Skip to content
paribhaasha

Skandha 10

Adhyaya 11

  1. Couplet 1

    ଶୁକ ବଚନ ଶୁଣି ରାୟେପଡ଼ଇ ପୁନଃ ପୁନଃ ପାୟେ

  2. Couplet 2

    ମନ ଆନନ୍ଦେ ନୃପବରମୁନିଙ୍କି ବୋଲନ୍ତି ଉତ୍ତର

  3. Couplet 3

    ଭୋ ମୁନି କୁବେର କୁମରେବୃକ୍ଷ ହୋଇଲେ ଗୋପପୁରେ

  4. Couplet 4

    କି ଦୋଷ କଲେ ନାରଦରେଶାପ ପାଇଲେ କି ପାପରେ

  5. Couplet 5

    ଯାହାଙ୍କ ଦେହେ ନାହିଁ ରୋଷବିଶେଷେ ଗୋବିନ୍ଦର ଦାସ

  6. Couplet 6

    ପିତାର ଦିଗପାଳ ପଦଅର୍ଜିଲେ ଅନେକ ସମ୍ପଦ

  7. Couplet 7

    ଏଡ଼େ ଅନୀତି ଆଚରିଲେନିର୍ଗୁଣ ମୁନିଙ୍କି ଚାଳିଲେ

  8. Couplet 8

    ତେଣୁ ହୋଇଲେ ବୃକ୍ଷ ଦୁଇଗୋପ ନଗରେ ବେନିଭାଇ

  9. Couplet 9

    ସେକଥା କହ ମୁନିବରନିର୍ମଳ ହେଉ ମୋ ଶରୀର

  10. Couplet 10

    ମୁନି ବୋଲନ୍ତି ତାହା ଶୁଣିକୃଷ୍ଣଚରିତ ମନେ ଗୁଣି

  11. Couplet 11

    ନଳକୂବର ମଣିଗ୍ରୀବତପେ ତୋଷିଲେ ସଦାଶିବ

  12. Couplet 12

    ପ୍ରସନ୍ନ ହୋଇ ଉମାକାନ୍ତବର ଯାଚିଲେ ବିଶ୍ୱନାଥ

  13. Couplet 13

    ଶୁଣି ସାନନ୍ଦ ବେନିଭାଇକହନ୍ତି ଶିରେ କର ଦେଇ

  14. Couplet 14

    ଆନ ସମ୍ପଦେ କାର୍ଯ୍ୟ ନାହିଁଶୁଣିମା ତ୍ରୈଲୋକ୍ୟ ଗୋସାଇଁ

  15. Couplet 15

    ଶତେକ ଯକ୍ଷ-ଅପସରୀଆମ୍ଭେ ରମିବୁ ବନେ ହେରି

  16. Couplet 16

    ଅସ୍ତୁ ବୋଇଲେ ଶୂଳପାଣିଦଇବ ମିଳାଇଲା ଆଣି

  17. Couplet 17

    କନ୍ୟା ସମେତେ ବେନିଭାଇମିଳିଲେ ଗଙ୍ଗାତୀରେ ଯାଇ

  18. Couplet 18

    ବାରୁଣୀ ମଦ୍ୟ କଲେ ପାନଭୋଳେ ହୋଇଲେ ହତଜ୍ଞାନ

  19. Couplet 19

    ଦଇବେ ନିଦାଘର କାଳଡେଇଁ ପଶିଲେ ଗଙ୍ଗାଜଳ

  20. Couplet 20

    ବସ୍ତ୍ର ପାଲଟି ବୃକ୍ଷତଳେକନ୍ୟାଏ ପଶିଗଲେ ଜଳେ

  21. Couplet 21

    କରନ୍ତି ନାନା ରଙ୍ଗେ କେଳିହାସ-ପରିହାସ-ଢମାଳି

  22. Couplet 22

    ଏମନ୍ତ ସମୟେ ନାରଦଯା'ନ୍ତେ କରନ୍ତି ବୀଣାବାଦ୍ୟ

  23. Couplet 23

    ଆଶ୍ରମ ନାମେ ବଦରିକାତହିଁକି ଯାଉଛନ୍ତି ଏକା

  24. Couplet 24

    ହରି ଭକତି ହୃଦେ ଧ୍ୟାୟୀନାଚନ୍ତି ବୀଣାବାଦ୍ୟ ବାଇ

  25. Couplet 25

    କନ୍ୟାୟେ ନାରଦଙ୍କୁ ଦେଖିତକ୍ଷଣେ କ୍ରୀଡ଼ାନ୍ତ ଉପେକ୍ଷି

  26. Couplet 26

    ଜଳୁ ଉତୁରି ଯେଝାମତେବସ୍ତ୍ର ସେ ପିନ୍ଧିଲେ ତୁରିତେ

  27. Couplet 27

    ଭୟେ କମ୍ପନ୍ତି ଥରହରନ ପୁଣ କୋପେ ମୁନିବର

  28. Couplet 28

    ଲୁଚିଲେ ବୃକ୍ଷଙ୍କର ପଛେନାରଦ ଦେଖନ୍ତି ପ୍ରତ୍ୟକ୍ଷେ

  29. Couplet 29

    ଜଳେ କ୍ରୀଡ଼ନ୍ତି ବେନିଭାଇଦେଖିଲେ କନ୍ୟାମାନ ନାହିଁ

  30. Couplet 30

    ଭୋଳେ ଚାହାନ୍ତି ଦଶଦିଗେବସ୍ତ୍ର ହିଁ ନାହିଁ କଟୀଭାଗେ

  31. Couplet 31

    ମଦ୍ୟେ ଅରୁଣ ବେନିଆଖିମୁନିଙ୍କି ଚାହାନ୍ତି ନିରେଖି

  32. Couplet 32

    ଦେଖି ନାରଦ ମୁନିବରବୀଣା ଶବଦ କଲେ ସ୍ଥିର

  33. Couplet 33

    କୂଳେ ରହିଲେ ଆଡ଼ ହୋଇଦୟାରେ ବିଚାରନ୍ତି ଚାହିଁ

  34. Couplet 34

    ଏ ବେନି କୁବେର ନନ୍ଦନମଦେ ହୋଇଲେ ହତଜ୍ଞାନ

  35. Couplet 35

    ଦଇବ କଲା ୟାଙ୍କୁ ନାଶତେଣୁ ହୋଇଲା ବୁଦ୍ଧିଭ୍ରଂଶ

  36. Couplet 36

    ସ୍ୱଭାବେ ରଜୋଗୁଣ ଛନ୍ଦେଅଜ୍ଞାନ ହେଲେ ମୋହବନ୍ଧେ

  37. Couplet 37

    କେ ଏହା ପାରେ ଆନ କରିଯାବତ ଥାଇ ଦେହ ଧରି

  38. Couplet 38

    ବହୁତ ଥାଇ ଯା'ର ଧନବନ୍ଧୁରେ ସେହି ଶ୍ରେଷ୍ଠ ଜନ

  39. Couplet 39

    ପର ରମଣୀ ଯେହୁ ହରେଯେ ପ୍ରାଣୀ ମଦ୍ୟପାନ କରେ

  40. Couplet 40

    ଜୁଆ ଖେଳନ୍ତି ଭୋଳ ହୋଇଚୋରି କରନ୍ତି ଲୋଭ ବହି

  41. Couplet 41

    ଐଶ୍ୱର୍ଯ୍ୟ ମଦର ଲକ୍ଷଣତ୍ରିବିଧ ଅଟେ ଏହା ଜାଣ

  42. Couplet 42

    ବହୁ ସ୍ତ୍ରୀସଙ୍ଗ ସୁରାପାନଦ୍ୟୁତ-କ୍ରୀଡ଼ାରେ ରସେ ମନ

  43. Couplet 43

    ଧିକ ଏ ଅଇଶ୍ୱର୍ଯ୍ୟ ଜାଣପରରେ ଦିଅନ୍ତି କଷଣ

  44. Couplet 44

    ଏକ ଆରକେ ହିଂସା ବହିନରକେ ପଡୁଥା'ନ୍ତି ଯାଇ

  45. Couplet 45

    ନଶ୍ୱର-ଦେହକୁ ଅଜରଅମର ପରା କରି ସ୍ଥିର

  46. Couplet 46

    ଜୀବ ହିଂସନ୍ତି ଆନନ୍ଦରେଶୋଚନା ନ ଥାଇ ମନରେ

  47. Couplet 47

    ମାଂସ ଭକ୍ଷଣେ ପଶୁ ମାରେଯେ ଦୟା ଧର୍ମ ନ ବିଚାରେ

  48. Couplet 48

    ଦେହକୁ ବୋଲନ୍ତି ମୋହରପାପକୁ ନାହିଁ ଯା'ର ଡର

  49. Couplet 49

    ଅଜ୍ଞାନ ମୋହେ ହୋନ୍ତି ମତ୍ତନରକେ ପଡ଼ନ୍ତି ତୁରିତ

  50. Couplet 50

    ଦେହରୁ ପ୍ରାଣ ଗଲେ ଛାଡ଼ିରହଇ ମୃତପିଣ୍ତ ପଡ଼ି

  51. Couplet 51

    ଭୂଦେବ ନରଦେବ ହେଲେଅନ୍ତେ ଏ ନାଶ ଲଭେ ଭଲେ

  52. Couplet 52

    ଏ ଦେହୁ ଜୀବ ଯିବା କାଳେପଶଇ ଭସ୍ମକୀଟ ମେଳେ

  53. Couplet 53

    ଏ ଦେହ ପାଇଁ ମାରେ ଜନ୍ତୁଅଜ୍ଞାନ ନରକର ହେତୁ

  54. Couplet 54

    ଜ୍ଞାନ ହୁଅଇ ଏତେ ଭ୍ରମଜନ୍ମ ମରଣେ ପଥଶ୍ରମ

  55. Couplet 55

    ଏ ଦେହ କହିବା କାହାରମାତାପିତା ବା ବନ୍ଧୁଙ୍କର

  56. Couplet 56

    କି ଅନ୍ନଦାତା କି ରାଜାରକି ଅଗ୍ନି ଶ୍ୱାନ ଶୃଗାଳର

  57. Couplet 57

    କି ଅବା ନିଜର ଏ ଦେହକେ ଏହା କରିବ ନିର୍ଣ୍ଣୟ

  58. Couplet 58

    ଅଥବା ବଳ ଅଛି ଯା'ରତାହାର ଏଥେ ଅଧିକାର

  59. Couplet 59

    ଅବ୍ୟକ୍ତ ତହୁଁ ଜାତ ହୋଇପୁଣି ସେ ତହିଁରେ ମିଶଇ

  60. Couplet 60

    ଏ ଦେହ ପାଇଁ ଜନ୍ତୁ ମାରେମୂଢ଼ ନ ହେଲେ କେବା କରେ

  61. Couplet 61

    ସମ୍ପଦ ମଦେ ଯେହୁ ଅନ୍ଧସମ୍ପଦ-ନାଶ ତା ଔଷଧ

  62. Couplet 62

    ଦରିଦ୍ର ପଣେ ଦୁଃଖ ପାଇଆତ୍ମାକୁ ଜଗତେ ଦେଖଇ

  63. Couplet 63

    କଣ୍ଟା ନ ବହେ ଯା ଚରଣସେ କି ଜାଣଇ ସେ କଷଣ

  64. Couplet 64

    ସୁଖୀ ନ ଜାଣେ ପର ବ୍ୟଥାଜୀବ ମାରଣେ ସାମରଥା

  65. Couplet 65

    ଯାହାର ଦେହେ କ୍ଷତ ହୋଇସେ ଜାଣେ ସୁଖଦୁଃଖ ଦୁଇ

  66. Couplet 66

    ଦରିଦ୍ର ଜନ କ୍ଳେଶ ପାଇଇନ୍ଦ୍ରିୟ ଭୋଗେ ନ ରସଇ

  67. Couplet 67

    କ୍ଷୁଧାରେ ଶୁଷ୍କ ଯା' ଶରୀରସେ କାହୁଁ ହିଂସିବ ଅପର

  68. Couplet 68

    ଏଣୁ ଦୁଃଖୀର ଦୁଃଖୀପଣପରମ ତପସ୍ୟା ସମାନ

  69. Couplet 69

    ହରି ଭକତ ସାଧୁଜନସଙ୍ଗ ଲଭଇ ଅକିଞ୍ଚନ

  70. Couplet 70

    ସମ ମଣଇ ଦୁଃଖସୁଖେତାହାକୁ ନାରାୟଣ ରଖେ

  71. Couplet 71

    ଏତେ ବିଚାରି ମୁନିବରଚଞ୍ଚଳ ଚିତ୍ତକଲେ ସ୍ଥିର

  72. Couplet 72

    ବୋଲନ୍ତି ଦୟାଭାବ ଚିତ୍ତେନାଶ ଏ ଯିବେ ଏହି ମତେ

  73. Couplet 73

    ଦଇବେ ଗର୍ବ ଏହାଙ୍କରଅଜ୍ଞାନ ସଂସାର ବେଭାର

  74. Couplet 74

    ମାଗିଲେ ଶତେକନ୍ୟା ରତିଏ ମୂଢ଼େ କିଛି ନ ଜାଣନ୍ତି

  75. Couplet 75

    ଭୋଳ ହୋଇଲେ ମଦ୍ୟ ଖାଇଏବେ ତରିବେ ବେନିଭାଇ

  76. Couplet 76

    ଦେହକୁ ନ ଜାଣନ୍ତି ଭୋଳେବୃକ୍ଷ ହୋଇବେ ଏକତୁଲେ

  77. Couplet 77

    କୋପେ ବୋଲନ୍ତି ମୁନିବରଶୁଣ ହେ କୁବେର କୁମର

  78. Couplet 78

    ଅର୍ଜୁନ ବୃକ୍ଷ ରୂପ ହୋଇକାଳ ବଞ୍ଚିବ ବେନିଭାଇ

  79. Couplet 79

    ମୋତେ ଯେ ନଚିହ୍ନିଲ ବ୍ରହ୍ମତେଣୁ ହୋଇବ ଉଚ୍ଚଦ୍ରୁମ

  80. Couplet 80

    ଏତେ ବୋଲିଣ ମୁନି ଗଲେକନ୍ୟାଏ ତାହାଙ୍କୁ କହିଲେ

  81. Couplet 81

    ଶାପ ବିହିଲେ ମହାଋଷିବୋଇଲେ ସ୍ଥାବର ହୁଅସି

  82. Couplet 82

    ଶୁଣି କମ୍ପିଲେ ଭାଇ ବେନିଯାଇ ଭେଟିଲେ ବ୍ରହ୍ମମୁନି

  83. Couplet 83

    ପାଦେ ପଡ଼ିଣ ମାଗି ଗତିବୋଇଲେ ଶୁଣ ବ୍ରହ୍ମଯତି

  84. Couplet 84

    ଆମ୍ଭର ମତି-ଭୋଳପଣେଗର୍ବ ବହିଲୁ ଅକାରଣେ

  85. Couplet 85

    ଅମୋଘ-ବଚନ ଏ ତୋରବିଅର୍ଥ ନୋହେ ମୁନିବର

  86. Couplet 86

    ଉତ୍ତମକୁଳେ ହୋଇ ଜନ୍ମକଲୁ ଯେ ପାପ ନୀତିମାନ

  87. Couplet 87

    ଏମନ୍ତେ କାନ୍ଦି ଉଚ୍ଚସ୍ୱରେବୋଲନ୍ତି କୁବେର-କୁମରେ

  88. Couplet 88

    ବିକଳ ଦେଖି ବ୍ରହ୍ମଋଷିବୋଇଲେ ବଚନ ଆଶ୍ୱାସି

  89. Couplet 89

    ଆମ୍ଭ ବଚନ ମିଥ୍ୟା ନୋହିବୃକ୍ଷ ହୋଇବ ବେନିଭାଇ

  90. Couplet 90

    ନନ୍ଦ-ବରଜେ ଦେହଧରିବୃକ୍ଷ ହୋଇବ ମର୍ତ୍ତ୍ୟପୁରୀ

  91. Couplet 91

    ଅଷ୍ଟାବିଂଶତି ଦ୍ୱାପରେଣଜନ୍ମ ଲଢ଼ିବେ ନାରାୟଣ

  92. Couplet 92

    ବିଷ୍ଣୁର ଦିବ୍ୟରୂପ ଚାହିଁସ୍ୱର୍ଗେ ଆସିବ ବେନିଭାଇ

  93. Couplet 93

    ଯହୁଁ କରୁଣା ଶୂଳ ପାଣିଶତେକ କନ୍ୟା ଦେଲେ ଆଣି

  94. Couplet 94

    ତୁମ୍ଭର ଶାପ ମୋକ୍ଷ ଯାଏଏମାନେ ଥିବେ ସେହିଠାଏ

  95. Couplet 95

    ଈଶ୍ୱର ବର ନୋହେ ଆନଆସି ରମିବ କନ୍ୟାମାନ

  96. Couplet 96

    ଅର୍ଜୁନବୃକ୍ଷ ରୂପ ହୋଇଗୋପେ ଜନମ ବେନିଭାଇ

  97. Couplet 97

    ଶତେ-ବରଷ ଦେବମତେକୃଷ୍ଣଙ୍କୁ ଭେଟ ଶାପଅନ୍ତେ

  98. Couplet 98

    ଭକତି ହେଉ କୃଷ୍ଣପାଦେଶାପୁଁ ତରିବ ଅପ୍ରମାଦେ

  99. Couplet 99

    ମୁନିଶାପରେ ବେନିଭାଇବୃକ୍ଷ ହୋଇଲେ ଗୋପେ ଯାଇ

  100. Couplet 100

    ଶୁଣ ପାଣ୍ତବ-ଚୂଡ଼ାମଣିରୋଳ ଟାଣିଲେ ଚକ୍ରପାଣି

  101. Couplet 101

    ବୃକ୍ଷରେ ଦେଇ ବେନିହସ୍ତମନେ ଚିନ୍ତନ୍ତି ଗୋପୀନାଥ

  102. Couplet 102

    ନାରଦ-ବଚନ ମୋହରପାଳିବା ଉଚିତ ବେଭାର

  103. Couplet 103

    ଦାସବତ୍ସଳ ବ୍ରହ୍ମରାଶିବୃକ୍ଷଙ୍କ ମଧ୍ୟେ ଗଲେ ପଶି

  104. Couplet 104

    ରୋଳ ଲାଗନ୍ତେ ବେନିବୃକ୍ଷେଗୋବିନ୍ଦ ଟାଣିଲେ ପ୍ରତ୍ୟେକ୍ଷେ

  105. Couplet 105

    ଉପୁଡ଼ି ଗଲା ବେନି ମୂଳପଡ଼ି କମ୍ପିଲେ ପତ୍ର-ଡ଼ାଳ

  106. Couplet 106

    ଶବଦ ମେଘ-ଘଡ଼ଘଡ଼ିପଡ଼ିଲେ କୃଷ୍ଣ-ଦେହ ଛାଡ଼ି

  107. Couplet 107

    ଦେହ ଲାଗନ୍ତେ ଭାବଗ୍ରାହୀବାହାର ହେଲେ ବେନିଭାଇ

  108. Couplet 108

    ଅନଳ ପ୍ରାୟେ ତେଜରାଶିଗଞ୍ଜନ୍ତି ଦିବାକର-ଶଶୀ

  109. Couplet 109

    କୃଷ୍ଣଙ୍କୁ ଦେଖି ବେନିଭାଇଚରଣେ ଶିର ଦେଲେ ନେଇ

  110. Couplet 110

    ଚିତ୍ତ ନିବେଶି ପଦ୍ମପାଦେବୋଲନ୍ତି ଶୋକ-ଗଦଗଦେ

  111. Couplet 111

    କୃଷ୍ଣ-ପରମାନନ୍ଦ ହରିପରମପୁରୁଷ-ମୁରାରି

  112. Couplet 112

    ଲୀଳାଏ କରି ବିଶ୍ୱମାୟାଭକ୍ତଜନରେ କରୁ ଦୟା

  113. Couplet 113

    ତୋହର ରୂପ ଗୁଣ ଯେତେବିପ୍ରେ ଜାଣନ୍ତି ବେଦମତେ

  114. Couplet 114

    ପୃଥିବୀ ଆଦି ପଞ୍ଚଭୂତମନ-ଇନ୍ଦ୍ରିୟ-ଆତ୍ମତତ୍ତ୍ୱ

  115. Couplet 115

    କାଳସ୍ୱଭାବେ ଜନ୍ମ-ମୃତ୍ୟୁଜୀବ-ପରମ ଆତ୍ମା ହେତୁ

  116. Couplet 116

    ଭକତ ଜନ ନିସ୍ତାରଣେଶରୀର ବହୁ ତୁ କାରଣେ

  117. Couplet 117

    ତୋ' ନାମ ପରମ ମଙ୍ଗଳତ୍ରାହି କରିବା ଆଦିମୂଳ

  118. Couplet 118

    ଅଷ୍ଟାଙ୍ଗଯୋଗ ଧ୍ୟାନ କରିଯାହା ଚିନ୍ତନ୍ତି ବ୍ରହ୍ମଚାରୀ

  119. Couplet 119

    ନାରଦ ଭେଟିବାର ଫଳେତୋତେ ଦେଖିଲୁ ଚର୍ମଡୋଳେ

  120. Couplet 120

    ଚକ୍ଷୁ-ଶ୍ରବଣ-ବୁଦ୍ଧି-ଶିରମନ-ବଚନ ବେନିକର

  121. Couplet 121

    ତୋହର ପାଦେ ନିତ୍ୟେ ଥାଉତୋ' ନାମ ଧରି ଦିନ ଯାଉ

  122. Couplet 122

    ଅନେକ ଜନ୍ମେ ତପ କରିତୋତେ ଭେଟିଲୁ ନରହରି

  123. Couplet 123

    ତୋର ସେବକ ମିତ୍ରପଣେଖଟିବୁ ତୋହର ଚରଣେ

  124. Couplet 124

    ଏମନ୍ତେ ବେନିକର ଯୋଡ଼ିଆଜ୍ଞା ମାଗିଲେ ପାୟେ ପଡ଼ି

  125. Couplet 125

    ହସି ବୋଲନ୍ତି ଭାବଗ୍ରାହୀସାଧୁଙ୍କ ସଙ୍ଗ ଫଳ ଏହି

  126. Couplet 126

    ନାରଦ ଭେଟିବାର ଫଳୁହେଳେ ତରିଲ ଭବଜଳୁ

  127. Couplet 127

    ମୋହର ପାଦେ ଯା'ର ମନମୋ' ନାମ କରନ୍ତି କୀର୍ତ୍ତନ

  128. Couplet 128

    ପରେ କରନ୍ତି ଦୟାଚିତ୍ତମାୟାରେ ନୁହନ୍ତି ମୋହିତ

  129. Couplet 129

    ଏହାଙ୍କ ଦରଶନ ପାଇପାପ ତାହାଙ୍କୁ ନ ଲାଗଇ

  130. Couplet 130

    ଶୁଣ ହେ କୁବେର କୁମରେନିଶ୍ଚିନ୍ତେ ଯାଅ ନିଜ ପୁରେ

  131. Couplet 131

    ଭକତି କରି ମୋର ପାଦେମୋତେ ପାଇବ ଅପ୍ରମାଦେ

  132. Couplet 132

    କୃଷ୍ଣ-ବଚନ ଶିରେ ଧରିଉତ୍ତର ପଥେ ଗଲେ ଚଳି

  133. Couplet 133

    ଭକ୍ତ ବତ୍ସଳ ପୀତବାସକ୍ଷମା କରିବେ ମୋର ଦୋଷ

  134. Couplet 134

    ସେ ହରିଚରଣେ ବିଶ୍ୱାସକହଇ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 11 | Parbani by ParibhaAsha App