍ରମ-ଆରତ ଖଣ୍ତିବାରେ

  71. Couplet 71

    କରିଣୀଯୂଥେ ଗଜ ଯେହ୍ନେଗୋପୀଙ୍କ ଶ୍ରମ ଜାଣି ମନେ

  72. Couplet 72

    ଗୋବିନ୍ଦ ଦେହେ ଗୋପନାରୀଜଳ ସିଞ୍ଚନ୍ତି କରେ ଧରି

  73. Couplet 73

    କଟାକ୍ଷେ ଚାହାଁନ୍ତି ଶ୍ରୀମୁଖଖଣ୍ତିଲେ କୋଟିଜନ୍ମ ଦୁଃଖ

  74. Couplet 74

    ବିମାନେ ଥାଇ ଦେବନାରୀପୁଷ୍ପ ବରଷି ସ୍ତୁତି କରି

  75. Couplet 75

    ଗଜେନ୍ଦ୍ର ପ୍ରାୟ ରଙ୍ଗମେଳେଲୀଳା ବିନୋଦେ ନଦୀଜଳେ

  76. Couplet 76

    ଚନ୍ଦ୍ର କିରଣେ ବନଭୂମିସୁନ୍ଦର ପ୍ରକାଶେ ଯାମିନୀ

  77. Couplet 77

    ବ୍ରଜଅବଳା ଘେନି ସଙ୍ଗେକୃଷ୍ଣ କ୍ରୀଡ଼ନ୍ତି ସୁଖରଙ୍ଗେ

  78. Couplet 78

    ଯାହାର ନାହିଁ ରସଚ୍ୟୁତଅଚ୍ୟୁତ ନାମ ତେଣୁ ଖ୍ୟାତ

  79. Couplet 79

    ଶୁଣି ଅଭିମନ୍ୟୁନନ୍ଦନଚାହିଁଲେ ଶୁକଙ୍କ ବଦନ

  80. Couplet 80

    ସଭୟେ କହଇ ମଧୁରଚରଣେ ଦେଇ ବେନିକର

  81. Couplet 81

    ଭୋ ମୁନି ଅସମ୍ଭବ ବାଣୀସଂଶୟ ଲାଗିଲା ତ ଶୁଣି

  82. Couplet 82

    ମନୁଷ୍ୟ ଅଂଶେ ଜାତ ହୋଇଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ

  83. Couplet 83

    ଅଧର୍ମ ନାଶିବାର ଆଶେଜାତ ହୋଇଲେ ଯଦୁବଂଶେ

  84. Couplet 84

    ଧର୍ମ‌ପାଳନ ନରହରିସେ କିପାଁ ଅଧର୍ମ ଆଚରି

  85. Couplet 85

    ଜଗତଜନ ଗୁରୁ ପିତାନୀତି ଅନୀତି ଅଧିଷ୍ଠାତା

  86. Couplet 86

    ଯା' ନାମ ମୁକତିପସରାସେ କିପାଁ କଲେ ପରଦାରା

  87. Couplet 87

    ମହାନିଶାରେ ଜଳେ ପଶିକ୍ରୀଡ଼ା କଲେକ ବ୍ରହ୍ମରାଶି

  88. Couplet 88

    ବେଦ-ବିରୋଧୀ କର୍ମ କରିନିଷେଧବନ୍ଧ ପରିହରି

  89. Couplet 89

    ସଂସାରେ ନୁହିଁଇ ଏ ଭଲକର୍ମକାଣ୍ତକୁ ଯେହୁ ସଲ

  90. Couplet 90

    ଈଶ୍ୱର ହୋଇ ହୀନକର୍ମକିପାଁ ଛାଡ଼ିଲେ ନିଜ ଧର୍ମ

  91. Couplet 91

    ନିଜ ମହିମା ଆତ୍ମାରତସେ କିମ୍ବା କଲେ ବିପରୀତ

  92. Couplet 92

    କି ଅଭିପ୍ରାୟ ନ ଜାଣଇସଂଶୟ ଛେଦ ମୋ ଗୋସାଇଁ

  93. Couplet 93

    ରାଜା ବଦନ ଚାହିଁ ମୁନିକହନ୍ତି କୃଷ୍ଣ ଭାବ ଘେନି

  94. Couplet 94

    ଶୁଣ ରାଜନ ଭାଗବତଏ ବଡ଼ଲୋକଙ୍କର ମତ

  95. Couplet 95

    ଏହାଙ୍କ କର୍ମ ବିପରୀତଯେଣୁ ଏ ତେଜେ ବଳବନ୍ତ

  96. Couplet 96

    ତେଣୁଟି ଦୋଷଗୁଣ ନାହିଁଅଗ୍ନି ଯେସନେ ସର୍ବ ଦହି

  97. Couplet 97

    ସତ୍ୟପୁରୁଷ ଆତ୍ମାରତଆବୋରି ଅଛଇ ଜଗତ

  98. Couplet 98

    ତୁ ଅବା ବେଦକର୍ମ କହୁବେଦପାଦରୁ ଜନ୍ମ ଯେହୁ

  99. Couplet 99

    ତେଣୁ ସେ ନମାନନ୍ତି ତାହାଖଟାନ୍ତି ପରିଚାରେ ଯାହା

  100. Couplet 100

    ଏହାଙ୍କ ମତ ଯେ ଆଚରିମନବଚନେ ଦେହ ଧରି

  101. Couplet 101

    ତୁ ଅବା ବୋଲୁ ମହିଲୋକେଏକଥା କରିବେଟି ଥୋକେ

  102. Couplet 102

    ବଡ଼ର କର୍ମ ଅନୁସରିସାନ କି ତାହା କରିପାରି

  103. Couplet 103

    ଯେବେ କରିବେ ମୂଢ଼ପଣେନାଶ ହୋଇବେ ତତ୍‌କ୍ଷଣ

  104. Couplet 104

    ଜଳଧିମନ୍ଥନର ବିଷରୁଦ୍ରହୁଁ ଆନେ ନାହିଁ ଗ୍ରାସ

  105. Couplet 105

    କୃଷ୍ଣ ଯେ ଧଇଲେ ମନ୍ଦରଦ୍ୱାଦଶଯୁଣ ଗିରିବର

  106. Couplet 106

    ଆନର ଶକ୍ୟ ନୋହେ କରିଅଙ୍ଗୁଳି ଅଗ୍ରେ ଗିରି ଧରି

  107. Couplet 107

    ଏହାଙ୍କ ବଚନ ହିଁ ସତ୍ୟଆନ ନ କରନ୍ତି ଏମନ୍ତ

  108. Couplet 108

    ଯେ ବୁଦ୍ଧିମନ୍ତ ସାଧୁ ଧୀରସେ ନ କରିବେ ଏ ବେଭାର

  109. Couplet 109

    ଈଶ୍ୱର ଆଦିଙ୍କର ମତଅଳପଜନେ ବିପରୀତ

  110. Couplet 110

    ପଶୁ-ମନୁଷ୍ୟ-ଦେବଙ୍କରଈଶ୍ୱରଙ୍କର ସେ ଈଶ୍ୱର

  111. Couplet 111

    ଯାହାର ଦେହବୁଦ୍ଧି ନାହିଁଶୁଭ-ଅଶୁଭ ତାର କାହିଁ

  112. Couplet 112

    ଯାହାର ପାଦପଦ୍ମ ଧୂଳିଆନନ୍ଦ ହୋଇ ଶିରେ ବୋଳି

  113. Couplet 113

    ନିଶ୍ଚଳ ଯୋଗେ ଶ୍ରମ କରିକର୍ମ ନାଶନ୍ତି ବ୍ରହ୍ମଚାରୀ

  114. Couplet 114

    ଯାହାର ପଦ୍ମ‌ପାଦ ବାରିଆନନ୍ଦେ ଶିବ ଶିରେ ଧରି

  115. Couplet 115

    ତାହାର ଜନ୍ମବନ୍ଧ ନାହିଁଇଚ୍ଛା ସମ୍ପଦ ଯା'ର ଦେହୀ

  116. Couplet 116

    ଗୋପୀ ଗୋପାଳ ଆଦିକରିଜନ୍ତୁ ଜୀବନ ଯେ ଆବୋରି

  117. Couplet 117

    ଜଗତଜନ ତାରିବାରେଯେ ଜାତ ମନୁଷ୍ୟ ଶରୀରେ

  118. Couplet 118

    ତା'ର ଚରିତ ମନେ ଚିନ୍ତିଭକତିପଥ ଆବୋରନ୍ତି

  119. Couplet 119

    ଗୋପେ ଗୋବିନ୍ଦ ମାୟା ମୋହିକୋପ ନ କଲେ ଗୋପୀ ଚାହିଁ

  120. Couplet 120

    ପାଶେ ଥିବାର ପ୍ରାୟେ ମଣିଗୋପାଳେ ଦେଖନ୍ତି ତରୁଣୀ

  121. Couplet 121

    ପୂର୍ବହୁଁ ଅଧିକ ସେନେହଯୁବତୀଜନେ ନାହିଁ କୋହ

  122. Couplet 122

    ଶୁଣ ରାଜନ କୃଷ୍ଣରସବ୍ରହ୍ମଯାମିନୀ ହେଲା ଶେଷ

  123. Couplet 123

    ଏମନ୍ତେ ରଜନୀ ପାହିଲାଗଗନେ ଅରୁଣ ଦିଶିଲା

  124. Couplet 124

    କୃଷ୍ଣର ଅଙ୍ଗସଙ୍ଗ ପାଇଗୋପୀଏ ଗଲେ ତୋଷ ହୋଇ

  125. Couplet 125

    କୃଷ୍ଣ ଚରଣେ ଦେଇ ମନମିଳିଲେ ଯେ ଯାହା ଭୁବନ

  126. Couplet 126

    ଗୋପୀ ଗୋବିନ୍ଦ କେଳିବନଏଣେ ଯେ ହୋନ୍ତି ସାବଧାନ

  127. Couplet 127

    ଭକତି ହୃଦେ ପରିମାଣିଏଣେ ଭେଟିବେ ଚକ୍ରପାଣି

  128. Couplet 128

    ସକଳ ଦୁରିତରୁ ତରେସେ ନ ପଡ଼ଇ ମାୟା ଘୋରେ

  129. Couplet 129

    ବୋଲଇ ଦାସ ଜଗନ୍ନାଥରାସଉତ୍ସ›ବ ଭାଗବତ

  130. Couplet 130

    ସୁଜନଜନେ ଏହା ଚିନ୍ତିଏଣେ ଛାଡ଼ିବ ମନଭ୍ରାନ୍ତି

  131. Couplet 131

    ଭକତି ହୋଇବ ତୁମ୍ଭରହେଳେ ତରିବ ମାୟାଘୋର

  132. Couplet 132

    ମୁଁ ଛାର ହୀନ ମୂଢ଼ପଣେସେବଇ ତୁମ୍ଭର ଚରଣେ

  133. Couplet 133

    ମୋହର ନ ଘେନିବା ଦୋଷଗୀତେ କହିଲି କୃଷ୍ଣରସ

  134. Couplet 134

    ପୁରାଣ କଲି ଗୀତରସଯାହା ବୋଇଲେ ପୀତବାସ

  135. Couplet 135

    କେ ତାହା କରିବଟି ଆନସବୁରି ପ୍ରଭୁ ଭଗବାନ

  136. Couplet 136

    ଯହୁଁ ମୁଁ ହରିସେବା କଲିଭାବେଣ ତୃପତ ନୋହିଲି

  137. Couplet 137

    ଆଜ୍ଞା ମାଗିଲି ପାଦେ ପଡ଼ିଧ୍ୟାନ ଧାରଣା କର୍ମ ଛାଡ଼ି

  138. Couplet 138

    ମୋ ମନ ହୋଇଲା ପ୍ରସନ୍ନଆଜ୍ଞା ଯେ ଦେଲେ ଭଗବାନ

  139. Couplet 139

    ପୁରାଣ ଦେଶଭାଷା ଗୀତରଚିବୁ ଶିରୀଭାଗବତ

  140. Couplet 140

    ତୋହର ହୃଦେ ଆମ୍ଭେ ଥାଇପଦକୁ ପଦ ଦେବୁ କହି

  141. Couplet 141

    ଅଠର ସହସ୍ର ଶୋଳକଟୀକା ବଖାଣ ଏକୁ ଏକ

  142. Couplet 142

    ପୂର୍ବେ ପରୀକ୍ଷିତ ଆଗରକହିଲେ ଶୁକ ମୁନିବର

  143. Couplet 143

    ତାହା ପ୍ରକାଶ ମଞ୍ଚେ କରଆଜ୍ଞା ସେ ଦେଲେ ଦାମୋଦର

  144. Couplet 144

    ତେଣୁ ମୁଁ ଏ ଗ୍ରନ୍ଥରେ ପଶିଗୀତ ପ୍ରବନ୍ଧରସେ ରସି

  145. Couplet 145

    ସୁଜନେ ଶୁଣ ଏକ ଚିତ୍ତେହରିଙ୍କି ଭଜ ଅନୁବ୍ରତେ

  146. Couplet 146

    ପୁରାଣ ଶିରୀଭାଗବତବେଦର ମଧ୍ୟେ ସାରସ୍ୱତ

  147. Couplet 147

    ଶୁକ କହିଲେ ଯେଉଁ କଥାଶୁଣିଲେ ଛାଡ଼େ ଭାବବ୍ୟଥା

  148. Couplet 148

    ଶ୍ରୀକୃଷ୍ଣ ଗୋପକ୍ରୀଡ଼ା ରସକହଇ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 34 | Parbani by ParibhaAsha App