Skandha 10
Adhyaya 23
Couplet 1
କହନ୍ତି ବ୍ୟାସଙ୍କ କୁମରଶୁଣ ରାଜନ ରସଭର
Couplet 2
ଶରଦଋତୁ ପୂର୍ଣ୍ଣ ହେଲାହେମନ୍ତ ଋତୁ ପ୍ରସରିଲା
Couplet 3
କୃଷ୍ଣ-ଆଦେଶେ ଗୋପପୁରୀଯେତେ ଉପୁଜିଲେ କୁମାରୀ
Couplet 4
କୃଷ୍ଣ ଭଜନ ପୁଣ୍ୟଫଳେରମିଲେ ବୃନ୍ଦାବନ ସ୍ଥଳେ
Couplet 5
ତୁଲ୍ୟବୟସୀ ନବବେଶେଖେଳନ୍ତି ନାନା ଖେଳରସେ
Couplet 6
ହେମନ୍ତ ଋତୁ ଦେଖି ବନେକଳ୍ପିଲେ ଗଉରୀ ପୂଜନେ
Couplet 7
ବେଣୁ-ଶବଦେ ଗୀତରସଗୋପୀଏ ହୋଇଲେ ହରଷ
Couplet 8
ହବିଷ୍ୟ ଭୁଞ୍ଜି ଏକବାରେଦେବୀ ପୂଜନ୍ତି ନଦୀତୀରେ
Couplet 9
ଅଳପ ରାତ୍ର ଥାଉଁ ନିତ୍ୟେଯମୁନା ଯା'ନ୍ତି ତୋଷଚିତ୍ତେ
Couplet 10
ସ୍ନାହାନ ସାରି ଶୀତଜଳେବାଲୁକା ସ୍ଥାପି ନଦୀତୀରେ
Couplet 11
ପୂଜନ୍ତି ନାନା ଦ୍ରବ୍ୟଘେନିଜୟ ଶବଦେ ଗୀତ ଧ୍ୱନି
Couplet 12
ହର ଗଉରୀ କରି ଧ୍ୟାନମନେ ଚିନ୍ତନ୍ତି ଭଗବାନ
Couplet 13
ପୂଜାର ଅନ୍ତେ ପାଦେ ପଡ଼ିଗୁପତେ କରନ୍ତି ଗୁହାରି
Couplet 14
ହେ କାତ୍ୟାୟନି ମହାମାୟିପରମ ଯୋଗେଶ୍ୱରୀ ତୁହି
Couplet 15
ଭୋ ମାତ ଶଙ୍କର-ଯୁବତୀନନ୍ଦକୁମର ଦିଅ ପତି
Couplet 16
ଆନ ବରେଣ କାର୍ଯ୍ୟ ନାହିଁପ୍ରସନ୍ନ ହୁଅ ମାତ ତୁହି
Couplet 17
ଷୋଳ ସହସ୍ର ଗୋପନାରୀବର ଇଚ୍ଛିଲେ ନରହରି
Couplet 18
ଏକ ଅରକେ ନ ଜାଣନ୍ତିମନେ ବରିଲେ କୃଷ୍ଣେପତି
Couplet 19
ବୋଲନ୍ତି କୃଷ୍ଣ ବର ହେଉତା' ପାଦ ସେବି ଦିନ ଯାଉ
Couplet 20
କୃଷ୍ଣ-ରମଣଭାବ ଆଶେତପ ସାଧିଲେ ଏକମାସେ
Couplet 21
ପ୍ରଭାତୁଁ ଉଠି ଗୋପବାଳୀଆନନ୍ଦେ ଦେଲେ ହୁଳହୁଳି
Couplet 22
ଚାଲନ୍ତି ଯୂଥ ଯୂଥ ହୋଇମଙ୍ଗଳ ନାଦେ ଗୀତ ଗାଇ
Couplet 23
ଏକ ଆରେକ ଭୂଜ କନ୍ଧେକୃଷ୍ଣ ଭଜନ୍ତି ଗୀତବନ୍ଧେ
Couplet 24
ବିବିଧ ହାସ୍ୟରସ ଭରେମିଳିଲେ ଯମୁନାର ତୀରେ
Couplet 25
ବସ୍ତ୍ର ପାଲଟି କୂଳେ ଥୋଇଜଳେ ପଶିଲେ ଗୀତଗାଇ
Couplet 26
ଅନନ୍ଦ କେ କରିବ ଅନ୍ତଯାହା ରମିବେ ଗୋପୀନାଥ
Couplet 27
ଏକ ଆରକେ ଜଳ ଫିଙ୍ଗେବୁଡ଼ି ଉଠନ୍ତି ନାନା ରଙ୍ଗେ
Couplet 28
ବୁଡ଼ନ୍ତି ଏକୁ ଆରେ ଧରିମୁଖେ ସିଞ୍ଚନ୍ତି ଫୁ ଫୁ କରି
Couplet 29
କରନ୍ତି ହାସ୍ୟ-ପରିହାସଏମନ୍ତେ ଜଳେ ଖେଳରସ
Couplet 30
ଶୁଣ ପରୀକ୍ଷ ନୃପବରତାହା ଜାଣିଲେ ଦାମୋଦର
Couplet 31
ଗୋପବାଳକ ଘେନି ସଙ୍ଗେମିଳିଲେ ନଦୀତୀରେ ରଙ୍ଗେ
Couplet 32
କୂଳେ ଦେଖିଲେ ବସ୍ତ୍ରରାଶିପବନେ କହନ୍ତି ବିଶ୍ୱାସି
Couplet 33
ଶୁଣ ପବନ ମୋର ବାଣୀବସ୍ତ୍ର ତୁ ଥୁଅ ବୃକ୍ଷେ ଆଣି
Couplet 34
ଗୋବିନ୍ଦ ଆଜ୍ଞା ଘେନି ଶିରେପବନ ବହିଲା ସଧୀରେ
Couplet 35
ତକ୍ଷଣେ ପ୍ରଭୁ ଦାମୋଦରଉଠିଲେ କଦମ୍ବ ବୃକ୍ଷର
Couplet 36
ବସ୍ତ୍ର ଯେ ନଦୀତୀରେ ଥଲାପବନ ଯୋଗେ ଉଡ଼ିଗଲା
Couplet 37
କଦମ୍ବ ବୃକ୍ଷେ ଯାଇ ପଡ଼ିଦେଖି ହସନ୍ତି ନରହରି
Couplet 38
ଗୋପଙ୍କୁ ଚାହିଁ ଆଦିକନ୍ଦବୋଇଲେ ଡାଳେ ବସ୍ତ୍ର ବାନ୍ଧ
Couplet 39
ଆଜ୍ଞା ପାଇଣ ଗୋପପୋଏବୃକ୍ଷରେ ଉଠିଲେ ନିର୍ଭୟେ
Couplet 40
ଗୋପାଳେ ଉଠି ବୃକ୍ଷ ଡାଳେବସ୍ତ୍ର ବାନ୍ଧିଲେ ମାଳେ ମାଳେ
Couplet 41
ବାଳକେ ବୃକ୍ଷ ଡାଳେ ଥାଇନାଚନ୍ତି କରତାଳି ଦେଇ
Couplet 42
ମୁରଲୀ ଧ୍ୱନି ଉଚ୍ଚସ୍ୱରମଧ୍ୟେ ବିଜୟ ଦାମୋଦର
Couplet 43
ଗୋପୀଏ ଥିଲେ ଜଳ ମଧ୍ୟେକର୍ଣ୍ଣେ ଶୁଣିଲେ ବେଣୁ ନାଦେ
Couplet 44
ସଂଭ୍ରମେ ଛାଡ଼ି ଜଳକେଳିବୃକ୍ଷକୁ ଚାହାନ୍ତି ନିରୋଳି
Couplet 45
ବୋଲନ୍ତି ବୃକ୍ଷେ ଏତ କିସଦେଖ ଗୋ ଦଇବ ଭବିଷ୍ୟ
Couplet 46
ଏଠାକୁ କେମନ୍ତେ ଅଇଲାବାଳକ ମେଳେ ନନ୍ଦବାଳା
Couplet 47
କେବୋଲେ ଏ ବନେ ନ ଥାଇଆଜ ଅଇଲା କିସ ପାଇଁ
Couplet 48
କେବୋଲେ ଭଲ ତ ହୋଇଲାବ୍ରତ ଗୋ ଆଜହୁଁ ସରିଲା
Couplet 49
କେ ବୋଲେ ଦେଖ ବୃକ୍ଷ ଡାଳେଅନେକ ଉଡ଼ଇ ଚିରାଳେ
Couplet 50
କୂଳକୁ ଚାହିଁଣ ବୋଲନ୍ତିମରଣ ହୋଇଲା ଏଘାନ୍ତି
Couplet 51
ପାଲଟା ବସ୍ତ୍ର କୂଳେ ନାହିଁଚକିତେ ଚଉଦିଗେ ଚାହିଁ
Couplet 52
ବୋଲନ୍ତି ବସ୍ତ୍ର କେଣେ ଗଲାଏଡ଼େ ଗୋ ପବନ ବହିଲା
Couplet 53
ଉଡ଼ି କେବଣ ଦିଗେ ଗଲାଲଜ୍ଜା ତ ମରଣୁଁ ବଳିଲା
Couplet 54
କିସ କରିବୁ ଆଜ ଜଳେକନ୍ୟାଏ ଭାଳନ୍ତି ବିକଳେ
Couplet 55
ଦାସବତ୍ସଳ ଭାବଗ୍ରାହୀକହନ୍ତି ଗୋପୀଙ୍କୁ ଅନାଇ
Couplet 56
ବସ୍ତ୍ର ଗୋ ବନେ ପଡ଼ିଥିଲାପବନ ଉଡ଼ାଇ ଆଣିଲା
Couplet 57
ରୁଣ୍ତାଇ ବସ୍ତ୍ର ଆମ୍ଭେ ଆଣିବୃକ୍ଷେ ବାନ୍ଧିଲୁ ଏହିକ୍ଷଣି
Couplet 58
ଏ ଯେବେ ତୁମ୍ଭର ହୋଇଲାଆମ୍ଭର ଯଶ ଉପୁଜିଲା
Couplet 59
ଯେ ଯାହା ବସ୍ତ୍ର ଆସି ନିଅଶୀତଳ ଜଳେ ଗୋ ନ ଥାଅ
Couplet 60
ଶୁଣି ଚକିତ ଗୋପବାଳୀବୋଲନ୍ତି ପଡ଼ିଲୁ ପଞ୍ଚାଳି
Couplet 61
ଏକ ଆରକେ ମୁଖ ଚାହିଁବୋଲନ୍ତି ଗାଲେ ହସ୍ତ ଦେଇ
Couplet 62
କେମନ୍ତେ ଉପେକ୍ଷିବା ଲାଜମରଣୁଁ ବଳିଲା ତ ଆଜ
Couplet 63
ଶ୍ରୀକୃଷ୍ଣ ମୁଖକୁ ଅନାଇବୋଲନ୍ତି କୋପଭର ହୋଇ
Couplet 64
ତୁ ଅଟୁ ଯଶୋଦା କୁମରପିଅର ନନ୍ଦ ମହାଖୁଡ଼
Couplet 65
ଜାଣିଲୁ ତୋର ବଡ଼ପଣଆମ୍ଭର ବସ୍ତ୍ର ବେଗେ ଆଣ
Couplet 66
ପକାଇ ଦିଅ ବେଗେ କାଢ଼ିବୃକ୍ଷୁ ପାଲଟା ଆମ୍ଭ ଶାଢ଼ୀ
Couplet 67
ଏଡ଼େ ନିର୍ଲ୍ଲଜପଣ ତୋ'ରକେବେ ଶିଖିଲୁ ବେଣୁଧର
Couplet 68
ଶୁଣି ବୋଲନ୍ତି ଦାମୋଦରଏ ବଡ଼ ଅନୀତି ତୁମ୍ଭର
Couplet 69
ଯେ ପ୍ରାଣୀ ପରଉପକାରୀତାହାକୁ ପଥେ ନେଇ ମାରି
Couplet 70
ପବନ ନେଉଥିଲା ବଳେଆଣି ବାନ୍ଧିଲି ବୃକ୍ଷଡାଳେ
Couplet 71
ତହିଁର ଫଳ ମୁଁ ପାଇଲିତୁମ୍ଭଙ୍କୁ ବସ୍ତ୍ର ଯେ ଯାଚିଲି
Couplet 72
ମୁଁ ତ ନ କଲି ପରିହାସତୁମ୍ଭେତ ମୋହର ବିଶ୍ୱାସ
Couplet 73
ଏବେ ଗୋ ବସ୍ତ୍ର ଆସି ନିଅନ ଜାଣି କେତେ ଗାଳି ଦିଅ
Couplet 74
ମୋହର ଦେହେ ମିଥ୍ୟା ନାହିଁହସି ବୋଲନ୍ତି ଭାବଗ୍ରାହୀ
Couplet 75
ଶୁଣି ସାନନ୍ଦମନ ହୋଇଗୋପୀ ବୋଲନ୍ତି କୃଷ୍ଣେ ଚାହିଁ
Couplet 76
ତୁ କୃଷ୍ଣ ଗୋପପୁର ସାରବନ୍ଧୁବାନ୍ଧବ ଆମ୍ଭେ ତୋର
Couplet 77
ବସ୍ତ୍ର ପକାଇ ଦିଅ ତଳେପଡ଼ୁଛୁ ତୋର ପାଦତଳେ
Couplet 78
ଶ୍ୟାମସୁନ୍ଦର ତୋ ଚରଣେସେବା କରିବୁ ଦାସୀପଣେ
Couplet 79
ତୁ ଯେବେ ନ ଦେବୁ ପକାଇକହିବୁ କଂସ ଆଗେ ଯାଇ
Couplet 80
ଶୁଣି ବୋଲନ୍ତି ଚକ୍ରଧରତୁମେ ହୋ ଦାସୀ ଯେବେ ମୋର
Couplet 81
ତେବେ କରିବ ମୋ' ଉତ୍ତରନ ଜାଣି କିମ୍ବା କୋପ କର
Couplet 82
ଯେ ଯାହା ବସ୍ତ୍ର ବାଛି ନିଅନ ଦେଲେ ରାଜା ଆଗେ କହ
Couplet 83
କଂସକୁ କିସ ମୋର ଡ଼ରସୋଦର ମଉଳା ମୋହର
Couplet 84
ତାହାକୁ ମୋର ଭୟ ନାହିଁଅନ୍ୟାୟ ନ କଲି ନା ମୁହିଁ
Couplet 85
ବସ୍ତ୍ର ପବନ ନେଉଥିଲାଆଣିବା ଦୋଷ ମୋ' ହୋଇଲା
Couplet 86
ଏ କଥା ତୁମ୍ଭଙ୍କୁ ଯୋଗାଇଧର୍ମ ହିଁ ଅଛଇ ଅନାଇ
Couplet 87
ତୁମ୍ଭେ ଅଧର୍ମେ ଯିବ ନାଶରାଜା କରିବ ମୋର କିସ
Couplet 88
କୃଷ୍ଣ ମୋହନ କଥା ଶୁଣିଗୋପୀଏ ମନେ ମନେ ଗୁଣି
Couplet 89
କଣ୍ଠ-ପ୍ରମାଣ ଜଳେ ଥାଇକମ୍ପନ୍ତି କୃଷ୍ଣ ମୁଖ ଚାହିଁ
Couplet 90
ହରିଙ୍କୁ ଜିଣି ନ ପାରିଲେନିର୍ଭୟେ ଲାଜ ଉପେକ୍ଷିଲେ
Couplet 91
ଯୋନି ଆଚ୍ଛାଦି ବାମକରେତୀରେ ଉଠିଲେ ଲାଜଭରେ
Couplet 92
ଦୟାସାଗର ଭାବଗ୍ରାହୀବୃକ୍ଷର ଡାଳୁ ବସ୍ତ୍ର ଫେଇ
Couplet 93
ପାଲଟାବସ୍ତ୍ର ଘେନି କନ୍ଧେବୃକ୍ଷରୁ ଓହ୍ଲାଇ ଆନନ୍ଦେ
Couplet 94
ଗୋପୀଙ୍କ ଶୁଦ୍ଧଭାବ ଚାହିଁହସି ବୋଲନ୍ତି ଭାବଗ୍ରାହୀ
Couplet 95
ଏ ନୁହେଁ ତୁମ୍ଭର ଉଚିତବିଶେଷ କରିଅଛ ବ୍ରତ
Couplet 96
ବିବସ୍ତ୍ର ହୋଇ ଦିଅଁ ଆଗେତୀରେ ଉଠିଲ ଆସି ବେଗେ
Couplet 97
ଏ ବଡ଼ ଅପରାଧ ହୋଇନରକେ ପଡ଼ିବଟି ଯାଇ
Couplet 98
ଏ ଦୋଷ ନ ଥାଉ ତୁମ୍ଭରଦେବତା କର ନମସ୍କାର
Couplet 99
ହସି ବୋଲନ୍ତେ ବନମାଳୀଶୁଣି ଚକିତ ଗୋପବାଳୀ
Couplet 100
କପାଳେ ଦେଇ ଏକ କରଦେବତା କଲେ ନମସ୍କାର
Couplet 101
ଦେଖି ବୋଲନ୍ତି ଯଦୁପତିଶୁଣ ଗୋ ବରଜ ଯୁବତୀ
Couplet 102
ଏକ ହସ୍ତକେ ନମସ୍କାରଏ ତୁମ୍ଭ କେବଣ ଆଚାର
Couplet 103
ଶାସ୍ତ୍ର ଶୁଣିଲା ତୁମ୍ଭ ନାହିଁମୁଁ ତାହା ଅଳପ ଜାଣଇ
Couplet 104
ଶୁଣ ଗୋ ନାରୀ ଏକଚିତ୍ତେବିପ୍ରେ କହନ୍ତି ବେଦମତେ
Couplet 105
ଯେ ଦେବ ଗୁରୁ ଏକକରେନମନ୍ତି ଅଜ୍ଞାନବେଭାରେ
Couplet 106
ତାହାର ଛେଦି ଯେବେ କରସେ ଅପରାଧୁଁ ହୋଇପାର
Couplet 107
ନୋହିଲେ ଯେତେ ଜନ୍ମ ହୋଇକରଯୁଗଳ ତା ନ ଥାଇ
Couplet 108
ଶୁଣି କୁମାରୀ ରସଭରକପାଳେ ଦେଲେ ବେନିକର
Couplet 109
ହୃଦୟେ ଲାଜ ଭୟ ନାହିଁଦେଖି ସାନନ୍ଦ ଭାବଗ୍ରାହୀ
Couplet 110
ନିର୍ମଳଚିତ୍ତ ତାହାଙ୍କରଜାଣିଲେ ବ୍ରହ୍ମାଣ୍ତଠାକୁର
Couplet 111
ଗୋପୀଙ୍କ ଭାବେ ତୋଷହୋଇଯେ ଯାହା ବସ୍ତ୍ର ଦେଲେ ନେଇ
Couplet 112
ଗୋପୀଏ ପିନ୍ଧି ଯେଝା ବାସମନସାନନ୍ଦେ ହସହସ
Couplet 113
ଦେବତା ପୂଜାର ବିଧାନେକୃଷ୍ଣଙ୍କୁ ବରିଛନ୍ତି ମନେ
Couplet 114
ଲାଜେ ରହିଲେ ଶିରପୋତିକୃଷ୍ଣଙ୍କୁ ଚାହିଁ ନ ପାରନ୍ତି
Couplet 115
କୃଷ୍ଣ ଜାଣିଲେ ତା'ଙ୍କ ମନଗୋପୀଙ୍କି ହୋଇ ସାବଧାନ
Couplet 116
ହସି କହନ୍ତି ଜନାର୍ଦ୍ଦନମୁହିଁ ଜାଣଇଁ ତୁମ୍ଭ ମନ
Couplet 117
ଯାହା ମାଗିଲ ଦିଅଁ ପୂଜିସେ କଥା ଅଛଇ ମୁଁ ହେଜି
Couplet 118
ମୁହିଁ କରିବି ତାହା ସତ୍ୟବୋଲନ୍ତି ପ୍ରଭୁ ଗୋପୀନାଥ
Couplet 119
ମୋର ଚରଣେ ଯା'ର ଚିତ୍ତପୁଣି ବିଷୟେ ହେଲେ ରତ
Couplet 120
ଜନ୍ମ-ମରଣ ତା'ର ନାହିଁଭାଜିଲାଧାନ ପ୍ରାୟ ହୋଇ
Couplet 121
ଏ ବୃନ୍ଦାବନେ ଗୁପ୍ତେ ଥାଇତୁମ୍ଭଙ୍କୁ ରମିବଇଁ ମୁହିଁ
Couplet 122
ସଂକଳ୍ପ କଲ ବ୍ରତ କରିହସି ବୋଲନ୍ତି ନରହରି
Couplet 123
ଏମନ୍ତେ କୃଷ୍ଣଆଜ୍ଞା ପାଇଗୋପୀଏ ଗଲେ ତୋଷ ହୋଇ
Couplet 124
ଗୋବିନ୍ଦପାଦେ ଚିତ୍ତ ଥୋଇମିଳିଲେ ନିଜ ପୁରେ ଯାଇ
Couplet 125
ଗୋପାଳ ମେଳେ ଦାମୋଦରଗାଈ ଚରାଇ ଗଲେ ଦୂର
Couplet 126
ନିଦାଘ ରବିତେଜ ଲାଗିପୋଏ ହୋଇଲେ ଦୁଃଖଭାଗୀ
Couplet 127
ଚରାନ୍ତି ଗୋରୁ ଗୋପମେଳେଶୀତଳ ତରୁଛାୟା ତଳେ
Couplet 128
ବୃକ୍ଷକୁ ଚାହିଁ ଦାମୋଦରକହନ୍ତି ପୁଅଙ୍କ ଆଗର
Couplet 129
ହେ ସ୍ତୋକକୃଷ୍ଣ ମିତ୍ର ମୋରଶ୍ରୀଦାମ ଅର୍ଜୁନ ସୁବଳ
Couplet 130
ଅଂଶୁ ବିଶାଳ ଦେବପ୍ରସ୍ଥଦେଖ ଏ ବୃକ୍ଷଙ୍କ ମହତ୍ତ୍ୱ
Couplet 131
ପରେ କରନ୍ତି ଉପକାରସୁଜନ ପ୍ରାଣୀଙ୍କ ବେଭାର
Couplet 132
ଶୀତ ବରଷା ଗ୍ରୀଷ୍ମ ଦୁଃଖସହି ଆମ୍ଭଙ୍କୁ ଦ୍ୟନ୍ତି ସୁଖ
Couplet 133
ଧନ୍ୟ ଜୀବନ ଏହାଙ୍କରସାଧନ୍ତି ପ୍ରାଣୀ ଉପକାର
Couplet 134
ସୁଜନ ଘରେ ଯେହ୍ନେ ଯାଇଅତିଥି ନିରାଶ ନୁହଇ
Couplet 135
ପତ୍ର କୁସୁମ ଫଳ ଛାଇମୂଳ ବକଳ ଦାରୁ ଦେଇ
Couplet 136
କ୍ଷାର ଅଙ୍ଗାର ଭସ୍ମ ଅଠାଗୃହକୁ ସାଜି ବାଡ଼ କଣ୍ଟା
Couplet 137
ଏତେ ପ୍ରକାରେ ସେବା କରିନିତ୍ୟେ ଏ ପରଉପକାରୀ
Couplet 138
ଏହାଙ୍କ ପ୍ରାୟେ ଯେବେ ହୋଇସଂସାର ମଧ୍ୟେ ଦେହ ବହି
Couplet 139
ମନ-ବଚନ-ଧନେ କରିଯେ ହୋଏ ପର-ଉପକାରୀ
Couplet 140
ଦିନ ହରନ୍ତି ଦୁଃଖ ସୁଖେସେ ଧନ୍ୟ ଇହପରଲୋକେ
Couplet 141
ପୁଷ୍ପ-ପଲ୍ଲବ-ଫଳ-ଦଳେତରୁର ଲମ୍ବ ଡ଼ାଳ ତଳେ
Couplet 142
ଗୋରୁ ଗୋପାଳ ଘେନି ସଙ୍ଗେମିଳିଲେ ଯମୁନାର ଲାଗେ
Couplet 143
ଶୀତଳ ଜଳ ପାନକରିବୃକ୍ଷର ତଳେ ନରହରି
Couplet 144
କୃଷ୍ଣଙ୍କୁ ଚାହିଁ ଗୋପବାଳେକହନ୍ତି କ୍ଷୁଧାର ଆକୁଳେ
Couplet 145
ସେ ରାମ କୃଷ୍ଣର ଅଗ୍ରତନମଇଁ ଦାସ ଜଗନ୍ନାଥ