Skandha 10
Adhyaya 22
Couplet 1
ଶରଦ କାଳର ସ୍ୱାଭାବେଗୋବିନ୍ଦ ବୃନ୍ଦାବନ ଠାବେ
Couplet 2
ନଦୀ ପୋଖରୀ ଜଳରାଶିସୁଗନ୍ଧ ଫୁଲେ ପରଶଂସି
Couplet 3
ବନକୁସୁମ ତରୁଡ଼ାଳେଶୁକ କୋକିଳ ଭୃଙ୍ଗମେଳେ
Couplet 4
ବନଗହନ ଗିରିତଳେଗାଈ ଚରାନ୍ତି ଗୋପବାଳେ
Couplet 5
ଆନନ୍ଦେ ବେଣୁ ନାଦକରିବନେ ବିଜୟ ନରହରି
Couplet 6
କୃଷ୍ଣ ମୁରଲୀ ନାଦ ଶୁଣିଗୋପୀଏ ଏକୁ ଆରେ ଭଣି
Couplet 7
କୃଷ୍ଣଲୀଳାରେ ଚିତ୍ତ ଦେଇଅନଙ୍ଗରସ ଭାବେ ମୋହି
Couplet 8
ମନ ନିବେଶି କୃଷ୍ଟ ପାଦେଗୋପୀଏ କହନ୍ତି ଆନନ୍ଦେ
Couplet 9
ଶୁଣ ଗୋ ସଖୀ କୃଷ୍ଣ କଥାକାନନେ ଯେମନ୍ତ ବ୍ୟବସ୍ଥା
Couplet 10
ମୟୂରପୁଚ୍ଛ ଶିରେ ଶୋହେତରୁଣୀଜନ ମନ ମୋହେ
Couplet 11
କର୍ଣ୍ଣେ ଖଞ୍ଜିତ କନିଅରସୁନ୍ଦର ସୁରଙ୍ଗ୍ ଅଧର
Couplet 12
ପୀତବସନ କଟୀତଟେଲମ୍ବଇ ବନମାଳା କଣ୍ଠେ
Couplet 13
ବିବିଧ ନଟବେଶ ହୋଇମଧୁରେ ବେଣୁ ନାଦ ବାଇ
Couplet 14
ଆନନ୍ଦେ ଶିଶୁଗଣ ସଙ୍ଗେକ୍ରୀଡ଼ନ୍ତି ବୃନ୍ଦାବନ ଲାଗେ
Couplet 15
ମୁରଲୀନାଦ ଶୁଭେ ବନେଭୋ ସଖି ଶୁଣ ସାବଧାନେ
Couplet 16
ଗୋପାଳ ମେଳେ ନନ୍ଦସୁତଗୋରୁ ଚରାନ୍ତି ଗୋପୀନାଥ
Couplet 17
ଚକ୍ଷୁ ବହନ୍ତି ଯେତେ ପ୍ରାଣୀକେ ପାରୁ ତା'ଙ୍କ ପୁଣ୍ୟ ଗଣି
Couplet 18
ଗୋପାଳ ମେଳେ କୃଷ୍ଣ ଦେଖିନିର୍ମଳ କଲେ ଚର୍ମ ଆଖି
Couplet 19
ଚୂତ ପଲ୍ଲବେ ଶିଖିପୁଚ୍ଛକଟୀରେ ପୀତ ନୀଳକାଛ
Couplet 20
ହୃଦେ କଦମ୍ବ ପଦ୍ମମାଳରଙ୍ଗ ମୃତ୍ତିକା ଶ୍ରମଝାଳ
Couplet 21
ଗୋପାଳ ମେଳେ ବେନିଭାଇକି ପଟାନ୍ତର ଦେବା ସହି
Couplet 22
ରଙ୍ଗସଭାର ତଳେ ସାରଯେହ୍ନେ ଯୁଗଳ ନୃତ୍ୟକାର
Couplet 23
ଦେଖ ଗୋ ମୁରଲୀର ଭାଗ୍ୟଅମୃତ ଅଧରେ ସଂଯୋଗ
Couplet 24
ଅନେକ ଜନ୍ମେ ପୁଣ୍ୟ ଦାହିକୃଷ୍ଣ ଅଧର ପୁଟେ ଥାଇ
Couplet 25
ସବୁ ଖାଇଲା ସୁଧାରସଗୋପୀଙ୍କି ନାହିଁ ଅବଶେଷ
Couplet 26
ଗୋପୀଙ୍କଠାରେ ଗର୍ବ ବହେସୁହୃଦ ସପତଣୀ ପ୍ରାୟେ
Couplet 27
ନଦୀଏ ହୋଇ ସ୍ଥିରଗତିବୃକ୍ଷେ ଅଶ୍ରୁଜଳ ସ୍ରବନ୍ତି
Couplet 28
ଭୂମି ଆନନ୍ଦ ବୃନ୍ଦାବନେଗୋବିନ୍ଦ-ପାଦପଦ୍ମ-ଚିହ୍ନେ
Couplet 29
କୃଷ୍ଣ-ମୁରଲୀନାଦ ଚାହିଁଜନ୍ତୁଙ୍କ ଚକ୍ଷୁ ନ ଚଳଇ
Couplet 30
ମୃଗ ମୟୂର ପଶୁ ଯେତେଗିରିକନ୍ଦରେ ଯୂଥେ ଯୂଥେ
Couplet 31
ଧନ୍ୟ ଏ ହରିଣ ଯୁବତୀବେଣୁ ଶୁଣନ୍ତି କୃଷ୍ଣ କତି
Couplet 32
ଆବୋରି କୃଷ୍ଣ ମୁଖସାରନୟନେ ଦ୍ୟନ୍ତି ଉପହାର
Couplet 33
ଦେବକାମିନୀ ଶୂନ୍ୟେ ଥାଇମୁରଲୀ ନାଦେ ମନଦେଇ
Couplet 34
ବଦନ-ନୟନ-ଆନନ୍ଦଶୁଣି ମୋହନ-ବେଣୁନାଦ
Couplet 35
ବିମାନେ ଥାଇ ମୋହମାନଫିଟିଲା କବରୀ-ବସନ
Couplet 36
ଗୋରୁଏ କୃଷ୍ଣ-ଗୀତ ଶୁଣିଚଳି ନ ପାରନ୍ତି ଧରଣୀ
Couplet 37
ତୃଣ କବଳ ତୁଣ୍ତେ କରିବେଶୁ ଶୁଣନ୍ତି କର୍ଣ୍ଣ ଡେରି
Couplet 38
ବତ୍ସାଏ ସ୍ତନେ ମୁଖ ଦେଇବେଣୁ ଶୁଣନ୍ତି ସ୍ଥିର ହୋଇ
Couplet 39
ପକ୍ଷୀଏ ମୁନିଙ୍କର ତୁଲେଧ୍ୟାନ କରନ୍ତି ବୃକ୍ଷ ଡାଳେ
Couplet 40
ନଦୀଏ ଶୁଣି ବେଣୁଗୀତଅନଙ୍ଗବାଣେ ମୋହଗତ
Couplet 41
ଉର୍ମିର ଛଳେ ଭୁଜ ତୋଳିକୋଳ କରିବେ ବନମାଳୀ
Couplet 42
କମଳ ଉପହାର ଦେଇପୂଜା କରନ୍ତି ପାଦ ଦୁଇ
Couplet 43
ଇନ୍ଦ୍ର ଯେ ଦେଖୁଥିଲା ରହିମୁରଲୀ ନାଦେ ଚିତ୍ତ ଦେଇ
Couplet 44
ରାମ-ଗୋବିନ୍ଦ ଗୋପମେଳେଫୁଟିଲେ ଶ୍ରମ ଘର୍ମ ଝାଳେ
Couplet 45
ଦଇବେ ଗୋବିନ୍ଦର ମିତ୍ରଉପରେ କଲା ମେଘଛତ୍ର
Couplet 46
ଶବରନାରୀମାନେ ଧନ୍ୟଶୁଣ ଗୋ ତାହାଙ୍କର ପୁଣ୍ୟ
Couplet 47
ସ୍ତିରୀଙ୍କ ସ୍ତନ ବିଲେ ପନକୁଙ୍କୁମ ଅଗୁରୁ ଚନ୍ଦନ
Couplet 48
କୃଷ୍ଣର ପାଦଯୁଗେ ଥିଲାକୋମଳ ଘାସେ ଗୋ ଲାଗିଲା
Couplet 49
କୃଷ୍ଣର ଶୁଣି ବେଣୁସ୍ୱନଅନଙ୍ଗେ ହୋଇଲେ ଅଜ୍ଞାନ
Couplet 50
କୁଙ୍କୁମ ତୃଣ ମଧ୍ୟୁଁ ତୋଳିସ୍ତନ-ବଦନେ ତାହା ବୋଳି
Couplet 51
ବେଗେ ଛାଡ଼ିଲେ ମନତାପଦେଖନ୍ତି ରାମକୃଷ୍ଣ ରୂପ
Couplet 52
ଦେଖ ଗୋ ଗିରି ଗୋବର୍ଦ୍ଧନପୂର୍ବେ ଅନେକ କଲା ପୁଣ୍ୟ
Couplet 53
ହରି ସେବକ ଶିରୋମଣିକୋମଳ ତୃଣ କନ୍ଦପାଣି
Couplet 54
ଏ ଉପହାରେ ସେ ଆନନ୍ଦପୂଜିଲା ଗୋବିନ୍ଦର ପାଦ
Couplet 55
ଗୋରୁ-ଗୋପାଳ ଘେନି ସଙ୍ଗେବେଣୁ ବଜାନ୍ତି କୃଷ୍ଣ ରଙ୍ଗେ
Couplet 56
ପ୍ରାଣୀଙ୍କି କଲେ ବିପରୀତମୋହିତ ହୋଇଲେ ସମସ୍ତ
Couplet 57
ଶୁଣ ରାଜନ ତୋଷଚିତ୍ତେଗୋପୀ କହନ୍ତି ଖେଦମତେ
Couplet 58
କୃଷ୍ଣର ପାଦେ ମନଦେଇଦିନ ହରନ୍ତି ମୁଖ ଚାହିଁ
Couplet 59
ଗୋବିନ୍ଦ ମୁରଲୀର ନାଦଶୁଣନ୍ତେ ଖଣ୍ତଇ ଆପଦ
Couplet 60
ସୁଜନେ ଶୁଣ ବେଣୁଗୀତକହଇ ଦାସ ଜଗନ୍ନାଥ