Skandha 10
Adhyaya 25
Couplet 1
ଶୁଣ ରାଜନ ଚୂଡ଼ାମଣିଗୋପନଗରେ ଚକ୍ରପାଣି
Couplet 2
ରୋହିଣୀ ନନ୍ଦନର ତୁଲେଦିନ ହରନ୍ତି ଗୋପମେଳେ
Couplet 3
ଗୋପାଳେ ମିଳି ଏକଦିନେଇନ୍ଦ୍ରର ଉତ୍ସବ ବିଧାନେ
Couplet 4
ସକଳେ ବିଚାରନ୍ତି ବସିକୃଷ୍ଣ ମିଳିଲେ ମଧ୍ୟେ ଆସି
Couplet 5
ଅଶେଷ-ବ୍ରହ୍ମାଣ୍ତ-ଠାକୁରଜାଣନ୍ତି ଗୋପଙ୍କ ବିଚାର
Couplet 6
ଲୋକବେଭାରେ ଭାବଗ୍ରାହୀବୋଲନ୍ତି ନନ୍ଦ ମୁଖ ଚାହିଁ
Couplet 7
ବୃଦ୍ଧ ଗୋପାଳେ ଛନ୍ତି ଯେତେବିଶ୍ୱାସକର ଯେଝାମତେ
Couplet 8
ନନ୍ଦକୁ ପୁଚ୍ଛନ୍ତି ଅନନ୍ତଇନ୍ଦ୍ରଉତ୍ସବର ବୃତ୍ତାନ୍ତ
Couplet 9
ଭୋ ତାତ କେବଣ ଉତ୍ସବଏ କଥା କହ ସର୍ବଭାବ
Couplet 10
ତୁମ୍ଭ ବିଚାର ଯଜ୍ଞମତେଉଦ୍ଦେଶ୍ୟ ଜାଣିବୁ କେମନ୍ତେ
Couplet 11
କେବଣ ମତେ ସାଧ୍ୟ କରିଯଜ୍ଞ କରନ୍ତି ନରନାରୀ
Couplet 12
ଏ ଯଜ୍ଞ କଲେ କିସ ଫଳହସି କହନ୍ତି ନନ୍ଦବାଳ
Couplet 13
ଭୋ ତାତ ହୋଇବା ପ୍ରସନ୍ନକହ ଏ ପୂଜାର ବିଧାନ
Couplet 14
ଗୁପତ ନ କର ପିଅରଏ ସାଧୁଜନଙ୍କ ବେଭାର
Couplet 15
ଭାବ-ସେବକେ ସତ୍ୟ କହିବିଶେଷ ତୋ'ର ପୁତ୍ର ମୁହିଁ
Couplet 16
ସମଦରଶୀ ଯା'ର ଚିତ୍ତନାହିଁ ତାହାର ରିପୁ ମିତ୍ର
Couplet 17
ସଂସାରଧର୍ମେ ଥାଇ ଜନ୍ତୁଇଚ୍ଛନ୍ତି ନାନାକର୍ମ ହେତୁ
Couplet 18
ଜାଣି ନ ଜାଣି ଫଳ ଆଶେକର୍ମସାଧନ୍ତି ମନତୋଷେ
Couplet 19
ଦଇବମତେ ଫଳ ହୋଇଯେ ଯାହା କର୍ମବଳେ ପାଇ
Couplet 20
ବେଦପୁରାଣ-କ୍ରିୟା ଘେନିକର୍ମ ସାଧନ୍ତି ବିପ୍ର ମୁନି
Couplet 21
ତୁମ୍ଭେ ସାଧିବ କେଉଁମତେବିଚାରି କହ ତାତ ମୋତେ
Couplet 22
କୃଷ୍ଣ ବଚନ ନନ୍ଦ ଶୁଣିକୋଳେ ବସାଇ ଚକ୍ରପାଣି
Couplet 23
ବୋଲଇ ଶୁଣ ଦାମୋଦରପୂଜା କରିବୁ ସୁରେଶ୍ୱର
Couplet 24
ତା'ର ଆଜ୍ଞାରେ ମେଘମାଳସଂସାରେ ବରଷନ୍ତି ଜଳ
Couplet 25
ମେଦିନୀ ଜଳଯୋଗ ପାଇଅନେକ ଶସ୍ୟ ଉପୁଜାଇ
Couplet 26
ଜୀବିକା ହୋଇ ପ୍ରାଣୀଙ୍କରତେବେ ସେ ବଞ୍ଚଇ ସଂସାର
Couplet 27
ଶସ୍ୟ-ସମ୍ପଦ ଘେନି ଜନେଯଜ୍ଞ କରନ୍ତି ତୋଷମନେ
Couplet 28
ନାନା ଦେବତା ଯଜ୍ଞେ ଦାହୀପୂଜି ଅନେକ ଫଳ ପାଇ
Couplet 29
ଏମନ୍ତେ ଯେ ଯାହାର ମତେଇନ୍ଦ୍ରଙ୍କୁ ପୂଜନ୍ତି ଜଗତେ
Couplet 30
ଯେ ଯାହା ମତେ ନାନା ଯାଗକରି ଲଭନ୍ତି ତିନିବର୍ଗ
Couplet 31
ଇଷ୍ଟଦେବତା ଶୁଭକାଳେପୂଜା କରନ୍ତି ମହୀତଳେ
Couplet 32
ଯେ ନର ଲୋଭବଶ ହୋଇଇଷ୍ଟଦେବତା ନ ପୂଜଇ
Couplet 33
ତାହାର ନାହିଁ ସୁଖଲେଶଆପଦ ହୋଏ ପରବେଶ
Couplet 34
ନନ୍ଦ ବଚନ କୃଷ୍ଣ ଶୁଣିବୃଦ୍ଧ ଗୋପାଳେ ଯାହା ଭଣି
Couplet 35
ଇନ୍ଦ୍ର ବିଷୟେ କୋପକରିନନ୍ଦକୁ ବୋଲନ୍ତି ମୁରାରି
Couplet 36
କୃଷ୍ଣ ବୋଲନ୍ତି ଶୁଣ ତାତଜଗତ କର୍ମେ ଆତଯାତ
Couplet 37
ଏ ଜୀବ ଆତ୍ମା କର୍ମ ଘେନିଗତ ଆଗତ ପଥଶ୍ରମୀ
Couplet 38
କର୍ମର ମତେ ଦୁଃଖସୁଖଜନ୍ମମରଣ ହୋଏ ଦେଖ
Couplet 39
କର୍ମଟି ଦୁଃଖସୁଖଦାତାବିଶ୍ୱ ସଂସାରେ ବଳବନ୍ତା
Couplet 40
ଭୋ ତାତ କର୍ମପାଦେ ସେବକର୍ମହୁଁ ନାହିଁ ଅନ୍ୟ ଦେବ
Couplet 41
କର୍ମଭୂଞ୍ଜନ୍ତା ପ୍ରାଣୀଙ୍କରଇନ୍ଦ୍ର ତ ନୋହଇ ଠାକୁର
Couplet 42
କର୍ମ-ସଞ୍ଚିଲା ଏ ଜଗତସ୍ୱଭାବେ ହୋନ୍ତି ଆତଯାତ
Couplet 43
କର୍ମର ବଳେ ଦେହ ଘେନିଜୀବ ଭ୍ରମଇ ନାନାଯୋନି
Couplet 44
କର୍ମ ଯେ ଶତ୍ରୁମିତ୍ର ହୋଇଗୁରୁଙ୍କ ପ୍ରାୟେ ଶିକ୍ଷା ଦେଇ
Couplet 45
ସକଳେ କର୍ମ ସେବା କରକହନ୍ତି ପ୍ରଭୁ ଦାମୋଦର
Couplet 46
ଯେ ପ୍ରାଣୀ ନିଜକର୍ମ ଛାଡ଼ିଅନ୍ୟ ଜୀବିକା ଲୋଭେ ଲୋଡ଼ି
Couplet 47
ଦୁର୍ଗତିପଥ ଆବୋରୋନ୍ତିଯେସନେ ବିଟପୀ ଯୁବତୀ
Couplet 48
ଭୋ ତାତ ଶୁଣ କର୍ମକଥାବେଦପୁରାଣେ ଯେ ବ୍ୟବସ୍ଥା
Couplet 49
ବ୍ରାହ୍ମଣଆଦି ଚାରିବର୍ଣ୍ଣଯେ ଯାହା ମତେ ବୃତ୍ତି ଭିନ୍ନ
Couplet 50
ବେଦବିଚାରେ ଷଟକର୍ମବ୍ରାହ୍ମଣ ଜନର ଏ ଧର୍ମ
Couplet 51
ଭୂମିପାଳନ ଶୂରବନ୍ତଦାନ-ପୌରୁଷ କ୍ଷତ୍ରିବୃତ୍ତ
Couplet 52
କୃଷି ବାଣିଜ୍ୟ ଗୋରୁବୃତ୍ତିବୈଶ୍ୟଜନଙ୍କର ଏ ଗତି
Couplet 53
ବ୍ରାହ୍ମଣପାଦେ ସେବାକରିଶୂଦ୍ରେ ହୋଇବେ ସୁଖଚାରୀ
Couplet 54
ଏ ଚାରି ବର୍ଣ୍ଣର ବେଭାରବୈଶ୍ୟଙ୍କ ମତଟି ଆମ୍ଭର
Couplet 55
ଭୋ ତାତ ଶୁଣ ଆଦିଅନ୍ତଯେମନ୍ତ କହଇ ବେଦାନ୍ତ
Couplet 56
ସୃଷ୍ଟିର କାଳେ ନାରାୟଣଆଗେ ସର୍ଜିଲା ତିନିଗୁଣ
Couplet 57
ରଜୋଗୁଣରୁ ବ୍ରହ୍ମା ହୋଇସତ୍ତ୍ୱଗୁଣକୁ ବିଷ୍ଣୁ ପାଇ
Couplet 58
ରୁଦ୍ରଙ୍କୁ ଦେଲେ ତମୋଗୁଣସୃଷ୍ଟି ପାଳନ ସଂହାରଣ
Couplet 59
ବ୍ରହ୍ମାଭିଆଣେ ମେଘମାଳସଂସାରେ ବରଷନ୍ତି ଜଳ
Couplet 60
ଜନ୍ତୁ ଜୀବିକା ତେଣେ ହୋଇଇଦ୍ରେ ତ ପ୍ରୟୋଜନ ନାହିଁ
Couplet 61
ଇନ୍ଦ୍ରର ଭାଗ୍ୟେ ବଡ଼ପଣଜଗତ ବିଷ୍ଣୁର ଭିଆଣ
Couplet 62
ଗ୍ରାମପାଟଣା ଦେଶ ପୁରେଇନ୍ଦ୍ରକୁ ପୂଜିବେ ବେଭାରେ
Couplet 63
ବନଗହନେ ଆମ୍ଭ ଘରଗୋରୁ ଚରାଉ ନଦୀତୀର
Couplet 64
ନିର୍ଝର ଜଳପାନ କରିଆମ୍ଭ ଦେବତା ବନଗିରି
Couplet 65
ତୁମ୍ଭର ଯଜ୍ଞ ଯେବେ ସତ୍ୟକହଇ ଶୁଣ ଏକଚିତ୍ତ
Couplet 66
ଗୋରୁ ବ୍ରାହ୍ମଣ ପ୍ରୀତିଫଳେଯଜ୍ଞ କରିବା ଗିରିତଳେ
Couplet 67
ପୂଜିବା ଗୋବର୍ଦ୍ଧନ ଶିରେଯେ ଇନ୍ଦ୍ର ଯଜ୍ଞର ସମ୍ଭାରେ
Couplet 68
ଦ୍ୱିଗୁଣ କରି ବଳି ଭୋଜାସୁଖେ କରିବା ଗିରିପୂଜା
Couplet 69
ନାନା ବ୍ୟଞ୍ଜନ ଷଡ଼ରସପିଷ୍ଟକ ପ୍ରପାନ ପାୟସ
Couplet 70
ଗୋରସ ଘୃତ ସରପୁଳିନାନାପିଷ୍ଟକେ ଖଣ୍ତ ବୋଳି
Couplet 71
ଅନଳ ପୂଜା ହୋମ କରଋତ୍ୱିଜ ଚାରି ବେଦୁଁ ବର
Couplet 72
ପୂର୍ଣ୍ଣ ଆହୂତି ଯଜ୍ଞ ଅନ୍ତେଦକ୍ଷିଣା ଦିଅ ଯଥୋଚିତ୍ତେ
Couplet 73
ଗୋରୁ କାଞ୍ଚନ ତିଳ ଅନ୍ନଅତିଥି ପୂଜାର ବିଧାନ
Couplet 74
ଯେ ଯାହା ମତେ ତୋଷ କରିସୁଖେ ଭୁଞ୍ଜିବେ ନରନାରୀ
Couplet 75
କୋମଳତୃଣ ଅନ୍ନ ସଙ୍ଗେଗୋରୁଙ୍କୁ ଭୁଞ୍ଜାଇବା ରଙ୍ଗେ
Couplet 76
ପର୍ବତେ ବଳି ଭୋଜା ଦେଇସକଳେ ଅଳଙ୍କାର ଲାଇ
Couplet 77
କରିବା ଗିରି ପ୍ରଦକ୍ଷିଣଆରାଧି ଅନଳ ବ୍ରାହ୍ମଣ
Couplet 78
ମୋହର ମତେ ଏ ଯୋଗାଇକୃଷ୍ଣ ବୋଲନ୍ତି ନନ୍ଦେ ଚାହିଁ
Couplet 79
ଶୁକ କହନ୍ତି ରାଜା ଆଗେଶୁଣି ଗୋପାଳେ ଉଦ୍ବେଗେ
Couplet 80
କୃଷ୍ଣବଚନ ପ୍ରତିପାଳିନନ୍ଦକୁ ମଧ୍ୟେ ଘେନି ଭାଳି
Couplet 81
ଶ୍ରୀକୃଷ୍ଣ ବଚନ ପ୍ରଶଂସିମିଳିଲେ ଯେଝା ଘରେ ଆସି
Couplet 82
ଦ୍ୱିଗୁଣେ ନାନା ଦ୍ରବ୍ୟ ଘେନିକରନ୍ତି ବାଦ୍ୟ ଶଙ୍ଖଧ୍ୱନି
Couplet 83
ପର୍ବତତଳେ ଯାଇ ମିଳିକାମିନୀ ଦ୍ୟନ୍ତି ହୁଳହୁଳି
Couplet 84
ଯଜ୍ଞ ଆରମ୍ଭି ଗିରିତଳେପୂଜିଲେ ଗୋ-ବିପ୍ର-ଅନଳେ
Couplet 85
ଯେ ଯାହା ମତେ ଦେଲେ ଦାନସୁବର୍ଣ୍ଣ ବସ୍ତ୍ର ଗୋରୁ ଅନ୍ନ
Couplet 86
ଦେବ ଅତିଥି ତୋଷ କରିଭୋଜନ କଲେ ନରନାରୀ
Couplet 87
ବିବିଧ ଅଳଙ୍କାର ଲାଇଗୋରୁ ବ୍ରାହ୍ମଣ ମଧ୍ୟେ ଥାଇ
Couplet 88
ପର୍ବତ କଲେ ପ୍ରଦକ୍ଷିଣଗୋରୁଙ୍କୁ ଦେଲେ ଅନ୍ନ ତୃଣ
Couplet 89
ଶକଟ ମଣ୍ତିଲେ ଗୋପାଳେଦିବ୍ୟବସନ ରତ୍ନମାଳେ
Couplet 90
ବାଳକ କୋଳେ ଘେନି ନାରୀନନ୍ଦ ଯଶୋଦା ଆଦିକରି
Couplet 91
ରୋହିଣୀ ଯଶୋଦାର ମେଳେରାମ ଗୋବିନ୍ଦ ଘେନି କୋଳେ
Couplet 92
ଶଙ୍ଖ ମହୁରୀ ନାଦ ଭେରୀମୁରଲୀ ନାଦେ ଗୀତ ସ୍ଫୁରି
Couplet 93
ବୁଲନ୍ତି ଗିରି ଚାରିଦିଗେକୃଷ୍ଣ ଆନନ୍ଦ ବଳି ଯୋଗେ
Couplet 94
ଗୋବିନ୍ଦ ଯୋଗମାୟା ବଳେପର୍ବତ ଶିଖେ ବିଜେ କଲେ
Couplet 95
ଯଶୋଦା କୋଳେ ଛନ୍ତି ବସିଗୋପୀ ଗୋପାଳଙ୍କୁ ବିଶ୍ୱାସି
Couplet 96
ପର୍ବତ ଶିଖେ ବିଶ୍ୱରୂପୀଟେକି ଚାହାଁନ୍ତି ଗୋପଗୋପୀ
Couplet 97
ବେନି ଯୋଜନ ଲମ୍ବେ ଭୁଜଶିରେ ଲାଗଇ ଗ୍ରହରାଜ
Couplet 98
ଶ୍ୟାମସୁନ୍ଦର ତନୁବର୍ଣ୍ଣଗୋପଙ୍କୁ ଚାହିଁ ସାବଧାନ
Couplet 99
ବୋଲନ୍ତି ହୋଇଲି ମୁଁ ତୋଷତୁମ୍ଭର ପୂରାଇବି ଆଶ
Couplet 100
ନିଶ୍ଚିନ୍ତ ହୋଇଥାଅ ବନେମୋହର ପୂଜାର ବିଧାନେ
Couplet 101
ଖଣ୍ତିବି ସକଳ ଆପଦଗୋକୁଳ ହୋଇବ ଆନନ୍ଦ
Couplet 102
ତଳେ ଲମ୍ବାଇ ବେନି ଭୁଜବଳି ଭୁଞ୍ଜନ୍ତି ଗିରିରାଜ
Couplet 103
ଗୋପୀ ଗୋପାଳଙ୍କୁ ଅନାଇଁବୋଲନ୍ତି ପ୍ରଭୁ ଭାବଗ୍ରାହୀ
Couplet 104
ଦେଖ ହୋ ପର୍ବତ ମହିମାଯଜ୍ଞର ବଳେ ପୁଣ୍ୟକର୍ମା
Couplet 105
ପ୍ରସନ୍ନ ହୋଇଲେଟି ଆଜକିସ କରିବେ ଦେବରାଜ
Couplet 106
ଏତେହେଁ କାଳ କଲ ପୂଜାଦେବତା ନ ଖାଇଲା ଭୋଜା
Couplet 107
ଏମନ୍ତ ଦିଅଁ ଅଛି କାହିଁହସ୍ତ ପ୍ରସାରି ବଳି ଖାଇ
Couplet 108
ଇନ୍ଦ୍ରର ଚିହ୍ନ ବର୍ଣ୍ଣ ନାହିଁନ ଜାଣି ପୂଜ ବାଇ ହୋଇ
Couplet 109
ଏମନ୍ତ ନ ଦେଖିଲ ଦିନେବଳି ଭୁଞ୍ଜଇ ତୋଷମନେ
Couplet 110
ଏବେ ତୁମ୍ଭର ଚିନ୍ତା ନାହିଁନିଶ୍ଚିନ୍ତେ ଥିବ ଏହା ଧ୍ୟାୟି
Couplet 111
ଏ ଆମ୍ଭ ପୁରାଇବେ ଆଶାଏଣେ ସେ ଆମ୍ଭର ଭରସା
Couplet 112
ଏହାଙ୍କୁ ନମସ୍କାର କରଏ ଆମ୍ଭ ଜୀବନ ଠାକୁର
Couplet 113
ଏହାଙ୍କୁ ଅବଜ୍ଞା ଯେ କରିପଡ଼ିବେ ନରକ ଆବୋରି
Couplet 114
ଏ ଆମ୍ଭ ରଖିବେ ଗୋକୁଳବୋଲନ୍ତି ପ୍ରଭୁ ଆଦିମୂଳ
Couplet 115
ଏମନ୍ତ କହି ବନମାଳୀଆପଣେ କଲେ ନିଉଛାଳି
Couplet 116
ଦେଖି ଆନନ୍ଦ ଗୋପଗୋପୀନମିଲେ ପର୍ବତ ନିରୋପି
Couplet 117
ବୋଲନ୍ତି ଆମ୍ଭେ ଭାଗ୍ୟବନ୍ତପ୍ରତ୍ୟକ୍ଷେ ଦେଖିଲୁ ପର୍ବତ
Couplet 118
କଲ୍ୟାଣ ହେଉ ନନ୍ଦବାଳେଏ ଆମ୍ଭ ରଖିବ ଗୋକୁଳେ
Couplet 119
ଏମନ୍ତ ପୂଜାବିଧି କଲେଗୋପେ ମିଳିଲେ ସନ୍ଧ୍ୟାକାଳେ
Couplet 120
କୃଷ୍ଣ ଚରିତ ପରଶଂସିମିଳିଲେ ନିଜ ପୁରେ ଆସି
Couplet 121
ସେ ହରିଚରଣେ ବିଶ୍ୱାସକହଇ ଜଗନ୍ନାଥ ଦାସ