Skip to content
paribhaasha

Skandha 11

Adhyaya 25

  1. Couplet 1

    ବୋଲନ୍ତି ପ୍ରଭୁ ନାରାୟଣଉଦ୍ଧବ ସାବଧାନେ ଶୁଣ

  2. Couplet 2

    ତୁ ଅଟୁ ଭକତ ପ୍ରଧାନକହିବା ସାଂଖ୍ୟଯୋଗ ଜ୍ଞାନ

  3. Couplet 3

    ଯେ ଜ୍ଞାନ ଜାଣି ବିଜ୍ଞଜନହୁଡ଼ନ୍ତି ବିକଳ୍ପ ସମ୍ଭ୍ରମ

  4. Couplet 4

    ଯେ ଜ୍ଞାନ ବିଜ୍ଞାନ କଳ୍ପିତପ୍ରଥମେ ସୃଷ୍ଟିର ଅଗ୍ରତ

  5. Couplet 5

    ପରମବ୍ରହ୍ମ ମାତ୍ର ଥିଲେସେ ଯେବେ ସୃଷ୍ଟି ଆରମ୍ଭିଲେ

  6. Couplet 6

    ସେ କାଳେ ବିବେକ ପ୍ରଧାନସୃଷ୍ଟିରେ ପ୍ରବର୍ତ୍ତିଲେ ଜାଣ

  7. Couplet 7

    ବିଜ୍ଞାନମୟ ବ୍ରହ୍ମଭାଗେଲୋକେ ଜାଣନ୍ତି ଯୋଗମାର୍ଗେ

  8. Couplet 8

    ଆଦି ଗଣନା ସତ୍ୟଯୁଗେସେ ବ୍ରହ୍ମ ହୋଇ ବେନିଭାଗେ

  9. Couplet 9

    ପ୍ରକୃତି ରୂପେ ଏକ ଅଂଶଦ୍ୱିତୀୟେ ପୁରୁଷ ପ୍ରକାଶ

  10. Couplet 10

    ଯେ ଭାଗ ପ୍ରକୃତି ରୂପିଣୀସୃଷ୍ଟିପାଳନ-ସଂହାରିଣୀ

  11. Couplet 11

    ସେ ଭାଗ ଜଡ଼ରୂପା ହୋଇଈଶ୍ୱରବଶେ କ୍ଷୋଭ ପାଇ

  12. Couplet 12

    ତେଣୁ ସେ ବ୍ରହ୍ମ ବେନିଖଣ୍ଡସଂଯୋଗେ ଜନ୍ମିଲା ବ୍ରହ୍ମାଣ୍ଡ

  13. Couplet 13

    ବ୍ରହ୍ମାଣ୍ଡ ମଧ୍ୟେ ତିନିଗୁଣଜନ୍ମିଲା ପ୍ରକୃତି କାରଣ

  14. Couplet 14

    ତ୍ରିଗୁଣ ସତ୍ତ୍ୱ ରଜ ତମଯେ କ୍ରିୟାଶକ୍ତି ଉପାଦାନ

  15. Couplet 15

    ସେ ପୁଣ ତ୍ରିଗୁଣେ ଜଡ଼ିତତହୁଁ ଉପୁଜିଲା ମହତ

  16. Couplet 16

    ମହତେ ତ୍ରିଗୁଣ ବିକାରତହୁଁ ଜନ୍ମିଲା ଅହଙ୍କାର

  17. Couplet 17

    ସେ ପୁଣି ହୋଏ ତିନିଅଂଶସାତ୍ତ୍ୱିକ ରାଜସ ତାମସ

  18. Couplet 18

    ପଞ୍ଚତନ୍ମାତ୍ର ଇନ୍ଦ୍ରିଗଣମନର ପରମ କାରଣ

  19. Couplet 19

    ତାମସ ଅହଙ୍କାରୁ ଜାତହୋଇଲେ ପଞ୍ଚ ମହାଭୂତ

  20. Couplet 20

    ମଧ୍ୟେ ଅହଙ୍କାର ରାଜସଜନ୍ମିଲେ ଇନ୍ଦ୍ରି ଏକାଦଶ

  21. Couplet 21

    ଅନ୍ତେ ଯେ ଥିଲା ସତ୍ତ୍ୱଗୁଣତହୁଁ ଜନ୍ମିଲେ ଦେବଗଣ

  22. Couplet 22

    ଏ ସର୍ବେ ଜନ୍ମି ଏକମେଳେକ୍ଷଣେ ନ ରହନ୍ତି ନିଶ୍ଚଳେ

  23. Couplet 23

    ମୁହିଁ ତାହାଙ୍କ ହୃଦେ ଯାଇପଶିଲି ଗୁରୁ ପ୍ରାୟ ହୋଇ

  24. Couplet 24

    ତେବେ ସମସ୍ତେ ହୋଇ ରୁଣ୍ଡଏକତ୍ୱେ ସୃଜିଲେ ବ୍ରହ୍ମାଣ୍ତ

  25. Couplet 25

    ଦିଶଇ ହେମମୟ ଅଣ୍ଡମୋର ବିହାର କ୍ରୀଡ଼ାଭାଣ୍ଡ

  26. Couplet 26

    ଅଶେଷ ଜଳେ ସେ ଭାସଇସଲିଳ ବିମ୍ବ ପ୍ରାୟ ହୋଇ

  27. Couplet 27

    ମୁଁ ପୁଣି ପଶି ତା'ର ମଧ୍ୟେନିଦ୍ରା ପ୍ରସାରିଲି ଆନନ୍ଦେ

  28. Couplet 28

    ମୋ' ନାଭିକମଳୁଁ କମଳଜନ୍ମିଲା ଅତ୍ୟନ୍ତ କୋମଳ

  29. Couplet 29

    ସେ ପଦ୍ମୁଁବ୍ରହ୍ମା ଅବତରେଯେ ଯୋଗବଳେ ସୃଷ୍ଟି କରେ

  30. Couplet 30

    ସେ ରଜୋଗୁଣେ ଜାତ ହୋଇବିଶେଷେ ମୋର ଆଜ୍ଞା ପାଇ

  31. Couplet 31

    ଶତେ ବରଷ ଦେବମତେତପ ସାଧିଲା ସେ ନିରତେ

  32. Couplet 32

    ସେ ତପେ ମୋର ମନ ତୋଷିମୁଁ ପୁଣି ତା'ର ଦେହେ ପଶି

  33. Couplet 33

    ସେ ମୋର ନିଗମ ବଚନେସୃଷ୍ଟି କରଇ ଅନୁମାନେ

  34. Couplet 34

    ସ୍ୱଭାବେ ବ୍ରହ୍ମା ପ୍ରଜାପତିବେଦବଚନେ ତା'ର ମତି

  35. Couplet 35

    ବ୍ରହ୍ମାଣ୍ଡ ମଧ୍ୟେ ତପୋବଳେକଳ୍ପିଲା ଭୁବନମଣ୍ଡଳେ

  36. Couplet 36

    ଦ୍ୱିସପ୍ତଲୋକ ଅଧ ଊର୍ଦ୍ଧ୍ୱେସୃର୍ଜିଲା ବେଦବାକ୍ୟ ଛନ୍ଦେ

  37. Couplet 37

    ସ୍ୱର୍ଗ ସୃଜିଲା ପ୍ରଜାପତିଯେ ଲୋକେ ଦେବଗଣ ସ୍ଥିତି

  38. Couplet 38

    ପୁଣି ଚାହିଁଲା ଅଧୋମୁଖେମନୁଷ୍ୟ ସୃଜିଲା ଭୂଲୋକେ

  39. Couplet 39

    ଏ ବେନିଲୋକ ସୃଜି ମନେପୁଣି କଳ୍ପିଲା ମଧ୍ୟଶୂନ୍ୟେ

  40. Couplet 40

    ତାହାକୁ ଭୁବଲୋକ ଭଣେଯହିଁ ଭ୍ରମନ୍ତି ଭୂତଗଣେ

  41. Couplet 41

    ଏ ତିନିଲୋକର ଉପରେପୁଣି ବିଧାତା ସୃଷ୍ଟିକରେ

  42. Couplet 42

    ସିଦ୍ଧ ପୁରୁଷେ ଯହିଁ ଥା'ନ୍ତିଯୋଗୀନ୍ଦ୍ର ତହିଁ ସଞ୍ଚରନ୍ତି

  43. Couplet 43

    ପୁଣି ଏ ତିନିଲୋକ ତଳେବ୍ରହ୍ମା କଳ୍ପିଲା ଯୋଗବଳେ

  44. Couplet 44

    ପାତାଳ ନାମେ ଭୂମିତଳେଯହିଁ ଅସୁର ନାଗବଳେ

  45. Couplet 45

    ଏ ତିନିଲୋକ ମଧ୍ୟେ କ୍ରମେକର୍ମ ସଙ୍ଗତେ ଜୀବଭ୍ରମେ

  46. Couplet 46

    ଏ ତିନିଲୋକ ଊର୍ଦ୍ଧ୍ୱଗତିପୁଣି କଳ୍ପିଲା ପ୍ରଜାପତି

  47. Couplet 47

    ମହାନ୍ତେ ଯହିଁ ଥା'ନ୍ତି ସୁଖେତାହା କଳ୍ପିଲା ମହଲୋକେ

  48. Couplet 48

    ତା'ର ଉପରେ ଜନଲୋକଯହିଁ ନ ପଶେ ଦୁଃଖ ଶୋକ

  49. Couplet 49

    ସେ ଜନ ଲୋକର ଉପରେଯହିଁ ବସନ୍ତି ତପୀବରେ

  50. Couplet 50

    ସତ୍ୟେ ସାତ୍ତ୍ୱିକେ ଯହିଁ ଥା'ନ୍ତିସେ ସତ୍ୟ ବ୍ରହ୍ମଲୋକ ସ୍ଥିତି

  51. Couplet 51

    ସେ ବ୍ରହ୍ମଲୋକ ଉର୍ଦ୍ଧ୍ୱଦେଶେସହସ୍ର ସୂର୍ଯ୍ୟ ପ୍ରାୟ ଦିଶେ

  52. Couplet 52

    କିବା କହିବା ତାର ଜ୍ୟୋତିମୋର ଭକତେ ଯହିଁ ଥା'ନ୍ତି

  53. Couplet 53

    ଭକତି-ଯୋଗବଳେ ମୋତେଚିନ୍ତା କରନ୍ତି ଅବିରତେ

  54. Couplet 54

    ମୁଁ ଯେଣୁ ବୈକୁଣ୍ଠ ଠାକୁରତେଣୁ ବୈକୁଣ୍ଠ ନାମ ମୋ'ର

  55. Couplet 55

    ଏଣୁ ମୁଁ ବ୍ରହ୍ମା ପ୍ରଜାପତିଲୋକଆଧାର ଲୋକସ୍ଥିତି

  56. Couplet 56

    ସମସ୍ତ ପାଳି ଯୋଗବଳେପୁଣି ସଂହରେ ଅନ୍ତଃକାଳେ

  57. Couplet 57

    ଏଣୁ ଏ ଅନିତ୍ୟ ସଂସାରତ୍ରିଗୁଣ-କର୍ମରେ ସଞ୍ଚାର

  58. Couplet 58

    ଏ ଭବକୂପେ ଜନ୍ତୁପଡ଼ିଅଶେଷ-କର୍ମପାଶେ ଜଡ଼ି

  59. Couplet 59

    ଭ୍ରମନ୍ତି ଏ ଘୋର ସଂସାରେରଜ-ତାମସ-ଅହଙ୍କାରେ

  60. Couplet 60

    ବୃହତ ସୂକ୍ଷ୍ମ ସ୍ଥୂଳ ଅଣୁସ୍ଥାବର ଜଙ୍ଗମ ଯେ ତନୁ

  61. Couplet 61

    ମାୟା ନିର୍ମିତ ସର୍ବଜନବ୍ରହ୍ମାଦି ଚଉଦଭୁବନ

  62. Couplet 62

    ଏଣୁ ଈଶ୍ୱର ଏ ଭୁବନେସର୍ବତ୍ର ବସଇ ସମାନେ

  63. Couplet 63

    ସୃଷ୍ଟି-ପ୍ରୟଳ ନିତ୍ୟେ କରେମାୟାସଂସାରେ ସେ ବିହରେ

  64. Couplet 64

    ଏଣୁ ଏ ଅନିତ୍ୟ ସଂସାରନିତ୍ୟ ପୁରୁଷ ମୁଁ ଈଶ୍ୱର

  65. Couplet 65

    ଏ ମାୟା ପ୍ରକୃତି ବିକାରଜଗତ-ହେତୁ ଏ ବେଭାର

  66. Couplet 66

    ଏକଇ ବ୍ରହ୍ମ ଏ ବୃତ୍ତାନ୍ତବିକାର ଆଦି ମଧ୍ୟ ଅନ୍ତ

  67. Couplet 67

    ଯେ ଆଦି ଅନ୍ତର କାରଣସେ ସତ୍ୟ ବୋଲି ତୁହି ଜାଣ

  68. Couplet 68

    ପ୍ରକୃତି ପୁରୁଷ ଏ ବେନିଜଗତ ପିଅର ଜନନୀ

  69. Couplet 69

    ବିଶ୍ୱ-ପ୍ରକାଶ ହେତୁ ମୁହିଁମୁଁ କାଳରୂପେ ସଂହାରଇ

  70. Couplet 70

    ମୋର କଟାକ୍ଷ ମାତ୍ରେ ଜାଣଅଶେଷ ବ୍ରହ୍ମାଣ୍ଡ ନିର୍ମାଣ

  71. Couplet 71

    ଭ୍ରୂଭଙ୍ଗମାତ୍ରେ ମୁହିଁ ଯେବେମୋତେ ଚିନ୍ତଇ ଆତ୍ମାଭାବେ

  72. Couplet 72

    କୋଟିବ୍ରହ୍ମାଣ୍ଡ ମାୟାମୟକ୍ଷଣମାତ୍ରକେ ଯା'ନ୍ତି କ୍ଷୟ

  73. Couplet 73

    ଯେ ଯାହା ତହୁଁ ଥା'ନ୍ତି ଆସିଅନ୍ତେ ଚଳନ୍ତି ତାହା ଗ୍ରାସି

  74. Couplet 74

    ପ୍ରକୃତି-ସଂଯୋଗେ ଜଗତଅନ୍ତେ ପ୍ରକୃତି କରେ ଗ୍ରସ୍ତ

  75. Couplet 75

    ସେ ଦୈବୀମାୟା କାଳରୂପୀପ୍ରକୃତି ରୂପେ ଥାଇ ବ୍ୟାପି

  76. Couplet 76

    ଏଣୁ ସେ କାଳେ ସୃଷ୍ଟିକରେଅନ୍ତେ ବ୍ରହ୍ମାଣ୍ଡ ସେ ସଂହରେ

  77. Couplet 77

    କାଳପୁରୁଷ ତା'ର ସଙ୍ଗେପ୍ରବେଶ କରେ ଜୀବ ଅଙ୍ଗେ

  78. Couplet 78

    ସେ ଜୀବ ପଶେ ମୋ'ର ତହିଁମୁହିଁ କେବଳ ମାତ୍ର ଥାଇ

  79. Couplet 79

    ମୁହିଁ ସକଳ ଭାବେ ସାକ୍ଷୀମୋ' ବିନୁ ଆନ ନାହିଁ ଲକ୍ଷ୍ୟି

  80. Couplet 80

    ମୁହିଁ ମୋହର ଆଶ୍ରେ ଥାଇଏଣୁ ନିରାଧାର ବୋଲାଇ

  81. Couplet 81

    ମୁହିଁ ସକଳ ଅବଶେଷେକେବଳ ଥାଇ ନିଜ ଅଂଶେ

  82. Couplet 82

    ଏହାକୁ ସାଂଖ୍ୟଯୋଗ କହିଏ ଜ୍ଞାନେ ସଂଶୟ ନ ଥାଇ

  83. Couplet 83

    ଚିତ୍ତୁ ସକଳ ହରେ ଦୋଷକେବଳ କୈବଲ୍ୟ ପ୍ରକାଶ

  84. Couplet 84

    ଏ ଭାବେ ନିରତେ ଯେ ମିଶେଅଜ୍ଞାନ ହରେ ଜ୍ଞାନ ଦିଶେ

  85. Couplet 85

    ଉଦ୍ଧବେ କହେ ହୃଷୀକେଶଶ୍ରୀଭାଗବତେ ଏକାଦଶ

  86. Couplet 86

    ସୁଜନେ ଶୁଣ ଏକମନେକୃଷ୍ଣଚରିତ ତତ୍ତ୍ୱଜ୍ଞାନେ

  87. Couplet 87

    ନିଶ୍ଚୟେ ହୋଇବ ପ୍ରବେଶକହଇ ଜଗନ୍ନାଥ ଦାସ

Odia Bhagabata skandha 11 adhyaya 25 | Parbani by ParibhaAsha App