Skandha 10
Adhyaya 19
Couplet 1
ଏବେ ହୋ ଶୁଣ ନରନାଥଅମୃତ କୃଷ୍ଣର ଚରିତ
Couplet 2
ଗୋପାଳେ ବୃନ୍ଦାବନେ ଥିଲେସୁସ୍ଥେ ରଜନୀ ପୁହାଇଲେ
Couplet 3
ରାମ ଗୋବିନ୍ଦ ଘେନି ସଙ୍ଗେମିଳିଲେ ଗୋପପୁର ଲାଗେ
Couplet 4
ଯେଝା ମନ୍ଦିରେ ଗୋପେ ଯାଇକହନ୍ତି ବୃଦ୍ଧଙ୍କୁ ବସାଇ
Couplet 5
କୃଷ୍ଣର ଯେତେ କର୍ମମାନଶୁଣି ସକଳେ ତୋଷମନ
Couplet 6
ମାୟାଗୋପାଳ ରୂପ ହୋଇକ୍ରୀଡ଼ା କରନ୍ତି ବେନିଭାଇ
Couplet 7
ଏମନ୍ତେ ଶୁଣ ପରୀକ୍ଷିତସ୍ୱଭାବେ ସରିଲା ବସନ୍ତ
Couplet 8
ନିଦାଘ କାଳ ଆଗମନେଘର୍ମ ନ ଲାଗେ ବୃନ୍ଦାବନେ
Couplet 9
ସର୍ବଦା ବସନ୍ତ ପବନସଧୀରେ ବହେ ଦିନୁ ଦିନ
Couplet 10
ବସନ୍ତ ନୋହେ ନା ଦୁର୍ଲ୍ଲଭଯେ ବନେ ଶ୍ରୀରାମ ମାଧବ
Couplet 11
ନଦୀ ନିର୍ଝର ଜଳନାଦନିବିଡ଼ ଝିଙ୍କାରି ଶବଦ
Couplet 12
ଅତି ଶୀତଳ ବନସ୍ଥଳୀନିର୍ଝର ଜଳକଣା ମିଳି
Couplet 13
ନଦୀ ତଡ଼ାଗ ପ୍ରସ୍ରବଣପବନ ଯୋଗେ ସ୍ନିଗ୍ଧବନ
Couplet 14
ଜଳେ ଅଛନ୍ତି ପୁଷ୍ପ ଯେତେକମଳ କୁମୁଦ ସହିତେ
Couplet 15
ତାହାଙ୍କ ରେଣୁ ଘେନି ବଳେପବନ ବହେ କୁତୂହଳେ
Couplet 16
ଏଣୁ ସେ ବୃନ୍ଦାବନ ଦେଶେନିଦାଘ ଗ୍ରୀଷମ ନ ପଶେ
Couplet 17
ଘନ ଗହନ ବନଭୂମିତେଣୁ ନୁହଁନ୍ତି ଜୀବେ ଶ୍ରମୀ
Couplet 18
ଅତି ଗଭୀର ନଦୀଜଳେଲହରୀ ଉଠେ ବାୟୁବଳେ
Couplet 19
ପଙ୍କ ଦ୍ରବଇ ବେନିତଟେସେ ଜଳେ ଗ୍ରୀଷ୍ମ ତ୍ରାସ କଟେ
Couplet 20
ତେଣୁ ଏ ବନଭୂମି ଦେଶନ ଲାଗେ ଆଦିତ୍ୟର ତ୍ରାସ
Couplet 21
ଅରୁଣ ତେଜ ନ ଲାଗଇଯହିଁ ବିଜୟ ଭାବଗ୍ରାହୀ
Couplet 22
ସ୍ୱଭାବେ କୁସୁମିତ ବନମୃଗ ମୟୂର ପକ୍ଷୀସ୍ୱନ
Couplet 23
କୋକିଳ ସାରସ ନିକରଭ୍ରମରଧ୍ୱନି ମନୋହର
Couplet 24
ଏମନ୍ତେ ପ୍ରଭୁ ବନମାଳୀଗୋପବାଳକ ମଧ୍ୟେ କେଳି
Couplet 25
ଆନନ୍ଦେ ଗୀତ ବେଣୁଧ୍ୱନିଗାଈ-ଗୋବତ୍ସା ସଙ୍ଗେ ଘେନି
Couplet 26
ମିଳିଲେ ବୃନ୍ଦାବନେ ଯାଇରଙ୍ଗେ ନାଚନ୍ତି ବେନିଭାଇ
Couplet 27
ସଦାବସନ୍ତ ବୃନ୍ଦାବନେନାନା କୁସୁମ ଫଳମାନେ
Couplet 28
ଯହିଁ ଗୋବିନ୍ଦ ବନଚାରୀମିଶେଷ ସଙ୍ଗେ ହଳଧାରୀ
Couplet 29
ଶୀତଳ ଛାୟା ବୃକ୍ଷତଳେଭ୍ରମର ପନ୍ତି ଫୁଲଡ଼ାଳେ
Couplet 30
ଶୋଭିତ ସରୋବର ଫୁଲସୁଗନ୍ଧ ଶୀତଳ ଅମୂଲ୍ୟ
Couplet 31
ଅରୁଣ ତେଜ ନ ଲାଗଇବନର ବହ୍ନି ବନେ ଥାଇ
Couplet 32
କୋମଳ ତୃଣ ଯୂଥେ ଯୂଥେଗୋରୁଏ ଚରନ୍ତି ନିଶ୍ଚିନ୍ତେ
Couplet 33
ଯମୁନା ଜଳ ବୃକ୍ଷମୂଳେପବନ ବହଇ ଶୀତଳେ
Couplet 34
ବନକୁସୁମ ପରିମଳଦେଖି ସାନନ୍ଦ ଆଦିମୂଳ
Couplet 35
ବାଳକକ୍ରୀଡ଼ା ସାବଧାନେକୃଷ୍ଣ ବିଜୟେ ବୃନ୍ଦାବନେ
Couplet 36
ସେ ବନେ ଚରାଇଲେ ଗାଈଗୋପେ ନାଚନ୍ତି ବେଣୁ ବାଇ
Couplet 37
ଶିରେ ଗୁଞ୍ଜରା ଜାମୁଡ଼ାଳୀରତ୍ନଭୂଷଣ ଫୁଲମାଳୀ
Couplet 38
ପ୍ରବାଳ-ବରହିସ୍ତବକଧାତୁଭୂଷଣ ରଙ୍ଗେରଖ
Couplet 39
ବାଳକେ ରାମକୃଷ୍ଣ ମେଳେଯୁଦ୍ଧ କରନ୍ତି ବାହୁବଳେ
Couplet 40
ରାମଗୋବିନ୍ଦ ଗୋପସୁତେଖେଳନ୍ତି ନୃତ୍ୟଗୀତ ଯୁତେ
Couplet 41
କୃଷ୍ଣର ନୃତ୍ୟ ଗୋପେ ଦେଖିମିଳିଲେ ଗୋବତ୍ସା ଉପେକ୍ଷି
Couplet 42
କେ ତାଳି ବାଇ ମନୋହରେଗମ୍ଭୀର ଗୀତନାଦ ସ୍ୱରେ
Couplet 43
ଶିଙ୍ଗା ମୁରଲୀନାଦ ପୁରିକେ ସାଧୁ ଧନ୍ୟ ଧନ୍ୟ କରି
Couplet 44
ଦେବେଯେ ଥିଲେ ଶୂନ୍ୟପଥେମିଳିଲେ କୃଷ୍ଣର ଅଗ୍ରତେ
Couplet 45
ମାୟାବାଳକ ରୂପ ହୋଇକୃଷ୍ଣର ଚଉପାଶେ ଥାଇ
Couplet 46
ସ୍ତୁତି କରନ୍ତି କୃଷ୍ଣ ରାମେଭାଟେ ଯେସନେ ଗୁଣଗାନେ
Couplet 47
ଏକ ଆରକେ ସାଧୁଭଣିଶୁଣ ପାଣ୍ତବ ଚୂଡ଼ାମଣି
Couplet 48
ତାଣ୍ତବ ରସେ ସୁଖେ ହରିବୃନ୍ଦା ବନରେ କ୍ରୀଡ଼ା କରି
Couplet 49
କୃଷ୍ଣର ନୃତ୍ୟ ଦେଖି ପୋଏରାମଙ୍କୁ ବେଢ଼ିଲେ ଥୋକାଏ
Couplet 50
ଖେମଟାରସେ ଗୀତ ଗାଇକେ ଧାଏଁ ଶିଙ୍ଗାନାଦ ଦେଇ
Couplet 51
ତାଳି ମୁରଲୀ ଗାଲତୁରନାଚନ୍ତି ବ୍ରହ୍ମାଣ୍ତ ଠାକୁର
Couplet 52
ନୃତ୍ୟର ଅନ୍ତେ ପରଶଂସିକେ ତହିଁ କହନ୍ତି ବିଶ୍ୱାସି
Couplet 53
ଥୋକେ କରନ୍ତି ନାନା ସ୍ତୁତିହରଷେ ପୁଷ୍ପ ପରଷନ୍ତି
Couplet 54
କୃଷ୍ଣ ସଙ୍ଗେ ନୃତ୍ୟ କରିବୁଲନ୍ତି ବୃନ୍ଦାବନେ ହେରି
Couplet 55
କେ ବଳେ ଏକୁ ଆରେ ଧରିଡାକନ୍ତି ବାହାନାଦ କରି
Couplet 56
କୃଷ୍ଣ ଉଠିଲେ ଉଚ୍ଚବୃକ୍ଷେଫଳ ତୋଳିଲେ ନାନା ଶାଖେ
Couplet 57
ପୋଏ ତୋଳିଲେ ଯେଝାମତେଅମର ଲୋକେ ଯୂଥେ ଯୂଥେ
Couplet 58
ଏକ ଆରକେ ମରାମରିକେ ସାକ୍ଷୀ କରନ୍ତି ମୁରାରି
Couplet 59
କର ଚରଣ ଧରି ଛନ୍ଦେଯୁଦ୍ଧ କରନ୍ତି ନାନା ବନ୍ଧେ
Couplet 60
କେ ପଛେ ଥାଇ ଚକ୍ଷୁ ବୁଜିନାମ ଧରନ୍ତି ମନେ ହେଜି
Couplet 61
ମୃଗଙ୍କ ପ୍ରାୟ କେହୁ ଧାଇଁପକ୍ଷୀଙ୍କ ପ୍ରାୟ କେ ଉଡ଼ଇ
Couplet 62
ଭେକର ପ୍ରାୟ କେ ଡିଅଁନ୍ତିଚାଲନ୍ତି ଯେହ୍ନେ ହଂସପନ୍ତି
Couplet 63
ବସ୍ତ୍ର ବାନ୍ଧନ୍ତି ବୃକ୍ଷ ଡାଳେଦୋଳି କରନ୍ତି କୁତୁହଳେ
Couplet 64
ପର୍ବତ କୁଞ୍ଜ ନଦୀକୂଳେଖେଳନ୍ତି ରାମକୃଷ୍ଣ ମେଳେ
Couplet 65
ଗାଈ ଚରାଇ ବେଣୁବାଇବନେ ଖେଳନ୍ତି ବେନି ଭାଇ
Couplet 66
ଏମନ୍ତେ କଂସ ଅନୁଚରବନେ ମିଳିଲା ନଦୀତୀର
Couplet 67
ପ୍ରଳମ୍ବ ନାମେ ମହାବଳୀଲୁଚି ଦେଖଇ କୃଷ୍ଣକେଳି
Couplet 68
କ୍ଷଣକେ ସହି ନ ପାରିଲାଗୋପାଳ ରୂପେକ ହୋଇଲା
Couplet 69
ପ୍ରଳମ୍ବ ବିଚାରଇ ମନେକୃଷ୍ଣଙ୍କୁ ମାରିବି କେସନେ
Couplet 70
ପୁଅଙ୍କ ମେଳେ ଥିବି ବସିମୋର ନିକଟେ ଯେବେ ଆସି
Couplet 71
ମୁଣ୍ତ ମୋଡ଼ିବି ଧରି କରେକହିବି କଂସର ଛାମୁରେ
Couplet 72
ଏମନ୍ତ ବିଚାରିଲା ମନେଲତାରେ ଥାଇ ବୃନ୍ଦାବନେ
Couplet 73
ମାୟା ଗୋପାଳ ରୂପ ହୋଇମିଳିଲା ଗୋପ ମଧ୍ୟେ ଯାଇ
Couplet 74
ତାହା ଜାଣିଲେ ଭାବଗ୍ରାହୀକହନ୍ତି ଗୋପାଳଙ୍କୁ ଚାହିଁ
Couplet 75
ବାଳକେ ଶୁଣ ମୋ' ଉତ୍ତରମୁହିଁ ଜାଣଇଁ ଖେଡ଼ସାର
Couplet 76
ରାଜା ପରଜା ଖେଳ ଅଛିଆସ ଖେଳିବା ବଳ ଆଞ୍ଚି
Couplet 77
ଶୁଣି ସାନନ୍ଦ ମନେ ହସିରୁଣ୍ତ ହୋଇଲେ ପୋଏ ଆସି
Couplet 78
ରାମ ଗୋବିନ୍ଦେ କରି ରାଜାସକଳେ ହୋଇଲେ ପରଜା
Couplet 79
ଅଧେ ହୋଇଲେ ରାମ ଆଡ଼େଥୋକେ ହୋଇଲେ କୃଷ୍ଣବାଡ଼େ
Couplet 80
କୃଷ୍ଣ ବୋଇଲେ ଦୁଇ ଦୁଇବଳ କଷିବା ଯୁଦ୍ଧ ବିହି
Couplet 81
ଯୋଡ଼ି ଯୋଡ଼ିଏ ଏକ ସଙ୍ଗେଯୁଦ୍ଧ କରିବା ନାନା ରଙ୍ଗେ
Couplet 82
ଖେଳ ପାଞ୍ଚିଲେ ଗୋପପୋଏମାୟା ଭିଆଣ ଦେବରାୟେ
Couplet 83
ଜଣ ଜଣକେ ନାମ ଧରିଯୁନ୍ଧେ ପେଷିଲେ ନରହରି
Couplet 84
ଶ୍ରୀଦାମ ନାମ ଗୋପବାଳେଯୁଝିଲା ଗୋବିନ୍ଦର ତୁଲେ
Couplet 85
ପ୍ରଳମ୍ବାସୁର ତୁଲେ ରାମକୃଷ୍ଣ ତୁଲେ ଭଦ୍ରସେନ
Couplet 86
ଏତେ ଭିଆଇ ଭାବଗ୍ରାହୀବୋଲନ୍ତି ଗୋପାଳଙ୍କୁ ଚାହିଁ
Couplet 87
ଯୁଦ୍ଧ କରିବା ପୀଢ଼ କରିସଂଗ୍ରାମେ ଯେ ଯାହାକୁ ହାରି
Couplet 88
ଭାଣ୍ତୀର ବଟ ତଳେ ନେଇଥୋଇବ କନ୍ଧରେ ବସାଇ
Couplet 89
ହେଉ ବୋଇଲେ ଗୋପବାଳେଯୁଝନ୍ତି ଯେ ଯାହାର ବଳେ
Couplet 90
ହାରିଲେ ବୃକ୍ଷମୂଳେ ନେଇଛାଡ଼ନ୍ତି କନ୍ଧରେ ବସାଇ
Couplet 91
ଏମନ୍ତେ ପ୍ରଭୁ ଦଇତାରିଶ୍ରୀଦାମ ତୁଲେ ଯୁଦ୍ଧ କରି
Couplet 92
ତାହାକୁ ଯୁଦ୍ଧେ କୃଷ୍ଣ ହାରିବଟେ ଛାଡ଼ିଲେ କଦ୍ଧେ କରି
Couplet 93
ଏବେ ହୋ ଶୁଣ ରସକଥାପ୍ରଳମ୍ବ ଅସୁର ବାରତା
Couplet 94
ପ୍ରଳମ୍ବାସୁର ରାମ ସଙ୍ଗେପଡ଼ିଲା ପଞ୍ଚାପଞ୍ଚି ରଙ୍ଗେ
Couplet 95
ଯୁଦ୍ଧ କରନ୍ତେ ଗୁରୁତରରାମକୁ ହାରିଲା ଅସୁର
Couplet 96
ତକ୍ଷଣେ ବସାଇଲା କନ୍ଧେଅସୁର ଭାଳଇ ଆନନ୍ଦେ
Couplet 97
ଏହାକୁ ବଟ ଯାଏ ନେଇଘେନିଣ ପଳାଇବି ମୁହିଁ
Couplet 98
ମୁଣ୍ତ ମୋଡ଼ିବି ବନେ ପଶିପୁଣି ମିଳିବ ଏଥେ ଆସି
Couplet 99
କୃଷ୍ଣ ପଡ଼ିବ ଯେତେବେଳେଘେନି ଉଡ଼ିବି ଅନ୍ତରାଳେ
Couplet 100
କଂସ ଛାମୁରେ ଦେବି ନେଇନିଶ୍ଚିନ୍ତେ ଭୁଞ୍ଜିବ ସେ ମହୀ
Couplet 101
ଏତେ ବିଚାରି ମହାସୁରକନ୍ଧେ ବସାଇ ହଳଧର
Couplet 102
ଭାଣ୍ତୀରବଟ ଗଲା ଜିଣିତାହା ଜାଣିଲେ ହଳପାଣି
Couplet 103
କୋଟିଏ ମେରୁ ଯେହ୍ନେ ଭାରଚଳି ନପାରିଲା ଅସୁର
Couplet 104
ତକ୍ଷଣେ ନିଜରୂପ ଧରିଅସୁର ଗଗନେ ସଞ୍ଚରି
Couplet 105
ନୀଳ-ଜୀମୂତ-ଦେହ କାନ୍ତିମଣିକଙ୍କଣ ଝଟକନ୍ତି
Couplet 106
ସ୍ୱାଭାବେ ନାନା ଅଳଙ୍କାରତେଜେ ବିରାଜିଲା ଅସୁର
Couplet 107
କି ଅବା ଦେବା ପଟାନ୍ତରଯାହାର କନ୍ଧେ ହଳଧର
Couplet 108
ବିଜୁଳି ଯେହ୍ନେ କଳାମେଘେଯେସନେ ଶଶାଙ୍କର ଲାଗେ
Couplet 109
ଗଗନେ ବେଗେ ଯାଉଅଛିତା' ଦେଖି ରାମ ମନେ ପାଞ୍ଚି
Couplet 110
ଭ୍ରୂକୁଟି କୁଟିଳ ପ୍ରପଞ୍ଚବିକଟ ଦନ୍ତ ତୀକ୍ଷ୍ଣ ଉଚ୍ଚ
Couplet 111
ସୁବର୍ଣ୍ଣ ତେଜେ ଦେହ ଝଳିନୀଳମେଘରେ କି ବିଜୁଳି
Couplet 112
ତକ୍ଷଣେ ପ୍ରଭୁ ହଳଧରଜାଣିଲେ ନିଶ୍ଚୟ ଅସୁର
Couplet 113
ମୁଷ୍ଟିଏ ପ୍ରହାରିଲେ ମୁଣ୍ତେବଜ୍ର ଯେସନେ ଗିରିଖଣ୍ତେ
Couplet 114
ମୁଣ୍ତ ହୋଇଲା ଶତେ ଚୂରଶବଦ କଲା ମହାଘୋର
Couplet 115
ରୁଧିର ଉଦ୍ଗାରିଲା ମୁଖେପଡ଼ିଲା ଗୋବର୍ଦ୍ଧନ ପାଖେ
Couplet 116
ଦେଖି ଚକିତ ଗୋପପୋଏସ୍ୱର୍ଗେ ଯେ ଥିଲେ ଦେବତାଏ
Couplet 117
ସକଳେ ସାଧୁ ସାଧୁ ଭଣିକୁସୁମ ବରଷିଲେ ଆଣି
Couplet 118
ରାମଙ୍କୁ ଧରି ଗୋପବାଳେକୋଳ କରିଣ ଚୁମ୍ବ ଦେଲେ
Couplet 119
ଅବନୀ ହୋଇଲା ଆନନ୍ଦବାଳମୂରତି ଆଦିକନ୍ଦ
Couplet 120
ସେ ରାମଚରଣେ ବିଶ୍ୱାସଶରଣ ଜଗନ୍ନାଥ ଦାସ