Skandha 10
Adhyaya 29
Couplet 1
ଶୁଣ ପରୀକ୍ଷ ରାଜଋଷିନନ୍ଦ ଯେ କଲେ ଏକାଦଶୀ
Couplet 2
ପୂଜା କରାଇ ଚକ୍ରଧରରାତ୍ରେ ହୋଇଲେ ଉଜାଗର
Couplet 3
ଉଛୁର ପାରଣାର ବେଳାଯମୁନା ରାତ୍ର ଥାଉଁଗଲା
Couplet 4
ବରୁଣ ରାଜା ତାହା ଜାଣିଦୂତ ପେଷିଲା ପରିମାଣି
Couplet 5
ବୋଲଇ ଆଣ ହୋ ନନ୍ଦକୁଏଠାରେ ଦେଖିବା କୃଷ୍ଣଙ୍କୁ
Couplet 6
ଆଜ୍ଞା ପ୍ରମାଣେ ଦୂତ ଗଲେଯମୁନାଜଳେ ଲୁଚିଥିଲେ
Couplet 7
ଏମନ୍ତ ସମୟରେ ନନ୍ଦଯମୁନା ସ୍ନାହାନେ ଆନନ୍ଦ
Couplet 8
ଢ଼ାଳ କଠଉ ବସ୍ତ୍ର କୂଳେଥୋଇ ପଶିଲା ଯାଇ ଜଳେ
Couplet 9
ବରୁଣ ଦୂତେ ଲୁଚିଥିଲେନନ୍ଦକୁ ଯାଇଣ ଧଇଲେ
Couplet 10
ନନ୍ଦ ବୋଲଇ ନାହିଁ ଦୋଷକାହାକୁ କଲି ଅବା କିସ
Couplet 11
କିପାଇଁ ଧରିନିଅ ମୋତେଜାଣିଲେ ଯିବଇଁ ପରତେ
Couplet 12
ଗୋବିନ୍ଦ ମୋହର ତନୟଧନକୁ ମୋର ନାହିଁ ଭୟ
Couplet 13
ଯେତେ ଲୋଡ଼ିବ ଧନ ଦେବିଦୋଷ କହିଲେ ମୁଁ ଜାଣିବି
Couplet 14
ନନ୍ଦର ବୋଲ ନ ଶୁଣିଲେଦୂତେ ଯେ ଧରି ଘେନିଗଲେ
Couplet 15
ନନ୍ଦର ଧରି ବେନିକରମିଳିଲେ ବରୁଣ ଛାମୁର
Couplet 16
ଦେଖି ବରୁଣ ତୋଷ ହୋଇନନ୍ଦଙ୍କୁ ଆସନେ ବସାଇ
Couplet 17
ବୋଲଇ ନିସ୍ତରିଲି ଆଜଏବେ ଦେଖିବି ଦେବରାଜ
Couplet 18
ଅନେକ ପୂଜା ସନମାନନନ୍ଦଙ୍କୁ କରଇ ବରୁଣ
Couplet 19
ପୂଜା ଗୌରବେ ନନ୍ଦ ରହିଏଣେ ଆଦିତ୍ୟ ଉଦେ ହୋଇ
Couplet 20
ଅମୃତ ପାକ ଯେ ସମ୍ପାଇଯଶୋଦା ଛନ୍ତି ବାଟ ଚାହିଁ
Couplet 21
ଅପାର ହୋଇଲାଣି ବେଳରନ୍ଧନ ହୋଇଲା ଶୀତଳ
Couplet 22
ମନ ବଚନେ ଯଶୋବନ୍ତଯେସନେ ଅନାଏ ଯୁବତୀ
Couplet 23
ବାରତା ନ ପାଇଲେ ଯହୁଁମନ ଚଞ୍ଚଳ କଲେ ତହୁଁ
Couplet 24
ଏବେ ହେଁ ନଇଲେଟି ନନ୍ଦକି ଅବା ପଡ଼ିଲା ପ୍ରମାଦ
Couplet 25
ନନ୍ଦର କଲା ଯେତେ ଗୁଣସୁମରି କରଇ କାରୁଣ୍ୟ
Couplet 26
ନନ୍ଦକୁ ନ ଦେଖି ଗୋପାଳେକାଳିନ୍ଦୀ ନିକଟେ ମିଳିଲେ
Couplet 27
ସ୍ନାନଶକୁନ ଦେଖି କୂଳେଖୋଜନ୍ତି ଯାଇ ଜଳସ୍ଥଳେ
Couplet 28
ନ ଦେଖି ଅତି ଶୋକଭରେକହିଲେ ଯଶୋଦା ଆଗରେ
Couplet 29
ଯଶୋଦା ଶୁଣି ମୋହଗଲାନିଚେଷ୍ଟେ ଭୂମିରେ ଶୋଇଲା
Couplet 30
ଗୋପୀଏ ମିଳିଲେ ତୁରିତେତୋଳି ଧଇଲେ କୃଷ୍ଣମାତେ
Couplet 31
ଉଠି ଲୋଡ଼ନ୍ତି ଯଶୋବନ୍ତୀରୋଦନ୍ତି ଗୋକୁଳ ଯୁବତୀ
Couplet 32
ଉଚ୍ଚେ ରୋଦନ୍ତି ଗୋପପୁରନନ୍ଦକୁ ଗିଳିଲା କୁମ୍ଭୀର
Couplet 33
ଗୋପାଳେ ଧାଇଁ ଅତି ଖରେକହିଲେ ଗୋବିନ୍ଦ ଛାମୁରେ
Couplet 34
ଶୁଣି ଚକିତ ଭାବଗ୍ରାହୀକହନ୍ତି ରାମଙ୍କୁ ଅନାଇଁ
Couplet 35
ପିତାଙ୍କୁ ନେଇଛି ବରୁଣପୂଜିବ ମୋହର ଚରଣ
Couplet 36
ଏମନ୍ତେ ଧାଇଁ ବେନିଭାଇଯମୁନାତଟେ ହେଲେ ଯାଇ
Couplet 37
ଦେଖି ଧାମନ୍ତି ଯଶୋବନ୍ତୀଯେସନେ ଅନାଥ ଯୁବତୀ
Couplet 38
ନନ୍ଦର କଲା ଯେତେ ଗୁଣସୁମରି କରଇ କାରୁଣ୍ୟ
Couplet 39
ବୋଲଇ କୃଷ୍ଣମୁଖ ଚାହିଁଅନାଥ ହୋଇଲି ତ ମୁହିଁ
Couplet 40
କୃଷ୍ଣ କହନ୍ତି ଶୁଣ ମାତଏକ୍ଷଣି ଆଣିବି ମୁଁ ତାତ
Couplet 41
ଏଥକୁ କାନ୍ଦ କାହିଁପାଇଁମୁହିଁ ଆଣିବି ତାତ ଯାଇ
Couplet 42
ରାମଙ୍କୁ ବୋଲନ୍ତି ଅଚ୍ୟୁତତୁ ସ୍ୱାମୀ ରହିଥାଅ ଏଥ
Couplet 43
ମୁହିଁ ପିତାଙ୍କୁ ଆଣେ ଯାଇବୋଲନ୍ତି ବ୍ରହ୍ମାଣ୍ତ ଗୋସାଇଁ
Couplet 44
ସମସ୍ତେ ଯାଅ ନିଜ ଘରେକହି ଚଳିଲେ କୃଷ୍ଣ ଖରେ
Couplet 45
ବରୁଣପରେ ଦଇତ୍ୟାରିମିଳିଲେ ନିଜ ରୂପ ଧରି
Couplet 46
ଦେଖି ସାନନ୍ଦ ଜଳରାଜାକୃଷ୍ଣଚରଣେ କଲା ପୂଜା
Couplet 47
ବିବିଧମତେ ଉପହାରଜାଣଇଁ ପୂଜାର ବେଭାର
Couplet 48
ଅନେକ ମଣିରତ୍ନ ଦେଇପୂଜା କରଇ ଜଳସାଇଁ
Couplet 49
ବନ୍ଦଇ କୃଷ୍ଣର ଚରଣେକୁଟୁମ୍ବ ଘେନି ପ୍ରଦକ୍ଷିଣେ
Couplet 50
ପୂଜି ପଡ଼ିଲା କୃଷ୍ଣପାଦେବୋଲଇ ଶୋକ ଗଦଗଦେ
Couplet 51
ଆଜ ଜୀବନ ମୋର ଧନ୍ୟଦେଖିଲି ପ୍ରଭୁ ନିରଞ୍ଜନ
Couplet 52
ସୁତ-କୁଟୁମ୍ବ-ଘରଦ୍ୱାରପବିତ୍ର ହୋଇଲା ମୋହର
Couplet 53
ଯାହାର ପାଦରଜ ପାଇଜନ୍ମ ମରଣ ଭୟ ନାହିଁ
Couplet 54
ବ୍ରହ୍ମା ଶଙ୍କର ଯା'ର ନିତ୍ୟେନାମ ଜପନ୍ତି ହୃଦଗତେ
Couplet 55
ତୋହର ପାଦେ ଧ୍ୟାନ କରିସୁଖେ ତରନ୍ତି ଭବଭାରି
Couplet 56
ଅରୂପ ରୂପରାଶି ହୋଇମନୁଷ୍ୟ ଦେହେ ବେନି ଭାଇ
Couplet 57
ଯେ ରୂପ ଦେଖିବାର ପାଇଁନିରତେ ହୃଦରେ ଗୁଣଇ
Couplet 58
ବିଚାରେଁ ନନ୍ଦକୁ ଆଣିବିଗୋବିନ୍ଦ ଚରଣେ ପୂଜିବି
Couplet 59
ଭୋ ଦେବ ବାଞ୍ଛାକଳ୍ପତରୁତୋ'ର ମହିମା ମହାମେରୁ
Couplet 60
ଯେ ଯାହା ମନେ ତହିଁ ବାଞ୍ଛିତୁ ତାହା ଦେଉ ଶିରୀବତ୍ସି
Couplet 61
ମୋହର ମନବାଞ୍ଛା ପୁରିଚରଣେ ଦେଖିଲି ମୁରାରି
Couplet 62
ଭୋ ନାଥ ଗର୍ବ ବହି ମୁହିଁତୋର ପିତାକୁ ଆଣିଲଇଁ
Couplet 63
ତୋତେ ଦେଖିବା ମୋର ସଧଭୋ ନାଥ କଲି ଅପରାଧ
Couplet 64
କ୍ଷମାସାଗର ନରହରିଶରଣସୋଦର ମୁରାରି
Couplet 65
ବରୁଣେ ଚାହିଁଣ ଶ୍ରୀବତ୍ସିବୋଇଲେ ତାତ କାହିଁ ଅଛି
Couplet 66
ଶୁଣି ସାନନ୍ଦ ଜଳପତିନନ୍ଦକୁ ଆଣିଲା ତଡ଼ତି
Couplet 67
ବୋଇଲେ ଶିରେ ଦେଇ କରଭୋ ନାଥ ନିଅ ତୋ' ପିଅର
Couplet 68
ବରୁଣଭାବ ହୃଦେ ଘେନିଦାସବତ୍ସଳ ଅନ୍ତର୍ଯ୍ୟାମୀ
Couplet 69
ନନ୍ଦର କରେ ଦେଇ ହସ୍ତଗୋପେ ମିଳିଲେ ଗୋପୀନାଥ
Couplet 70
ଗୋପାଳେ ଦେଖିଣ ହରଷଆସି ମିଳିଲେ ନନ୍ଦପାଶ
Couplet 71
ନନ୍ଦକୁ ପୁଚ୍ଛନ୍ତି ବାରତାଯଶୋଦା ଛାଡ଼ିଲାକି ଚିନ୍ତା
Couplet 72
ନନ୍ଦ ବୋଲଇ ମୋତେ ହରିନେଲା ଯେ ଜଳ ଅଧିକାରୀ
Couplet 73
ଦେଖିଲା କୃଷ୍ଣର ବଦନଆଣି ସମର୍ପି ତତ୍କ୍ଷଣ
Couplet 74
ଗୋପେ ବୋଲନ୍ତି ତାହା ଶୁଣିନନ୍ଦ-ବଚନ ପରିମାଣି
Couplet 75
ବୋଲନ୍ତି ବରୁଣ ଯେ ନେଲାକୃଷ୍ଣଙ୍କୁ ଦେଖି ଛାଡ଼ିଦେଲା
Couplet 76
ନୋହିଲେ ମରନ୍ତା ପିଅରଭାଗ୍ୟ ଦିଶିଲା ଗୋପପୁର
Couplet 77
ନନ୍ଦ ଆନନ୍ଦମନ ହୋଇବୋଲନ୍ତି ଗୋପାଳଙ୍କୁ ଚାହିଁ
Couplet 78
ଦେଖିଲି ବରୁଣ ଭୁବନନିର୍ମଳ ହୋଇଲା ନୟନ
Couplet 79
ଗୋପେ ବୋଲନ୍ତି ତାହା ଶୁଣିନନ୍ଦବଚନ ମନେ ଗୁଣି
Couplet 80
ତୁ ଭାଗ୍ୟବନ୍ତ ଗୋପବୀରଯାର କୁମର ଦାମୋଦର
Couplet 81
ଆମ୍ଭେ ଦେଖିବୁ ତାହା କାହିଁମର୍ତ୍ତ୍ୟେ ମାନବ ଦେହ ବହି
Couplet 82
ଆମ୍ଭର ଗତି ତୋ' କୁମରଗୋକୁଳ ଶରଣ ତାହାର
Couplet 83
ଗୋପଙ୍କ ମନ କୃଷ୍ଣ ଜାଣିମାୟା ମୋହିଲେ ଚକ୍ରପାଣି
Couplet 84
ବୋଲନ୍ତି ଜୀବର ବେଭାରଭ୍ରମଇଁ ମାୟାଜଡ଼ ଘୋର
Couplet 85
ଆପଣା ଗତି ନ ଜାଣଇନାନା ଯୋନିରେ ଦେହ ବହି
Couplet 86
ଗୋପେ ମୋସଙ୍ଗେ ଭାବକଲେଏହାଙ୍କୁ ଦେଖାଇବି ଭଲେ
Couplet 87
ତକ୍ଷଣେ ଦେଖାଇଲେ ନେଇବରୁଣ ପୁରେ ଭାବଗ୍ରାହୀ
Couplet 88
ପୁଣି ଦେଖାଇ ନିଜପୁରଯେ ବଇକୁଣ୍ଠର ବେଭାର
Couplet 89
ଅନନ୍ତ ସତ୍ୟଜ୍ଞାନ ଜ୍ୟୋତିବ୍ରହ୍ମାଶଙ୍କର ଯାହା ଚିନ୍ତି
Couplet 90
ଗୋପ-ଗୋପାଳେ କରି ଦୟାମାୟାରେ ଦେଖାଇଲେ ତାହା
Couplet 91
ମାୟା ଛାଡ଼ିଲେ ଭଗବାନଗୋପାଳେ ପାଇଲେ ଚେତନ
Couplet 92
ଶୁଣ ପରୀକ୍ଷ ପୁଣ୍ୟଦେହାଅକ୍ରୁର ଦେଖିବଟି ତାହା
Couplet 93
ଚେତନା ପାଇଲେ ଗୋପାଳେଆନନ୍ଦେ କୃଷ୍ଣ କଲେ କୋଳେ
Couplet 94
ହରି ମହିମା ଗୋପେ ଦେଖିଆନନ୍ଦେ ନୟନେ ନିରେଖି
Couplet 95
ଚକିତେ ନିଜପୁରେ ଯାଇକହନ୍ତି ଗୋପୀଙ୍କି ବସାଇ
Couplet 96
ସେ ଗୋପୀ-ଗୋପାଳଙ୍କ ପାୟେସୁଜନଜନେ କର ଲୟେ
Couplet 97
କୃଷ୍ଣ କରିବେ ମୋତେ ତ୍ରାହିକୃଷ୍ଣହୁଁ ଅନ୍ୟଗତି ନାହିଁ
Couplet 98
କୃଷ୍ଣ ଚରଣେ ଅବିରତନମଇଁ ଦାସ ଜଗନ୍ନାଥ