Skip to content
paribhaasha

Skandha 10

Adhyaya 32

  1. Couplet 1

    ଗୋପୀଏ ବସି ବାଲିକୁଦେକାନ୍ଦନ୍ତି ଶୋକ ଗଦଗଦେ

  2. Couplet 2

    ଭୋ ନାଥ ଯଶୋଦା କୁମରତୋ ଜନ୍ମ କାଳୁଁ ଗୋପପୁର

  3. Couplet 3

    ଦାରିଦ୍ର୍ୟ ଦୁଃଖ ତ ନ ଜାଣିଆମ୍ଭର ଘରେ କମଳିନୀ

  4. Couplet 4

    ଅନେକ ହୋଇଲା ସମ୍ପଦକେ କହୁ ଆମ୍ଭର ଆନନ୍ଦ

  5. Couplet 5

    ଆମ୍ଭ ଜୀବନ ଅଟୁ ତୁହିତୋ ତହୁଁ ଅନ୍ୟ ଗତି ନାହିଁ

  6. Couplet 6

    ତୋ'ର ସମ୍ପଦ ଭୋଗ କରିତୋ' ମୁଖ ଚାହିଁ ଦିନ ହରି

  7. Couplet 7

    ମୁରଲୀନାଦେ ଅଣାଇଲୁମୁଖୁଁ ଅମୀୟରସ ଦେଲୁ

  8. Couplet 8

    ଘୋର-ଗହନ-ବନେ ଥୋଇଅନାଥ କରି ଗଲୁ କାହିଁ

  9. Couplet 9

    ଏବେ ଦେଖାଅ ପଦ୍ମମୁଖବାରେ ଜୀବନ ଆମ୍ଭ ରଖ

  10. Couplet 10

    ତୋହର ଆଶେ ବ୍ରଜନାରୀଏ ବନେ ତୋତେ ଅନୁସରି

  11. Couplet 11

    ଆମ୍ଭର ଆରତ ବିନାଶୁକୋଟିଏ କାମ ପ୍ରାୟେ ଦିଶୁ

  12. Couplet 12

    ତୋ'ର ସେବକ ଦୁଃଖ ନାଶୁନିରେଖଜନଙ୍କୁ ଆଶ୍ୱାସୁ

  13. Couplet 13

    ତୋର ସେବକ ଆମ୍ଭେମାନେତୋ ମୁଖ ନ ଦେଖୁଁ ନୟନେ

  14. Couplet 14

    ପଥ ନ ଦିଶେ ରାତ୍ରକାଳେବୁଡ଼ାଇ ଗଲୁ ଶୋକଜଳେ

  15. Couplet 15

    ଭୋ ନାଥ କମଳଲୋଚନଦେଖାଅ ନିର୍ମଳ ବଦନ

  16. Couplet 16

    ତୋ' ମୁଖକମଳର ତେଜେଶରଦ-ପଦ୍ମ-ଶିରୀ ଗଞ୍ଜେ

  17. Couplet 17

    ସେ ଧନେ କିଣିଲୁ ଆମ୍ଭନ୍ତଏ ବନେ କଲୁ ତୁ ଅନାଥ

  18. Couplet 18

    ସୁରତନାଥ ତୁ ଆମ୍ଭରକିଣିଲା ଦାସୀ ଆମ୍ଭେ ତୋ'ର

  19. Couplet 19

    ଯାହାକୁ କିଣି ଧନ ଦେଇକେ ତାହା ଛାଡ଼େ ଭାବଗ୍ରାହୀ

  20. Couplet 20

    ସେ କି ନୋହଇ ତା'ର ବଧବେଦ ପୁରାଣେ ଏହି ବାଦ

  21. Couplet 21

    ଅନେକ ଦୁଖୁଁ ଅଛୁ ରଖିଏବେ ତୁ କଲୁ ନିରିମାଖୀ

  22. Couplet 22

    ବକ ଉଦକ ଅଘାସୁରଇନ୍ଦ୍ର ବରଷା ମହାଘୋର

  23. Couplet 23

    ବନ ଅନଳ ଷଣ୍ଢା ମୁଖୁଁତୁ ନାଥ ରଖିଛୁ ଆମ୍ଭଙ୍କୁ

  24. Couplet 24

    ତୋହର ପାଦ ଆଶ୍ରେ କରିଜନ୍ମ ମରଣକୁ ନ ଡ଼ରି

  25. Couplet 25

    ତୁ ନୋହୁଁ ଯଶୋଦା କୁମରଜୀବନ ଅଟୁ ପ୍ରାଣୀଙ୍କର

  26. Couplet 26

    ସକଳ ଜନ୍ତୁ ହୃଦେ ଥାଇଅନ୍ତର ଜାଣୁ ଭାବଗ୍ରାହୀ

  27. Couplet 27

    ତୋତେ ଚିନ୍ତିଲା ବେଦବରନାଶିଲୁ ଅବନୀର ଭାର

  28. Couplet 28

    ତେଣୁ ଯାଦବକୁଳେ ଜାତତୋହର ନାହିଁ ଆଦି ଅନ୍ତ

  29. Couplet 29

    ଭୋ ବୃଷ୍ଣିବଂଶ ଚୂଡ଼ାମଣିଆମ୍ଭର ଶିରେ ଦିଅ ପାଣି

  30. Couplet 30

    ତୋହର କର ବ୍ରହ୍ମରାଶିଜନ୍ମ ମରଣ ଭୟ ନାଶି

  31. Couplet 31

    ପଦ୍ମ ହୁଁ ଅତି ସୁକୁମାରକମଳା ବରିଅଛି ବର

  32. Couplet 32

    ତୋହର ପାଦପଦ୍ମ ଦୁଇବନେ ଗୋରୁଙ୍କ ପଛେ ଥାଇ

  33. Couplet 33

    ପ୍ରଣତଦେହୀ ପାପ ନାଶଜଳଧିତନୟାନିବାସ

  34. Couplet 34

    ସହସ୍ର ଫଣା କାଳୀୟରସୁନ୍ଦର କଲା ଯେ ପୟର

  35. Couplet 35

    ଆମ୍ଭର କୁଚେ ତା' ଲଗାଅକାମ ଅନଳ ତୁ ଲିଭାଅ

  36. Couplet 36

    ତୋହର ମଧୁର ବଚନହୃଦେ ଭାବନ୍ତି ମୁନିଜନ

  37. Couplet 37

    ଆମ୍ଭେ ତୋହର ପରିବାରୀମୂର୍ଚ୍ଛିତ ହୋଇଲୁ ମୁରାରି

  38. Couplet 38

    ତୋ'ର ଅଧରୁ ସୁଧା ଦେଇଜୀବନ ରଖ ଭାବଗ୍ରାହୀ

  39. Couplet 39

    ତୋ'ର ଚରିତ ସୁଧାବାରିଶ୍ରୁତିଯୁଗଳେ ପାନ କରି

  40. Couplet 40

    ଜନ୍ମ ମରଣ ତାପ ନାଶେଦୂରିତମାନ ଦେହୁ ଧ୍ୱଂସେ

  41. Couplet 41

    ମଙ୍ଗଳ କରେ ଶ୍ରୁତିପଥେଯେ ଯାହା ବିଚାରେ ଜଗତେ

  42. Couplet 42

    ତେଣେ ଯେ ହୋଇ ଉନମତ୍ତାସେ ନର ଚଉବର୍ଗଦାତା

  43. Couplet 43

    ତୋ' ଦରହସିତ ବଦନକୋମଳ ମଧୁର ବଚନ

  44. Couplet 44

    ଧ୍ୟାନମଙ୍ଗଳ ତୋ' ବିହାରଏକାନ୍ତ କଥା ହୃଦହାର

  45. Couplet 45

    କପଟ ପ୍ରାୟ ତୋ'ର ରୀତିଆମ୍ଭର ମନ ଏ ଦହନ୍ତି

  46. Couplet 46

    ତୁନାଥ ଗୋରୁଙ୍କର ମେଳେକାନନେ ଯାଉ ଯେତେବେଳେ

  47. Couplet 47

    କୋମଳ ପାଦପଦ୍ମ ଚାହିଁଆମ୍ଭର ହୃଦୟ ଦହଇ

  48. Couplet 48

    କଣ୍ଟା ପାଷାଣ ତୃଣ ଲାଗିନ ପୁଣ ହୋଏ ଦୁଃଖଭୋଗୀ

  49. Couplet 49

    ଯେବେ ଲୋଚନେ ଦେଖୁଁ ତାହାତେବେ ସେ ସ୍ଥିର ହୋଏ ହିଆ

  50. Couplet 50

    ବନୁ ଯେ ଆସୁ ଦିନଅନ୍ତେଆତୁର ହୋଇ ଦେଖୁଁ ପଥେ

  51. Couplet 51

    କପୋଳେ କୁଟୀଳ କୁନ୍ତଳହୃଦେ ଲମ୍ବଇ ବନମାଳ

  52. Couplet 52

    ଗୋରଜ ଦେଖି ତୋ'ର ଦେହେଆମ୍ଭ ଜୀବନ କାମ ଦହେ

  53. Couplet 53

    ତୋ'ର ଅଭୟ ପଦ୍ମ‌ପାଦଶରଣଜନଙ୍କ ସମ୍ପଦ

  54. Couplet 54

    କମଳା ଦଣ୍ତେ ନ ଛାଡ଼ଇଆପଦ କାଳେ ଯାହା ଧ୍ୟାୟି

  55. Couplet 55

    ଅନେକ ସୁଖ ପ୍ରସରଇରଖ ଆମ୍ଭଙ୍କୁ ସ୍ତନେ ଦେଇ

  56. Couplet 56

    ସୁରତ ପଣେ ବଳୀୟାରଶୋକ ବିନାଶେ ପ୍ରାଣୀଙ୍କର

  57. Couplet 57

    ସୁସ୍ୱର ବେଣୁ ଯେ ଅଧରେଜନ୍ମ ମରଣ ତାପ ହରେ

  58. Couplet 58

    ତୁ ସେ ଅଧର ସୁଧାରସଦେଇ ଆମ୍ଭର ମନ ତୋଷ

  59. Couplet 59

    ଗୋରୁ ଚରାଇ ଯାଉ ବନେତୋତେ ନ ଦେଖିଲେ ନୟନେ

  60. Couplet 60

    ନିମିଷ ଯୁଗ ପ୍ରାୟ ମଣୁଗୁରୁ ଗଉରବ ନ ଗଣୁ

  61. Couplet 61

    ତୁଯେତେବେଳେ ଗୋପେ ପଶୁପଥେ ମୁରଲୀ ନାଦ ଘୋଷୁ

  62. Couplet 62

    କୁଟୀଳ-କୁନ୍ତଳ-ବଦନଦେଖି ନ ଚଳଇ ନୟନ

  63. Couplet 63

    ପତି ତନୟ ବନ୍ଧୁ ଭାଇଆମ୍ଭେ ତେଜିଲୁ ତୋ'ର ପାଇଁ

  64. Couplet 64

    ସୁସ୍ୱରେ ଗାଉ ବେଣୁଗୀତଆମ୍ଭେ ହୋଇଲୁ ମୂରୁଛିତ

  65. Couplet 65

    ରାତ୍ରେ ଆଣିଲୁ ଘୋରବନେଆମ୍ଭଙ୍କୁ ତେଜିଲୁ କେସନେ

  66. Couplet 66

    ଏଡ଼େ ନିŸର୍ଦ୍ଦୟ ତୋ'ଶରୀରବିଶ୍ୱାସ ନାଶିଲୁ ଆମ୍ଭର

  67. Couplet 67

    ଶୁଣି ତୋ' ଏକାନ୍ତ ବଚନହୃଦୟ ଦହଇ ମଦନ

  68. Couplet 68

    ଅଳପ ହାସ୍ୟ ମୁଖ ଦେଖିପିଛାଡ଼ି ନ ପାରୁ ଯେ ଆଖି

  69. Couplet 69

    ତୋହର ଶ୍ରୀମୁଖ ଅନାଇଁଆମ୍ଭର ମନ ନ ରହଇ

  70. Couplet 70

    ଆମ୍ଭ ଆରତ ଖଣ୍ତିବାରେତୋର ଜନମ ଗୋପପୁରେ

  71. Couplet 71

    ସୁଫଳ କରଇ ସଂସାରଦେହୁ ଖଣ୍ତଇ ତମଘୋର

  72. Couplet 72

    ତୋ' ପାଦୁଁ ଆନଗତି ନାହିଁନିରାଶ ନ କର ଗୋସାଇଁ

  73. Couplet 73

    ଯେବଣ ପାଦ ଆମ୍ଭେ ଧରିସ୍ତନେ ନ ଚାପୁ ଗୋପନାରୀ

  74. Couplet 74

    କର୍କଶସ୍ତନ ଯେ ଆମ୍ଭରିପ୍ରାସ କରିବ ବୋଲି ଡ଼ରି

  75. Couplet 75

    ସେ ବେନିପାଦେ ତୃଣାଙ୍କୁରେଏବେ ଚାଲିଲୁ ବନଘୋରେ

  76. Couplet 76

    ନ ପୁଣ କ୍ଷତ ହୋଏ ପାଦମନରେ ଲଭୁଛୁଁ ବିଷାଦ

  77. Couplet 77

    ତୋହର ଦାସ ଜଗନ୍ନାଥସେ ପାଦେ ରଖ ଗୋପୀନାଥ

  78. Couplet 78

    ବୁଡ଼ିଲି ଘୋର ଭବଜଳେଉଦ୍ଧରି ଥୁଅ ନେଇ କୂଳେ

  79. Couplet 79

    ପୁରାଣରସ ଭାଗବତକହଇ ଦାସ ଜଗନ୍ନାଥ

Odia Bhagabata skandha 10 adhyaya 32 | Parbani by ParibhaAsha App