Skip to content
paribhaasha

Skandha 10

Adhyaya 15

  1. Couplet 1

    ଶୁଣ ପରୀକ୍ଷ ମହୀପତିବ୍ରହ୍ମାର ମନୁ ଗଲା ଭ୍ରାନ୍ତି

  2. Couplet 2

    ସଭୟେ ବେନି କରଯୋଡ଼ିକ୍ଷଣ କ୍ଷଣକେ ପାୟେ ପଡ଼ି

  3. Couplet 3

    କୃଷ୍ଣ ଚରଣେ ଦେଇ ଶିରସ୍ତୁତି କରଇ ବେଦବର

  4. Couplet 4

    ନମସ୍ତେ ବ୍ରହ୍ମାଣ୍ତ ଠାକୁରତୋହର ମାୟା ଏ ସଂସାର

  5. Couplet 5

    ତୋ ତନୁ ନୀଳଘନ ତ୍ରାସବିଜୁଳି ପ୍ରାୟ ପୀତବାସ

  6. Couplet 6

    ଗୁଞ୍ଜରା ପାଟି ଶିଖି ପୁଚ୍ଛଏଣେ ନିର୍ମଳ ଚୂଳ ସଞ୍ଚ

  7. Couplet 7

    ଅଳପସ୍ଥିତ ରଙ୍ଗ ମୁଖଚିନ୍ତିଲେ ଖଣ୍ତେ ଭବଦୁଃଖ

  8. Couplet 8

    ବନମାଳାଏ ଲମ୍ବେ ଉରେଅନ୍ନ ପୁଡ଼ାଏ ବାମକରେ

  9. Couplet 9

    ବେତ ମୁରଲୀ ଶିଙ୍ଗା କରେକମଳା ସେବଇ ପୟରେ

  10. Couplet 10

    ଏ ଯେତେ ବାଛୁରୀ କୁମରତୋହର ଶରୀରୁ ବାହାର

  11. Couplet 11

    ତୋ ଅବତାର ମୋର ହିତେସୁଖ ସମ୍ପଦ ଅବିରତେ

  12. Couplet 12

    ଇଚ୍ଛାରେ ହୋଇଅଛୁ ଜାତତୋର ନିର୍ମାଣ ପଞ୍ଚଭୂତ

  13. Couplet 13

    ଏ ଦେହ ମହିମା ନ ଜାଣୁମୁଁ ବ୍ରହ୍ମା ରୁଦ୍ର ମୁନିମନୁ

  14. Couplet 14

    ବୁଦ୍ଧି ବିଚାର ଅନୁମାନିବେଦ ପୁରାଣେ ପରିମାଣି

  15. Couplet 15

    ଯେ ଜ୍ଞାନଯୋଗେ ଇନ୍ଦ୍ରି ଜିଣେତୋର ମହିମା ନ ପ୍ରମାଣେ

  16. Couplet 16

    ସେ ପ୍ରାଣୀ ହୁଅଇ ନିରାଶକେବଳ ଲଭେ ଦେହପ୍ରାସ

  17. Couplet 17

    ଜ୍ଞାନର ପଥ ଛାଡ଼ି ଥୋକେତୋତେ ଚିନ୍ତନ୍ତି ସନ୍ଥ ଲୋକେ

  18. Couplet 18

    ସାଧୁଜନଙ୍କ ମୁଖୁ ଶୁଣିତୋର ମହିମା ମନେ ଗୁଣି

  19. Couplet 19

    ମନବଚନ କରି ଏକହେଲେ ଜିଣନ୍ତି ତିନିଲୋକ

  20. Couplet 20

    ତୋର ଚରଣେ ଭାବ ଛାଡ଼ିଯେ ଯା'ନ୍ତି ଯୋଗପଥ ମାଡ଼ି

  21. Couplet 21

    ମନ ବଚନ ହୃଦେ ଛନ୍ଦିତପେ ଇନ୍ଦ୍ରିୟବଳ ରୁନ୍ଧି

  22. Couplet 22

    ଯେତେ କରନ୍ତି ଦେହଶ୍ରମତୋର ମାୟାରେ ହୋନ୍ତି ଭ୍ରମ

  23. Couplet 23

    କେବଳ ଲାଭ ଦେହପ୍ରାସସେ ପ୍ରାଣୀ ହୁଅନ୍ତି ନିରାଶ

  24. Couplet 24

    ତଣ୍ତୁଳ ଆଶେ ଚଷୁ କୁଟିଯେହ୍ନେ ମରନ୍ତି ପ୍ରାଣୀ ଫୁଟି

  25. Couplet 25

    ନିରାଶ ହୋନ୍ତି ବେନିପଥପଶୁ ଯୋନିରେ ହୋନ୍ତି ଜାତ

  26. Couplet 26

    ତୋତେ ନ ପାଇ ନରହରିଭ୍ରମନ୍ତି ତୋ' ମାୟା ଆବୋରି

  27. Couplet 27

    ପୂର୍ବେ ଅନେକ ମୁନିଜନସେବିଲେ ତୋହର ଚରଣ

  28. Couplet 28

    ନିଜ କରମ ଫଳ ଭୁଞ୍ଜିତୋ' ଗତି ଏକୁ ଆରେ ହେଜି

  29. Couplet 29

    ପାଇଲେ ତୋ' ପରମ ପଦଖଣ୍ତିଲେ ବିଷୟ-ବିଷାଦ

  30. Couplet 30

    ନିର୍ମଳ ଆତ୍ମା ମୁନିଗଣେତୋର ମହିମା ପରିମାଣେ

  31. Couplet 31

    ତୋର ବିକାର ନ ପାଇଲେଭକତି ହେଜି ତରିଗଲେ

  32. Couplet 32

    ନିର୍ଗୁଣ ଆତ୍ମା ଗୁଣବନ୍ତତୋର ମହିମା ଗୋପୀନାଥ

  33. Couplet 33

    ବ୍ରହ୍ମାଣ୍ତେ ଦେହବନ୍ତ ହୋଇତୋ' ଗୁଣ କେ ପାରିବ କହି

  34. Couplet 34

    ଭୂମିରେ ଯେତେ ରେଣୁଛନ୍ତିଆକାଶେ ଯେତେ ତାରାପନ୍ତି

  35. Couplet 35

    ବରଷା ଧାରା ପଡ଼େ ଯେତେକେ ଗଣିପାରେ ଏ ଜଗତେ

  36. Couplet 36

    ଏ ତିନି ଗଣନେ ସମର୍ଥକେହି ବା ଥିବେ ଏ ଜଗତ

  37. Couplet 37

    ତୋର ମହିମା ଗୁଣ ଗୁଣିକେହି ନ ପାରେ ଚକ୍ରପାଣି

  38. Couplet 38

    ଯାହାକୁ ହେଉ ତୁ ସଦୟେସେ ନ ପଡ଼ଇ ମାୟାମୋହେ

  39. Couplet 39

    ତୋର ଭକତି ହୃଦେ ହେଜିଅର୍ଜିଲା କର୍ମଫଳ ଭୁଞ୍ଜି

  40. Couplet 40

    ଚିତ୍ତ ନିବେଶି ତୋର ପାଦେସଂସାରୁ ଯା'ନ୍ତି ମୋକ୍ଷପଦେ

  41. Couplet 41

    ଅଜ୍ଞାନ ପଣ ଦେଖ ମୋରତୋତେ ଭଣ୍ତିଲି ମାୟାଧର

  42. Couplet 42

    ମାୟାବୀମାନଙ୍କର ଶ୍ରେଷ୍ଠତୋ' ସଙ୍ଗେ କଲି ମାୟା-ହଟ

  43. Couplet 43

    ଅନଳ ଶିଖା କି ଅନଳସଙ୍ଗତେ ହୋଇପାରେ ତୁଲ

  44. Couplet 44

    ଅଳପ ଲୋକେ ଅଧିକାରତୁ କିପାଁ ଦେଲୁ ଦାମୋଦର

  45. Couplet 45

    ଅଳପ ଲୋକେ ଆଧି ଦେଲେସମ୍ଭାଳି ନ ପାରଇ ଭଲେ

  46. Couplet 46

    ବ୍ରହ୍ମା ବୋଲି ମୁଁ ବହି ଗର୍ବତୋତେ ଭଣ୍ତିଲି ପଦ୍ମନାଭ

  47. Couplet 47

    ଏଣୁ ହୋଇଲି ଅପରାଧୀତୁ ନାଥ କରୁଣା ବାରିଧି

  48. Couplet 48

    ମୋ' ଅପରାଧ କ୍ଷମାକରଭୋ ନାଥ ଶରଣ ତୋହର

  49. Couplet 49

    ମୁଁ ତୋର ନାଭିପଦୁଁ ଜାତତୁ କି ନ ଜାଣୁ ଜଗନ୍ନାଥ

  50. Couplet 50

    ମୁଁ ତୋର ଯେତେକ ଅନ୍ତରତୁ କି ନ ଜାଣୁ ଚକ୍ରଧର

  51. Couplet 51

    ଅବନୀ ଆଦି ପଞ୍ଚଭୂତେମନ ଚେତନା ଅହଂକୃତେ

  52. Couplet 52

    ଜୀବ ପରମ ଭାବ ବହିବ୍ରହ୍ମାଣ୍ତ ପାଳୁ ଭାବଗ୍ରାହୀ

  53. Couplet 53

    କେତେ ବ୍ରହ୍ମାଣ୍ତ ରୋମମୂଳେଉଡୁ ଅଛନ୍ତି ଅନ୍ତରାଳେ

  54. Couplet 54

    ଜଳାକବାଟି ବାଟେ ଯେହ୍ନେରେଣୁଏ ଉଡ଼ନ୍ତି ଗଗନେ

  55. Couplet 55

    ମୁଁ ଏକ ଅଣ୍ତ ମଧ୍ୟେ ରହିସପ୍ତ ଚାଖଣ୍ତ ଦେହ ବହି

  56. Couplet 56

    ଅଛଇ ଜୀବ ଆତ୍ମା ଧରିତୋ' ମାୟା-ପଟଳ ଆବୋରି

  57. Couplet 57

    ଏତେ ଅନ୍ତର ତୋର ମୋରତୋତେ ଭଣ୍ତିଲି ମୁଁ ପାମର

  58. Couplet 58

    ଗର୍ଭ ଭିତରେ ସୁତ ଥାଇସେ ଯେହ୍ନେ ପାଦ ପ୍ରହାରଇ

  59. Couplet 59

    ସେ ଅପରାଧ ଚିତ୍ତେ ଘେନିକୋପ କି କରଇ ଜନନୀ

  60. Couplet 60

    ତୋ' ନାଭିକମଳୁ ମୁଁ ଜାତତୋତେ ଭଣ୍ତିଲି ଜଗନ୍ନାଥ

  61. Couplet 61

    ତୋହର ଉଦରେ ପଶିଲିଅଶେଷ ବ୍ରହ୍ମାଣ୍ତ ଦେଖିଲି

  62. Couplet 62

    ଜଳଧି ଶୟନର କାଳେଏ କଥା ଜାଣନ୍ତି ସକଳେ

  63. Couplet 63

    ନଭ-ଅବନୀ ଦେହବ୍ୟାପୀତୁ ନାଥ ନାରାୟଣ ରୂପୀ

  64. Couplet 64

    ସକଳ ନର ଆତ୍ମା ହେଉତେଣୁ ନାରାୟଣ ବୋଲାଉ

  65. Couplet 65

    ପ୍ରଳୟଜଳେ ଥିଲୁ ଶୋଇତୋ ରୂପ ଦେଖିଲଇଁ ମୁହିଁ

  66. Couplet 66

    ଦେଖି ସାନନ୍ଦ ମୋର ମନତୁ କି ନଜାଣୁ ଜନାŸର୍ଦ୍ଦନ

  67. Couplet 67

    ମିଥ୍ୟା ନୁହଁଇ ନା ଏ କଥାତୋତେହେଁ ସାକ୍ଷୀ ତୋରମାତା

  68. Couplet 68

    ଗୋପାଳକୁମରଙ୍କ ମେଳେମାଟି ଭକ୍ଷିଲୁ ଯେତେବେଳେ

  69. Couplet 69

    ଯଶୋଦା ଦେଖିଲା ତୋ ତୁଣ୍ତଉଦରେ ଅଶେଷ ବ୍ରହ୍ମାଣ୍ତ

  70. Couplet 70

    ବାହାର ଭିତର ଆଚ୍ଛାଦିତୋ' ମାୟାବଳେ ଅଛୁ ରୁନ୍ଧି

  71. Couplet 71

    ଏବେ ଏ ବୃନ୍ଦାବନେ ମୋତେମାୟା ନ କଲୁ କେତେ କେତେ

  72. Couplet 72

    ପ୍ରଥମେ ଦେଖିଲଇଁ ଏକକ୍ଷଣକେ ହୋଇଲୁ ଅନେକ

  73. Couplet 73

    ଯେତେ ବାଛୁରୀ ଗୋପପୋଏଦିଶିଲେ ତୋହରି ପରାୟେ

  74. Couplet 74

    ନୀଳ ଶରୀର ଚାରିକରବ୍ରହ୍ମାଏ ଖଟନ୍ତି ପୟର

  75. Couplet 75

    ତୁହି ତୋହର ମାୟା ବହୁବ୍ରହ୍ମା-ଶଙ୍କର ରୂପ ବହୁ

  76. Couplet 76

    ସୃଷ୍ଟିର ଅଗ୍ରେ ମୋତେ କରିସଙ୍ଖୋଳି ଦେଲୁ ବେଦଚାରି

  77. Couplet 77

    ଜଗତ କରାଇ ଭିଆଣତୁ ତାହା ପାଳୁ ନାରାୟଣ

  78. Couplet 78

    ଭୂତ-ଭାବନ ରୂପ ବହୁଭକତ ହିତେ ନିତ୍ୟେ ଥାଉ

  79. Couplet 79

    ଶଙ୍କର ରୂପେ କରୁ ଅନ୍ତଏଣୁ ତୁ ବୋଲାଉ ଅନନ୍ତ

  80. Couplet 80

    ଦେବ ବ୍ରାହ୍ମଣ ଋଷି ପଶୁଏତେ ଶରୀର ତୁ ପ୍ରକାଶୁ

  81. Couplet 81

    ଦୁଷ୍ଟ ନିବାରି ସନ୍ଥ ପାଳୁଦୟାରେ ଧର୍ମ ତୁ ସମ୍ଭାଳୁ

  82. Couplet 82

    ସଂସାରେ ହେଉ ଅବତାରଦୁଷ୍ଟଦଳନ ବାନା ତୋର

  83. Couplet 83

    ତୁ ନାଥ ଧର୍ମ କରୁ ରକ୍ଷାଖଳନାଶନ ତୋର ଦୀକ୍ଷା

  84. Couplet 84

    କାହିଁ କିପରି କିସ ପାଇଁକେତେବେଳେ ବା ଖେଳୁ ତୁହି

  85. Couplet 85

    ବିସ୍ତାରି ତୋର ଯୋଗମାୟାକେ ଜାଣିପାରେପ୍ରଭୁ ଏହା

  86. Couplet 86

    ଯୋଗେଶ୍ୱରଙ୍କୁ ଅଗୋଚରଭୋ ନାଥ ଏ ଲୀଳା ତୋହର

  87. Couplet 87

    ତେଣୁ ତୋ ମାୟାର ଜଗତତୋ' ତହୁଁ ହୋନ୍ତି ଆତଜାତ

  88. Couplet 88

    ବିଜୁଳି ଝଟକ ଯେସନମେଘରେ ଦିଶି ହୋନ୍ତି ଲୀନ

  89. Couplet 89

    ତୁନାଥ ପୁରୁଷ ପୁରାଣଜ୍ୟୋତି ସ୍ୱରୂପ ଠୁଳଶୂନ୍ୟ

  90. Couplet 90

    ନିୟତ ପୂର୍ଣ୍ଣ ନିରଞ୍ଜନଉପାଧିହୀନ ସୁଖପୂର୍ଣ୍ଣ

  91. Couplet 91

    ସକଳ ଜନ୍ତୁ ମଧ୍ୟେ ତୁହିବିହରୁ ଆତ୍ମାରୂପ ହୋଇ

  92. Couplet 92

    ଗୁରୁ ବଚନୁ ଜ୍ଞାନସାରପାଇ ଯେ କରନ୍ତି ବିଚାର

  93. Couplet 93

    ଭକ୍ତି ଭାବରେ ଜ୍ଞାନଲାଭହୁଅଇ ଯା'ର ପଦ୍ମନାଭ

  94. Couplet 94

    ଭବ ଜଳଧି ସେ ତରନ୍ତିମାୟା-ପଟଳେ ନ ପଡ଼ନ୍ତି

  95. Couplet 95

    ଆତ୍ମାକୁ ଆତ୍ମଜ୍ଞାନେ ଜାଣିଚିନ୍ତା ନ କରେ ଯେଉଁ ପ୍ରାଣୀ

  96. Couplet 96

    ଅଜ୍ଞାନ ଭାବେ ଜ୍ଞାନ ନାଶରଜ୍ଜୁରେ ଯେହ୍ନେ ସର୍ପତ୍ରାସ

  97. Couplet 97

    ଜୀବର ବନ୍ଧ-ମୋକ୍ଷ ଦୁଇଅଜ୍ଞାନ ଭାବୁଁ ଜାତ ହୋଇ

  98. Couplet 98

    ତୋହର ତତ୍ତ୍ୱ ଯେ ଜାଣଇତାହାର ବନ୍ଧ-ମୋକ୍ଷ ନାହିଁ

  99. Couplet 99

    ଆଦିତ୍ୟ ସଦା ପ୍ରକାଶିଲେନ ଥା'ନ୍ତା ଦିବାରାତ୍ର ଭଲେ

  100. Couplet 100

    ତେସନେ ସଦା ସର୍ବସ୍ଥାନସମାନ ଭାବେ ଅଛ ପୂର୍ଣ୍ଣ

  101. Couplet 101

    ତୋତେ ଯେ ନ ପାରନ୍ତି ଚିନ୍ତିଆତ୍ମାକୁ ବାହାରେ ଲୋଡ଼ନ୍ତି

  102. Couplet 102

    ଶ୍ରମ ଯେ ଲାଭ ତାହାଙ୍କରନାହିଁ ତୋ' ଭିତର ବାହାର

  103. Couplet 103

    ଯେ ତୋତେ ଶରୀରେ ଲୋଡ଼ନ୍ତିସୂକ୍ଷ୍ମ ସ୍ୱରୂପ ରୂପେ ଚିନ୍ତି

  104. Couplet 104

    ଅଜ୍ଞାନ ନାଶେ ତାହାଙ୍କରଭବ ସାଗରୁ ହୋନ୍ତି ପାର

  105. Couplet 105

    ଏ ଜ୍ଞାନୀ ଲୋକଙ୍କର ମତତୋହର ଦୟାରେ ଅନନ୍ତ

  106. Couplet 106

    ତୋତେ ନିରୋପି ଏ ଶରୀରେଶରୀର-ଭ୍ରାନ୍ତି ଦୂର କରେ

  107. Couplet 107

    ନିକଟେ ସର୍ପ ଯା'ର ଥାଇସେ କି ଆନକୁ ପାରେ ଚାହିଁ

  108. Couplet 108

    ସର୍ପର ପ୍ରାୟ ତୋ' ସ୍ୱରୂପେଜ୍ଞାନୀଏ ଜାଗରିତ ଆପେ

  109. Couplet 109

    ତୋର ଦୟାରେ ତୋତେ ଜାଣିଭାବି ତରନ୍ତି ସାଧୁପ୍ରାଣୀ

  110. Couplet 110

    ତୋ' ଅନୁଗ୍ରହ ଯାରେ ନାହିଁବ୍ରହ୍ମାଣ୍ତେ ଲୋଡ଼ିଲେ ନ ପାଇ

  111. Couplet 111

    କେତେ କହିବି ନାଥ ତୋତେଏମନ୍ତ ଆଜ୍ଞା ହେଉ ମୋତେ

  112. Couplet 112

    ନାନା-ଯୋନିରେ ଜାତ କରତୋ'ର ସେବକ ମଧ୍ୟେ ବର

  113. Couplet 113

    ଅପ୍ରାଧ କ୍ଷମାକର ମୋତେତୋ' ପାଦେ ସେବଇଁ ଯେମନ୍ତେ

  114. Couplet 114

    ଗୋପେ ଅଛନ୍ତି ଯେତେ ଜନକେ ତା'ଙ୍କ ପୁଣ୍ୟ କରୁ ଆନ

  115. Couplet 115

    ହୋଇଣ ବାଛୁରୀ-କୁମରସ୍ତନ୍ୟ ପିଇଲୁ ତାହାଙ୍କର

  116. Couplet 116

    ତୋ' ମନରଞ୍ଜନେ ଅନନ୍ତଯଜ୍ଞେ ନୋହିଲେ ସମରଥ

  117. Couplet 117

    ନନ୍ଦ-ଯଶୋଦା ଗୋପୀ-ଗୋପଅନେକ କରିଛନ୍ତି ତପ

  118. Couplet 118

    ତୁ ନାଥ ମିତ୍ର ତାହାଙ୍କରବ୍ରହ୍ମା-ଶଙ୍କରେ ଅଗୋଚର

  119. Couplet 119

    ତୋ'ପାଦ ପଦ୍ମରେ ଅମୃତତେଣେ ଲୋଭିତ ଯା'ର ଚିତ୍ତ

  120. Couplet 120

    ମନ ଭ୍ରମରେ କରି ପାନତେଜିବେ ତୋ' ମାୟା ଅଜ୍ଞାନ

  121. Couplet 121

    କୀଟପତଙ୍ଗ ରୂପ ହୋଇଗୋକୁଳେ ପଡ଼ିଥିବି ମୁହିଁ

  122. Couplet 122

    ଗୋପଜନଙ୍କ ପାଦଧୂଳିଦେହରେ ହେଉଥିବି ବୋଳି

  123. Couplet 123

    ଦେବେ ନ ପାନ୍ତି ଯା'କୁ ଖୋଜିଗୋପୀଏ ମିତ୍ରପଣେ ଭଜି

  124. Couplet 124

    ପୂତନା କରି ଶତ୍ରୁପଣତୋ'ଦେହେ ପଶି ହେଲା ଲୀନ

  125. Couplet 125

    ଏଣୁ ତୋ' ନାହିଁ ମିତ୍ର ଅରିଜଗୁ ଜୀବନ ନରହରି

  126. Couplet 126

    ତୋର ଚରଣେ ଗୋପୀନାଥଶରଣ ନ ପଶେ ଯାବତ

  127. Couplet 127

    ତାବତ କାମ-କ୍ରୋଧ ବଳେଡ଼କା କରନ୍ତି ଅବହେଳେ

  128. Couplet 128

    ଗୃହ ହୁଅଇ ବନ୍ଦିଘରମୋହ ଶାଙ୍କୁଳି ଏ ପୟର

  129. Couplet 129

    ଦାରା ତନୟ ମୋହେ ଜଡ଼ିଦୁଃଖ ସଂକଟେ ଥା'ନ୍ତି ପଡ଼ି

  130. Couplet 130

    ଶରଣ ଜନର ଆନନ୍ଦବଢ଼ାଇବାକୁ ଆଦିକନ୍ଦ

  131. Couplet 131

    ଅରୂପ ହୋଇ ରୂପ ଧରୁପୁତ୍ରାଦି ରୂପେ ଲୀଳା କରୁ

  132. Couplet 132

    ଯେ ବୋଲେ ତୋହର ମହିମାଜାଣଇ ବୋଲି ଗୁଣସୀମା

  133. Couplet 133

    ସେ ଜାଣୁ ମୁହିଁ ତ ବହୁତବିଚାରି ନ ପାଇଲି ଅନ୍ତ

  134. Couplet 134

    ତୁ ଅନ୍ତର୍ଯ୍ୟାମୀ ଜଗନ୍ନାଥତୋ'ର ଏ ଦେହ ଏଜଗତ

  135. Couplet 135

    ଅଧିକ କି କହିବି ଆଉକିସ କରିବି ଆଜ୍ଞା ହେଉ

  136. Couplet 136

    ତୁ ବୃଷ୍ଣିବଂଶ-ଦିନକରପାଷଣ୍ତ ଧର୍ମ-ତମ ହର

  137. Couplet 137

    ଭୂମି ଦେବତା ଗୋ-ବ୍ରାହ୍ମଣସମୁଦ୍ରକୁ ଯେ ଚନ୍ଦ୍ର ସମ

  138. Couplet 138

    ଭାରା ନିବାରୁ ଦୁଷ୍ଟ ନାଶିନମୋ ନମସ୍ତେ ବ୍ରହ୍ମରାଶି

  139. Couplet 139

    ଶୁକ ବୋଲନ୍ତି ଶୁଣ ରାୟବ୍ରହ୍ମା ଛାଡ଼ିଲା ମନୁ ଭୟ

  140. Couplet 140

    ପାଦେ ପଡ଼ିଲା ଶତେବାରବାହୁଡ଼ି ଗଲା ନିଜ ପୁର

  141. Couplet 141

    ବତ୍ସା ବାଳକ ଆଣିଦେଲାବିକଳେ କୃଷ୍ଣଙ୍କୁ ଚାହିଁଲା

  142. Couplet 142

    ବ୍ରହ୍ମାର ମୁଖକୁ ଅନାଇବୋଲନ୍ତି ବ୍ରହ୍ମାଣ୍ତ ଗୋସାଇଁ

  143. Couplet 143

    ହସି ବୋଲନ୍ତି ଚକ୍ରଧରବିଧାତା ଯାଅ ନିଜପୁର

  144. Couplet 144

    ବ୍ରହ୍ମାଣ୍ତ ପାଳ ସୁଖେ ଯାଇମୋହର ପାଦେ ଚିତ୍ତ ଦେଇ

  145. Couplet 145

    ଗୋବିନ୍ଦ ଆଜ୍ଞା ଘେନି ଶିରେବ୍ରହ୍ମା ଚଳିଲେ ନିଜପୁରେ

  146. Couplet 146

    ମାୟା ମୋହିଲେ ଦେବରାୟେଭୋଜନ କରୁଛନ୍ତି ପୋଏ

  147. Couplet 147

    କୃଷ୍ଣ ଆଣିଲେ ବତ୍ସା ଲୋଡ଼ିଅନ୍ନପୁଡ଼ାଏ କରେ ଧରି

  148. Couplet 148

    ଥୋକାଏ ତୁଣ୍ତେ ଅଛି ଭାତପୋଏ ଦେଖିଲେ ଗୋପୀନାଥ

  149. Couplet 149

    କୃଷ୍ଣର ଅଙ୍ଗୁ ବହେ ଝାଳଡ଼ାକନ୍ତି ଆସ ନନ୍ଦବାଳ

  150. Couplet 150

    ଏକଇ ଗ୍ରାସ ନାହୁଁ ଖାଇଲୋଡ଼ି ଆଣିଲୁ ବ›ତ୍ସା ଯାଇ

  151. Couplet 151

    ଆସି ତୋହର ଠାବେ ବସଶୁଣି ଗୋବିନ୍ଦ ହସ ହସ

  152. Couplet 152

    ଶୁଣ ରାଜନ ହରିରସଯାହା କହିଲେ ବେଦବ୍ୟାସ

  153. Couplet 153

    ଗୋପାଳ କୁମର ବାଛୁରୀଶରୀରୁ ଯାହା ଜାତ କରି

  154. Couplet 154

    ସର୍ବ ଶରୀରେ ସଂହରିଲେସଙ୍ଗପୁଅଙ୍କୁ ଘେନି ତୁଲେ

  155. Couplet 155

    ଅନ୍ନ ଭୁଞ୍ଜନ୍ତି କୃଷ୍ଣ ବସିଗୋପାଳପୁଏ ପରଶଂସି

  156. Couplet 156

    ଭୋଜନ ସାରି ଜଳେ ଯାଇକର-ଚରଣ-ମୁଖ ଧୋଇ

  157. Couplet 157

    ବେଳ ହୋଇଲା ଅବସାନଗୋପେ ଚଳିଲେ ଭଗବାନ

  158. Couplet 158

    ପଥେ ଅଘାର ଦେହ ଚାହିଁବୋଲନ୍ତି ପ୍ରଭୁ ଭାବଗ୍ରାହୀ

  159. Couplet 159

    ନିତ୍ୟେ ଖେଳିବା ଏଥେ ପଶିଶୁଣି ଗୋପାଳପୋଏ ହସି

  160. Couplet 160

    ଗ୍ରାମ ନିକଟେ ପୋଏ ଯାଇଅତି ସାନନ୍ଦେ ବେଣୁ ବାଇ

  161. Couplet 161

    ମୟୂର ପୁଚ୍ଛ ଗୁଞ୍ଜମାଳୀଗୁଞ୍ଜରା ପାଟି ରଙ୍ଗ ଢାଳି

  162. Couplet 162

    ଗୋରଜ ଶୋହେ କୃଷ୍ଣ ଦେହେବେଢ଼ି ନାଚନ୍ତି ଗୋପପୋଏ

  163. Couplet 163

    ଗୋପୀଙ୍କ ନୟନ ଆନନ୍ଦହୃଦୟ ପୂର୍ଣ୍ଣିମାର ଚାନ୍ଦ

  164. Couplet 164

    ପୋଏ ମିଳିଲେ ଯେଝା ଘରେକହିଲେ ମାତାଙ୍କ ଛାମୁରେ

  165. Couplet 165

    ସର୍ପ ଆମ୍ଭଙ୍କୁ ଗିଳୁଥିଲାଆପଦୁଁ ଗୋବିନ୍ଦ ରଖିଲା

  166. Couplet 166

    ସର୍ପ ଯେ ପାଟି ଫାଡ଼ିଥିଲାକୃଷ୍ଣ ତା' ତାଳୁ ବିଦାରିଲା

  167. Couplet 167

    ସେବାଟେ ହୋଇଲୁ ବାହାରପଛେ ଗୋ ଥିଲା ଦାମୋଦର

  168. Couplet 168

    ଶୁଣି ଚକିତ ଗୋପନାରୀଭୟେ ବୋଲନ୍ତି ହରି ହରି

  169. Couplet 169

    ଶୁଣି ପରୀକ୍ଷ ନୃପବରଶୁକକୁ ବୋଲଇ ଉତ୍ତର

  170. Couplet 170

    ଭୋ ମୁନି ନିଜ ସୁତ ପାଇକେମନ୍ତ କଲେ ଗୋପଗୋଈ

  171. Couplet 171

    ମାୟା ବାଳକେ ସ୍ନେହ ଯେତେନିଜ ବାଳକେ କଲେ କେତେ

  172. Couplet 172

    ଏଣେ ତ ମୋହର ସନ୍ଦେହଭ୍ରାନ୍ତି ମୋ' ଯାଉ ମୁନି କହ

  173. Couplet 173

    ଶୁକ ବୋଲନ୍ତି ଶୁଣ ରାୟେଜଗତ ଅଛି ମାୟାମୋହେ

  174. Couplet 174

    ଆତ୍ମାକୁ ନ କରନ୍ତି ଚିନ୍ତାବିଷୟ-ଜଡ଼େ ବଳବନ୍ତା

  175. Couplet 175

    ସୁତ କଳତ୍ର ଦେହ ବିତ୍ତସ୍ନେହେ ଜଡ଼ିତ ଅବିରତ

  176. Couplet 176

    ତଥାପି ଜାଣ ରାଜା ତୁହିଆତ୍ମାହୁଁ ପ୍ରିୟ କେହି ନାହିଁ

  177. Couplet 177

    ସୁତ କଳତ୍ର ଦେହଭଙ୍ଗଜରାବ୍ୟାଧିରେ କ୍ଷୀଣ ଅଙ୍ଗ

  178. Couplet 178

    ହେଲେ ହେଁ ପୁଣି ପ୍ରାଣୀ କେହିଜୀବନ ଆଶା କି ଛାଡ଼ଇ

  179. Couplet 179

    କୃଷ୍ଣ ତୋ' ଜୀବର ଜୀବନକିମ୍ବା ନୋହିବେ ପ୍ରିୟତମ

  180. Couplet 180

    ଏଣେ ପୁତ୍ରଙ୍କୁ କଲେ ଦୟାବିଶେଷେ ଗୋବିନ୍ଦର ମାୟା

  181. Couplet 181

    ପୂର୍ବହୁଁ ଅତି ସ୍ନେହଭରେକୃଷ୍ଣେ ପାଳିଲେ ଗୋପପୁରେ

  182. Couplet 182

    ସେ ହରିପାଦେ ଦେଇ ମନନିରତେ କରଇ ଯେ ଧ୍ୟାନ

  183. Couplet 183

    ବିପଦେ ତା'ର ନାହିଁ ଭ୍ରାନ୍ତିଭବସାଗରୁ ତରି ଯା'ନ୍ତି

  184. Couplet 184

    କୁମାର କାଳେ ବନମାଳୀଯେମନ୍ତ କଲେ ବାଳକେଳି

  185. Couplet 185

    ଷଡ଼ବରଷ ହୋଏ ଏବେଯେତେକ କଲେ ବାଳଭାବେ

  186. Couplet 186

    ଏଣେ ତୁ ହୁଅ ସାବଧାନଖଣ୍ତିବୁ ମୋହ ଜଡ଼ ଭ୍ରମ

  187. Couplet 187

    ଦାସର ଦାସ ଜଗନ୍ନାଥଗୀତେ ଗାଇଲା ଭାଗବତ

  188. Couplet 188

    ପଣ୍ତିତେ ନ ଘେନିବ ଦୋଷହରିଚରିତ ସୁଧାରସ

  189. Couplet 189

    କୃଷ୍ଣ ସବୁରି ଦେହେ ଥାଇଯାହାକୁ ଯେମନ୍ତ ବୁଝାଇ

  190. Couplet 190

    କେ କରି ପାରିବ ତା' ଆନଚିତ୍ତକୁ ସାକ୍ଷୀ ଭଗବାନ

  191. Couplet 191

    ମୋ' ମନ ମୋହିଲେ ମୁରାରିପୁରାଣ ଗୀତ ଅର୍ଥ କରି

  192. Couplet 192

    ଏଣୁ ମୋହର ଜ୍ଞାନ ନାହିଁବାଳୁତଜନ ପ୍ରାୟ ହୋଇ

  193. Couplet 193

    ସୁଜନେ ଏଣେ ମନ ଦେଲେକୃଷ୍ଣ ଭେଟିବ ତୁମ୍ଭେ ଭଲେ

  194. Couplet 194

    ସେ ଦୟାନିଧି ହେଲେ ଭେଟନ ଥିବ ଏ ସଂସାର କଷ୍ଟ

Odia Bhagabata skandha 10 adhyaya 15 | Parbani by ParibhaAsha App