Skandha 10
Adhyaya 20
Couplet 1
କହନ୍ତି ବ୍ୟାସମୁନି ସୁତଶୁଣ ରାଜନ ପରୀକ୍ଷିତ
Couplet 2
ଖେଳନ୍ତି ରାମ ନରହରିଗୋରୁଏ ଗଲେ ବନେଚରି
Couplet 3
ଚରନ୍ତେ ତୃଣ ଲୋଭେ ଗାଈପଶିଲେ ଗିରିକୁଞ୍ଜେ ଯାଇ
Couplet 4
ଅଜା ମହିଷୀ ଗୋରୁ ସଙ୍ଗେପ୍ରବେଶ କୁଞ୍ଜବନ ଲାଗେ
Couplet 5
ଅନଳ ଆବୋରିଲା ଆସିକୁଞ୍ଜ ଗହନେ ଛନ୍ତି ପଶି
Couplet 6
ବିକଳେ ଚଉଦିଗେ ଚାହିଁକାନ୍ଦନ୍ତି କୃଷ୍ଣ ମନେ ଧ୍ୟାୟି
Couplet 7
ପୋଏ ଯେ ଥିଲେ କୃଷ୍ଣ ସଙ୍ଗେଖେଳୁଁ ଚାହିଁଲେ ଚାରିଦିଗେ
Couplet 8
ବିକଳେ ଖେଦମନେ ଧାଇଁଲୋଡ଼ନ୍ତି ବନେ ବତ୍ସା ଗାଈ
Couplet 9
ଗୋରୁଙ୍କ ଖୋଜ ଅନୁସରିଡାକନ୍ତି ଗାଈ ନାମଧରି
Couplet 10
ଗାଈଙ୍କି ନ ଦେଖି ବିକଳପଛେ ଅଛନ୍ତି ଆଦିମୂଳ
Couplet 11
ବତ୍ସା ନ ପାଇ କୁଞ୍ଜବନେପୋଏ କାନ୍ଦନ୍ତି ଦୁଃଖମନେ
Couplet 12
ତୃଷିତ ହୋଇ ବାହୁଡ଼ିଲେକୃଷ୍ଣର ନିକଟେ ମିଳିଲେ
Couplet 13
ପୁଅଙ୍କ ଦୁଃଖ ଦେଖି ହରିବୃକ୍ଷେ ଉଠିଲେ ଅନୁସରି
Couplet 14
ନୀଳ-ଜୀମୂତ ଦେହ ହରିପୀତବସନ ବନମାଳୀ
Couplet 15
ମେଘ-ଗମ୍ଭୀର ରସଭରେଗୋରୁଙ୍କୁ ଡାକନ୍ତି ସୁସ୍ୱରେ
Couplet 16
ଗୋରୁଏ ନାମ ଶୁଣି କର୍ଣ୍ଣେହୁଙ୍କାର କଲେ ତୋଷମନେ
Couplet 17
ଏମନ୍ତେ ବେଢ଼ିଲା ଅନଳଯେସନେ ପ୍ରଳୟର କାଳ
Couplet 18
ପବନ ବହେ ଖରତରପ୍ରଚଣ୍ତ ତେଜ ମହାଘୋର
Couplet 19
ଅନଳ ଦେଖି ଗୋପବାଳେକୃଷ୍ଣଙ୍କୁ ଡାକନ୍ତି ବିକଳେ
Couplet 20
ହେ ରାମକୃଷ୍ଣ ଆସ ବେଗେଅଗ୍ନି ବେଢ଼ିଲା ଚାରିଦିଗେ
Couplet 21
ଆମ୍ଭେ ତୋହର ବନ୍ଧୁବଳତୋହରେ ଶରଣ ଗୋକୁଳ
Couplet 22
ମୁନି ବୋଲନ୍ତି ଶୁଣ ରାୟେଗୋକୁଳେ କୃଷ୍ଣ କଲେ ଦୟେ
Couplet 23
କୃଷ୍ଣ ବୋଇଲେ ଯେଝାମତେଚକ୍ଷୁ ଲୁଚାଅ ବେନିହସ୍ତେ
Couplet 24
ଶୁଣି ଲୋଚନେ କର ଦେଇବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି
Couplet 25
ଗୋବିନ୍ଦ ଯୋଗମାୟା ବଳେଅଗ୍ନି ଗିଳିଲେ କଣ୍ଠନାଳେ
Couplet 26
ଗୋପକୁମରେ ବେଗେ ଧାଇଁମିଳିଲେ ବଟତଳେ ଯାଇ
Couplet 27
ଭାଣ୍ତୀର ତଳେ ଚକ୍ଷୁ ଫେଇସଭୟେ ଚଉଦିଗେ ଚାହିଁ
Couplet 28
ଗୋରୁଏ ମିଳିଲେ ତକ୍ଷଣରଙ୍ଗେ ନାଚନ୍ତି ନାରାୟଣ
Couplet 29
କୃଷ୍ଣଙ୍କୁ ଚାହିଁ ଗୋପପୋଏଗୁପତେ ଭାଳନ୍ତି ଥୋକାଏ
Couplet 30
କି ଏ କେବଣ ଦେବତାଏଜାତ ହୋଇଛି ନରଦେହେ
Couplet 31
ଅନେକ ସଙ୍କଟୁ ତାରିଲେଯଶୋଦା ଭାଗ୍ୟେ ଜାତ କଲେ
Couplet 32
ଏମନ୍ତେ ଗୋପାଳଙ୍କ ମନଜାଣିଲେ ପ୍ରଭୁ ଭଗବାନ
Couplet 33
ମାୟାରେ ମୋହିଲେ କୁମରବିଶ୍ୱ ପ୍ରପଞ୍ଚ ଖେଡ଼ଘର
Couplet 34
ଏମନ୍ତେ ରବି-ଅସ୍ତକାଳେଗୋବିନ୍ଦ ଘେନି ଗୋପବାଳେ
Couplet 35
ଗୋପେ ହୋଇଲେ ପରବେଶବେଣୁ ଶବଦେ ଗୀତରସ
Couplet 36
ଗୋପୀଏ ନ ଦେଖି ଶ୍ରୀପତିଘଡ଼ିକ ଯୁଗ ସେ ମଣନ୍ତି
Couplet 37
ରାମଗୋବିନ୍ଦ ମୁଖ ଚାହିଁଚିନ୍ତା ଛାଡ଼ିଲେ ତୋଷ ହୋଇ
Couplet 38
ଘରେ କହିଲେ ପୁଅମାନେଆମ୍ଭେ ଯେ ଗଲୁ ବୃନ୍ଦାବନେ
Couplet 39
ଖେଳ ଖେଳିଲୁ ବେନିବଳରାଜା-ପରଜା ଖେଳ ସାର
Couplet 40
ପ୍ରଳମ୍ବ ନାମେଣ ଅସୁରଖେଳ ଭିତରେ ଥିଲା ବୀର
Couplet 41
ରାମକୁ ବହି ନେଉଥିଲାଜାଣି ସେ ମୁଥ ପ୍ରହାରିଲା
Couplet 42
ମୁଣ୍ତ ହୋଇଲା ଶତେ ଚୁରଗର୍ଜିଣ ପଡ଼ିଲା ଅସୁର
Couplet 43
ଗୋବରଧନ ଗିରି ଲାଗେପଡ଼ିଣ ଅଛି ମହୀଭାଗେ
Couplet 44
ତହୁଁଣ କୁଞ୍ଜ ବନେ ଗଲୁଗାଈବାଛୁରୀ ନ ପାଇଲୁ
Couplet 45
ଲୋଡ଼ିଲୁ ଗହନ ବନରେଅଗ୍ନି ବେଢ଼ିଲା ଧାତିକାରେ
Couplet 46
ବନେ ଅନଳ ତେଜ ଦିଶିଡାକିଲୁ ରଖ ବ୍ରହ୍ମରାଶି
Couplet 47
ପ୍ରତ୍ୟକ୍ଷେ ଅନଳ ଦେଖିଲୁଆରତେ କୃଷ୍ଣ ସୁମରିଲୁ
Couplet 48
କୃଷ୍ଣ ବୋଇଲେ ଆଖି ବୁଜଅନଳ ଲିଭାଇବୁଁ ଆଜ
Couplet 49
ତାହାର ବୋଲେ ଆଖିମାନହସ୍ତରେ ବୁଜିଲୁ ବହନ
Couplet 50
ଦଣ୍ତକେ ଫେଡ଼ିଣ ଚାହିଁଲୁତେଡ଼େ ଅନଳ ନ ଦେଖିଲୁ
Couplet 51
କେବଣ ମନ୍ତ୍ର କୃଷ୍ଣ କଲାତେଡ଼େ ଅନଳ ଲିଭାଇଲା
Couplet 52
ପୁଅଙ୍କ କଥାମାନ ଶୁଣିବିଷାଦ ବରଜତରୁଣୀ
Couplet 53
ଗୋପାଳେ ହରଷ ବିସ୍ମୟେତ୍ରାସ ଲାଗିଲା ସର୍ବଦେହେ
Couplet 54
ଯୋଗମାୟାରେ ମୋହ ହୋଇକ୍ଷଣକେ ପାସୋରିଲେ ତାହିଁ
Couplet 55
ପୁତ୍ରଙ୍କ ସ୍ନେହଭାବ ଘେନିଭଜନ୍ତି ଗୋପର କାମିନୀ
Couplet 56
ସୁଜନେ କୃଷ୍ଣପାଦେ ଚିନ୍ତସଂସାରେ ନୁହଁ ଭ୍ରମଚିତ୍ତ
Couplet 57
ସମ୍ପଦ ସ୍ୱପ୍ନପ୍ରାୟ ଦେଖଧ୍ୟାନେଣ ଚିନ୍ତ ପଦ୍ମମୁଖ
Couplet 58
ବ୍ରାହ୍ମଣ କୁଳେ ଜାତ ହୋଇବିଷ୍ଣୁବାସନା ମୋର ନାହିଁ
Couplet 59
ସାଧୁଚରଣେ ଆଶ୍ରେ ମୋରଉଧର କୃଷ୍ଣ-ହଳଧର
Couplet 60
ହରିଚରଣେ ଦିଅ ମନଯେ ହରି ବିପତ୍ତିନାଶନ
Couplet 61
ଆବର ଯେତେ ଦ୍ରବ୍ୟମାନସେ ସର୍ବ ନିଶିର ସ୍ୱପନ
Couplet 62
ସଂସାରୁ ତରିବ ଯେମନ୍ତଭଣଇଁ ଦାସ ଜଗନ୍ନାଥ