Skip to content
paribhaasha

Skandha 10

Adhyaya 21

  1. Couplet 1

    ଶୁଣ ରାଜନ ହରିରସତୁ ଅଟୁ ଗୋବିନ୍ଦର ଦାସ

  2. Couplet 2

    କୃଷ୍ଣ ମହିମା ଶୁଣି କର୍ଣ୍ଣେଗୋପୀ ଗୋପାଳ ତୋଷମନେ

  3. Couplet 3

    ରାମକୃଷ୍ଣଙ୍କୁ ପରଶଂସିକିଏ ଦେବତା ଏଥେ ଆସି

  4. Couplet 4

    ନୋହିଲେ ଏଡ଼େ କର୍ମ କାହିଁବିଷମ ସଂକଟୁ ତାରଇ

  5. Couplet 5

    ପରମାନନ୍ଦ ମୁଖ ଚାହିଁଚିନ୍ତା ଛାଡ଼ିଲେ ତୋଷ ହୋଇ

  6. Couplet 6

    ଏମନ୍ତେ ଗ୍ରୀଷ୍ମକାଳ ଗଲାବରଷା ଋତୁ ପ୍ରସରିଲା

  7. Couplet 7

    ସକଳ ଋତୁଙ୍କର ସାରଶସ୍ୟ-ସମ୍ପଦ ମଞ୍ଚପୁର

  8. Couplet 8

    ମେଘେ ମିଳିଲେ ଶୂନ୍ୟପଥେବିଜୁଳି-ପବନ ସଙ୍ଗତେ

  9. Couplet 9

    ଭୂମି-ସାଗର ଶୂନ୍ୟ ବ୍ୟାପୀନୀଳ ଜିମୂତ ବିଶ୍ୱରୂପୀ

  10. Couplet 10

    ଆକାଶ ମେଘାଚ୍ଛନ୍ନ ହୋଇଜ୍ୟୋତି ପ୍ରକାଶ ନ ଦିଶଇ

  11. Couplet 11

    ଗୁଣେ ଆଚ୍ଛନ୍ନ ବ୍ରହ୍ମ ଯେହ୍ନେଆକାଶ ନଦିଶେ ତେସନେ

  12. Couplet 12

    ଭୂମିର ରସ ଅଷ୍ଟମାସଆଦିତ୍ୟ କରିଥିଲା ଗ୍ରାସ

  13. Couplet 13

    ତେଜେ ଅବନୀ ଦୁଃଖ ଚାହିଁଜଳ ଛାଡ଼ିଲା ତୋଷ ହୋଇ

  14. Couplet 14

    ଘୋର-ଶବଦେ ମେଘମାଳଗର୍ଜିଣ ବରଷନ୍ତି ଜଳ

  15. Couplet 15

    ପ୍ରାଣୀ-ଜୀବନ ଜଳରାଶିକରୁଣାଚିତ୍ତରେ ବରଷି

  16. Couplet 16

    ପୃଥିବୀ ରବିତେଜ ତ୍ରାସେତାପିତ ଥିଲା ଅଷ୍ଟମାସେ

  17. Couplet 17

    ଜଳ ପାଇଲା ତୋଷଚିତ୍ତେତପସ୍ୱୀଜନଙ୍କର ମତେ

  18. Couplet 18

    ତପସ୍ୟା ଫଳ ଯେହ୍ନେ ପାଇଭୁଞ୍ଜନ୍ତି ଅତି ସୁଖୀ ହୋଇ

  19. Couplet 19

    ଖଦ୍ୟୋତ କୀଟ ନିଶାମୁଖେଜଗତ ଆବୋରିଲେ ସୁଖେ

  20. Couplet 20

    ପାଷଣ୍ତେ ଯେହ୍ନେ କଳିଯୁଗେବେଦ ନିନ୍ଦନ୍ତି ପାପ ଯୋଗେ

  21. Couplet 21

    ମଣ୍ତୁକେ ମେଘନାଦ ଶୁଣିଗର୍ଜିନ୍ତି ଆବୋରିଣ ପାଣି

  22. Couplet 22

    ରଜନୀ ଅନ୍ତେ ବିପ୍ରଜନେକରନ୍ତି ବେଦଧ୍ୱନି ଯେହ୍ନେ

  23. Couplet 23

    ଅଳପ ନଦୀଏ ପୂରିଲେଲହରି ଘେନି ଉଛୁଳିଲେ

  24. Couplet 24

    ପୁଣି ଶୁଖନ୍ତି ଜଳଅନ୍ତେଅଳପ ଲୋକଙ୍କର ମତେ

  25. Couplet 25

    ତୃଣରେ ଇନ୍ଦ୍ର ଗୋପ ମିଶିସୈନ୍ୟ ସଂପଦ ପ୍ରାୟ ଦିଶି

  26. Couplet 26

    ଛତୁଏ ଛତ୍ର ପ୍ରାୟ ହୋଇରାଜାଙ୍କ ପ୍ରାୟ ଦିଶେ ମହୀ

  27. Couplet 27

    ନାନାପ୍ରକାରେ ଶସ୍ୟରାଶିଏଣେ ପୂରିତ ମହୀ ଦିଶି

  28. Couplet 28

    ଶସ୍ୟ-ସଂପଦେ କ୍ଷେତ୍ରମାନେଦେଖି ଆନନ୍ଦ କୃଷିଜନେ

  29. Couplet 29

    ଦରିଦ୍ରଙ୍କର କୃଷିନାଶେତାପ କରାଇଲେ ବିଶେଷେ

  30. Couplet 30

    ଦଇବ ବଳ ଅବିଶ୍ୱାସେତାପକେ ପାଇଲେ ବିଶେଷେ

  31. Couplet 31

    ଅଶେଷ ଜୀବ ଜଳସ୍ଥଳେଜଳ ଭକ୍ଷିଲେ କୁତୂହଳେ

  32. Couplet 32

    ଦିନକୁ ଦିନ ପୁଷ୍ଟ ହୋଇହରିସେବକ ପ୍ରାୟ ରହି

  33. Couplet 33

    ସମୁଦ୍ର-ନଦୀଙ୍କର ମେଳେକଲ୍ଲୋଳ ଉଠେ ପୁଣ୍ୟଜଳେ

  34. Couplet 34

    ଅଳପ ଯୋଗୀଙ୍କର ଚିତ୍ତଯେହ୍ନେ ଚଞ୍ଚଳଗୁଣେ ଗ୍ରସ୍ତ

  35. Couplet 35

    ପର୍ବେତେ ଜଳଧାରା ଘାଏଛିଡ଼ନ୍ତେ ନ କରନ୍ତି ଭୟେ

  36. Couplet 36

    କୃଷ୍ଣ-ଆଶ୍ରିତ ପ୍ରାଣୀ ଯେହ୍ନେଦୁଃଖିତ ନୁହନ୍ତି ବ୍ୟସନେ

  37. Couplet 37

    ପଥ ହୋଇଲା ତୃଣମୟବାଟର ନ ମିଳିଲା ଥୟ

  38. Couplet 38

    ବ୍ରାହ୍ମଣେ ବେଦ ପାସୋରିଲେଯେମନ୍ତେ ହ୍ୱନ୍ତି ପଚାରିଲେ

  39. Couplet 39

    ଜଗତବନ୍ଧୁ ମେଘମାଳେବିଜୁଳି ନ ରହେ ନିଶ୍ଚଳେ

  40. Couplet 40

    ଗୁଣି ପୁରୁଷ ଥାଉଁ ମେଳେବିଟପୀ ମନ ଯେହ୍ନେ ଟଳେ

  41. Couplet 41

    ଜଳଦ ମଧ୍ୟେ ଇନ୍ଦ୍ରଚାପଦିଶଇ ନୀଳ-ପୀତରୂପ

  42. Couplet 42

    ତୃତୀୟ ଗୁଣେ ହୋଇ ଯୁତନିର୍ଗୁଣ-ପୁରୁଷ ଯେମନ୍ତ

  43. Couplet 43

    ଚନ୍ଦ୍ର ନଦିଶେ ମେଘାଚ୍ଛନ୍ନେମିଥ୍ୟା-ବଚନେ ସତ୍ୟ ଯେହ୍ନେ

  44. Couplet 44

    ମୟୂରେ ଗିରିଶିଖେ ଥାଇନୃତ୍ୟ କରନ୍ତି ମେଘେ ଚାହିଁ

  45. Couplet 45

    ଅତିଥି ଦେଖି ଭକ୍ତଜନେଯେସନେ ତୋଷ ହ୍ୱନ୍ତି ମନେ

  46. Couplet 46

    ବୃକ୍ଷଙ୍କ ମୂଳେ ଜଳ ପଶିଫଳ-ପଲ୍ଲବ ପରକାଶି

  47. Couplet 47

    ତପର ଅନ୍ତେ ଫଳ ପାଇତପସ୍ୱୀ ଯେହ୍ନେ ତୁଷ୍ଟ ହୋଇ

  48. Couplet 48

    ଜଳ କୁକ୍କୁଟ ଆଦି ହଂସପଙ୍କ-କଣ୍ଟକେ କଲେ ବାସ

  49. Couplet 49

    ଦୁଃଖ-କଷଣେ ନରନାରୀଯେସନେ ଗୃହେ ବାସକରି

  50. Couplet 50

    ଜଳପ୍ରବାହେ ବନ୍ଧ ଭାଙ୍ଗେଯେହ୍ନେ ପାଷାଣ୍ତେ ବେଦମାର୍ଗେ

  51. Couplet 51

    ପବନ ଯୋଗେ ମେଘ ବଢ଼ିଅମୃତ ପ୍ରାୟ ଜଳ ଛାଡ଼ି

  52. Couplet 52

    ବିପ୍ରଙ୍କ ବୋଲେ ମହୀପାଳେଯେହ୍ନେ ଦିଅନ୍ତି ଦାନକାଳେ

  53. Couplet 53

    ବରଷା ରସେ ବନ ଭୂଇଁଖର୍ଜ୍ଜୁର ଜମ୍ବୁମୟ ହୋଇ

  54. Couplet 54

    ଗୋରୁ ଗୋପାଳ ସଙ୍ଗେ ଘେନିବନେ ବିଜୟ ଭାଇବେନି

  55. Couplet 55

    ଗାଈଏ ସ୍ତନଭର ହୋଇକŸର୍ଦ୍ଦମେ ନପାରନ୍ତି ଯାଇ

  56. Couplet 56

    କୃଷ୍ଣର ଡାକ ଶୁଣି କର୍ଣ୍ଣେନିକଟେ ମିଳିଲେ ବହନେ

  57. Couplet 57

    କାନନେ ଯେତେ ଜୀବ ଥିଲେଗିରିକନ୍ଦରେ ଆଶ୍ରେ କଲେ

  58. Couplet 58

    ସକଳ ବୃକ୍ଷେ ମଧୁ ସ୍ରବେବରଷା ଋତୁର ସ୍ୱଭାବେ

  59. Couplet 59

    ଗାଈ ଚରାନ୍ତି ନନ୍ଦବାଳଭକ୍ଷନ୍ତି ଫଳ କନ୍ଦମୂଳ

  60. Couplet 60

    ବସନ୍ତି ବୃକ୍ଷଙ୍କର ତଳେଦିନ ହରନ୍ତି କୁତୂହଳେ

  61. Couplet 61

    ଦଧିଅନ୍ନାଦି ଘରୁ ଆଣିଜଳ ନିକଟେ ଚକ୍ରପାଣି

  62. Couplet 62

    ଗୋପାଳ ମେଳେ ବେନିଭାଇଭୁଞ୍ଜନ୍ତି ଶିଳାପରେ ଥୋଇ

  63. Couplet 63

    କୋମଳ ଘାସେ ପଶୁଗଣେଚରନ୍ତି ମୁଦ୍ରିତ ଲୋଚନେ

  64. Couplet 64

    ବରଷା ଦେଖି ବ୍ରହ୍ମରାଶିନିଜ ମହିମା ପରଶଂସି

  65. Couplet 65

    ବନେ ବୁଲନ୍ତି ନନ୍ଦବାଳପ୍ରବେଶ ଶରଦର କାଳ

  66. Couplet 66

    ଶୁକଳ ମେଘ ଶୂନ୍ୟେ ଦିଶିବିଷ୍ଣୁର ତେଜ ପରକାଶି

  67. Couplet 67

    ଭୂମିରେ ଯେତେ ଜଳ ଥିଲାଶରଦେ ନିର୍ମଳ ହୋଇଲା

  68. Couplet 68

    ଭ୍ରଷ୍ଟ ଯୋଗୀଙ୍କ ଚିତ୍ତ ଯେହ୍ନେପୁଣି ନିର୍ମଳ ଯୋଗ ଧ୍ୟାନେ

  69. Couplet 69

    ଶରଦ ଭୟେ ମେଘ ଗଲାଆକାଶ ନିର୍ମଳ ଦିଶିଲା

  70. Couplet 70

    ଭାଙ୍ଗିଲା ଜନ୍ତୁଙ୍କ ଗହଳଜଳୁ ହରିଲା ପଙ୍କ-ମଳ

  71. Couplet 71

    ହରି ଭକତି ବଳେ ଯେହ୍ନେପାତକ ନ ଲଗାଇ ମନେ

  72. Couplet 72

    ସକଳ ଜଳ ଛାଡ଼ି ମେଘେଶୁଭ୍ର ଦିଶିଲେ ଶୂନ୍ୟମାର୍ଗେ

  73. Couplet 73

    ସଂସାର ମୋହ ଛାଡ଼ି ଜନେଯେହ୍ନେ ଦିଶନ୍ତି ଯୋଗଧ୍ୟାନେ

  74. Couplet 74

    ପର୍ବତେ ଯେତେ ଜଳ ଥିଲାସଞ୍ଚରି ଭୂମିରେ ପଡ଼ିଲା

  75. Couplet 75

    ଉତ୍ତମ ଶିଷ୍ୟେ ତୋଷ ହୋଇଗୁରୁ ଯେସନେ ଜ୍ଞାନ ଦେଇ

  76. Couplet 76

    ଅଳପ ଜଳେ ଜନ୍ତୁ ଥାଇରବି କିରଣେ ଭୟ ପାଇ

  77. Couplet 77

    ଜୀବନ ଦିନୁ ଦିନ କ୍ଷୀଣଦରିଦ୍ର-କୁଟୁମ୍ବ ଯେସନ

  78. Couplet 78

    ଗଭୀର ଜଳେ ମୀନ ଥିଲେରବି କିରଣ ନ ଜାଣିଲେ

  79. Couplet 79

    ଜଳେ ରମନ୍ତି ତୋଷ ଚିତ୍ତେଅଜ୍ଞାନୀ ଜନଙ୍କର ମତେ

  80. Couplet 80

    ଭୂମିରେ ପଙ୍କ ଧୀରେ ଧୀରେଶୁଖିଲେ ଶରଦ ଶିଶିରେ

  81. Couplet 81

    ଯେସନେ ଯୋଗଲୟ ପାଇଅଜ୍ଞାନ ଭାବ କ୍ଷୟ ଯାଇ

  82. Couplet 82

    ଶରଦ ଋତୁ ଗୁଣ ଭେଦିନିଶ୍ଚଳ ହୋଇଲା ବାରିଧି

  83. Couplet 83

    ବେଦ-ବେଦାନ୍ତେ ପାଇ ତତ୍ତ୍ୱଯେସନେ ଜ୍ଞାନୀଙ୍କର ଚିତ୍ତ

  84. Couplet 84

    କୃଷକେ ମିଳି ଧାନ୍ୟକ୍ଷେତ୍ରେଜଳ ବାନ୍ଧିଲେ ଦୃଢ଼ମତେ

  85. Couplet 85

    ଯୋଗୀଏ ପବନର ବଳେଇନ୍ଦ୍ରି ରୁନ୍ଧନ୍ତି ଯେହ୍ନେ କାଳେ

  86. Couplet 86

    ଶରଦ-ରବି-ତେଜ ଲାଗିଜନ୍ତୁଏ ହୋନ୍ତି ଦୁଃଖଭାଗୀ

  87. Couplet 87

    ରଜନୀନାଥ ତାହା ହରିଯେହ୍ନେ ଗୋବିନ୍ଦ ବ୍ରଜନାରୀ

  88. Couplet 88

    ନିର୍ମଳ ଦିଶେ ଶୂନ୍ୟପଥଗ୍ରହ ନକ୍ଷତ୍ର ନିଶିନାଥ

  89. Couplet 89

    ଶବଦ ବ୍ରହ୍ମ ଜାଣି ଯେହ୍ନେସାଧୁ ପୁରୁଷଙ୍କର ମନେ

  90. Couplet 90

    ନକ୍ଷତ୍ରଗଣ ମଧ୍ୟେ ଶଶୀଅଖଣ୍ତମଣ୍ତଳ ପ୍ରକାଶି

  91. Couplet 91

    ଯାଦବ ଭୋଜବଂଶ ମଧ୍ୟେଗୋବିନ୍ଦ ଯେସନେ ଆନନ୍ଦେ

  92. Couplet 92

    ଚନ୍ଦ୍ର କୁମୁଦ ଜଳରାଶିପବନ ପ୍ରସରନ୍ତେ ନିଶି

  93. Couplet 93

    ଗାଈ ହରିଣୀ ପକ୍ଷୀ ନାରୀଶରଦ ଋତୁ ମଧ୍ୟେ ଚାରି

  94. Couplet 94

    ଇଚ୍ଛନ୍ତି ନିଜ ସ୍ୱାମୀ ସଙ୍ଗମାୟାଭିଆଣ ଶିରୀରଙ୍ଗ

  95. Couplet 95

    କୁମୁଦ ବିନା ଜଳ ଫୁଲେଆନନ୍ଦ ଦିବାକର ତୁଲେ

  96. Couplet 96

    ରାଜାର ତେଜେ ପ୍ରଜା ଯେହ୍ନେଆନନ୍ଦ ହୋନ୍ତି ଚୋର ବିନେ

  97. Couplet 97

    ପୁରପାଟଣା ଗ୍ରାମ ଭୂଇଁଚନ୍ଦ୍ର ଉ›ତ୍ସବ ବିରାଜଇ

  98. Couplet 98

    କୃଷ୍ଣର ମାୟା ଶସ୍ୟରାଶିଦେଖି ମାନବେ ପରଶଂସି

  99. Couplet 99

    ଋଷି-ନୃପତି-ବଣିଜାରେପ୍ରବାସ କଲେ ଯେ ଯାହାରେ

  100. Couplet 100

    ଆୟୁଷ ଅନ୍ତେ ଯେହ୍ନେ ସିଦ୍ଧେକାଳେ ଭୁଞ୍ଜନ୍ତି ବ୍ରହ୍ମ‌ପଦେ

  101. Couplet 101

    ମୁନି କହନ୍ତି ରାଜା ଆଗେବାଳକ ଲୀଳା ରସ ଭାବେ

  102. Couplet 102

    ଶରଦ କାଳେ ବନଚାରୀରାମ ଗୋପାଳ ନରହରି

  103. Couplet 103

    ହରି ଚରିତ ଭାଗବତକହଇ ଦାସ ଜଗନ୍ନାଥ

Odia Bhagabata skandha 10 adhyaya 21 | Parbani by ParibhaAsha App