Skandha 10
Adhyaya 16
Couplet 1
ଏବେ ହୋ ଶୁଣ ପରୀକ୍ଷିତଶ୍ରୀକୃଷ୍ଣ ବାଳକ ଚରିତ
Couplet 2
ଷଡ଼ବରଷେ ନରହରିକାନନେ ଚରାନ୍ତି ବାଛୁରୀ
Couplet 3
ଦିନକୁ ଦିନ ବଳୀୟାରଗାଈ ଜଗିଲେ ଦାମୋଦର
Couplet 4
ରୋହିଣୀସୁତ ଘେନି ସଙ୍ଗେବନେ ଖେଳନ୍ତି ନାନା ରଙ୍ଗେ
Couplet 5
ଦିନେକ କୃଷ୍ଣ ବେଣୁନାଦେବାଳକେ ମିଳିଲେ ଆନନ୍ଦେ
Couplet 6
କୃଷ୍ଣଙ୍କୁ ବେଢ଼ି ଗୋପବାଳେବେଣୁ ବଜାନ୍ତି କୁତୂହଳେ
Couplet 7
ଆଗେ ଅଡ଼ାଇ ବତ୍ସା ଗାଈମିଳିଲେ କୃଷ୍ଣ ବନେ ଯାଇ
Couplet 8
କୋମଳ ଘାସ ନାନା ଫୁଲକୋକିଳ ଶବଦେ ଚହଳ
Couplet 9
ମୟୁରନାଦ ଭୃଙ୍ଗ ମେଳେଗନ୍ଧକୁସୁମ ଜଳସ୍ଥଳେ
Couplet 10
ନବପଲ୍ଲବ ତରୁସ୍ଥିତକୋମଳ ବହଇ ମରୁତ
Couplet 11
ପଦ୍ମ କୁମୁଦ ଗନ୍ଧ ଘେନିଆନନ୍ଦେ ବିରାଜେ ଅବନୀ
Couplet 12
ଦେଖିଣ ଆନନ୍ଦ ଶ୍ରୀରଙ୍ଗବାଳକମେଳେ ରାମ ସଙ୍ଗ
Couplet 13
ଫଳ କୁସୁମ ତରୁଗଣେଲାଗନ୍ତି ରାମର ଚରଣେ
Couplet 14
ଦେଖି ହସିଲେ ଦାମୋଦରରାମଙ୍କୁ ବୋଲନ୍ତି ମଧୁର
Couplet 15
ଭୋ ଦେବ ଦେଖ ତରୁଗଣେଲୋଟନ୍ତି ତୁମ୍ଭର ଚରଣେ
Couplet 16
ଦେବେ ନ ପାନ୍ତି ଯାହା ଖୋଜିତାହାଙ୍କୁ ତରୁଗଣେ ଭଜି
Couplet 17
ତରିବେ ଭବବନ୍ଧ ତାପୁଁବୃକ୍ଷ ହୋଇଲେ କେଉଁ ପାପୁ
Couplet 18
ଏ ଯେ ଭ୍ରମର-ପକ୍ଷୀଗଣେନାଦେ ଭଜନ୍ତି ତୋ' ଚରଣେ
Couplet 19
ଦେବେ ଗୁପତେ ବନଚାରୀତୋତେ ପୂଜନ୍ତି ଧ୍ୟାନକରି
Couplet 20
ପକ୍ଷୀ ସ୍ୱରୂପେ ମୁନିଗଣେମନ ନିରୋପି ତୋ' ଚରଣେ
Couplet 21
ଦେଖ ଏ ମୟୂରଙ୍କ ନୃତ୍ୟମୃଗଯୁବତୀ ଯୂଥ ଯୂଥ
Couplet 22
ଗୋପୀଙ୍କ ପ୍ରାୟେ ଛନ୍ତି ରହିଦେଖନ୍ତି ନୟନ ପୁରୋଇ
Couplet 23
ଦେଖ ଗଭୀର ପିକନାଦଶୁଣନ୍ତେ ଖଣ୍ତେ ମନଖେଦ
Couplet 24
ସାଧୁଜନଙ୍କ ପ୍ରାୟେ ହୋଇଭାବନ୍ତି ତୋ' ମୁଖ ଅନାଇଁ
Couplet 25
ଏ ପୁଣ୍ୟବନ୍ତ ମହୀଧରଲାଗୁଛି ତୋହର ପୟର
Couplet 26
ତୋ'ପାଦ ଲାଗି ବୃକ୍ଷଲତାପୁଣ୍ୟେ ହୋଇଲେ ବଳବନ୍ତା
Couplet 27
ନଦୀ ପର୍ବତ ଖଗ ମୃଗନିଶ୍ଚେ ଲଭିବେ ମୋକ୍ଷଯୋଗ
Couplet 28
ଏମନ୍ତେ ରାମକୁ ଦେଖାଇମିଳିଲେ ନଦୀକୂଳେ ଯାଇ
Couplet 29
ଗାଈ ଚରାନ୍ତି ବେଣୁ ବାଇଆନନ୍ଦ କେ ପାରିବ କହି
Couplet 30
ଗୋପାଳପୋଏ ଗୀତନାଦେଶ୍ରୀକୃଷ୍ଣ ନାଚନ୍ତି ଆନନ୍ଦେ
Couplet 31
ଗୋପ କୁମରେ ପରଶଂସିମୁରଲୀନାଦେ ବ୍ରହ୍ମରାଶି
Couplet 32
ହଂସର ରାବ ଶୁଣି ଡ଼ାକିନାଚନ୍ତି ମୟୂରଙ୍କୁ ଦେଖି
Couplet 33
ଶୁକ କୋକିଳ ନାଦ ଶୁଣିମୁରଲୀ ନାଦେ ତାହା ଭଣି
Couplet 34
ଗୋରୁଙ୍କୁ ଡ଼ାକନ୍ତି ସୁସ୍ୱରେଗମ୍ଭୀରେ ନାମ ଧରି ଧୀରେ
Couplet 35
ପକ୍ଷୀଙ୍କ ନାଦ ଶୁଣି ଡ଼ାକିପଶୁଙ୍କୁ ଚାହାଁନ୍ତି ନିରେଖି
Couplet 36
ବେଳ ହୋଇଲା ଅବସାନଫୁଟିଲେ ରୋହିଣୀନନ୍ଦନ
Couplet 37
ରାମର ଶ୍ରମ ଅନୁସରିବୃକ୍ଷରେ ଉଠିଲେ ମୁରାରି
Couplet 38
କୋମଳ ପତ୍ର ବୃକ୍ଷୁ ଆଣିଶଯ୍ୟା ପାରିଲେ ଚକ୍ରପାଣି
Couplet 39
ତହିଁ ଶୁଆଇ ହଳଧରେପାଦ ଚାପନ୍ତି ଧୀରେ ଧୀରେ
Couplet 40
ଗୋପାଳପୋଏ ନୃତ୍ୟ କରିମନ ତୋଷିଲେ ହଳଧାରୀ
Couplet 41
କେଳି କରନ୍ତି ନାନାରଙ୍ଗେବେଣୁ ବଜାନ୍ତି କୃଷ୍ଣ ସଙ୍ଗେ
Couplet 42
ଉଠିଣ ରାମ ପରଶଂସିହସ୍ତ ଧଇଲେ ବ୍ରହ୍ମରାଶି
Couplet 43
କୃଷ୍ଣ କରନ୍ତି ରଙ୍ଗେ ନୃତ୍ୟଗୋପାଳେ ବେଣୁନାଦେ ଗୀତ
Couplet 44
କୃଷ୍ଣର ଶ୍ରମ ଦେଖି ପୋଏପଲ୍ଲବ ଆଣିଲେ ଥୋକାଏ
Couplet 45
ବୃକ୍ଷର ମୂଳେ ଶଯ୍ୟା କରିତହିଁ ଶୁଆଇଲେ ମୁରାରି
Couplet 46
ଜାନୁରେ ରଖି ସୀମସ୍ଥାନକେ ବସି ଚାପନ୍ତି ଚରଣ
Couplet 47
ପତ୍ର-ବିଞ୍ଚଣା କରି ବିଞ୍ଚିକେ ପାଣି କୃଷ୍ଣଦେହେ ସିଞ୍ଚି
Couplet 48
ସୁସ୍ୱରେ କଲେ ଗୀତରସଯେଣେ ହୋଇବ ମନତୋଷ
Couplet 49
ଏମନ୍ତେ ଗୋପବାଳ ସଙ୍ଗେକୃଷ୍ଣ ଖେଳନ୍ତି ନାନାରଙ୍ଗେ
Couplet 50
ସୁଦାମା ନାମେ ଗୋପସୁତକୃଷ୍ଣର ମିତ୍ର ସେ ଯୁକତ
Couplet 51
ସୁବଳ ସ୍ତୋକକୃଷ୍ଣ ଆଦିଏମନ୍ତ ନାମ ପରସିଦ୍ଧି
Couplet 52
ରାମ ଗୋବିନ୍ଦ ମୁଖ ଚାହିଁବୋଲନ୍ତି ଶିରେ କର ଦେଇ
Couplet 53
ଭୋ ରାମ ଶୁଣ ସାବଧାନଆଗେ ଯେ ଦିଶେ ତାଳବନ
Couplet 54
ସୁପକ୍ୱଫଳ ରସମୟେଦେଖ ଲୋଭିତ ଦେବତାଏ
Couplet 55
ପାଚିଣ ପଡ଼ୁଅଛି ତଳେପୁରୁଷେ ପ୍ରମାଣ ବହଳେ
Couplet 56
ବୃକ୍ଷେ ଅଛଇ ଅପ୍ରମିତଗନ୍ଧେ ଲୋଭିତ ଆମ୍ଭ ଚିତ୍ତ
Couplet 57
ପୂର୍ବେ ଏ ଫଳ ଲୋକେ ଖା'ନ୍ତିଏବେ ତ ଯାଇ ନପାରନ୍ତି
Couplet 58
ଧେନୁକ ନାମେ ମହାସୁରସେ ତାଳବନେ ତା'ର ଘର
Couplet 59
ବନ୍ଧୁବାନ୍ଧବ ଅପ୍ରମିତେସେ ବନେ ଅଛନ୍ତି ନିଶ୍ଚିନ୍ତେ
Couplet 60
ତାହାର ଭୟେ ଲୋକେ ଡ଼ରିତିନି ଭୁବନେପଡ଼େ ହୁରି
Couplet 61
ଦେବେ ଡ଼ରନ୍ତି ତାର ନାଏଁପ୍ରଚଣ୍ତେ ପବନ ନ ବହେ
Couplet 62
ଡ଼ରାଏ ଭୂତରୂପ ହୋଇଲୋକେ ନ ଯା'ନ୍ତି ତାଳ ଖାଇ
Couplet 63
ସୀମା ଆବୋରି ପୁର କରିସେ ପୁରେ ପଶି ତ ନ ପାରି
Couplet 64
ଅପାରଦିନୁ ସେହୁ ବାଟପଡ଼ି ଅଛଇ ନନ୍ଦଚାଟ
Couplet 65
ବୃଦ୍ଧେ କହନ୍ତି ପୂର୍ବବାଣୀସେ ବନେ ଭୂତ ଥାଇ ପୁଣି
Couplet 66
ଡ଼ରି ନ'ଯାନ୍ତି ତହିଁ ଲୋକେସେ ବନେ ନ ଆସନ୍ତି ଥୋକେ
Couplet 67
ତୁ ନାଥ ହୋଇଲେ ସଦୟେସେ ଫଳ ଭୁଞ୍ଜିବୁ ଥୋକାଏ
Couplet 68
ଗୋପପୁରକୁ ନେବୁ ବହିଶୁଣି ହସନ୍ତି ବେନିଭାଇ
Couplet 69
ବୋଲନ୍ତି କଢ଼ାଅ ସେ ପଥଆଗ ହୋଇଲେ ଗୋପୀନାଥ
Couplet 70
ତା' ଦେଖି ରୋହିଣୀକୁମରଧାଇଁଲେ ପବନହୁଁ ଖର
Couplet 71
ବେଗେ ପଶିଲେ ତାଳବନେଗୋପାଳେ ମିଳିଲେ ବହନେ
Couplet 72
ରୋହିଣୀସୁତ ଆଗ ହୋଇବୃକ୍ଷକୁ ଦେଲେ ଦୋହଲାଇ
Couplet 73
ଫଳ ଝାଡ଼ିଲେ ବୃକ୍ଷ ଚାଳିଘୋରଶବଦେ ମହାବଳୀ
Couplet 74
ବୃକ୍ଷକୁ ବୃକ୍ଷ ଦେହ ଲାଗିସକଳେ ପଡୁଛନ୍ତି ଭାଙ୍ଗି
Couplet 75
ଫଳ ପଡ଼ିଲା ସବୁ ଝଡ଼ିଶବଦ ମେଘ ଘଡ଼ଘଡ଼ି
Couplet 76
ବନରେ ଚହଳ ପଡ଼ିଲାତାଳ ବିପିନ ଭାଜିଗଲା
Couplet 77
ଧେନୁକାସୁର ବୀରମଣିଲୋକମୁଖରୁ ତାହା ଶୁଣି
Couplet 78
ପ୍ରତିଜ୍ଞା କରି ମହାବଳୀବେଗେ ଧାଇଁଲା ପରଜ୍ୱଳି
Couplet 79
ଭାଜିବା ଦେଖି ତାଳବନଅସୁର କଲା ଘୋର ସ୍ୱନ
Couplet 80
ଶବଦେ ଅବନୀ କମ୍ପିଲାରାମର ନିକଟେ ମିଳିଲା
Couplet 81
ବେନିଚରଣ ତୋଳି ବେଗେମାଇଲା ହଳଧର ଅଙ୍ଗେ
Couplet 82
କ୍ଷଣକେ ପଛଘୁଞ୍ଚା ଦେଇପୁଣି ମାଇଲା ପାଦ ନେଇ
Couplet 83
ଗର୍ଦ୍ଦଭ ସ୍ୱଭାବେ ଶବଦକରି ମାଇଲା ବେନିପାଦ
Couplet 84
ଅନନ୍ତ କୋପେ ଗୁରୁତରଆକର୍ଷି ଧଇଲେ ପୟର
Couplet 85
ବେନି ଚରଣ ଧରି କରେବୁଲାଇ ପିଟିଲେ ବୃକ୍ଷରେ
Couplet 86
କରେ ଘୂରାନ୍ତେ ହଳଧରଜୀବନ ଛାଡ଼ିଲା ଅସୁର
Couplet 87
ତାଳ ସଙ୍ଗତେ ମୃତପିଣ୍ତମାଡ଼ି ପଡ଼ିଲା ଭୂମିଖଣ୍ତ
Couplet 88
ବନ୍ଧୁ କୁଟୁମ୍ବ ତା'ର ଯେତେରାକ୍ଷସ ବଳ ଅପ୍ରମିତେ
Couplet 89
ଧାଇଁଲେ ଅତି ଖରତରେମିଳିଲେ ରାମର ଛାମୁରେ
Couplet 90
ମାରନ୍ତି ପାଦଘାତ କରିଦେଖି ଧାଇଁଲେ ହଳଧାରୀ
Couplet 91
ପଛ-ଚରଣ କରେ ଧରିବୁଲାଇ ଅନ୍ତରାଳ କରି
Couplet 92
ଏକ ଆରକେ ପ୍ରହାରିଲେନିମିଷ ମାତ୍ରେ ସଂହାରିଲେ
Couplet 93
ଅସୁରଙ୍କର ଦେହ ସଙ୍ଗେତାଳ ପଡ଼ିଲା ଭୂମିଭାଗେ
Couplet 94
ମେଘ ଯେସନେ ଢ଼ାଙ୍କେ ଶୂନ୍ୟଅସୁର ଦେହେ ବ୍ୟାପେ ବନ
Couplet 95
ଦେଖି ସାନନ୍ଦ ଦେବତାଏଆକାଶେ କଲେ ଜୟେ ଜୟେ
Couplet 96
ପୁଷ୍ପ ବରଷି ଦେବତାଏନିର୍ଭୟ ହୋଇଲେ ଥୋକାଏ
Couplet 97
ତାଳ ଭୁଞ୍ଜିଲେ ଗୋପପୋଏଘରକୁ ଆଣିଲେ ଥୋକାଏ
Couplet 98
ସେଦିନୁ ଗୋପ ନରନାରୀନିର୍ଭୟେ ତାଳ ଭୋଗ କରି
Couplet 99
ସେ ବନେ ଚରାଇଲେ ଗାଈନିଶ୍ଚିନ୍ତେ ଶିଙ୍ଗା ବେଣୁ ବାଇ
Couplet 100
ଦିନ ଅନ୍ତରେ ଗୋପେ ପଶିପଥେ ମୁରଲୀ ନାଦ ଘୋଷି
Couplet 101
ଗୋପବାଳକ ମଧ୍ୟେ ଥାଇରଙ୍ଗେ ନାଚନ୍ତି ବେନିଭାଇ
Couplet 102
ଗୋରଜ ଭୂଷଣ ଶରୀରେଗୁଞ୍ଜ ମୟୂରପୁଚ୍ଛ ଶିରେ
Couplet 103
ହୃଦେ ଲମ୍ବଇ ବନମାଳକରେ ସୁରଙ୍ଗ ତାଳଫଳ
Couplet 104
ଗୋପୀଏ ରାମକୃଷ୍ଣ ଦେଖିନିର୍ମଳ କଲେ ଚର୍ମଆଖି
Couplet 105
ଶ୍ରୀକୃଷ୍ଣ ଚାହିଁ ରସଭରେମିଳିଲେ ନନ୍ଦର ମନ୍ଦିରେ
Couplet 106
ଆନନ୍ଦେ ଯଶୋଦା ରୋହିଣୀକୋଳେ ବସାନ୍ତି ପୁତ୍ରେ ଆଣି
Couplet 107
ପୁତ୍ରଙ୍କୁ ମାଜଣା କରାଇସର ଲବଣି ଅନ୍ନ ଦେଇ
Couplet 108
ଶେଯେ ଶୁଆଇ ପୁତ୍ରବେନିସୁସ୍ୱରେ କଳେ ଗୀତଧ୍ୱନି
Couplet 109
ଏମନ୍ତେ ବଞ୍ଚିଲେ ରଜନୀପରୀକ୍ଷେ କହେ ଶୁକମୁନି
Couplet 110
ପ୍ରଭାତେ ଉଠି ଦାମୋଦରବନେ ଚଳିଲେ ଧାତିକାର
Couplet 111
ଗୋପ କୁମରେ ଗାଈ ଘେନିଆନନ୍ଦେ କଲେ ବେଣୁଧ୍ୱନି
Couplet 112
ଘରେ ରହିଲେ ହଳଧରକୃଷ୍ଣ ବିଜୟେ ନଦୀତୀର
Couplet 113
ଗୋରୁ ଚରାନ୍ତି ବନେପଶିରବି କିରଣ ପରକାଶି
Couplet 114
ତୃଷ୍ଣାରେ ନ ପାରନ୍ତି ଚଳିକାଳିନ୍ଦୀ ହ୍ରଦେ ଯାଇ ମିଳି
Couplet 115
ସକଳେ କଲେ ଜଳପାନତକ୍ଷଣେ ଛାଡ଼ିଲେ ଜୀବନ
Couplet 116
ଗୋରୁ ଗୋପାଳପୋଏ ମରିଦେଖି ଚକିତ ନରହରି
Couplet 117
ହ୍ରଦକୁ ଗୋବିନ୍ଦ ଅନାଇବିଚାର କଲେ ଭାବଗ୍ରାହୀ
Couplet 118
ଗରୁଡ଼ ପକ୍ଷୀରାଜ ଡରେକାଳୀୟ ଅଛି କାଳିନ୍ଦୀରେ
Couplet 119
ତାହାର ବିଷେ ଜଳ ନାଶଜନ୍ତୁଏ ନ କରନ୍ତି ଗ୍ରାସ
Couplet 120
ଏ ଜଳ ବୃନ୍ଦାବନେ ଥିଲେପ୍ରାଣ ପାଇବ କେହୁ ଭଲେ
Couplet 121
ଭାରା ନିବାରେ ମୁହିଁ ଜାତପୋଏ ହୋଇଲେ ପ୍ରାଣେ ହତ
Couplet 122
ନିର୍ବିଷ କରିବଇଁ ଆଜଏଣେ ମୋହର ବଡ଼ କାର୍ଯ୍ୟ
Couplet 123
ଏତେ ବିଚାରି ଭାବଗ୍ରାହୀଅମୃତ ନୟନେ ଅନାଇଁ
Couplet 124
ଗୋପବାଳକ ଗୋରୁ ସଙ୍ଗେଜୀବନ ଦେଲେ ଶିରୀରଙ୍ଗେ
Couplet 125
ଗୋରୁ ବାଳକ ସଙ୍ଗ କରିଗୋପେ ମିଳିଲେ ନରହରି
Couplet 126
ସେ ହରିଚରଣ କମଳେଚିତ୍ତ ମୋ ରହୁ ଭୃଙ୍ଗମେଳେ
Couplet 127
ହେ ଦୟାନିଧି ଦୟାକରିଏ ଦୀନ ଜନେ କର ପାରି
Couplet 128
କୃଷ୍ଣ ଚରିତ ଭାଗବତକହଇ ଦାସ ଜଗନ୍ନାଥ