Skandha 10
Adhyaya 31
Couplet 1
ଶୁଣ ରାଜନ ତୋଷମନେକୃଷ୍ଣ ଯେ ଗଲେ ଅନ୍ତର୍ଦ୍ଧାନେ
Couplet 2
ଗୋପଯୁବତୀ ନଦୀକୂଳେଘଡ଼ିକେ ଜାଣିଲେ ସକଳେ
Couplet 3
କୃଷ୍ଣ ନ ଦେଖି ବନଘୋରେଭୟେ ଚିନ୍ତନ୍ତି ସେ କାତରେ
Couplet 4
କମ୍ପନ୍ତି ଚଉଦିଗେ ଚାହିଁରଜନୀ ଅଛି ଅର୍ଦ୍ଧ ହୋଇ
Couplet 5
ଶ୍ରୀକୃଷ୍ଣ ମାୟା ଘେନି ମେଘେମିଳିଲେ ଶଶାଙ୍କର ଲାଗେ
Couplet 6
ଦେଖି ବିକଳ ଗୋପନାରୀଡ଼ାକନ୍ତି କୃଷ୍ଣ ନାମ ଧରି
Couplet 7
ଭୋ ନାଥ ଆସ ତୁ ବହନମେଘ ଆଚ୍ଛାଦିଲା ଗଗନ
Couplet 8
ବିଶେଷେ ଯମୁନାର ତୀରେମେଘ ଅନ୍ଧାର ଘନଘୋରେ
Couplet 9
ଅନାଥ କରି ଗଲୁ କାହିଁଅନ୍ଧାରେ ପଥ ନ ଦିଶଇ
Couplet 10
ଏମନ୍ତେ କରନ୍ତି ରୋଦନକ୍ଷଣ କ୍ଷଣକେ ଅଚେତନ
Couplet 11
ନିଶି ଅନ୍ଧାର ବନଘୋରେରୋଦନ କଲେ ଉଚ୍ଚସ୍ୱରେ
Couplet 12
ବାଳୁତ ପ୍ରାୟ ହୋଇ କାନ୍ଦିଏକ ଅରକେ ଛନ୍ଦାଛନ୍ଦି
Couplet 13
କୃଷ୍ଣର ପ୍ରୀତି ଅନୁରାଗଅଳପ ହାସ ମୁଖ ରଙ୍ଗ
Couplet 14
ମଧୁର ଚାହିଁବାର ରସେମନ ନିବେଶି କୃଷ୍ଣ ପାଶେ
Couplet 15
ବାଳୁତ କାଳୁ ଯେତେ କଲାସୁମରି ଗୋବିନ୍ଦର ଲୀଳା
Couplet 16
ମନ ନିବେଶି କୃଷ୍ଣ ଦେହେଗୋପୀପଡ଼ିଲେ ଶୋକ ମୋହେ
Couplet 17
ପୁଣି ଉଠିଲେ ଜ୍ଞାନ ପାଇକହନ୍ତି ବାଇ ପ୍ରାୟ ହୋଇ
Couplet 18
କେ ବୋଲେ ମୁହିଁ ନାରାୟଣସେବଲୋ ମୋହରି ଚରଣ
Couplet 19
କେ ବୋଲେ ମୁହିଁ ନନ୍ଦବାଳଦେଖ ମୋ ଶିରେ ଗୁଞ୍ଜାମାଳ
Couplet 20
ପୁଣି ଗୋପୀଏ ଆଗସରିବୋଲଇ ମୁହିଁ ନରହରି
Couplet 21
ଦେଖ ମୋଶିଙ୍ଗା ବେଣୁ ବେତମୁଖେ ବଜାଇ ବେନି ହସ୍ତ
Couplet 22
ତ୍ରିଭଙ୍ଗ ଛନ୍ଦେ ଉଭା ହୋଇବୋଲଇ ନନ୍ଦସୁତ ମୁହିଁ
Couplet 23
କେ ବୋଲେ ଦେଖିଲଇଁ ହରିସଖୀ ଗୋଟିଏ ସଙ୍ଗକରି
Couplet 24
ଜାଣଇଁ ଏହି ପଥେ ଗଲାମୁରଲୀ ଘେନି ନନ୍ଦବାଳା
Couplet 25
ପୁଣି ଉଠିଲେ ଧାତିକାରେପଶିଲେ ଲତାକୁଞ୍ଜ ଘୋରେ
Couplet 26
ଖୋଜନ୍ତି ପଶି ବନେ ବନଡ଼ାକନ୍ତି ଆସ ନନ୍ଦନାନ
Couplet 27
ବାତୁଳଙ୍କର ପ୍ରାୟ ହୋଇପୁଚ୍ଛନ୍ତି ଆକାଶକୁ ଚାହିଁ
Couplet 28
ବୋଲନ୍ତି ଚାହିଁ ତରୁଗଣତୁମ୍ଭେ ଦେଖିଲ ନାରାୟଣ
Couplet 29
କ୍ରୋଟ ଭିତରେ ଥୋଇଅଛଏ କଥା ଅଟଇ ପ୍ରତ୍ୟକ୍ଷ
Couplet 30
ଅଶ୍ୱତ୍ଥ ବଟ ଶାଳବୃକ୍ଷେତୁମ୍ଭେ କି ଦେଖିଲ ପ୍ରତ୍ୟକ୍ଷେ
Couplet 31
ପଣସ ଅସନ ବକୁଳଚମ୍ପା ବରୁଣ ନାଗେଶ୍ୱର
Couplet 32
ବିଶେଷେ ଉଚ୍ଚବୃକ୍ଷ ଅଟଦେଖିଯେ ଥିବ ନନ୍ଦଚାଟ
Couplet 33
ତୁମ୍ଭେ ବୋଲିବ କିପାଁ ଲୋଡ଼ପରର ପାଇଁ ମୁଣ୍ତକୋଡ଼
Couplet 34
ଏମନ୍ତ ବୋଲ ଅବା ବୃକ୍ଷଆମ୍ଭ ଜୀବନ ନନ୍ଦ ବତ୍ସ
Couplet 35
ମଧୁର ହାସ୍ୟେ ଆମ୍ଭ ମନବାନ୍ଧିଣ ନେଲେ ନନ୍ଦନାନ
Couplet 36
ହେ କୁରୁବକ ନାଗେଶ୍ୱରଚମ୍ପା ପୁନ୍ନାଗ କନିଅର
Couplet 37
ତୁମ୍ଭ ପୀରତି ଘେନି ଚିତ୍ତେଗୋବିନ୍ଦ ଗଲେ କି ଏ ପଥେ
Couplet 38
ତୁ ଯେ ତୁଳସୀ ହରିପ୍ରିୟାଲୁଚାଇ କରୁଅଛୁ ମାୟା
Couplet 39
ଗୋବିନ୍ଦ ହୃଦେ ଲମ୍ବିଥାଉଆମ୍ଭେ ପଚାରିଲେ ନ କହୁ
Couplet 40
ଆମ୍ଭେ ତୋ' କଥା ଭଲେ ଜାଣିତୁ ଯେ ଆମ୍ଭର ସପତଣୀ
Couplet 41
ମାଳତୀ ମଲ୍ଲୀ ଜାଈ ଯୁଇତୁମ୍ଭେ ଦେଖିଲ ଭାବଗ୍ରାହୀ
Couplet 42
କୃଷ୍ଣର ନଖକ୍ଷତ ଲାଗିନପୁଣ ହୋଇଛ ସୁହାଗୀ
Couplet 43
ହେ ଚୂତ ପଣସ ପିଆଳଅସନ ଜମ୍ବୁ କୋବିଦାର
Couplet 44
ବେଲ ବକୁଳ ଲିମ୍ବଯୁଥେଗୋବିନ୍ଦ ଗଲେ କି ଏପଥେ
Couplet 45
ତୁମ୍ଭେ ଯେ ଯମୁନାର ତୀରେଥାଅ ଯେ ଫଳପୁଷ୍ପ ଭରେ
Couplet 46
ପରେଣ କର ଉପକାରଏ ତୁମ୍ଭ ମହତ ବିଚାର
Couplet 47
କହ ଶ୍ରୀକୃଷ୍ଣ ଗଲେ କାହିଁମରିବୁ ତା ମୁଖ ନ ଚାହିଁ
Couplet 48
ଯା'ନ୍ତେ ଦେଖିଲେ ବନଦେଶେଅବନୀ ନ ଦିଶଇ ଘାସେ
Couplet 49
ତାହାକୁ ଚାହିଁ ଗୋପନାରୀବୋଲନ୍ତି ଦେଖିଲୁକି ହରି
Couplet 50
ଏଣେ ଯେ ଗଲେ କୃଷ୍ଣ ଧାଇଁତାପାଦ ଲାଗି ତୋର ଦେହୀ
Couplet 51
ପୁଲକ ହୋଇ ଅଛି ଦେଖଆମ୍ଭେ ଯେ ହୋଇଲୁ ନିରେଖ
Couplet 52
ହରିଣୀ ଯୂଥଙ୍କୁ ଅନାଇବୋଲନ୍ତି ଶୋକଭର ହୋଇ
Couplet 53
ଆମ୍ଭେ ଜାଣିଲୁ ସତ୍ୟ ଆଜତୁମ୍ଭେ ଦେଖିଲ ଦେବରାଜ
Couplet 54
ହରି-ଚରଣଯୁଗ ଦେଖିନିର୍ମଳ କରିଅଛ ଆଖି
Couplet 55
ଏକ ଗୋପିକା ପଛେ ଥାଇବୋଲଇ ଗୋପୀଙ୍କି ଅନାଇଁ
Couplet 56
କୃଷ୍ଣ ଏବାଟେ ଯାଉଥିଲେକୁସୁମମାଳ ଛାଡ଼ିଗଲେ
Couplet 57
ବହନ ଆଣିଲା ସାଉଁଟିଦେଖାଇ କୁନ୍ଦମାଳ ଗୋଟି
Couplet 58
ଯେ ନାରୀ କୃଷ୍ଣେ ଘେନିଗଲାଏମାଳ ତା'ର ହୃଦେ ଥିଲା
Couplet 59
କୃଷ୍ଣର ଆଲିଙ୍ଗନ କାଳେଛିଡ଼ି ଗୋ ପଡ଼ିଅଛି ତଳେ
Couplet 60
ତେଣୁ ଗୋ ସୁଗନ୍ଧ ଏହାରଏବେ ପାଇବା ଦାମୋଦର
Couplet 61
ପ୍ରିୟାର କାନ୍ଧେ ଦେଇ ହାତଏପଥେ ଗଲେ ଗୋପୀନାଥ
Couplet 62
ପଦ୍ମଗୋଟିଏ ଘେନି କରେବୃକ୍ଷଙ୍କ ଫଳପୁଷ୍ପ ଭରେ
Couplet 63
ପଶି ଯେ ଗଲେ ଏଇବାଟେଦେଖିଣ ନମନ୍ତି ଉଚ୍ଚାଟେ
Couplet 64
ପୁଣି ଗୋପିଏ ବୃକ୍ଷେ ଚାହିଁମାଳତୀ ଯା'ର ହୃଦେ ଥାଇ
Couplet 65
ବୋଲଇ କେତେ ସଉଭାଗୀଦେଖ ଗୋ କୃଷ୍ଣ ନଖ ଲାଗି
Couplet 66
ପୁଲକ ହୋଇଛି ଶରୀରଯେଣୁ ଲାଗିଲା କୃଷ୍ଣକର
Couplet 67
ଏମନ୍ତେ ହୋଇ ଉନମତ୍ତକୃଷ୍ଣର ପାଦେ ଦେଇ ଚିତ୍ତ
Couplet 68
ନଟନାରୀଙ୍କ ହଟମତେଗୁଣ ପ୍ରକାଶ କଲେ ଅନ୍ତେ
Couplet 69
ମିଳିଲେ ମହାବନ ଘୋରେକାଳିନ୍ଦୀପୁଲିନ ତଟରେ
Couplet 70
ଉଜ୍ଜ୍ୱଳ ଚନ୍ଦ୍ରମା କିରଣପିକ ଝିଙ୍କାରୀ ଶୁକ ତାନ
Couplet 71
ଏକାନ୍ତ ସ୍ଥାନେ ସର୍ବେ ବସିକୃଷ୍ଣର ନାମ ଗୁଣ ଘୋଷି
Couplet 72
ଏକ ଗୋପିକା ଆଗ ସରିକୋଳେ ଚାପିଲା ଗୋପନାରୀ
Couplet 73
ତାହାର କୁଚେ ମୁଖ ଦେଇନିର୍ଭରେ ଦେଲାକ ପକାଇ
Couplet 74
ବୋଲଇ ମୁହିଁ ନାରାୟଣଶୋଷିଲି ପୂତନାର ପ୍ରାଣ
Couplet 75
ମୋତେ ଲୋ ଭଜ ଗୋପନାରୀଚାପଇ କରେ କର ଧରି
Couplet 76
ଏକ ଗୋପିକା ପଛେ ଥିଲାଚରଣେ ଛନ୍ଦି ପକାଇଲା
Couplet 77
ବୋଲଇ ମୁହିଁ ଦାମୋଦରପାଦେ ଶକଟ କଲି ଚୁର
Couplet 78
ଏକ ଗୋପୀକି କରି କାନ୍ଧେପକାଇ ବୋଲଇ ଆନନ୍ଦେ
Couplet 79
ଦେଖ ମାଇଲି ତୃଣାବର୍ତ୍ତମୁଁ ହାଦେ ଯଶୋଦାର ସୁତ
Couplet 80
କେ ଗୋପୀ ଉଦୁଖଳେ ଟାଣିଗୁରୁଣ୍ତେ ବଜାଇ କିଙ୍କିଣୀ
Couplet 81
ବୋଲଇ ମୋତେ ସେବାକରମୁଁ ସେ ଲୋ ଯଶୋଦାକୁମର
Couplet 82
ମୋ ଗର୍ଭେ ଥିଲାଟି ଜଗତଯାହା ଦେଖିଲା ମୋର ମାତ
Couplet 83
କେ ବେନି ରାମକୃଷ୍ଣ ହୋଏବାଛୁରୀ ଗୋପାଳ ଥୋକାଏ
Couplet 84
ପୁଣି ହିଁ ଏକଇ ଗୋପୀଏହୋଇଲା ବତ୍ସାସୁର ପ୍ରାୟେ
Couplet 85
ଏକ ଗୋପୀଏ ଧରି କରେବୁଲାଇ ପିଟିଲା ବୃକ୍ଷରେ
Couplet 86
ବୋଲଇ ମୁହିଁ ଦାମୋଦରଦେଖ ମାଇଲି ବତ୍ସାସୁର
Couplet 87
ଆର ଗୋପୀଏ ବୃକ୍ଷଡ଼ାଳେଧରି ଚିରିଲା ବେନିଫାଳେ
Couplet 88
ବୋଲେ ମୁଁ ଯଶୋଦା କୁମରଦେଖ ଚିରିଲି ବକାସୁର
Couplet 89
କେ ବୃକ୍ଷଡ଼ାଳେ ମୁଖ ଦେଇଗୀତ ସୁସ୍ୱରେ ବେଣୁ ବାଇ
Couplet 90
ଏକର କନ୍ଧେ ଦେଇ ହସ୍ତଚାଲଇ ଯେହ୍ନେ ଗୋପୀନାଥ
Couplet 91
ବୋଲଇ ମୁହିଁ ବେଣୁଧରଦେଖ ମୋ' ଚାଲିବା ସୁନ୍ଦର
Couplet 92
ପୁଣି ଗୋପୀଏ ଆଗସରିବୋଲଇ ହୃଦେ ହସ୍ତ ମାରି
Couplet 93
ଇନ୍ଦ୍ର ଛାରକୁ କିପାଁ ଡ଼ରଆଜ ତୋଳିବି ଗିରିବର
Couplet 94
କେତେ ଲୋ ବରଷିବ ଆଜବଜ୍ର ପାଷାଣ ଦେବରାଜ
Couplet 95
ଶାଢ଼ୀ ପାଲଟି ବାମକରେତୋଳିଲା ଅଙ୍ଗୁଳି ଅଗ୍ରରେ
Couplet 96
ଏକ ଗୋପିକା ବେଗେ ଧାଇଁଆରକ ଶିରେ ପାଦ ଦେଇ
Couplet 97
ବୋଲଇ ପଳାଅ କାଳୀୟକାଳନ୍ଦୀ ହ୍ରଦରେ ନ ରହ
Couplet 98
ଖଳନାଶନ ବାନା ମୋରଅମୃତ କରିବଇଁ ନୀର
Couplet 99
ତୋହର ପ୍ରାୟ ଖଳଜନନାଶିବୁ ଯେତେ ଦୁଷ୍ଟମାନ
Couplet 100
କେ ଗୋପୀ ଡ଼ାକଇ ସୁସ୍ୱରେନୟନ ବୁଜି ଧାତିକାରେ
Couplet 101
ଅନଳ ଲିଭାଇବି ମୁହିଁବସଲୋ ମୁଖେ କର ଦେଇ
Couplet 102
କେ ଗୋପୀ ଫୁଲମାଳ ଘେନିକୋପେ ବୋଲଇ ଶିର ଝୁଣି
Couplet 103
ଲବଣୀ ଖାଉ ତୁ ଚୋରାଇରୋଳେ ବାନ୍ଧିବି ତୋତେ ନେଇ
Couplet 104
ଆକର୍ଷି ପିନ୍ଧିଲା ବସନବାନ୍ଧୁ ଅଛଇ ମନେ ମନ
Couplet 105
କେ ଗୋପୀ ଚାଲେ ଗୁଳୁଗୁଞ୍ଜାକଟୀରେ ରୋଳ ବସ୍ତ୍ର ସଞ୍ଜା
Couplet 106
ବୋଲଇ ମୁହିଁ ନାରାୟଣଭାଙ୍ଗିଲି ଯାମଳା ଅର୍ଜୁନ
Couplet 107
ଏମନ୍ତେ କୃଷ୍ଣ ଗୁଣମାନଦେହେ ପୁରୋଇ ଗୋପୀଜନ
Couplet 108
କଳ୍ପନା ଭାବେ ଗୁଣ ବହିଯେ ଆତ୍ମା ପୂର୍ଣ୍ଣାନନ୍ଦ ଦେହି
Couplet 109
ହେ ନୃପ ସଂଶୟ ନ କରଯେ ଗୋପୀ-ଗୋଧନ ଗୋପାଳ
Couplet 110
ଦ୍ୱାଦଶ ବୃନ୍ଦାବନ ଯେତେସବୁ ହିଁ କୃଷ୍ଣ ଗର୍ଭଗତେ
Couplet 111
ଯେ ହରି ସେହୁ ଗୋପନାରୀଗୋପୀ ଗୋପାଳ କୃଷ୍ଣସରି
Couplet 112
ଏମନ୍ତେ ଗୋପୀ ବାଇପଣେରାତ୍ରେ ବୁଲନ୍ତି ବନେ ବନେ
Couplet 113
ଯାଉଁ ଦେଖିଲେ ବାଲିକୁଦପଡ଼ିଛି ଗୋବିନ୍ଦର ପାଦ
Couplet 114
ଚିହ୍ନିଲେ କୃଷ୍ଣପାଦ ବୋଲିଗୋପୀ ଧାଇଁଲେ ପେଲାପେଲି
Couplet 115
ଧ୍ୱଜ ଅଙ୍କୁଶ ପଦ୍ମଚିହ୍ନଦେଖି ଆନନ୍ଦ କଲେ ମନ
Couplet 116
କୃଷ୍ଣର ପାଦ ଅନୁସରିବନେ ଚାଲନ୍ତି ଗୋପନାରୀ
Couplet 117
ପୁଣି କେତେହେଁ ଦୂର ଯାଇବୋଲନ୍ତି କୃଷ୍ଣ ପାଦ ଚାହିଁ
Couplet 118
ଦେଖ ଗୋ ଚରଣ ପାଖରପଡ଼ିଛି କାହାର ପୟର
Couplet 119
ଯାହାକୁ କୃଷ୍ଣ ଘେନିଗଲାସେ ତା'ର ପାଶେ ଯାଉଥିଲା
Couplet 120
ଧନ୍ୟଗୋ ତାହାର ଜୀବନମୋହିଲା ଯଶୋଦା ନନ୍ଦନ
Couplet 121
କେତେ ଏ କୃଷ୍ଣେ ଆରାଧିଲାଏକାନ୍ତେ କୃଷ୍ଣଙ୍କୁ ରମିଲା
Couplet 122
ଯେ ପାଦ ବ୍ରହ୍ମା ତ୍ରିପୁରାରିଲଭିବା ପାଇଁ ଆଶା କରି
Couplet 123
ଲକ୍ଷ୍ମୀ ଯା ସେବଇ ନିରତେଏ ତାହା ଲଭିଲା ଏକାନ୍ତେ
Couplet 124
ତାହାର ପାଦ ବର୍ଣ୍ଣ ଚିହ୍ନଦହଇ ଆମ୍ଭର ଜୀବନ
Couplet 125
କୃଷ୍ଣ ଅଧର ସୁଧାପାନଯାହାଟି ଗୋପୀଙ୍କ ଜୀବନ
Couplet 126
ଏକାନ୍ତେ ନେଇ ପାନ କଲାକେତେ ଗୋ ତପ କରିଥିଲା
Couplet 127
ପୁଣି ନଦେଖିଲେ ପୟରଗହଳେ ଅଛି ତୃଣାଙ୍କୁର
Couplet 128
ବୋଲନ୍ତି କୋମଳ ତା' ପାଦଯେଣୁ ପାଇଲା ତୃଣେ ଖେଦ
Couplet 129
ତେଣୁ ତାହାକୁ କନ୍ଧେ କଲେନ ଦିଶେ ପାଦଚିହ୍ନ ଭଲେ
Couplet 130
ପୁଣି କ୍ଷଣକେ ପାଦ ଦେଖିଗୋପୀଏ ଚାହାନ୍ତି ନିରେଖି
Couplet 131
ଦେଖ ଗୋ କୃଷ୍ଣ ପୟରଅଧିକେ ଦିଶଇ ଗଭୀର
Couplet 132
ଯାହାକୁ କୃଷ୍ଣ ନେଉଥିଲାସେ ବାମା ଫୁଟିଣ ରହିଲା
Couplet 133
କନ୍ଧେ ବସାଇ ନେଲା ପ୍ରାୟେପାଦ ଗଭୀର ଦେଖ ମାଏ
Couplet 134
କୃଷ୍ଣ ଯାହାକୁ ନେଉଥିଲାଏଠାରେ କବରୀ ଖସିଲା
Couplet 135
କନ୍ଧୁ ଓହ୍ଲାଇ ତା'ର ଅର୍ଥେଫୁଲ ତୋଳିଲା ପରା ଏଥେ
Couplet 136
ଅଗ୍ରପାଦରେ ଠିଆ ହୋଇଦେଖ ଏ ଚିହ୍ନି ତ ଦିଶଇ
Couplet 137
ବସିଣ ଖୋଷିଛି କବରୀପିଚା ଆକୃତି ଅନୁସରି
Couplet 138
ପାଦ ଉପରେ ତା'କୁ ତୋଳିଦେଖ ଗୋ ଫୁଲ ଅଛି ପଡ଼ି
Couplet 139
ରମଣ କଲା ତା'ର ତୁଲେକଥା ଥୋଇଲା ମହୀତଳେ
Couplet 140
ଦେଖ କାମିନୀ ଦୁଷ୍ଟପଣବଶ ଗୋ କଲା ନାରାୟଣ
Couplet 141
ଶୁଣ ପରୀକ୍ଷ ରାସକେଳିଯାହାକୁ ନେଇ ବନମାଳୀ
Couplet 142
ସେ ଗୋପୀ କୃଷ୍ଣ ପଛେ ଥାଇଗରବ ମନେ ବିଚାରଇ
Couplet 143
ମୁଁ ଯେ ମୋହିଲି ହରି ଚିତ୍ତମୋ ତହୁଁ ନାହିଁ ଭାଗ୍ୟବନ୍ତ
Couplet 144
ତାହା ଜାଣିଲେ ଭାବଗ୍ରାହୀଗର୍ବ ବହିଲା ଏହା ଦେହୀ
Couplet 145
ମାୟା ମୋହିଲେ ଗୋପୀ ମନକୃଷ୍ଣଙ୍କୁ ବୋଲଇ ବଚନ
Couplet 146
ଭୋ ନାଥ ନ ପାରଇ ଯାଇନିଅତୁ କନ୍ଧରେ ବସାଇ
Couplet 147
ମୋହରେ ଅଛି ଯେବେ ମନବିଶେଷେ ଘୋର ବୃନ୍ଧବନ
Couplet 148
ମୁଁ ଏବେ ନ ପାରଇ ଚାଲିଶୁଣି ହସିଲେ ବନମାଳୀ
Couplet 149
ବୋଇଲେ ବସ ମୋର କାନ୍ଧେକୃଷ୍ଣ ବସିଲେ ବାଲିକୁଦେ
Couplet 150
ଶୁଣି ଗୋପିକା ତୋଷ ହୋଇବସିଲା କୃଷ୍ଣକାନ୍ଧେ ଯାଇ
Couplet 151
ଉଠିଲେ ପ୍ରଭୁ ଚକ୍ରଧରକାମିନୀ ଧରିଅଛି ଶିର
Couplet 152
କେତେ ହେଁ ଦୂର ବନେ ଯାଇଅନ୍ତର ହେଲେ ଭାବଗ୍ରାହୀ
Couplet 153
ଗୋପୀ ପଡ଼ିଲା ମୁଖ ମାଡ଼ିଅଧର ଓଷ୍ଠ ଗଲା ଛିଡ଼ି
Couplet 154
ଦଣ୍ତେ ହୋଇଲା ମୂରୁଛିତଉଠି ଲୋଡ଼ଇ ଗୋପୀନାଥ
Couplet 155
ସେ କାହିଁ ପାଇବ ମୁରାରିଗର୍ବଗଞ୍ଜନ ନରହରି
Couplet 156
ବିକଳେ ଚଉଦିଗେ ଚାହିଁକାନ୍ଦଇ ମୁଣ୍ତେ କର ଦେଇ
Couplet 157
ଆସ ବହନ ଗୋପୀନାଥଗହଳେ ନ ଦିଶଇ ପଥ
Couplet 158
ମୋତେ ନିଶ୍ଚୟେ ନାଶ କଲୁଗୋପୀଙ୍କ ସଙ୍ଗ ଛଡ଼ାଇଲୁ
Couplet 159
ପୂର୍ବର ଭାଗ୍ୟେ ତୋତେ ଦେଖିଏବେ ହୋଇଲି ନିରିମାଖୀ
Couplet 160
ଏକା କରିଣ ମୋତେ ଆଣିସୁଖେ ରମିଲୁ ବେଣୁପାଣି
Couplet 161
ମୁଁ ଦୁଃଖୀ କଲି ଦ୍ରୋହ କର୍ମମତ୍ତେ ଦୋଇଲି ମତିଭ୍ରମ
Couplet 162
କନ୍ଧରେ ବସାଅ ବୋଇଲିଅଜ୍ଞାନେ ଦେହ ପାସୋରିଲି
Couplet 163
ଅବଳାଜନ୍ମ ମାତ୍ର କେତେଯହୁଁ ମୁଁ ରମିଲି ଏକାନ୍ତେ
Couplet 164
କି ଦୋଷ କଲି ମୁହିଁ ତୋରେନିବେଶି ଗଲୁ ବନଘୋରେ
Couplet 165
ଏମନ୍ତେ କାନ୍ଦଇ ତରୁଣୀକୃଷ୍ଣ ହସିଲେ ତାହା ଶୁଣି
Couplet 166
ଭାବକୁ ନିକଟ ଗୋସାଇଁଭାବେ ପାଲଟାବସ୍ତ୍ର ବହି
Couplet 167
ନିକଟେ ଥାଇ ନ ଦିଶନ୍ତିଗରବ କ୍ଷଣେ ନ ସହନ୍ତି
Couplet 168
ଗୋପୀଏ ଯାଉଥିଲେ ବନେତା'ର ରୋଦନ ଶୁଣି କର୍ଣ୍ଣେ
Couplet 169
ନିକଟେ ମିଳିଲେ ତାହାରତୋଳିଲେ ଧରି ବେନି କର
Couplet 170
ସଚେତ କରି ପଚାରିଲେବୋଇଲେ ଥିଲୁ କୃଷ୍ଣ ତୁଲେ
Couplet 171
ଏକା କରିଣ ତୋତେ ଆଣିକି କି ଗୋ କଲେ ବେଣୁପାଣି
Couplet 172
ପୁରୁଷ ଦଇନ୍ୟ ବେଭାରପକାଇ ହୋଇଲା ଅନ୍ତର
Couplet 173
ତୋତେ ପକାଇ ଘୋରବନେଗୋବିନ୍ଦ ଗଲେ କେଉଁସ୍ଥାନେ
Couplet 174
ଏଡ଼େ ନିଷ୍ଠୁର ତା'ର ଦେହୀପୂତନା ପ୍ରାଣ ଅଛି ଖାଇ
Couplet 175
ଅନେକ ହତ୍ୟା ଅଛି କରିଏବେ ଖାଇବ ଗୋପନାରୀ
Couplet 176
ଅଇଲୁ ତା'ର ବେଣୁସ୍ୱନେଘୋର ଗହନ ବୃନ୍ଦାବନେ
Couplet 177
ଛାଡ଼ିଲୁ ଗୃହ ସୁତ କାନ୍ତଏବନେ ହୋଇଲୁଁ ଅନାଥ
Couplet 178
ଏମନ୍ତ ପଥ ଅନୁସରିକାନ୍ଦନ୍ତି କୃଷ୍ଣଙ୍କୁ ସୁମରି
Couplet 179
ସଖୀକି ହୃଦେ କୋଳକରିକାନ୍ଦନ୍ତି ଷୋଳସସ୍ର ନାରୀ
Couplet 180
ସାହେର ଶବଦ ରୋଦନଉଚ୍ଚବିଳାପ ବହୁସ୍ୱନ
Couplet 181
ଚେତନା କରଇ ଅଥିରହୃଦରେ କ୍ରୋଧ ଗୁରୁତର
Couplet 182
ସଖୀକି ପଚାରନ୍ତି ପୁଣିକାହିଁ ଛାଡ଼ିଲୁ ବେଣୁପାଣି
Couplet 183
ସେ ନାରୀ ସଖୀ ଆଗେ କହିଯାହା ସେ କଲେ ଭାବଗ୍ରାହୀ
Couplet 184
ତାହାର ଗର୍ବମାନ ଯେତେକହିଲା ସଖୀଙ୍କ ଅଗ୍ରତେ
Couplet 185
ଶୁଣି ବିକଳ ଗୋପନାରୀଉଚ୍ଚେ ବିଳାପଧ୍ୱନି କରି
Couplet 186
କାନନେ ପଶିଲେ ସକଳେଷୋଳସହସ୍ର ଏକାବେଳେ
Couplet 187
ବୃକ୍ଷଗହଳ ଛାୟା ଦେଖିଅନ୍ଧାର ପ୍ରାୟ ଉପଲକ୍ଷ୍ୟି
Couplet 188
ଭୟେ ବାହୁଡ଼ିଲେ ସକଳେପୁଣି ମିଳିଲେ ନଦୀକୂଳେ
Couplet 189
ମନ ନିବେଶି କୃଷ୍ଣପାଦେକାନ୍ଦନ୍ତି ଶୋକ ଗଦଗଦେ
Couplet 190
ଦେହ-ସଂସାର ପାସୋରିଲେମରଣପଥ ଆବୋରିଲେ
Couplet 191
କୃଷ୍ଣଚରଣେ ମନ ଦେଇକାନ୍ଦନ୍ତି ଶୋକଭର ହୋଇ
Couplet 192
ନିର୍ମଳ ବାଲୁକା ବିଶେଷିସକଳ ସଖୀ ତହିଁ ବସି
Couplet 193
ସମାଧି ଯୋଗଧ୍ୟାନ ପ୍ରାୟେକୃଷ୍ଣ ଚରଣେ କରି ଲୟେ
Couplet 194
କୋଟି ସମ୍ପଦ ଦୂର କଲେବ୍ରହ୍ମପ୍ରଦୀପ ଦେଖାଇଲେ
Couplet 195
ସେ ଗୋପୀ ଗୋବିନ୍ଦର ପାୟେସୁଜନ ଜନ କର ଲୟେ
Couplet 196
ହରିଚରିତ ଭାଗବତଅମୃତ ରସମୟ ଗୀତ
Couplet 197
ଏଣେ କରିବା ମନତୋଷକହଇ ଜଗନ୍ନାଥ ଦାସ