Skandha 10
Adhyaya 27
Couplet 1
ଶୁଣ ପାଣ୍ତବ-ଚୂଡ଼ାମଣିନନ୍ଦନନ୍ଦନ କର୍ମବାଣୀ
Couplet 2
ଗୋପୀ ଗୋପାଳେ ରୁଣ୍ତ ହୋଇକହନ୍ତି ନନ୍ଦକୁ ବସାଇ
Couplet 3
ମନୁଷ୍ୟ ନୋହେ ତୋ ବାଳକଏହାର କର୍ମମାନ ଦେଖ
Couplet 4
କେଉଁ ଦେବତା ଗୋପ୍ୟ ହୋଇଜନ୍ମ ହୋଇଲା ଦେହ ବହି
Couplet 5
ଆମ୍ଭର ବଂଶେଜାତ ହୋଇଏମନ୍ତ ଦେଖିଲା ତ ନାହିଁ
Couplet 6
ସାତ ବରଷ ତୋର ବାଳକରେ ତୋଳିଲା ଗିରିବର
Couplet 7
ନଳିନୀ ଯେହ୍ନେ ଗଜ-କରେପର୍ବତ ତୋଳିଲା ସଧୀରେ
Couplet 8
ତିନିଦିନର ତୋର ସୁତପୂତନା ପ୍ରାଣ କଲା ହତ
Couplet 9
ଅନ୍ତୁଡ଼ି ଉଠିଆରୀ ଦିନେଶକଟ ଭାଙ୍ଗିଲା ଚରଣେ
Couplet 10
ଦିନେକ ଦ୍ୱାରେ ବସିଥିଲାତୃଣାବର୍ତ୍ତ ଯେ ହରିନେଲା
Couplet 11
ଗଗନେ ନେଇ ତା' ମାଇଲାଶିଳାରେ ପଡ଼ି ଉବୁରିଲା
Couplet 12
ଦଧିମନ୍ଥନ ବେଳେ ଧରିରୋଳେ ବାନ୍ଧିଲା ତୋର ନାରୀ
Couplet 13
ଘରୁ ବାହାର ହୋଇଗଲାବୃକ୍ଷର ତଳରେ ମିଳିଲା
Couplet 14
ବୃକ୍ଷ ମଧ୍ୟରେ ପଶିଗଲାଯାମଳା ଅର୍ଜୁନ ଭାଙ୍ଗିଲା
Couplet 15
ଅଘା ଦଇତ ବାଳକାଳେମାଇଲା କୁମାରଙ୍କ ମେଳେ
Couplet 16
ଦିନେକ ବକ ଗିଳୁଥିଲାସେ ପୁଣି କେମନ୍ତେ ଜାଣିଲା
Couplet 17
ବକାସୁରକୁ କରେ ଧରିଚିରିଲା ବେନିଫାଳ କରି
Couplet 18
ଧେନୁକା ତାଳବନେ ନାଶିଫଳ ଆଣିଲା ମନ ତୋଷି
Couplet 19
ପ୍ରଳମ୍ବା ଯୁଦ୍ଧେ ମରାଇଲାଗୋକୁଳ ଅନଳୁଁ ତାରିଲା
Couplet 20
ଜାଣୁ ନା କାଳୀୟର କଥାକେ ତା'ରେ ଅଛି ସାମରଥା
Couplet 21
ହେଳେ ଗଞ୍ଜିଲା ତା'ର ବଳଅମୃତ କଲା ବିଷଜଳ
Couplet 22
ଲୋଚନେ ତା'ର ମୁଖ ଚାହିଁଗୋପୀଗୋପାଳେ ହେଉଁ ବାଇ
Couplet 23
ଆମ୍ଭର ବଡ଼ଇ ମୁହାଁସବାଳକେ ନଛାଡ଼ନ୍ତି ପାଶ
Couplet 24
ଏବେ ତୋଳିଲା ଗିରିବରସାତବରଷ ତୋ' କୁମର
Couplet 25
ଆମ୍ଭେ ପାଇଲୁ ମନେ ଶଙ୍କାନନ୍ଦ ତୁ ଏଥେ ଥାଅ ଏକା
Couplet 26
କିଏ ଅସୁର ତୋ'ର କୋଳେଆମ୍ଭଙ୍କୁ ଗିଳିବ ସେ ହେଳେ
Couplet 27
ପଳାଇଯିବୁ ତୋର ପୁରୁତୋର ସୁତକୁ ଆମ୍ଭେ ଡ଼ରୁ
Couplet 28
ଦଇବେ ଆମେ ରାଜଦ୍ରୋହୀଏ ପୁରେ ନ ରହିବୁ କେହି
Couplet 29
ଯେତେ ଅସୁର ମଲେ ଏଥସମସ୍ତେ ରାଜା ଅମନାତ୍ୟ
Couplet 30
ରାଜବଇରୀ ପଣ ହୋଇକେ ପ୍ରଜା ନଗ୍ରେ ଥାଇ ରହି
Couplet 31
ଏବେ ହୋଇଲା ବଡ଼ ଭୟଯଜ୍ଞ ଭାଙ୍ଗିଲା ତୋର ପୁଅ
Couplet 32
ଇନ୍ଦ୍ରର ତୁଲେ ବାଦ କରିକେ ରହିପାରେ ମର୍ତ୍ତ୍ୟପୁରୀ
Couplet 33
ନନ୍ଦ ବୋଇଲା ତାହା ଶୁଣିଗୋପବଚନ ପରିମାଣି
Couplet 34
ଶୁଣ ସକଳ ଗୋପଜନଗର୍ଗ ଋଷିଙ୍କର ବଚନ
Couplet 35
ପୁତ୍ରଙ୍କ ନାମକର୍ମ କାଳେମୋତେ କହିଲେ ଏକମେଳେ
Couplet 36
ବୋଇଲେ ତୋର ପୁତ୍ରକଥାଜାଣଇଁ ଜନ୍ମର ବାରତା
Couplet 37
ଚାରିଯୁଗରେ ଚାରିବର୍ଣ୍ଣଶୁକ୍ଳ ଶୋଣିତ ପୀତ ଶ୍ୟାମ
Couplet 38
ପୂର୍ବେ ଏ ବସୁଦେବ ଘରେଜନ୍ମିଲା ଦେବକୀ ଉଦରେ
Couplet 39
ଏହାର ନାମ ବାସୁଦେବବିଦିତ ବୋଲନ୍ତି ସାଧବ
Couplet 40
ଏହାର ନାମ ଗୁଣ ଯେତେମୁହିଁ ଜାଣଇ ଯୋଗମତେ
Couplet 41
ଗୋକୁଳ ତାରିବ ଏ ଭଲେସୁଖେ ବଞ୍ଚିବ ଏହା ତୁଲେ
Couplet 42
ପୂର୍ବେ ସାଧବେ ସିଦ୍ଧେ ରହିତରିଲେ ଏହା ପାଦ ଧ୍ୟାୟି
Couplet 43
ଏହାର ପାଦେ ସେବା କରିହେଳେ ତରିବେ ନରନାରୀ
Couplet 44
ହେ ନନ୍ଦ ଶୁଣ ସାବଧାନମନୁଷ୍ୟ ନୋହେ ତୋ' ନନ୍ଦନ
Couplet 45
ଦେଖ ଏହାର ବର୍ଣ୍ଣଚିହ୍ନପ୍ରତ୍ୟକ୍ଷେ ବିଷ୍ଣୁର ସମାନ
Couplet 46
ଏମନ୍ତ କହିଗଲେ ମୁନିତାହାଙ୍କ ବୋଲ ଶିରେ ଘେନି
Couplet 47
ମଣିଲି ନାରାୟଣ ପ୍ରାୟତୁମ୍ଭେ ନ କର ମନେ ଭୟ
Couplet 48
ପୁତ୍ରର ଜନ୍ମ ତିନିଦିନେଅଇଲି ମଥୁରା ଭୁବନେ
Couplet 49
କଂସ ବିଡ଼ିଆକର ଘେନିରହିଲି ସେଦିନ ରଜନୀ
Couplet 50
ନବରେ ଦେଖି ବସୁଦେବସେ ମୋର ପ୍ରିୟ ମିତ୍ରଭାବ
Couplet 51
ଏହାର ଯେତେ କଥାମାନଯାହା କହିଲେ ତପୋଧନ
Couplet 52
ମୁଁ ହାଦେ ହେଜୁଥାଇ ବସିପ୍ରିୟବଚନ ଅହର୍ନିଶି
Couplet 53
ଆବର କଥା ଏକ ଶୁଣକହି ଅଛନ୍ତି ତପୋଧନ
Couplet 54
ଏ ପୁତ୍ର ଯେତେ ଯେତେ କଥାଏଥକୁ ନ କରିବୁ ବ୍ୟଥା
Couplet 55
ଯେତେ ଅରିଷ୍ଟ ତୋର ପୁରେମରିବେ ଯେତେକ ଅସୁରେ
Couplet 56
ଏଥକୁ ନ ପାଇବୁ ଚିନ୍ତାତୋ' ପୁତ୍ର ପ୍ରତ୍ୟକ୍ଷେ ବିଧାତା
Couplet 57
ମୋତେ ଅଛନ୍ତି ଏତେ କହିଏଥକୁ ନ ବିଚାର କେହି
Couplet 58
ଏମନ୍ତ ନନ୍ଦ ମୁଖୁଁ ଶୁଣିଗର୍ଗବଚନ ମନେ ଗୁଣି
Couplet 59
ନନ୍ଦବଚନେ ମନଦେଇଶଙ୍କା ଛାଡ଼ିଲେ କୃଷ୍ଣେ ଚାହିଁ
Couplet 60
ଆନନ୍ଦେ ଆଲିଙ୍ଗନ କରିମାୟା ମୋହିଲେ ନରହରି
Couplet 61
ଗୋପାଳେ ହୋଇଲେ ହରଷକୃଷ୍ଣଙ୍କୁ ଚାହିଁ ହସହସ
Couplet 62
ଆନନ୍ଦେ ଶିରେ କର ଦେଇବୋଲନ୍ତି କୃଷ୍ଣ କର ତ୍ରାହି
Couplet 63
ବାସବ ତ୍ରାସୁ ଯେ ତାଲିଲାପର୍ବତ କରେ ଉପାଡ଼ିଲା
Couplet 64
ସେ ଆମ୍ଭ ରଖୁ ସର୍ବକାଳେଗୋରୁ ଗୋପାଳ ଏକମେଳେ
Couplet 65
ଶରଣ ଗଲୁଁ ତା'ର ପାଦେଗୋପାଳେ ବୋଲନ୍ତି ଆନନ୍ଦେ
Couplet 66
ହରିଚରିତ ସୁଧାବାରିଶ୍ରୁତିଯୁଗଳେ ପାନ କରି
Couplet 67
ଆନନ୍ଦମନେ କର ଲୟହେଲେ ତାରିବେ ଦେବରାୟ
Couplet 68
ସୁଜନଜନେ ଏଣେ ରସହେଳେ ଖଣ୍ତିବ ମୋହପାଶ
Couplet 69
ହରିଚରଣ ଆଶ୍ରା କରଆଉ ନ ଥିବ ଦୁଃଖ ଘୋର
Couplet 70
ବୋଲଇ ଦାସ ଜଗନ୍ନାଥଗୀତ ପ୍ରବନ୍ଧେ ଭାଗବତ