Skip to content
paribhaasha

Skandha 11

Adhyaya 10

  1. Couplet 1

    ଶୁଣ ହେ ଯଦୁନୃପବରଯେ ଅବା ଅନୁଭବ ମୋର

  2. Couplet 2

    ଗୁରୁବଚନ ମୋର ଯେତେସବୁ କ‌ହିବି ତୋ' ଅଗ୍ରତେ

  3. Couplet 3

    ଏ ଯେତେ ଦ୍ରବ୍ୟ ପରିଗ୍ରହସର୍ବ ତୁ ଜାଣ ଦୁଃଖମୟ

  4. Couplet 4

    ଏ ଘେନି ଜ୍ଞାନୀ ଅକିଞ୍ଚନେନିଶ୍ଚିନ୍ତେ ରହେ ସୁଖମନେ

  5. Couplet 5

    ପକ୍ଷୀଙ୍କ ମଧ୍ୟେ ବଳୀୟାରସ୍ୱଭାବେ ପ୍ରଚଣ୍ତ କୁରର

  6. Couplet 6

    ନିତ୍ୟେ ମାରଇ ନାନାପକ୍ଷୀଜୀବନ ପୋଷେ ମାଂସ ଭକ୍ଷି

  7. Couplet 7

    ତା'ର ମହିମା ଜନେ ଶୁଣିବନ୍ଦୀ କରନ୍ତି ଘରେ ଆଣି

  8. Couplet 8

    ସେ ପୁଣି ନିତ୍ୟେ ପକ୍ଷୀ ମାରେମାଂସ ଭକ୍ଷଇ ନେଇ ପରେ

  9. Couplet 9

    କେନଳ ଶ୍ରମ ମାତ୍ର ସାରନ କରେ ଉଚିତ ଆହାର

  10. Couplet 10

    ମୁହିଁ ତାହାର ଦୁଃଖ ଚାହିଁବୁଲଇ ଗୁରୁଶିକ୍ଷା ପାଇ

  11. Couplet 11

    ନ କରି ବସ୍ତୁ ପରିଗ୍ରହଏକା ଭ୍ରମଇଁ ଶୂନ୍ୟ ଦେହ

  12. Couplet 12

    ନାହିଁ ମୋ' ମାନ ଅଭିମାନଗୃହ କଳତ୍ର ପୁତ୍ର ଧନ

  13. Couplet 13

    ଆତ୍ମାରେ ରମଇଁ ମୁକ୍ଷ ନିତ୍ୟେନିଶ୍ଚିନ୍ତେ ଭ୍ରମଇଁ ଜଗତେ

  14. Couplet 14

    ପରମାନନ୍ଦ ରସ ପାଇନିରତେ ସଂସାରେ ଭ୍ରମଇ

  15. Couplet 15

    ବାଳକ ତ‌ହୁଁ ଏହା ଶିଖିନୁହଇଁ ନାନା ଦୁଃଖେ ଦୁଃଖୀ

  16. Couplet 16

    କେବଳ ଆହାର ବେଭାରେକ୍ରୀଡ଼ା କ‌ରଇ ସର୍ବଦ୍ୱାରେ

  17. Couplet 17

    କିଛି ହିଁ ଚିନ୍ତା ନାହିଁ ତା'ରଏଣୁ ବାଳକ ଗୁରୁମୋର

  18. Couplet 18

    ଏବେ ହୋ ଶୁଣ ମନସ୍ଥିରେପୂର୍ବେ ଯେ ଅବନ୍ତୀ ନ‌ଗରେ

  19. Couplet 19

    ସୁସାଧୁ ସୁନ୍ଦର ଶରୀରେକନ୍ୟାଏ ଥିଲା ବିପ୍ରଘରେ

  20. Couplet 20

    ସେ କନ୍ୟା ବିଭାଅର୍ଥେ ବରିବିପ୍ର ମିଳିଲେ ପାଞ୍ଚ‌ଚାରି

  21. Couplet 21

    କନ୍ୟାର ପିତା ସଙ୍ଗମେଳେବିବା‌ହ ପ୍ରସ୍ତାବ ନିରୋଳେ

  22. Couplet 22

    ବିଚାର କରି କନ୍ୟା ମାତାନିକଟେ ବସାଇ ଦୁହିତା

  23. Couplet 23

    ବୋଲଇ କରି ମୁଖ ଚାହିଁତଣ୍ତୁଳ ଅର୍ଥେ ଧାନ ଦେଇ

  24. Couplet 24

    ବେଗେ ତୁ କୁଟ ରୋଳେ ଭରିତା' ଶୁଣି ବ୍ରାହ୍ମଣ କୁମାରୀ

  25. Couplet 25

    ରୋଳେ ମୁଷଳ ଏକ‌କରିକୁଟଇ ବେନିକରେ ଧରି

  26. Couplet 26

    ଭୁଜେ ତା ବଳୟକଙ୍କଣକୁଟନ୍ତେ ବାଜେ ରୁଣଝୁଣ

  27. Couplet 27

    ଶୁଣି କୁମାରୀ ଲଜ୍ଜା ପାଇଅଧେ କଙ୍କଣ ହସ୍ତୁ ଫେଇ

  28. Couplet 28

    ପୁଣି କୁଟନ୍ତେ ଧୀରେ ଧୀରେହସ୍ତକଙ୍କଣ ନାଦ କରେ

  29. Couplet 29

    କୁମାରୀ ମନେ ବିଚାରଇସଙ୍ଗ ଗ‌ହଳେ ଗୋଳ ହୋଇ

  30. Couplet 30

    ଏମନ୍ତ ବିଚାରି ବିବେକେପୁଣି ଫେଇଲା ରଖି ଏକେ

  31. Couplet 31

    ବେନି କଙ୍କଣ ବେନିକରେକୁଟନ୍ତେ ଶବଦ ନ କରେ

  32. Couplet 32

    ଅନେକ ଲୋକ ଯହିଁ ମିଳିଅବଶ୍ୟ ଉପୁଜଇ କଳି

  33. Couplet 33

    ତେଣୁ କୁମାରୀ ଅନୁରାଗେଗୁରୁ ବଚନ ଶିକ୍ଷାଭାଗେ

  34. Couplet 34

    ଏକାନ୍ତେ ଭ୍ରମୁଥାଇ ମୁହିଁକେବେହେଁ ସଙ୍ଗ ନ କରଇ

  35. Couplet 35

    ଅଭ୍ୟାସେ ଜିଣି ମୁଁ ପବନନିରୋଧି ଏ ଚଞ୍ଚଳମନ

  36. Couplet 36

    ବୈରାଗ୍ୟ ଯୋଗ ଅଭ୍ୟାସନେବୁଲଇ ଆତ୍ମ ସଂଯମନେ

  37. Couplet 37

    ଏକାଗ୍ର କରି ଦୃଢ଼ ମନହରିର ପାଦେ ନିବେଦନ

  38. Couplet 38

    ତେଣୁ ନିଶ୍ଚଳ ମୋର ଧ୍ୟାନବଞ୍ଚଇ ଦୁଃଖ ସୁଖେ ଦିନ

  39. Couplet 39

    ସ୍ୱଭାବେ ରଜୋଗୁଣ ଛାଡ଼ିସ‌ତ୍ତ୍ୱ ସଂଯୋଗେ ତମ ଏଡ଼ି

  40. Couplet 40

    ସ‌ତ୍ତ୍ୱକୁ ଜିଣି ସ‌ତ୍ତ୍ୱଗୁଣେନିର୍ବାଣ ପରମକାରଣେ

  41. Couplet 41

    ନିଶ୍ଚଳେ ଥାଇ ଆତ୍ମଧ୍ୟାନେବାହ୍ୟ ଅନ୍ତର ନ ପ୍ରମାଣେ

  42. Couplet 42

    ଯେସନେ ଶରକାରୀ ପ‌ଥେଶର ବିନ୍ଧଇ ହେଟ ମାଥେ

  43. Couplet 43

    ତାର ନିକଟେ ରାଜା ଗଲାସେ ତାହା ଜାଣି ନ ପାରିଲା

  44. Couplet 44

    ତେଣୁ ତାହାର ତ‌ହୁଁ ଦେଖିମୁଁ ଏବେ ଗୁରୁଶିକ୍ଷା ଶିଖି

  45. Couplet 45

    ଏକା ମୁଁ ଭ୍ରମଇଁ ସଂସାରମୋହର କାହିଁ ନାହିଁ ଘର

  46. Couplet 46

    ଏଣୁ ମୁଁ ସାବଧାନ ଚିତ୍ତଅଲକ୍ଷ୍ୟ ଗତି ମୋର ନିତ୍ୟ

  47. Couplet 47

    ଅଳ୍ପ ଭାଷଣ ମୁନି ପ୍ରାୟେମୁହିଁ ର‌ହଇ ସ୍ଥିର ଦେହେ

  48. Couplet 48

    ବିଫଳ ଅନିତ୍ୟ ଦେ‌ହରଗୃହ ଆରମ୍ଭ ଦୁଃଖ ଘୋର

  49. Couplet 49

    ଏ ଘେନି ଗୃହାରମ୍ଭ ଛାଡ଼ିଦେହର ରକ୍ଷା ମାତ୍ର ଲୋଡ଼ି

  50. Couplet 50

    ପିତୃ ଅତିଥି ସେବା ଅର୍ଥେଆଚାରେ ଥିବ ଲୋକମତେ

  51. Couplet 51

    ଆତ୍ମା କାରଣେ ବ୍ୟର୍ଥ ଘରକେବେହେଁ ନ କରି ତ‌ତ୍ପର

  52. Couplet 52

    ଶରୀର ର‌ଖଇ ନିରୋଳେସର୍ପ ଯେସନେ ନାନା ବିଳେ

  53. Couplet 53

    ଏଣୁ ମୁଁ ସର୍ପଦୀକ୍ଷା ଧରିଗୃହସ୍ଥ ଆଶ୍ରମ ନ କରି

  54. Couplet 54

    ଥୟ ନ କରି ଏକସ୍ଥାନବଞ୍ଚଇ ନାନାତୀର୍ଥେ ଦିନ

  55. Couplet 55

    ଦେଖ ଏ ବିଷ୍ଣୁ ମାୟା କରିଜଗତ ସ‌ର୍ଜଇ ମୁରାରି

  56. Couplet 56

    କାଳରୂପେ ପୁଣି ସଂହାରେଆତ୍ମାସୁଖେ ରହେ ନିରୋଳେ

  57. Couplet 57

    ସ୍ୱଭାବେ ବୋଲାଇ ଈଶ୍ୱରସେ ହରି ସର୍ବଶକ୍ତିଧର

  58. Couplet 58

    ପ୍ରକୃତି ପୁରୁଷ ଅନ୍ତରସ୍ୱଭାବେ ନାହିଁ ପରାପର

  59. Couplet 59

    ଉପାଧି ବର୍ଜିତ ଈଶ୍ୱରଫେନ ବିନାଶେ ଯେହ୍ନେ ନୀର

  60. Couplet 60

    ସୃଷ୍ଟି ଇଚ୍ଛଇ ଯେତେବେଳେସୃଜଇ ମାୟା ଯୋଗବଳେ

  61. Couplet 61

    ତ୍ରିଗୁଣମୟୀ ବିଷ୍ଣୁମାୟାବେଦବେଦାନ୍ତ କ‌ହେ ଯାହା

  62. Couplet 62

    ସେ ମାୟା ନାନା ମୂର୍ତ୍ତି ଧରିବ୍ରହ୍ମାଣ୍ତ ମଧ୍ୟେ ଅଛି ପୂରି

  63. Couplet 63

    ସେ ମାୟାବଳେ ନାରାୟଣଜଗତ କରେ ପୁଣ ପୁଣ

  64. Couplet 64

    ତା' ମଧ୍ୟେ ଜୀବରୂପ ଧରିବିହରେ ନାନାକ୍ରୀଡ଼ା କରି

  65. Couplet 65

    ଯେସନେ କୀଟ ଊର୍ଣ୍ଣନାଭନିଜ ବଦନୁ ସୂତ୍ରଭାବ

  66. Couplet 66

    ଜାଲ ନିର୍ମାଇ ରାତ୍ରମୁଖେମଧ୍ୟେ ବିହରେ ମନସୁଖେ

  67. Couplet 67

    ଏକାନ୍ତେ ରାତ୍ରେ କ୍ରୀଡ଼ା କରେସୂର୍ଯ୍ୟ ଉଦୟେ ତା' ସଂହରେ

  68. Couplet 68

    ଏ ରୂପେ ସୃଷ୍ଟିଲୀଳା କରିସଂସାର ଖେଳେ ନରହରି

  69. Couplet 69

    ଏବେ ହୋ ଶୁଣ ନରପ‌ତିସଂସାରେ ଜୀବଆତ୍ମା ଗତି

  70. Couplet 70

    ଦେହ ବିଯୋଗ କାଳେ ଜନ୍ତୁମନେ ଚିନ୍ତଇ ଯେତେ ହେତୁ

  71. Couplet 71

    ଏକାନ୍ତ ସ୍ନେହ ଦ୍ୱେଷ ଭୟେନିଶ୍ଚୟଧ୍ୟାନ ଯହିଁ ରହେ

  72. Couplet 72

    ଜନ୍ମଇ ସେହି ରୂପ ଧରିଯେସନେ କୀଟ ପେଷସ୍କାରୀ

  73. Couplet 73

    କୀଟ ଆଣଇ ନାନାରୂପେନିଜ ଭୁବନେ ନେଇ ସ୍ଥାପେ

  74. Couplet 74

    ସେ କୀଟ ପ୍ରାଣ ଯିବାବେଳେତାହାକୁ ଦେଖିଥାଇ ଡ଼ୋଳେ

  75. Couplet 75

    ଭୟେ ଚିନ୍ତଇ ତାର ରୂପଜନ୍ମଇଁ ଘେନି ସେ ସ୍ୱରୂପ

  76. Couplet 76

    ମୋହର ମନ ସେହିମତେକୃଷ୍ଣ ଚରଣେ ଅବିରତେ

  77. Couplet 77

    ନିଶ୍ଚଳେ ସ୍ଥାପି ସାବଧାନେବୁଲଇ ମହୀ ପର୍ଯ୍ୟଟନେ

  78. Couplet 78

    ଏମନ୍ତେ ମୋର ଗୁରୁ ଯେତେତାହାଙ୍କୁ ଉପଦେଶ ମତେ

  79. Couplet 79

    କାୟ ବଚନ ମନେ ଧରିଭ୍ରମଇଁ ଅବନୀ ବିହରି

  80. Couplet 80

    ଆତ୍ମାର ଗୁରୁ ମୁଁ ଆପଣେତେଣୁ ଧରଇ ତା'କୁ ମନେ

  81. Couplet 81

    ଦେହର ଜନ୍ମ-ମୃତ୍ୟୁ ଦୁଇବିଷ୍ଣୁମାୟାରେ ପ୍ରବର୍ତ୍ତଇ

  82. Couplet 82

    ଏ ଭାବ ବୁଝି ମୋର ମତିଏ ଦେହେ ନ କରେ ପୀରତି

  83. Couplet 83

    ଅନେକ ଜନ୍ମ କର୍ମ‌ଭାଗ୍ୟେମୋହର ଜ୍ଞାନ ବଇରାଗ୍ୟେ

  84. Couplet 84

    ଉଦାସୀ ମତେ ଦେହେ ଥାଇଗୁରୁଙ୍କ ଉପଦେଶ ଧ୍ୟାୟି

  85. Couplet 85

    ପୁତ୍ର କଳତ୍ର ପଶୁ ଦାସେଏହାଙ୍କୁ ପୋଷି ଦେହ ଆଶେ

  86. Couplet 86

    ଶରୀର ସଙ୍ଗେ ସେ ରମନ୍ତିମରଣେ କେହି ନ ଗଛନ୍ତି

  87. Couplet 87

    ନିୟତ କର୍ମ ସଙ୍ଗ କରିଅନ୍ଧ ଯେସନେ ଯଷ୍ଟି ଧରି

  88. Couplet 88

    ବୃକ୍ଷଙ୍କ ଧର୍ମ ପ୍ରାୟ ଦେହୀଜନ୍ମିଲେ ଅବଶ୍ୟ ମ‌ରଇ

  89. Couplet 89

    ଏଣୁ ଅନିତ୍ୟ ଦେହେ ମୁହିଁକେବେହେଁ ବିଶ୍ୱାସ ନ ଯାଇ

  90. Couplet 90

    ଇନ୍ଦ୍ରିୟେ ଏହାକୁ ଆବୋରିଭୁଞ୍ଜନ୍ତି ଜଣେ ଜଣେ କରି

  91. Couplet 91

    ଶ୍ମଶାନେ ମୃତପିଣ୍ତ ଯେହ୍ନେଶ୍ୱାନ ଶୃଗାଳଙ୍କ ବ‌ଦନେ

  92. Couplet 92

    ରସ ଲାଳସେ ଜିହ୍ୱା ଧରେଆହାର ଅର୍ଥେ ଭ୍ରମ କରେ

  93. Couplet 93

    ନିଜ ସ୍ୱଭାବେ ଷଡ଼ରସେଭ୍ରମଇଁ ନାନା ଦେଶେ ଦେଶେ

  94. Couplet 94

    ତୃଷାର ବେଳେ କେବେ ପୁଣିମା‌ଗଇ ସୁଶୀତଳ ପାଣି

  95. Couplet 95

    ନ ପାଇ କରେ ବ‌ହୁ ପ୍ରାସଏମନ୍ତେ ପ୍ରାଣୀ ଯାଏ ନାଶ

  96. Couplet 96

    ଇନ୍ଦ୍ରି ଧରଇ ପୁଣ ବଳେଭ୍ରମଇଁ ମଇଥୁନ ଫଳେ

  97. Couplet 97

    ଅ‌ମୃତ ପ୍ରାୟ ଯୋନି ଦିଶେଏଣୁ ଭ୍ରମଇଁ କାମ‌ବଶେ

  98. Couplet 98

    ଶୀତ ତ‌ପ‌ତ ଚର୍ମ ଧରେଅଗ୍ନି ପବନେ ଆଶ୍ରେ କରେ

  99. Couplet 99

    କ୍ଷୁଧା ଅନଳେ ଦ‌ହେ ପେଟଆତ୍ମାକୁ କରେ ଛଟପଟ

  100. Couplet 100

    ଯାବ‌ତ ନ ପୂରେ ଉଦରତାବତ ଜ୍ଞାନ କାହିଁ ଆର

  101. Couplet 101

    ଶ୍ରବଣ ଧରେ ପୁଣ ପୁଣିସ୍ତୁତି ନିନ୍ଦନ ବାକ୍ୟ ଶୁଣି

  102. Couplet 102

    ନାସିକା ଧରେ ଗନ୍ଧ ଆଶେଏଣୁ ଭ୍ରମଇଁ ସୁଖବାସେ

  103. Couplet 103

    ଚକ୍ଷୁ ଧରଇ କର୍ମରାଶିବେଷ୍ଟିତ ହୁଏ କାଳପାଶି

  104. Couplet 104

    ବ‌ହୁତ ସ‌ପ‌ତଣୀ ଯେହ୍ନେସ୍ୱାମୀ ମାରନ୍ତି ଅପମାନେ

  105. Couplet 105

    ଜୀବର ଅଳପ ଶକ‌ତିଶତେ ଯୁବତୀ ଏକପ‌ତି

  106. Couplet 106

    କାମିନୀଗଣେ ବନ୍ଦୀ ହୋଇସେ ଯେହ୍ନେ ଅଳପେ ମ‌ରଇ

  107. Couplet 107

    ଏଣୁ ଏ ସାଧାରଣ ଦେହେଜ୍ଞାନୀଙ୍କ ଜ୍ଞାନ ବସ୍ତୁ ନୋହେ

  108. Couplet 108

    ଏ ଦେହ ପଡ଼େ ମାୟାଜଡ଼େନିଜ ନିସ୍ତାରପ‌ଥ ହୁଡ଼େ

  109. Couplet 109

    ଯେତେ ଏ ସୃଷ୍ଟିରେ ରଚନାକୀଟ‌ହୁଁ ବ୍ରହ୍ମାଦି କଳ୍ପନା

  110. Couplet 110

    ଆତ୍ମକ୍ରୀଡ଼ନେ ନରହରିପୂର୍ବେ ଅନେକ ସୃଷ୍ଟିକରି

  111. Couplet 111

    ସଂସାରେ ଖେଳି ନାନାମତେସନ୍ତୋଷ ନ ଲଭିଲା ଚିତ୍ତେ

  112. Couplet 112

    ଏଣୁ ମାନ‌ବ ସୃଷ୍ଟି କଲାଯହିଁ ବିଶ୍ରାମ ସର୍ବଲୀଳା

  113. Couplet 113

    ମନୁଷ୍ୟ ଦେହେ ଦିବ୍ୟଜ୍ଞାନଦେଖି ସନ୍ତୋଷ ଭଗବାନ

  114. Couplet 114

    ବ୍ରହ୍ମାଦି ସକଳ ଶରୀରସ୍ୱଭାବେ ଅସ‌ତ୍ୟ ସଂସାର

  115. Couplet 115

    ଭ୍ରମିଣ କୋଟି ଯୋନି ଭ୍ରମେବିପାକ ଅବଶେଷ କର୍ମେ

  116. Couplet 116

    କେବଳ ଶୁଭକର୍ମ ଭାଗ୍ୟେନିଶ୍ଚେ ଗୋବିନ୍ଦ ଅନୁରାଗେ

  117. Couplet 117

    ଦୁର୍ଲ୍ଲଭ ମନୁଷ୍ୟ ଶରୀରେଜନ୍ମ ଲଭଇ ମର୍ତ୍ତ୍ୟପୁରେ

  118. Couplet 118

    ସ୍ୱଭାବେ ଅନିତ୍ୟ ସଂସାରଦୁର୍ଲ୍ଲଭ ନର କଳେବର

  119. Couplet 119

    ସେ ଦେହ ଲଭି ମହୀତଳେଅନେକ ଶୁଭକର୍ମ ଫଳେ

  120. Couplet 120

    ଭାଗ୍ୟେ ଦୁର୍ଲ୍ଲଭ ଦେହ ପାଇଯାହାର ଜ୍ଞାନ ପ୍ରକାଶଇ

  121. Couplet 121

    ଜଗତ ଦେଖେ ବିଷ୍ଣୁମୟେସେ ନ ପଡ଼ଇ ମାୟାମୋହେ

  122. Couplet 122

    ମନୁଷ୍ୟ ମୁଣ୍ତେ ମୃତ୍ୟୁ ବସେଆତ୍ମାକୁ ଅନୁକ୍ଷଣେ ଗ୍ରାସେ

  123. Couplet 123

    ଯାବତ ମୃତ୍ୟୁ ଅଛି ଦୂରେସୁନ୍ଦର ଯୁବା କଳେବରେ

  124. Couplet 124

    ସାଧିବ ସକଳ ଶକ‌ତିଯେଣେ ଜନ୍ମିବ ବିଷ୍ଣୁଭକ୍ତି

  125. Couplet 125

    ଏ ଜୀବ ବନ୍ଦୀ କର୍ମ‌ପାଶେସାଧିବ ବନ୍ଧନ ଉଶ୍ୱାସେ

  126. Couplet 126

    ଏ ରୂପେ ହୃଦୟ ନିର୍ବେଦେଆତ୍ମାକୁ ଈଶ୍ୱର ଅଭେଦେ

  127. Couplet 127

    ଦେଖିବ ଜ୍ଞାନ‌ଚକ୍ଷୁ ଦ୍ୱାରେଦୁର୍ଲ୍ଲଭ ମନୁଷ୍ୟ ଶରୀରେ

  128. Couplet 128

    ସକଳ ସଙ୍ଗ ପରିହରିଏଣୁ ମୁଁ ଏହି ରୂପ ଧରି

  129. Couplet 129

    ହୃଦରୁ ତେଜି ଅହ‌ଙ୍କାରଆନନ୍ଦେ ଭ୍ରମଇ ସଂସାର

  130. Couplet 130

    ଏମନ୍ତ କ‌ହି ଅବଧୂତଶାନ୍ତ ଗଭୀର ଗୁଣ‌ଯୁତ

  131. Couplet 131

    ଶୁଣି ସାନନ୍ଦ ଯ‌ଦୁରାଜାତା'ର ଚରଣେ କଲା ପୂଜା

  132. Couplet 132

    ରାଜାକୁ କ‌ହି ସାବଧାନେବ୍ରାହ୍ମଣ ଗଲା ଅନ୍ତର୍ଦ୍ଧାନେ

  133. Couplet 133

    ବିଚାରି ତାହାର ବଚନେରାଜା ପଶିଲା ଘୋରବନେ

  134. Couplet 134

    ସକଳ ସଙ୍ଗ ଦୂରେ ତେଜିଧ୍ୟାନେ ଗୋବିନ୍ଦପାଦ ଭଜି

  135. Couplet 135

    ଯୋଗେ ବିନାଶି କଳେବରଲଭିଲା କୃଷ୍ଣର ପୟର

  136. Couplet 136

    ଉଦ୍ଧବ କୃଷ୍ଣର ସମ୍ବାଦଶୁଣନ୍ତେ ଖଣ୍ତଇ ପ୍ରମାଦ

  137. Couplet 137

    ପରୀକ୍ଷେ ଶୁକମୁନି କ‌ହେସୃଜନେ ଏଣେ କର ଲୟେ

  138. Couplet 138

    ଏ ଚଉବିଂଶ ଗୁରୁବାଣୀଉଦ୍ଧବେ କ‌ହେ ଚକ୍ରପାଣି

  139. Couplet 139

    ସେ କ‌ଥା ପରମ ଆନନ୍ଦେସଂକ୍ଷେପେ ଏକାଦଶସ୍କନ୍ଧେ

  140. Couplet 140

    ପ୍ରାକୃତବନ୍ଧେ ଭାଗବତସମସ୍ତ ପ୍ରାଣୀଙ୍କର ହିତ

  141. Couplet 141

    କ‌ହଇ ଦାସ ଜଗନ୍ନାଥକୃଷ୍ଣ ଚରଣେ ଦେଇ ଚିତ୍ତ

Odia Bhagabata skandha 11 adhyaya 10 | Parbani by ParibhaAsha App