Skandha 10
Adhyaya 26
Couplet 1
ପରୀକ୍ଷରାଜା ମୁଖ ଚାହିଁଶୁକ କହନ୍ତି ତୋଷ ହୋଇ
Couplet 2
ଶୁଣ ହୋ କୁରୁନୃପମଣିସ୍ୱର୍ଗେ ଜାଣିଲେ ବଜ୍ରପାଣି
Couplet 3
କୃଷ୍ଣର ଦେଖି ଦୁଷ୍ଟପଣକୋପେ କମ୍ପିଲା ସୁରରାଣ
Couplet 4
କହଇ ଦେବଙ୍କୁ ବସାଇମେଘ ପବନକୁ ଅଣାଇ
Couplet 5
ପ୍ରଳୟକାରୀ ମେଘଗଣଅନାଇଁ କହେ ମଘବାନ
Couplet 6
ଶୁଣ ପବନ ମେଘମାଳେମୋ' ପୂଜା ଭାଙ୍ଗିଲେ ଗୋପାଳେ
Couplet 7
ଯଶୋଦାସୁତ କୃଷ୍ଣ ବୋଲେଗୋପାଳେ ମୋତେ ନ ମାନିଲେ
Couplet 8
ବାଳକ କୃଷ୍ଣ ବୋଲି ନାମତା ବେଲେ କଲେ ଏଡ଼େ କର୍ମ
Couplet 9
ମନୁଷ୍ୟ ହୋଇ ବଳୀୟାରପୂଜା ଭାଙ୍ଗିଲା ଗୋପେ ମୋର
Couplet 10
ଗଉଡ଼େ କୃଷ୍ଣ ସଙ୍ଗେ ଭୋଳମୁଁ ଆଜ ପୂରାଇବି କାଳ
Couplet 11
ଏ ଅପମାନ କେବା ସହିସ୍ୱର୍ଗରେ ଇନ୍ଦ୍ରପଦ ବହି
Couplet 12
ସମ୍ପଦ-ମତ୍ତଗର୍ବ ଅନ୍ଧେସିନ୍ଧୁ ତରିବେ ବାଲିବନ୍ଧେ
Couplet 13
ଦଦରା ନାବେ ଯେହ୍ନେ ବସିସମୁଦ୍ରତରଣେ ସାହସୀ
Couplet 14
ଭବତରଣେ ପଥ ଲୋଡ଼ିପଣ୍ତିତେ ଧର୍ମଶାସ୍ତ୍ର ଛାଡ଼ି
Couplet 15
ଏମନ୍ତ ମଣିଲେ ଗୋପାଳେନନ୍ଦବାଳକ କୃଷ୍ଣ ବୋଲେ
Couplet 16
ବାଳକ ସପତବରଷତାବୋଲେ କରିଲେ ବିଶ୍ୱାସ
Couplet 17
ବାଳୁତ ପ୍ରାୟ ଖେଳୁଥାଇପାଠପଠନ ନ ଜାଣଇ
Couplet 18
ଗାଈ ଚରାଇ ବନେ ବନେଗୋପାଳ ସଙ୍ଗେ ବେଣୁସ୍ୱନେ
Couplet 19
ପଣ୍ତିତ ପ୍ରାୟ ତା'କୁ ମଣିମୋହର ମହିମା ନ ଜାଣି
Couplet 20
ଏଡ଼େ ଅନୀତି ଆଚରିଲେଆଜ ସଂଗ୍ରାମ କୃଷ୍ଣ ତୁଲେ
Couplet 21
ଜାଣିବା କୃଷ୍ଣ ଆଶ୍ରେ କରିକେମନ୍ତେ ଥିବେ ଗୋପପୁରୀ
Couplet 22
ଗୋରୁ ଗୋପାଳ କୃଷ୍ଣ ଆଦିଏ ମୋର ଯଜ୍ଞଭଙ୍ଗେ ବାଦୀ
Couplet 23
ଏହାଙ୍କୁ କର ବେଗେ ନାଶଆବୋରି ବୃନ୍ଦାବନଦେଶ
Couplet 24
ତୁମ୍ଭେ ପ୍ରଳୟ ଚାରିମେଘେଗୋପେ ବରଷ ଯାଇ ବେଗେ
Couplet 25
ଶୁଣ ପବନ ଅଣଚାଶଏ ଚାରିମେଘେ ତୁମ୍ଭେ ମିଶ
Couplet 26
ବିଜୁଳି ଘୋରନାଦ ଘେନିଶବଦେ କମ୍ପାଅ ମେଦିନୀ
Couplet 27
ବଜ୍ର ପାଷାଣ ସଙ୍ଗେ ବାରିବରଷ ଘୋରନାଦ କରି
Couplet 28
ମୁଁ ପୁଣି ତୁମ୍ଭ ପଛେ ଥାଇଅଇରାବତରେ ଆରୋହୀ
Couplet 29
ବଜ୍ର ମାରିବି ନିରନ୍ତରେଅନଳଜ୍ୟୋତି ପରଖରେ
Couplet 30
ନନ୍ଦସମ୍ପଦ କରି ନାଶତେବେ ହୋଇବ ମନତୋଷ
Couplet 31
ରିପୁ ନ ସାଧନ୍ତି ଯେ ପ୍ରାଣୀତାହାଙ୍କୁ ମନୁଷ୍ୟେ ନ ଗଣି
Couplet 32
ଶୁକ କହନ୍ତି ରାଜା ଆଗେଇନ୍ଦ୍ରର ବୋଲେ ଚାରିମେଘେ
Couplet 33
ପବନ ଘେନି ଚଳିଗଲେଗୋପନଗରକୁ ବେଢ଼ିଲେ
Couplet 34
ଗୋପନଗର ସୀମା ଯେତେରୁନ୍ଧିଲେ ଦିଗ-ଶୂନ୍ୟପଥେ
Couplet 35
ବିଜୁଳିନାଦ ଖରତରଦିବସେ କଲେ ଅନ୍ଧକାର
Couplet 36
ପବନ ଘୋରନାଦ କରିଶବଦେ କମ୍ପେ ବସୁନ୍ଧରୀ
Couplet 37
ହସ୍ତୀର ଶୁଣ୍ଢ ପ୍ରାୟ ଜଳଧାରା ବରଷନ୍ତି ଗହଳ
Couplet 38
ଜଳର ସଙ୍ଗେ ଶିଳା ପଡ଼ିଶବଦ ମେଘ ଘଡ଼ଘଡ଼ି
Couplet 39
ଦଣ୍ତକେ ଉଛୁଳିଲା ମହୀସ୍ଥଳ ଗଭୀର ନ ଦିଶଇ
Couplet 40
ଶୀତ ପବନ ସଙ୍ଗେ ବାରିକମ୍ପନ୍ତି ଗୋପ ନରନାରୀ
Couplet 41
ଗୋପାଳେ ଦେଖି ବିପରୀତବୋଇଲେ ହୋଇଲୁ ଅନାଥ
Couplet 42
ଯଶୋଦା ନନ୍ଦନର ବୋଲେବିବାଦ କଲୁ ଇନ୍ଦ୍ରତୁଲେ
Couplet 43
ବାଳବଚନ ସତ୍ୟ କରିଅନାଥ ହେଲୁ ଗୋପପୁରୀ
Couplet 44
କାହାରେ ପଶିବୁଁ ଶରଣଅକାଳେ ହୋଇଲା ମରଣ
Couplet 45
ଅନାଥ ହୋଇଲୁ ଗୋକୁଳଡ଼ାକନ୍ତ ରଖ ଆଦିମୂଳ
Couplet 46
ହେ କୃଷ୍ଣ ତୋ'ର ବୋଲ କରିନିଶ୍ଚେ ବୁଡ଼ିଲା ଗୋପଶିରୀ
Couplet 47
ଗୋରୁଏ ଶିଳା ଜଳେ କମ୍ପିକୃଷ୍ଣଙ୍କୁ ଚାହାଁନ୍ତି ନିରୋପି
Couplet 48
ଲାଞ୍ଜେ ଆଚ୍ଛାଦି ମୁଖଦେଶେମିଳିଲେ ଗୋବିନ୍ଦର ପାଶେ
Couplet 49
ବୃଦ୍ଧ ବାଳକେ ଥରହରଡ଼ାକନ୍ତି ରଖ ଦାମୋଦର
Couplet 50
ତୋରେ ଶରଣ ଗୋପପୁରତୁ ନାଥ ଆମ୍ଭ ବଳୀୟାର
Couplet 51
ତୁ ନାଥ ଆମ୍ଭର ପରାଣତୋ ବେଳେ ଗଲା ଆମ୍ଭ ପ୍ରାଣ
Couplet 52
ଥୋକେ ବୋଲନ୍ତି କୃଷ୍ଣ ବୋଲେବିବାଦ କଲୁଁ ଇନ୍ଦ୍ର ତୁଲେ
Couplet 53
ଏ କାହିଁ ରଖିବ ଗୋକୁଳମନୁଷ୍ୟଜନ୍ମ ନନ୍ଦବାଳ
Couplet 54
ସକଳେ ହୋଇଲୁ ନିରେଖଡ଼ାକନ୍ତି ନାରାୟଣ ରଖ
Couplet 55
ମଧୁସୂଦନ ଚକ୍ରଧରଅନାଦି ଧର୍ମ ନିରାକାର
Couplet 56
ତୋର ଶରଣୁଁ ଅନ୍ୟ ନାହିଁଗୋକୁଳ ରଖ ଭାବଗ୍ରାହୀ
Couplet 57
ଇନ୍ଦ୍ରର ହୋଇଲୁଁ ବଇରୀବୁଡ଼ିଲା ଗୋପପୁର ଶିରୀ
Couplet 58
ସକଳେ ହୋଇଲୁ ନିରାଶଛାଡ଼ିଲୁଁ ଜୀବନର ଆଶ
Couplet 59
ଗୋପର ଦେଖିଣ ବିକଳହସି ବୋଲନ୍ତି ନନ୍ଦବାଳ
Couplet 60
ଏତ ଅଋତୁ ବରଷଣପ୍ରଚଣ୍ତ ପବନ ପାଷାଣ
Couplet 61
ବରଷା ଋତୁ ଏ ନୁହଁଇଇନ୍ଦ୍ର ବରଷେ କୋପ ବହି
Couplet 62
ବାସବ ମୋତେ ନ ଜାଣଇମନୁଷ୍ୟ ପ୍ରାୟେକ ମଣଇ
Couplet 63
ମୋହର ଜୀବନ ଗୋକୁଳଏହାଙ୍କୁ କରଇ ବିକଳ
Couplet 64
ମୋତେ ସେ କଲା ଏଡ଼େ କର୍ମଭୋଳେ ହୋଇଲା ମତିଭ୍ରମ
Couplet 65
ପୂର୍ବେ ଏ ଅଛି ତପ ଦାହୀମୋହର ପାଦେ ଚିତ୍ତ ଦେଇ
Couplet 66
କେମନ୍ତେ ନାଶିବି ସମ୍ପଦମୋହର ଦେଲା ଇନ୍ଦ୍ରପଦ
Couplet 67
ଏହାର ଗର୍ବ ଆଜ ନାଶିପୁଣି ମୁଁ ସ୍ଥାପିବି ଆଶ୍ୱାସି
Couplet 68
ମୋହର ଭାବ ଯେ ଜାଣଇତାହାର ଦେହେ ଗର୍ବ ନାହିଁ
Couplet 69
ଗର୍ବଗଞ୍ଜନେ ବାନା ମୋରଦୁଷ୍ଟଦଳନେ ଅବତାର
Couplet 70
ମୋର ସମ୍ପଦ ଗୋପପୁରୀମୁହିଁ ସେ ଗୋପପୁର ଶିରୀ
Couplet 71
ମୋତେ ମାରିବ ବୋଲେ କୋପେଇନ୍ଦ୍ର ହିଁ ଆସିଅଛି ଗୋପେ
Couplet 72
ଅଇରାବତ ସେ ଆରୋହିବଜ୍ର ମାରଇ ମୋତେ ଚାହିଁ
Couplet 73
ଆଜ ମୁଁ ରଖିବି ଗୋକୁଳକେ ସହୁ ଗୋରୁଙ୍କ ବିକଳ
Couplet 74
ଏମନ୍ତ ବିଚାରି ଅନନ୍ତବଢ଼ାଇ ଦେଲେ ବାମହସ୍ତ
Couplet 75
ପର୍ବତ ଥିଲା ନଦୀତୀରେଗୋବିନ୍ଦ ଉପାଡ଼ିଲେ ହେଳେ
Couplet 76
ଅଚଳ ମୃତ୍ତବନ୍ତ ହୋଇଶ୍ରୀଭୁଜେ ବସିଲାକ ଯାଇ
Couplet 77
ଜାଣି ସେ କୃଷ୍ଣ ନିଜ ଧାମପର୍ବତ ତେଜିଲା ଆଶ୍ରମ
Couplet 78
ଯହୁଁ ସେ ପ୍ରଭୁ ଦେବରାଜବିସ୍ତାର କଲେ ମହାଭୁଜ
Couplet 79
କରେ ପର୍ବତ ବସାଇଲେବିଶ୍ୱମୂରତି ପ୍ରକାଶିଲେ
Couplet 80
ଛତ୍ର ପ୍ରାୟେକ ଗିରି ତୋଳିଡ଼ାକନ୍ତି ପ୍ରଭୁ ବନମାଳୀ
Couplet 81
ହେ ତାତ ମାତ ଗୋପବାଳେବହନ ପଶ ଗିରିତଳେ
Couplet 82
ଗୋରୁ ଗୋପାଳ ଆଦିକରିସର୍ବସମ୍ପଦ ନରନାରୀ
Couplet 83
ନିର୍ଭୟ ହୋଇ ସର୍ବେ ପଶମନେ ନ କର କିଛି ତ୍ରାସ
Couplet 84
ହସି ବୋଲନ୍ତି ପୀତବାସତୁମ୍ଭେ ଯେ ମୋହର ବିଶ୍ୱାସ
Couplet 85
ମୋହର କରେ ଗିରି ଥିବତୁମ୍ଭ ଉପରେ ନ ପଡ଼ିବ
Couplet 86
ପୁଷ୍ପ ହୁଁ ଉଶ୍ୱାସଟି ମୋତେତୁମ୍ଭେ ନ ଯାଅ ଅପରତେ
Couplet 87
ତୁମ୍ଭର ହିତେ ଗିରିବରେଦେଖ ତୋଳିଲି ବାମକରେ
Couplet 88
ତୁମ୍ଭେ ଯେ ମଲେ ହତ୍ୟା ମୋରକହନ୍ତି ପ୍ରଭୁ ଦାମୋଦର
Couplet 89
ତୁମ୍ଭର ହିତେ ମୋହ ଦେହୀଜନ୍ମିଛି ନରଦେହ ବହି
Couplet 90
ମୋହର ବୋଲେ ଯଜ୍ଞ ଭାଜିଏବେ ହୋଇଲେ ଇଦ୍ରେ ଗଞ୍ଜି
Couplet 91
ମୁଁ ଆଜ ରଖିବି ତୁମ୍ଭଙ୍କୁକିମ୍ପାଇ ଡ଼ର ବାସବକୁ
Couplet 92
ନିର୍ଭୟ ଚିତ୍ତେ ସର୍ବେପଶପର୍ବତ ବଡ଼ଇ ଉଶ୍ୱାସ
Couplet 93
ଭୃତ୍ୟଙ୍କ ଛଳେ ନରହରିତୋଳିଲେ ଗୋବର୍ଦ୍ଧନ ଗିରି
Couplet 94
କୃଷ୍ଣବଚନେ ସୁଖଭୋଳେପଶିଲେ ପର୍ବତର ତଳେ
Couplet 95
ଯାହାର ଘରେ ଯେତେ ଦ୍ରବ୍ୟପଶିଲେ ସଙ୍ଗେ ଘେନି ସର୍ବ
Couplet 96
ଗିରିକନ୍ଦରେ ଗଲେ ପଶିଶ୍ରୀକୃଷ୍ଣ ବଚନେ ବିଶ୍ୱାସି
Couplet 97
ଦାସବତ୍ସାଳ ବନମାଳୀପୁଷ୍ପର ପ୍ରାୟେ ଗିରି ତୋଳି
Couplet 98
ବାମ-କନିଷ୍ଠ-ଅଙ୍ଗୁଳିରେଗୋବିନ୍ଦ ବସାଇଲେ ଧୀରେ
Couplet 99
ଅଙ୍ଗୁଳି-ଅଗ୍ରେ ଗିରି ଦେଖିଭୟେ ବୁଜିଲେ ସର୍ବେ ଆଖି
Couplet 100
ଗୋପୀଏ ଗୁରୁଙ୍କର ମେଳେଅନାଇ କାନ୍ଦନ୍ତି ବିକଳେ
Couplet 101
ବୋଲନ୍ତି ଏବେ ନାଶଗଲୁଗିରିକନ୍ଦରେ ପ୍ରାଣ ଦେଲୁ
Couplet 102
ସାତ ବରଷ ପୁଅ କରେପର୍ବତ ଅଙ୍ଗୁଳି ଅଗ୍ରରେ
Couplet 103
ଏ କେତେବେଳ ଧରିଥିବପବନ ବହିଲେ ପଡ଼ିବ
Couplet 104
କୋପ କରିଛି ଇନ୍ଦ୍ରରାଜାଆମେ ନ ଦେଲୁ ବଳି ଭୋଜା
Couplet 105
ନନ୍ଦର ସୁତ ଆମ୍ଭ କାଳତୋବୋଲେ ବୁଡ଼ିଲା ଗୋକୁଳ
Couplet 106
ଏମନ୍ତେ ପର୍ବତକୁ ଚାହିଁଗୋପୀଙ୍କ ଦେହେ ପ୍ରାଣ ନାହିଁ
Couplet 107
ସମସ୍ତ ଚକ୍ଷୁ ଏକମେଳେଥୋଇଲେ କୃଷ୍ଣ କରତଳେ
Couplet 108
କ୍ଷୁଧା ପିପାସେ ନାହିଁ ମନନିମିଷେ କଲେ ସାତଦିନ
Couplet 109
କୃଷ୍ଣର ମାୟାଯୋଗ ବଳେରାତ୍ର ଦିବସ ନ ଜାଣିଲେ
Couplet 110
କୃଷ୍ଣଙ୍କୁ ବୋଲନ୍ତି ଗୋପାଳେଗିରି ଧଇଲୁ ବାଳକାଳେ
Couplet 111
ଆମ୍ଭଙ୍କୁ ଲାଗୁଅଛି ଭୟମରଣ ହୋଇଲା ନିଶ୍ଚୟ
Couplet 112
ଆସ ହୋ ଗୋପାଳେ ସମସ୍ତେଗିରି ଧରିବା ଯେଝାମତେ
Couplet 113
ବାଳୁତ ପୁଅ ହସ୍ତେ ମେରୁଏଡ଼େ ଅଚଳ ମହାଗରୁ
Couplet 114
ପଡ଼ିଲେ ସମସ୍ତେ ମରିବାଯେ ଯାହା ମତେ ଧରିଥିବା
Couplet 115
ଏତକ ବୋଲିଣ ଗୋପାଳେଲଉଡ଼ି ଦେଲେ ଗିରିମୂଳେ
Couplet 116
ଯେ ଯାହା ଅନୁରୂପେ ଧରିରହିଲେ ଗୋପ ନରନାରୀ
Couplet 117
ଇନ୍ଦ୍ର ଯେ ଶୂନ୍ୟେ ରହିଥିଲାସପତ ଦିନ ବରଷିଲା
Couplet 118
ପ୍ରଳୟକାରୀ ମେଘମାଳଫୁଟିଣ ହୋଇଲେ ନିର୍ଜଳ
Couplet 119
ପବନ ଚଳି ନ ପାରିଲେଅଳପ ଅଳପ ବହିଲେ
Couplet 120
ବିଜୁଳି ମେଘେ ଲୀନ ହେଲାଶବଦ ନିଶ୍ଚଳ ହୋଇଲା
Couplet 121
ଦେଖି କମ୍ପିଲା ସୁରପତିଆରୋହି ଐରାବତ ହସ୍ତୀ
Couplet 122
ଆପଣା କରେ ବଜ୍ର ଘେନିକୋପେ ଧାଇଁଲା ସସ୍ରଯୋନି
Couplet 123
ସହସ୍ର ଧାର ଶକ୍ତି ତୋଳିମନେ ଜାଣିଲେ ବନମାଳୀ
Couplet 124
ଇନ୍ଦ୍ର ଯେ ଆସୁଅଛି ରଙ୍ଗେମାରିବ ଗୋବର୍ଦ୍ଧନ ଅଙ୍ଗେ
Couplet 125
ବଜ୍ରେ ପର୍ବତ ହେବ ଧ୍ୱଂସଗୋପୀଗୋପାଳେ ଯିବେ ନାଶ
Couplet 126
ଏତେ ବିଚାରି ଚକ୍ରଧାରୀପର୍ବତ ଚକ୍ରେଣ ଉହାଡ଼ି
Couplet 127
କୋପ ଯେ ହୋଇ ସୁରପତିବଜ୍ର ପ୍ରହାର କଲା ଧାତି
Couplet 128
ପର୍ବତେ ପଡ଼ି ବଜ୍ର ଶରଝଲକି ଉଠିଲା ଅନଳ
Couplet 129
ଦେଖି କ୍ରୋଧଇ ସୁରେଶ୍ୱରପୁଣି କଲାକ ସେ ପ୍ରହାର
Couplet 130
ବାସବ ଦେହେ ଶସ୍ତ୍ର ବାଜିପୁଣି ପିଟିଲା ଗଳଗାଜି
Couplet 131
ଚକ୍ରେ ପଡ଼ନ୍ତେ ବଜ୍ରଶରମୁଖରୁ ବହିଲା ରୁଧିର
Couplet 132
ସର୍ମ ପାଇଲା ସୁରପତିଜାଣିଲା ନିଶ୍ଚେ ଏ ଶ୍ରୀପତି
Couplet 133
ଇନ୍ଦ୍ରର କରେ ଶସ୍ତ୍ର ନାହିଁବୋଲଇ ମେଘକୁ ଅନାଇ
Couplet 134
ଆଉ କି ଗର୍ବ ଅଛି ମୋରଗିରି ତୋଳିଲେ ଦାମୋଦର
Couplet 135
ରଖିଲେ ଗୋପପୁର ଶିରୀଆସ ହୋ ଯିବା ନିଜ ପୁରୀ
Couplet 136
ଏମନ୍ତ ବୋଲି ବାହୁଡ଼ିଲାନିଜ ଭୁବନେ ବିଜେ କଲା
Couplet 137
କୃଷ୍ଣ ଯେ ଥିଲେ ଗିରିତୋଳିଜାଣିଲେ ମେଘେ ଗଲେ ଚଳି
Couplet 138
ହାରିଣ ବାହୁଡ଼ିଲା ଇନ୍ଦ୍ରଜାଣିଲେ ପ୍ରଭୁ ଆଦିକନ୍ଦ
Couplet 139
ବୋଲନ୍ତି ଗୋପାଳଙ୍କୁ ଚାହିଁବାହାର ହୁଅ ବେଗ ହୋଇ
Couplet 140
ଗଗନ ନିର୍ମଳ ଦିଶିଲାରବି କିରଣ ପ୍ରକାଶିଲା
Couplet 141
ସକଳ ଜଳ ନଦୀମାର୍ଗେପଶିଲେ ସମୁଦ୍ର ସଂଯୋଗେ
Couplet 142
ପବନ ବହିଲା ଉଶ୍ୱାସଦିଶିଲା ବନ ଦିଗ ଦେଶ
Couplet 143
ଏବେ ବାହାର ହୁଅ ବେଗେନିର୍ମଳ ବନଭୂମି ଭାଗେ
Couplet 144
ପର୍ବତ ଧରି ନ ପାରଇପଡ଼ିଲେ ମୋର ଦୋଷ ନାହିଁ
Couplet 145
ଶୁଣି ଗୋପାଳେ ଥରହରବାହାର ହୋଇଲେ ସତ୍ୱର
Couplet 146
ଯେ ଯାହା ଧନ ଦ୍ରବ୍ୟ ଲଇବୃଦ୍ଧ ବାଳକ ବତ୍ସା ଗାଈ
Couplet 147
ବାହାର ହୋଇଲେ ସକଳେକୃଷ୍ଣ ଚାହିଁଲେ ଗିରିତଳେ
Couplet 148
ଦେଖିଲେ ତଳେ ନାହିଁ କେହିଗୋପୀ ଗୋପାଳ ବତ୍ସା ଗାଈ
Couplet 149
ପରମାନନ୍ଦ ତୋଷମନେଗିରି ସ୍ଥାପିଲେ ଯଥାସ୍ଥାନେ
Couplet 150
ଦେଖନ୍ତି ସ୍ୱର୍ଗେ ଦେବତାଏହରଷେ କଲେ ଜୟେ ଜୟେ
Couplet 151
ନିବେଶି ନିଜ ସ୍ଥାନେ ଗିରିଗୋପେ ମିଳିଲେ ନରହରି
Couplet 152
କୃଷ୍ଣଙ୍କୁ ଦେଖିଣ ଗୋପାଳେଧରନ୍ତି ଜଣେ ଜଣେ କୋଳେ
Couplet 153
ଦଧି ଅକ୍ଷତ ଜଳ ଘେନିକୃଷ୍ଣଙ୍କୁ ସିଞ୍ଚନ୍ତି କାମିନୀ
Couplet 154
ନନ୍ଦ ରୋହିଣୀ ଯଶୋବନ୍ତୀକୃଷ୍ଣଙ୍କୁ କୋଳରେ ବସାନ୍ତି
Couplet 155
ଆଶିଷ ଦ୍ୟନ୍ତି ସ୍ନେହଭରେଗୋରଜ ଲେପନ୍ତି ଶରୀରେ
Couplet 156
ଆକାଶେ ଥାଇ ଦେବନାରୀସିଦ୍ଧ-ଚାରଣେ ସ୍ତୁତି କରି
Couplet 157
ଦୁନ୍ଦୁଭି ବାଦ୍ୟ ଗୀତନାଦେଗନ୍ଧର୍ବେ ମଙ୍ଗଳ ଶବଦେ
Couplet 158
ପୁଷ୍ପ ବରଷି ସ୍ତୁତି କରିରଙ୍ଗେ ନାଚନ୍ତି ଅପସରୀ
Couplet 159
ଦିନକୁ ଦିନ ଅତି ରସଗୋକୁଳେ ରାମ ହୃଷିକେଶ
Couplet 160
କୃଷ୍ଣ ମହିମା ଦେଖ ଜନେଆନନ୍ଦ ଗୋପାଳଙ୍କ ମନେ
Couplet 161
ହରି ମହିମା ହୃଦେ ଧରିଦିନ ବଞ୍ଚନ୍ତି ଗୋପନାରୀ
Couplet 162
ସେ ଗିରିଧର ପଦ୍ମପାଦେମୋ' ଚିତ୍ତ ରହୁ ଅପ୍ରମାଦେ
Couplet 163
ସେ ରାମକୃଷ୍ଣ ପାଦେ ଆଶକହଇ ଜଗନ୍ନାଥ ଦାସ