Skandha 11
Adhyaya 24
Couplet 1
ଦୟାସାଗର ଚକ୍ରପାଣିଉଦ୍ଧବ ମୁଖୁଁ ପ୍ରଶ୍ନ ଶୁଣି
Couplet 2
ବୋଲନ୍ତି ସତ୍ୟ ତୋ ବଚନଏମନ୍ତ ଅଛି କେବା ଜନ
Couplet 3
କେ ଚିତ୍ତ ଧରି ପାରେ ସ୍ଥିରେଦୁର୍ଜନ ବଚନ ପ୍ରହାରେ
Couplet 4
ଯେ ପାରେ ଏତେ ଦୁଃଖ ସହିସେ ପ୍ରାଣୀ ତ୍ରିଭୁବନେ ନାହିଁ
Couplet 5
ସମରେ ରିପୁବାଣ ଘାଏଯେବେ ରୁଧିର ବହେ ଦେହେ
Couplet 6
ସେ ଦୁଃଖ ମନେ ନ ଧରନ୍ତିଯେ କ୍ଷତ୍ରିବୃତ୍ତି ଆଚରନ୍ତି
Couplet 7
ଦୁର୍ଜନ-କୁବଚନ-ବାଣମର୍ମ ବିଦାରେ ତତକ୍ଷଣ
Couplet 8
ଏବେ ତୁ ଶୁଣ ହୋ ବିଶ୍ୱାସେଯେ ପୁରାତନ ଇତିହାସେ
Couplet 9
ତୁ ଯେଣୁ ମୋହର ବିଶ୍ୱାସତେଣୁ ମୁଁ କରିବି ପ୍ରକାଶ
Couplet 10
ପୂର୍ବେ ହୋ ଅବନ୍ତୀ ନଗରେଥିଲା ଦୁର୍ଜନ ବିପ୍ରବରେ
Couplet 11
ଦମ୍ଭ ଆଚରି କାମୀ ଲୋଭୀନିରତେ କ୍ରୋଧେ ପରାଭବୀ
Couplet 12
କୁତ୍ସିତ ବୁଦ୍ଧି ତା'ର ମନନାନା ପ୍ରକାରେ ସଞ୍ଚେ ଧନ
Couplet 13
କୃଷି ବାଣିଜ୍ୟ କର୍ମକରେବନ୍ଧକ ଧାର ଉପହାରେ
Couplet 14
ଜ୍ଞାତି ଅତିଥି ବନ୍ଧୁ ଯେତେତା'ଙ୍କୁ ନ ସେବେ କଦାଚିତ୍ତେ
Couplet 15
ମଧୁର ବାକ୍ୟ ଶୁଦ୍ଧଚିତ୍ତେତିଳେ ନ ରହେ ପରହିତେ
Couplet 16
କନ୍ଦଳ ଦୁଷ୍ଟ ବ୍ୟବହାରଦୁଃଶୀଳମତି ଦୁରାଚାର
Couplet 17
ସୁତ ବନିତା ଦାସଦାସୀଏହାଙ୍କୁ ନ ପୋଷେ ଆଶ୍ୱାସି
Couplet 18
ଆପଣେ ନ ଭକ୍ଷଇ ଭଲେପ୍ରାଣୀଙ୍କି ନ ଦିଏ ମାଗିଲେ
Couplet 19
ଯକ୍ଷର ପ୍ରାୟେ ସଞ୍ଚେ ଧନଧନେ ଆକୁଳ ନିତ୍ୟେ ମନ
Couplet 20
ସେ ବିପ୍ର ବଞ୍ଚିତ ଜୀବନଏମନ୍ତେ ଗଲା କେତେ ଦିନ
Couplet 21
ଅନ୍ନ ନ ପାଇ ଦାରାସୁତକ୍ରୋଧିତ ଇଷ୍ଟବନ୍ଧୁ ମିତ୍ର
Couplet 22
ନ କରି ଯଜ୍ଞ-ଧର୍ମ କର୍ମଧନ ରକ୍ଷଣେ ତା'ର ମନ
Couplet 23
ଧର୍ମକୁ କରି ଅନାଦରନାଶିଲା ପୂର୍ବପୁଣ୍ୟ ତା'ର
Couplet 24
ପୁତ୍ର କାମିନୀ ପରିବାରଯେ ଅବା ଦାସଦାସୀ ତା'ର
Couplet 25
ସକଳେ ଭାଳି ଏକଚିତ୍ତେଧନ ହରିଲେ ତା' ଗୁପତେ
Couplet 26
ଅନଳେ ଗଲା କିଛି ପୋଡ଼ିବଣିଜନାବ ଜଳେ ବୁଡ଼ି
Couplet 27
ଚଉର୍ଯ୍ୟେ କିଛି ଧନ ଗଲାରାଜା ହିଁ କିଛି ବହି ନେଲା
Couplet 28
ସଞ୍ଚିତ ଧନ ଯେତେ ଥିଲାଏମନ୍ତେ ନାନାମତେ ଗଲା
Couplet 29
ନିର୍ଦ୍ଧନ ଦେଖି ଦାରାସୁତେବନ୍ଧୁବାନ୍ଧବ ତା'ର ଯେତେ
Couplet 30
ଦାସୀ ସେବକ ପରିଜନେଛାଡ଼ି ଚଳିଲେ ଅନ୍ୟସ୍ଥାନେ
Couplet 31
ଏମନ୍ତେ ବିପ୍ର ଦୁଃଖଚିତ୍ତେରାତ୍ର ଦିବସ ଭାଳେ ନିତ୍ୟେ
Couplet 32
ବିକଳ ଚିତ୍ତେ ଦୁଃଖେ କାନ୍ଦେନିର୍ଦ୍ଧନ ବାନ୍ଧବ ବିଚ୍ଛେଦେ
Couplet 33
ଏମନ୍ତେ ଚିନ୍ତା-ଶୋକଭରେପଡ଼ିଲା ତୀବ୍ର-ତାପଜ୍ୱରେ
Couplet 34
ଭାଳଇ ଅତି ଭୟଚିତ୍ତେମୁଁ ଏବେ ବଞ୍ଚିବି କେମନ୍ତେ
Couplet 35
ଏମନ୍ତେ ଭାଳୁ ଭାଳୁ ଦିନେବୈରାଗ୍ୟ ଉପୁଜିଲା ମନେ
Couplet 36
ବୋଲଇ ଆତ୍ମା ଅନୁସରିବିଫଳେ ଅଛି - ଦେହ ଧରି
Couplet 37
ଧିକ୍ ଜୀବନ ଜନ୍ମ ମୋରନିନ୍ଦିତ ବିପ୍ର କଳେବର
Couplet 38
ଆପଣା ଦୋଷେ ମୁଁ ବିନାଶହେଳେ ସକଳ କଲି ନାଶ
Couplet 39
ଆପଣା ହସ୍ତେ ମନସୁଖେଅନଳ ଦେଲି ନିଜ ମୁଖେ
Couplet 40
ମୋହର ନିଜ-କର୍ମ-ପାକେବଞ୍ଚିତ ହେଲି ନରଲୋକେ
Couplet 41
ପୁତ୍ର କଳତ୍ର ପରିବାରବନ୍ଧୁବାନ୍ଧବ ଯେତେ ମୋ'ର
Couplet 42
ଏହାଙ୍କୁ ଦୁଃଖ ଦେଇ ଚିତ୍ତେଧନ ସଞ୍ଚିଲି ମୁଁ ନିରତେ
Couplet 43
ତେଜିଲି ଧର୍ମ-କର୍ମ-ଭୋଗସକଳ ସୁଖେ ମୋ' ବିଯୋଗ
Couplet 44
ଧନେ ମୁଁ ହୋଇଲି ନିରାଶଉଭୟଲୋକ କଲି ନାଶ
Couplet 45
ଦୁଃଖେ ସଞ୍ଚିତ ଯେତେ ଧନସେ ନୋହେ ସୁଖେ ପ୍ରୟୋଜନ
Couplet 46
ବଞ୍ଚିତ ହୋଇ ଇହଲୋକେଅନ୍ତେ ମୁଁ ପଡ଼ିବି ନରକେ
Couplet 47
କୁଷ୍ଠ ଯେସନେ ରୂପ ନାଶେଲୋଭ ତେମନ୍ତ ଗୁଣ ଯଶେ
Couplet 48
ଅର୍ଜନ ସାଧନ ସଞ୍ଚୟଧନ ସେ ସର୍ବଦୁଃଖମୟ
Couplet 49
ଚଉର୍ଯ୍ୟ ହିଂସା ମିଥ୍ୟା ଦମ୍ଭଭେଦ ବଇର ମଦ ଗର୍ବ
Couplet 50
କ୍ରୋଧ କୁଟିଳ ଅବିଶ୍ୱାସସ୍ପର୍ଦ୍ଧା ବ୍ୟସନ ଯେ ବିଶେଷ
Couplet 51
ଏ ପଞ୍ଚଦଶ ଦୋଷ ଧନେଏଣୁ ପଣ୍ଡିତ ସାଧୁଜନେ
Couplet 52
ଧନ-ସଞ୍ଚୟ ଦୂର କରିନିୟତ-କର୍ମକୁ ଆବୋରି
Couplet 53
ଧୀରେ ରହନ୍ତି ସମଚିତ୍ତେଧନ୍ୟ ଜୀବନ ଏ ଜଗତେ
Couplet 54
ଧନର ଦୋଷ ଆର ଯେତେକହିବା ଶୁଣ ଏକଚିତ୍ତେ
Couplet 55
ତାତ ଜନନୀ ଭ୍ରାତା ସୁତସୁହୃଦ ବାନ୍ଧବ କଳତ୍ର
Couplet 56
ଏହାଙ୍କୁ ଦେଖି ରିପୁ ପ୍ରାୟେଧନ ସଞ୍ଚଇ ନିତ୍ୟେ ଧ୍ୟାୟେ
Couplet 57
ଭେଦ ଉପୁଜେ ବନ୍ଧୁମେଳେଧନ-ସଞ୍ଚୟନ ବ୍ୟାକୁଳେ
Couplet 58
ବିଚ୍ଛେଦ କରେ ଦାରା ସୁତକଦର୍ଯ୍ୟ ବୋଲନ୍ତି ଜଗତ
Couplet 59
ଧନ ଏ ସକଳ କାରଣକୃପଣେ ମର୍ଯ୍ୟାଦା ଲଂଘନ
Couplet 60
ଅଳପ ଧନର କାରଣେବଇରି ବଢେ ଅନୁକ୍ଷଣେ
Couplet 61
ସ୍ୱଜନ ବନ୍ଧୁ କୁଳଭେଦେକନ୍ଦଳ ବାଦ ଅନୁବାଦେ
Couplet 62
ମନୁଷ୍ୟ-ଦେହେ ଜନ୍ମ ହୋଇବ୍ରାହ୍ମଣ ତନୁ ମୁହିଁ ପାଇ
Couplet 63
ସ୍ୱର୍ଗେ ବାଞ୍ଛନ୍ତି ସୁରଗଣେମନୁଷ୍ୟ ଜନ୍ମ ଅନୁକ୍ଷଣେ
Couplet 64
ମୁଁ ଏ ଦୁର୍ଲ୍ଲଭ ଜନ୍ମ ଲଭିନିୟତ-କର୍ମେ ପରାଭବୀ
Couplet 65
ଏ ଜନ୍ମ କଲି ଅନାଦରଧନ ସଞ୍ଚୟ ଧିକ ମୋର
Couplet 66
ମନୁଷ୍ୟ-ଦେହ ଭୂମିଭାଗେସାଧଇ ସ୍ୱର୍ଗ ଅପବର୍ଗେ
Couplet 67
ସେ ଦେହ ଅନର୍ଥର ଘରଧନ ସାଧଇ କେବା ନର
Couplet 68
ଦେବତା-ଋଷି-ପିତୃଗଣେସେବା ନ କଲି ମୂଢପଣେ
Couplet 69
ଯକ୍ଷର ପ୍ରାୟେ ସଞ୍ଚି ଧନଲଂଘିଲି ବନ୍ଧୁ ଗୁରୁଜନ
Couplet 70
ସ୍ୱଭାବେ ବୟସ ସରିଲାଏ ଜନ୍ମ ବିଅର୍ଥ ହୋଇଲା
Couplet 71
ଜାଣଇଁ ଅନିତ୍ୟ ଜଗତଈଶ୍ୱରମାୟାରେ ମୋହିତ
Couplet 72
ଏ ଧନ ଅର୍ଥେ କୁପଣ୍ଡିତବ୍ୟର୍ଥ-ବ୍ୟାକୁଳେ ଲୋଭଗ୍ରସ୍ଥ
Couplet 73
ଏଣୁ କି କାର୍ଯ୍ୟ ଧନଧାନ୍ୟେଭାଳଇ ବ୍ୟର୍ଥ ପ୍ରୟୋଜନେ
Couplet 74
ମରଣ ମୁଖେ ଏବେ ପଡ଼ିଭାଳଇ ନିଜପଥ ହୁଡ଼ି
Couplet 75
ଏବେ ଜାଣିଲି ମୋର ଭାଗ୍ୟଗୋବିନ୍ଦ କଲେ ଅନୁରାଗ
Couplet 76
ଏ ମୋର ପୂର୍ବ ପୁଣ୍ୟ ଯଶତେଜିଲି ଧନ ଜନ ଆଶ
Couplet 77
ଚଞ୍ଚଳମନ ହୃଦେ ରୁନ୍ଧିଏବେ ସାଧିବି ସର୍ବସିଦ୍ଧି
Couplet 78
ହରି ଚରଣେ ଦେଇ ମତିଖଣ୍ଡିବି ଅଶେଷ ଦୁର୍ଗତି
Couplet 79
ପୂର୍ବେ ଖଟ୍ୱାଙ୍ଗ ନୃପବରକରି ଦେବଙ୍କ ଉପକାର
Couplet 80
ପୁଣି ସେ ଆସି ମହୀତଳେନିମିଷ ମାତ୍ର ପୁଣ୍ୟଫଳେ
Couplet 81
ଭାବେ ଆରାଧି ଚକ୍ରଧରଭବସାଗରୁ ହେଲା ପାର
Couplet 82
ଏବେ ମୁଁ ସର୍ବ ଆଶା ଛେଦିନାନା ପ୍ରକାରେ ତପ ସାଧି
Couplet 83
ସଂସାରୁ ତରିବି ଯେମନ୍ତେଏମନ୍ତ ଭାଳି ଦୃଢଚିତ୍ତେ
Couplet 84
ନିଶ୍ଚଳ ଶାନ୍ତ-ଦାନ୍ତ-ଚିତ୍ତେତପସ୍ୱୀଜନଙ୍କର ମତେ
Couplet 85
ପୃଥିବୀ କରି ପର୍ଯ୍ୟଟନଗିରି ଦୁର୍ଗମ ଘୋରବନ
Couplet 86
ଗୁପତେ ଅବଧୂତ ବେଶେବୁଲଇ ପୁର-ଗ୍ରାମ-ଦେଶେ
Couplet 87
ସ୍ୱଭାବେ ଦିଶେ କୁଘଟନବୃଦ୍ଧ ଭିକ୍ଷୁକ ସେ ବ୍ରାହ୍ମଣ
Couplet 88
ଗ୍ରାମେ ବୁଲଇ ଭିକ୍ଷା ଆଶେମଳିନ ଅବଧୂତ ବେଶେ
Couplet 89
ଅତି ପ୍ରପଞ୍ଚ ଅତି କ୍ଷୀଣଦିଶଇ ଜାତିବର୍ଣ୍ଣହୀନ
Couplet 90
ଗୁପତ ଦେଖି ତା'ର ଚିହ୍ନଲୋକେ କରନ୍ତି ଅପମାନ
Couplet 91
ତାହାକୁ ଦୁଷ୍ଟଗଣେ ବେଢିକେ ଧାଇଁ ପିଟେ ମୁଣ୍ଡେ ବାଡ଼ି
Couplet 92
କେ ଦଣ୍ଡ-କମଣ୍ଡଳୁ ବଳେଘେନି ପଳାନ୍ତି କୁତୂହଳେ
Couplet 93
କେ ଯଜ୍ଞସୂତ୍ର କନ୍ଧୁଁ ଫେଡେ଼କେ ପୃଷ୍ଠେ ମାରନ୍ତି ଚାପୋଡେ଼
Couplet 94
କେ କନ୍ଥା ଦୂରକରି ବଳେଭୟେ ପଳାନ୍ତି ଏକମେଳେ
Couplet 95
ପୁଣି ରହନ୍ତି ଦୂରେ ଯାଇନାନା ଭର୍ତ୍ସନେ ଗାଳି ଦେଇ
Couplet 96
କେ ହସି କରତାଳି ଦେଇଗୁପତେ ତା'ର ପଛେ ରହି
Couplet 97
ଭିକ୍ଷା ମାଗିଲେ ଅନ୍ନପାଣିତା'କୁ ଦିଅନ୍ତି ଲୋକେ ଆଣି
Couplet 98
ଯେବେ ଭୁଞ୍ଜଇ ଜଳତୀରେକେ ମୂତେ ଭିକ୍ଷାର ଉପରେ
Couplet 99
କେ ମୁଖେ ଅଧୋବାୟୁ ଛାଡେ଼କେ ହସି କରେ କର ତାଡେ଼
Couplet 100
କେ ମାରି ଆନକୁ ଦେଖାଇହସନ୍ତି ତା'ର ମୁଖ ଚାହିଁ
Couplet 101
ତର୍ଜନ ଗର୍ଜନ କେ କରେକେ ରଜ୍ଜୁ ବାନ୍ଧନ୍ତି ପୟରେ
Couplet 102
କେ ଅବା ପୂର୍ବେ ତା'କୁ ଚିହ୍ନିକହନ୍ତି ପାଞ୍ଚସାତ ଘେନି
Couplet 103
ଏହାର ନାଶ ଗଲା ଧନକୋପେ ଛାଡ଼ିଲେ ବନ୍ଧୁଜନ
Couplet 104
ଦେଖ କପଟେ କ୍ଷୀଣବେଶଜଗତେ ବୋଲାଇ ସନ୍ନ୍ୟାସ
Couplet 105
ଦେଖ ବୁଲଇ ଅଧୋମୁଖେଚକ୍ଷୁମଳିନ ସର୍ବଦେଖେ
Couplet 106
ରାତ୍ରେ ପଶିବ ଘରେଘରେଚୋରି କରିବ ଅଭ୍ୟନ୍ତରେ
Couplet 107
ଏହାକୁ ମାରି କର ଦୂରଦଣ୍ଡେ ନ ଥାଉ ଆମ୍ଭପୁର
Couplet 108
ଦେଖ ମଉନ ମୁଖେ ଚାହେଁଜଳେ ମୀନକୁ ବକ ପ୍ରାୟେ
Couplet 109
ଆଜ କରିବ ଜାଣ ଚୋରିଦୂର କରାଅ ୟାକୁ ମାରି
Couplet 110
ଏମନ୍ତେ ଦୁଷ୍ଟଗଣେ ମିଳିହସନ୍ତି ଦେଇ କରତାଳି
Couplet 111
ଭୟେ କରାଇ ତାକୁ ତ୍ରାସକରନ୍ତି ହାସ ପରିହାସ
Couplet 112
ଏମନ୍ତେ ସର୍ବ ବାକ୍ୟ ଶୁଣେପରମାନନ୍ଦ ମନେ ଗୁଣେ
Couplet 113
କେବେହେଁ ନୋହେ ମନେ ଦୁଃଖୀପୂର୍ବ ଅର୍ଜିତ କର୍ମ ଲକ୍ଷ୍ୟି
Couplet 114
ଯେ ଅବା ଯେତେବେଳେ ହୋଏଗୋରୁଙ୍କ ପ୍ରାୟେ ସର୍ବ ସହେ
Couplet 115
ଅଦୃଷ୍ଟ ମାନି କହେ କଥାକେ ଅଛି ଦୁଃଖସୁଖଦାତା
Couplet 116
ଗ୍ରହ ଦେବତା କାଳଧର୍ମଆତ୍ମା କି ଅବା କେହି ଜନ
Couplet 117
ନୁହଁନ୍ତି ସୁଖଦୁଃଖଦାତାମନଟି ପରମକରତା
Couplet 118
ଜନ୍ମମରଣ ବେନିପଥେଯେ ମନ ଭ୍ରମାଏ ନିରତେ
Couplet 119
ମନ ସେ ତ୍ରିଗୁଣ ସୃଜଇତ୍ରିଗୁଣେ କର୍ମ ସଞ୍ଚରଇ
Couplet 120
କର୍ମେ ତ୍ରିଲୋକ ଦେହପାଇତୀର୍ଯ୍ୟକ ନର ଦେବ ହୋଇ
Couplet 121
ଏଣୁ ମନର ଏ ସଂସାରସଂସାରୁ ବିଲଗ ଈଶ୍ୱର
Couplet 122
ଈଶ୍ୱର ବସେ ସାକ୍ଷୀରୂପେକର୍ମ କରାଇ ନାନାରୂପେ
Couplet 123
କର୍ମରେ ସଙ୍ଗ ନାହିଁ ତା'ରଜ୍ଞାନରେ ଚେଷ୍ଟା ଯେଣୁ ତା'ର
Couplet 124
ମନ ତାହାର ସଙ୍ଗେ ମିଶେଲିଙ୍ଗ-ଶରୀରେ ଜୀବ ବସେ
Couplet 125
କର୍ମ କରଇ ଗୁଣବଳେସଂସାରେ ବନ୍ଧନ ନିଶ୍ଚଳେ
Couplet 126
ଏଣୁ ଏ ମନର ସଂଯମପରମଜ୍ଞାନର କାରଣ
Couplet 127
ଦାନ ସ୍ୱଧର୍ମ ଯେ ନିୟମସୁବ୍ରତ କର୍ମ କିବା ଯମ
Couplet 128
ଏ ସର୍ବ ମନର ସଂଯମମନ ସଂଯମ ପରଜ୍ଞାନ
Couplet 129
ମନ ସଂଯମ ଅଟେ ଯା'ରକି କାର୍ଯ୍ୟ ଦାନାଦିରେ ତା'ର
Couplet 130
ମନ ଆୟତ୍ତ ଯା'ର ନୋହିଦାନାଦି କର୍ମେ କିବା ହୋଇ
Couplet 131
ଏଣୁ ଯେ ମନ ବଶକରେସର୍ବ ଇନ୍ଦ୍ରିୟ ସେ ସଂହରେ
Couplet 132
ମନର ବଶ ଯେବା ହୋଇଇନ୍ଦ୍ରିୟ ଅର୍ଥେ ସେ ଭ୍ରମଇଁ
Couplet 133
ଯୋଗୀଏ ଯୋଗବଳ ଧରିବଳେ ଇନ୍ଦ୍ରିୟ ବଶ କରି
Couplet 134
ମନ ଅବଶେ ଯୋଗଭ୍ରଷ୍ଟଏଣୁ ଏ ମନ ଅଟେ ଶ୍ରେଷ୍ଠ
Couplet 135
ଯେ ତାକୁ ବଶ କରିପାରେସର୍ବ ଇନ୍ଦ୍ରିୟ ଜୟ କରେ
Couplet 136
ଦୁର୍ଜୟ ଶତ୍ରୁ ଅଟେ ମନତା'କୁ ନ ଜିଣି ଯେବା ଜନ
Couplet 137
ଉଦାସୀ ମିତ୍ର ଶତ୍ରୁ ଆନବିଚାରେ ମୂଢ ସେହୁ ଜନ
Couplet 138
ମନ କଳ୍ପିତ ଦେହ ପାଇମୁହିଁ ମୋହର ଚିତ୍ତେ ଧ୍ୟାୟି
Couplet 139
ଅନ୍ୟୋନ୍ୟ ଶତ୍ରୁ ମିତ୍ର ଚିନ୍ତିଅପାର ସଂସାରେ ଭ୍ରମନ୍ତି
Couplet 140
ଯେ ପ୍ରାଣୀ ଆତ୍ମାକୁ ନ ଜାଣେସେ ରିପୁମିତ୍ର ପରିମାଣେ
Couplet 141
ମାୟା ସଂସାରେ ଜ୍ଞାନହାରିଜୀବକୁ ଜୀବ ହିଂସା କରି
Couplet 142
ସ୍ୱଭାବେ ଜୀବ ନିର୍ବିକାରଦୋଷ ଅଦୋଷ ନାହିଁ ତା'ର
Couplet 143
ଆପଣା ହସ୍ତେ ଜିହ୍ୱା ଛେଦିକେ ତା'ର ଅଛି ପ୍ରତିବାଦୀ
Couplet 144
ଦେବତା ବଶେ ସର୍ବଭୂତେଇନ୍ଦ୍ରିୟ ଅଭେଦେ ନିଶ୍ଚିନ୍ତେ
Couplet 145
କୋପଇ ଏକ ଅଙ୍ଗେ ଥାଇଆରକ ଅଙ୍ଗେ ପ୍ରହାରଇ
Couplet 146
ଏ ଦୁଃଖ ସୁଖ ବିଚାରିଲେଲାଗଇ ନାହିଁ ଆତ୍ମାତୁଲେ
Couplet 147
ଯେବେ ବୋଲିବା ଗ୍ରହଦୋଷେପ୍ରାଣୀ ବନ୍ଧନ ଗୁଣପାଶେ
Couplet 148
ଏ ଅନୁମାନ ସତ୍ୟ ନୋହେଗ୍ରହ କି ମାରେ ଗ୍ରହ ଦେହେ
Couplet 149
ଏ ଦୁଃଖସୁଖ ହେତୁ କର୍ମବିଚାରି କଲେ ତୁଟେ ଭ୍ରମ
Couplet 150
ସ୍ୱଭାବେ ଦେହ ଜଡ଼ମୟସଞ୍ଚିତ ମୃତ୍ତିକାର ପ୍ରାୟ
Couplet 151
ଆତ୍ମା ପରମହଂସ ପକ୍ଷେନିତ୍ୟେ ବସଇ ନାନାବୃକ୍ଷେ
Couplet 152
ଏ ଆତ୍ମା ବ୍ରହ୍ମ ସୂକ୍ଷ୍ମସାରନିର୍ମଳ ନିତ୍ୟ ନିରାକାର
Couplet 153
ଏଣୁ ଏ ଦୁଃଖସୁଖ ପାଇଏ ଅନୁମାନ ନ ଘଟଇ
Couplet 154
ଯେବେ ବୋଲିବା ନ୍ୟାୟେ ଅଛିକାଳହିଁ ଦୁଃଖସୁଖ ଲେଖି
Couplet 155
ଫଳଇ ଦେହେ ଯଥାକାଳେବୃଦ୍ଧ ତରୁଣ କିବା ବାଳେ
Couplet 156
ତେବେ ଆତ୍ମାର କିବା ଦୋଷସ୍ୱଭାବେ ଆତ୍ମା ବିଷ୍ଣୁଅଂଶ
Couplet 157
ଏଣୁ ଦୁଃଖସୁଖ ବିଚାରେନ ଘଟେ ନିଜ କିବା ପରେ
Couplet 158
ଯେଣୁ ଏ ଅନିତ୍ୟ ସଂସାରେପ୍ରାଣୀ ବନ୍ଧନ ଅହଙ୍କାରେ
Couplet 159
ଏଣୁ ଏ ମାନ ଅପମାନନ ଘେନେ ଆତ୍ମଜ୍ଞାନୀ ଜନ
Couplet 160
ଶତ୍ରୁ ବାନ୍ଧବ ନିିଜ ପରଏ ଦୁଃଖ ସୁଖ ଭ୍ରମ ମୋର
Couplet 161
ବୁଲଇ ମାୟାଭ୍ରମ ଜଡେ଼ଏଣୁ ସଂସାର ପ୍ରାଣୀ ପଡେ଼
Couplet 162
ପୂର୍ବେ ଯେ ମହାଋଷିଗଣେପରମ ଆତ୍ମନିଷ୍ଠାଜ୍ଞାନେ
Couplet 163
ତରିଲେ ଏ ଘୋରସଂସାରମୁଁ ଏବେ କରି ସେ ବିଚାର
Couplet 164
ଗୋବିନ୍ଦପାଦେ ସେବା କରିଘୋରସଂସାରୁ ଯିବି ତରି
Couplet 165
ଏତେ ବିଚାରି ବିପ୍ରମନେଚିତ୍ତ ନିରୋଧି ଯୋଗଧ୍ୟାନେ
Couplet 166
ହରିଚରଣ କଲା ସାରତେଜିଲା ମାନ ଅହଙ୍କାର
Couplet 167
ନିର୍ମଳ ଚିତ୍ତ ମୋ' ଚରଣେବୁଲେ ଅବନୀ ପର୍ଯ୍ୟଟନେ
Couplet 168
ମୋର ଚରଣାମ୍ବୁଜ ବିନେକିଛି ନ ଜାଣେ ରାତ୍ରଦିନେ
Couplet 169
ଫିଟିଲା ଅଶେଷ ବନ୍ଧନମୋହର ପାଦେ ଦେଇ ମନ
Couplet 170
ଉଦ୍ଧବ ଏହା ମନେ ଧରସର୍ବ ସଂଶୟ ପରିହର
Couplet 171
ନିର୍ମଳ ଚିତ୍ତ ମୋର ପାଦେସମର୍ପି ରହ ତୁ ଆନନ୍ଦେ
Couplet 172
ଏ ଭିକ୍ଷୁଗୀତା ଇତିହାସେତୋ ଆଗେ କହିଲି ବିଶ୍ୱାସେ
Couplet 173
ଏ ଗୁଣମୟ ବ୍ରହ୍ମଜ୍ଞାନଯେ କରେ ଶ୍ରବଣ ପଠନ
Couplet 174
ଅଶେଷ ଦୋଷ ତା'ର ହରେନ ପଡେ଼ ଭବପଙ୍କ-ଘୋରେ
Couplet 175
ହରଇ କାମ-କ୍ରୋଧ-ଦୋଷନ ଲାଗେ ଦୁଃଖ ଶୋକ ପ୍ରାସ
Couplet 176
ଉଦ୍ଧବେ କହେ ନାରାୟଣସୁଜନେ ସାବଧାନ ଶୁଣ
Couplet 177
ପରମଭାଗବତବାଣୀଶୁକ ଯା' ଶ୍ରୀମୁଖେ ବଖାଣି
Couplet 178
କହଇ ଦାସ ଜଗନ୍ନାଥଶ୍ରୀଏକାଦଶେ ଭାଗବତ