Skip to content
paribhaasha

Skandha 10

Adhyaya 33

  1. Couplet 1

    କହନ୍ତି ଶୁକ ମହାମୁନିଶୁଣ ରାଜନ ଚୂଡ଼ାମଣି

  2. Couplet 2

    ଏମନେ ବନେ ଗୋପନାରୀକାନ୍ଦନ୍ତି କୃଷ୍ଣନାମ ଧରି

  3. Couplet 3

    ଜୀବନ କୃଷ୍ଣପାଦେ ଦେଇଦିଶ-ଆକାଶ ନ ଦିଶଇ

  4. Couplet 4

    ରୋଦନ ଉଚ୍ଚସ୍ୱରେ ଧ୍ୱନିକ୍ଷତ ହରିଣୀପ୍ରାୟେ ଜାଣି

  5. Couplet 5

    ଗୋପୀଙ୍କ ରୋଦନ ଶବଦରାତ୍ରେ କୋକିଳସ୍ୱର ନାଦ

  6. Couplet 6

    ଶୁକ ଝିଙ୍କାରୀ ପକ୍ଷୀକୁଳଶୁଣିଲେ ଗୋପୀଙ୍କ ବିକଳ

  7. Couplet 7

    ପୃଥ୍ୱୀ ସହିତେ ଶୋକ କରିଆକାଶ ଦିଗେ ଧ୍ୱନି ପୂରି

  8. Couplet 8

    ଶ୍ରୀହରି ନାମ କୀରିତନରୋଦନ କରି ଅଚେତନ

  9. Couplet 9

    ଭକ୍ତବତ୍ସ›ଳ ଦୟାନିଧିଶରଣ ସୋଦର ବାରିଧି

  10. Couplet 10

    ଭକତଜନ ମୋକ୍ଷପାଳଶୁଣିଲେ ଗୋପୀଙ୍କ ବିକଳ

  11. Couplet 11

    ଭାବକୁ ନିକଟ ମୁରାରିଗର୍ବ ଯେ କଲେ ଗୋପନାରୀ

  12. Couplet 12

    ବନେ ଅନେକ ଦୁଃଖ ଦେଇତୋଷ ହୋଇଲେ ଭାବଗ୍ରାହୀ

  13. Couplet 13

    ଯେସନେ ଜଳଦେ ବିଜୁଳିଗୋପୀଙ୍କ ମଧ୍ୟେ ଯାଇ ମିଳି

  14. Couplet 14

    ନୀଳ ଶରୀର ପୀତବାସମୁଖପଙ୍କଜେ ମନ୍ଦହାସ

  15. Couplet 15

    କଣ୍ଠେ ଲମ୍ବଇ ବନମାଳସୁନ୍ଦର ମଦନଗୋପାଳ

  16. Couplet 16

    ଭୁଜ ବିସ୍ତାରି ନରହରିଡ଼ାକନ୍ତି ଆସ ଗୋପନାରୀ

  17. Couplet 17

    ଗୋପୀ ଚାହିଁଲେ ତାହା ଶୁଣିମଧ୍ୟେ ବିଜୟ ଚକ୍ରପାଣି

  18. Couplet 18

    ଜୀବନ ପାଇଲେ ସକଳେଗୋପୀ ଉଠିଲେ ଏକାବେଳେ

  19. Couplet 19

    ପତଙ୍ଗଅନଳକୁ ଚାହିଁଯେହ୍ନେ ପଡ଼ନ୍ତି ବେଗେ ଧାଇଁ

  20. Couplet 20

    ବହନ ବେଢ଼ିଲେ ମୁରାରିଧନ୍ୟଜୀବନ ବ୍ରଜନାରୀ

  21. Couplet 21

    ପରମଆତ୍ମା ପୁରୁଷକୁପାଇଣ ଦମ୍ଭ କଲେ ବୁକୁ

  22. Couplet 22

    ଅଙ୍ଗୁଳି ଛନ୍ଦନ୍ତି କେ କରେଚରଣ ଭିଡ଼ନ୍ତି ନିର୍ଭରେ

  23. Couplet 23

    କେ ବାହୁମୂଳେ କୋଳ କଲାକେ ପାଦ ଅଙ୍ଗୁଳି ଧଇଲା

  24. Couplet 24

    କେ ପିଠି କୋଳକରି ରହିକେ ଜାନୁ ଧଇଲାକ ଯାଇ

  25. Couplet 25

    କେ ମୁଖେ ମୁଖଭରି ଚାହେଁକେ ସ୍ତମ୍ଭ ପ୍ରାୟେ ହୋଇ ରହେ

  26. Couplet 26

    କେ ଗୋପୀ ନୟନ ଆକର୍ଷିକଟାକ୍ଷ ଭାବେ ଦରହାସି

  27. Couplet 27

    ବେଢ଼ି ଧଇଲେ ନାରାୟଣବିଚିତ୍ର ଭଙ୍ଗିମା କରିଣ

  28. Couplet 28

    ପଣତେ ବାନ୍ଧି ବନମାଳୀଆନନ୍ଦେ ଦେଲେ ହୁଳହୁଳି

  29. Couplet 29

    କେ କୁଚ ପରେ ଆଲିଙ୍ଗନକେ ମୁଖେ ଦିଅନ୍ତି ଚୁମ୍ବନ

  30. Couplet 30

    କେ ଗୋପୀ ଅଧରେ ଅଧରତାମ୍ବୁଳ କରନ୍ତି ଆହାର

  31. Couplet 31

    କେ ବେନିହସ୍ତେ ପାଦ ଧରିସ୍ତନେ ଚାପଇ ଗୋପନାରୀ

  32. Couplet 32

    କେ ଗୋପୀ ହୃଦେ ହସ୍ତ ଦେଇକଟାକ୍ଷ-ନୟନେ ଅନାଇଁ

  33. Couplet 33

    କେ ଦୂରୁଁ ଚାହେଁ କୋପକରିସୁରଙ୍ଗ ଅଧର କାମୋଡ଼ି

  34. Couplet 34

    କେ ଯାଇ ନ ପାରେ ଗହଳେଧୀରେ ଚାହଁଇ ବେନିଡ଼ୋଳେ

  35. Couplet 35

    ଚକ୍ଷୁ ବୁଜିଣ ରସଭରେଗୋବିନ୍ଦେ ଦେଖିଲା ଭିତରେ

  36. Couplet 36

    ଅଣ୍ତାଳି କଲା ଆଲିଙ୍ଗନତାପ ଛାଡ଼ିଲା ଗୋପୀମନ

  37. Couplet 37

    କେ ରୂପ ଦେଖି ଚକ୍ଷୁ ବୁଜିପୁଲକ କଲା ରୋମରାଜି

  38. Couplet 38

    ଆନନ୍ଦମନେ ଧ୍ୟାନ କଲାଯୋଗୀଙ୍କ ପ୍ରାୟେ ସେ ରହିଲା

  39. Couplet 39

    କୃଷ୍ଣର ଦର୍ଶନେ ଆନନ୍ଦଛାଡ଼ିଲେ ମନୁ ଚିନ୍ତା ଖେଦ

  40. Couplet 40

    ବ୍ରହ୍ମସମାଧି ଲଭି ଜନେନିଶ୍ଚଳ ହୋନ୍ତି ଯୋଗଧ୍ୟାନେ

  41. Couplet 41

    ତକ୍ଷଣେ ଉଠିଲେ ମୁରାରିଆବୋରିଛନ୍ତି ବ୍ରଜନାରୀ

  42. Couplet 42

    ଯେସନେ ବ୍ରହ୍ମ ଗୁଣବନ୍ତଅଧିକ ଶୋଭା ଗୋପୀନାଥ

  43. Couplet 43

    ଗୋପୀଙ୍କି ଘେନି ବନମାଳୀଯମୁନା ବାଲିକୁଦେ ମିଳି

  44. Couplet 44

    କୁନ୍ଦ ମନ୍ଦାର ଫୁଲ ଗନ୍ଧବିକାଶେ ଭ୍ରମର ସମ୍ପଦ

  45. Couplet 45

    ଶରଦଚନ୍ଦ୍ର ଯେହ୍ନେ ଝଳିନିର୍ମଳ ବିରାଜଇ ବାଲି

  46. Couplet 46

    କୃଷ୍ଣର ଦେହବର୍ଣ୍ଣ ଝଳିଯେସନେ ବିରାଜେ ବିଜୁଳି

  47. Couplet 47

    ପାଇଣ କୃଷ୍ଣ ଅଙ୍ଗସଙ୍ଗତାପ ଛାଡ଼ିଲେ ଗୋପୀଅଙ୍ଗ

  48. Couplet 48

    ବ୍ରହ୍ମ ବିଚାରେ ଜ୍ଞାନ ପାଇଯେହ୍ନେ ପଣ୍ତିତ ତୋଷ ହୋଇ

  49. Couplet 49

    ପାଲଟି ପାଡ଼ିଲେ ବସନକୃଷ୍ଣଙ୍କୁ ବସାଇ ଆସନ

  50. Couplet 50

    ବୋଲନ୍ତି ବସ ପ୍ରାଣନାଥବୁଲି ଯେ ଅଛ ଘୋରପଥ

  51. Couplet 51

    ବସ୍ତ୍ର ଆସନେ କୃଷ୍ଣ ବସିଗୋପୀଙ୍କ ମୁଖ ଚାହିଁ ହସି

  52. Couplet 52

    ଯାହାଙ୍କୁ ହୃଦେ ଯୋଗୀଜନେବସାନ୍ତି କଳ୍ପିତ ଆସନେ

  53. Couplet 53

    ଦିବ୍ୟ କନକ ସିଂହାସନପାଟପତନି ବିଦ୍ୟମାନ

  54. Couplet 54

    ଅମରବୃନ୍ଦ ଏକମେଳେଆସନ କରନ୍ତି ନିରୋଳେ

  55. Couplet 55

    ବସାଇ ନ ପାରନ୍ତି ହରିଧ୍ୟାନପଥରେ ଅନୁସରି

  56. Couplet 56

    ସେ ସ୍ୱାମୀ ପାଲଟା ବସନେପାଡ଼ିଣ କଲେକ ଆସନେ

  57. Couplet 57

    ଭାବକୁ ହୋଏ ଏଡ଼େ ବାଇପୂର୍ବେ ପାଲଟାବସ୍ତ୍ର ବହି

  58. Couplet 58

    ଗୋପୀଙ୍କ ଭାବ ହୃଦେ ଧରିମଧ୍ୟେ ବିଜୟ ନରହରି

  59. Couplet 59

    ଅଶେଷ-ବ୍ରହ୍ମାଣ୍ତ-ଠାକୁରରୂପେ କି ଦେବା ପଟାନ୍ତର

  60. Couplet 60

    କୃଷ୍ଣେ ବସାଇ ଗୋପୀଜନେଚାହାାଁନ୍ତି କଟାକ୍ଷ ନୟନେ

  61. Couplet 61

    ହରିର ବେନିଭୁଜ ଧରିକୋପେ ବୋଲନ୍ତି ଗୋପନାରୀ

  62. Couplet 62

    ତୁ ଧୂର୍ତ୍ତ ଚତୁର ନାଗରଆମ୍ଭଙ୍କୁ ଛାଡ଼ି ବନଘୋର

  63. Couplet 63

    ତୁ ପୁଣି ଯାଉ ଏକା ହୋଇସଖୀ ଗୋଟିଏ ସଙ୍ଗେ ଲଇଁ

  64. Couplet 64

    ନିଶାରେ ଛାଡ଼ି ଗଲୁ କେଣେଆମ୍ଭେ ବୁଲିଲୁ ବଣେ ବଣେ

  65. Couplet 65

    ଏଡ଼େ ନିଷ୍ଠୁର ତୋ'ର ଦେହୀବିପିନେ ଛାଡ଼ି ଗଲୁ କାହିଁ

  66. Couplet 66

    ଆମ୍ଭେ ତ ନୋହୁ ତୋ'ର ରିପୁତୋହର ନାମ ହୃଦେ ଜପୁ

  67. Couplet 67

    ଆମ୍ଭଙ୍କୁ ନିŸର୍ଦ୍ଦୟା ତୋହରଏବେ ଜାଣିଲୁ ବେଣୁଧର

  68. Couplet 68

    ବିଶ୍ୱାସେ ପୂତନା ପରାଣପିଇ ଯେ ଅଛୁ ନାରାୟଣ

  69. Couplet 69

    ଏତେ କହିଣ ଗୋପନାରୀବିମ୍ବଅଧର କରେ ଧରି

  70. Couplet 70

    ଶ୍ରୀମୁଖୁଁ କଲେ ମଧୁପାନଆକର୍ଷି ଦେଲେକି ଚୁମ୍ବନ

  71. Couplet 71

    ଧନ୍ୟ ଜୀବନ ଗୋପବଧୁଭାବେ ପାଇଲେ ସୁଖସିନ୍ଧୁ

  72. Couplet 72

    ସମସ୍ତେ ବେଢ଼ିଣ ବସିଲେବିଚ୍ଛେଦ କଥା ପଚାରିଲେ

  73. Couplet 73

    ବୋଲନ୍ତି ଶୁଣ ପ୍ରାଣନାଥଆମ୍ଭେ ଦେଖିଲୁ ବିପରୀତ

  74. Couplet 74

    ଭଜନ୍ତା ଜନେ କେ ଭଜଇନ ଭଜିଲେ ବା ଭଜେ କେହି

  75. Couplet 75

    ଯେ ଯା'କୁ ଭାବେଣ ଭଜଇସେ ପୁଣି ତାହାକୁ ତେଜଇ

  76. Couplet 76

    ଭୋ ନାଥ ତୋହର ପରାୟେଭାବେ ନ ଭଜନ୍ତି ଥୋକାଏ

  77. Couplet 77

    ସେ ବେନିକୁଳ ନ ଭଜନ୍ତିଭୋ ନାଥ ଫେଡ଼ ମନୁ ଭ୍ରାନ୍ତି

  78. Couplet 78

    ଶୁଣି ବୋଲନ୍ତି କୃଷ୍ଣ ହସିବରଜଯୁବତୀ ଆଶ୍ୱାସି

  79. Couplet 79

    ଶୁଣ ସକଳ ଗୋପନାରୀଯେ ଯାହା ଭାବେ ପ୍ରୀତିକରି

  80. Couplet 80

    ଏକ ଆରେକ ଉପକାରେଭଜନ୍ତି ସଂସାର ବେଭାରେ

  81. Couplet 81

    ଯହିଁ ସୁହୃଦପଣ ନାହିଁଭାବ ନ ଦେଖିଲେ ଛାଡ଼ଇ

  82. Couplet 82

    ଭାବ ନ ଦେଖିଲେ ଭଜଇତାତ ଜନନୀ ପ୍ରାୟ ହୋଇ

  83. Couplet 83

    ତାହାକୁ ବୋଲି ବଡ଼ପଣସେ ପାଇ ବିଷ୍ଣୁର ଚରଣ

  84. Couplet 84

    ଥୋକେ ଭକତ ନ ଭଜନ୍ତିଆତ୍ମବଡ଼ିମା ପ୍ରକାଶନ୍ତି

  85. Couplet 85

    ସେ ଗୁରୁଦ୍ରୋହ ଦୋଷ ପାଇଉଭୟ ଲୋକେ ସୁଖ ନାହିଁ

  86. Couplet 86

    ଶୁଣ ଗୁଆଳୀ ସାବଧାନେମୋତେଭଜନ୍ତି ଯେତେ ଜନେ

  87. Couplet 87

    ତାହାଙ୍କୁ ଭଜୁଥାଇ ମୁହିଁମୁ ତାଙ୍କ ଭକତି ଜାଣଇଁ

  88. Couplet 88

    ମୋତେ ଯେ ଭକତି କରନ୍ତିନିଶ୍ଚଳ ହୋଏ ତାଙ୍କ ମତି

  89. Couplet 89

    ଦରିଦ୍ର ଯେହ୍ନେ ଧନ ପାଇପ୍ରାଣୁ ଅଧିକ ସମ୍ଭାଳଇ

  90. Couplet 90

    କାଳେ ହରାଇ ସେହି ଧନବିଷାଦ ହୋଏ ତାର ମନ

  91. Couplet 91

    ଭାଳଇ ଧନେ ମନ ଦେଇକ୍ଷୁଧା ପିପାସା ନ ଲାଗଇ

  92. Couplet 92

    ପୁଣି ପ୍ରାପତ ହୋଏ ଧନଆତ୍ମାରୁ ଅଧିକେ ଯତନ

  93. Couplet 93

    ତେମନ୍ତ ହୋଇ ନରଲୋକେଭକତି କରୁଥା'ନ୍ତି ଥୋକେ

  94. Couplet 94

    ତୁମ୍ଭେ ତେମନ୍ତ ପ୍ରାୟେ ହୋଇମୋହର ପାଦେ ଚିତ୍ତ ଦେଇ

  95. Couplet 95

    ଲୋକ ବେଭାର ବେଦପଥଛାଡ଼ି ଭଜିଲ ଅବିରତ

  96. Couplet 96

    ପ୍ରେମେ ବିଳାପ କଲ ଯେତେଶୁଣିଲି ତୁମ୍ଭର ସଙ୍ଗତେ

  97. Couplet 97

    ପଛେ ମୁଁ ଥାଇ ତୁମ୍ଭ ତୁଲେଭକତି ଜାଣିଲଇଁ ଭଲେ

  98. Couplet 98

    ଗରବ କଲ ତୁମ୍ଭେ ଯାହାମନେ ମୁଁ ଜାଣିଲଇଁ ତାହା

  99. Couplet 99

    ସେ ଘେନି ହୋଇଲି ଅନ୍ତରଗର୍ବଗଞ୍ଜନ-ବାନା ମୋର

  100. Couplet 100

    ତୁମ୍ଭର ଗର୍ବ ଗଞ୍ଜିବାରେଅଦୃଶ୍ୟ ହୋଇଲି ଅନ୍ଧାରେ

  101. Couplet 101

    ତୁମ୍ଭର ପ୍ରେମଭକ୍ତି ଜାଣିଆସି ମିଳିଲି ଏବେ ପୁଣି

  102. Couplet 102

    ଏ କଥା ମୋର ଭଲପଣତୁମ୍ଭଙ୍କୁ ହୋଇଲା କାରଣ

  103. Couplet 103

    ଆବର ଗର୍ବ ନ କରିବମୋ' ନାମ ନିରତେ ଭାବିବ

  104. Couplet 104

    ମୋତେ ନ କର ତୁମ୍ଭେ ରୋଷମୁଁ ତୁମ୍ଭ ପୁରାଇବି ଆଶ

  105. Couplet 105

    ତୁମ୍ଭର ଭାବ ମୁଁ ଜାଣଇଛନ୍ଦ କୁଟିଳ ମାୟା ନାହିଁ

  106. Couplet 106

    ଅନେକ କାଳେହେଁ ତୁମ୍ଭରଶୁଝି ନ ପାରେ ଉପକାର

  107. Couplet 107

    ମୋହର ମାୟାର ଶାଙ୍କୋଳିଭାବେ କାଟିଲ ଗୋବାଳୀ

  108. Couplet 108

    ତୁମ୍ଭର ଜନ୍ମ ବନ୍ଧ ନାହିଁମୋତେ କିଣିଲ ଭାବ ଦେଇ

  109. Couplet 109

    ମୋ'ର ଭକତି ଯେ ଲୋଡ଼ନ୍ତିସେ ମୋ'ର ପଥ ଆବୋରନ୍ତି

  110. Couplet 110

    ମୁହିଁ ଠାକୁର ତାହାଙ୍କରସୁଜନଜନଙ୍କ ବେଭାର

  111. Couplet 111

    କହଇ ଦାସ ଜଗନ୍ନାଥମୁଁ କୃଷ୍ଣ ସେବକର ଭୃତ୍ୟ

Odia Bhagabata skandha 10 adhyaya 33 | Parbani by ParibhaAsha App