Skandha 10
Adhyaya 30
Couplet 1
ଶୁଣ ପରୀକ୍ଷ ନରନାଥକୃଷ୍ଣଚରିତ ଭାଗବତ
Couplet 2
ଶରଦକାଳର ଯେ ଶଶୀମଲ୍ଲିକାପୁଷ୍ପ ପ୍ରାୟେ ଦିଶି
Couplet 3
ଦେଖି ସାନନ୍ଦ ଦାମୋଦରମାୟାମନୁଷ୍ୟ ମାୟାଧର
Couplet 4
ଗୋବିନ୍ଦ ବିଚାରନ୍ତି ମନେଆଜ ରମିବା ବୃନ୍ଦାବନେ
Couplet 5
ଷୋଳସହସ୍ର ଗୋପନାରୀମୋତେ ବରିଲେ ତପ କରି
Couplet 6
ମୁଁ ତାଙ୍କ ପୂରାଇବି ଆଶସେ ମୋର ଭକତ ବିଶ୍ୱାସ
Couplet 7
ଅନେକ ଜନ୍ମେ ତପ କରିଏବେ ହୋଇଲେ ଗୋପନାରୀ
Couplet 8
ରମିଣ ଦେବି ନିଜପୁରଆଜ ମୁଁ କରିବି ନିସ୍ତାର
Couplet 9
ଏତେ ବିଚାରି ବନମାଳୀଘେନିଲେ ବିରହ ମୁରଲୀ
Couplet 10
ସ୍ୱଭାବେ ଶରଦର କାଳପବନ ବହେ ପରିମଳ
Couplet 11
ଫୁଟିଲେ ଜଳସ୍ଥଳେ ଫୁଲସୁଗନ୍ଧ ଶୀତଳ ଅମୂଲ୍ୟ
Couplet 12
ଗଗନେ ପ୍ରକାଶିଲା ଶଶୀନିର୍ମଳ ବିରାଜଇ ନିଶି
Couplet 13
ଚନ୍ଦ୍ରମଣ୍ତଳ ଅଖଣ୍ତିତଦେଖି ଉଷତ ଗୋପୀନାଥ
Couplet 14
ଲକ୍ଷ୍ମୀର ମୁଖପ୍ରାୟ ଦିଶିକିରଣେ ଦଶଦିଗ ତୋଷି
Couplet 15
କାଳିନ୍ଦୀକୂଳେ ବ୍ରହ୍ମରାଶିସହସ୍ରଯୁଗେ ଯାହା ଘୋଷି
Couplet 16
ତ୍ରିଭଙ୍ଗ ଛନ୍ଦେ ହୋଇ ଉଭାଚାରୁ ଅଧରେ ବେଣୁ ଶୋଭା
Couplet 17
ଗୋପୀଙ୍କ ନାମ ଧରି ଧୀରେମୁରଲୀ ଡ଼ାକଇ ସୁସ୍ୱରେ
Couplet 18
ଗୋପୀଏ ଥିଲେ ନିଜ ପୁରେନାଦ ଶୁଣିଲେ ଯେଝା ଘରେ
Couplet 19
ଦଣ୍ତେ ଶୁଣିଲେ ସ୍ଥିର କରିବେଣୁ ଡ଼ାକଇ ନାମ ଧରି
Couplet 20
ଶୁଣି ହୋଇଲେ ଛନଛନବ୍ୟାପାରେ ନ ଲାଗିଲା ମନ
Couplet 21
କର ଚରଣ ନଚଳଇମଦନେ କମ୍ପୁଅଛି ଦେହୀ
Couplet 22
ନାଦେ ମୋହିଲେ ବନମାଳୀଷୋଳସହସ୍ର ଗୋପବାଳୀ
Couplet 23
ଏକକୁ ଆରେକ ଲୁଚାଇଧାଇଁଲେ ଅସମ୍ଭାଳ ହୋଇ
Couplet 24
ବୋଲନ୍ତି ନ ପୁଣ ଏଜାଣିମୋତେ ହୋଇବ ସପତଣୀ
Couplet 25
ଆଗେ ମୁଁ ଯିବି ବୃନ୍ଦାବନେରମିବି ନନ୍ଦର ନନ୍ଦନେ
Couplet 26
ଦେଖିବି ନୟନ ପୂରାଇମୋହର ନାମେ ବେଣୁ ବାଇ
Couplet 27
କିପା ଡ଼ାକଇ ରାତ୍ରକାଳେଉଭାରି କଦମ୍ବର ମୂଳେ
Couplet 28
ଜଳକ୍ରୀଡ଼ାର ବେଳେ ଗଲାଆମ୍ଭର ବସ୍ତ୍ର ଚୋରି କଲା
Couplet 29
କଦମ୍ବବୃକ୍ଷେ ନେଇ ଥୋଇମାଗିଲେ ବସ୍ତ୍ର ନ ଦିଅଇ
Couplet 30
ଉଲଗ୍ନେ ଜଳମଧ୍ୟେ ଥାଇଶୀତେ କମ୍ପଇ ଆମ୍ଭ ଦେହୀ
Couplet 31
ଅନେକ ବିନୟ ହୋଇଲୁଦନ୍ତରେ ତିରଣ ଧଇଲୁ
Couplet 32
ବୋଇଲା ଉଠିଆସ ଜଳୁଯେ ଯାହା ବସ୍ତ୍ର ନିଅ ଡ଼ାଳୁ
Couplet 33
ଯେ ଯାହା ବସ୍ତ୍ର ଚିହ୍ନି ନିଅନୋହିଲେ ଜଳମଧ୍ୟେ ଥାଅ
Couplet 34
ତା'ର ବଚନେ ଲଜ୍ଜା ଛାଡ଼ିଆଣି ପିନ୍ଧୁଲୁ ଯେଝା ଶାଢ଼ୀ
Couplet 35
ଆମ୍ଭର ଶୁଦ୍ଧମନ ଜାଣିହସି ବୋଇଲେ ବେଣୁ ପାଣି
Couplet 36
ଦେବତା ପୂଜି ନଦୀତୀରେମୋତେ ଯେ ବରିଅଛ ବରେ
Couplet 37
ସେ କଥା କରିବଇଁ ମୁହିଁନିୟମ କଲେ ବେଣୁ ଛୁଇଁ
Couplet 38
ସେ କଥା ସୁମରିଲେ ଆଜଆମ୍ଭର ଛଡ଼ାଇବେ ଲାଜ
Couplet 39
ପତି ତନୟ ଛନ୍ତି କୋଳେକେମନ୍ତେ ଯିବୁ ରାତ୍ରକାଳେ
Couplet 40
ନ ଗଲେ ନ ରହେ ଜୀବନକାଳ ହୋଇଲା ବେଣୁ ସ୍ୱନ
Couplet 41
ଏମନ୍ତେ ହୋଇଲେ ବାହାରମଦନେ କମ୍ପଇ ଶରୀର
Couplet 42
କେ ଗୋପୀ ଦୁହୁଁଥିଲା ଗାଈବାଛୁରୀ ବାନ୍ଧି ଛନ୍ଦ ଦେଇ
Couplet 43
ମୁରଲୀ ଶୁଣି କର୍ଣ୍ଣମୂଳେଦୁହୁଣୀ ପକାଇଲା ତଳେ
Couplet 44
ମୁରଲୀ ଧ୍ୱନି ଶୁଣି ବେଗେଧାଇଁଲା ବୃନ୍ଦାବନ ଲାଗେ
Couplet 45
କେ ବସି କାଢ଼ୁଥିଲା ସରମୁରଲୀ ଶୁଣିଲା ସୁସ୍ୱର
Couplet 46
ଡ଼ାକଇ ତା'ର ନାମ ଧରିବେଗେ ଧାଇଁଲା ଗୋପନାରୀ
Couplet 47
କେ କରୁଥିଲା ଦଧି ଯୋଗଶୁଣି ଧାଇଁଲା ବେଗବେଗ
Couplet 48
କେ ଦୁଧ ଚୁଲିରେ ବସାଇମୁରଲୀ ଶୁଣି ଗଲା ଧାଇଁ
Couplet 49
କେ କୋଳେ ବାଳକ ବସାଇଦୁଧ ପିଆଉଁ ଗୀତ ଗାଇ
Couplet 50
କର୍ଣ୍ଣେ ଶୁଣିଲା ବେଣୁଧ୍ୱନିଡ଼ାକଇ ତା'ର ନାମ ଘେନି
Couplet 51
ବାଳକ ପକାଇଲା ତଳେଧାଇଁଲା ମଦନ ବିକଳେ
Couplet 52
ସ୍ୱାମୀ ଶୟନସ୍ଥାନେ ଥାଇକେ ଗୋପୀ ଚରଣ ଚାପଇ
Couplet 53
ମୁରଲୀ ତା'ର ନାମ ଧରିଡାକଇ ଆସ ବେଗ କରି
Couplet 54
ପତି ଚରଣ ଥୋଇ ତଳେବେଗେ ଧାଇଁଲା କାମଭୋଳେ
Couplet 55
କେ ବସି ଭୁଞ୍ଜୁଥିଲା ଅନ୍ନକର୍ଣ୍ଣେ ଶୁଣିଲା ବେଣୁସ୍ୱନ
Couplet 56
ବୋଲଇ ଆସ ତୁହି ବେଗେକୃଷ୍ଣଙ୍କୁ ଦେଖ ବନଭାଗେ
Couplet 57
ଶୁଣି ଭୋଜନ ଉପେକ୍ଷିଲାହସ୍ତ ପଖାଳି ନ ପାରିଲା
Couplet 58
ବେଗେ ଧାଇଁଲା ବୃନ୍ଦାବନଯେଣେ ଶୁଭଇ ବେଣୁସ୍ୱନ
Couplet 59
କେ ବସି ଲିପୁଥିଲା ଘରମୁରଲୀ ଶୁଣିଲା କର୍ଣ୍ଣର
Couplet 60
ବୋଲଇ ଆସ ତୁ ବହନେହରିଙ୍କି ରମ ବୃନ୍ଦାବନେ
Couplet 61
ଘର ବ୍ୟାପାର ଉପେକ୍ଷିଲାବେଗେ ସେ ବୃନ୍ଦାବନେ ଗଲା
Couplet 62
କେ ବସିଥିଲା ନିଜ ଘରେକଜ୍ଜ୍ୱଳପାତି ଘେନି କରେ
Couplet 63
ଏକ ଲୋଚନେ ରଞ୍ଜିଥିଲାତା' ନାମେ ମୁରଲୀ ଡ଼ାକିଲା
Couplet 64
ଧାମଇଁ ଅସମ୍ଭାଳ ହୋଇକଜ୍ଜ୍ୱଳପାତି କରେ ଲଇଁ
Couplet 65
କେ ଗୋପୀ ବସ୍ତ୍ରତଳେ ଥୋଇକୁଙ୍କୁମ ଶରୀରେ ଲେପଇ
Couplet 66
କର୍ଣ୍ଣେ ଶୁଣିଲା ବେଣୁଧ୍ୱନିଉଠିଲା କରେ ବସ୍ତ୍ର ଘେନି
Couplet 67
ଜ୍ଞାନ ହାରିଲା କାମଭୋଳେପିନ୍ଧିଲା କନ୍ଧରୁ ଅଞ୍ଚଳେ
Couplet 68
କେ ଗୋପୀ କୃଷ୍ଣନାମ ଧରିଗୃହ ବ୍ୟାପାର ଗୃହେ କରି
Couplet 69
ଶୁଣିଲା କୃଷ୍ଣ-ବେଣୁନାଦମଦନବାଣେ ତନୁ ଖେଦ
Couplet 70
କେହୁ ତାମ୍ବୁଳ ଭୁଞ୍ଜୁଥିଲାଅର୍ଦ୍ଧେକ ହସ୍ତରେ ଘେନିଲା
Couplet 71
କେହୁ ପାହୁଡ଼ ଗୋଡୁ କାଢ଼ିଲେଉଟି ନ ପାରିଲା ଭରି
Couplet 72
କେହି ତିଳକ ଘେନୁଥିଲାଅର୍ଦ୍ଧେ ତିଳକ ସେ ଲିହିଲା
Couplet 73
କେ ଗୋପୀ ରତ୍ନଚାପସରିଚରଣେ ବାନ୍ଧିଲା ପାସୋରି
Couplet 74
ମୁରଲୀନାଦ ଅନୁସରିବନେ ଧାଇଁଲା ଗୋପନାରୀ
Couplet 75
ଏମନ୍ତେ କହିବଇଁ କେତେଷୋଳସହସ୍ର ଯେଝାମତେ
Couplet 76
କାହାର ସ୍ୱାମୀ ବଳବନ୍ତଆଗରେ ଓଗାଳିଲା ପଥ
Couplet 77
କାହାର ପୁତ୍ର ଗୋଡ଼ାଇଲାଶ୍ୱଶୁର ଖୁଡ଼ୁତା ମଉଳା
Couplet 78
ଭାଇ ଭଣଜା ଇଷ୍ଟ ମିତ୍ରଆଗରୁ ଓଗାଳିଲେ ପଥ
Couplet 79
ବୋଲନ୍ତି ଗୋପୀଙ୍କି ଅନାଇଏ କଥା ଉଚିତ ନୁହଁଇ
Couplet 80
ରଜନୀକାଳେ ଯାଅ ବନଲଜ୍ଜା କି ଛାଡ଼ିଲା ବଦନ
Couplet 81
ଶୁଣି ବୋଲନ୍ତି ଗୋପବାଳୀବନେ ବିଜୟ ବନମାଳୀ
Couplet 82
ଶୁଣ ଶୁଭଇ ବେଣୁନାଦମୁରଲୀ ବଡ଼ଇ ଆନନ୍ଦ
Couplet 83
କ୍ଷଣେ ମୁରଲୀ ନାଦ ଶୁଣିଆମ୍ଭେ ଆସିବୁ ଏହିକ୍ଷଣି
Couplet 84
ଦାସବତ୍ସଳ ଭଗବାନମୋହିଲେ ଗୋପାଳଙ୍କ ମନ
Couplet 85
ତୁଣ୍ତରୁ ନ ଇଲା ଉତ୍ତରବାହୁଡ଼ିଗଲେ ଯେଝା ଘର
Couplet 86
ଏକ ଗୋପିକା କ୍ଷୀଣଦେହୀଗହଳେ ନ ପାରିଲା ଯାଇ
Couplet 87
ତାହାର ସ୍ୱାମୀ କର ଧରିଘରେ ଆଣିଲା ନିଜ ନାରୀ
Couplet 88
ଗମ୍ଭୀରୀ ଭିତରେ ବାନ୍ଧିଲାଅନେକ ମାଡ ହିଁ ମାଇଲା
Couplet 89
ଦ୍ୱାରେ କବାଟ ଦେଲା କିଳିବିକଳେ କାନ୍ଦଇ ଗୁଆଳୀ
Couplet 90
ମୁରଲୀ ତା'ର ନାମ ଧରିଡ଼ାକଇ ଆସ ବେଗକରି
Couplet 91
ସେ ଗୋପୀ ବନ୍ଧନରେ ପଡ଼ିକାନ୍ଦଇ ସ୍ତମ୍ଭେ ମୁଣ୍ତକୋଡ଼ି
Couplet 92
କୃଷ୍ଣର ଦେହେ ଦେଇ ମନକ୍ଷଣକ୍ଷଣକେ ଅଚେତନ
Couplet 93
ସହି ନ ପାରି ତାପଭରବେନିଲୋଚନ କଲା ସ୍ଥିର
Couplet 94
ନୟନ ପିତୁଳି ଲେଉଟିଭିତରେ କଲା ଏକଦୃଷ୍ଟି
Couplet 95
ଧ୍ୟାନେ ଦେଖିଲା ଭଗବାନନିର୍ଭରେ କଲା ଆଲିଙ୍ଗନ
Couplet 96
ଡ଼ାକିଲା କୃଷ୍ଣ ତ୍ରାହି ତ୍ରାହିପ୍ରାଣ ଛାଡ଼ିଲା ଚୁମ୍ବ ଦେଇ
Couplet 97
ଜୀବନ ଛାଡ଼ି ରସଭରେପଶିଲା ଗୋବିନ୍ଦ ଶରୀରେ
Couplet 98
ଶୁଣି ପରୀକ୍ଷ ଦଣ୍ତଧାରୀମୁନି ଚରଣତଳେ ପଡ଼ି
Couplet 99
ବୋଲଇ ହେଲି କୃତକୃତ୍ୟଶୁଣି ଚରିତ ଭାଗବତ
Couplet 100
ଭୋ ମୁନି ହୋଇଲି ଚକିତତୁମ୍ଭେ କହିଲ ବିପରୀତ
Couplet 101
ପରପୁରୁଷେ ମନ ଦେଇଯେ ନାରୀ ଏକାନ୍ତେ ରମଇଁ
Couplet 102
ବିଟପୀବାଦ ହୋଇ ତାରେନରକେ ପଡ଼ଇ ନିର୍ଭରେ
Couplet 103
ସେ କିମ୍ବା ଗୋବିନ୍ଦେ ପଶିଲାମୋତେ ତ ସନ୍ଦେହ ଲାଗିଲା
Couplet 104
ସ୍ୱଭାବେ ସ୍ତିରୀ ଜନ୍ମ ହୋଇଧର୍ମ-ଅଧର୍ମ ନ ଜାଣଇ
Couplet 105
ପରପୁରୁଷେ ମନ ଦେଲାସେ କିପାଁ କୃଷ୍ଣଙ୍କୁ ପାଇଲା
Couplet 106
ଶୁଣି ହସିଲେ ମୁନିବରବୋଲନ୍ତି ଶୁଣ ଦଣ୍ତଧର
Couplet 107
ପୂର୍ବେ ମୁଁ କହିଅଛି ତୋତେପୁରାଣ ଶିରୀଭାଗବତେ
Couplet 108
କୃଷ୍ଣଙ୍କୁ କରି ଶତ୍ରୁବଳମୋକ୍ଷ ହେଇଲା ଶିଶୁପାଳ
Couplet 109
ଏ ଆଦି ଅରିପଣ କଲେପଶିଲେ କୃଷ୍ଣର ଶରୀରେ
Couplet 110
ମିତ୍ର ସ୍ୱଭାବେ ଦାମୋଦରଏ ଆଦି ଯେତେ ମିତ୍ରବର
Couplet 111
ମିତ୍ର ଅଇରୀ ଯେଣୁ ନାହିଁତରିଲେ ସୂକ୍ଷ୍ମପଦ ପାଇ
Couplet 112
ତାହାଙ୍କୁ ପ୍ରିୟପଣେ ସେବିକିପାଁ ନୋହିବେ ମୋକ୍ଷଭାଗୀ
Couplet 113
ଭକତ ତାରିବାର ଆଶେବ୍ରହ୍ମ ପ୍ରକାଶି ଅଛି ଅଂଶେ
Couplet 114
ନିର୍ଗୁଣ ହୋଇ ଗୁଣବନ୍ତଦାସବତ୍ସଳ ଗୋପୀନାଥ
Couplet 115
ତାହାର ନାହିଁ କାମ କ୍ରୋଧଏକଇ ସ୍ୱଭାବ ସୁହୃଦ
Couplet 116
ଯାହାର ମନ ହୋଏ ଲୟେସେ ପ୍ରାଣୀ ପଶେ କୃଷ୍ଣଦେହେ
Couplet 117
ଏଣେ ତୁ ସନ୍ଦେହ ନ କରମହାମହିମା ଯୋଗେଶ୍ୱର
Couplet 118
ଏଣେ ନ କର ଖେଦଚିତ୍ତକହଇ ଶୁଣ ଭାଗବତ
Couplet 119
ଗୋପୀଏ ଗଲେ ରାତ୍ରକାଳେମିଳିଲେ କଦମ୍ବର ତଳେ
Couplet 120
ଷୋଳସହସ୍ର ଗୋପବାଳୀଦେଖିଲେ ପ୍ରଭୁ ବନମାଳୀ
Couplet 121
ନାନା କୁସୁମେ ପରିମଳହୃଦେ ଲମ୍ବଇ ବନମାଳ
Couplet 122
ଗୁଞ୍ଜରାପାଟି ତାଳୁମୂଳଶ୍ରବଣେ ମକର କୁଣ୍ତଳ
Couplet 123
ନୁପୁର କଙ୍କଣ ବିରାଜେରତ୍ନମେଖଳା କଟିମାଝେ
Couplet 124
ପୀତବସନ ବେଣୁଧରନିବିଡ଼ ସୁରଙ୍ଗ ଅଧର
Couplet 125
କୋଟିଏ କାମ ନୋହେ ସରିଦେଖି ଉଷତ ଗୋପନାରୀ
Couplet 126
ଅନଳ ଦେଖିଣ ପତଙ୍ଗଯେହ୍ନେ ଧାମନ୍ତି ଉଦ୍ବେଗ
Couplet 127
ବେଢ଼ିଲେ ଶତେପୁର ହୋଇକମ୍ପନ୍ତି କୃଷ୍ଣଙ୍କୁ ଅନାଇଁ
Couplet 128
ଗୋପୀଙ୍କି ଦେଖି ବନମାଳୀବଦନୁ ଥୋଇଲେ ମୁରଲୀ
Couplet 129
କୋମଳ ମଦୁର ବଚନକହନ୍ତି ପ୍ରଭୁ ଭଗବାନ
Couplet 130
ଶୁଣ ଗୋ ବ୍ରଜବଧୂ ଜନେତୁମ୍ଭେ ଅଇଲ କିପାଁ ବନେ
Couplet 131
ଗୋପର କହ ଭଲ କଥାନନ୍ଦ-ଯଶୋଦାଙ୍କ ବାରତା
Couplet 132
ଗୋପେ କି ଆପଦ ପଡ଼ିଲାମୋତେ ତ ସନ୍ଦେହ ଲାଗିଲା
Couplet 133
ଗୋରୁଗୋପାଳେ ନେଲେ ବାନ୍ଧିତୁମ୍ଭେ ଅଇଲ ବନେ କାନ୍ଦି
Couplet 134
ସର୍ବ ସମ୍ପଦ କଲେ ଜୂରକି ଅବା ମିଳିଲେ ଅସୁର
Couplet 135
ଏମନ୍ତ ପ୍ରାୟ ମୁଁ ମଣଇକିପାଁ ଅଇଲ ବନେ ଧାଇଁ
Couplet 136
ଭଲେ ଅଇଲ ମୋ' ନିକଟେବଣା ନୋହିଲ ବଣବାଟେ
Couplet 137
ପତି-ତନୟ ଛାଡ଼ି କରିଗୃହ କୀରତି ପରିହରି
Couplet 138
କିପାଁ ଅଇଲ ଘୋରବନନୁହଁଇ ଉଚିତ ବିଧାନ
Couplet 139
ଭାଗ୍ୟେ ମୁଁ ବାଉଥିଲି ବେଣୁମୋତେ ଭେଟିଲ ଆସି ତେଣୁ
Couplet 140
ରଜନୀ ହୋଇଛି ଅପାରବନ ଗହନ କୁଞ୍ଜ ଘୋର
Couplet 141
ବ୍ୟାଘ୍ର ଭଲ୍ଲୁକ ବନଜୀବେତୁମ୍ଭଙ୍କୁ ଦେଖିଲେ ଖାଇବେ
Couplet 142
ବେଗେ ବାହୁଡ଼ିଯାଅ ଘରରଜନୀ ହେଉଛି ଉଛୁର
Couplet 143
ସ୍ୱଭାବେ ସ୍ତିରୀଜନ୍ମ ହୋଇବନେ ତୁମ୍ଭର ଭୟ ନାହିଁ
Couplet 144
ନିଶ୍ଚେ ହୋଇବ ଆଜ ନାଶମରଣେ କଲଟି ବିଶ୍ୱାସ
Couplet 145
ଯାଅ ନ ଥାଅ ବନଘୋରେତୁମ୍ଭଙ୍କୁ ଲୋଡ଼ୁଥିବେ ଘରେ
Couplet 146
ମାତା ପିଅର ପୁତ୍ର ଭାଇଲୋଡୁ ଯେ ଥିବେ ନାମ ରାଇ
Couplet 147
ଯେ ଯାହା ସ୍ୱାମୀ କୋପଚିତ୍ତେଲୋଡ଼ିବେ ଘରଦ୍ୱାର ପଥେ
Couplet 148
ନ ପାଇ କରିବେଟି ରୋଷତୁମ୍ଭେ ହୋଇବ ଜାତି ନାଶ
Couplet 149
ବନ୍ଧୁ ବାନ୍ଧବେ ତୁମ୍ଭ ଘରଅନ୍ନ ନ କରିବେ ଆହାର
Couplet 150
ଜଳ ହିଁ ନକରିବେ ପାନତୁମ୍ଭେ ହୋଇବ ଜାତିହୀନ
Couplet 151
ନ ଜାଣି ଯେବେ ଗୋ ଅଇଲବହନ କର ମୋର ବୋଲ
Couplet 152
ଦେଖିଲ ବନ ପରିମଳନାନା କୁସୁମେ ନଦୀଜଳ
Couplet 153
ମଳୟ ପବନ ଶୀତଳତରୁପଲ୍ଲବେ ଭୃଙ୍ଗମେଳ
Couplet 154
ବହନ ଯାଅ ଗୋପପୁରନିଜ ପତିଙ୍କି ସେବା କର
Couplet 155
ଗାଈଙ୍କ ଗୋଡ଼େ ବତ୍ସା ବାନ୍ଧିତୁମ୍ଭେ ଯେ ଦୁହୁଁଥିଲ ଛନ୍ଦି
Couplet 156
କ୍ଷୀର ନ ପାଇଣ ବାଛୁରୀକାନ୍ଦନ୍ତି ହମ୍ବା ରାବ କରି
Couplet 157
ବାଳକ ଧରିଥିଲ କୋଳେପକାଇ ଅଇଲ ଯେ ତଳେ
Couplet 158
ଛିଡ଼ିଲା ଓଷ୍ଟ ଦନ୍ତ ପାଟିକାନ୍ଦନ୍ତି ତୁଣ୍ତେ ଭରି ମାଟି
Couplet 159
ବହନ ନିଜ ପୁରେ ଯାଅସ୍ତନ୍ୟ ପିଆଇ ଗାଈ ଦୁହଁ
Couplet 160
ଯେବେ ଅଇଲ ବେଣୁ ନାଦେମୋ' ରୂପ ଦେଖିବାର ସଧେ
Couplet 161
ଏବେ ଦେଖିଲ ମୋର ଦେହଯାଅ ଗୋ ଦଣ୍ତେ ହେଁ ନ ରହ
Couplet 162
ସ୍ୱାମୀଙ୍କ ସଙ୍ଗେ ପ୍ରୀତିକରଉଚିତ ଧର୍ମ ଗୋ ତୁମ୍ଭର
Couplet 163
ସ୍ୱାମୀର ଯେତେ ଇଷ୍ଟଜନବାଳତନୟଙ୍କ ପୋଷଣ
Couplet 164
ଏ ନିତ୍ୟକର୍ମ ଗୋ ତୁମ୍ଭରପୁଣି ବୋଲନ୍ତି ବେଣୁଧର
Couplet 165
ପୂର୍ବ ଅର୍ଜିଲା କର୍ମ ଲଇଯେ ଯାହା ସ୍ୱାମୀ ଗୋ ମିଳଇ
Couplet 166
ସେ ଯେତେ ହୋଏ ଅସୁନ୍ଦରଦୁଃଖୀ ଦରିଦ୍ର ବ୍ୟାଧିକର
Couplet 167
ତାହାଙ୍କୁ ନ କରିବ ସାନସେ ବିଷ୍ଣୁଦେବଙ୍କ ସମାନ
Couplet 168
ତାହାଙ୍କ ପାଦେ ଏକଚିତ୍ତେସେବା କରିବ ଅବିରତେ
Couplet 169
ଏ ମାୟା ସଂସାର ବେଭାରଯାହା ସଞ୍ଚିଲା ବେଦବର
Couplet 170
ଏହା ଯେ ନ କରନ୍ତି ଭଲେନରକେ ଯା'ନ୍ତି ଅନ୍ତଃକାଳେ
Couplet 171
ପରପୁରୁଷେ ଚିତ୍ତ ଦେଇଯେ ନାରୀ ରମେ ଦେହ ବହି
Couplet 172
ତାହାଙ୍କ ନାହିଁ ସୁଖ ଲେଶନରକେ ହୁଅନ୍ତି ପ୍ରବେଶ
Couplet 173
ନିନ୍ଦିତ ହୋ'ନ୍ତି ବେନିଲୋକେନିରାଶ ହୋ'ନ୍ତି ସ୍ୱାମୀ ସୁଖେ
Couplet 174
ବିଧବା ହୋନ୍ତି ଜନ୍ମ ସାତଯେ ନାରୀ ସ୍ୱାମୀ ଅଭକତ
Couplet 175
ମୋତେ ଅଇଲ ଯେବେ ଦେଖିଏତେକେ ପୂରିଲାନି ଆଖି
Couplet 176
ଯେ ମୋତେ ଦୂରେ ଥାଇ ଚିନ୍ତିମନ ବଚନ ମୋତେ ଦ୍ୟନ୍ତି
Couplet 177
ବେଗେ ହୁଅନ୍ତି ଭବୁଁ ପାରଖଣ୍ତଇ ଭ୍ରମ ତାହାଙ୍କର
Couplet 178
ଯେ ମୋର ନିକଟେ ରହଇସେ ପ୍ରାଣୀ ମୋତେ ନ ଭଜଇ
Couplet 179
ମାୟାରେ ହୋଏ ଛନଛନବିଷୟାଜଡ଼େ ଥାଇ ମନ
Couplet 180
ସେ ମୋତେ ପାଇବ କେମନ୍ତହସି ବୋଲନ୍ତି ଗୋପୀନାଥ
Couplet 181
ମୁନି ବୋଲନ୍ତି ରାୟେ ଶୁଣଯାହା କହିଲେ ନାରାୟଣ
Couplet 182
କେ ତାହା କରିବଟି ଆନସବୁରି ପ୍ରଭୁ ଭଗବାନ
Couplet 183
ଗୋପିଏ କୃଷ୍ଣକଥା ଶୁଣିଚିନ୍ତା ବିକଳେ ମନେ ଗୁଣି
Couplet 184
ବଜ୍ରପଡ଼ିଲା ଯେହ୍ନେ ଶିରବଦନୁ ନ ଇଲା ଉତ୍ତର
Couplet 185
ନିଃଶ୍ୱାସ ବହେ ଖରତରଶୁଖିଲା ସୁରଙ୍ଗ ଅଧର
Couplet 186
ଦଶନେ ଅଧର କାମୋଡ଼ିକରଯୁଗଳ ଶିରେ ତାଡ଼ି
Couplet 187
ଚରଣ ଅଙ୍ଗୁଳିର ଅଗ୍ରେଭୂମି ଚିରନ୍ତି କାମ ବ୍ୟଗ୍ରେ
Couplet 188
କମ୍ପଇ ବିକଳେ ଶରୀରବେନି ଲୋଚନୁ ବହେ ନୀର
Couplet 189
ଅଞ୍ଜନ କୁଙ୍କୁମର ସଙ୍ଗେଲୁହ ପଡ଼ଇ କୁଚଯୁଗେ
Couplet 190
ଦୁଃଖସାଗରେ ନିମଜ୍ଜିଲେସଭୟେ ଲୋଚନ ବୁଜିଲେ
Couplet 191
ହୋଇଲେ ମୃତପିଣ୍ତ ପ୍ରାୟେଦେଖନ୍ତି ପ୍ରଭୁ ଦେବରାୟେ
Couplet 192
କୃଷ୍ଣ ନିଷ୍ଠୁର ବୋଲ ଶୁଣିଧର୍ମ ଅଧର୍ମ ମନେ ଗୁଣି
Couplet 193
ଯାହାର ପାଇଁ ଗୃହବାସଛାଡ଼ିଲୁ ଜୀବନର ଆଶ
Couplet 194
ତା'ର ନିଷ୍ଠୁର କଥା ପାଇଜୀବନ ଦଣ୍ତେ ନ ରହଇ
Couplet 195
ବେନି ଲୋଚନ ଘଷି କରେକୃଷ୍ଣଙ୍କୁ ଚାହିଁଲେ ସଧୀରେ
Couplet 196
ପାଦେ ପଡ଼ିଲେ ଏକାବେଳେକହନ୍ତି ଜୀବନ ବିକଳେ
Couplet 197
ଶିର ଲଗାଇ ପଦ୍ମପାଦେବୋଲନ୍ତି ଶୋକ ଗଦଗଦେ
Couplet 198
ଭୋ ନାଥ ପ୍ରଭୁ ଭାବଗ୍ରାହୀଏମନ୍ତ ବୋଲୁ କାହିଁପାଇଁ
Couplet 199
ତୁ ନୋହୁ ଯଶୋଦାନନ୍ଦନଅନାଦି ପ୍ରଭୁ ନିରଞ୍ଜନ
Couplet 200
ଆମ୍ଭେ ଅଭାଗୀ ଦୁଃଖିନାରୀଆଉ କି ଯିବୁ ଗୋପପୁରୀ
Couplet 201
ଛାଡ଼ିଲୁ ବିଷୟା-ବିଷାଦପାଇ ତୋହର ପଦ୍ମପାଦ
Couplet 202
ଲକ୍ଷ୍ମୀ ଯା' ନ ଛାଡ଼ଇ କ୍ଷଣେଗଙ୍ଗା ରହିଲା ନଖକୋଣେ
Couplet 203
ସେ ପାଦ ପାଇ ଆମ୍ଭେ ସୁଖୀଏବେ ହୋଇଲୁ ନିରିମାଖୀ
Couplet 204
ଆମ୍ଭଙ୍କୁ ତେଜୁ କାହିଁପାଇଁତୋ' ତହୁଁ ଆନଗତି ନାହିଁ
Couplet 205
ତୋ' ପାଦପଙ୍କଜର ମୂଳେଜ୍ଞାନୀ ଚିନ୍ତନ୍ତି ଯୋଗବଳେ
Couplet 206
ସେ ପାଦପଦ୍ମ ଆମ୍ଭେ ପାଇକାହିଁକି ଯିବୁ ଭାବଗ୍ରାହୀ
Couplet 207
ତୋହର ପାଇଁ ଦାମୋଦରଛାଡ଼ିଲୁ ପତି ସୁତ ଘର
Couplet 208
ଭଜନ୍ତି ଯେ ତୋହର ନାମତାହାଙ୍କୁ ନାହିଁ ଦୁଃଖଶ୍ରମ
Couplet 209
ଆମ୍ଭେ ତୋ ପାଦେ ଚିତ୍ତ ଦେଇନିରାଶ ହୋଇଲୁ ଗୋସାଇଁ
Couplet 210
ଉଭୟେ ନ ପାଇଲୁ କୂଳତୁ ଯେ ବୋଲାଉ ଆଦିମୂଳ
Couplet 211
ଧର୍ମବକତାଙ୍କର ଗୁରୁତୋ'ର ମହିମା ମହାମେରୁ
Couplet 212
ଯାହା ବୋଇଲୁ ବେଦମତେଭୋନାଥ ଶୁଣ ଏକଚିତ୍ତେ
Couplet 213
ଏ ଯେ ତୋହର ସାଧୁପଣସେବିବୁଁ ସ୍ୱାମୀଙ୍କ ଚରଣ
Couplet 214
ଏ କଥା ଉଚିତ ତୋହରଭୋ ନାଥ ଶୁଣ ବେଦସାର
Couplet 215
ତୁ ଯେ ସକଳ ପ୍ରାଣୀଙ୍କରଦେହ ଜୀବନର ଠାକୁର
Couplet 216
ଯେ ପ୍ରାଣୀ ତୋହରେ ଭଜଇତାହାର ଜନ୍ମବନ୍ଧ ନାହିଁ
Couplet 217
ଅନେକ ପୁଣ୍ୟ କରିଥିଲେତୋ' ନାମ ଧରି ଅନ୍ତଃକାଳେ
Couplet 218
ଅଭୟବ୍ରହ୍ମେ ସେ ପଶନ୍ତିଆମ୍ଭର ନାହିଁ ମନେ ଭ୍ରାନ୍ତି
Couplet 219
ଆଉ କି ଗୋପପୁର ଯିବୁଁପତି-ତନୟ ଆବୋରିବୁଁ
Couplet 220
ଆମ୍ଭର ତେଣେ ନାହିଁ ଆଶାତୋ ନାମ କରିଛୁ ଭରସା
Couplet 221
ମନ କି ନ ଜାଣୁ ଆମ୍ଭରଆଶା-ବିଶ୍ରାମ-ବାନା ତୋ'ର
Couplet 222
କାଳିନ୍ଦୀତୀରେ ବ୍ରତ କରିପୂଜିଲୁ ଶଙ୍କର ଗଉରୀ
Couplet 223
ବର ମାଗିଲୁ ଆମ୍ଭେ ଯାହାଭୋ ନାଥ ନ ଜାଣୁ କି ତାହା
Couplet 224
ଆମ୍ଭର ବସ୍ତ୍ର ଚୋରି କରିତୁ ଯେ ବୋଇଲୁ ନରହରି
Couplet 225
ରମିବି ବୃନ୍ଦାବନେ ମୁହିଁନିୟମ କଲୁ ବେଣୁ ଛୁଇଁ
Couplet 226
ଆମ୍ଭର ସାକ୍ଷୀ ଏ ମୁରଲୀକିପାଁ ପାସୋରୁ ବନମାଳୀ
Couplet 227
ତୋହର ଯେବେ ଦୟା ନାହିଁକିପାଁ ରାଇଲୁ ବେଣୁ ବାଇ
Couplet 228
ଆମ୍ଭର ମନ ନିଜ ଘରେବୁଡ଼ାଇ ଥିଲୁ ମୁହାଁସରେ
Couplet 229
ଶ୍ରବଣେ ମୁରଲୀ ଶୁଭିଲାକରଚରଣ ନ ଚଳିଲା
Couplet 230
ଜୀବନ ହରିଲୁ ଆମ୍ଭରଏବେ ତ କହିଲୁ ନିଷ୍ଠୁର
Couplet 231
ଭୋ ନାଥ କର ପ୍ରାଣ ରକ୍ଷାଆମ୍ଭେ ପାଇଲୁ ବେଣୁ ଦୀକ୍ଷା
Couplet 232
ତୋ'ର ଅଧରାମୃତ ରସଆମ୍ଭର ମୁଖରେ ବରଷ
Couplet 233
ଜୀବନ ରଖ ନନ୍ଦବାଳଆମ୍ଭର ପୂରିଲାଟି କାଳ
Couplet 234
କ୍ରୋଟ-ଅନଳ ପ୍ରାୟ ହୋଇକାମ ଅନଳ ହୃଦ ଦହି
Couplet 235
ଲିଭାଅ ମୁଖୁଁ ରସ ଦେଇଦାସବତ୍ସଳ ଭାବଗ୍ରାହୀ
Couplet 236
ଯେବେ ନ ରଖୁ ବନମାଳୀମରିବୁ ସକଳ ଗୁଆଳୀ
Couplet 237
ହତ୍ୟା ହୋଇବ ତୋର କନ୍ଧେଶୁଣି ହସନ୍ତି ଆଦିକନ୍ଦେ
Couplet 238
ଗୋପୀ ବୋଲନ୍ତି କୃଷ୍ଣେ ଚାହିଁପୂତନା ପ୍ରାଣ ଅଛୁ ଖାଇ
Couplet 239
ତୁ କାହିଁ ରଖିବୁ ଆମ୍ଭନ୍ତନିଶ୍ଚୟେ ହୋଇଲୁ କୃତାନ୍ତ
Couplet 240
ମରିବୁ ତୋହର ଉପରେଜୀବନ ନ ରହେ ଶରୀରେ
Couplet 241
ଭୋ ନାଥ ତୋହର ପୟରେକମଳା ସେବେ ନିରନ୍ତରେ
Couplet 242
ଆମ୍ଭର ପ୍ରିୟ ଅଟୁ ତୁହିଆଶା ନ ଛେଦ ଭାବଗ୍ରାହୀ
Couplet 243
ତୋହର ପାଦର ତୁଳସୀମାଳା କରିଣ ବ୍ରହ୍ମରାଶି
Couplet 244
କବରୀଭାର ସଜ କରିତୋ ପାଦେ ସେବିବୁ ମୁରାରି
Couplet 245
ତୋହର ପାଦ ହୃଦଗତେମୁନିଏ ଭଜୁଥାନ୍ତି ନିତ୍ୟେ
Couplet 246
ସେ ପାଦେ ପଶିଲୁ ଶରଣଜୀବନ ରଖ ନାରାୟଣ
Couplet 247
ତୋ'ର ଚରଣ ନରହରିସ୍ତନ-ବଦନ-ଶିରେ ଧରି
Couplet 248
ଆମ୍ଭର ତାପ ହୃଦୁଁ ଯିବଶରଣ ରଖ ପଦ୍ମନାଭ
Couplet 249
ତୋ'ର ସମ୍ପଦ ଭୋଗ କରିତୋ' ମୁଖ ଚାହିଁ ଦିନ ହରି
Couplet 250
ତୋ'ର ସୁନ୍ଦର ରୂପ ଦେଖିପିଛାଡ଼ି ନ ପାରୁଁ ଯେ ଆଖି
Couplet 251
ତୋହର ରୂପ ହୃଦେ ଗୁଣିବ୍ରହ୍ମାଣ୍ତେ ଯେତେକ ତରୁଣୀ
Couplet 252
କେ ଦେହ ଧରିବ ନିର୍ଭରେଶୁଣିଲା ନାହିଁ ତିନିପୁରେ
Couplet 253
ତୋ' ରୂପ ଦେଖି ପଶୁ ବନେପୁଲ ହୋନ୍ତି ତରୁଗଣେ
Couplet 254
ବୋଲନ୍ତି ଶୁକ ମୁନିବରଶୁଣ ହୋ କୃଷ୍ଣ ରସ ସାର
Couplet 255
ଦେଖିଣ ଗୋପୀଙ୍କ ବିକଳଦୟା ବସିଲା ଆଦିମୂଳ
Couplet 256
ଆନନ୍ଦେ ବେନିଭୁଜ ତୋଳିଆସ ବୋଇଲେ ବନମାଳୀ
Couplet 257
ବାହୁ ବିସ୍ତାରି କଲେ କୋଳବିଶ୍ୱସ୍ୱରୂପୀ ଆଦିମୂଳ
Couplet 258
ଆକର୍ଷି ଆଣି ନିଜ କରେହୃଦେ ଲଗାଇ କୋଳ କଲେ
Couplet 259
ଟାକି ଯେ ଥିଲା ଯୋଗମାୟାଶୂନ୍ୟରେ ବିକାଶିଲା କାୟା
Couplet 260
ଅତ୍ୟନ୍ତ ଦିବ୍ୟରୂପମାନସୁରେଖ ତିଳକ ବଦନ
Couplet 261
ଅଙ୍ଗେ ଆଦିତ୍ୟରତ୍ନ ଶୋଭାଅଗ୍ନିଧଉତ ବାସ ପ୍ରଭା
Couplet 262
କପାଳେ ମଳୟ ଚନ୍ଦନତାମ୍ବୁଳେ ସୁରଙ୍ଗ ବଦନ
Couplet 263
ମେଘେ ବିଜୁଳି ଯେହ୍ନେ ଜାଣିସୁରେଖ ତିଳକ ତରୁଣୀ
Couplet 264
କୃଷ୍ଣର ବେନିଭୁଜେ ପଶିତାପ ଛାଡ଼ିଲେ ଶୁଭ୍ରକେଶୀ
Couplet 265
ତକ୍ଷଣେ ପାଇଲେ ଜୀବନହରଷ ଗୋପୀଙ୍କର ମନ
Couplet 266
କୃଷ୍ଣଙ୍କୁ ବେଢ଼ିଲେ ଯୁବତୀଗଗନେ ଯେହ୍ନେ ତାରାପନ୍ତି
Couplet 267
ଗୋପୀଏ ତୋଷମନ ହୋଇପୁଷ୍ପ ତୋଳନ୍ତି ବନେ ଯାଇ
Couplet 268
ମାଳା ଗୁନ୍ଥିଲେ ଯତ୍ନ କରିବର ବରିଲେ ନରହରି
Couplet 269
କାଳିନ୍ଦୀ ବାଲିକୁଦେ ଯାଇଗୋପୀଙ୍କ ମଧ୍ୟେ ଭାବଗ୍ରାହୀ
Couplet 270
ଯୋଗମାୟାର ବଳେ ହରିଷୋଳସହସ୍ର ରୂପ ଧରି
Couplet 271
ହୋଇଲେ ବେନି-ବେନିଜନଗୋପୀ ରମିଲେ ଭଗବାନ
Couplet 272
ରତି ପଣ୍ତିତ ବଳବନ୍ତତୋଷିଲେ ଗୋପୀଙ୍କର ଚିତ୍ତ
Couplet 273
କୃଷ୍ଣରମଣ ରସ ପାଇଜ୍ଞାନ ହାରିଲେ ସର୍ବଗୋଇ
Couplet 274
ସବୁରି ଦେହେ ନଖକ୍ଷତସବୁ କୁଚରେ ପଦ୍ମହସ୍ତ
Couplet 275
ସକଳେ ଆଲିଙ୍ଗନ ପାଇହରଷ ହୋଇ ସର୍ବଗୋଈ
Couplet 276
ମନେ ବିଚାର କଲେ ନାରୀସ୍ୱାମୀର ଗର୍ବ ମନେ ଧରି
Couplet 277
ଆମ୍ଭର ପ୍ରାୟ ଭାଗ୍ୟବନ୍ତନାହିଁ ନୋହିବ ଏ ଜଗତ
Couplet 278
ରମିଲୁ ଅନାଦି ପୁରୁଷଆମ୍ଭରେ ହରି ହେଲେ ବଶ
Couplet 279
କୃଷ୍ଣ ଭକତ ଆମ୍ଭ ପ୍ରାୟେସ୍ୱର୍ଗେ ନୋହିବେ ଦେବତାଏ
Couplet 280
ଏମନ୍ତେ ମନେ ଗର୍ବ ବହିତାହା ଜାଣିଲେ ଭାବଗ୍ରାହୀ
Couplet 281
ଗୋପୀଙ୍କ ଭାବ ଜାଣିବାରେମାୟା ମୋହିଲେ ନଦୀତୀରେ
Couplet 282
ଗୋପୀଏ ବୃନ୍ଦାବତୀ ନାମେଥିଲା ସେ କୃଷ୍ଣ ସନ୍ନିଧାନେ
Couplet 283
ପୂର୍ବେ ସେ ଅଛି ତପ କରିଗୋବିନ୍ଦ ତା'ର ଭୁଜ ଧରି
Couplet 284
ଛନ୍ଦିଲେ ଗୋପୀଙ୍କର ମନକୃଷ୍ଣ ହୋଇଲେ ଅନ୍ତର୍ଦ୍ଧାନ
Couplet 285
ବୋଲଇ ଦାସ ଜଗନ୍ନାଥବନେ ନିରୋପି କୃଷ୍ଣପଥ
Couplet 286
ମୋହର ମନ ଗୋଡ଼ାଇଲାକୃଷ୍ଣଙ୍କୁ ଭେଟ ନ ପାଇଲା
Couplet 287
ବାହୁଡ଼ି ହୋଇଲା ନିରାଶସୁଜନେ ବୃନ୍ଦାବନେ ପଶ
Couplet 288
ମୁଁ ଅବା ହରିଙ୍କି ଅନାଇଁକାହିଁ ପାଇବି ଭାବଗ୍ରାହୀ
Couplet 289
ମୁଁ ଅବା କେତେକ ମାତରକାହିଁ ପାଇବି ଚକ୍ରଧର
Couplet 290
ପାମର ହୀନ ମୋ'ର ବୁଦ୍ଧିକୃଷ୍ଣ ଚରଣେ ମନ ଖେଦି
Couplet 291
ମୋ ଛାର ପାଇବଇଁ କାହିଁଯାହାର ଆଦି ଅନ୍ତ ନାହିଁ
Couplet 292
ସେ ଦୟାମୟ ହରିପାଦେମନ ମୋ' ରହୁ ଅପ୍ରମାଦେ
Couplet 293
ସୁଜନଜନଙ୍କର ହିତକହଇ ଦାସ ଜଗନ୍ନାଥ