Skandha 10
Adhyaya 24
Couplet 1
ପରୀକ୍ଷେ ଚାହିଁ ଶୁକମୁନିକହନ୍ତି କୃଷ୍ଣଭାବ ଘେନି
Couplet 2
ବାଳକେ କୃଷ୍ଣକୁ ଅନାଇଁବୋଲନ୍ତି ଶିରେ କରଦେଇ
Couplet 3
ହେ ରାମକୃଷ୍ଣ କର ତ୍ରାହିକ୍ଷୁଧାରେ କମ୍ପୁଅଛି ଦେହୀ
Couplet 4
ଆଣିତ ନ ପାରିଲୁ ଅନ୍ନରାତ୍ରହୁଁ କଲ ବେଣୁସ୍ୱନ
Couplet 5
ଘର ହୋଇଲା ଦୂରପଥଆଜ ତ ହୋଇଲୁ ଅନାଥ
Couplet 6
ବାଳକ ବୋଲ ଶୁଣି କର୍ଣ୍ଣେଗୋବିନ୍ଦ ବିଚାରନ୍ତି ମନେ
Couplet 7
ଅନେକ ଜନ୍ମେ ଦୁଃଖ ସହିବ୍ରାହ୍ମଣୀଛନ୍ତି ମୋତେ ଧ୍ୟାୟି
Couplet 8
ତାହାଙ୍କୁ ନିସ୍ତାରିବି ଆଜଏଣେ ମୋହର ବଡ଼କାର୍ଯ୍ୟ
Couplet 9
ପୁଅଙ୍କ ମୁଖ ଚାହିଁ ହସିବୋଲନ୍ତି ପ୍ରଭୁ ବ୍ରହ୍ମରାଶି
Couplet 10
ଏ ଯେ ଦିଶଇ ଧୂମବର୍ଣ୍ଣନିକଟେ ଅଶୋକ-ବିପିନ
Couplet 11
ଯଜ୍ଞ କରନ୍ତି ବିପ୍ରେ ଯହିଁତହିଁକି ଯାଅ ବେଗ ହୋଇ
Couplet 12
ବିଚାରି ବେଦ-ବ୍ରହ୍ମଦୀକ୍ଷାଯଜ୍ଞେ କରନ୍ତି ସ୍ୱର୍ଗ ଇଚ୍ଛା
Couplet 13
ଧନ-ବସନ-ଅନ୍ନ ଭୋଜାଅତିଥି କରୁଥାନ୍ତି ପୂଜା
Couplet 14
ଅତିଥିମତେ ତୁମ୍ଭେ ଯାଅମୋର ମାଗିଲା ବୋଲି କହ
Couplet 15
ରାମ ଅଛନ୍ତି କୃଷ୍ଣ ସଙ୍ଗେଅନ୍ନପୁଡ଼ାଏ ଦିଅ ବେଗେ
Couplet 16
ଶୁଣି ସାନନ୍ଦମନ ହୋଇଯଜ୍ଞେ ମିଳିଲେ ପୋଏ ଯାଇ
Couplet 17
କପୋଳେ ଦେଇ ବେନିକରନ ମିଲେ ବିପ୍ରଙ୍କ ପୟର
Couplet 18
ଉଠିଲେ ଶିରେ କର ଦେଇକହନ୍ତି ବିପ୍ରଙ୍କୁ ଅନାଇଁ
Couplet 19
ଶୁଣିମା ସାବଧାନ ହୋଇବନେ ବିଜୟ ବେନିଭାଇ
Couplet 20
ରାମ-ଗୋବିନ୍ଦ ଗୋପମେଳେଫୁଟିଲେ କ୍ଷୁଧାର ବିକଳେ
Couplet 21
ଅଶୋକ ବୃକ୍ଷତଳେ ରହିଆମ୍ଭଙ୍କୁ ଦେଲେ ପଠିଆଇ
Couplet 22
ଅନ୍ନପୁଡ଼ାଏ ସ୍ୱାମୀ ଦେବଭୁଞ୍ଜିବେ ଶ୍ରୀରାମ-ମାଧବ
Couplet 23
ଘରୁ ଆଣନ୍ତି ପ୍ରତିଦିନେବନେ ଭୁଞ୍ଜନ୍ତି ତୋଷମନେ
Couplet 24
ରାତ୍ର ହିଁ ବନେ ଆଗସରିଅନ୍ନ ଯେ ଅଇଲୁ ପାସୋରି
Couplet 25
ଏଠାକୁ ଦୂର ଗୋପପୁରକ୍ଷୁଧାଏ କମ୍ପଇ ଶରୀର
Couplet 26
ଆମ୍ଭଙ୍କୁ ରାଇ କୃଷ୍ଣ ପେଷିଅଛନ୍ତି ବୃକ୍ଷତଳେ ବସି
Couplet 27
ତାହାଙ୍କୁ ଯେବେ କର ସ୍ନେହଅନ୍ନପୁଡ଼ାଏ ବେଗେ ଦିଅ
Couplet 28
ଯଜ୍ଞର ସ୍ୱଭାବ ଏମନ୍ତଅତିଥି ପୂଜିବା ଯୁକତ
Couplet 29
ବ୍ରାହ୍ମଣେ ଶୁଣି ନ ଶୁଣିଲେମନଚଞ୍ଚଳେ ଯଜ୍ଞ କଲେ
Couplet 30
ହରିର ମାୟାଚକ୍ରେ ପଡ଼ିଅଳପକର୍ମେ ପୁଣ୍ୟ ଲୋଡ଼ି
Couplet 31
ମନ ବୁଡ଼ାଇଛନ୍ତି ଯଜ୍ଞେବ୍ରାହ୍ମଣ ଜନ୍ମର ସ୍ୱଭାବେ
Couplet 32
ଯେ ହରି ଦେଶକାଳ ପାତ୍ରଯଜ୍ଞାଦିଧର୍ମର ଦୈବତ
Couplet 33
ଯଜ୍ଞଭୋକତା ଆଦି କରିସର୍ବସମ୍ପଦ ନରହରି
Couplet 34
ପରମବ୍ରହ୍ମ ନ ଚିହ୍ନିଲେମନୁଷ୍ୟବୁଦ୍ଧି ଆଚରିଲେ
Couplet 35
ଦେବା ନ ଦେବା ନ ବୋଇଲେଗୋପାଳେ ନିରାଶ ହୋଇଲେ
Couplet 36
ଘଡ଼ିଏ ଥାଇ ଦୁଃଖସୁଖେପୁଣି ମିଳିଲେ କୃଷ୍ଣପାଖେ
Couplet 37
ବୋଲନ୍ତି ଶିରେ କରଦେଇଅନ୍ନ ମାଗିଲୁ ଆମ୍ଭେ ଯାଇ
Couplet 38
ତୋକଥା ଶୁଣି ନ ଶୁଣିଲେଦେବା ନ ଦେବା ନ ବୋଇଲେ
Couplet 39
ଆମ୍ଭେ ଅଇଲୁ ଦୁଃଖପାଇଶୁଣି ହସନ୍ତି ବେନିଭାଇ
Couplet 40
ବୋଲନ୍ତି ଶୁଣ ଗୋପପୋଏଯାଅ ବ୍ରାହ୍ମଣଘର ଯାଏ
Couplet 41
ବ୍ରାହ୍ମଣୀମାନେ ଛନ୍ତି ଘରେସେ ମୋତେ ଜାଣନ୍ତି ଅନ୍ତରେ
Couplet 42
ମୋ ଭାବ ନିତ୍ୟେ ସେ ଚିନ୍ତନ୍ତିମୋହର ଦର୍ଶନ ଇଚ୍ଛନ୍ତି
Couplet 43
ତାହାଙ୍କୁ ଅନ୍ନ ମାଗ ଯାଇଭୁଞ୍ଜିବା ଉଦର ପୂରାଇ
Couplet 44
ବାଳକେ ଦୟା ସେ କରନ୍ତିଅତିଥି ଧର୍ମମତେ ଥାନ୍ତି
Couplet 45
ନାନାବ୍ୟଞ୍ଜନ ଆଣି ଦେବେବେଗେ ବାହୁଡ଼ିଯାଅ ଏବେ
Couplet 46
ଗୋବିନ୍ଦ ଆଜ୍ଞା ଘେନି ଶିରେପୋଏ ଚଳିଲେ ବିପ୍ରଘରେ
Couplet 47
ବ୍ରାହ୍ମଣୀମାନେ ଛନ୍ତି ବସିଅଳକ ତିଳକ ପ୍ରକାଶି
Couplet 48
ସ୍ତିରୀ ସ୍ୱଭାବେ ଅଳଙ୍କାରମଙ୍ଗଳନାଦେ ଗୀତସ୍ୱର
Couplet 49
କୃଷ୍ଣରନାମ ତୁଣ୍ତେ ଗାଇପୋଏ ମିଳିଲେ ଘରେ ଯାଇ
Couplet 50
ଚରଣେ ଗଡ଼ଘାଲି ଶୋଇବୋଲନ୍ତି ଶିରେ କରଦେଇ
Couplet 51
ଶୁଣିମା ସାବଧାନେ ମାଏଆମ୍ଭେ ସକଳ ଗୋପପୋଏ
Couplet 52
ରାମ-ଗୋବିନ୍ଦ ଆମ୍ଭ ତୁଲେବନରେ ଗାଈ ରଖିଥିଲେ
Couplet 53
କ୍ଷୁଧା-ଅନଳେ ଦୁଃଖଶ୍ରମେବିଜୟ ଅଶୋକ ବିପିନେ
Couplet 54
ଆମ୍ଭଙ୍କୁ ରାଇ ବେନିଭାଇଏଥକୁ ଦେଲେ ପଠିଆଇ
Couplet 55
ଅନ୍ନପୁଡ଼ାଏ ମାଏ ଦେବଭୁଞ୍ଜିବେ ଶ୍ରୀରାମ-ମାଧବ
Couplet 56
ବହନ ଦିଅ ମାଏ ଅନ୍ନତେବେ ସେ ପାଇବେ ଜୀବନ
Couplet 57
ଆମ୍ଭର ଦେଖୁଅଛ ଦେହଦେବା ନ ଦେବା ବେଗେ କହ
Couplet 58
ଶୁଣି ଉଷତ ବିପ୍ରନାରୀସକଳ ଚରଚା ପାସୋରି
Couplet 59
ଆନନ୍ଦେ ପୁଲକିତ ହୋଇନୟନୁ ଅଶ୍ରୁଜଳ ବହି
Couplet 60
କୃଷ୍ଣର ନାମ ଜପୁଛନ୍ତିଫିଟିଲା ଭବବନ୍ଧ-ଭ୍ରାନ୍ତି
Couplet 61
ତକ୍ଷଣେ ଶୁଚିମନ୍ତ ହୋଇଘରେ ପଶିଲେ ବେଗେ ଯାଇ
Couplet 62
ଅନ୍ନ ବ୍ୟଞ୍ଜନ ଷଡ଼ରସେଆନନ୍ଦେ ବାଢ଼ିଲେ ବିଶେଷେ
Couplet 63
ବିବିଧପାତ୍ରେ ଅନ୍ନ ଘେନିବାହାର ହୋଇଲେ କାମିନୀ
Couplet 64
ଆନନ୍ଦେ ଦେଲେ ହୁଳହୁଳିଯେସନେ ସମୁଦ୍ର ଉଛୁଳି
Couplet 65
ସମ୍ପଦ ତୁଚ୍ଛପ୍ରାୟ କରିଏକ ଆରକେ ଆଗସରି
Couplet 66
ବିପ୍ରେ ଯେ ଯଜ୍ଞଶାଳ ଥିଲେଗୋଡ଼ାଇ ଆଗେ ଓଗାଳିଲେ
Couplet 67
ବୋଲନ୍ତି କୋପଭର ହୋଇତୁମ୍ଭଙ୍କୁ କେହୁ କଲାବାଇ
Couplet 68
ଗୋପାଳେ ବନେ ବେଣୁବାଇବୁଲନ୍ତି ଗାଈଙ୍କି ଚରାଇ
Couplet 69
ତା'ଙ୍କ ନିକଟେ ତୁମ୍ଭେ ଗଲେଆଉ କି ଥିବ ଜାତି-କୁଳେ
Couplet 70
ଭଲେ ବାହୁଡ଼ିଯାଅ ଘରଗଉଡ଼େ ବନେ ବଳୀୟାର
Couplet 71
ବ୍ରାହ୍ମଣୀ ନ ଶୁଣିଲେ ତାହାକୃଷ୍ଣରେ ବଳିଛି ଉତ୍ସାହା
Couplet 72
ଗହଳେ ଗଲେ ପେଲା ପେଲିସ୍ୱାମୀଙ୍କି ପକାଇଲେ ଠେଲି
Couplet 73
ସମୁଦ୍ରେ ଆସନ୍ତେ ଲହରୀତା' ବାଲିବନ୍ଧ କି ଆବୋରି
Couplet 74
କୃଷ୍ଣ ଭକ୍ତିରେ ବଳବନ୍ତାତେଣୁ ସେ ସ୍ୱାମୀଙ୍କି ଜିଣନ୍ତା
Couplet 75
ବ୍ରାହ୍ମଣେ ଧରି ନ ପାରିଲେଯଜ୍ଞଶାଳକୁ ବାହୁଡ଼ିଲେ
Couplet 76
ଏକ ବ୍ରାହ୍ମଣୀ କ୍ଷୀଣଦେହୀଗହଳେ ନ ପାରିଲା ଯାଇ
Couplet 77
ଦରିଦ୍ରପଣେ ଦୁଃଖ ପାଇଅନ୍ନ-ବସନ ନ ମିଳଇ
Couplet 78
କୃଷ୍ଣହୁଁ ନ ଜାଣଇ ଆନମନ-ବଚନେ ନିତ୍ୟେ ଧ୍ୟାନ
Couplet 79
ଅନେକ ଜନ୍ମେ ଦୁଃଖ ପାଇତାହା ଜାଣନ୍ତି ଭାବଗ୍ରାହୀ
Couplet 80
ତାହାର ସ୍ୱାମୀ ଧରି କରେନେଇ ବାନ୍ଧିଲା ନିଜ ଘରେ
Couplet 81
ମାଡ଼ ମାଇଲା ରୋଷଭରେରୋଳେ ବାନ୍ଧିଲା ଧାତିକାରେ
Couplet 82
ଦ୍ୱାର କବାଟ ଆଣ୍ଟେ କିଳିଯଜ୍ଞଶାଳାରେ ଯାଇ ମିଳି
Couplet 83
ବ୍ରାହ୍ମଣୀ ହୋଇଲା ମୂର୍ଚ୍ଛିତକୃଷ୍ଣଚରଣେ ଦେଇ ଚିତ୍ତ
Couplet 84
ପୁଣି କ୍ଷଣକେ ଜ୍ଞାନ ପାଇବୋଲଇ କାନ୍ଦି କୃଷ୍ଣ ତ୍ରାହି
Couplet 85
ଗଲେ ଯେ ବିପ୍ରନାରୀମାନେମିଳିଲେ ଅଶୋକ-ବିିପିନେ
Couplet 86
ବୃକ୍ଷର ତଳେ ଗୋପମେଳେକୃଷ୍ଣ ଦେଖିଲେ ଚର୍ମଡ଼ୋଳେ
Couplet 87
ଶ୍ୟମସୁନ୍ଦର ତନୁ ବର୍ଣ୍ଣପୀତବସନ ଶୋଭାବନ
Couplet 88
କଙ୍କଣ କୁଣ୍ତଳ ବିରାଜେତେଜେ କୋଟିଏ କାମଗଞ୍ଜେ
Couplet 89
ରଙ୍ଗମୃତ୍ତିକା ଅଙ୍ଗେ ବୋଲିମୟୂରପୁଚ୍ଛ ଗୁଞ୍ଜମାଳୀ
Couplet 90
ଆମ୍ବବଉଳ ଜାମୁଡ଼ାଳହୃଦେ ଲମ୍ବଇ ବନମାଳ
Couplet 91
ପାଦେ କଠାଉ ରଙ୍ଗସାରଶ୍ରୀଦାମ କନ୍ଧେ ବାମକର
Couplet 92
ଦକ୍ଷିଣ କରେ ପଦ୍ମଘେନିଧୀରେ ଘୂରାନ୍ତି ଅନ୍ତର୍ଯ୍ୟାମି
Couplet 93
କର୍ଣ୍ଣରେ ନୀଳ ଉତପଳସୁନ୍ଦର ଅଳକା କପୋଳ
Couplet 94
ଯେସନେ ନଟବର ବେଶରଙ୍ଗ ଅଧରେ ମନ୍ଦହାସ
Couplet 95
ଈଷିତ ହାସ୍ୟମୁଖ ହୋଇବ୍ରାହ୍ମଣୀମାନଙ୍କୁ ଅନାଇଁ
Couplet 96
ବ୍ରାହ୍ମଣନାରୀ କୃଷ୍ଣ ଦେଖିପିଛାଡ଼ି ନ ପାରନ୍ତି ଆଖି
Couplet 97
ଦେହ ତିନ୍ତିଲା ଅଶ୍ରୁଜଳେଅନ୍ନ ଥୋଇଲେ କାଖୁଁ ତଳେ
Couplet 98
ତକ୍ଷଣେ ଶିରେ କର ଦେଇବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି
Couplet 99
ଅନଳ ଦେଖିଣ ପତଙ୍ଗଯେହ୍ନେ ହୁଅନ୍ତି ଉଦ୍ବେଗ
Couplet 100
ବୋଲନ୍ତି କରିବା ଗୋ କୋଳଜୀବନ ହୋଇବ ସୁଫଳ
Couplet 101
କେ ବୋଲେ ଏମନ୍ତ ନୁହଁଇବ୍ରାହ୍ମଣେ ନ ଦେବେଟି ଯାଇ
Couplet 102
ପରପୁରୁଷ କୋଳ କଲେବିପ୍ରେ ଦଣ୍ତିବେ ଘରେ ଗଲେ
Couplet 103
ଏମନ୍ତ ବିଚାରନ୍ତି ରହିକୃଷ୍ଣବଦନେ ଚକ୍ଷୁ ଦେଇ
Couplet 104
କଣ୍ଠ-କୁଣ୍ଠିତ ରସଭରଅଧର କମ୍ପେ ଥରହର
Couplet 105
ପୁଣ ପୁଲକଭରେ କୁଚଜାନୁ କମ୍ପଇ ଘନଘଞ୍ଚ
Couplet 106
ପଡ଼ିଲେ ପଞ୍ଚଶରେ ଘାରିକୃଷ୍ଣଙ୍କୁ ଦେଖି ବିପ୍ରନାରୀ
Couplet 107
ଆତ୍ମା ହୋଇଲା ମୋହଗତପଞ୍ଚପରାଣ କଣ୍ଠାଗ୍ରତ
Couplet 108
ଚକ୍ଷୁ ବୁଜିଲେ ଭାବଭରେକୃଷ୍ଣଙ୍କୁ ଦେଖିଲେ ଭିତରେ
Couplet 109
ହୃଦୟେ ଦେଖି ନାରାୟଣନିବିଡ଼େ କଲେ ଆଲିଙ୍ଗନ
Couplet 110
ତାପ ଛାଡ଼ିଲେ ବିପ୍ରନାରୀଜନ୍ମମରଣ ଆଦିକରି
Couplet 111
ଯେହ୍ନେ ଜ୍ଞାନୀଙ୍କ ସଙ୍ଗ ପାଇବିଷୟଖେଦ ନ ଲାଗଇ
Couplet 112
ଜ୍ଞାନକୁ ପାଇ ଦିନେ ଦିନେତାପ ଛାଡ଼ନ୍ତି ଯେହ୍ନେ ଜନେ
Couplet 113
ପୁଣି କ୍ଷଣକେ ଚକ୍ଷୁ ଫେଇଦେଖନ୍ତି ନୟନ ପୂରାଇ
Couplet 114
ଚିତ୍ରପ୍ରତିମା ପ୍ରାୟ ହୋଇମନ ବୁଡ଼ିଲା କୃଷ୍ଣ ତହିଁ
Couplet 115
ଜାଣିଲେ ପ୍ରଭୁ ଭଗବାନବୋଲନ୍ତି ମଧୁର ବଚନ
Couplet 116
ଭଲେ ଅଇଲଟିକି ପଥେମୋ' ରୂପ ଦେଖିବା ନିମନ୍ତେ
Couplet 117
ଆସଗୋ ବିପ୍ରନାରୀଗଣନମଇଁ ତୁମ୍ଭର ଚରଣ
Couplet 118
ତୁମ୍ଭ ଚରଣରେଣୁ ଶିରେଘେନି ସଂସାରୁ ପ୍ରାଣୀ ତରେ
Couplet 119
ବସ ଏ ବୃକ୍ଷତଳେ ଆଇମୋତେ ଅଇଲ ଅନ୍ନ ଦେଇ
Couplet 120
ଆଜ ପବିତ୍ର ମୋର ଦେହୀହୋଇବ ଯଜ୍ଞଅନ୍ନ ଖାଇ
Couplet 121
ତୁମ୍ଭଙ୍କୁ କି କରିବା ସେବାବିଚାରି ମୋତେ ଆଜ୍ଞା ଦେବା
Couplet 122
ଜ୍ଞାନୀଏ ଆତ୍ମଜ୍ଞାନ ପାଇଧ୍ୟାନେ ଚିନ୍ତନ୍ତି ମୋର ଦେହୀ
Couplet 123
ତୁମ୍ଭର ସ୍ୱାମୀ ସେବା ପ୍ରାୟେଜ୍ଞାନୀ କରନ୍ତି ମୋତେ ଲୟେ
Couplet 124
ଏବେ ଦେଖିଲ ମୋ' ଶରୀରନିଜ ମନ୍ଦିରେ ବିଜେକର
Couplet 125
ତୁମ୍ଭର ସ୍ୱାମୀପାଦେ ସେବଯେବେ ଏ ସଂସାରୁ ତରିବ
Couplet 126
ବେଗେ ଘରକୁ ଯାଅ ଆଇପୂର୍ଣ୍ଣଆହୂତି ବେଳ ହୋଇ
Couplet 127
ତୁମ୍ଭଙ୍କୁ ଘେନି ବିପ୍ରବରେପୁଣ୍ୟ ସାଧିବେ ନିଜ ଘରେ
Couplet 128
ଶୁଣି ଗୋବିନ୍ଦ ମୁଖୁଁ ବାଣୀବିକଳେ ବୋଲନ୍ତି ବ୍ରାହ୍ମଣୀ
Couplet 129
ଭୋ ନାଥ କମଳଲୋଚନଅଶେଷ ଦୁଃଖ ବିମୋଚନ
Couplet 130
ତୋହର ଆଦିଅନ୍ତ ନାହିଁପ୍ରକୃତି ତୋତେ ନ ଜାଣଇ
Couplet 131
ଅଶେଷ-ବ୍ରହ୍ମାଣ୍ତ-ଗୋସାଇଁଏମନ୍ତ ବୋଲ କାହିଁପାଇଁ
Couplet 132
ଆମ୍ଭେ ଛାଡ଼ିଲୁ ମୋହପାଶତୋହର ପାଦମୂଳେ ଆଶ
Couplet 133
ତୋହର ଚରଣ ତୁଳସୀକବରୀଭାରେ ତାହା ଖୋସି
Couplet 134
କବରୀଭାର ସଜ କରିତୋପାଦେ ସେବିବୁଁ ମୁରାରି
Couplet 135
ଖଟିବୁ ପାଦପଦ୍ମତଳେଅଶେଷ ଜନ୍ମ ପୁଣ୍ୟଫଳେ
Couplet 136
ସ୍ୱାମୀ-ତନୟ-ବନ୍ଧୁ-ଗୁରୁତେଜିଲୁଁ ତୋହର କୃପାରୁ
Couplet 137
ଅଷ୍ଟାଙ୍ଗ ଯୋଗଲୟେ ବସିତୋ' ରୂପ ଚିନ୍ତନ୍ତି ସନ୍ନ୍ୟାସୀ
Couplet 138
ତାହା ପାଇଲୁଁ ପୁଣ୍ୟବଳେଭୋନାଥ ରଖ ପାଦତଳେ
Couplet 139
ଇଷ୍ଟ କୁଟୁମ୍ବେ କାର୍ଯ୍ୟ ନାହିଁବଞ୍ଚିବୁ ତୋ ମୁଖ ଅନାଇଁ
Couplet 140
ଏଠାରେ ଯେବେ ଆମ୍ଭେ ଯିବୁଘରେ ତ ପଶି ନ ପାରିବୁ
Couplet 141
ବନ୍ଧୁ-ପିଅର-ପୁତ୍ର-ପତିଆମ୍ଭଙ୍କୁ ବୋଲିବେ ଅସତୀ
Couplet 142
ସଂସାରେ ନ ବୋଲିବେ ଭଲବିଚାରି କହ ଆଦିମୂଳ
Couplet 143
ଉଭୟକୁଳ ନ ପାଇଲୁଏବେ ନିଶ୍ଚୟ ନାଶ ଗଲୁ
Couplet 144
କିସ କରିବୁ ଘରେ ଯାଇତୋ' ତହୁଁ ଆନଗତି ନାହିଁ
Couplet 145
ହସି ବୋଲନ୍ତି ଭଗବାନଏମନ୍ତ ନବିଚାର ମନ
Couplet 146
ମୋର ଚରଣେ ଚିତ୍ତ ଦେଇଚଣ୍ତାଳଘରେ ଯେବେ ଥାଇ
Couplet 147
ସଂସାର ତା'ର ପାଦେ ପୂଜେଯେ ମୋର ନାମ ନିତ୍ୟେଭଜେ
Couplet 148
ତୁମ୍ଭଙ୍କୁ ଦେଖି ସ୍ୱାମୀଗଣେଖଟିବେ ତୁମ୍ଭର ଚରଣେ
Couplet 149
ତୁମ୍ଭଙ୍କୁ ନୟନେ ଦେଖିବେଜନ୍ମ ମରଣର ପାଶୋରିବେ
Couplet 150
ମୋର ମହିମା ଶୁଣନାରୀଯେମୋର ନିକଟେ ଆବୋରୀ
Couplet 151
ମୋକ୍ଷବିଧାନେ ଯେ ଭଜଇମୋହର ତହିଁ ମନ ଦେଇ
Couplet 152
ମୋତେ ପାଇବା ଆଶେ ଜଗିବିଘ୍ନେ ହୁଅନ୍ତି ଦୁଃଖଭାଗୀ
Couplet 153
ମୋହର ଆଦି ଅନ୍ତ ନାହିଁପ୍ରାଣୀ ପାଇବେ ମୋତେ କାହିଁ
Couplet 154
ଯେ ମୋତେ ଦୂରେ ଥାଇ ଚିନ୍ତିସେ ମୋତେ ନିକଟେ ଦେଖନ୍ତି
Couplet 155
ମନ-ବଚନ ଦ୍ୟନ୍ତି ମୋତେମୁଁ ଥାଇ ତା'ଙ୍କ ହୃଦଗତେ
Couplet 156
ବେଗେ ମନ୍ଦିରେ ଯାଆ ମାଏଚିତ୍ତ ନିବେଶି ମୋର ପାୟେ
Couplet 157
ସଂସାରେ ସୁଖ ଭୋଗକରିଅନ୍ତେ ପାଇବ ମୋର ପୁରୀ
Couplet 158
ମୋ' ପାଦେ ତୁମ୍ଭ ମନଥାଉମୋ' ନାମ ଧରି ଦିନ ଯାଉ
Couplet 159
ଏବେ ତୁମ୍ଭଙ୍କୁ ବୋଲୁଁ ଯାହାହେତୁ କରିଣ ଘେନ ତାହା
Couplet 160
ତୁମ୍ଭେ ସ୍ୱଭାବେ ସ୍ତିରୀଜନ୍ମନଜାଣ ବେଦ ଅଧ୍ୟୟନ
Couplet 161
ଶାସ୍ତ୍ର ସ୍ମୃତି ଯେ ତୁମ୍ଭ ନାହିଁନାମ ଭଜିବ ଗୀତ ଗାଇ
Couplet 162
ନିଶ୍ଚଳେ ନାମ-ଗୁଣ ଭଜିମୋତେ ପାଇବ ଗୁଣେ ରଞ୍ଜି
Couplet 163
ତୁମ୍ଭଙ୍କୁ ମୋର ବଡ଼ ଦୟେଗୃହେ ଚଳିବା ଏବେ ମାଏ
Couplet 164
ଏ କଥା ଶୁଣି ବିପ୍ରନାରୀକୃଷ୍ଣବଚନ ଚିତ୍ତେ ଧରି
Couplet 165
ହରଷ-ବିସ୍ମୟେ ଆରତଏବେ ହୋ ଶୁଣ ନରନାଥ
Couplet 166
କୃଷ୍ଣବଚନେ ଛାଡ଼ି ଭ୍ରାନ୍ତିପାଦେ ପଡ଼ିଲେ ବିପ୍ରସତୀ
Couplet 167
ଚରଣରେଣୁ ଘେନି ଶିରେବ୍ରାହ୍ମଣୀ ଗଲେ ନିଜ ପୁରେ
Couplet 168
କୃଷ୍ଣର ପାଦେ ଚିତ୍ତ ଦେଇଆନନ୍ଦ କେ ପାରିବ କହି
Couplet 169
ମଙ୍ଗଳ-ହୁଳହୁଳି-ନାଦେକର ନିବେଶି କାନ୍ଧେ କାନ୍ଧେ
Couplet 170
ମଙ୍ଗଳନାଦେ ଗୀତ ଗାଇନାଚନ୍ତି କୃଷ୍ଣଭାବ ବହି
Couplet 171
ଶୁଣ ରାଜନ ଚୂଡ଼ାମଣିବନ୍ଧନେ ଥିଲା ଯେ ବ୍ରାହ୍ମଣୀ
Couplet 172
ଶୁଣିଲା ହୁଳହୁଳି ନାଦବ୍ରାହ୍ମଣୀମାନଙ୍କ ଆନନ୍ଦ
Couplet 173
ଆତ୍ମାକୁ କହେ ରୋଷ ବହିନିର୍ଲ୍ଲଜ ଅଛୁ କାହିଁପାଇଁ
Couplet 174
ତୁ ଛାର ଅତ୍ୟନ୍ତ ପାତକୀକୃଷ୍ଣଙ୍କୁ ନ ପାରିଲୁ ଦେଖି
Couplet 175
ଯାହାର ନାମ ହୃଦେ ଧରିଶଙ୍କର ନିତ୍ୟେ ବ୍ରହ୍ମଚାରୀ
Couplet 176
ତୁ ଛାର ନ କଲୁ ଯେ ପୁଣ୍ୟବ୍ରାହ୍ମଣୀମାନେ ବଡ଼ ଧନ୍ୟ
Couplet 177
କୃଷ୍ଣଙ୍କୁ ଦେଖିଲେ ନୟନେଆଜ୍ଞା ଶୁଣିଲେ ବେନିକର୍ଣ୍ଣେ
Couplet 178
କିସ ପାଇବୁ ମୋ' ଶରୀରେଦରିଦ୍ର ଦୁଃଖୀ ନିରନ୍ତରେ
Couplet 179
ଏତେ ବୋଲିଣ ମନକରିହୃଦରେ କୃଷ୍ଣନାମ ଧରି
Couplet 180
ଉଚ୍ଚେ ରଟିଲା ନାମ ଗୁଣତ୍ରାହି କରିବା ନାରାୟଣ
Couplet 181
ହେ କୃଷ୍ଣ ପରମମଙ୍ଗଳଦାସବତ୍ସଳ ଆଦିମୂଳ
Couplet 182
ମୁଁ ଛାର କୋଟିକେ ଅନ୍ତରକାହିଁ ପାଇବି ତୋ' ପୟର
Couplet 183
ଏ ଛାର ଜୀବନ ନ ଥାଉଗୋବିନ୍ଦନାମ ଶୁଣି ଯାଉ
Couplet 184
ମୁଣ୍ତ ମାଇଲା ସ୍ତମ୍ଭେ ନେଇପ୍ରାଣ ଛାଡ଼ିଲା କୃଷ୍ଣଧ୍ୟାୟି
Couplet 185
କୃଷ୍ଣର ପାଦେ ମନ ଥିଲାତୁଣ୍ତରେ ନାମ ଉଚ୍ଚାରିଲା
Couplet 186
ତକ୍ଷଣେ ଦିବ୍ୟରୂପ ହୋଇପଶିଲା କୃଷ୍ଣ-ଦେହେ ଯାଇ
Couplet 187
ଭକତବନ୍ଧୁ ଭାବଗ୍ରାହୀହୃଦରେ ଠାବ ଦେଲେ ନେଇ
Couplet 188
ଏବେ ହୋ ଶୁଣ ମହୀପାଳଶ୍ରୀକୃଷ୍ଣ-କ୍ରଡ଼ା-କୁତୂହଳ
Couplet 189
ଦାସବତ୍ସଳ ଭାବଗ୍ରାହୀବୋଲନ୍ତି ପୁଅଙ୍କୁ ଅନାଇଁ
Couplet 190
ଅନ୍ନଭୋଜନ କର ବସିଆନନ୍ଦେ ନିଜ ଆତ୍ମା ତୋଷି
Couplet 191
ଶୁଣି ସାନନ୍ଦ ଗୋପପୋଏସଙ୍ଗେ ଭୁଞ୍ଜିଲେ ଦେବରାୟେ
Couplet 192
ସ୍ୱର୍ଗେ ଦେଖନ୍ତି ଦେବତାଏଗୋପଙ୍କ ସ୍ନେହ କୃଷ୍ଣଠାଏଁ
Couplet 193
ଏମନ୍ତ ଲୀଳା ବନମାଳୀଗୋପୀ-ଗୋପାଳ ମେଳେ କେଳି
Couplet 194
ଅନନ୍ତ ପ୍ରଭୁ ଆଦିମୂଳଗୋପେ ମିଳିଲେ ରାତ୍ରକାଳ
Couplet 195
ବ୍ରାହ୍ମଣେ ନିଜ ନାରୀ ଦେଖିକୃଷ୍ଣର ଭାବ ଉପଲକ୍ଷ୍ୟି
Couplet 196
ବେଦ-ପୁରାଣେ ପରିମାଣିନିଶ୍ଚେ ଜାଣିଲେ ଚକ୍ରପାଣି
Couplet 197
ଭକତି ଦେଖି ନାରୀଙ୍କରମନେ ପାଇଲେ ଖେଦଭର
Couplet 198
ବୋଲନ୍ତି ଆତ୍ମନିନ୍ଦା କରିଜଣଜଣକେ ନାମ ଧରି
Couplet 199
ଶ୍ରୀକୃଷ୍ଣେ କଲୁଁ ଅପରାଧଧିକ ଆମ୍ଭର ବ୍ରହ୍ମପଦ
Couplet 200
ବେଦ-ପୁରାଣ ଯେତେ ପଢ଼ୁଁଧିକ ଆମ୍ଭର ଆତ୍ମା ପୋଡ଼ୁ
Couplet 201
ବେଦ-ପୁରାଣ ଦୀକ୍ଷା ପାଇଯେ କୃଷ୍ଣଭାବ ନ ଜାଣଇ
Couplet 202
ଧିକ ତାହାର ଜନ୍ମ-କର୍ମଅନେକ ମତେ ହୋଏ ଭ୍ରମ
Couplet 203
ଏମନ୍ତ ବିଚାରି ବ୍ରାହ୍ମଣେଧନ୍ୟ ବୋଲନ୍ତି ନାରୀଗଣେ
Couplet 204
ଯେ ଯାହା ପତ୍ନୀମୁଖ ଚାହିଁତୋଷ ହୋଇଲେ ଯଜ୍ଞଦାହୀ
Couplet 205
କୃଷ୍ଣର ମାୟା ଅଗୋଚରଭ୍ରମନ୍ତି ବ୍ରହ୍ମାଶିବସୁର
Couplet 206
ଜଗତଗୁରୁପଣେ ଥାଇବ୍ରାହ୍ମଣ ନାମ ଆମ୍ଭେ ବହି
Couplet 207
ସ୍ତିରୀଙ୍କି ନୋହିଲୁ ଭାଜନଏହାଙ୍କ ନାହିଁ ଦିବ୍ୟଜ୍ଞାନ
Couplet 208
କେମନ୍ତେ କୃଷ୍ଣଙ୍କୁ ଜାଣିଲେପୂର୍ବେ ଏ କେତେ ତପ କଲେ
Couplet 209
ଦେଖ ଆମ୍ଭର କର୍ମଫଳଅନ୍ନ ମାଗିଲେ ଆଦିମୂଳ
Couplet 210
ଯଜ୍ଞେ ପୂଜୁଛୁଁ ଯା'ର ପାଦପ୍ରତ୍ୟକ୍ଷେ ମିଳିଲେ ଗୋବିନ୍ଦ
Couplet 211
ତାହାଙ୍କୁ ନ ଚିହ୍ନୁଲୁ ମୋହେଜୀବନ ଅଛି କିମ୍ବା ଦେହେ
Couplet 212
ଯେ ହରି ଦେଶ-କାଳ-ପାତ୍ରମଙ୍ଗଳ-ଦିବ୍ୟ-ବେଦତତ୍ତ୍ୱ
Couplet 213
ବିପ୍ର ଅନଳ ଦେବଗଣଯଜ୍ଞକରତା ଜନାର୍ଦ୍ଦନ
Couplet 214
ସକଳ ପ୍ରଭୁ ଭଗବାନନ ଜାଣି ହୋଇଲୁ ଅଜ୍ଞାନ
Couplet 215
କମଳା ଥାଇ ପାଦତଳେବଦନ ନିରୋପି ନିଶ୍ଚଳେ
Couplet 216
ଚଞ୍ଚଳା ପଦ୍ମପାଦେ ସେବିଭାବି ନ ପାଇଲା ସାଧବୀ
Couplet 217
ଅନାଦି ପ୍ରଭୁ ଯୋଗେଶ୍ୱରଗୁପତେ ଅଛି ନନ୍ଦଘର
Couplet 218
ଜାଣି ନ ପାରିଲୁ ସକଳେକୃଷ୍ଣର ମାୟା-ଯୋଗ-ବଳେ
Couplet 219
ନମଉଁ ପ୍ରଭୁ ଯୋଗେଶ୍ୱରଗତି-ମୁକତି ଗଦାଧର
Couplet 220
ତୋହର ମାୟାଚକ୍ରେ ଭ୍ରମିଆମ୍ଭେ ବୋଲାଉ ନିତ୍ୟକର୍ମୀ
Couplet 221
ଅନେକ କଲୁ ଅପରାଧତ୍ରାହି କରିବା ପଦ୍ମନାଭ
Couplet 222
ଏମନ୍ତ ବୋଲି ଗୋଡ଼ାଇଲେବନେ ଅନେକ ଦୂର ଗଲେ
Couplet 223
କୃଷ୍ଣ ନ ଦେଖି ଘୋରବନେବ୍ରାହ୍ମଣେ ବିଚାରନ୍ତି ମନେ
Couplet 224
ଗୋବିନ୍ଦ ବିଜେ ନନ୍ଦଘରେଜାତ ହୋଇଲେ ମଧୁପୁରେ
Couplet 225
ଆମ୍ଭେ ନ ଯିବା ଗୋପପୁରନ ପୁଣ ଜାଣେ କଂସାସୁର
Couplet 226
ମଥୁରା ଯେତେବେଳେ ଯିବେକୃଷ୍ଣ କଂସକୁ ସଂହାରିବେ
Couplet 227
କୃଷ୍ଣେ ଦେଖିବା ରାମ ତୁଲେଏମନ୍ତ ବୋଲି ବାହୁଡ଼ିଲେ
Couplet 228
ସୁଜନେ ଶୁଣ କର୍ଣ୍ଣଦ୍ୱାରେନ ବୁଡ଼ ସଂସାର ସାଗରେ
Couplet 229
ସକଳ ପ୍ରାଣୀ ହୃଦେ ଥାଇଭ୍ରମ କରାନ୍ତି ଭାବଗ୍ରାହୀ
Couplet 230
ତାହାର ନାମ ଉଚ୍ଚାରିଲେଭ୍ରମ ନ ଥାଇ ଆତ୍ମାତୁଲେ
Couplet 231
କହିଲି ଏ ପରମତତ୍ତ୍ୱକୃଷ୍ଣସେବକ ବଳବନ୍ତ
Couplet 232
ରେ ମନ କୃଷ୍ଣ ଆଶ୍ରେକରସର୍ବ ଆପଦ ହେବ ଦୂର
Couplet 233
କହଇ ଦାସ ଜଗନ୍ନାଥକୃଷ୍ଣଚରିତ ଭାଗବତ