Skip to content
paribhaasha

Skandha 10

Adhyaya 12

  1. Couplet 1

    କୃଷ୍ଣ ଚରଣେ ଦେଇ ମନକହନ୍ତି ବ୍ୟାସଙ୍କ ନନ୍ଦନ

  2. Couplet 2

    ଶୁଣ ପରୀକ୍ଷ ମହୀପାଳଗୋପରେ ଶୁଭିଲା ଚହଳ

  3. Couplet 3

    ଭାଜିଣ ବେନି ବୃକ୍ଷ ପଡ଼ିଶୁଭିଲା ମେଘ ଘଡ଼ଘଡ଼ି

  4. Couplet 4

    ଭୂମି କମ୍ପଇ ଥରହରଗୋପାଳ ହୋଇଲେ ବାହାର

  5. Couplet 5

    ବୋଇଲେ ଏକୁ ଆରେ ଚାହିଁଏ କି ଶବଦ କାହୁଁ ହୋଇ

  6. Couplet 6

    ନିର୍ଘାତ ଶୁଭିଲା ତ ଗୋଳଗଗନେ ନାହିଁ ମେଘମାଳ

  7. Couplet 7

    କାହୁଁ ଏ ଶବଦ ଶୁଭିଲାଜାଣିଲେ ଅର୍ଜୁନ ଭାଜିଲା

  8. Couplet 8

    ତକ୍ଷଣେ ମିଳିଲେ ସକଳେଯାମଳା ଅର୍ଜୁନର ତଳେ

  9. Couplet 9

    ବୋଲନ୍ତି ଭାଜିଲା କେମନ୍ତପବନ ନାହିଁ ବଳବନ୍ତ

  10. Couplet 10

    ଶସ୍ତ୍ରେ ଛେଦିଲା ନାହିଁ କେହିଭିତରେ ମଞ୍ଜକିଳା ନାହିଁ

  11. Couplet 11

    କିମ୍ବା ପଡ଼ିଲା ମହୀତଳେବେନି ଅର୍ଜୁନ ଏକାବେଳେ

  12. Couplet 12

    ଡାଳ ଦେଖନ୍ତେ ଏକ ଏକଦେଖିଲେ ପଡ଼ିଛି ବାଳକ

  13. Couplet 13

    ଚକିତ ହୋଇ କଲେ କୋଳବନ୍ଧନ ହୋଇଅଛି ରୋଳ

  14. Couplet 14

    କେ ନାରୀ କଲା ଏଡ଼େ କର୍ମଚିହ୍ନିଲେ ଯଶୋଦା ନନ୍ଦନ

  15. Couplet 15

    ବାଳକେ ବୃକ୍ଷମୂଳେ ଥିଲେଗୋପାଳମାନଙ୍କୁ କହିଲେ

  16. Couplet 16

    ଯଶୋଦା ରୋଳେ ବାନ୍ଧିଗଲାତଳେ ତା' ସୁତ କାନ୍ଦୁଥିଲା

  17. Couplet 17

    ବେନି ବୃକ୍ଷର ମଧ୍ୟେ ପଶିରୋଳ ସେ ଟାଣିଲା ଆକର୍ଷି

  18. Couplet 18

    ବୃକ୍ଷେ ପଡ଼ିଲେ ବେଗେ ଭାଙ୍ଗିଏହାର ଦେହ ଯହୁଁ ଲାଗି

  19. Couplet 19

    ବେନି ପୁରୁଷେ ଏହି ବୃକ୍ଷେବାହାର ହୋଇଲେ ପ୍ରତ୍ୟେକ୍ଷ

  20. Couplet 20

    ତେଜେ ଗଞ୍ଜନ୍ତି ନିଶାକରଏହାର ପାଦେ ଦେଇ ଶିର

  21. Couplet 21

    କି କି ବୋଇଲେ ତା' ନ ଜାଣିଉତ୍ତରେ ଗଲେ ଏହିକ୍ଷଣି

  22. Couplet 22

    ଶୁଣି ହସିଲେ ଗୋପ ଲୋକେବୋଲନ୍ତି ଏକକୁ ଆରକେ

  23. Couplet 23

    ବାଳବଚନ କାହିଁ ସତ୍ୟମାୟା ମୋହିଲେ ଗୋପୀନାଥ

  24. Couplet 24

    ବନ୍ଧନ କଟୀଭାଗୁଁ ଫେଇନନ୍ଦରକୋଳେ ଦେଲେ ନେଇ

  25. Couplet 25

    ଶୁଣି ମିଳିଲେ ନନ୍ଦ ନାରୀକୃଷ୍ଣଙ୍କୁ ଆଣ କୋଳକରି

  26. Couplet 26

    ଗ୍ରହ ଶଙ୍କିତେ ବ୍ରଜବାଳୀକୃଷ୍ଣଙ୍କୁ କଲେ ନିଉଛାଳି

  27. Couplet 27

    ଆନନ୍ଦ କଲେ ଗୀତ ଗାଇକୃଷ୍ଣ ନାଚନ୍ତି ତାଳି ଦେଇ

  28. Couplet 28

    ଗୋପୀ ବୋଲନ୍ତି କୃଷ୍ଣ ଶୁଣଘର ଭିତରୁ ଆଣ ମାଣ

  29. Couplet 29

    ପାଣ୍ତୋଇ କଠାଉ ମସୁଣିଆଣ ତୁ ଦୁଧର ଦୁହୁଁଣୀ

  30. Couplet 30

    ଶୁଣି ଗୋବିନ୍ଦ ଘରେ ଯାଇଆଣନ୍ତି କନ୍ଧେ ଶିରେ ବହି

  31. Couplet 31

    ଥୋଇ କରନ୍ତି କଉତୁକଆହୁରି ଆଣିବଇଁ ଦେଖ

  32. Couplet 32

    ଭକତ ଜନଙ୍କୁ ସୁଫଳଗୋପେ ଦେଖନ୍ତି ନନ୍ଦବାଳ

  33. Couplet 33

    ଭକତ ଜନେ ଦ୍ୟନ୍ତି ଦେଖାଗୋପେ ଅଇଲା କୋଳିବିକା

  34. Couplet 34

    ଡାକଇ କୋଳି କୋଳି ବାଣୀକୃଷ୍ଣ ଧାଇଁଲେ ତାହା ଶୁଣି

  35. Couplet 35

    ବସନ ନାହିଁ କଟୀଭାଗେମିଳିଲେ ଧାନରାଣି ଲାଗେ

  36. Couplet 36

    ଧାନ ଆଞ୍ଜୋଳି ପେଟେ ଦେଇବେଗେ ଧାଇଁଲେ ଭାବଗ୍ରାହୀ

  37. Couplet 37

    ମିଳିଲେ କୋଳିବିକା ଲାଗେମାଣ ପାତିଲା ଦେଖି ବେଗେ

  38. Couplet 38

    କୃଷ୍ଣର ଦୃଷ୍ଟି ଅଛି ଫଳେଧାନ ପଡ଼ିଲା ସବୁ ତଳେ

  39. Couplet 39

    ତକ୍ଷଣେ ଝାଡ଼ି ବେନିକରଆଞ୍ଜୋଳି କଲେ ଦାମୋଦର

  40. Couplet 40

    କର ପୂରୋଇ ଦେଲା ଫଳବୋଲନ୍ତି ପ୍ରଭୁ ଚକ୍ରଧର

  41. Couplet 41

    ଭାଣ୍ତେ ତ ଅଛି କେତେ କୋଳିଟେକି ଚାହିଁଲେ ବନମାଳୀ

  42. Couplet 42

    ରତ୍ନ ହୋଇଲା ତତ୍‌କ୍ଷଣଘରେ ମିଳିଲେ ନାରାୟଣ

  43. Couplet 43

    ଏବେ ହୋ ଶୁଣ ନରନାଥକୃଷ୍ଣର ବାଳକ ଚରିତ

  44. Couplet 44

    ଗୋକୁଳ ମଧ୍ୟେ ଏକ ନଦୀବହଇ ବୃନ୍ଦାବନ ଭେଦି

  45. Couplet 45

    ସେ ନଦୀତୀରେ ଏକଦିନେରାମ ଗୋବିନ୍ଦ ତୋଷମନେ

  46. Couplet 46

    ଖେଳନ୍ତି ନାନା କୁତୂହଳେଗୋପବାଳକ ଗଣମେଳେ

  47. Couplet 47

    ଉଛୁର ଦେଖିଣ ରୋହିଣୀଚଞ୍ଚଳେ ଗଲେ ପୁତ୍ରେ ଆଣି

  48. Couplet 48

    ଡାକନ୍ତି ମଧୁର ବଚନେଗୋବିନ୍ଦ ନ ଶୁଣନ୍ତି କର୍ଣ୍ଣେ

  49. Couplet 49

    କୋପେ ରୋହିଣୀ ବାହୁଡ଼ିଲାଯଶୋଦା ଛାମୁରେ କହିଲା

  50. Couplet 50

    ଶୁଣି ଯଶୋଦା ଗଲା ଖରେକୃଷ୍ଣ ଦେଖିଲା ନଦୀତୀରେ

  51. Couplet 51

    ପୁତ୍ରର ସ୍ନେହ-ମାୟା-ମୋହେସ୍ତନଯୁଗଳୁ କ୍ଷୀର ବହେ

  52. Couplet 52

    କୃଷ୍ଣ-କମଳ-ମୁଖ ଚାହିଁଡାକଇ ଅଙ୍ଗୁଳି ଦେଖାଇ

  53. Couplet 53

    ଆସ ମୋ ତାତ ପିଅ ସ୍ତନ୍ୟଶ୍ରମେ ଆକୁଳ ତୋ' ବଦନ

  54. Couplet 54

    ଭୋଜନ ହୋଇଲା ଉଛୁରଆସ ତୁ ବେଗେ ଯିବା ଘର

  55. Couplet 55

    ହେ ରାମ ଆସ କୃଷ୍ଣ ଘେନିବହୁତ ଦେବଇଁ ଲବଣି

  56. Couplet 56

    ପିତା ଭୋଜନ-ବେଳ ହୋଇସଙ୍ଗେ ଭୁଞ୍ଜିବ ବେନି ଭାଇ

  57. Couplet 57

    ବାଳକେ ଯା'ନ୍ତି ଯେଝା ଘରବେଳ ଯେ ହେଉଛି ଉଛୁର

  58. Couplet 58

    ଦେହ ତୋ ଧୂଳିରେ ଧୂସରଜନ୍ମ ନକ୍ଷତ୍ର ଆଜ ତୋ'ର

  59. Couplet 59

    ଅରିଷ୍ଟ-ଖଣ୍ତନେ ତୋହରବିପ୍ରଙ୍କୁ ଗୋରୁ ଦାନ କର

  60. Couplet 60

    ଦେଖ ବାଳକେ ତୋ'ର ସଙ୍ଗେବିବିଧ ଅଳଙ୍କାର ଅଙ୍ଗେ

  61. Couplet 61

    ସ୍ନାନ ଭୋଜନ ଆସି କରଦେବଇଁ ନାନା ଅଳଙ୍କାର

  62. Couplet 62

    ଏମନ୍ତ ବୋଲି ନନ୍ଦରାଣୀକରେ ଧରିଲେ ଚକ୍ରପାଣି

  63. Couplet 63

    ରାମଙ୍କୁ କାଖରେ ବସାଇଘରେ ମିଳିଲେ ଦେବୀ ଯାଇ

  64. Couplet 64

    କରାଇ ସ୍ନାହାନ ଭୋଜନରଞ୍ଜିଲେ ରାମକୃଷ୍ଣ ମନ

  65. Couplet 65

    ଭୋଜନ ସାରି ଆଚମନଆନନ୍ଦେ କରାଇ ଶୟନ

  66. Couplet 66

    ବିପ୍ରଙ୍କୁ ଆଣି ସେ ଡ଼କାଇତାହାଙ୍କୁ ଗୋରୁଦାନ ଦେଇ

  67. Couplet 67

    ଅସ୍ତ ହୋଇଲେ ଦିନକରଗୋପାଳେ କରନ୍ତି ବିଚାର

  68. Couplet 68

    ଏକ ଆରକେ ଅବହେଳେନନ୍ଦର ଦ୍ୱାରେ ମେଳ ହେଲେ

  69. Couplet 69

    ବସିଲେ ନନ୍ଦ ଉପନନ୍ଦମଧ୍ୟେ ଅନନ୍ତ ଆଦିକନ୍ଦ

  70. Couplet 70

    ଗୋପାଳେ କରନ୍ତି ବିଚାରଶୁଭ ନ ଦିଶେ ଗୋପପୁର

  71. Couplet 71

    କହ କି କରିବା ଉପାୟପୁତ୍ରଙ୍କୁ ଉପୁଜିଲା ଭୟ

  72. Couplet 72

    ଶୁଣି ଉଠିଲେ ଉପନନ୍ଦଯାହାର ଜୀବନ ଗୋବିନ୍ଦ

  73. Couplet 73

    ଜ୍ଞାନବୟସେ ବୃଦ୍ଧପଣଗୋପଙ୍କୁ କହଇ କାରଣ

  74. Couplet 74

    ଶିରେ ନିବେଶି ବେନିକରସଭୟେ କହଇ ଉତ୍ତର

  75. Couplet 75

    ଚାଲ ନ ଥିବା ଗୋପପୁରେଘର କରିବା ଆନଠାରେ

  76. Couplet 76

    ଅନେକ ପଡ଼ିଲା ପ୍ରମାଦପୁତ୍ରେ ତ ଆମ୍ଭର ସମ୍ପଦ

  77. Couplet 77

    ଦେଖ ଯଶୋଦାପୁତ୍ର ସଙ୍ଗେଆମ୍ଭ ବାଳକେ ନାଶଯିବେ

  78. Couplet 78

    ଅଳପ ଦିନେ ମହାଭୟେଆପଦ ପଡ଼ିଲା ଥୋକାଏ

  79. Couplet 79

    ତୋ'ର ପୁତ୍ରକୁ ଦେଖ ନନ୍ଦକେତେ ନ ପଡ଼ିଲା ପ୍ରମାଦ

  80. Couplet 80

    ପୂତନା ମୁଖୁଁ ଅଛି ତରିଶୂନ୍ୟେ ଦଇତ୍ୟ ନେଲା ହରି

  81. Couplet 81

    ଶକଟ ଉପରେ ପଡ଼ିଲାସେ ବେଳେ ଗୋବିନ୍ଦ ରଖିଲା

  82. Couplet 82

    ଏବେ ତରିଲା ପରମାଦୁଯାମଳା ଅର୍ଜ୍ଜୁନ ଆପଦୁ

  83. Couplet 83

    ଚାଲ ନ ଥିବା ଏ ନଗରନାଶ ନ ହେଉ ଗୋପପୁର

  84. Couplet 84

    ଯଶୋଦା ଯେବେ ନ ଛାଡ଼ିବଏକା ପୁତ୍ରକୁ ନ ପାଇବ

  85. Couplet 85

    ଚାଲ ଆପଦ ନୋହୁ ଯିବାତେବେ ସେ ପୁତ୍ରଙ୍କୁ ପାଇବା

  86. Couplet 86

    ସକଳେ ଦୃଢ଼ କର ମନେଘର କରିବା ବୃନ୍ଦାବନେ

  87. Couplet 87

    ବହୁତ ଫଳ କନ୍ଦମୂଳନିର୍ମଳ ଯମୁନାର ଜଳ

  88. Couplet 88

    ପର୍ବତ ନାମେ ଗୋବର୍ଦ୍ଧନଗୋରୁଙ୍କୁ ଅଛି ଜଳ ତୃଣ

  89. Couplet 89

    ଗୋପୀଗୋପାଳ ତୋଷ ହେବେବହୁତ କ୍ଷୀର ଗାଈ ଦେବେ

  90. Couplet 90

    କାଲି ପ୍ରଭାତୁ ହୁଅ ସଜଭାର ଶକଟ ବେଗେ ସାଜ

  91. Couplet 91

    ଗୋଧନ ଚଳିଯା'ନ୍ତି ବେଗେଗୋପ ବାଳକେ ଘେନି ସଙ୍ଗେ

  92. Couplet 92

    ସୁଖେ ରହିବା ବୃନ୍ଦାବନେକିଛି ନ ଭାଳ ତୁମ୍ଭେ ମନେ

  93. Couplet 93

    ଶୁଣି ମଣିଲେ ଗୋପହି୍ତନିଜ ଭୁବନେ ଉପଗତ

  94. Couplet 94

    ଯେଝାରେ ଘେନିଣ ସମ୍ପଦଯା'ନ୍ତେ କରନ୍ତି ଶିଙ୍ଗାନାଦ

  95. Couplet 95

    ନନ୍ଦ ଯଶୋଦା ଏକମେଳେରୋହିଣୀ ସୁତ ଘେନି କୋଳେ

  96. Couplet 96

    ପାଶେ ଚଳନ୍ତି ଗୋପୀନାଥଗାବନ୍ତି ନାନାରଙ୍ଗେ ଗୀତ

  97. Couplet 97

    ଶକଟମାନ ଯା'ନ୍ତେ ଖରଧୂଳିରେ ଛିନ୍ନ ଦିବାକର

  98. Couplet 98

    ମିଳିଲେ ବୃନ୍ଦାବନେ ଯାଇକୃଷ୍ଣଚରିତ ଗୀତ ଗାଇ

  99. Couplet 99

    ଗୋପାଳେ ଧନୁଶର ଘେନିନାନା ଶବଦେ ବେଣୁଧ୍ୱନି

  100. Couplet 100

    ଯାଇ ହୋଇଲେ ବୃନ୍ଦାବନଆନନ୍ଦ ଗୋପୀଙ୍କର ମନ

  101. Couplet 101

    ଯେ ବନେ ବିଜେ ଗୋପୀନାଥସର୍ବଦା ବହଇ ବସନ୍ତ

  102. Couplet 102

    ସୀମା ଆବୋରି ଗୋପପୁରଯେଝାରେ ତୋଳିଲେ ମନ୍ଦିର

  103. Couplet 103

    ଗ୍ରାମର ମଧ୍ୟେ ନନ୍ଦଘରଯହିଁ ବିଜୟ ଦାମୋଦର

  104. Couplet 104

    କୃଷ୍ଣ ଦେଖିଲେ ଗୋବର୍ଦ୍ଧନଯମୁନା ନଦୀ ବୃନ୍ଦାବନ

  105. Couplet 105

    ଦେସା ଖିନନ୍ଦ ବେନି ଭାଇବୋଲନ୍ତି ନନ୍ଦୁକୁ ବସାଇ

  106. Couplet 106

    ଯେତେ ଅଛନ୍ତି ବ›ତ୍ସା ଘରେଆମ୍ଭେ ରଖିବୁ ନଦୀତୀରେ

  107. Couplet 107

    ଭୋ ତାତ ନାହିଁ ତୁ ନ କରବ›ତ୍ସା ରଖିବୁ ଆମ୍ଭେ ତୋ'ର

  108. Couplet 108

    ନନ୍ଦ ବୋଇଲେ ତୋଷ ହୋଇକାଲିହୁଁ ବ›ତ୍ସା ରଖ ନେଇ

  109. Couplet 109

    ପିତାର ବଚନେ ମୁରାରିସାନନ୍ଦେ ଚରାନ୍ତି ବାଛୁରୀ

  110. Couplet 110

    ଗ୍ରାମ ନିକଟେ ଥା'ନ୍ତି ନିତ୍ୟେବନେ ନଯା'ନ୍ତି ଭୟଚିତ୍ତେ

  111. Couplet 111

    ବ୍ୟାଘ୍ର ଭଲ୍ଲୁକ ସିଂହ ତ୍ରାସେବ›ତ୍ସା ଚରାନ୍ତି ଗ୍ରାମ ପାଶେ

  112. Couplet 112

    ଗୋପାଳ ପୋଏ ଥା'ନ୍ତି ସଙ୍ଗେଖେଳନ୍ତି ନାନା ରସ ରଙ୍ଗେ

  113. Couplet 113

    କ୍ଷଣ କ୍ଷଣକେ ବେଣୁନାଦକେ କହୁ କୃଷ୍ଣର ଆନନ୍ଦ

  114. Couplet 114

    ଏକ ଆରକେ ଭୁଜ ଧରିଯୁଝନ୍ତି ବାହାନାଦ କରି

  115. Couplet 115

    ବେଲ ଅଏଁଳା କଣ୍ଟା ଫଳେତୋଳି ଆଣନ୍ତି ବୃକ୍ଷୁଁ ବାଳେ

  116. Couplet 116

    ଏକ ଆରେକେ ମରାମରିସାକ୍ଷୀ କରାନ୍ତି ରାମହରି

  117. Couplet 117

    ନାନା ପକ୍ଷୀଙ୍କ ନାଦ ଶୁଣିପୋଏ ନାଚନ୍ତି ତାହା ଶୁଣି

  118. Couplet 118

    ଦିନେ ଯମୁନାତୀରେ ହରିଆନନ୍ଦେ ଚରାନ୍ତି ବାଛୁରୀ

  119. Couplet 119

    କଂସ ଆଦେଶ ବତ୍ସାସୁରଆସି ମିଳିଲା ଧାତିକାର

  120. Couplet 120

    କୃଷ୍ଣର ମୁଖକୁ ଚାହିଁଲାବାଛୁରୀ ରୂପକୁ ଧଇଲା

  121. Couplet 121

    ବତ୍ସା ଗହଳେ ଗଲା ପଶିରାମଙ୍କୁ ଦେଖାନ୍ତି ଶ୍ରୀବତ୍ସୀ

  122. Couplet 122

    ଦେଖ ଦଇତ୍ୟ ବତ୍ସା ପାଶେଆମ୍ଭଙ୍କୁ ମାରିବାର ଆଶେ

  123. Couplet 123

    ମାୟା ବାଛୁରୀ ରୂପ ହୋଇକହି ହସନ୍ତି ଭାବଗ୍ରାହୀ

  124. Couplet 124

    ଅସୁର ବିଚାରଇ ମନେକୃଷ୍ଣଙ୍କୁ ମାରିବି କେସନେ

  125. Couplet 125

    ନିକଟେ ମିଳିଲେ ମୋହରପାଦେ କରିବି ଶତେ ଚୁର

  126. Couplet 126

    ତାହା ଜାଣିଲେ ନାରାୟଣମୋହିଲେ କୁମାରଙ୍କ ମନ

  127. Couplet 127

    କଇଥ ଗଛ ଦେଖି ପୋଏବୋଲନ୍ତି ରାମଙ୍କୁ ଥୋକାଏ

  128. Couplet 128

    ଏ ଫଳ ଦିଶଇ ସୁସଞ୍ଚହସ୍ତ ନ ପାଏ ବଡ଼ ଉଚ୍ଚ

  129. Couplet 129

    ତୁ ରାମ ଅତି ବଳୀୟାରଫଳ ଥୋକାଏ ବୃକ୍ଷୁ ତୋଳ

  130. Couplet 130

    ଶୁଣି ସାନନ୍ଦ ବନମାଳୀବତ୍ସା ନିକଟେ ଯାଇ ମିଳି

  131. Couplet 131

    ବେନିଚରଣ ଧରି କରେବୁଲାଇ ପିଟିଲେ ବୃକ୍ଷରେ

  132. Couplet 132

    କରେ ଘୂରାନ୍ତେ ପ୍ରାଣ ଗଲାଜୀବନ ଗୋବିନ୍ଦେ ପଶିଲା

  133. Couplet 133

    ଦେବେ ଚକିତ ତାହା ଦେଖିବ୍ରହ୍ମା ହୋଇଲେ ଅତି ସୁଖୀ

  134. Couplet 134

    ଅସୁର ଦେହ ଲାଗି କରିଫଳ ପଡ଼ିଲା ବୃକ୍ଷୁ ଝଡ଼ି

  135. Couplet 135

    ବାଳକେ ଦେଖିଣ ଚକିତବୋଲନ୍ତି ଧନ୍ୟ ନନ୍ଦସୁତ

  136. Couplet 136

    ଆନନ୍ଦେ ଦେବତାଏ ସ୍ତୁତିକୃଷ୍ଣଙ୍କୁ କଲେ ପୁଷ୍ପବୃଷ୍ଟି

  137. Couplet 137

    ଏମନ୍ତେ ରାମ ବନମାଳୀବତ୍ସା ରଖନ୍ତେ ବନେ କେଳି

  138. Couplet 138

    ସକାଳେ ଦଧି ଗୁଡ଼ ଅନ୍ନଭୁଞ୍ଜନ୍ତି ରାମ ଭଗବାନ

  139. Couplet 139

    ନିତ୍ୟେ ଯମୁନାତୀରେ ଯାଇବତ୍ସା ରଖନ୍ତି ବେନିଭାଇ

  140. Couplet 140

    ଗୋପାଳ ପୁଅ ଘେନି ସଙ୍ଗେବନେ ବିହରି ନାନାରଙ୍ଗେ

  141. Couplet 141

    ବାଳକେ ଯେଝା ବତ୍ସା ଘେନିଚରାନ୍ତି କରି ବେଣୁ ଧ୍ୱନି

  142. Couplet 142

    ଦିନେ ନିଦାଘେ ଖରାବେଳେମିଳିଲେ ଯାଇ ନଦୀକୂଳେ

  143. Couplet 143

    ବତ୍ସାଙ୍କୁ ପିଆଇ ବହନସକଳେ କଲେ ଜଳପାନ

  144. Couplet 144

    କଂସର ମିତ୍ର ବକାସୁରସଧୀରେ ବିହରଇ ନୀର

  145. Couplet 145

    କୃଷ୍ଣଙ୍କୁ ଦେଖି କାମରୂପୀକ୍ଷଣ କ୍ଷଣକେ ତନୁବ୍ୟାପୀ

  146. Couplet 146

    ନିଜ ସ୍ୱଭାବେ ମହାକାୟେଦେଖି ଡରିଲେ ଗୋପପୋଏ

  147. Couplet 147

    ଏ ବନେ ଏଡେ ବକ ଥାଇକହନ୍ତି ରାମଙ୍କୁ ଦେଖାଇ

  148. Couplet 148

    ଗୋପାଳ ପୋଏ ପରଶଂସିପର୍ବତଖଣ୍ତ ପ୍ରାୟେ ଦିଶି

  149. Couplet 149

    ତ୍ରାସେ ଉଠିଲେ ବେଗେ ତୀରଦେଖି ଧାଇଁଲା ବକାସୁର

  150. Couplet 150

    ଘୋର ଶବଦ ବେଗେ କଲାତକ୍ଷଣେ କୃଷ୍ଣଙ୍କୁ ଗିଳିଲା

  151. Couplet 151

    କୃଷ୍ଣ ନ ଦେଖି ଗୋପବାଳେଢଳି ପଡ଼ିଲେ ମହୀତଳେ

  152. Couplet 152

    ଉଠିଣ କରନ୍ତି ରୋଦନଚକିତେ ଚାହିଁ ଛନ୍ନଛନ୍ନ

  153. Couplet 153

    ବକାର ତାଳୁ ମୂଳେ ରହିତାହା ଜାଣିଲେ ଭାବଗ୍ରାହୀ

  154. Couplet 154

    ଦାସବ›ତ୍ସଳ ନରହରିବେଗେ ଅନଳ ରୂପ ଧରି

  155. Couplet 155

    ପ୍ରଳୟ ଅଗ୍ନି ଜିଣି ତେଜତା'ଳୁ ଦହିଲେ ଦେବରାଜ

  156. Couplet 156

    ତକ୍ଷଣେ ଘୋର ନାଦକରିକୃଷ୍ଣଙ୍କୁ ପକାଇ ଉଦାରି

  157. Couplet 157

    ଧୀରେ ଛାହିଁଲା ବକାସୁରସୁନ୍ଦର ଦିଶିଲା ଶରୀର

  158. Couplet 158

    ଦେଖି ଶ୍ରୀକୃଷ୍ଣ କଳେବରପୁଣି ଧାଇଁଲା ରୋଷଭର

  159. Couplet 159

    କୃଷ୍ଣର ଦେହେ କ୍ଷତ ନାହିଁଅସୁର ମନେ ବିଚାରଇ

  160. Couplet 160

    ପୁଣି ବିଚାରୁଅଛି ମନେଏହାକୁ ମାରିବି କେସନେ

  161. Couplet 161

    ଏହାର ସୁକୁମାର ପିଣ୍ତଥଣ୍ତେ କରିବି ଖଣ୍ତ ଖଣ୍ତ

  162. Couplet 162

    ବିସ୍ତାରି ବେନିପାଟି ତୋଳିବେଗେ ଧାଇଁଲା ମହାବଳୀ

  163. Couplet 163

    ଶୂନ୍ୟେ ଦେଖନ୍ତି ଦେବଗଣଆଗ ହୋଇଲେ ନାରାୟଣ

  164. Couplet 164

    କରେ ଧଇଲେ ବେନିପାଟିଅସୁର ନ ପାରିଲା ଉଠି

  165. Couplet 165

    ବାଳକ ମେଳେଣ ଶ୍ରୀହରିଚିରିଲେ ବେନିଫାଳ କରି

  166. Couplet 166

    ଦେଖି ସାନନ୍ଦେ ବୃନ୍ଦାରକେକୁସୁମ ବରଷିଲେ ଥୋକେ

  167. Couplet 167

    ଦୁନ୍ଦୁଭି ବାଦ୍ୟନାଦ କରିରଙ୍ଗେ ନାଚନ୍ତି ଅପସରୀ

  168. Couplet 168

    ବାଳକେ ଦେଖିଣ ଚକିତମାୟା ମୋହିଲେ ଗୋପୀନାଥ

  169. Couplet 169

    ତକ୍ଷଣେ ଆଲିଙ୍ଗନ କରିଗୋଠକୁ ଆଣିଲେ ବାଛୁରୀ

  170. Couplet 170

    ପୋଏ କହିଲେ ଯେଝାଘରେପୁଣି ମିଳିଲେ ନନ୍ଦଦ୍ୱାରେ

  171. Couplet 171

    ବକର ତୁଣ୍ତୁ ଉବୁରିଲାଭାଗ୍ୟ ଗୋ ଯଶୋଦାର ଥିଲା

  172. Couplet 172

    ଶୁଣି ଚକିତ ଗୋପଗୋପୀକୃଷ୍ଣଙ୍କୁ ଚାହାନ୍ତି ନିରୋପି

  173. Couplet 173

    ବୋଲନ୍ତି ଧର୍ମ ତିନିଲୋକେସତ୍ୟ ବେଭାର ଜନମୁଖେ

  174. Couplet 174

    ନିର୍ଦ୍ଦୋଷ ପ୍ରାଣୀ ହିଂସା କରିଆପଣେ ଯାଉଛନ୍ତି ମରି

  175. Couplet 175

    ଏ ପୋଏ ବାଳକ ସ୍ୱଭାବେଏହାଙ୍କୁ ହିଂସନ୍ତି ଦାନବେ

  176. Couplet 176

    ତେଣୁ ହୁଅନ୍ତି ମୃତ୍ୟୁ ସଙ୍ଗଅନଳେ ଯେସନେ ପତଙ୍ଗ

  177. Couplet 177

    ପଣ୍ତିତଜନଙ୍କର କଥାକେବେ ହେଁ ନୁହଁଇ ଅନ୍ୟଥା

  178. Couplet 178

    ଯାହା କହିଲେ ଗାର୍ଗ୍ୟଋଷିରାମକୃଷ୍ଣଙ୍କୁ ପରଶଂସି

  179. Couplet 179

    ସେ କଥା ହୋଇଲା ପ୍ରମାଣଏହାଙ୍କୁ ରଖୁ ନାରାୟଣ

  180. Couplet 180

    ଆପଦ ଦେଖି ନନ୍ଦରାୟେଶାନ୍ତି କରାଇଲେ ଥୋକାଏ

  181. Couplet 181

    ଗୋପେ ଗୋବିନ୍ଦ ଅଙ୍ଗସଙ୍ଗେତରିଲେ ଭବଜଳୁ ରଙ୍ଗେ

  182. Couplet 182

    ସେ ହରି ଚରଣେ ବିଶ୍ୱାସକହଇ ଜଗନ୍ନାଥ ଦାସ