Skip to content
paribhaasha

Skandha 11

Adhyaya 26

  1. Couplet 1

    କୃଷ୍ଣ ବୋଲନ୍ତି ବତ୍ସ ଶୁଣକହିବା ତ୍ରିଗୁଣ ଲକ୍ଷଣ

  2. Couplet 2

    ତପସ୍ୟା ତ୍ୟାଗ ଶମ ଦମସତ୍ୟ ସନ୍ତୋଷ ଦୟା ଧର୍ମ

  3. Couplet 3

    ତିତିକ୍ଷା ଶ୍ରଦ୍ଧା ଲଜ୍ଜା ସ୍ତୁତିନିଷ୍ପୃହମତି ଆତ୍ମରତି

  4. Couplet 4

    ଏ ସର୍ବ ଭାବ ସତ୍ତ୍ୱଗୁଣେସାଂଖ୍ୟଯୋଗର ପରମାଣେ

  5. Couplet 5

    ଏବେ ହୋ ସ୍ଥିରମନେ ଶୁଣରାଜସ୍ୱ ଗୁଣର ଲକ୍ଷଣ

  6. Couplet 6

    କାମ ବ୍ୟାପାର ତୃଷ୍ଣା ମଦଗର୍ବ ବିଳାସ ମତିଭେଦ

  7. Couplet 7

    ଯଶ ପ୍ରଭାବ ସୁଖଇଚ୍ଛାଲୋଭ ସଙ୍କଳ୍ପ ମନ୍ତ୍ରଦୀକ୍ଷା

  8. Couplet 8

    ଉଦ୍ୟମ ବୀର୍ଯ୍ୟ ପରିହାସଭଣେ ଉତ୍ସାହ ସ୍ତୁତି ଆଶ

  9. Couplet 9

    ଏତେ ଲକ୍ଷଣେ ରଜୋଗୁଣଶୁଣ ହୋ ତାମସ ଲକ୍ଷଣ

  10. Couplet 10

    ବିଷାଦ କ୍ରୋଧ ଲୋଭ ହିଂସାଯାଚଜ୍ଞା ଦମ୍ଭ ମିଥ୍ୟାଭାଷା

  11. Couplet 11

    କନ୍ଦଳ ଶୋକ ଅଭିମାନବିଳାସ ଅଳସ ଶୟନ

  12. Couplet 12

    ଏତେ ତାମସ ଗୁଣ ଜାଣିଏବେ ହୋ ଶୁଣ ତତ୍ତ୍ୱବାଣୀ

  13. Couplet 13

    ମିଶ୍ରିତ-ଗୁଣର ଲକ୍ଷଣମୁହିଁ ମୋହର ଏହି ଭ୍ରମ

  14. Couplet 14

    ଯା' ଚିତ୍ତ ଧର୍ମ ଅର୍ଥ କାମେଦୃଢେ ରମଇ ଗୃହାଶ୍ରମେ

  15. Couplet 15

    ତ୍ରିଗୁଣେ ଜନ୍ମ ତା'ର ଜାଣଏବେ କହିବା ବୀର ଶୁଣ

  16. Couplet 16

    ଯାହାର ଶମ ଦମ ଦୟାସୁଶାନ୍ତି ଅନ୍ତରେ ନିର୍ମାୟା

  17. Couplet 17

    ସେ ସତ୍ତ୍ୱଯୁତ ଅନୁମାନିକାମାଦି ଯୁକ୍ତ ରଜୋଗୁଣୀ

  18. Couplet 18

    ଦମ୍ଭ ମତ୍ସର କ୍ରୋଧ ଯା'ରସେ ପ୍ରାଣୀ ତମ ଦୁରାଚାର

  19. Couplet 19

    ଯେ ସର୍ବ ଧର୍ମ ପରିହରେମୋ' ଭାବେ ଶ୍ରଦ୍ଧା ଭକ୍ତି କରେ

  20. Couplet 20

    ଯେ ସର୍ବଭାବେ ନିରପେକ୍ଷସେ ତତ୍ତ୍ୱ ଜାଣିବ ପ୍ରତ୍ୟକ୍ଷ

  21. Couplet 21

    ଆତ୍ମ-କଲ୍ୟାଣ ଆଶେ ମୋତେଭଜେ ରାଜସ ସେ ଯୁଗତେ

  22. Couplet 22

    ଯେ ହିଂସାକର୍ମେ ଭଜେ ମୋତେତାମସ ବୋଲି ଜାଣ ଚିତ୍ତେ

  23. Couplet 23

    ଏଣୁ ତ୍ରିଗୁଣ-ଚିହ୍ନ ଜାଣିଶୁଣ କହିବା ପରିମାଣି

  24. Couplet 24

    ଜୀବର ସଙ୍ଗ ତିନିଗୁଣେମୋହର ସଙ୍ଗ ନାହିଁ ତେଣେ

  25. Couplet 25

    ତ୍ରିଗୁଣେ କର୍ମଫଳ ଭୁଞ୍ଜେଜୀବ ସଂସାର-ଚକ୍ରେ ମଜ୍ଜେ

  26. Couplet 26

    ଏଣୁ ସାତ୍ତ୍ୱିକେ ଯେତେ ପ୍ରାଣୀସ୍ୱଭାବେ ରଜ ତମ ଜିଣି

  27. Couplet 27

    ନିର୍ମଳ-ସତ୍ତ୍ୱଗୁଣ ଯେବେସକଳ ସିଦ୍ଧି ଲଭେ ତେବେ

  28. Couplet 28

    ଯେ ରଜୋଗୁଣେ ସଙ୍ଗ ହୋଇସେ ଦୁଃଖ ଯଶଶ୍ରୀ ଲଭଇ

  29. Couplet 29

    ଯେ ମୂଢ ତମୋଗୁଣେ ମିଶେସେ ଶୋକ-ମୋହ-ହିଂସା ବଶେ

  30. Couplet 30

    ପ୍ରସନ୍ନ ଚିତ୍ତ ଇନ୍ଦ୍ରିଶାନ୍ତନିର୍ଭୟ ବିଷୟ - ରହିତ

  31. Couplet 31

    ଚିତ୍ତେ ପ୍ରକାଶେ ସତ୍ତ୍ୱ ଯେବେଦୃଢେ ମୋହର ପାଦେ ସେବେ

  32. Couplet 32

    ଯେ କର୍ମଫଳ ପ୍ରାପ୍ତି ଅର୍ଥେମନ ଚଞ୍ଚଳ ଅବିରତେ

  33. Couplet 33

    ଭ୍ରମଇ ସଦା ନିରଳସଜାଣିବ ରାଜସ ପ୍ରକାଶ

  34. Couplet 34

    ଯାହାର ଚିତ୍ତ ସ୍ଥିର ନୋହେମନ ସଙ୍କଳ୍ପ ନାଶ ପ୍ରାୟେ

  35. Couplet 35

    ଅଜ୍ଞାନେ ବିଷାଦ ହୁଅଇତମ ବଢଇ ଜାଣ ତୁହି

  36. Couplet 36

    ଏ ସତ୍ତ୍ୱ ରାଜସ ତାମସଦେବତା ମନୁଷ୍ୟ ରାକ୍ଷସ

  37. Couplet 37

    ନିବୃତ୍ତି ପ୍ରବୃତ୍ତି ମୋହରେକ୍ରମେ ତ୍ରିଗୁଣେ ସେ ସଞ୍ଚରେ

  38. Couplet 38

    ସତ୍ତ୍ୱଗୁଣରୁ ଜାଗରଣଯେ ସ୍ୱପ୍ନ ରଜୋଗୁଣୁ ଜାଣ

  39. Couplet 39

    ତମୁଁ ସୁଷୁପ୍ତି ପ୍ରାଣୀଙ୍କରନିର୍ଗୁଣ ଅବସ୍ଥା ଅନ୍ତର

  40. Couplet 40

    ଏ ତିନିଗୁଣ ଊର୍ଦ୍ଧ୍ୱଦେଶେସୁଖେ ସାତ୍ତ୍ୱିକ-ପ୍ରାଣୀ ବସେ

  41. Couplet 41

    ତାମସ ଗୁଣ ଅଧୋଗତିସେ ପ୍ରାଣୀ ନରକେ ପଡ଼ନ୍ତି

  42. Couplet 42

    ଯେ ପ୍ରାଣୀ ରଜୋଗୁଣେ ଯୁତସେ ମଧ୍ୟ-ଲୋକେ ଗତାଗତ

  43. Couplet 43

    ଭୁଞ୍ଜଇ ସୁଖଦୁଃଖ କରିସମ୍ପଦେ ବିପଦେ ବିହରି

  44. Couplet 44

    ସାତ୍ତ୍ୱିକ ପ୍ରାଣୀ ଯେବେ ମରେସ୍ୱର୍ଗ-ସମ୍ପଦ ଭୋଗ କରେ

  45. Couplet 45

    ଯେବେ ମରଇ ରଜୋଗୁଣୀଏ ନରଲୋକେ ତା ଭ୍ରମଣି

  46. Couplet 46

    ଯେ ପ୍ରାଣୀ ତମୋଗୁଣେ ମରେମହାନରକେ ସେ ସଞ୍ଚରେ

  47. Couplet 47

    ମୁହିଁ ନିର୍ଗୁଣ ନିରାକାରନିର୍ଗୁଣେ ମୋ' ଲୋକେ ସଞ୍ଚାର

  48. Couplet 48

    ଜଗତେ କର୍ମ ଯେ କରନ୍ତିସେ ଫଳ ମୋତେ ସମର୍ପନ୍ତି

  49. Couplet 49

    କିବା ନିଷ୍କାମେ ତାହାତେଜେସାତ୍ତ୍ୱିକ ଭାବେ ମୋତେ ଭଜେ

  50. Couplet 50

    ଯେ ରଜୋଗୁଣୀ ଏ ଜଗତେକର୍ମ କରନ୍ତି ସଙ୍କଳ୍ପିତେ

  51. Couplet 51

    ଦମ୍ଭ-ମତ୍ସର-ହିଂସାମାନତାମସ କର୍ମେ ଏ ପ୍ରଧାନ

  52. Couplet 52

    ଯେ କର୍ମ କରେ ସତ୍ତ୍ୱଗୁଣେତା' ଜାଣି ମୁକତି ଲକ୍ଷଣେ

  53. Couplet 53

    ସଙ୍କଳ୍ପ-ବିକଳ୍ପ କାରଣେଜ୍ଞାନ-ସାଧନ ରଜୋଗୁଣେ

  54. Couplet 54

    ପ୍ରାକୃତଭାଗ ତମୋଗୁଣଅଜ୍ଞାନ ସଂସାର କାରଣ

  55. Couplet 55

    ମୋରେ ଅର୍ପିତ ଯେଉଁ ଜ୍ଞାନନିର୍ଗୁଣ-ସାଧନ-ଲକ୍ଷଣ

  56. Couplet 56

    ସାତ୍ତ୍ୱିକ-ଫଳେ ବନବାସଗ୍ରାମେ କର୍ମସାଧେ ରାଜସ

  57. Couplet 57

    ମଦିରାପାନେ ଗୋଷ୍ଠିମେଳୀଦ୍ୟୂତ ଶକଟା ପଶା ଖେଳି

  58. Couplet 58

    ତାମସଗୁଣ ଫଳ ଏତେଗ୍ରାମ-ଅରଣ୍ୟ ମଧ୍ୟଗତେ

  59. Couplet 59

    ମୋର ମନ୍ଦିରେ ପୁଣ୍ୟକର୍ମସାତ୍ତ୍ୱିକମତେ କରେ ଧର୍ମ

  60. Couplet 60

    ମୋ' କଥା ଶ୍ରବଣ-କୀର୍ତ୍ତନତା'କୁ ନ ବାଧେ ତିନିଗୁଣ

  61. Couplet 61

    ସାତ୍ତ୍ୱିକକର୍ତ୍ତା କର୍ମଭାଗସେ ମୋତେ କରେ ଫଳତ୍ୟାଗ

  62. Couplet 62

    ରାଜସକର୍ତ୍ତା କର୍ମଭାଗୀସକାମ ଭୋଗେ ଅନୁରାଗୀ

  63. Couplet 63

    ସ୍ୱଭାବେ କର୍ମଗୁଣ ତମମୂଢ ଅଜ୍ଞାନ ମତିଭ୍ରମ

  64. Couplet 64

    ମୋର ଆଶ୍ରିତ-ପ୍ରାଣୀ ଯେତେନିର୍ଗୁଣ ସଞ୍ଚରନ୍ତି ନିତ୍ୟେ

  65. Couplet 65

    ସାତ୍ତ୍ୱିକଶ୍ରଦ୍ଧା ଜ୍ଞାନରସେରାଜସ ଶ୍ରଦ୍ଧା କର୍ମେ ବସେ

  66. Couplet 66

    ତାମସଶ୍ରଦ୍ଧା ପାପକର୍ମେନିରତେ ବଢଇ ଅଧର୍ମେ

  67. Couplet 67

    ମୋର ସେବାରେ ଶ୍ରଦ୍ଧା ପୁଣନିଷ୍କାମ ସ୍ୱଭାବେ ନିର୍ଗୁଣ

  68. Couplet 68

    ସାତ୍ତ୍ୱିକ ପବିତ୍ର ଆହାରଭୁଞ୍ଜଇ ନିତ୍ୟେ ନିର୍ବିକାର

  69. Couplet 69

    ଇନ୍ଦ୍ରିୟ-ତୁଷ୍ଟି-ହେତୁ ରସଅପଥ୍ୟ ଭୁଞ୍ଜଇ ରାଜସ

  70. Couplet 70

    ସକଳ ଗୁଣେ ହୀନ ହୋଇଦୁଃଖ-ଦୁରିତ ଥାଏ ଯହିଁ

  71. Couplet 71

    ଦୁର୍ଗନ୍ଧ ହୀନ-ଆଚରଣତାମସ ଭୋଜନ ଲକ୍ଷଣ

  72. Couplet 72

    ଯେ ଦ୍ରବ୍ୟ ମୋତେ ସମର୍ପଣନିର୍ଗୁଣ ଆହାର ଲକ୍ଷଣ

  73. Couplet 73

    ସାତ୍ତ୍ୱିକ ସୁଖ ଆତ୍ମାଧ୍ୟାନେରାଜସ ବିଷୟ-ଗ୍ରହଣେ

  74. Couplet 74

    ତାମସ ସୁଖ ଦ୍ୱନ୍ଦ -ମୋହନିର୍ଗୁଣ ସୁଖ ମୋ' ଆଶ୍ରୟ

  75. Couplet 75

    ଯେ ଦ୍ରବ୍ୟ ଦେଶକାଳ କର୍ମଆକୃତି ଫଳ ଶ୍ରଦ୍ଧା ଜ୍ଞାନ

  76. Couplet 76

    ଅବସ୍ଥା ନିଷ୍ଠା ଆଦି ଜାଣତ୍ରିଗୁଣ ସକଳ ଏ ଧର୍ମ

  77. Couplet 77

    ଯେ କିଛି ଦେଖି ଶୁଣି କର୍ଣ୍ଣେଯେ ଅବା ସ୍ଥାପି ଅନୁମାନେ

  78. Couplet 78

    ପ୍ରକୃତି ପୁରୁଷରୁ ଜାତଏ ସର୍ବ ତ୍ରିଗୁଣେ ଯନ୍ତ୍ରିତ

  79. Couplet 79

    ଏ ତିନିଗୁଣ ଯେବେ ଜିଣିଶୁଣ ଉଦ୍ଧବ ପରିମାଣି

  80. Couplet 80

    ସକଳ-ଧର୍ମ ଛାଡ଼ି ଯେବେମୋତେ ଭଜଇ ଭକ୍ତିଭାବେ

  81. Couplet 81

    ସେ ସର୍ବଭାବେ ଭକ୍ତି ସାଧେସଂସାର ତାହାରେ ନ ବାଧେ

  82. Couplet 82

    ଏ ବୋଲ ବୁଝି ଜୀବ ଯେବେଆଶ୍ରେ କରଇ ମୋର ଭାବେ

  83. Couplet 83

    ସର୍ବ-ସଂଶୟ ଦୂର କରିନିସ୍ତରେ ନରଦେହ ଧରି

  84. Couplet 84

    ସକଳ ଭାବେ ନିରପେକ୍ଷତ୍ରିଗୁଣ ଜିଣେ ସେ ପ୍ରତ୍ୟକ୍ଷ

  85. Couplet 85

    ନିର୍ଗୁଣ ପୂର୍ଣ୍ଣବ୍ରହ୍ମେ ମିଶେନିଶ୍ଚିନ୍ତେ ଭବଭୟ ନାଶେ

  86. Couplet 86

    ବୋଲଇ ଦାସ ଜଗନ୍ନାଥଭାଷାପ୍ରବନ୍ଧେ ଭାଗବତ

  87. Couplet 87

    ଉଦ୍ଧବ-ବୋଧ କୃଷ୍ଣରସନିତ୍ୟେ ସୁଜନେ ଏଣେ ରସ

Odia Bhagabata skandha 11 adhyaya 26 | Parbani by ParibhaAsha App