Skandha 10
Adhyaya 17
Couplet 1
ଶୁଣ ରାଜନ କୃଷ୍ଣ କଥାଯେଣେ ଖଣ୍ତିବ ଭବବ୍ୟଥା
Couplet 2
ରଜନୀ ହୋଇଲା ପ୍ରଭାତବନେ ଚଳିଲେ ଗୋପୀନାଥ
Couplet 3
ଗୋପ-ଗୋବତ୍ସା ସଙ୍ଗେ ଘେନିସୁସ୍ୱରେ କଲେ ବେଣୁ ଧ୍ୱନି
Couplet 4
ଗୋପାଳେ ବନୁ ପୁଷ୍ପ ତୋଳିକାଳିନ୍ଦୀ ହ୍ରଦ ତଟେ ମିଳି
Couplet 5
ତୀରେ କଦମ୍ବ ତରୁ ବନଦେଖି ବାଳକେ ତୋଷମନ
Couplet 6
ବୃକ୍ଷେ ଉଠିଲେ ଧାତିକାରେଗାଈ ଚରାନ୍ତି ନଦୀତୀରେ
Couplet 7
ଗୋବିନ୍ଦ ବୃକ୍ଷତଳେ ରହିବିଚାର କଲେ ଭାବଗ୍ରାହୀ
Couplet 8
ଗଭୀର ନିର୍ମଳ ଶୀତଳବିଷେ ଦୂଷିତ ପୁଣ୍ୟଜଳ
Couplet 9
ଏ ଜଳେ କାଳୀୟ ନ ଥିବଜଳ ପିଇବେ ସର୍ବଜୀବ
Couplet 10
ଏମନ୍ତ ମନେ ବିଚାରିଲେକଦମ୍ବ ବୃକ୍ଷରେ ଉଠିଲେ
Couplet 11
ଉଚ୍ଚ ଶିଖର ଡାଳେ ରହିହଲାନ୍ତି ଜଳକୁ ଅନାଇଁ
Couplet 12
ଶୁଣି ପରୀକ୍ଷ ମନତୋଷେମୁନିଙ୍କି ବୋଲନ୍ତି ହରଷେ
Couplet 13
ଭୋ ମୁନି କାଳିନ୍ଦୀ ହ୍ରଦରକାଳୀୟ କରିଥିଲା ଘର
Couplet 14
ଗୋବିନ୍ଦେ କି କଲାକ ଦୋଷକିମ୍ପା ତା' ଗର୍ବ କଲେ ନାଶ
Couplet 15
ଅଗାଧ ଜଳୁଁ ହୃଷୀକେଶସର୍ପକୁ ଦେଲେ ପରବାସ
Couplet 16
ଅନେକ ଦିନୁଁ ଥିଲା ଜଳେକି ଦୋଷ କଲା ପାଦତଳେ
Couplet 17
କିମ୍ପା ନିର୍ବାସିଲେ ମୁରାରିକହିବା ଶୁକ ବ୍ରହ୍ମଚାରୀ
Couplet 18
ହରିର ମହିମା ଅଶେଷସଂସାର ହିତେ ପରକାଶ
Couplet 19
ମାୟା ମନୁଷ୍ୟ ଅବତାରଗୁପତେ ଛନ୍ତି ନନ୍ଦଘର
Couplet 20
ତା'ର ଚରିତ ଯେବା ଶୁଣିଅମୃତ ରସମୟ ବାଣୀ
Couplet 21
ସାଧବଜନଙ୍କର ମତେକେ ଛାଡ଼ି ପାରିବ ତା' ଚିତ୍ତେ
Couplet 22
କହ ତାହାଙ୍କ ବାଳକେଳିବୋଲେ ପରୀକ୍ଷ ଦଣ୍ତଧାରୀ
Couplet 23
କାଳୀୟ ଦର୍ପ ଚୂରି କେହ୍ନେଏ କଥା ଶୁଣିବି ମୁଁ କର୍ଣ୍ଣେ
Couplet 24
ବୋଲନ୍ତି ବ୍ୟାସଙ୍କ କୁମରଶୁଣ ପରୀକ୍ଷ ନୃପବର
Couplet 25
ଭାରା ନିବାରେ ନରହରିମନୁଷ୍ୟ ଦେହେ ଅବତରି
Couplet 26
ଦୁଷ୍ଟ ନିବାରି ସନ୍ଥ ପାଳିଦୟା ସାଗର ବନମାଳୀ
Couplet 27
କାଳୀୟ ବିଷେ ଜଳ ନାଶଜନ୍ତୁଏ ନ କରନ୍ତି ଗ୍ରାସ
Couplet 28
ଗରଳ ଯୋଗେ ଜଳବାୟେପକ୍ଷୀଏ ନ ଉଡ଼ନ୍ତି ଭୟେ
Couplet 29
ବିଶେଷେ ଗରଳ ଲହରୀଜଳ ପିଅନ୍ତେ ଜନ୍ତୁ ମରି
Couplet 30
ଏମନ୍ତ ଦେଖି ବନମାଳୀବିଚାର କଲେ ମନେ ଭାଳି
Couplet 31
ମୋହର ନୋହଇ ସହିଲାକାଳୀ ଅନୀତି ଆଚରିଲା
Couplet 32
ଭାରା ନିବାରେ ମୋର ଜନ୍ମଏମନ୍ତେ ବିଚାରିଣ ମନ
Couplet 33
ଦାସବତ୍ସଳ ହୃଷୀକେଶଗାଢ଼େ ପିନ୍ଧିଲେ ପୀତବାସ
Couplet 34
ଆନନ୍ଦେ ବାହାସ୍ପୋଟ ମାରିକଦମ୍ବ ଡାଳେ କରେ ଧରି
Couplet 35
ଜଳେ ପଡ଼ିଲେ କୃଷ୍ଣ ଡ଼େଇଁଦେବେ ଦେଖନ୍ତି ସ୍ୱର୍ଗେ ରହି
Couplet 36
ଜଳ ଯେ ଉଛୁଳିଲା ବେଗେଶତେକ ଧନୁ ଚାରିଦିଗେ
Couplet 37
କୃଷ୍ଣର ବଳ ଅପ୍ରମିତସ୍ୱଭାବେ ମହିମା ଅନନ୍ତ
Couplet 38
ଖେଳନ୍ତି ବେନିଭୁଜ ତାଡ଼ିଶବଦ ମେଘ ଘଡ଼ଘଡ଼ି
Couplet 39
କାଳୀୟ ଶୁଣିଲା ପାତାଳେକିସ ଶବଦ ମୋର ଜଳେ
Couplet 40
ଦେଖିବ ବୋଲି ବିଜେକଲାସହସ୍ରଫଣା ଉଭାରିଲା
Couplet 41
ନୟନେ ଦେଖିଲା ମାଧବକୋପେ କମ୍ପଇ ଚକ୍ଷୁଶ୍ରବ
Couplet 42
ନୀଳଜୀମୂତ ଦେହକାନ୍ତିମଣିକଙ୍କଣ ଝଟକନ୍ତି
Couplet 43
ଶ୍ରୀବତ୍ସ ଚିହ୍ନ ପୀତବାସରଙ୍ଗଅଧରେ ମନ୍ଦହାସ
Couplet 44
ନିଶ୍ଚିନ୍ତେ ଖେଳନ୍ତି ମୁରାରିସର୍ପ ଧାଇଁଲା କୋପ କରି
Couplet 45
କୋମଳ-ଚରଣେ ଦଂଶିଲାଦେହ ନିବିଡ଼େ ବନ୍ଦୀ କଲା
Couplet 46
ଗୋପାଳେ ବୃକ୍ଷଡ଼ାଳେ ଥିଲେଜଳେ କୃଷ୍ଣଙ୍କୁ ଅନାଇଲେ
Couplet 47
କାଳୀୟ କରିଛି ବନ୍ଧନୠରଳ ବହଇ ବଦନ
Couplet 48
ନାଗରେ ବନ୍ଧନ ଶରୀରଦେଖି ବାଳକେ ଥରହର
Couplet 49
ମନନୟନ କୃଷ୍ଣ ଦେହେଢ଼ଳି ପଡ଼ିଲେ ଶୋକମୋହେ
Couplet 50
କାନ୍ଦନ୍ତି କୃଷ୍ଣଙ୍କୁ ଅନାଇଁବିକଳ କେ ପାରିବ କହି
Couplet 51
ହୃଦେ ତାଡ଼ନ୍ତି ବେନି ପାଣିମୂର୍ଚ୍ଛିତେ ପଡ଼ିଲେ ଧରଣୀ
Couplet 52
ଗୋରୁଏ କୃଷ୍ଣଙ୍କୁ ଅନାଇଁକାନ୍ଦନ୍ତି ଚଉଦିଗ ଚାହିଁ
Couplet 53
କୃଷ୍ଣର ଦେହେ ଚକ୍ଷୁ ଦେଇଚିତ୍ର-ପ୍ରତିମା ପ୍ରାୟ ରହି
Couplet 54
ବତ୍ସାଏ କାନ୍ଦିଣ ବିକଳଆବୋରି କଦମ୍ବର ତଳ
Couplet 55
ଗୋକୁଳେ ପଡ଼ିଲା ଅରିଷ୍ଟିରୁଧିର ସଙ୍ଗେ ଜଳ ବୃଷ୍ଟି
Couplet 56
ଭୂମି କମ୍ପଇ ଥରହରଦିବସେ ଘୋର ଅନ୍ଧକାର
Couplet 57
ଗଗନେ ଶୁଭେ ଘୋରନାଦତ୍ରିବିଧ ରିଷ୍ଟ ପରମାଦ
Couplet 58
ଦେଖି ଗୋପାଳେ ଖରତରେମିଳିଲେ ନନ୍ଦର ମନ୍ଦିରେ
Couplet 59
ବୋଲନ୍ତି କାହିଁ ତୋ କୁମରରିଷ୍ଟ ପଡ଼ିଲା ଗୋପପୁର
Couplet 60
ଶୁଣି ଯଶୋଦା ଥରହରରାମର କରେ ଦେଇ କର
Couplet 61
ନନ୍ଦ ବୋଇଲା କୃଷ୍ଣ ନାହିଁବନେ ଯେ ଘେନିଗଲା ଗାଈ
Couplet 62
ଅନନ୍ତ ଅଛି ମୋର ଘରେରିଷ୍ଟ ପଡ଼ିଲା ଗୋପପୁରେ
Couplet 63
ନନ୍ଦ ହୋଇଲା ସ୍ତମ୍ଭୀଭୂତକାନ୍ଦଇ ପ୍ରାଣ କଣ୍ଠଗତ
Couplet 64
କି ବୁଦ୍ଧି କରିବଇଁ ମୁହିଁକେମନ୍ତେ କୃଷ୍ଣ ଦେଖିବଇଁ
Couplet 65
ଯଶୋଦା ଶୁଣି ମୋହମାନଧରଣୀ ପଡ଼ି ଅଚେତନ
Couplet 66
ଶୁଣି କାନ୍ଦନ୍ତି ଗୋପନାରୀଚହଳ ଚଉଦିଗେ ପୂରି
Couplet 67
ଲୋଡ଼ନ୍ତି ଯଶୋଦାର ସୁତକ୍ଷଣ କ୍ଷଣକେ ମୋହଗତ
Couplet 68
ସକଳେ ରାମ ଘେନି ସଙ୍ଗେଚଳିଲେ ବୃନ୍ଦାବନ ଲାଗେ
Couplet 69
ରୋହିଣୀ ସୁତ ମନେ ଗୁଣିକୃଷ୍ଣ-ପ୍ରଭାବ ପରିମାଣି
Couplet 70
ଅଳପ ଅଳପ ହସିଲେବଚନେ କିଛି ନକହିଲେ
Couplet 71
କୃଷ୍ଣ-ଚରଣଚିହ୍ନ ଚାହିଁଚଳନ୍ତି ଅଙ୍ଗୁଳି ଦେଖାଇ
Couplet 72
କମଳ ଜବାଂକୁଶ ଚିହ୍ନଗାଈଙ୍କ ପାଦ ଖୋଜମାନ
Couplet 73
କାଳିନ୍ଦୀ ନିକଟେ ମିଳିଲେଲହରୀ ଗଗନେ ପ୍ରକାଶି
Couplet 74
ହ୍ରଦେ ଦେଖିଲେ ଜଳରାଶିଲହରୀ ଗଗନେ ପ୍ରକାଶି
Couplet 75
ଜଳେ ଦେଖିଲେ ଦାମୋଦରନାଗରେ ବନ୍ଧନ ଶରୀର
Couplet 76
ବିଷ-ଅନଳେ ଅଚେତନଗରଳ ବହଇ ବଦନ
Couplet 77
ଦେଖି ରୋଦନ୍ତି ଉଚ୍ଚସ୍ୱରେଗୋରୁ-ଗୋପାଳ ତୀରେତୀରେ
Couplet 78
ଗୋପୀଙ୍କ ଦୃଷ୍ଟି କୃଷ୍ଣ ଦେହେକାନ୍ଦନ୍ତି ଅତି ମାୟାମୋହେ
Couplet 79
ବିକଳେ ହୋଇଲେ ମୂର୍ଚ୍ଛିତନିର୍ଜୀବ ହୋଇ ଭୂମିଗତ
Couplet 80
ପ୍ରଳୟ ମଣିଲେ ଜଗତକୃଷ୍ଣର ଦେହେ ସର୍ପାଘାତ
Couplet 81
ଯଶୋଦା ଦେଖି ମୋହ ଗଲାଗୋପୀଙ୍କ ସାହସ ଉଡ଼ିଲା
Couplet 82
କୃଷ୍ଣଙ୍କୁ ଚାହିଁ ଅଚେତନନନ୍ଦର ଦେହେ ନାହିଁ ଜ୍ଞାନ
Couplet 83
ବାଳୁତ କାଳୁ ଯେତେ ଗୁଣସୁମରି କାନ୍ଦେ ପୁଣ ପୁଣ
Couplet 84
ଆହା ଦଇବ ଏହା କଲୁସୁଖରେ ଭେଳା ବୁଡ଼ାଇଲୁ
Couplet 85
ଜଳେ ପଶନ୍ତେ କୃଷ୍ଣମାତଗୋପୀ ଧଇଲେ ପାଦ ହସ୍ତ
Couplet 86
ନିଶ୍ଚୟ ଦେଖି ହଳଧରଅବୋରି କାଳିନ୍ଦୀର ତୀର
Couplet 87
ରାମ ବୋଲନ୍ତି ରହ ରହଦେଖିବା ଶ୍ରୀକୃଷ୍ଣର ଦେହ
Couplet 88
ଗୋକୁଳ ମନ ଜାଣି ହରିକାଳୀୟ ଅଛି ଦେହେ ଜଡ଼ି
Couplet 89
କୃଷ୍ଣର ଶରୀର ବଢ଼ିଲାକାଳୀୟ ଛନ୍ଦି ନ ପାରିଲା
Couplet 90
କୃଷ୍ଣର ଦେହଭାଗ ଲାଗିସର୍ପର ଗଣ୍ଠି ଛନ୍ଦ ଭାଙ୍ଗି
Couplet 91
ତକ୍ଷଣେ କୃଷ୍ଣଙ୍କୁ ଛାଡ଼ିଲାସମ୍ଭାଳି ନ ପାରି ବୁଡ଼ିଲା
Couplet 92
ଉଠିଲା ଖଣ୍ତେ ଦୂରେ ଯାଇଗର୍ଜିଲା କୃଷ୍ଣଙ୍କୁ ଅନାଇ
Couplet 93
ଫଣା ସହସ୍ରେ ଉଭାରିଲାଗରଳ ଅଗ୍ନି ଉଦ୍ଗାରିଲା
Couplet 94
ଜିହ୍ୱା ବୁଲାଇ ଅନ୍ତରାଳେନାଗ କୋଟିଏ ଛନ୍ତି ମେଳେ
Couplet 95
ନାଗେ କରନ୍ତି ଫୁ ଫୁ କାରବିଷେ ପିଙ୍ଗଳ ଦୃଷ୍ଟି ତା'ର
Couplet 96
କୋପେ କୃଷ୍ଣଙ୍କୁ ଗୋଡ଼ାଇଲାଶବଦେ ବ୍ରହ୍ମାଣ୍ତ କମ୍ପିଲା
Couplet 97
ମାୟା ମନୁଷ୍ୟ ଅବତାରତୀରେ ଦେଖନ୍ତି ସୁର ନର
Couplet 98
ସର୍ପଙ୍କୁ ଚାହିଁ ନରହରିବୁଡ଼ିଲେ ସର୍ପେ ମାୟାକରି
Couplet 99
କାଳୀୟ ଖୋଜିଲା ଅନେକଗଭୀର ଜଳ ଦୀର୍ଘପାଖ
Couplet 100
ଲୋଡ଼ି ନ ପାଇ ଦାମୋଦରପୁଣି ତୋଳିଲା ନିଜ ଶିର
Couplet 101
କୃଷ୍ଣଙ୍କୁ ଦେଖିଲା ନିକଟେଗୋପୀ-ଗୋପାଳେ ଜଳତଟେ
Couplet 102
ଦେଖି ପଳାନ୍ତି ଚକ୍ରଧରଘୂରିଲେ ମଣ୍ତଳ ଆକାର
Couplet 103
ସର୍ପ ଗୋଡ଼ାଇ ନ ପାରିଲାଫୁଟିଣ ଗରଳ ଛାଡ଼ିଲା
Couplet 104
କୃଷ୍ଣଙ୍କୁ ଆଗ ପଛେ ଚାହିଁଗର୍ଜଇ ରସନା ବୁଲାଇ
Couplet 105
ଦଂଶଇ ପୁନଃ ପୁନଃ ପାୟେଗରଳ ଛାଡ଼େ କୃଷ୍ଣ ଦେହେ
Couplet 106
ଗୋବିନ୍ଦ କୋପେ ଗୁରୁତରଉଠିଲେ କାଳୀୟର ଶିର
Couplet 107
ସର୍ପର ଶିରେ ମଣି ଥିଲାଶ୍ରୀକୃଷ୍ଣ ଚରଣେ ଲାଗିଲା
Couplet 108
ମଣିର ତେଜ ରଙ୍ଗବର୍ଣ୍ଣସୁନ୍ଦର ଶ୍ରୀକୃଷ୍ଣ ଚରଣ
Couplet 109
ତ୍ରିଭଙ୍ଗୀ ଛନ୍ଦେ ଉଭା ହୋଇନାଚନ୍ତି ଗୋପାଳଙ୍କୁ ଚାହିଁ
Couplet 110
ଶ୍ରୀକୃଷ୍ଣ ନୃତ୍ୟ ଦେବେ ଚାହିଁମିଳିଲେ ବୃନ୍ଦାବନେ ଯାଇ
Couplet 111
ତାଣ୍ତବ ରସେ ଗୀତ ଗାଇଗନ୍ଧର୍ବେ ବେଣୁ ବୀଣା ବାଇ
Couplet 112
ମୃଦଙ୍ଗ ତାଳ ବାଦ୍ୟ କରିରଙ୍ଗେ ନାଚନ୍ତି ଅପସରୀ
Couplet 113
କୁସୁମ ବରଷିଲେ ଆଣିଯେ ଯାହା ମତେ ସ୍ତୁତି ଭଣି
Couplet 114
ଶୁଣି ସାନନ୍ଦ ବନମାଳୀନୃତ୍ୟ କରନ୍ତି ପାଦଚାଳି
Couplet 115
କାଳୀୟ ପ୍ରାଣ କଣ୍ଠାଗ୍ରତସହସ୍ରେ ଫଣା ମୂରୁଛିତ
Couplet 116
ଯେବଣ ଫଣା ଉଚ୍ଚେ ଥାଇତହିଁ ଉଠନ୍ତି କୃଷ୍ଣ ଡ଼େଇଁ
Couplet 117
ରୋଷେ ନାଚନ୍ତି ପାଦ ଚାଳିରୁଧିର ସର୍ପ ମୁଖୁ ଗଳି
Couplet 118
କାଳୀୟ ମନେ ବିଚାରିଲାନିଶ୍ଚୟେ ମରଣ ହୋଇଲା
Couplet 119
ହରିରେ ପଶିବି ଶରଣଡ଼ାକିଲା ରଖ ନାରାୟଣ
Couplet 120
କାଳୀୟ ଶିରେ କୃଷ୍ଣ ଥାଇଜାଣିଲେ ପ୍ରଭୁ ଭାବଗ୍ରାହୀ
Couplet 121
ଦାସବତ୍ସଳ ପୀତବାସତକ୍ଷଣେ ହୋଇଲେ ଉଶ୍ୱାସ
Couplet 122
କାଳୀୟ ଜୀବନ ପାଇଲାଶ୍ରୀକୃଷ୍ଣ ମୁଖକୁ ଚାହିଁଲା
Couplet 123
ସଭୟେ ନ ପାରଇ କହିତ୍ରାସେ କମ୍ପଇ ତା'ର ଦେହି
Couplet 124
ଶତେକ ପତ୍ନୀ ତା'ର ଥିଲେସ୍ୱାମୀର ମରଣ ଜାଣିଲେ
Couplet 125
ଶ୍ରୀହରି ମହିମା ଜାଣନ୍ତିନାମ ଜପନ୍ତି ଦିବାରାତି
Couplet 126
ସୁତ ଦୁହିତା ଆଗ କରିକରେ ଘେନିଲେ ଅର୍ଘ୍ୟଥାଳୀ
Couplet 127
ଗନ୍ଧ ଚନ୍ଦନ ନାନାମଣିନିର୍ମଳ ପଦ୍ମମାଳ ଘେନି
Couplet 128
ଶ୍ରୀକୃଷ୍ଣ ନିକଟେ ମିଳିଲେବାଳକ ତଳେ ଶୁଆଇଲେ
Couplet 129
ପାଦେ ପଡ଼ିଲେ ସର୍ପବାଳୀଦେଖି ସାନନ୍ଦ ବନମାଳୀ
Couplet 130
କେଶ ବସନ ଅସମ୍ଭାଳନୟନୁ ଝରେ ଅଶ୍ରୁଜଳ
Couplet 131
ଉଠି କରନ୍ତି ଜୟେ ଜୟେସ୍ୱର୍ଗେ ଦେଖନ୍ତି ଦେବତାୟେ
Couplet 132
ବୋଲନ୍ତି ଶରଣ ତୋହରତ୍ରାହି କରିବା ଚକ୍ରଧର
Couplet 133
ଦୋଷୀକୁ ଦଣ୍ତିବା ଯୁକତଭାରା ନିବାରେ ତୁହି ଜାତ
Couplet 134
ତୋହର ଶତ୍ରୁ ମିତ୍ର ନାହିଁତୋ'ର ଭିଆଣ ସର୍ବଦେହୀ
Couplet 135
ଭକତି କରନ୍ତି ଯେ ତୋତେଯେ ଅବା ଭଜେ ଶତ୍ରୁମତେ
Couplet 136
ଦୁହିଁଙ୍କୁ ଦେଉ ଏକଗତିଦୟାସାଗର ଦାଶରଥି
Couplet 137
ଆମ୍ଭଙ୍କୁ କଲୁ ଅନୁଗ୍ରହହେଲେ ନାଶିଲୁ ଦମ୍ଭ ମୋହ
Couplet 138
ସର୍ପ ହୋଇଲା ପାପକାରୀତୋତେ ପାଇଲା ନରହରି
Couplet 139
ଏହାରେ ତରିଲୁ ସକଳବନ୍ଧୁ ବାନ୍ଧବ ନାଗକୁଳ
Couplet 140
ପୂର୍ବେ ଏ କେତେ ତପ କଲାଅନେକ ଅନ୍ନଦାନ ଦେଲା
Couplet 141
ଜଳ ଦେଉଳ ନାନାମତେପ୍ରାଣୀଙ୍କି ଦୟା ହୃଦ୍ଗତେ
Couplet 142
ତୋ' ନାମ-କୀର୍ତ୍ତନେ ଆନନ୍ଦତେଣୁ ପାଇଲା ପଦ୍ମପାଦ
Couplet 143
କେତେ ବା ଅଛି ତପକରିତୋ' ପାଦରଜ ଶିରେ ଧରି
Couplet 144
ଯାହା ପାଇଲା ବଳି ପୁଣିତପ କରଇ କମଳିନୀ
Couplet 145
ଯାହା ପାଇବେ ବୋଲି ପୁଣିତପ କରନ୍ତି ସୁରମୁନି
Couplet 146
ତୋ ପାଦରଜ ପାଇ ଜନେଅଧିକ ନବାଞ୍ଛନ୍ତି ମନେ
Couplet 147
ସ୍ୱର୍ଗ ଭୋଗକୁ ତୁଚ୍ଛ କରିବ୍ରହ୍ମପଦକୁ ନବିଚାରି
Couplet 148
ଏକାଙ୍ଗରାଜପଣେ ସଧଯୋଗ-ସମାଧି-ଚତୁର୍ବେଦ
Couplet 149
ଯୋଗସିଦ୍ଧିକୁ ନ ଇଚ୍ଛଇନିର୍ବାଣପଦ ନ ମାଗଇ
Couplet 150
ଏଣେ ନୁହନ୍ତି ସାବଧାନତୋ' ପାଦେ ଥାଇ ଯାର ମନ
Couplet 151
ଦୁର୍ଲ୍ଲଭ ଅଟୁ ଦୁଷ୍ଟ ଚିତ୍ତେଏ ତୋତେ ପାଇଲା କେମନ୍ତେ
Couplet 152
ତମ ଗୁଣରେ ଅଛି ଭେଦିବିଶେଷେ ସର୍ପ ଏ ପ୍ରମାଦି
Couplet 153
ତୋତେ ଏ ନିକଟେ ପାଇଲାଯେଣୁ ଏ ପୂର୍ବେ ତପ କଲା
Couplet 154
ନିର୍ଗୁଣ-ଆତ୍ମା ଗୁଣବନ୍ତନମସ୍ତେ ପ୍ରଭୁ ଜଗନ୍ନାଥ
Couplet 155
ପଞ୍ଚଭୂତଙ୍କ ଆତ୍ମା ତୁହିତୋହର ଆଦିଅନ୍ତ ନାହିଁ
Couplet 156
ଜ୍ଞାନବିଜ୍ଞାନ-ନିଧି ହେଉତ୍ରିଗୁଣେ ମାୟାରୂପ ବହୁ
Couplet 157
ସୃଷ୍ଟି ପାଳନ କରୁ ଅନ୍ତତୁ କାଳରୂପୀ ଗୋପୀନାଥ
Couplet 158
ଅନନ୍ତ ରୂପ ସୂକ୍ଷ୍ମମୟତ୍ରିଗୁଣ-ଭେଦେ ବହୁ ଦେହ
Couplet 159
ନିଗମମତେ ମାୟାକରିଜଗତେ ହେଉ ରୂପଧାରୀ
Couplet 160
ତୋହର ଦେହେ ତିନିଲୋକେକର୍ମ ଭୁଞ୍ଜନ୍ତି ଦୁଃଖସୁଖେ
Couplet 161
ଯେ ତୋତେ ସାଧୁପଣେ ଭଜେସେ ତୋ'ର ଦେଲାଫଳ ଭୁଞ୍ଜେ
Couplet 162
ତୋତେ ଯେ ନ ଜାଣଇ ଚିତ୍ତେସେ ପ୍ରାଣୀ ତରିବେ କେମନ୍ତେ
Couplet 163
ଆମ୍ଭର ସ୍ୱାମୀ ଏକବେଳେଦ୍ରୋହ ଯେ କଲା ପାଦତଳେ
Couplet 164
ଏ ଦୋଷ ସହିବା ମୁରାରିଆମେ ତୋହର ପରିବାରୀ
Couplet 165
ପ୍ରାଣ ଛାଡ଼ିବ ଏହିକ୍ଷଣିତୁ କି ନ ଜାଣୁ ଚକ୍ରପାଣି
Couplet 166
ଆମ୍ଭଙ୍କୁ ଦିଅ ସ୍ୱାମୀ ଦାନତୋରେ ଶରଣ ଭଗବାନ
Couplet 167
ଏବେ କରିବୁ କିସ କହବିଚାର କରି ଆଜ୍ଞା ଦିଅ
Couplet 168
ପରୀକ୍ଷେ ଶୁକ ମୁନି କହେଶୁଣି ହରଷ ଦେବରାୟେ
Couplet 169
ନାଗକାମିନୀ ସ୍ତୁତି ଶୁଣିଦୟାସାଗର କମ୍ବୁପାଣି
Couplet 170
ପାଦ ପ୍ରହାର ଛାଡ଼ି କରିଉଶ୍ୱାସ ହୋଇଲେ ମୁରାରି
Couplet 171
କାଳୀୟ ଜୀବନ ପାଇଲାଶ୍ରୀକୃଷ୍ଣ ମୁଖକୁ ଚାହିଁଲା
Couplet 172
ସଭୟେ ଶୋକ ଗଦଗଦେପୁଣି ପଡ଼ଇ କୃଷ୍ଣପାଦେ
Couplet 173
ବୋଲଇ ଶୁଣ ନାରାୟଣଜଗତ ତୋହର ଭିଆଣ
Couplet 174
ସର୍ପରେ ଜାତ କଲୁ ମୋତେସ୍ୱଭାବ ଛାଡ଼ିବି କେମନ୍ତେ
Couplet 175
ତାମସଗୁଣେ ଜାତ କରିଗରଳେ କଲୁ ଅଧିକାରୀ
Couplet 176
ତେଣୁ ମୁଁ କ୍ରୋଧେ ବଶ ହୋଇସ୍ୱଭାବ ଛାଡ଼ି ନ ପାରଇ
Couplet 177
ତୋହର ମାୟା ଜାଣୁ ତୁହିଭୋନାଥ ରଖ ଭାବଗ୍ରାହୀ
Couplet 178
ତାମସଗୁଣେ ହୋଇ ବଦ୍ଧତୋତେ ମୁଁ କଲି ଅପରାଧ
Couplet 179
ଏଣୁ ନିଷ୍ଠୁର ମୋ' ସ୍ୱଭାବବିଚାରି ଦଣ୍ତ ପଦ୍ମନାଭ
Couplet 180
ଯେ ତୋର ଇଚ୍ଛା ମୋତେ କରତୋରେ ଶରଣ ଚକ୍ରଧର
Couplet 181
ସର୍ପ ବିକଳ କର୍ଣ୍ଣେ ଶୁଣିଦୟାସାଗର ବେଣୁପାଣି
Couplet 182
ବୋଲନ୍ତି ସର୍ପମୁଖ ଚାହିଁକାଳିନ୍ଦୀ ହ୍ରଦେ ନ ଥା' ତୁହି
Couplet 183
ବନ୍ଧୁବାନ୍ଧବ ଘେନି ସଙ୍ଗେସମୁଦ୍ରେ ପଶ ଯାଇ ବେଗେ
Couplet 184
ଜଳଧି ଦ୍ୱୀପ ମଧ୍ୟଗତେଗରୁଡ଼ ଭୟ ନାହିଁ ତୋତେ
Couplet 185
ମୋହର ପାଦ ତୋ'ର ଶିରେଲାଗିଲା ସହସ୍ର ଫଣାରେ
Couplet 186
ଗରୁଡ଼ ଦେଖି ନିସ୍ତରିବତୋହର ଚରଣେ ପଡ଼ିବ
Couplet 187
ନିର୍ଭୟ ହୋଇ ବେଗେ ଯାଅମୋର ଭକତି ହୃଦେ ବହ
Couplet 188
ଏଜଳ ଅମୃତ ମୁଁ କରିଗରଳ ଦୂରେ ପରିହରି
Couplet 189
ଏ ବନେ ଯେତେ ବନଚାରୀଆନନ୍ଦେ ଜଳପାନ କରି
Couplet 190
ସୁଖେ ବଞ୍ଚିବେ ସର୍ବଜୀବେଏ ବନେ ନିଶ୍ଚିନ୍ତେ ରହିବେ
Couplet 191
ଶୁଣ କାଳୀୟ ମୋ' ଉତ୍ତରକହଇ ତୋତେ ଦେଇ ବର
Couplet 192
ତୋ'ର ମୋହର ଏ ଚରିତଯେ ସୁମରିବେ ଅବିରତ
Couplet 193
ସର୍ପ-ବିଘାତେ ନାହିଁ ବାଧାଯେ ମୋତେ ସୁମରେ ତ୍ରିସନ୍ଧ୍ୟା
Couplet 194
ଏ ଜଳେ ସ୍ନାହାନ କରିବେପିତୃତର୍ପଣେ ପିଣ୍ତ ଦେବେ
Couplet 195
ଆହାର ତେଜି ଉପବାସେଜାଗର ଦେଇ ନଦୀପାଶେ
Couplet 196
ମୋ' ନାମେ ରଜନୀ ବଞ୍ଚିବେସକଳ ପାପୁଁ ସେ ତରିବେ
Couplet 197
ଶ୍ରୀହରି ଆଜ୍ଞା ଘେନି ଶିରେତୀରେ ଉଠିଲା ଧାତିକାରେ
Couplet 198
କୁଟୁମ୍ବ ଘେନିଣ ସଙ୍ଗରେପୂଜିଲା ଗୋବିନ୍ଦ ପୟରେ
Couplet 199
ଗନ୍ଧଚନ୍ଦନ ରଙ୍ଗବାସଅମୂଲ୍ୟ ରତ୍ନ ମଣି ତ୍ରାସ
Couplet 200
କମଳମାଳା କଣ୍ଠେ ଦେଇନାଚେ ଆନନ୍ଦେ ଗୀତ ଗାଇ
Couplet 201
କୁଟୁମ୍ବ ଘେନି ପ୍ରଦକ୍ଷିଣକାଳୀୟ କଲା ପୁଣ ପୁଣ
Couplet 202
ଉତ୍ତରଦିଗକୁ ଚାହିଁଲାଗୋବିନ୍ଦ ଆଦେଶେ ଚଳିଲା
Couplet 203
ପଶିଲା ସାହେର ଭିତରେହରିଚରଣ ବହି ଶିରେ
Couplet 204
ଜଳଧିପତି ପୂଜା କଲାନାଗ ଗୋତ୍ରଙ୍କୁ ଠାବ ଦେଲା
Couplet 205
କୃଷ୍ଣର ଅନୁରାଗୁଁ କରିପୂଜା ପାଇଲା ଖଗଅରି
Couplet 206
ସେଦିନୁ ଜଳପାନ କରିଆନନ୍ଦ ଗୋପ ନରନାରୀ
Couplet 207
ସେ ହରି ଚରଣ କମଳେମନ ମୋ ରହୁ ସୁଖଭୋଳେ
Couplet 208
ସୁଜନେ ଶୁଣ ମୋ ବଚନକୃଷ୍ଣ ଚରଣେ ଦେଇ ମନ
Couplet 209
ହୃଦେ ଚିନ୍ତିବ ନରହରିସୁଖେ ତରିବ ଭବବାରି
Couplet 210
ଭକତଜନେ ଏଣେ ରସକହଇ ଜଗନ୍ନାଥ ଦାସ