Skandha 10
Adhyaya 13
Couplet 1
ବୋଲନ୍ତି ବ୍ୟାସମୁନି ଶିଷଶୁଣ ରାଜନ କୃଷ୍ଣରସ
Couplet 2
ଗୋପ ନଗରେ ଶିରୀରଙ୍ଗେଖେଳନ୍ତି କୁମାରଙ୍କ ସଙ୍ଗେ
Couplet 3
ଦିନ ହରନ୍ତି ବୃନ୍ଦାବନେଘରେ ମିଳନ୍ତି ରାତ୍ରମାନେ
Couplet 4
ଏମନ୍ତେ ବୃନ୍ଦାବନେ କେଳିରାମ ଗୋବିନ୍ଦ ଗୋପବାଳୀ
Couplet 5
ଦିନେକ ପ୍ରଭୁ ଦେବରାଜରାତ୍ରହୁଁ ଉପେକ୍ଷିଲେ ଶେଯ
Couplet 6
ରଜନୀ ଅଛି ବେନି ଘଡ଼ିନିଦ୍ରା ଉପେକ୍ଷି ନରହରି
Couplet 7
ମାତାଙ୍କୁ ଡାକି ବନମାଳୀପୟରେ କଲେ ନିଉଛାଳି
Couplet 8
ଆଜ ମୁଁ ନ ଭୁଞ୍ଜିବି ଘରେଅନ୍ନ ପୁଡ଼ାଏ ଦିଅ ମୋରେ
Couplet 9
ଦଇବେ ନିଦାଘର କାଳଖରା ଲାଗନ୍ତେ ବହେ ଝାଳ
Couplet 10
ଶୀତଳ ବେଳୁ ଯିବୁ ବନଅନ୍ନ ତୁ ଦିଅ ଗୋ ବହନ
Couplet 11
ଶୁଣି ସାନନ୍ଦ ନନ୍ଦରାଣୀଅନ୍ନ ବାଢ଼ିଲେ ଘରୁ ଆଣି
Couplet 12
ନାନା ବ୍ୟଞ୍ଜନ ଗୁଡ଼ ଦଧିପୁଡ଼ା ଗୋଟିଏ ଦେଲେ ବାନ୍ଧି
Couplet 13
ଶିକାରେ ଘେନି ଅନ୍ନ ପୁଡ଼ାଶିଙ୍ଗା କାହାଳୀ ବେତଯୋଡ଼ା
Couplet 14
ଛନ୍ଦ ଦଉଡ଼ି କନ୍ଧେ ଘେନିଗୋବିନ୍ଦ କଲେ ଶିଙ୍ଗାଧ୍ୱନି
Couplet 15
ଗୋପ କୁମରେ ଥିଲେ ଶୋଇକର୍ଣ୍ଣେ ଶୁଭିଲା ନାଦ ଯାଇ
Couplet 16
ବନେ ଭୁଞ୍ଜିବା ଆଜ ଅନ୍ନକରିବା କ୍ରୀଡ଼ାରସମାନ
Couplet 17
ରାତ୍ରେ ସଂକେତ କରିଥିଲେପ୍ରଭାତେ ବେଣୁଧ୍ୱନି କଲେ
Couplet 18
ଯେ ଯାହା ନାମ ଧରି ଡାକିବାଳକେ ଶୟନ ଉପେକ୍ଷି
Couplet 19
ନନ୍ଦର ଦ୍ୱାରେ ଯାଇ ମିଳିଦେଖିଲେ ରାମ ବନମାଳୀ
Couplet 20
ବୋଲନ୍ତି ପ୍ରଭୁ ଦେବରାଜଆମ୍ଭର ପ୍ରାୟେ ହୁଅ ସଜ
Couplet 21
ଶୁଣି ମିଳିଲେ ଯେଝା ଘରେଅନ୍ନ ଘେନିଲେ ବାମକରେ
Couplet 22
ବେଣୁ କଠଉ ଶିଙ୍ଗା ବେତବାଛୁରୀ ଫେଇ ଯୂଥଯୂଥ
Couplet 23
ମୁରଲୀ ବଜାଇ ତୁରିତେଆଗେ ମିଳିଲେ ନନ୍ଦସୁତେ
Couplet 24
ଅନ୍ତ କରିବି କେତେ ମୁହିଁବାଛୁରୀ ଗଣିତା ନ ଯାଇ
Couplet 25
ଚଳାଇ ବତ୍ସା ଯୂଥଯୂଥପଛେ ବିଜୟେ ଗୋପୀନାଥ
Couplet 26
ବନେ ପଶନ୍ତି ଏକମେଳେଶୁଭଇ ମୁଖରାଗ ଗୋଳେ
Couplet 27
ସକଳେ ଏକରୁଣ୍ତ ହୋଇନାଚନ୍ତି ଶିଙ୍ଗା ବେଣୁ ବାଇ
Couplet 28
ଖେମଟା ଛନ୍ଦେ କରତାଳିମଧ୍ୟେ ନାଚନ୍ତି ବନମାଳୀ
Couplet 29
ବିବିଧ ଅଳଙ୍କାର ଲାଇନାଚନ୍ତି ମନେ ତୋଷ ହୋଇ
Couplet 30
ମଣି ମୁକୁତା କର୍ଣ୍ଣଫୁଲନୂପୁର କଙ୍କଣ ଅମୂଲ୍ୟ
Couplet 31
କଟୀ ମେଖଳା ରତ୍ନ ଛନ୍ଦିଶିରେ ଗୁଞ୍ଜରା ପାଟି ବାନ୍ଧି
Couplet 32
ଶିରେ ମୟୂର ପୁଚ୍ଛ ଚୂଳକର୍ଣ୍ଣରେ କୋମଳ ପତର
Couplet 33
କଣ୍ଠେ ଶୋଭିତ ରତ୍ନହାରନିବିଡ଼ ସୁରଙ୍ଗ ଅଧର
Couplet 34
ରଙ୍ଗ ମୃତ୍ତିକା ଅଙ୍ଗେ ବୋଳିପଇତା ଗରଗଡ଼ ମାଳୀ
Couplet 35
କଙ୍କଣ ନୂପୁର ଶବଦେନାଚନ୍ତି ଏକୁ ଆରେ ବାଦେ
Couplet 36
କେ କାହା ଅନ୍ନପୁଡ଼ା ବଳେନେଇ ଲୁଚାନ୍ତି ବୁଦାତଳେ
Couplet 37
କେ କାନ୍ଦି କୃଷ୍ଣଙ୍କୁ କହନ୍ତିଆଜ୍ଞା ପ୍ରମାଣେ ଆଣି ଦ୍ୟନ୍ତି
Couplet 38
ଏକ ଆରକେ ପୀଢ଼ କରିଗୋଡ଼ାଇ ଛୁଅନ୍ତି ମୁରାରି
Couplet 39
କେ କାହା ନାମ ଧରି ବାଦେଦୂରୁ ଡାକନ୍ତି ବେଣୁ ନାଦେ
Couplet 40
ଶୁକ କୋକିଳ ନାଦ ଶୁଣିପୋଏ ନାଚନ୍ତି ତାହା ଭଣି
Couplet 41
ପକ୍ଷୀ ଉଡ଼ନ୍ତେ ଛାୟା ଦେଖିଧାମନ୍ତି ବାଛୁରୀ ଉପେକ୍ଷି
Couplet 42
ଦେଖି ମୟୂର ହଂସ ଚାଲିପୋଏ ଚାଲନ୍ତି ପେଲାପେଲି
Couplet 43
ବକଙ୍କ ସଙ୍ଗେ ଯାଇ ବସିଭେକର ତୁଲେ ଯା'ନ୍ତି ଭାସି
Couplet 44
ବାନର ପୁଅଙ୍କୁ ଧରନ୍ତିଖେଳାଇ ପୁଣି ଛାଡ଼ି ଦ୍ୟନ୍ତି
Couplet 45
ସେ ଯାଇ ଉଠନ୍ତି ବୃକ୍ଷରେପଲ୍ଲବେ ଲୁଚନ୍ତି କାତରେ
Couplet 46
ପୋଏ ହୁଅନ୍ତି ସେହି ମତଡାକନ୍ତି ଆସ ଗୋପୀନାଥ
Couplet 47
ଆପଣା ଛାଇ ଦେଖି ଜଳେହସନ୍ତି ନାନା କୁତୂହଳେ
Couplet 48
କାନନେ ପ୍ରତିନାଦ ଶୁଣିହସନ୍ତି ନାନା ଗାଳି ଭଣି
Couplet 49
ଏମନ୍ତେ ଗୋବିନ୍ଦର ମେଳେବାଳକେ ନାନା କୁତୂହଳେ
Couplet 50
ଅନେକ ଜନ୍ମେ ତପ କରିନିକଟେ ପାଇଲେ ମୁରାରି
Couplet 51
କେ କହୁ ତା'ଙ୍କ ପୁଣ୍ୟଫଳବେଦ ନ ଜାଣେ ଆଦିମୂଳ
Couplet 52
ଅନେକ ତପଯଜ୍ଞେ ବନ୍ଦିମନ ପବନ ହୃଦେ ଛନ୍ଦି
Couplet 53
ଜ୍ଞାନୀ ଚିନ୍ତନ୍ତି ଯୋଗବଳେସେ ଖେଳେ ଗୋପାଳଙ୍କ ମେଳେ
Couplet 54
ମନୁଷ୍ୟ ଦେହ ମଞ୍ଚେ ବହିକେ ପାରେ ତା'ଙ୍କ ପୁଣ୍ୟ କହି
Couplet 55
ଯାହାର ପାଦ ଜଳ ପାଇଆନନ୍ଦେ ଶଙ୍କର ନାଚଇ
Couplet 56
ଯା' ନାମ ଚାରି ବେଦ ଭଣେସେହି ଗୋପାଳ ସଙ୍ଗେ ଜଣେ
Couplet 57
ଏମନ୍ତେ ଶୁଣ ନୃପମଣିଶ୍ରୀକୃଷ୍ଣ ମହିମା ନ ଜାଣି
Couplet 58
ଅଘା ନାମେଣ ସେ ଅସୁରକଂସ ଆଦେଶ ଘେନି ଶିର
Couplet 59
ମିଳିଲା ବୃନ୍ଦାବନେ ଯାଇକଂସର ମିତ୍ରପଣ ହୋଇ
Couplet 60
ବୃକ୍ଷର ଉହାଡ଼େ ରହିଲାଗୋପାଳ ପୁଅଙ୍କୁ ଚାହିଁଲା
Couplet 61
ମଧ୍ୟେ ଦେଖିଲା ଭଗବାନହୃଦରେ ଶ୍ରୀବତ୍ସ ଲାଞ୍ଛନ
Couplet 62
ବୋଲଇ ଏ ମୋର ବଇରୀବେନି ସୋଦର ଅଛି ମାରି
Couplet 63
କଂସକୁ କରିବ ଏ ନାଶଯାଦବେ ଏହାର ବିଶ୍ୱାସ
Couplet 64
ନିଶ୍ଚୟେ ରିପୁ ଏ ମୋହରମାରିଛି ବେନି ସହୋଦର
Couplet 65
ପୂତନା ବହେଣୀ ମୋହରଜ୍ୟେଷ୍ଠଭ୍ରାତ ମୋ' ବକାସୁର
Couplet 66
ଏହାଙ୍କୁ ଜଳ ତିଳ ଦେଇଆଜ ଉଦ୍ଧାରି ବଇଁ ମୁହିଁ
Couplet 67
କୃଷ୍ଣ ବାଛୁରୀ ଗୋପ ପୋଏମୋତେ ଦିଶନ୍ତି ତିଳ ପ୍ରାୟେ
Couplet 68
ଜିହ୍ୱା ମୋହର ତମ୍ବାପାତ୍ରୀକୁଶ ହୋଇବ ଦନ୍ତପନ୍ତି
Couplet 69
ଖର ନିଃଶ୍ୱାସ ମନ୍ତ୍ରସ୍ୱରେତର୍ପଣ କରିବି ରୁଧିରେ
Couplet 70
ଗୋପେ ମିଳିବି ରାତ୍ରେ ଯାଇଗିଳିବି ଯେତେ ଜନ୍ତୁ ଗାଈ
Couplet 71
ତେବେ ହୋଇବ ମନସ୍ଥିରଆକାଶେ ବସିବେ ସୋଦର
Couplet 72
ପୁଣି ବିଚାରୁ ଅଛି ରହିଗୋକୁଳେ ମୋର କାର୍ଯ୍ୟ ନାହିଁ
Couplet 73
ବାଳକେ ବାଛୁରୀ ସହିତେଏ ବନେ ଗିଳିବ ତୁରିତେ
Couplet 74
ପୁତ୍ରେ ନ ପାଇ ବାପ ମାଏଭାଳିଣ ମରିବେ ଥୋକାଏ
Couplet 75
ପ୍ରାଣୀଙ୍କ ପ୍ରାଣ ପୁତ୍ରଦେହେଏଣୁ ମରିବେ ମାୟାମୋହେ
Couplet 76
ଏମନ୍ତେ ସାଧିବି ବଇରୀଗିଳିବି ସର୍ପରୂପ ଧରି
Couplet 77
ବିଚାର କଲା ଏହି ମତଅସୁର ଅତି ବଳବନ୍ତ
Couplet 78
ଯାହାର ନାମେ ଦେବେ ଡରିଗଗନେ ପଡୁଥାଇ ହୁରି
Couplet 79
ଅମୃତ ଖାଇ ଦେବଗଣଚିନ୍ତନ୍ତି ଅସୁର ମରଣ
Couplet 80
ଯେବେ ମରିବ ଅଘାସୁରଆମ୍ଭ ଅରିଷ୍ଟ ଯିବ ଦୂର
Couplet 81
ବ୍ରହ୍ମା ଡରନ୍ତି ନିରନ୍ତରଶୂନ୍ୟେ କମ୍ପନ୍ତି ସାତପୁର
Couplet 82
ଅଘାର ନାମେ ଥରହରଭୟେ କମ୍ପଇ ସୁନାସୀର
Couplet 83
ହୋଇଲା ଅଜଗର ରୂପୀଯୋଜନ ଯାଏଁ ଦେହ ବ୍ୟାପି
Couplet 84
ପୂର୍ବ ଦିଗକୁ ମୁଖ କଲାସ୍ୱଭାବେ ତୁଣ୍ତ ବିସ୍ତାରିଲା
Couplet 85
ଉପର ପାଟି କଲା ମେଘେଅଧର ଓଷ୍ଟ ମହୀଭାଗେ
Couplet 86
ଜିହ୍ୱା ବୁଲାଇ ଅନ୍ତରାଳଦନ୍ତପର୍ବତ ଶୃଙ୍ଗମାଳ
Couplet 87
ତୁଣ୍ତ ଦିଶଇ ଅନ୍ଧକାରବିଷପବନ ଖରତର
Couplet 88
ପଶ୍ଚିମ ଦିଗେ ଯା'ନ୍ତି ଚଳିଗୋରୁ ଗୋପାଳ ବନମାଳୀ
Couplet 89
ମାୟା ଅସୁର ମୁଖ ଲାଗେପୋଏ ମିଳିଲେ ଆସି ବେଗେ
Couplet 90
ବିଷ ପବନ ଖର ଶ୍ୱାସଦେହେ ଲାଗନ୍ତେ ବଡ଼ ତ୍ରାସ
Couplet 91
ଚକିତେ ଚଉଦିଗେ ଚାହିଁବୋଲନ୍ତି ଏକୁ ଆରେ ରହି
Couplet 92
କିଏ ଭାଜିଲା ଗିରିଖଣ୍ତବିସ୍ତାର କରିଅଛି ତୁଣ୍ତ
Couplet 93
କେ ବୋଲେ ମେଘ କାମରୂପୀଭୂମି ଗଗନେ ଅଛି ବ୍ୟାପୀ
Couplet 94
କେ ବୋଲେ ସର୍ପ ଏ ସ୍ୱରୂପଅରୁଣ ବେନି ପାଟି ଦେଖ
Couplet 95
ଆମିଷ ପ୍ରାୟେ ପୂତିଗନ୍ଧରୁକ୍ଷ ପବନ ମନ୍ଦମନ୍ଦ
Couplet 96
କେ ବୋଲେ ପୋଡୁଅଛି ବନଜନ୍ତୁଏ ହୁଅନ୍ତି ଦହନ
Couplet 97
ତେଣୁ ଆମିଷଗନ୍ଧ ଦେଖଏହାକୁ ଭଲେ ହୋ ନିରେଖ
Couplet 98
ବାମ ଦକ୍ଷିଣେ ଜିହ୍ୱା ଚାଳିଚାଞ୍ଛିଲା ବାଟ ପ୍ରାୟେ ଝଳି
Couplet 99
ଜାଣିଲୁ ସର୍ପ ଏ ଶରୀରମରଣ ହୋଇଲା ଆମ୍ଭର
Couplet 100
ଥୋକେ ବୋଲନ୍ତି କିମ୍ବା ଡରଆମ୍ଭର କୃଷ୍ଣ ବଳୀଆର
Couplet 101
ଯେବେ ଏ ଆମ୍ଭଙ୍କୁ ଗିଳିବବକର ପ୍ରାୟେ ନାଶ ଯିବ
Couplet 102
କ୍ଷଣକେ ମରିବଟି ଏହିଏମନ୍ତେ ପଛକୁ ଅନାଇଁ
Couplet 103
ପଶିଲେ କରତାଳି ମାରିଆଗରେ ଅଡ଼ାନ୍ତି ବାଛୁରୀ
Couplet 104
କେ ବୋଲେ ଆଗ ହୋ ନପଶନିକଟେ ନାହିଁ ପୀତବାସ
Couplet 105
ଚାହିଁଲେ କୃଷ୍ଣ ଛନ୍ତି ଦୂରେଡାକନ୍ତି ଆସ ଖରତରେ
Couplet 106
ଦୂରୁ ଡାକନ୍ତି ଦାମୋଦରନ ପଶ ସର୍ପର ଉଦର
Couplet 107
ନ ଜାଣି ସର୍ବ ଏକମେଳେଯେତେ ବାଛୁରୀ ଗୋପବାଳେ
Couplet 108
କୃଷ୍ଣର ବୋଲ ନ ଶୁଣିଲେଅସୁର ଉଦରେ ପଶିଲେ
Couplet 109
କୃଷ୍ଣ ଧାଇଁଲେ ମାୟାମୋହେଡାକନ୍ତି ରହ ରହ ପୋଏ
Couplet 110
ତୁଣ୍ତ ନିକଟେ ଚକ୍ରଧରଦେଖି ବିଚାରଇ ଅସୁର
Couplet 111
ଏହାର ନାମ ବାସୁଦେବଏ ତ କଂସକୁ ସଂହାରିବ
Couplet 112
ଗର୍ଭେ ପଶିଲେ ମୋର ଯେତେବଇରୀ ନୁହନ୍ତି ବାଳୁତେ
Couplet 113
ପ୍ରଭୁ ବଇରୀ ଗୋତ୍ରହତଏହା ଯେ ନ କରେ ନିପାତ
Couplet 114
ତାହାର ଦେହ ଅକାରଣସେ ଛାର କିସ ବଡ଼ପଣ
Couplet 115
ପ୍ରଭୁ ଝିଙ୍ଗାସ ଯେବେ ଶୁଣିନାନା ବିଚାରେ ପରିମାଣି
Couplet 116
ମାରି ପାରିଲେ ହୋଏ ଭଲନିଜ ଶରୀରେ ଯେହୁ ଶଲ
Couplet 117
ଏ ମୋର ପ୍ରଭୁର ବଇରୀବେନି ସୋଦର ଅଛି ମାରି
Couplet 118
ଗର୍ଭେ ପଶିବ ଯେତେବେଳେପାଟି ପାଡ଼ିବି ଅବହେଳେ
Couplet 119
କୃଷ୍ଣ ଜାଣିଲେ ତା'ର ମନବିଚାର କଲେ ଭଗବାନ
Couplet 120
ଯେବେ ନ ପଶିବଇଁ ମୁହିଁବତ୍ସା ବାଳକ ମୁଁ ନ ପାଇ
Couplet 121
ଅସୁର ଉଦର ଅନଳତୃଣ ପ୍ରାୟେକ ଗୋପବାଳ
Couplet 122
କି ବୁଦ୍ଧି କରିବଇଁ ଆଜହେଳାଏ ହରାଇଲି କାର୍ଯ୍ୟ
Couplet 123
କେମନ୍ତେ ମାରିବି ଅସୁରବାଳକେ ହୋଇବେ ବାହାର
Couplet 124
କୃଷ୍ଣ ଚାହିଁଲେ ସ୍ଥିର ଦୃଷ୍ଟିଅସୁର ନ ପାଡ଼ଇ ପାଟି
Couplet 125
ଦେବେ ଦେଖନ୍ତି ଶୂନ୍ୟେ ରହିତୁଣ୍ତେ ପଶିଲେ ଭାବଗ୍ରାହୀ
Couplet 126
ଦେବେ କରନ୍ତି ହାହାକାରପାଟି ପାଡ଼ିଲା ଅଘାସୁର
Couplet 127
ଦେବଙ୍କୁ ଲାଗିଲା ବିଷାଦଅସୁର ହୋଇଲା ଆନନ୍ଦ
Couplet 128
ସର୍ପ ଉଦରେ ଭଗବାନଜାଣିଲେ ଦେବତାଙ୍କ ମନ
Couplet 129
ଦାସ ବତ୍ସଳ ନନ୍ଦବଳାରୁନ୍ଧିଲ ଦାନବର ଗଳା
Couplet 130
ଗିଳି ନ ପାରି ସେ ଦଇତ୍ୟଶବଦ କଲା ଗର୍ଭଗତ
Couplet 131
ପ୍ରାଣ ହୋଇଲା ଛଟପଟଫୁଲିଲା ଅସୁରର ପେଟ
Couplet 132
ଅସୁର ହେଲା ମହାକାୟକଣ୍ଠେ ବଢ଼ିଲେ ଦେବରାୟ
Couplet 133
ବଢ଼ନ୍ତେ ଗୋବିନ୍ଦ ଶରୀରତାଳୁ ଫାଟିଲା ଧାତିକାର
Couplet 134
ପ୍ରାଣ ଗମିଲା ଶୂନ୍ୟପଥେକୃଷ୍ଣ ପଶିଲେ ଗର୍ଭଗତେ
Couplet 135
ଅଘାର ଜୀବ ଯିବା କାଳେବାଳକ ବତ୍ସା ସବୁ ମଲେ
Couplet 136
ଅମୃତ ନୟନେ ଚାହିଁଲେସକଳ ଜୀବନ ପାଇଲେ
Couplet 137
ଗର୍ଭ ଭିତରେ ଯେତେ ଥିଲେକୃଷ୍ଣଙ୍କୁ ସମସ୍ତେ ଦେଖିଲେ
Couplet 138
କୃଷ୍ଣ ବୋଇଲେ ବତ୍ସା ଘେନିବାହାର ହୁଅ ଏହିକ୍ଷଣି
Couplet 139
ଉପରେ ଦେଖି ତାଳୁ ଦ୍ୱାରଗୋପାଳେ ହୋଇଲେ ବାହାର
Couplet 140
ଆଗେ ବାଛୁରୀ କଲେ ପାରିଗର୍ଭେ ରହିଲେ ଦଇତ୍ୟାରି
Couplet 141
ଦେଖିଲେ ଗର୍ଭେ କେହି ନାହିଁବାହାର ହେଲେ ଭାବଗ୍ରାହୀ
Couplet 142
ଅଘା ଜୀବନ ଶୂନ୍ୟେ ଗଲାପୁଣି ଲେଉଟି ଅନାଇଲା
Couplet 143
ତାଳୁ ବାହାର ବ୍ରହ୍ମରାଶିକାଳମେଘରୁ ଯେହ୍ନେ ଶଶୀ
Couplet 144
ଜୀବନ ଲେଉଟିଲା ବେଗେତେଜ ବିରାଜେ ଦଶଦିଗେ
Couplet 145
ସ୍ୱର୍ଗେ ଦେଖନ୍ତି ଦେବତାଏପଶିଲା ଗୋବିନ୍ଦର ଦେହେ
Couplet 146
ଦେଖି ଚକିତ ତିନିପୁରଦେବେ କରନ୍ତି ଜୟକାର
Couplet 147
କୁସୁମ ବରଷିଲେ ଆଣିବ୍ରାହ୍ମଣେ ବେଦସ୍ତୁତି ଭଣି
Couplet 148
ନାଚନ୍ତି ଅପସରୀ ବୃନ୍ଦଗନ୍ଧର୍ବେ ଗୀତ ବାଦ୍ୟନାଦ
Couplet 149
ଆକାଶେ କଲେ ଜୟେ ଜୟେଶୁଭିଲା ବ୍ରହ୍ମଲୋକ ଯାଏ
Couplet 150
ବ୍ରହ୍ମାର ସମାଧି ଭାଜିଲାହଂସ ବାହାନେ ବିଜେ କଲା
Couplet 151
କୃଷ୍ଣଙ୍କୁ ଦେଖି ବୃନ୍ଦାବନେସ୍ତୁତି କରଇ ତୋଷମନେ
Couplet 152
କୃଷ୍ଣ ମହିମା ବ୍ରହ୍ମା ଦେଖିତୋଷେ ବୁଜିଲେ ଅଷ୍ଟଆଖି
Couplet 153
କୃଷ୍ଣଚରିତ ମନେ ଗୁଣିଚତୁର ମୁଖେ ବେଦ ଭଣି
Couplet 154
ରାଜନ ଶୁଣ ସାବଧାନେସଂଶୟ ନ କର ତୁ ମନେ
Couplet 155
ମନୁଷ୍ୟ ଦେହେ ଅବତାରପଞ୍ଚବରଷ ଦାମୋଦର
Couplet 156
ଘୋର ଦାନବ ସଂହାରିଲେବତ୍ସାବାଳକ ଉଦ୍ଧାରିଲେ
Couplet 157
ସଂଶୟ ମନେ ତୁ ନ କରକୃଷ୍ଣେ ପଶିଲା ଅଘାସୁର
Couplet 158
ମିତ୍ର ଅଇରି ନାହିଁ ଯା'ରଭାବକୁ ଥାଇ ନିକଟର
Couplet 159
ଯାହାର ପାଦପୂଜା କରିପ୍ରାଣୀ ତରନ୍ତି ଭବବାରି
Couplet 160
ଗୋପୀ ଗୋପାଳ ଯା'ର ସଙ୍ଗେତରିଲେ ଭବଜଳୁ ରଙ୍ଗେ
Couplet 161
ଏ କଥାମାନ କଉତୁକେପୋଏ କହିଲେ ବରଷକେ
Couplet 162
ଆଜ ମାଇଲେ ସର୍ପ ହରିଶୁଣି ବିଷାଦ ନରନାରୀ
Couplet 163
ଯମୁନା ତୀରେ ଅଘାନାଶଦେବଲୋକରୁ ଗଲା ତ୍ରାସ
Couplet 164
ଶ୍ରୀକୃଷ୍ଣ ଚରଣେ ବିଶ୍ୱାସକହଇ ଜଗନ୍ନାଥ ଦାସ