Skandha 10
Adhyaya 28
Couplet 1
ବ୍ୟାସନନ୍ଦନ ହରଷିତବୋଲନ୍ତି ଶୁଣ ନରନାଥ
Couplet 2
କୃଷ୍ଣଙ୍କୁ କରି ଅପରାଧଇନ୍ଦ୍ର ପାଇଲା ମନେ ଖେଦ
Couplet 3
ଭାଳଇ ମନର ବିଷାଦେଦ୍ରୋହ ଯେ କଲି ପଦ୍ମପାଦେ
Couplet 4
ଅଜ୍ଞାନେ ହୋଇଲି ମୁଁ ବାଇଆଉ ସମ୍ପଦ ମୋର କାହିଁ
Couplet 5
କାହାରେ ପଶିବି ଶରଣନିଶ୍ଚୟ ହୋଇଲା ମରଣ
Couplet 6
ଯାହାର ମହିମା ଅନନ୍ତହୃଦରେ ଅଛଇ ଜଗତ
Couplet 7
ତା'ରେ ବଇରୀପଣ ହୋଇକେ ଥିଲା ଥିବ ଦେହ ବହି
Couplet 8
କି ବୁଦ୍ଧି କରିବଇଁ ଆଜଭୟେ କମ୍ପଇ ଦେବରାଜ
Couplet 9
ସୁରଭି ସ୍ୱର୍ଗପୁରେ ଥିଲାଇନ୍ଦ୍ରର ରୋଦନ ଶୁଣିଲା
Couplet 10
ବୋଲଇ ଇନ୍ଦ୍ର ମୁଖ ଚାହିଁରୋଦନ କରୁ କାହିଁପାଇଁ
Couplet 11
ଇନ୍ଦ୍ର ବୋଇଲେ ଶୁଣ ମାତକୃଷ୍ଣ ନ ଭାବି ଚଉମାଥ
Couplet 12
ବତ୍ସା ବାଳକ ହରିନେଲାଆପଣା ଭୁବନେ ଥୋଇଲା
Couplet 13
କୃଷ୍ଣ ତା'ଜାଣି ବିଚାରିଲେବତ୍ସା ବାଳକ ଭିଆଇଲେ
Couplet 14
ଲଜ୍ଜା ପାଇଲେ ବେଦପତିବେଦେ ଅନେକ କଲେ ସ୍ତୁତି
Couplet 15
ଏ କଥା ଥିଲି ମୁହିଁ ଜାଣିକାଳେ ପାସୋର ଗଲା ପୁଣି
Couplet 16
ନ ଜାଣି ହୋଇଲଇଁ ବଣାଲୋଚନ ଥାଇ ହେଲି କଣା
Couplet 17
କେମନ୍ତେ ଚାହିଁବି ତା' ମୁଖଏତେ ହୋଇଲା ବଡ଼ଦୁଃଖ
Couplet 18
ସୁରଭି ବୋଇଲେ ତୁ ଜାଣିଦ୍ରୋହ ଚିନ୍ତୁଲୁ ଚକ୍ରପାଣି
Couplet 19
ଏମନ୍ତେ କଲୁ ଅପରାଧସେ ତୋତେ ଦେଇଛି ସମ୍ପଦ
Couplet 20
ଅଜ୍ଞାନ ମତ୍ତବୁଦ୍ଧି ଫଳେଦ୍ରୋହ ଯେ କଲୁ ପାଦତଳେ
Couplet 21
ମହିମା ନ ଜାଣୁ ତାହାରଅଶେଷ-ବ୍ରହ୍ମାଣ୍ତ-ଠାକୁର
Couplet 22
ଦାସବତ୍ସଳ ପାଦଯୁଗେଶରଣ ପଶଯାଇ ବେଗେ
Couplet 23
ତୋ'ର ରକ୍ଷକ କେହି ନାହିଁବିଶ୍ୱ ସଂସାରେ ଦେହ ବହି
Couplet 24
ଶୋକ ସଂହରି ଦେବରାୟଶରଣ ପଶ କୃଷ୍ଣପାୟେ
Couplet 25
ମୋହର ପଛେ ଥାଅ ତୁହିକୃଷ୍ଣଙ୍କୁ ଭେଟାଇବି ନେଇ
Couplet 26
ସ୍ତୁତି କରିବି ତୋ'ର ପାଇଁତାହାର ନାମ ଭାବଗ୍ରାହୀ
Couplet 27
ଚରଣେ ପଶ ଯା'ଶରଣତୋତେ ରଖିବେ ନାରାୟଣ
Couplet 28
ଏମନ୍ତ କହି ଲୋକମାତଘେନି ଚଳିଲେ ସୁରନାଥ
Couplet 29
ମିଳିଲେ ବୃନ୍ଦାବନେ ଯାଇଜାଣିଲେ ପ୍ରଭୁ ଭାବଗ୍ରାହୀ
Couplet 30
ଗାଈ ଚରାଉଥିଲେ ବନେଗୋପାଳମେଳେ ବେଣୁସ୍ୱନେ
Couplet 31
ଘୋର ଗହନେ ପଶିଗଲେଗୋପାଳ ପୋଏ ନଜାଣିଲେ
Couplet 32
ଇନ୍ଦ୍ର ସୁରଭି ଯହିଁ ଛନ୍ତିଜାଣିଲେ ପ୍ରଭୁ ଶିରୀପତି
Couplet 33
ମିଳିଲେ ସୁରଭିର ଲାଗେଇନ୍ଦ୍ର ହିଁ ଅଛି ପୃଷ୍ଠଭାଗେ
Couplet 34
ସୁରଭି ଦେଖି ତୋଷଚିତ୍ତେନମିଲା କୃଷ୍ଣ ପାଦଗତେ
Couplet 35
ସ୍ତୁତି କରଇ କୃଷ୍ଣେ ଚାହିଁବୋଲଇ ଶିରେ କରଦେଇ
Couplet 36
ଭୋ ନାଥ ଶୁଣ ନରହରିଇନ୍ଦ୍ର ଯେ ତୋତେ ହେୟ କରି
Couplet 37
ଘୋର ବରଷଣ ବିବାଦେଦ୍ରୋହ ଯେ କଲା ପଦ୍ମପାଦେ
Couplet 38
ସମ୍ପଦ ଦେଇଛୁ ତାହାରେଏବେ ଶରଣ ତୋ'ପୟରେ
Couplet 39
ଲୁଚିଣ ଅଛି ମୋର ପଛେଭୋ ନାଥ ଦେଖସି ପ୍ରତ୍ୟକ୍ଷେ
Couplet 40
ଶୁଣି ଚାହିଁଲେ ଗିରିଧରବାସବ ପଡ଼ିଲା ପୟର
Couplet 41
ଭୟେ କମ୍ପଇ ତା'ର ଦେହୀଦନ୍ତେ ତିରଣ ଅଛି ଦେଇ
Couplet 42
ପୁଣି ଉଠିଲା ଭୟଚିତ୍ତେକର ଅଞ୍ଜଳି ଦେଇ ମାଥେ
Couplet 43
ଶିର ନିବେଶି ପଦ୍ମପାଦେବୋଲଇ ଶୋକ ଗଦଗଦେ
Couplet 44
ଭୋ ନାଥ ଆଦିନିରଞ୍ଜନଜ୍ୟୋତି ପ୍ରକାଶ ମହାଶୂନ୍ୟ
Couplet 45
ଗୁଣେ ପ୍ରକାଶ ତୋ'ର ନାହିଁଭକତହିତେ ବହୁ ଦେହୀ
Couplet 46
ମାୟା-ମୋହିତ-ଭବଜଳେତୋର ବିାହାର ଯୋଗବଳେ
Couplet 47
ଲୋଭର ମୂଳେ ଷଡ଼ ଅରିତୋହର ମହିମା ଆବୋରି
Couplet 48
ନିରତେ ଭ୍ରମାନ୍ତି ଶୟଳେତୋହର ମାୟାଚକ୍ର ବଳେ
Couplet 49
ଜଗତ ହୋଏ ଆତଯାତତୋହର ମାୟାରେ ଅନନ୍ତ
Couplet 50
ତୁହି ସେ ମାୟାକୁ ଆବୋରିଶରୀର ବହୁ ନରହରି
Couplet 51
ଦୁଷ୍ଟଙ୍କୁ ଦଣ୍ତିବାରେ ଆଶେସାଧୁଙ୍କୁ ରଖୁ ତୁ ବିଶ୍ୱାସେ
Couplet 52
ଜଗତ-ତାତ-ମାତ ତୁହିତୁ ଦଣ୍ତଧର ଭାବଗ୍ରାହୀ
Couplet 53
ତୋହର ସମ୍ପଦ ଆବୋରିଯେ ବୋଲେ ମୋହରି ମୋହରି
Couplet 54
ତାହାଙ୍ଗ ଗର୍ବ ନାଶିବାରେଜନମ ହେଉ ଏ ସଂସାରେ
Couplet 55
ମୋହର ପ୍ରାୟେ ଜ୍ଞାନ ହାରିଯେ ତୋର ସମ୍ପଦ ଆବୋରି
Couplet 56
ଗର୍ବବହନ୍ତି ଦୁଷ୍ଟ ଚିତ୍ତେତାହାଙ୍କୁ ଦଣ୍ତୁ ତୁ ଉଚିତେ
Couplet 57
ଗର୍ବଗଞ୍ଜନ ତୋର ଦେଖିଭୟେ ମୁଦ୍ରିତ ବେନି ଆଖି
Couplet 58
ତକ୍ଷଣ ଗର୍ବ ଦୂରକରିତୋହର ମହିମା ସୁମରି
Couplet 59
ତୋତେ ଭଜନ୍ତି ସାଧୁଚିତ୍ତେଖଳନାଶନ ଦେଖି ତୋତେ
Couplet 60
ଏବେ ମୁଁ କଲି ଅପରାଧଭୋ ନାଥ ରଖ ପଦ୍ମପାଦ
Couplet 61
ଏ ଅପରାଧ କ୍ଷମାକରଭୋ ନାଥ ଶରଣ ତୋହର
Couplet 62
ଅଜ୍ଞାନମତେ ଭୋଗ ପାଇଭୋଳ ହୋଇଲି ଭାବଗ୍ରାହୀ
Couplet 63
ଭାରାନିବାରେ ତୋ'ର ଜାତତୋହର ସଞ୍ଚିଲା ଜଗତ
Couplet 64
ଅବନୀଭାରା ନାଶ କରିସାଧୁଙ୍କୁ ରଖୁ ନରହରି
Couplet 65
ନମଇ ପରମ ମଙ୍ଗଳପରମ ଆତ୍ମା ଆଦିମୂଳ
Couplet 66
ନମଇଁ ବସୁଦେବ ସୁତଯାଦବବଂଶ ଦଇବତ
Couplet 67
ଶୁଦ୍ଧମୂରତି ଦିବ୍ୟଜ୍ଞାନଇଚ୍ଛାଏ ହେଉ ନାନାବର୍ଣ୍ଣ
Couplet 68
ସକଳଜୀବ ଆଦିପିତାନମଇଁ କଇବଲ୍ୟଦାତା
Couplet 69
ତୁ ଦେଲୁ ଇନ୍ଦ୍ରପଦ ମୋତେଦ୍ରୋହ ଚିନ୍ତିଲି ମୁହିଁ ତୋତେ
Couplet 70
ଅଳପ ଲୋକ ମୁଁ ସ୍ୱଭାବେମୋତେ ଥୋଇଲୁ ଇନ୍ଦ୍ରପଦେ
Couplet 71
ମୁଁ ଛାର ନୁହଁଇ ଭାଜନତୁ କି ନ ଜାଣୁ ଭଗବାନ
Couplet 72
ଅଳପଲୋକେ ସୁଖ ଦେଲେଆବୋରି ନ ପାରଇ ଭଲେ
Couplet 73
ଏଣୁ ହୋଇଲି ଅପରାଧୀତୁ ନାଥ କରୁଣା ବାରିଧି
Couplet 74
ତୋ'ର ଚରଣୁଁ ନାହିଁ ଆନଶରଣ ରଖ ଭଗବାନ
Couplet 75
ଶୁକ ବୋଲନ୍ତି ଶୁଣ ରାୟେକମ୍ପଇ ବାସବର କାୟେ
Couplet 76
ଦାସବତ୍ସଳ ଭାବଗ୍ରାହୀବୋଲନ୍ତି ଇନ୍ଦ୍ରମୁଖ ଚାହିଁ
Couplet 77
ମେଘ-ଗମ୍ଭୀର ପ୍ରାୟ ବାଣୀହସି କହନ୍ତି ଚକ୍ରପାଣି
Couplet 78
ଶୁଣ ହୋ ତ୍ରିଦଶର ନାଥତୋ'ର ଦେଖିଲୁ ଦୁଷ୍ଟଚିତ୍ତ
Couplet 79
ମୋର ସମ୍ପଦେ ଅନ୍ଧ ହୋଇମୋତେ ନ ଚିହ୍ନୁ ଗର୍ବ ବହି
Couplet 80
ତୋତେଟି ଅଛି ମୋର ଦୟାତେଣୁଟି ଦେଖାଇଲି ମାୟା
Couplet 81
ଭାଙ୍ଗିଲି ତୋ'ର ଯଜ୍ଞକର୍ମତୁ ଯେଣୁ ହେଲୁ ମତିଭ୍ରମ
Couplet 82
ଛାଡ଼ିଲୁ ମୋର ପାଦଚିନ୍ତାସମ୍ପଦେ ହୋଇଲୁ ଅଚେତା
Couplet 83
ଯେ ମୋ ସମ୍ପଦେ ଅନ୍ଧ ହୋଇଅଜ୍ଞାନେ ମୋତେ ନ ଜାଣଇ
Couplet 84
ସେ ଅପରାଧେ ଦଣ୍ତ ପାଇତାହାର ସୁଖ ଲେଶ ନାହିଁ
Couplet 85
ଯାହାକୁ ହୁଅଇ ସଦୟେସମ୍ପଦ ହରଇ ଥୋକାଏ
Couplet 86
ପୁଣି ଜାଣଇ ଯେବେ ମୋତେନାମ ଜପଇ ହୃଦଗତେ
Couplet 87
ମୋହର ଭାବେ ଯେ ପଶଇଜନ୍ମ-ମରଣ ତାର ନାହିଁ
Couplet 88
ଏବେ ତୁ ନିଜପୁରେ ଯାଅମୋହର ପାଦେ ଚିତ୍ତ ଦିଅ
Couplet 89
ମୋହର ଆଜ୍ଞା ଘେନି ଶିରେଗର୍ବ ନ ଥାଉ ତୋ' ଶରୀରେ
Couplet 90
ଇନ୍ଦ୍ରକୁ ଦେଖି ତୋଷଚିତ୍ତସୁରଭି ନମଇ ଅଚ୍ୟୁତ
Couplet 91
ତକ୍ଷଣେ ହୃଷ୍ଟମୁଖ ହୋଇସ୍ତୁତି କରଇ କୃଷ୍ଣେ ଚାହିଁ
Couplet 92
ହେ କୃଷ୍ଣ ତୁ ପରମଯୋଗୀବିଶ୍ୱ ସଂସାରେ ବିଶ୍ୱଭୋଗୀ
Couplet 93
ତୁ ଆମ୍ଭ ପାଳକ ଗୋପାଳନମସ୍ତେ ପ୍ରଭୁ ଆଦିମୂଳ
Couplet 94
ଆମ୍ଭର ଇନ୍ଦ୍ର ଅଟୁ ତୁହିତୋ' ପାଦୁଁ ଅନ୍ୟ ଗତି ନାହିଁ
Couplet 95
ଗୋରୁ-ବ୍ରାହ୍ମଣ-ଦେବଙ୍କରତୁ ନାଥ ଶରଣ ସୋଦର
Couplet 96
ବ୍ରହ୍ମାବଚନେ ମୁହିଁ ତୋତେପୂଜିବି ଅଭିଷେକ ମତେ
Couplet 97
ତୁ ନାଥ ଗୋକୁଳର ଇନ୍ଦ୍ରନାମ ମୁଁ ଦେବଇଁ ଗୋବିନ୍ଦ
Couplet 98
ତକ୍ଷଣେ ଇନ୍ଦ୍ର ଚଳିଗଲାମେଘମାନଙ୍କୁ ଆଜ୍ଞା ଦେଲା
Couplet 99
ଅଇରାବତ ଦିଗପାଳେପାରିଜାତକ ଗଙ୍ଗାଜଳେ
Couplet 100
ବ୍ରହ୍ମଣେ ମିଳି ବେଦନାଦେକୃଷ୍ଣେ ସଞ୍ଚିଲେ ଇନ୍ଦ୍ରପଦେ
Couplet 101
ସୁରଭି କ୍ଷୀର ବରଷିଲାଗୋବିନ୍ଦ ବୋଲି ନାମ ଦେଲା
Couplet 102
ନାରଦ ଆଦି ବିଦ୍ୟାଧରେତୁମ୍ବୁରୁ ଚାରଣ କିନ୍ନରେ
Couplet 103
ଗୀତବିନୋଦେ ନୃତ୍ୟରଙ୍ଗେସୁସ୍ୱରେ ବାଦ୍ୟନାଦ ସଙ୍ଗେ
Couplet 104
ପୁଷ୍ପ ବରଷି ସ୍ତୁତି ଭଣିସୁନ୍ଦର ଦିଶଇ ଧରଣୀ
Couplet 105
ସୁରଭି ପୟେ ଇନ୍ଦ୍ର ଜଳେଆନନ୍ଦ ହୋଇଲେ ସକଳେ
Couplet 106
ମେଦିନୀ କ୍ଷୀର ନୀର ପାଇବରଷାକାଳ ପ୍ରାୟ ହୋଇ
Couplet 107
ସରସ ହୋଇ ମହୀରୂହେମଧୁ ବରଷିଲେ ଥୋକାଏ
Couplet 108
ଶସ୍ୟ ହୋଇଲା ଆକର୍ଷଣେମଣିଏ ଉପୁଜିଲେ ବନେ
Couplet 109
ଗୋବିନ୍ଦ ନାମ ଶୁଣି କର୍ଣ୍ଣେହିଂସା ଛାଡ଼ିଲେ ପଶୁଗଣେ
Couplet 110
ଗୋବିନ୍ଦ ଆଜ୍ଞା ଘେନି ଶିରେଦେବେ ଚଳିଲେ ନିଜପୁରେ
Couplet 111
ସୁରଭି ଗଲା ତୋଷ ହୋଇଗୋବିନ୍ଦପାଦ ହୃଦେ ଧ୍ୟାୟି
Couplet 112
ସୁଜନେ ଗୋବିନ୍ଦର ପାଦେଚିତ୍ତକୁ ମଜ୍ଜାଅ ଆନନ୍ଦେ
Couplet 113
ଗୋବିନ୍ଦ ନାମ ଭେଳା କରିହେଳେ ତରିବ ଭବବାରି
Couplet 114
ସେ ହରି କରୁଣା ସାଗରନିର୍ଦ୍ଦୟାଭାବ ନାହିଁ ତା'ର
Couplet 115
ବୋଲଇ ଦାସ ଜଗନ୍ନାଥଗୋବିନ୍ଦପାଦେ ଦେଇ ଚିତ୍ତ