Skandha 10
Adhyaya 14
Couplet 1
ଅଘା ଦଇତ୍ୟ ନାଶ ଶୁଣିପରୀକ୍ଷ ମନେ ମନେ ଗୁଣି
Couplet 2
କୃଷ୍ଣ ଚରିତ ଅଗୋଚରଦେଖି ଚକିତ ବେଦବର
Couplet 3
ସନ୍ଦେହ ବାକ୍ୟ ଶୁଣି ରାୟେନମଇଁ ଶୁକମୁନି ପାୟେ
Couplet 4
ଭୋମୁନି ତୁ ତ ପୁଣ୍ୟଚେତାହରିବ ଏ ମୋହର ଚିନ୍ତା
Couplet 5
ସନ୍ଦେହ ଫେଡ଼ିବା ମୋହରମାୟା କି କଲେ ଚକ୍ରଧର
Couplet 6
ସର୍ପର ଗର୍ଭୁ ଦାମୋଦରତାରିଲେ ବାଛୁରୀ କୁମର
Couplet 7
ମାତାଙ୍କ ଆଗେ ଗୋପସୁତେକହିଲେ ବରଷକ ଅନ୍ତେ
Couplet 8
ସର୍ପ ଆମ୍ଭଙ୍କୁ ଗିଳିଥିଲାଆଜ ଗୋ ଶ୍ରୀକୃଷ୍ଣ ରଖିଲା
Couplet 9
ତୁମ୍ଭର ଉଦର ଶୀତଳକଲ୍ୟାଣ ନେଉ ନନ୍ଦବାଳ
Couplet 10
ଏମନ୍ତ ବୋଲିଣ କୁମରେକହିଲେ ଯେ ଯାହାର ଘରେ
Couplet 11
ଆବର କଥାଏ ସଂଶୟଭୋ ମୁନିବର ମୋତେ କହ
Couplet 12
ଅଘା ଜୀବନ ଦେହୁ ଛାଡ଼ିଗଗନପଥେ ଥିଲା ଉଡ଼ି
Couplet 13
ସେ କେହ୍ନେ ବାହୁଡ଼ି ଅଇଲାଗୋବିନ୍ଦ ଶରୀରେ ପଶିଲା
Couplet 14
ଏ ବେନି କଥା ଅଗୋଚରବିଚାରି କହ ମୁନିବର
Couplet 15
ଏ ବଡ଼ ସଂଶୟ ମୋ' ଚିତ୍ତେଭୋ ମୁନି ନ ଯାଇ ପରତେ
Couplet 16
ବରଷେ ଥିଲେ ପୋଏ କାହିଁକିବା ମୋହିଲେ ଭାବଗ୍ରାହୀ
Couplet 17
ଏ କଥା ମୋତେ କଉତୁକକାହିଁ ବଞ୍ଚିଲେ ବରଷକ
Couplet 18
ମୋର ଜୀବନ ହେଉ ସୁଖତୋ ବାଣୀ ଶୁଣି ଯାଉ ଦୁଃଖ
Couplet 19
କ୍ଷତ୍ରିୟ ବଂଶେ ମୁହିଁ ଜାତଧନ୍ୟ ମୋହର ତାତ ମାତ
Couplet 20
ହରିଚରିତ ସୁଧାଜଳତୋ ମୁଖୁଁ ଗଳୁଛି ନିର୍ମଳ
Couplet 21
ସେଜଳେ ଧୋଇ ମୋର ଚିତ୍ତମରଣେ ହୋଇବି ନିଶ୍ଚିନ୍ତ
Couplet 22
ଶୁଣି ପରୀକ୍ଷ ବାଣୀ କର୍ଣ୍ଣେମୁନି ବସିଲେ ଯୋଗଧ୍ୟାନେ
Couplet 23
ଆନନ୍ଦେ ପୁଲକିତ ହୋଇଗୋବିନ୍ଦ ପାଦେ ଚିତ୍ତ ଦେଇ
Couplet 24
ବେନି ଲୋଚନୁ ବହେ ନୀରବୋଲନ୍ତି ଶୁଣ ନୃପବର
Couplet 25
ହରି ସେବକ ଶିରୋମଣିଶୁଣ ଶ୍ରୀଭାଗବତ ବାଣୀ
Couplet 26
ସାଧୁଙ୍କ ମଧ୍ୟେ ତୁହି ସାଧୁତରିବୁ ଭବ ପରମାଦୁ
Couplet 27
ଯେତେ କହିଲି ଭାଗବତତୋଷ ନୋହିଲା ତୋର ଚିତ୍ତ
Couplet 28
ତୁପୁଣ୍ୟ ପୁରୁଷ ବିବେକହେଳେ ଜିଣିଲୁ ତିନିଲୋକ
Couplet 29
ସାଧୁଜନଙ୍କର ଏ ଗତିଯେସନେ ବିଟପୀ ଯୁବତୀ
Couplet 30
ସ୍ୱାମୀ ସେବାରେ ରହି ପୁଣବିଟପେ ଦେଇଥାଇ ମନ
Couplet 31
ସଂସାରେ ଥାଇ ଯେ ଏମନ୍ତନିକଟେ ପାଇ ସେ ଅନନ୍ତ
Couplet 32
ଏବେ ତୁ ଶୁଣ ସ୍ଥିର ହୋଇଭାବ ସେବକେ ଏହା କହି
Couplet 33
ଯାହା ତୁ ପୁଚ୍ଛିଲୁ ନୃପତିବାଳୁତମାନଙ୍କର ଗତି
Couplet 34
ଅଘାର ଜୀବନ ମୋକ୍ଷଣଆଗ କହିବା ତାହାଶୁଣ
Couplet 35
ପଛେ କହିବା ବନଭୋଜାଶୁଣ ତୁ ସୋମବଂଶୀ ରାଜା
Couplet 36
ଅଘାର ମୁଖେ ଦେବହରିକଣ୍ଠରେ ରହିଲେ ଆବୋରି
Couplet 37
ତାଳୁ ଫାଟିଣ ପ୍ରାଣଗଲାଶ୍ରୀକୃଷ୍ଣ ମୁଖ ନ ଦେଖିଲା
Couplet 38
ମନେ ବିଚାର କଲା ଜୀବସଂସାର ସୁଖ ପଦ୍ମନାଭ
Couplet 39
ଏହାର ଶ୍ରୀଚରଣ ଧରିଭବୁ ଶଙ୍କର ଗଲେ ତରି
Couplet 40
ମୋହର ଆନେ କିସ କାର୍ଯ୍ୟଏ ସେ ଦେବାଧି ଦେବରାଜ
Couplet 41
ଏତେକ ବିଚାରି ଲେଉଟିଗର୍ଭେ ପଶିଲା ତାଳୁ ଫାଟି
Couplet 42
ଚାହିଁଲା ଶ୍ରୀକୃଷ୍ଣର ମୁଖତେଜିଲା ଭବ ଭୟ ଦୁଃଖ
Couplet 43
ପ୍ରାଣ ପବନ ପଞ୍ଚଭୂତଅଖଣ୍ତ ସୁଖ ଜ୍ଞାନତତ୍ତ୍ୱ
Couplet 44
ଶ୍ରୀହରି ଶରୀରେ ମିଶିଲାନିର୍ବାଣ ମୁକ୍ତି ସେ ଲଭିଲା
Couplet 45
ଅର୍ଦ୍ଧ ଆକାଶେ ସୁରଗଣଦେଖିଲେ ଅଘାର ମୋକ୍ଷଣ
Couplet 46
ବ୍ରହ୍ମ ଲୋକରୁ ବ୍ରହ୍ମାଆସିସନକ ଆଦି ବ୍ରହ୍ମଋଷି
Couplet 47
ଦେଖିଣ ରିପୁ ମୋକ୍ଷ ଗତିକୃଷ୍ଣଙ୍କୁ ପ୍ରଶଂସା କରନ୍ତି
Couplet 48
ବସିଣ ହଂସ ବାହାନରେଚତୁର୍ବଦନେ ସ୍ତୁତି କରେ
Couplet 49
ପିତା ଦେଖିଲେ ବୃନ୍ଦାବନକାଳିନ୍ଦୀ ସକଳ ପୁଲୀନ
Couplet 50
ମନେ ବିଚାର ବେଦପତିଦେଖିବେ ପୁଅଙ୍କର ଗତି
Couplet 51
ଅନ୍ତର ହୋଇଣ ରହିଲେଶୁଣ ରାଜନ ଏହା ଭଲେ
Couplet 52
ମରଣୁଁ ତରି ଗୋପବାଳେମିଳିଲେ ଯମୁନାର କୂଳେ
Couplet 53
ନିର୍ମଳ ଦେଖି ବାଲିକୁଦଶ୍ରୀକୃଷ୍ଣ ହୋଇଲେ ଆନନ୍ଦ
Couplet 54
ଗୋପାଳ ପୁଅଙ୍କୁ ଅନାଇଁବୋଲନ୍ତି ପ୍ରଭୁ ଭାବଗ୍ରାହୀ
Couplet 55
ଦେଖ ସୁସଞ୍ଚ ବାଲିକୁଦଚାହାନ୍ତେ ଲାଗଇ ଆନନ୍ଦ
Couplet 56
ନିର୍ମଳ ଯମୁନାର ଜଳପବନ ବହଇ ଶୀତଳ
Couplet 57
ନାନା କୁସୁମେ ଜଳ ସ୍ଥଳସୁବାସ ବହେ ପରିମଳ
Couplet 58
ଶୁକ କୋକିଳ ନାଦ ଭଣିଭ୍ରମରେ ମନୋହର ଧ୍ୱନି
Couplet 59
ନବ ପଲ୍ଲବ ତରୁଗଣମୟୂର କଣ୍ଠନାଦ ଶୁଣ
Couplet 60
ଏଠାରେ ହୁଅ ଏକମେଳବୋଲନ୍ତି ପ୍ରଭୁ ଆଦିମୂଳ
Couplet 61
ବତ୍ସା କରନ୍ତୁ ଜଳପାନସକଳେ କରିବା ସ୍ନାହାନ
Couplet 62
ଦେଖ କୋମଳ ଘାସ ତୀରେବାଛୁରୀ ଚରନ୍ତୁ ସଧୀରେ
Couplet 63
ଅନ୍ନ ଭୋଜନ ବସି କରପଞ୍ଚପରାଣ ହେଉ ସ୍ଥିର
Couplet 64
ବେଳ ହିଁ ହେଉଛି ଉଛୁରକ୍ଷୁଧାଏ ଦେହ ଥରହର
Couplet 65
ମରୁଣୁଁ ଉବୁରିଲ ଆଜିପେଟ ପୁରୋଇ ଅନ୍ନଭୁଞ୍ଜି
Couplet 66
ତୁମ୍ଭମାନଙ୍କୁ ଯେ ଯୋଗାଇହସି ବୋଲନ୍ତି ଭାବଗ୍ରାହୀ
Couplet 67
କୃଷ୍ଣର ବୋଲ ଶୁଣି ପୋଏହରଷ ହୋଇଲେ ଥୋକାଏ
Couplet 68
ଚାହିଁଲେ କୃଷ୍ଣଙ୍କୁ ଆନନେ୍ଦଅନ୍ନ ଥୋଇଲେ ବାଲିକୁଦେ
Couplet 69
ବତ୍ସାଙ୍କୁ ଜଳ ପିଆଇଲେକୋମଳ ଘାସେ ଛାଡ଼ିଦେଲେ
Couplet 70
ସାରିଲେ ଗୋପ ପୋଏ ସ୍ନାନସନ୍ତୋଷେ କଲେ ଜଳପାନ
Couplet 71
ତୀରେ ଉଠିଲେ ଧାତିକାରେଅନ୍ନ ଫେଇଲେ ଯେ ଯାହାରେ
Couplet 72
କେ ବୃକ୍ଷୁ ପତ୍ର ତୋଳି ଆଣିବିଷ୍ଣୁ ସୁମରି ସିଞ୍ଚେ ପାଣି
Couplet 73
ପାଷାଣ ଆଣନ୍ତି କେ ଯାଇଅନ୍ନ ବାଢ଼ନ୍ତି ତାହା ଧୋଇ
Couplet 74
ବସ୍ତ୍ର ପାଡ଼ନ୍ତି ପୀତ ନୀଳକେ ବୃକ୍ଷୁ ଆଣନ୍ତି ବକଳ
Couplet 75
ଯେ ଯାହା ମତେ ଅନ୍ନ ଥୋଇକୃଷ୍ଣ ବୋଲନ୍ତି ତାହା ଚାହିଁ
Couplet 76
ଅନ୍ନ ଦେଖାଅ ସବୁ ମୋତେବ୍ୟଞ୍ଜନ ଆଣିଛ କେ କେତେ
Couplet 77
ଶୁଣି ସାନନ୍ଦ ମନେ ପୋଏମଧ୍ୟେ ବସିଲେ ଦେବରାୟେ
Couplet 78
ଯେ ଯାହା ଅନ୍ନପୁଡ଼ା ଫେଡ଼ିକହନ୍ତି ବେନିକର ଯୋଡ଼ି
Couplet 79
ଦେଖ ଶ୍ରୀକୃଷ୍ଣ ମୋର ଭାତବ୍ୟଞ୍ଜନ ଆଣିଛି ବହୁତ
Couplet 80
ବଗଡ଼ା ଅନ୍ନ କେ ଆଣିଲାବେଲ କରଡ଼ି ଲୁଣ ଅଁଳା
Couplet 81
କେ ବୋଲେ ଦଧିଅନ୍ନ ମୋରନିର୍ମଳ ଦେଖ ଦାମୋଦର
Couplet 82
କେ ବୋଲେ ସରୁଭାତ ମୁହିଁଆଣିଛି ଖାଇବାର ପାଇଁ
Couplet 83
କେ ବୋଲେ ତୁଚ୍ଛା ଅନ୍ନ ମୋରଭୁଞ୍ଜିବି ପଛେ ଗୋଳି ନୀର
Couplet 84
ଏମନ୍ତେ ନେଇ ଦେଖାଇଲେବେଢ଼ି ଗୋବିନ୍ଦଙ୍କୁ ବସିଲେ
Couplet 85
ଶ୍ରୀକୃଷ୍ଣ ଭୁଞ୍ଜିବାର ଆଶେବେଣୁ ଖୋଷିଲେ ବାମପାଶେ
Couplet 86
କାଖେ ଯାକିଲେ ଶିଙ୍ଗା ବେତଅନ୍ନ ପୁଡ଼ାଏ ବାମହସ୍ତ
Couplet 87
ଅଙ୍ଗୁଳି ସନ୍ଧିରେ ଅଏଁଳାହୃଦେ ଲମ୍ବଇ ବନମାଳା
Couplet 88
ପୁଅଙ୍କୁ ବୋଲେ ଭାବଗ୍ରାହୀବସ ମଣ୍ତାଳାକାର ହୋଇ
Couplet 89
ତୁମ୍ଭଙ୍କୁ ପରଷଇ ଅନ୍ନନିଶ୍ଚିନ୍ତେ କର ହୋ ଭୋଜନ
Couplet 90
ଶ୍ରୀକୃଷ୍ଣ ବୋଲେ ବ୍ରଜପୋଏବସି ମଣ୍ତଳାକାର ହୋଏ
Couplet 91
ସହସ୍ରେ କେଶର କମଳଯେହ୍ନେ ବେଷ୍ଟିତ ପଦ୍ମଦଳ
Couplet 92
ଶୋଭା ପାଇଲା ବୃନ୍ଦାବନହରଷେ କରନ୍ତି ଭୋଜନ
Couplet 93
ସକଳ ପୁଅଙ୍କୁ ପରଷିମଧ୍ୟେ ବସିଲେ ବ୍ରହ୍ମରାଶି
Couplet 94
କୃଷ୍ଣର ଗୋଷ୍ଠୀ ପଦ୍ମପ୍ରାୟେସ୍ୱର୍ଗେ ଦେଖନ୍ତି ଦେବତାଏ
Couplet 95
ବିବିଧ ମତେ ପରିହାସଗୋପ କୁମରେ ହସ ହସ
Couplet 96
ଦିବ୍ୟ ବ୍ୟଞ୍ଜନ ମୁଖେ ଭରିବୋଲନ୍ତି ଶୁଣ ନରହରି
Couplet 97
ଏ ସ୍ୱାଦ ଅଧିକ ମୋହରଗ୍ରାସେ ଭୋଜନ ତୁମ୍ଭେ କର
Couplet 98
ଶ୍ରୀକୃଷ୍ଣ ଅଧରେ ଦିଅନ୍ତିଏକକୁ ଅରେକ କହନ୍ତି
Couplet 99
ଆନନ୍ଦ ଗୋପାଳଙ୍କ ମନହରଷେ କରନ୍ତି ଭୋଜନ
Couplet 100
ଯଜ୍ଞ ଭୋକତା ବାଳକେଳିଦେଖନ୍ତି ସ୍ୱର୍ଗଲୋକେ ମିଳି
Couplet 101
ମଧ୍ୟେ ବସାଇ ପୀତବାସବାଳକେ ହୁଅନ୍ତି ହରଷ
Couplet 102
ଗୋବିନ୍ଦ କ୍ରୀଡ଼ାରସ ରଙ୍ଗେଗୋପାଳ ବାଳକଙ୍କ ସଙ୍ଗେ
Couplet 103
ହରଷେ ହୋଇ ମତ୍ତଭୋଳଏ କିସ ମଦନ ଗୋପାଳ
Couplet 104
ଅନ୍ନ ଲୋଚିଏ ଘେନି କରେଦିଅନ୍ତି ପୁଅଙ୍କ ହସ୍ତରେ
Couplet 105
ପୋଏ ତା 'ଘେନି ଯା'ନ୍ତି ଦୂରେଭୁଞ୍ଜନ୍ତି ଲତା ଅଭ୍ୟନ୍ତରେ
Couplet 106
ହସି ବୋଲନ୍ତି ପୁଣି ଆସିବୋଲନ୍ତି ଦେବ ବ୍ରହ୍ମରାଶି
Couplet 107
କେହୁ ବୋଲନ୍ତି ମୋତେ ଦିଅହରଷ ନାଦ ଗହ ଗହ
Couplet 108
ପୁଣି ଦଅନ୍ତି ନନ୍ଦବାଳଭୁଞ୍ଜନ୍ତି ନାଚନ୍ତି ଗୋପାଳ
Couplet 109
ହରି ଚହଳ ଘନ ଘନଭୁଞ୍ଜନ୍ତି ପ୍ରଭୁ ଭଗବାନ
Couplet 110
ଏମନ୍ତେ ଅବଶେଷେ ଭୋଜିନୃତ୍ୟ କରନ୍ତି ମନମଜ୍ଜି
Couplet 111
ସ୍ୱର୍ଗେ ଦେଖନ୍ତି ଦେବବୃନ୍ଦଗୋପାଳ ପୁଅଙ୍କ ଆନନ୍ଦ
Couplet 112
ବ୍ରହ୍ମା ଯେ ଦେଖୁଥିଲେ ଶୂନ୍ୟେଆସି ମିଳିଲେ ବୃନ୍ଦାବନେ
Couplet 113
ଦେଖିଣ ଗୋବିନ୍ଦର ଗତିମନେ ଚିନ୍ତଇ ବେଦପତି
Couplet 114
ଅଳପ ଦିନେ ଭଗବାନଗୋକୁଳେ ପଡ଼ି ହେଲେ ଭ୍ରମ
Couplet 115
ଆତ୍ମାକୁ ନ ଚିହ୍ନଇ କିଛିଗୋପାଳମେଳେ ଭୁଞ୍ଜୁ ଅଛି
Couplet 116
ଏହାର ଅବିବେକ ପଣକେହ୍ନେ ବୋଲାଇ ନାରାୟଣ
Couplet 117
ଏ କଥା ଜାଣିବା କେମନ୍ତେସନ୍ଦେହ ଲାଗିଲା ତ ମୋତେ
Couplet 118
ଦେଖିଲି ଅସୁର ମୋକ୍ଷଣଏବେ ଭୁଞ୍ଜଇ ପୁଡ଼ା ଅନ୍ନ
Couplet 119
ପୁଅଙ୍କ ଉଚ୍ଛିଷ୍ଟ ବ୍ୟଞ୍ଜନଆପଣେ କରଇ ଭୋଜନ
Couplet 120
ଯେବେ ଅଟଇ ଚକ୍ରଧରମୋର ମାୟାରୁ ହେଉ ପାର
Couplet 121
ଏହାକୁ ମାୟା ମୁଁ କରିବିବତ୍ସା ବାଳକ ହରି ନେବି
Couplet 122
ଦେଖିବି ଏହାର ବିକଳକେମନ୍ତେ ରଖିବ ଗୋକୁଳ
Couplet 123
ଏମନ୍ତ ବିଚାରଇ ବସିଅନ୍ନ ଭୁଞ୍ଜନ୍ତି ବ୍ରହ୍ମରାଶି
Couplet 124
କୋମଳ ତୃଣ ଚରି ଚରିଗହନେ ପଶିଲେ ବାଛୁରୀ
Couplet 125
ମାୟାରେ ବ୍ରହ୍ମା ତାହା ହରିରଖିଲେ କମଣ୍ତଳେ ଭରି
Couplet 126
ଗୋପାଳେ ବତ୍ସା ନ ଦେଖିଲେଅନ୍ନଭୋଜନ ଉପେକ୍ଷିଲେ
Couplet 127
ଚକିତେ ଚଉଦିଗେ ଚାହିଁବୋଲନ୍ତି କୃଷ୍ଣଙ୍କୁ ଅନାଇଁ
Couplet 128
ବତ୍ସାଏ ଗଲେ କେଉଁ କତିଶୁଣିମା ପ୍ରଭୁ ଦାଶରଥି
Couplet 129
ନିକଟେ ବତ୍ସା ନ ଦିଶଇଯେଝାରେ ଆଣିବୁ ଅଡ଼ାଇ
Couplet 130
ଶୁଣି ବୋଲନ୍ତି କୃଷ୍ଣ ହସିମୁହିଁ ଆଣିବି ବନେ ପଶି
Couplet 131
ସମସ୍ତେ ଏହିଠାରେ ଥାଅଅନ୍ନ ବ୍ୟଞ୍ଜନ ସବୁ ଖାଅ
Couplet 132
ଆମ୍ଭେ ଆସିବୁ ବତ୍ସା ଲୋଡ଼ିବୋଲିଣ ଘେନିଲେ ଲଉଡି
Couplet 133
ସୁଖେ ଭୋଜନ ପାନ କରକହି ଚଳିଲେ ବେଣୁଧର
Couplet 134
ପଞ୍ଚଗରାସ ତୁଣ୍ତେ ଭରିଅନ୍ନ ପୁଡ଼ାଏ କରେ ଧରି
Couplet 135
ଗିରି କାନନ ନଦୀତୀରେଖୋଜନ୍ତି ଝାଳ ଜରଜରେ
Couplet 136
କୃଷ୍ଣେ ନ ଦେଖି ବେଦପତିମିଳିଲେ କୁମରଙ୍କ କତି
Couplet 137
ମାୟାର ବଳେ ଜ୍ଞାନ ହରିପୁଅଙ୍କୁ କମଣ୍ତଳେ ଭରି
Couplet 138
ତକ୍ଷଣେ ଘେନିଣ ଚଳିଲେପର୍ବତ କ୍ରୋଟରେ ରଖିଲେ
Couplet 139
ବୃନ୍ଦାବନକୁ ଅନାଇଲେନିଜ ଭୁବନେ ବିଜେ କଲେ
Couplet 140
ବତ୍ସା ନ ପାଇ ବନମାଳୀପୁଣି ଭୋଜନ ସ୍ଥାନେ ମିଳି
Couplet 141
ଦେଖିଲେ ଗୋପପୋଏ ନାହିଁଚକିତେ ଚଉଦିଗେ ଚାହିଁ
Couplet 142
ବାଳକେ କେଣେ ଗଲେ ବୋଲିଡାକନ୍ତି ଯେଝା ନାମ ଧରି
Couplet 143
ବତ୍ସା ବାଳକେ ବନେ ଖୋଜିଡାକନ୍ତି ଗତିପଥ ହେଜି
Couplet 144
ବୋଲନ୍ତି କିସ ବିପରୀତକେ ନେଲା ବତ୍ସା ଗୋପସୁତ
Couplet 145
ବେଳ ହୋଇଲା ଅବସାନଗୋରୁଏ ମିଳିଲେ ସଦନ
Couplet 146
ବତ୍ସା ନ ଦେଖି ଗାଈମାନେଧାଇଁ ଲୋଡ଼ନ୍ତି ନାନା ସ୍ଥାନେ
Couplet 147
ଗୋପାଳେ ରଖି ନ ପାରନ୍ତିଗୋରୁଏ ବନକୁ ଧାମନ୍ତି
Couplet 148
ଗୋରୁଙ୍କ ଦେଖିଣ ବିକଳଗୋପାଳେ ପାଡ଼ନ୍ତି ଚହଳ
Couplet 149
ସହି ନ ପାରିଲାକି ନନ୍ଦଡାକଇ ଗୋବିନ୍ଦ ଗୋବିନ୍ଦ
Couplet 150
ରାମ ଗୋବିନ୍ଦ ବନମାଳୀନନ୍ଦ ଡାକିଲା ନାମ ଧରି
Couplet 151
ଡାକଇ ବୃନ୍ଦାବନେ ପଶିବତ୍ସା ନ ପାଇ ବ୍ରହ୍ମରାଶି
Couplet 152
ଧ୍ୟାନେ ନିରୋପି ଦେବେ ଚାହିଁଜାଣିଲେ ପ୍ରଭୁ ଭାବଗ୍ରାହୀ
Couplet 153
ବିଧାତା ମୋତେ ମାୟା କରିବତ୍ସାବାଳକେ ନେଲା ହରି
Couplet 154
ମୋତେ ଦେଖାଇଲା ସ୍ୱଭାବଆଜ ଗଞ୍ଜିବି ତା'ର ଗର୍ବ
Couplet 155
ଗୋପ ଯୁବତୀଙ୍କର ହିତେବ୍ରହ୍ମାଙ୍କୁ ଗଞ୍ଜିବା ନିମନ୍ତେ
Couplet 156
ଉଭୟ ରୂପ ଅଙ୍ଗୀକାରଜଗତନାଥ ମାୟାଧର
Couplet 157
ନିଜ ସ୍ୱାଭାବ ସୁମରିଲେଆମ୍ଭେଟି ଈଶ୍ୱର ଜାଣିଲେ
Couplet 158
ବ୍ରହ୍ମା ଶଙ୍କର ମୋର ଦାସସ୍ୱର୍ଗ ଭୁବନ ଚତୁର୍ଦ୍ଦଶ
Couplet 159
ଆମ୍ଭେ ତ ଅଟୁ ପ୍ରଜାପତିସଂସାର ସଂହାରଣ ନୀତି
Couplet 160
ମୋହର ସଞ୍ଚିଲା ଏ ସର୍ବକିପାଁ ମାଗିବି କଲା ଗର୍ବ
Couplet 161
ଦେବେ କରିବେ ଉପହାସମାଗନ୍ତେ ନାହିଁ ପଉରୁଷ
Couplet 162
କୋଟି ବ୍ରହ୍ମାଣ୍ତ ଗର୍ଭୁ ଜାତବତ୍ସା ବାଳକ କେତେ ମାତ୍ର
Couplet 163
ମାୟା ଭିଆଣ ଜଗନ୍ନାଥଗର୍ଭୁ ସକଳ କଲେ ଜାତ
Couplet 164
ଏମନ୍ତେ ପ୍ରଭୁ ନରହରିବତ୍ସାବାଳକ ରୂପ ଧରି
Couplet 165
ଯେତେ ବାଛୁରୀ ଗୋପସୁତକୃଷ୍ଣ ଦେହରୁ ହେଲେ ଜାତ
Couplet 166
ଯାହାର ଯେମନ୍ତ ସ୍ୱଭାବମାୟାଭିଆଣ ପଦ୍ମନାଭ
Couplet 167
ବିବିଧ ବନ୍ଧେ କାଛା ପିନ୍ଧିଚୂଳେ ମୟୂରପୁଚ୍ଛ ବାନ୍ଧି
Couplet 168
ଗୁଞ୍ଜରାପାଟି ଫୁଲମାଳେରତ୍ନକୁଣ୍ତଳ ଗଣ୍ତସ୍ଥଳେ
Couplet 169
କର ପୟର ଶିକା ଡ଼ାଳିକଣ୍ଠେ ମୁକୁତା ବିଦମାଳୀ
Couplet 170
ବେଣୁ କଠାଉ ଶିଙ୍ଗା ବେତଯାହାର ସ୍ୱରୂପ ଯେମନ୍ତ
Couplet 171
ଯାହାର ବଚନ ଯେମନ୍ତରୂପ ବୟସ ସେହି ମତ
Couplet 172
ଯେ ଯେତେ ଉଚ୍ଚ ସଞ୍ଚ ସ୍ଥୂଳଯାହାର ଯେମନ୍ତ କୁନ୍ତଳ
Couplet 173
ଓଁକାରୁ ଯେହ୍ନେ ବେଦ କ୍ଷରିସର୍ବ-ସ୍ୱରୂପ ନରହରି
Couplet 174
ରୂପୁଁ ଅନେକ ରୂପ କଲେବିଶ୍ୱ-ପ୍ରପଞ୍ଚ ଦେଖାଇଲେ
Couplet 175
ବେଳ ହୋଇଲା ଅବସାନଗୋପେ ଚଳିଲେ ଭଗବାନ
Couplet 176
ଆପେ ବାଛୁରୀ ଆପେ ପୋଏଆତ୍ମାକୁ ଆପଣେ ଅଡ଼ାଏ
Couplet 177
ପ୍ରବେଶ ଗୋପପୁର ଲାଗେପୋଏ ନାଚନ୍ତି ନାନାରଙ୍ଗେ
Couplet 178
ମୁରଲୀ ଶୁଣି ଗୋପନାରୀପାଛୋଟି ଗଲେ ଆଗସରି
Couplet 179
ପୁତ୍ରଙ୍କୁ ଦେଖି ସ୍ନେହଭରେହୃଦେ ଚାପିଲେ ତୋଳି କରେ
Couplet 180
ଯେଝା ବାଳକ ଧରି କୋଳେସ୍ନେହ କରନ୍ତି କୁତୂହଳେ
Couplet 181
ଆନନ୍ଦ କେ ପାରିବ କହିସ୍ତନ୍ୟ ପିଆନ୍ତି ଚୁମ୍ବ ଦେଇ
Couplet 182
ଯଶୋଦା ରୋହିଣୀ ମିଳିଲେରାମ-କୃଷ୍ଣଙ୍କୁ କୋଳ କଲେ
Couplet 183
ଆନନ୍ଦେ ପିଆବନ୍ତି ସ୍ତନ୍ୟଶ୍ରୀମୁଖେ ଦିଅନ୍ତି ଚୁମ୍ବନ
Couplet 184
ବୋଲନ୍ତି ଲୁଚିଯିବି ତୋରଆଜ ତ ବନସ୍ତେ ଉଛୁର
Couplet 185
କୃଷ୍ଣ ବୋଲନ୍ତି ଶୁଣ ମାଏଗଲୁଁ ଥୋକାଏ ଦୂର ଯାଏଁ
Couplet 186
ତେଣୁ ସେ ହୋଇଲା ଉଛୁରଭାବେ ଭଣ୍ତିଲେ ଚକ୍ରଧର
Couplet 187
ଗୋବତ୍ସା ଗଲେ ଯେଝା ଘରେଗୋପୀ ମିଳିଲେ ନିଜ ପୁରେ
Couplet 188
ପୁତ୍ରଙ୍କୁ ମାଜଣା କରାଇଦଧି-ଲବଣି ଅନ୍ନ ଦେଇ
Couplet 189
ଯେଝାରେ କରାଇ ଶୟନଆନନ୍ଦ ଗୋପୀଙ୍କର ମନ
Couplet 190
ରାତ୍ରେ ଅଇଲେ ବନୁଁ ଗାଈହମ୍ବାଳି ଛାଡ଼ିଣ ବୋବାଇ
Couplet 191
କୋଳେ ଆବୋରି ବତ୍ସା ଲେହିସ୍ତନ ପିଆନ୍ତି ସ୍ନେହ ବହି
Couplet 192
କି ପୁଣ୍ୟ ଗୋପୀଜନଙ୍କରକୋଳେ ଧଇଲେ ଚକ୍ରଧର
Couplet 193
ପୂର୍ବେ ଅଛନ୍ତି ତପ କରିସ୍ତନ୍ୟ ପିଆନ୍ତି ନରହରି
Couplet 194
ପୁଣ୍ୟ କେ କହୁ ତାହାଙ୍କରଯାହା ନ ପା'ନ୍ତି ବ୍ରହ୍ମା ହର
Couplet 195
ଏ କଥା ନଜାଣନ୍ତି କେହିମାୟା ଭିଆଣ ଭାବଗ୍ରାହୀ
Couplet 196
ନିତ୍ୟେ ଚରାନ୍ତି ବତ୍ସା ବନେଗୋପେ ମିଳନ୍ତି ରାତ୍ରମାନେ
Couplet 197
ଏମନ୍ତେ ପୂରିଲା ବରଷଶୁଣ ରାଜନ କୃଷ୍ଣ ରସ
Couplet 198
ଦିନେକ ରାମ ଘେନି ସଙ୍ଗେବନେ ମିଳିଲେ ଶିରୀରଙ୍ଗେ
Couplet 199
ପର୍ବତ ନାମ ଗୋବର୍ଦ୍ଧନକାଳିନ୍ଦୀତୀରେ ବୃନ୍ଦାବନ
Couplet 200
ଗୋପକୁମର ଘେନି ହରିସେ ବନେ ଚରାନ୍ତି ବାଛୁରୀ
Couplet 201
ପର୍ବତେ ଗାଈ ଚରୁଥିଲେତଳେ ବତ୍ସାଙ୍କୁ ଅନାଇଲେ
Couplet 202
ଦେଖି ଧାଇଁଲେ ଅତି ଖରେତଳେ ମିଳିଲେ ସ୍ନେହଭରେ
Couplet 203
ଉର୍ଦ୍ଧ୍ୱେ ଲାଙ୍ଗୁଳ-ମୁଖ ହୋଇପର୍ବତୁଁ ପଡ଼ନ୍ତେ ଓହ୍ଲାଇ
Couplet 204
ଗୋପାଳେ ଓଗାଳିଲେ ଆସିକରେ ଲଉଡ଼ିମାନ ତ୍ରାସି
Couplet 205
ତା'ଙ୍କ ବାରଣ ନ ମାନିଲେପର୍ବତ ତଳେଣ ମିଳିଲେ
Couplet 206
ଆବୋରି ଯେ ଯାହାର ବତ୍ସାହମ୍ବାଳି ଲିହିବାରେ ଇଚ୍ଛା
Couplet 207
ସ୍ତନ୍ୟ ପିଆନ୍ତି ଦେହ ଲିହିହୁଙ୍କାର ନାଦେ ସର୍ବ ଗାଈ
Couplet 208
ଓଗାଳି ନ ପାରି ଗୋପାଳେଲଜ୍ଜାରେ ରହିଲେ ସକଳେ
Couplet 209
ଗୋପାଳେ ଥିଲେ ଗିରି ପରେତଳେ ମିଳିଲେ ଧାତିକାରେ
Couplet 210
ପୁତ୍ରଙ୍କୁ କହନ୍ତି ପିଅରକିମ୍ବା ଆଣିଲ ବତ୍ସାପଲ
Couplet 211
ପିଇଲେ ସକଳ ବାଛୁରୀଓଗାଳ ନ ପାରିଲୁ କରି
Couplet 212
ମାୟା କୁମାର ମୁଖ ଚାହିଁଗୋପାଳେ ହୋଇଲେକି ମୋହି
Couplet 213
ନିଜ ବାଳକ ଦେଖି ତଳେସ୍ନେହେକରିଲେ କାଖେ କୋଳେ
Couplet 214
ଚୁମ୍ବନ ଦେଇ ହୃଦେ ଚାପିସ୍ନେହେ ବୁଜିଲେ ବେନି ଆଖି
Couplet 215
ଗୋରୁ-ଗୋପାଳ ସ୍ନେହଭରେଦେଖିଣ ରୋହିଣୀ-କୁମରେ
Couplet 216
ଭାଳନ୍ତି ବୃକ୍ଷତଳେ ରହିଏମନ୍ତ ଦେଖିଲା ତ ନାହିଁ
Couplet 217
ପୂର୍ବହୁଁ ସ୍ନେହ ତ ଅତ୍ୟନ୍ତଏ କଥା ଜାଣିବା କେମନ୍ତ
Couplet 218
ମୋତେ ତ ସନ୍ଦେହ ଲାଗିଲାକିମ୍ବା ଗୋବିନ୍ଦ ମାୟା କଲା
Couplet 219
ରାମ ଚାହିଁଲେ ଯୋଗବଳେଯେତେ ବାଛୁରୀ ଗୋପବାଳେ
Couplet 220
ଦିଶନ୍ତି ଚାରି ଚାରି ଭୁଜକୋଟିଏ କାମ ଜିଣି ତେଜ
Couplet 221
ପୀତବସନ କଟୀ ମାଝେମଣି କୁଣ୍ତଳ ରବି ଗଞ୍ଜେ
Couplet 222
ଦେଖି ଚକିତ ହଳଧରକୃଷ୍ଣଙ୍କୁ କହନ୍ତି ମଧୁର
Couplet 223
ଦେବତା ଋଷି ଏ ନୁହନ୍ତିତୋହର ପ୍ରାୟେକ ଦିଶନ୍ତି
Couplet 224
ନିଜ ବାଳକ-ବତ୍ସା କାହିଁତୋ' ତହୁଁ ଆନ ନ ଦିଶଇ
Couplet 225
ମାୟା କି କରିଅଛୁ ମୋତେକେମନ୍ତେ ଯିବଇଁ ପରତେ
Couplet 226
ହସି ବୋଲନ୍ତି ନନ୍ଦବାଳାବ୍ରହ୍ମା କଷଣ ମୋତେ ଦେଲା
Couplet 227
ବନେ ଭୋଜନ ଦେଖି ମୋରହରିଲ ବାଛୁରୀ-କୁମର
Couplet 228
ଏମାନ ଭିଆଇଲି ମୁହିଁଶୁଣିମା ସାବଧାନ ହୋଇ
Couplet 229
ଶୁଣି ସାନନ୍ଦ ବଳରାମକୃଷ୍ଣଙ୍କୁ ଦିଅନ୍ତି ଚୁମ୍ବନ
Couplet 230
ଗୋପେ ମିଳିଲେ ରାତ୍ରକାଳେଶୟନ ଯଶୋଦାର କୋଳେ
Couplet 231
ରଜନୀ ହୋଇଲା ପ୍ରଭାତବନେ ଚଳିଲେ ଗୋପୀନାଥ
Couplet 232
ବ୍ରହ୍ମା ଯେ ବତ୍ସା ହରି ନେଲାମଞ୍ଚକୁ ବରଷେ ହୋଇଲା
Couplet 233
ବିଧାତା ବିଚାରଇ ମନେକୃଷ୍ଣେ ଭେଟିବି ବୃନ୍ଧାବନେ
Couplet 234
କେମନ୍ତ କଲେ ଦାମୋଦରଆଜ ଦେଖିବି ଗୋପପୁର
Couplet 235
ବ୍ରହ୍ମା ବିଚାରି ଏହା ମନେବେଗେ ମିଳିଲା ବୃନ୍ଦାବନେ
Couplet 236
ଦେଖିଲା ଯମୁନାର କୂଳେବତ୍ସା-ବାଳକ କୃଷ୍ଣମେଳେ
Couplet 237
ମୁରଲୀ ବାଇ ନାନାଛନ୍ଦେବାଳକେ ନାଚନ୍ତି ଆନନ୍ଦେ
Couplet 238
ନିଶ୍ଚିନ୍ତେ ଚରାନ୍ତି ବାଛୁରୀମଧ୍ୟେ ବିଜୟ ନରହରି
Couplet 239
ଦେଖି ଚକିତ ପ୍ରଜାପତିବନେ ଚାହଁଇ ଚଉକତି
Couplet 240
ଚକିତ ଚିତ୍ତେ ଛନ୍ନ ଛନ୍ନବିଧାତା ବିଚାରଇ ମନ
Couplet 241
ବତ୍ସା ବାଳକ ମୁହିଁ ନେଇମାୟା ଶୟଳେ ଅଛି ଥୋଇ
Couplet 242
ଏହାଙ୍କୁ କାହୁଁ ଭିଆଇଲାଏମନ୍ତ ବୋଲି ବାହୁଡ଼ିଲା
Couplet 243
ଦେଖିଲା ନିଜ ପୁରେ ଯାଇବତ୍ସା ବାଳକେ ଛନ୍ତି ଶୋଇ
Couplet 244
ପୁଣି ମିଳିଲା ନଦୀତୀରେବାଳକେ ଅଛନ୍ତି ସେଠାରେ
Couplet 245
ଆନନ୍ଦେ ଚରାନ୍ତି ବାଛୁରୀନାଚନ୍ତି ବେଣୁନାଦ କରି
Couplet 246
ଉଭୟ ସଙ୍କଟେ ବିଧାତାମନେ ପାଇଲା ଗୁରୁ ଚିନ୍ତା
Couplet 247
ପୁଣି ଦେଖିଲା ଯାଇ ଘରେଆସି ମିଳିଲା ନଦୀତୀରେ
Couplet 248
ବିଧାତା ବିଚାରି ଚକିତବୋଲଇ ଏ କି ବିପରୀତ
Couplet 249
ମୋର ଭୁବନେ ଶୋଇଛନ୍ତିପୁଣି ଏ ବନେ ଚରୁଛନ୍ତି
Couplet 250
ଏହାଙ୍କୁ କାହୁଁ ଏ ଆଣିଲାମୋତେ ତ ସନ୍ଦେହ ଲାଗିଲା
Couplet 251
କି ବୁଦ୍ଧି କରିବଇଁ ଆଜମୋତେ ହୋଇଲା ବଡ଼ ଲାଜ
Couplet 252
ଯେବେ ମୁଁ ବତ୍ସା ଦେବି ଆଣିକୋପ କରିବେ ଚକ୍ରପାଣି
Couplet 253
କିବା ମୋହର ବଡ଼ପଣହାସ୍ୟ କରିବେ ଦେବଗଣ
Couplet 254
କରିବି କେବଣ ଉପାୟନ ପୁଣ କୋପେ ଦେବରାୟ
Couplet 255
କୋପ କରିଣ ଶିରୀବତ୍ସୀଆନ ବ୍ରହ୍ମାଏ ଭିଆଇଛି
Couplet 256
ନୁହଇ ମୋହର ସଞ୍ଚିଲାଆନ ବ୍ରହ୍ମା କି ଭିଆଇଲା
Couplet 257
ବାଳକ ବାଛୁରୀ ଭିଆଇଗୋବିନ୍ଦ ଅଛି କି ଲୁଚାଇ
Couplet 258
ନିଜ ମାୟାରେ ନିଜେ ଜଡ଼ିବ୍ରହ୍ମା ଭ୍ରମିଲା ପଥ ହୁଡ଼ି
Couplet 259
ମାୟା ମୋହିଲେ ଭଗବାନଆନ ମାୟା ଯେ ବିଡ଼ମ୍ବନ
Couplet 260
ଘୋର ଅନ୍ଧାର ରାତ୍ରମାନେକୁହୁଡ଼ି ଦିଶେ କି ଗଗନେ
Couplet 261
ଦିବସେ ଜୁଳୁଜୁଳା ପୋକପ୍ରକାଶି ପାରେ କି ଆଲୋକ
Couplet 262
କ୍ଷଣକେ ହୋଇଲା ସଚେତପୁଣି ଚାହଁଇ ଭୟଚିତ୍ତ
Couplet 263
ଯେତେ ବାଛୁରୀ ଗୋପବାଳେବ୍ରହ୍ମାଙ୍କୁ ଦିଶନ୍ତି ସକଳେ
Couplet 264
ନୀଳ-ଜଳଦ ତୁନୁକାନ୍ତିପୀତବସନ ଝଟକନ୍ତି
Couplet 265
ଶ୍ରବଣେ କୁଣ୍ତଳ ବିରାଜେରବିଶଙ୍କ ତେଜ ଗଞ୍ଜେ
Couplet 266
ଶ୍ରୀବତ୍ସ ଚିହ୍ନ କଣ୍ଠେ ମଣିକଟୀରେ ରତ୍ନ-ଓଡ଼ିଆଣି
Couplet 267
ମର୍କତସ୍ତମ୍ଭ ଭୁଜ ଚାରିଶଙ୍ଖ-କମଳ-ଗଦାଧାରୀ
Couplet 268
ଦକ୍ଷିଣ କରେ ଚକ୍ର ଶୋହେରୂପେ କୋଟିଏ କାମ ମୋହେ
Couplet 269
କରେ କଙ୍କଣ ହୃଦେ ହାରଚରଣେ ବାଜେଣି ନୂପୁର
Couplet 270
କୋମଳ ତୁଳସୀର ମାଳେକଣ୍ଠୁ ଲମ୍ବଇ ପାଦତଳେ
Couplet 271
ବିକଟ-କମଳ-ଲୋଚନଅଧର ବିମ୍ବଫଳ ବର୍ଣ୍ଣ
Couplet 272
ଯା'ର ମହିଁମା ପରିମାଣିବେଦ-ପୁରାଣେ ନୋହେ ଜାଣି
Couplet 273
ସ୍ତୁତି କରନ୍ତି ସୁରମୁନିପାଦେ କିଙ୍କର ପଦ୍ମଯୋନି
Couplet 274
ଅଶେଷ ବ୍ରହ୍ମାଣ୍ତ ଠାକୁରବ୍ରହ୍ମାଏ ଖଟନ୍ତି ପୟର
Couplet 275
ପୂଜନ୍ତି ନାନା ଉପହାରେନୃତ୍ୟ କରନ୍ତି ଗୀତସ୍ୱରେ
Couplet 276
ସ୍ତମ୍ଭରୁ ବ୍ରହ୍ମ ପରିଯନ୍ତେବ୍ରହ୍ମାଣ୍ତେ ଅଛନ୍ତି ଯେ ଯେତେ
Couplet 277
ପଞ୍ଚ ଇନ୍ଦ୍ରିୟ ପଞ୍ଚଭୂତଯେ ଅଧିଷ୍ଠାତା ଦଇବତ
Couplet 278
ବୁଦ୍ଧି ଚେତନା ଅହଙ୍କାରଯେତେ ଏ ମନର ବିକାର
Couplet 279
ଯେଝା ବିଷୟ ଅନୁରୂପେଖଟନ୍ତି ବ୍ରହ୍ମାଙ୍କ ସମୀପେ
Couplet 280
ଅଣିମା ଆଦି ଅଷ୍ଟନିଧିକଳା ସ୍ୱଭାବେ କର୍ମସାଧି
Couplet 281
ସୃଷ୍ଟି କରନ୍ତି ଅପ୍ରମିତଚଞ୍ଚଳ ବ୍ରହ୍ମାଙ୍କର ଚିତ୍ତ
Couplet 282
ଖଟନ୍ତି ଗୋବିନ୍ଦ ପୟରଦେଖି ଚକିତ ବେଦବର
Couplet 283
କୋଟି ଅଂଶରେ ତୁଲ୍ୟ ନୋହେସ୍ୱରୂପ ବ୍ରବ୍ମାଙ୍କର ପ୍ରାୟେ
Couplet 284
ଏମନ୍ତ କୃଷ୍ଣମାୟା ଦେଖିଭୟେ ବୁଜିଲା ଅଷ୍ଟ ଆଖି
Couplet 285
ଯେସନେ ଦେବୀ ପୂଜା ଯୋଗେକାଷ୍ଠପିତୁଳା ଥୋଇ ଆଗେ
Couplet 286
ତେସନେ ହୋଇ ବେଦବରରହିଲା ଶ୍ରୀକୃଷ୍ଣ ଛାମୁର
Couplet 287
ବେଦେ ଗୋଚର ନୋହେ ଯେହୁମହାମହିମ ମହାବାହୁ
Couplet 288
ପ୍ରମାଣି ନ ପାଇଲା ଅନ୍ତବ୍ରହ୍ମା ହୋଇଲା ମୋହଗତ
Couplet 289
କଣ୍ଠେ ହୋଇଲା ପଞ୍ଚପ୍ରାଣଜାଣିଲେ କମଳାରମଣ
Couplet 290
ଅଦୃଶ୍ୟ ଇନ୍ଦ୍ର ଜାଲ ମାୟାବିଶ୍ୱ ମୂରତି ଯା'ର କାୟା
Couplet 291
ମନେ ବିଚାରି ଚକ୍ରଧରଜାଣିଲେ ବ୍ରହ୍ମାର ଆତୁର
Couplet 292
ବୋଇଲେ ଅଳପ କର୍ମରଜ୍ଞାନ ହାରିଲା ବେଦବର
Couplet 293
ଏବେ କରିବା କର୍ମ ଯେତେଧାତା କି ଜୀଇବ ଜୀବିତେ
Couplet 294
ବିଚାରି ପଟଳ କାଢ଼ିଲେନିଜ ସ୍ୱରୂପ ଦେଖାଇଲେ
Couplet 295
ବ୍ରହ୍ମାଙ୍କୁ କୃଷ୍ଣ ଦୟା କଲେମାୟା-ପଟଳ ଉହାଡ଼ିଲେ
Couplet 296
ଜ୍ଞାନ ପାଇଲା ପ୍ରଜାପତିଉଠି ଚାହିଁଲା ଚଉକତି
Couplet 297
ଦେଖିଲା ବୃନ୍ଦାବନ ଲାଗେଲକ୍ଷ୍ମୀ ବିଜୟ ଚଉଦିଗେ
Couplet 298
ବନ୍ୟଜନ୍ତୁଙ୍କ ହିଂସା ନାହିଁଚରନ୍ତି ମିତ୍ର ପ୍ରାୟ ହୋଇ
Couplet 299
ଦେଖିଲା କଦମ୍ବର ତଳେକୃଷ୍ଣ ନାଚନ୍ତି କୁତୂହଳେ
Couplet 300
ପୁଣି ଦେଖିଲା କେହି ନାହିଁଚକିତେ ଚଉଦିଗେ ଚାହିଁ
Couplet 301
ସଭୟ ଚିତ୍ତେ ଛନଛନଆରତେ ବୁଜିଲା ନୟନ
Couplet 302
ଘଡ଼ିକେ ପୁଣି ଅନାଇଲାଦେଖଇ ଗୋବିନ୍ଦର ଲୀଳା
Couplet 303
କରେଣ ଅନ୍ନପୁଡ଼ା ଘେନିବତ୍ସା ଖୋଜନ୍ତି ବନେ ଭ୍ରମି
Couplet 304
ଦେଖି ବାହନ ଉପେକ୍ଷିଲାକୃଷ୍ଣର ନିକଟେ ମିଳିଲା
Couplet 305
ପାଦେ ପଡ଼ିଲା ବେଦବରଅବନୀ ଦିଶିଲା ସୁନ୍ଦର
Couplet 306
ନୀଳ-ପାଷାଣ ତଳେ ଥାଇସୁବର୍ଣ୍ଣ ଯେମନ୍ତେ ଦିଶଇ
Couplet 307
ଚାରି ମୁକୁଟ ଶିରେ ଥିଲାକୃଷ୍ଣର ଚରଣେ ଲାଗିଲା
Couplet 308
ବେନି ଚରଣେ ଶିର ଦେଇଭୟେ ବୋଲଇ ତ୍ରାହି ତ୍ରାହି
Couplet 309
ପୂଜିଲା ଗୋବିନ୍ଦ ପୟରଦେଇ ବିବିଧ ଉପହାର
Couplet 310
ପାଦ ଧୋଇଲା ଚକ୍ଷୁ ଲୁହେମନ ନିବେଶି କୃଷ୍ଣପାୟେ
Couplet 311
ଶତେକ ବେଳ ପାୟେ ପଡ଼ିଉଠିଲା ବେନିକର ଯୋଡ଼ି
Couplet 312
ସ୍ତୁତି କରଇ ଚାରିବେଦେଆନନ୍ଦେ ଶୋକ ଗଦଗଦେ
Couplet 313
ସେ ହରି ଚରଣ-କମଳେସୁଜନେ ଚିନ୍ତ ଧ୍ୟାନବଳେ
Couplet 314
ବତ୍ସା-ହରଣ ଏହୁ ଛାନ୍ଦଏଣେ ଛାଡ଼ିବ ମୋହ-ଫାନ୍ଦ
Couplet 315
ଗର୍ବ ଗଞ୍ଜନ ଯା'ର ବାନାଭକ୍ତ-ଜନଙ୍କ ବଜ୍ର-ସେହ୍ନା
Couplet 316
ଭକ୍ତ ବତ୍ସଳ ନରହରିଯାହାର ନାହିଁ ମିତ୍ର ଅରି
Couplet 317
ଶ୍ରୀକୃଷ୍ଣ ପାଦେ ଦେଇ ଚିତ୍ତକହଇ ଦାସ ଜଗନ୍ନାଥ