Skip to content
paribhaasha

Skandha 10

Adhyaya 18

  1. Couplet 1

    ବୋଲନ୍ତି ଅଭିମନ୍ୟୁ ସୁତଭୋ ମୁନି କହ ଭାଗବତ

  2. Couplet 2

    କେବଣ ହେତୁ କାଳୀସର୍ପଛାଡ଼ିଲା ରମଣକ ଦ୍ୱୀପ

  3. Couplet 3

    ଗରୁଡ଼େ କରି ଅପରାଧଲୁଚି ଯେ ଥିଲା କାଳୀ ହ୍ରଦ

  4. Couplet 4

    ହରିଚରଣ-ଚିହ୍ନ ଶିରେଧରିଣ ଗଲା ନିଜ ପୁରେ

  5. Couplet 5

    ଏ କଥା କହ ମୁନି ମୋତେସଂସାରୁ ତରିବି ଯେମନ୍ତେ

  6. Couplet 6

    କହନ୍ତି ଶୁକମୁନି ତୋଷେଶ୍ରୀକୃଷ୍ଣ ଚରଣ ବିଶ୍ୱାସେ

  7. Couplet 7

    ଶୁଣ ହୋ କାଳୀୟର କଥାତୁ ମୋକ୍ଷପଦେ ଶୁଦ୍ଧଚେତା

  8. Couplet 8

    ବ୍ରହ୍ମା ଯେ ବ୍ରହ୍ମାଣ୍ତ ଭିଆଇଯେ ଯାହା ରୂପେ ଠାବ ଦେଇ

  9. Couplet 9

    କାଳୀୟ ଆଦି ଯେତେ ସର୍ପେଥୋଇଲା ରମଣକଦ୍ୱୀପେ

  10. Couplet 10

    ନିର୍ଭୟ ହୋଇଥା'ନ୍ତି ତହିଁଗରୁଡ଼େ ବଳିଭୋଜା ଦେଇ

  11. Couplet 11

    ବନ-ଗହନେ ବୃକ୍ଷମୂଳେଗରୁଡେ ପୂଜନ୍ତି ସକଳେ

  12. Couplet 12

    ମାସକେ ନାନା ଉପହାରପାଳି ପଡ଼ଇ ଯେଝାଘର

  13. Couplet 13

    ସେ ବଳିଭୋଜା ଦେଇ ତୋଷେପୂଜନ୍ତି ଜୀବନର ଆଶେ

  14. Couplet 14

    ଏମନ୍ତେ କାଳୀୟର ଘରେପାଳି ପଡ଼ିଲା ଏକବାରେ

  15. Couplet 15

    ନାଗେ କହିଲେ ତା'ର ଆଗେଗରୁଡ଼ ପୂଜା ତୋ'ର ଭାଗେ

  16. Couplet 16

    ଶୁଣି କାଳୀୟ ତୋଷଚିତ୍ତେସଞ୍ଚା ସେ କଲା ନାନା ମତେ

  17. Couplet 17

    ଦଇବେ ନାଗଙ୍କର ରାଜାଅନେକ କଲା ବଳିଭୋଜା

  18. Couplet 18

    ବୃକ୍ଷର ମୂଳେ ନେଇ ଥୋଇଅନେକ ବାଦ୍ୟନାଦ ବାଇ

  19. Couplet 19

    କାଳୀୟ ବିଚାରଇ ଦେଖିଗରୁଡ଼ ବୋଲି କେତେପକ୍ଷୀ

  20. Couplet 20

    ଏତେକ ଭୋଜା ତା'ଙ୍କୁ ଦେବିତେବେ ସେ ନିର୍ଭୟ ହୋଇବି

  21. Couplet 21

    ଏ ବଡ଼ ଲଜ୍ଜା ମୋତେ ହୋଇବାସୁକି ମୋର ସାନଭାଇ

  22. Couplet 22

    ଏକ ଫଣାକେ ମହୀଧରିମୁଁ କିମ୍ବା ଗରୁଡ଼କୁ ଡ଼ରି

  23. Couplet 23

    ସହସ୍ର ଫଣା ଅଛି ମୋରଗରୁଡ଼ କେତେ ବଳୀୟାର

  24. Couplet 24

    ଏକା ପିଅର ପୁଅ ଆମ୍ଭେସେ କିମ୍ବା ଏଡ଼େ ବଡ଼ ଦମ୍ଭେ

  25. Couplet 25

    ଆଜ ଗଞ୍ଜିବି ତାର ବଳନିର୍ଭୟ ହେଉ ନାଗକୁଳ

  26. Couplet 26

    କେ ଅବା ନ ଜାଣନ୍ତି ମୋତେବ୍ରହ୍ମାଣ୍ତ ମଧ୍ୟେ ଛନ୍ତି ଯେତେ

  27. Couplet 27

    ଏତେ ବିଚାରି ସର୍ପ ମନେସବୁ ଖାଇଲା ଦୁଷ୍ଟପଣେ

  28. Couplet 28

    ଯେତେକ ନାଗବଳ ଥିଲେତାହାର ଦୁର୍ବୁଦ୍ଧି ଦେଖିଲେ

  29. Couplet 29

    ଭୟେ ହୋଇଲେ ଥରହରଖଗନାଥଙ୍କୁ ବଡ଼ ଡ଼ର

  30. Couplet 30

    ନାଗଙ୍କୁ ବୋଇଲାକ ରାଇଏଠାରେ ନ ଥିବଟି କେହି

  31. Couplet 31

    ଯାଅରେ ବୋଲି ଆଜ୍ଞା ଦେଲାଆପଣେ ବନସ୍ତେ ରହିଲା

  32. Couplet 32

    ସହସ୍ରଫଣା ଫୁ ଫୁ କରିବଦନୁଁ ଗରଳ ଉଦ୍‌ଗାରି

  33. Couplet 33

    ଏମନ୍ତେ ରଜନୀ ହୋଇଲାଗରୁଡ଼ ପକ୍ଷୀ ବିଜେ କଲା

  34. Couplet 34

    ଗଗନ ପୂରିଲା ଶବଦେକାନନେ ମିଳିଲା ଆନନ୍ଦେ

  35. Couplet 35

    ବୃକ୍ଷମୂଳକୁ ଦେଲା ଚାହିଁଦେଖିଲା ବଳିଭୋଜା ନାହିଁ

  36. Couplet 36

    ମନେ ପାଇଲା ଗରୁତାପମିଳିଲା କାଳୀୟ ସମୀପ

  37. Couplet 37

    କୋପେ ଚାହଁଇ ଖଗନାଥଆବୋରି କାଳୀୟର ପଥ

  38. Couplet 38

    ଗର୍ଜେ ଗରୁଡ଼ କୋପଭରେକାଳୀୟ ମିଳିଲା ଛାମୁରେ

  39. Couplet 39

    ସହସ୍ରଫଣା ମେଘପ୍ରାୟେଦଂଶିଲା ଗରୁଡ଼ର କାୟେ

  40. Couplet 40

    ଅର୍ଦ୍ଧଯୋଜନ ଘୁଞ୍ଚିଗଲାପୁଣି ହିଁ ଆଗେ ଓଗାଳିଲା

  41. Couplet 41

    ବିନତାସୁତ ବେଗେ ଧାଇଁଚାପୋଡ଼େ ପ୍ରହାରିଲା ନେଇ

  42. Couplet 42

    ହରିଙ୍କି ବହଇ ଯେ କନ୍ଧେସେ କି ପଡ଼ଇ ପରମାଦେ

  43. Couplet 43

    ଗରୁଡ଼ ପକ୍ଷଘାତ ପାଇକାଳୀୟ ମୂର୍ଚ୍ଛାଗତ ହୋଇ

  44. Couplet 44

    ଘଡ଼ିକେ ଚେତନା ପାଇଲାପବନୁଁ ବେଗେ ପଳାଇଲା

  45. Couplet 45

    କାଳନ୍ଦୀହ୍ରଦେ ପଶିଗଲାପାତାଳ-ବିବରେ ଲୁଚିଲା

  46. Couplet 46

    ନିର୍ଭୟେ ନିଶ୍ଚିନ୍ତେ ରହିଲାଗରୁଡ଼ ତହିଁ ନ ପଶିଲା

  47. Couplet 47

    କାଳୀୟ ଜାଣଇ ତଦନ୍ତଗରୁଡ଼ ନ ପଶଇ ଏଥ

  48. Couplet 48

    ପୂର୍ବେ ସେ ଅଛି ଶାପ ପାଇକାଳିନ୍ଦୀ ହ୍ରଦକୁ ନ ଯାଇ

  49. Couplet 49

    ନିଶ୍ଚିନ୍ତେ ନାଗବଳ ସଙ୍ଗେଜଳେ ରହିଲା ନବରଙ୍ଗେ

  50. Couplet 50

    ଗରୁଡ଼ ଦେଖି ବାହୁଡ଼ିଲାନିଜ ଭୁବନେ ବିଜେ କଲା

  51. Couplet 51

    ଶୁଣି ସାନନ୍ଦ ମହୀପତିମୁନିଙ୍କି ଚାହିଁ ତୋଷମତି

  52. Couplet 52

    ବୋଲଇ ନିସ୍ତରିଲି ମୁହିଁତୋ'ର ବଚନେ ମନ ଦେଇ

  53. Couplet 53

    ଭୋ ମୁନି ଅସମ୍ଭବ କଥାଗରୁଡ଼ ମହା ବଳବନ୍ତା

  54. Couplet 54

    ଗୋବିନ୍ଦ ଯାହାର ଠାକୁରକେ ତା'ର ତୁଲେ ବଳୀୟାର

  55. Couplet 55

    କାଳିନ୍ଦୀ ଜଳେ ନ ପଶିଲାମୋତେ ତ ସନ୍ଦେହ ଲାଗିଲା

  56. Couplet 56

    ହସି ବୋଲନ୍ତି ବ୍ୟାସସୁତଶୁଣ ହୋ ନୃପତି ତଦନ୍ତ

  57. Couplet 57

    ପୂର୍ବେ ସେ ନଦୀତୀରେ ବନେତପ କରନ୍ତି ମୁନିଜନେ

  58. Couplet 58

    ସୌଭରି ନାମେ ବ୍ରହ୍ମଋଷିତପ କରନ୍ତି ତଟେ ବସି

  59. Couplet 59

    ମୁନି ନିକଟେ ମୀନଗଣେକ୍ରୀଡ଼ା କରନ୍ତି ଅନୁକ୍ଷଣେ

  60. Couplet 60

    ବିଶ୍ୱାସ ଭାବେ ନିତିନିତିମୁନିଙ୍କି ନ କରନ୍ତି ଭୀତି

  61. Couplet 61

    ଦିନେକ ପ୍ରଭାତର କାଳେଆସି ମିଳିଲେ ମ›ତ୍ସ୍ୟବାଳେ

  62. Couplet 62

    ରୋହିତ ନାମେ ମତ୍ସ୍ୟରାଜଖେଳଇ ଉଦ୍ଭାରିଣ ଲାଞ୍ଜ

  63. Couplet 63

    ମୀନ ବାଳକେ କ୍ରୀଡ଼ା କରିଦେଖନ୍ତି ମୁନି ସଉଭରି

  64. Couplet 64

    ଏମନ୍ତେ ଗରୁଡ଼ ମିଳିଲାକାଳିନ୍ଦୀ ଜଳେ ଓହ୍ଲାଇଲା

  65. Couplet 65

    ଆହାର ଯତ୍ନେ ଖୋଜୁଥିଲାଜଳରେ ମୀନକୁ ଦେଖିଲା

  66. Couplet 66

    ନିଶ୍ଚଳେ ମୀନ ଚରୁଥିଲାଜଳ ହାନ୍ଦୋଳ କରିଦେଲା

  67. Couplet 67

    ନିଶ୍ଚିନ୍ତେ ବିହରଇ ମତ୍ସ୍ୟମୁନି ତା' ଦେଖନ୍ତି ପ୍ରତ୍ୟକ୍ଷ

  68. Couplet 68

    ମୁନି ବୋଲନ୍ତି ରହ ରହଏମାନେ ମୋର ନିଜ ଦେହ

  69. Couplet 69

    ଏହାକୁ ନ କର ଆହାରଏ ତୋ'ର କେବଣ ବେଭାର

  70. Couplet 70

    ଗରୁଡ଼ ନ ଶୁଣିଲା କର୍ଣ୍ଣେରୋହିତେ ଗିଳିଲା ବହନେ

  71. Couplet 71

    ଦେଖି ଚକିତ ମୁନିବରକୋପେ କମ୍ପିଲେ ଗୁରୁତର

  72. Couplet 72

    ବୋଲନ୍ତି ହରିଙ୍କି ଏ ବହିଏହାକୁ କୋପ ନ ଯୋଗାଇ

  73. Couplet 73

    ମୁହିଁ ଏହାକୁ କଲେ ନାଶକୋପ କରିବେ ପୀତବାସ

  74. Couplet 74

    ଏମନ୍ତେ ଚିତ୍ତ ସ୍ଥିର କରିକୋପେ ବୋଲନ୍ତି ସଉଭରି

  75. Couplet 75

    ରେରେ ଗରୁଡ଼ ଏଡ଼େ ଗର୍ବମୋତେ ଦେଖାଇଲୁ ସ୍ୱଭାବ

  76. Couplet 76

    ମୋହର ମନେ ଦେଲୁ ତାପଉଚିତେ ଘେନ ମୋର ଶାପ

  77. Couplet 77

    କାଳିନ୍ଦୀ ହ୍ରଦେ ନ ପଶିବୁଜୀବନେ ଯେତେ କାଳ ଥିବୁ

  78. Couplet 78

    ଯେବେ ପଶିବୁ ଦୁଷ୍ଟପଣେଭସ୍ମ ହୋଇବୁ ତତ୍‌କ୍ଷଣେ

  79. Couplet 79

    ଶୁଣି ଗରୁଡ଼ ପଳାଇଲାକାଳିନ୍ଦୀହ୍ରଦେ ନ ପଶିଲା

  80. Couplet 80

    ତାହା କାଳୀୟ ଜାଣିଥିଲାପଳାଇ ତହିଁ ସେ ଲୁଚିଲା

  81. Couplet 81

    ଲୁଚିଲାଠାରୁ ନେଇ ପୁଣିଏମନ୍ତ କଲେ ଚକ୍ରପାଣି

  82. Couplet 82

    ଶୁଣ ପରୀକ୍ଷ ଦଣ୍ତଧାରୀକୂଳେ ବିଜୟ ନରହରି

  83. Couplet 83

    କାଳୀୟ ସ୍ୱକୁଟୁମ୍ବ ଘେନିପୂଜି ଯେ ଗଲା ପାଦବେନି

  84. Couplet 84

    କୃଷ୍ଣର ଦେଖିଣ ବଦନଆନନ୍ଦ ଯଶୋଦାର ମନ

  85. Couplet 85

    ଗୋପୀ ଗୋପାଳେ ବେଗେଧାଇଁକୋଳ କରନ୍ତି ଚୁମ୍ବ ଦେଇ

  86. Couplet 86

    କୃଷ୍ଣଙ୍କୁ ପାଇଣ ସମସ୍ତେଚିନ୍ତା ଛାଡ଼ିଲେ ହୃଦଗତେ

  87. Couplet 87

    କୃଷ୍ଣଙ୍କୁ ଦେଖି ହଳଧରକୋଳ କରନ୍ତି ସ୍ନେହଭର

  88. Couplet 88

    ଗାଈ ଗୋବତ୍ସା ଦେଖି ତୋଷେରହିଲେ ମନର ହରଷେ

  89. Couplet 89

    ଆସି ମିଳିଲେ ବିପ୍ରଜନନନ୍ଦକୁ ବୋଲନ୍ତି ବଚନ

  90. Couplet 90

    ବୋଲନ୍ତି ଭାଗ୍ୟବନ୍ତ ତୁହିଁଏମନ୍ତ ଦେଖିଲା ତ ନାହିଁ

  91. Couplet 91

    ଏତେ ଆପଦୁଁ ପୁତ୍ର ତରିନିଶ୍ଚୟେ ରଖିଲେ ମୁରାରି

  92. Couplet 92

    ପୂର୍ବେ ସୁକୃତ ଯା'ର ଥାଇସକଳ ଦୁସ୍ତରୁ ତରଇ

  93. Couplet 93

    କାଳୀୟ ବିଷଜ୍ୱାଳାବାଏପକ୍ଷୀଏ ନ ଉଡ଼ନ୍ତି ଭୟେ

  94. Couplet 94

    ଏଡ଼େ ଗରଳ କଲା ନାଶପ୍ରତ୍ୟେକ୍ଷ ବିଷ୍ଣୁ ତୋ'ର ଶିଷ

  95. Couplet 95

    କଲ୍ୟାଣ ହେଉ ତୋ' କୁମରେବୋଲି ଚଳିଲେ ବିପ୍ରବରେ

  96. Couplet 96

    ଏମନ୍ତେ ହୋଇଲା ରଜନୀଗୋପାଳେ ରାମକୃଷ୍ଣ ଘେନି

  97. Couplet 97

    ଗୋପକୁ ଯାଇ ନ ପାରିଲେରଜନୀ ବଞ୍ଚିବା ବୋଇଲେ

  98. Couplet 98

    କ୍ଷୁଧା-ପିପାସା-ଦୁଃଖ ଭରେଶୋଇଲେ କାଳିନ୍ଦୀର ତୀରେ

  99. Couplet 99

    ଏମନ୍ତ ଶୁଣ ମହୀପତିଅଗ୍ନି ବେଢ଼ିଲା ଚଉକତି

  100. Couplet 100

    ଦଇବେ ନିଦାଘର କାଳପବନ ବହଇ ପ୍ରବଳ

  101. Couplet 101

    ପ୍ରଳୟାନଳ ପ୍ରାୟ ହୋଇବେଢ଼ିଲା ଗୋପାଳଙ୍କୁ ଯାଇ

  102. Couplet 102

    ନିଦ୍ରାରେ ନ ଜାଣନ୍ତି କେହିରଜନୀ ଅର୍ଦ୍ଧ ଅଛି ହୋଇ

  103. Couplet 103

    ପ୍ରତ୍ୟେକ୍ଷେ ଗୋପାଳେ ଦେଖିଲେବେଗେ ଶୟନ ଉପେକ୍ଷିଲେ

  104. Couplet 104

    ଅଗ୍ନି ଜଳଇ ପରଖରପବନ ଯୋଗେ ବଳୀୟାର

  105. Couplet 105

    ଦେଖି ଗୋପାଳେ ଖରତରେପଶିଲେ କାଳନ୍ଦୀ ଭିତରେ

  106. Couplet 106

    ଡାକନ୍ତି ରଖ ନାରାୟଣଗୋକୁଳେ ତୋହର ଶରଣ

  107. Couplet 107

    ଆମ୍ଭଙ୍କୁ ସଂକଟୁ ତାରିଲୁତୁ ନାଥ ପରମ ଦୟାଳୁ

  108. Couplet 108

    ଏବେ ଆପଦୁଁ ରଖ ତୁହିଅନାଥ ହୋଇଲୁ ଗୋସାଇଁ

  109. Couplet 109

    ଗାଈ ଗୋପାଳ ଗୋପ ଆଦିଅନଳ ଆଣିଲା ନିରୋଧି

  110. Couplet 110

    ଗୋକୁଳ କଷ୍ଟ ଦେଖି ହରିଅନନ୍ତମାୟା ଯୋଗକରି

  111. Couplet 111

    ଦାସବତ୍ସ›ଳ ଗୋପୀନାଥଅନଳ କଲେ ଗର୍ଭଗତ

  112. Couplet 112

    ମାୟାରେ ମେଘମାନେ ଆସିବୃଷ୍ଟି କରନ୍ତି ବନେ ପଶି

  113. Couplet 113

    ତକ୍ଷଣେ ଅନଳ ଲିଭିଲାରବି କିରଣ ପ୍ରକାଶିଲା

  114. Couplet 114

    ଶୁଭେ ପାହିଲା ଘୋର ନିଶିନିର୍ମଳ ଦଶ ଦିଗ ଦିଶି

  115. Couplet 115

    ଯେ ହରି ମହିମା ଅନନ୍ତଅନନ୍ତ ଶକ୍ତି ଗୁଣେ ଯୁତ

  116. Couplet 116

    ଗୋପୀ-ଗୋପାଳେ ରକ୍ଷା କରିଗୋପେ ମିଳିଲେ ନରହରି

  117. Couplet 117

    ସେ ହରି ଚରଣାରବିନ୍ଦେମୋ ମନ-ଭ୍ରମର ଆନନ୍ଦେ

  118. Couplet 118

    ନିଶ୍ଚିନ୍ତେ ମକରନ୍ଦ ରସସେବଇ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 18 | Parbani by ParibhaAsha App