Skip to content
paribhaasha

Skandha 11

Adhyaya 23

  1. Couplet 1

    ଉଦ୍ଧବ ଶିରେ ଦେଇ କରବୋଲଇ ଶୁଣ ଦାମୋଦର

  2. Couplet 2

    ବେଦ-ବିଚାର-ତତ୍ତ୍ୱ ଜାଣିଯେବେ ସଂସାରୁ ତରେ ପ୍ରାଣୀ

  3. Couplet 3

    ସେ ତତ୍ତ୍ୱ ଏକ ଅବା କେତେକହ କେଶବ ମୋ' ଅଗ୍ରତେ

  4. Couplet 4

    ତ୍ରି ନବ ଏକାଦଶ ପଞ୍ଚଶୁଣିଛି ତୁମ୍ଭେ କହିଅଛ

  5. Couplet 5

    ନାନା ପ୍ରକାରେ ମୁନିଗଣେକହନ୍ତି ତତ୍ତ୍ୱ-ବିଚାରଣେ

  6. Couplet 6

    କେ ଷଟ ସପ୍ତ ଚାରି ଭଣେକେ ଏକାଦଶ ପରମାଣେ

  7. Couplet 7

    କେ ପଞ୍ଚବିଂଶ ଷଡ଼ବିଂଶକେହୁ କହନ୍ତି ସପ୍ତଦଶ

  8. Couplet 8

    କାହାର ମତେ ତ୍ରୟୋଦଶକେ ଅବା ନବ, କେ ଷୋଡ଼ଶ

  9. Couplet 9

    ଏ ସର୍ବ ସତ୍ୟ ଅବା କେତେପ୍ରସ୍ତାବେ ପୁଚ୍ଛିଲଇଁ ତୋତେ

  10. Couplet 10

    ଏମନ୍ତେ ଉଦ୍ଧବ ବଚନଯେ ତା'ର ଚିତ୍ତଗତ ଭ୍ରମ

  11. Couplet 11

    ଶୁଣି କହନ୍ତି ଚକ୍ରପାଣିଶୁଣ ହୋ ମୁନିଗଣ-ବାଣୀ

  12. Couplet 12

    ମୁନି କହନ୍ତି ସର୍ବସ୍ଥାନେଯେ ଅବା ଯେତେ ଅନୁମାନେ

  13. Couplet 13

    କେବେ ହେଁ ନୋହେ ଦୁର୍ଘଟନସେ ସତ୍ୟ ଏ ତିନିଭୁବନ

  14. Couplet 14

    ସଂସାରେ ମୁନିଗଣ ଚିତ୍ତମୋ'ର ମାୟାରେ ବିମୋହିତ

  15. Couplet 15

    ନାନା ପ୍ରକାରେ ତର୍କବଳେତତ୍ତ୍ୱ ବଖାଣନ୍ତି ଶୟଳେ

  16. Couplet 16

    କୁତର୍କ ବିବାଦ ପ୍ରକାରେତତ୍ତ୍ୱ ବିଚାରନ୍ତି ସଂସାରେ

  17. Couplet 17

    ଏଣୁ ବଚନ ଏହାଙ୍କରବୁଝ ତୁ ଅନେକ ପ୍ରକାର

  18. Couplet 18

    ମୁଁ ଯାହା କହିଅଛି ତୋତେସଂସାରେ ତତ୍ତ୍ୱ ମାତ୍ର ଏତେ

  19. Couplet 19

    ମୁନିଏ ବିବାଦେ ଏମନ୍ତେତର୍କ କରନ୍ତି ଯେଝାମତେ

  20. Couplet 20

    ଶୁଣ ଉଦ୍ଧବ ସାଧୁ ଧୀରଏ ତତ୍ତ୍ୱମାନଙ୍କ ବିଚାର

  21. Couplet 21

    ଅନ୍ୟୋନ୍ୟେ ପ୍ରବେଶ ସେ ହୋଇକାର୍ଯ୍ୟ କାରଣ ରୂପେ ଥାଇ

  22. Couplet 22

    ସେ ପରସ୍ପରେ ମିଶାମିଶିଘଟ ମୃତ୍ତିକା ପ୍ରାୟ ଦିଶି

  23. Couplet 23

    ଜାଣିଲେ ଏକରୂପ ସେହିବିକଳ୍ପେ ନାନାରୂପ ହୋଇ

  24. Couplet 24

    ଯେ ପୂର୍ବାପର ତତ୍ତ୍ୱଙ୍କରଊଣା ଅଧିକେ ଯେ ବିଚାର

  25. Couplet 25

    ପଣ୍ତିତଗଣେ ବାଦ ଚିନ୍ତିଯେତେ ବା କହିଣ ଅଛନ୍ତି

  26. Couplet 26

    ମୁନିବଚନ ସୁଘଟନତେଣୁ ସେ ନୁହଇ ଖଣ୍ତନ

  27. Couplet 27

    ସ୍ୱଭାବେ ମୋରେ ମାୟା ଘେନିଯୁକ୍ତି କରନ୍ତି ତୋତେ ମୁନି

  28. Couplet 28

    ତାଙ୍କ ବଚନ ମହୀତଳେମୁହିଁ ସ୍ଥାପଇ ସୁନିଶ୍ଚଳେ

  29. Couplet 29

    ଏଣୁ ଯେ ତତ୍ତ୍ୱଜ୍ଞ ପୁରୁଷଦିଅନ୍ତି ଜ୍ଞାନ ଉପଦେଶ

  30. Couplet 30

    ଈଶ୍ୱର ପୁରୁଷଙ୍କ ଗାତ୍ରେବିଚ୍ଛେଦ ନାହିଁ ତିଳମାତ୍ରେ

  31. Couplet 31

    ବିକଳ୍ପ କଳ୍ପନା ଗୋଚରେଜୀବ ପରମ ଭେଦ କରେ

  32. Couplet 32

    ଯୁକ୍ତି କରନ୍ତି ଶ୍ରୁତିଭେଦେପଣ୍ତିତ ସ୍ୱଭାବ ବିବାଦେ

  33. Couplet 33

    ତଥାପି ତାହାଙ୍କ ବଚନମୁହିଁ ଯେ କରଇ ସ୍ଥାପନ

  34. Couplet 34

    ପ୍ରକୃତି ଭେଦ ତିନିଗୁଣତତ୍ତ୍ୱରେ ନୁହଁନ୍ତି ଗଣନ

  35. Couplet 35

    କାଳ ସ୍ୱଭାବ ଯେ ଈଶ୍ୱରତ୍ରିଗୁଣୁଁ ଅଟନ୍ତି ସେ ପର

  36. Couplet 36

    ତାହାର ସର୍ବଶକ୍ତି ଭାବେତା ତହୁଁ ତ୍ରିଗୁଣ ସମ୍ଭବେ

  37. Couplet 37

    ତେଣୁ ଏ ସଂସାରେ ଭକତଯେ ସୂତ୍ର ନାମ ମହତ୍ତତ୍ତ୍ୱ

  38. Couplet 38

    ପୁରୁଷ ପ୍ରକୃତି ମହତଅହଙ୍କାର ନଭ ମରୁତ

  39. Couplet 39

    ତେଜ ସହିତେ ଅପେ କ୍ଷିତିଏ ନବତତ୍ତ୍ୱରେ ଗଣତି

  40. Couplet 40

    ଚକ୍ଷୁ ନାସିକା ଚମ କର୍ଣ୍ଣଜିହ୍ୱା ଇନ୍ଦ୍ରିୟ ପଞ୍ଚଜ୍ଞାନ

  41. Couplet 41

    ବଚନ ଗୁଦ ପାଦ ପାଣିଉପସ୍ଥ ପଞ୍ଚକର୍ମ ଘେନି

  42. Couplet 42

    ଉଭୟକର୍ତ୍ତା ମନ ମିଶିଏ ରୂପେ ଏକାଦଶ ଭାଷି

  43. Couplet 43

    ଶବ୍ଦ ସ୍ପରଶ ରୂପ ରସଗନ୍ଧ ଏ ପାଞ୍ଚ ପରକାଶ

  44. Couplet 44

    ଜ୍ଞାନ ଇନ୍ଦ୍ରିୟର ଏ ଅର୍ଥଏମନ୍ତେ ପଞ୍ଚବିଂଶ ତତ୍ତ୍ୱ

  45. Couplet 45

    ଜୀବ ପରମ ଭେଦ କଲେଷଡ଼ବିଂଶତି ହୋଏ ଭଲେ

  46. Couplet 46

    କାର୍ଯ୍ୟକାରଣରୂପୀ ଯେହିପ୍ରକୃତି ବୋଲି ତା'କୁ କହି

  47. Couplet 47

    ପୁରୁଷ ଅବ୍ୟକ୍ତ ଅଟଇକେବଳ ଦୃଷ୍ଟି ମାତ୍ର ଦେଇ

  48. Couplet 48

    ସେ ଦୃଷ୍ଟିଯୋଗେ ହୋଇ ଜାତମହତ ଆଦି ସର୍ବସତ୍ତ୍ୱ

  49. Couplet 49

    ପ୍ରକୃତି ବଳେ ହୋଇ ରୁଣ୍ତସୃଜନ୍ତି ଅଶେଷ ବ୍ରହ୍ମାଣ୍ତ

  50. Couplet 50

    ଜୀବ-ପରମ ପଞ୍ଚଭୂତକେ ବୋଲେ ଏହା ସପ୍ତତତ୍ତ୍ୱ

  51. Couplet 51

    ଜୀବ-ପରମ ଏକ ମାନିକେହି ବା ଷଡ଼ତତ୍ତ୍ୱ ଗଣି

  52. Couplet 52

    ତେଜ ଆବର ଜନ ଅନ୍ନଆତ୍ମାରୁ ଏ ଯେ ଉତପନ୍ନ

  53. Couplet 53

    ଏ ତହୁଁ ଆନ ସବୁ ଜାତଏଣୁ କେ ବୋଲେ ଏହା ଚାରିତତ୍ତ୍ୱ

  54. Couplet 54

    କର୍ମ ଇନ୍ଦ୍ରିୟ ପଞ୍ଚଭୂତେଆବର ପଞ୍ଚତନମାତ୍ରେ

  55. Couplet 55

    ମନ ପରମ ଆତ୍ମା ଘେନିକେ ସପ୍ତଦଶ ତତ୍ତ୍ୱ ଭଣି

  56. Couplet 56

    ମନ ଆତ୍ମାକୁ ଏକ ମାନିକେହୁ ଷୋଡ଼ଶ ତତ୍ତ୍ୱ ଗଣି

  57. Couplet 57

    କର୍ମ ଇନ୍ଦ୍ରିୟ ପଞ୍ଚଭୂତଜୀବ ପରମ ମନସ୍ତତ୍ତ୍ୱ

  58. Couplet 58

    ଏ ରୂପେ ତ୍ରୟୋଦଶ ତତ୍ତ୍ୱକେହି ବା ବୋଲନ୍ତି ଏମନ୍ତ

  59. Couplet 59

    ଜୀବ ପରମ ମନ ତିନିଏକଇ ଆତ୍ମା କେହୁ ମାନି

  60. Couplet 60

    ପଞ୍ଚଇନ୍ଦ୍ରିୟ ପଞ୍ଚଭୂତକେ ବୋଲେ ଏକାଦଶ ତତ୍ତ୍ୱ

  61. Couplet 61

    ମନ ବୁଦ୍ଧି ଯେ ଅହଙ୍କାରପଞ୍ଚମହାଭୂତ ଆବର

  62. Couplet 62

    ପୁରୁଷ ଘେନି କେହୁ ମୁନିନବତତ୍ତ୍ୱ ଯେ ପରିମାଣି

  63. Couplet 63

    ଏମନ୍ତ ମୁନିଙ୍କ ବଚନେଯେ ତତ୍ତ୍ୱ ଘଟେ ଅନୁମାନେ

  64. Couplet 64

    ଶାସ୍ତ୍ର ବିଚାରନ୍ତି ସଂସାରେଏମନ୍ତେ ଅନେକ ପ୍ରକାରେ

  65. Couplet 65

    ନ୍ୟାୟ ବଚନ ଯୁକ୍ତି ମୂଳକର୍ଣ୍ଣେ ଶୁଣନ୍ତେ କୁତୂହଳ

  66. Couplet 66

    ପଣ୍ତିତମାନଙ୍କ ବଚନକେବେହେଁ ନୋହେ ଦୁର୍ଘଟନ

  67. Couplet 67

    ଏମନ୍ତ ଗୁଣମୟବାଣୀଉଦ୍ଧବ କୃଷ୍ଣମୁଖୁଁ ଶୁଣି

  68. Couplet 68

    ପୁଣି ସଂଶୟ କରି ମନେପୁଚ୍ଛଇ କୃଷ୍ଣ ସନ୍ନିଧାନେ

  69. Couplet 69

    ପ୍ରକୃତି ପୁରୁଷ ସ୍ୱଭାବେଏକୁ ଆରେକ ଭିନ୍ନ ଯେବେ

  70. Couplet 70

    ଆଶ୍ରେ କରନ୍ତି ଅନ୍ୟୋଅନ୍ୟେନିତ୍ୟେ ବସନ୍ତି ଏକସ୍ଥାନେ

  71. Couplet 71

    ପ୍ରକୃତି ପୁରୁଷର ଦେହେବସଇ ଜୀବନର ପ୍ରାୟେ

  72. Couplet 72

    ପ୍ରକୃତି ପୁରୁଷ ନ ଛାଡ଼େଏଣୁ ନ ଥା'ନ୍ତି ଏକ ଜଡ଼େ

  73. Couplet 73

    କେମନ୍ତେ ଦେହୁଁ ଆତ୍ମା ଭିନ୍ନସମ୍ଭବୁ ନାହିଁ ମୋର ମନ

  74. Couplet 74

    ଏ ଚିତ୍ତ ସଂଶୟ ମୋହରଛେଦ ହେ କମଳାର ବର

  75. Couplet 75

    ଗୋବିନ୍ଦ କମଳଲୋଚନପରମପୁରୁଷ ଉତ୍ତମ

  76. Couplet 76

    ତୋ'ର ମାୟାରେ ଜୀବ ଯେତେମୋହେ ଯନ୍ତ୍ରିତ ଏ ଜଗତେ

  77. Couplet 77

    ଯାହାକୁ ହେଉ ତୁ ସଦୟଜ୍ଞାନ ତା ହୃଦରୁ ଉଦୟ

  78. Couplet 78

    ତୁ ଆତ୍ମା ସର୍ବଜୀବଗତିତୁ ଗୁରୁ ଜ୍ଞାନଗମ୍ୟ ମତି

  79. Couplet 79

    ତୁ ଜାଣୁ ତୋ'ର ମାୟାଗତିଅପରେ ତାହା ନ ଜାଣନ୍ତି

  80. Couplet 80

    ଏମନ୍ତ ଶୁଣି ତା' ବଚନକହନ୍ତି ଦେବକୀନନ୍ଦନ

  81. Couplet 81

    ପୁରୁଷ ପ୍ରକୃତି ତ୍ରିଗୁଣସଂଯୋଗ ବିଯୋଗ କାରଣ

  82. Couplet 82

    ପୁରୁଷ ବିନା ପ୍ରକୃତିରପ୍ରକାଶ ନୁହଇ ଗୋଚର

  83. Couplet 83

    ରବି ବିହୀନେ ଚକ୍ଷୁ ଯେହ୍ନେତେମନ୍ତେ ପୁରୁଷ ବିହୀନେ

  84. Couplet 84

    ରବି ଯେସନେ ସ୍ୱପ୍ରକାଶଉଦ୍ଧବ ତେମନ୍ତ ପୁରୁଷ

  85. Couplet 85

    ପୁରୁଷ-ପ୍ରକୃତି ଏ ଭିନ୍ନଏକ ବିହୀନେ ଅନ୍ଧ ଆନ

  86. Couplet 86

    ମୋର ବିମୁଖ ପ୍ରାଣୀଙ୍କରଏ କଥା ନୁହଇ ଗୋଚର

  87. Couplet 87

    ସକଳ ଗୁଣ-ଭେଦ ଯେତେବିସ୍ତାରି କହିଅଛି ତୋତେ

  88. Couplet 88

    ତୁ ତାହା ଚିତ୍ତେ ଭଲେ ସ୍ମରଶୁଣି ଉଦ୍ଧବ ଯୋଡ଼ିକର

  89. Couplet 89

    ବୋଲଇ ବିନୟ ବଚନଭୋ ନାଥ କର ଅବଧାନ

  90. Couplet 90

    ତୋ'ର ବିମୁଖ ଯେତେ ପ୍ରାଣୀତାହାଙ୍କୁ ନିଜକର୍ମ ଆଣି

  91. Couplet 91

    ନାନା ଯୋନିରେ ଜାତ କରେତେଣୁ ଶରୀର ପ୍ରାଣୀ ଧରେ

  92. Couplet 92

    ଭ୍ରମନ୍ତି ନିଜ କର୍ମପଥେଦୁଃଖ-ଦୁରିତ ଭୋଗ ଅର୍ଥେ

  93. Couplet 93

    ଶରୀର ଧରନ୍ତି କେମନ୍ତେଛାଡ଼ନ୍ତି ନିଜ କର୍ମ ଅନ୍ତେ

  94. Couplet 94

    ନାନ ବିପାକେ ଭୁଞ୍ଜେ କର୍ମଗତ-ଆଗତ ପଥଶ୍ରମ

  95. Couplet 95

    ଭୋ ନାଥ ଭକତବତ୍ସଳକରୁଣାସିନ୍ଧୁ ଆଦିମୂଳ

  96. Couplet 96

    ନମୋ ଗୋବିନ୍ଦ ଦାମୋଦରକହ ସଂଶୟ ଯାଉ ମୋର

  97. Couplet 97

    ଉଦ୍ଧବ ବାକ୍ୟେ ଜଗନ୍ନାଥଜୀବର ଗତି ପରମାର୍ଥ

  98. Couplet 98

    କହନ୍ତି ଉଦ୍ଧବକୁ ଚାହିଁଶୁଣ ହୋ ଏକଚିତ୍ତେ ତୁହି

  99. Couplet 99

    ମନଟି କର୍ମମୟ ହୋଇନାନାପ୍ରକାରେ ସୃଜେ ମହୀ

  100. Couplet 100

    ପ୍ରାଣୀ ଜୀବନ ଅନ୍ତଃକାଳେମନ ଇନ୍ଦ୍ରିୟ ପଞ୍ଚମେଳେ

  101. Couplet 101

    ପ୍ରାଣ ସଙ୍ଗତେ ଯାହା ଭାବେସେ ଅନୁସାରେ ଜନ୍ମ ଲଭେ

  102. Couplet 102

    ଏ ଆତ୍ମା ମନ ପଛେ ପଛେସ୍ୱଭାବେ ବୁଲଇ ପ୍ରତ୍ୟକ୍ଷେ

  103. Couplet 103

    ଏଣୁ ସେ ମନ ଥାଏ ଯହିଁଏ ଜୀବ ଆତ୍ମା ମିଳେ ତହିଁ

  104. Couplet 104

    ଏ ଆତ୍ମା ଅହଙ୍କାରେ ବନ୍ଦୀଅଦୃଷ୍ଟବଶ ନିରବଧି

  105. Couplet 105

    ଏଣୁ ଏ ନାନା ମନୋରଥେବିଷୟ ଧ୍ୟାନ ଅବିରତେ

  106. Couplet 106

    ବେଦବଚନେ କର୍ମ କରେଶୋକ-ହରଷେ ସେ ବିହରେ

  107. Couplet 107

    ଧ୍ୟାନେ ଚିନ୍ତଇ ସ୍ୱର୍ଗବାସଦେବତ୍ୱ ଇନ୍ଦ୍ରପଦେ ଆଶ

  108. Couplet 108

    ଭୂମିରେ ଚିନ୍ତେ ରାଜପଦନାନାପ୍ରକାରେ ଭୋଗେ ସଧ

  109. Couplet 109

    ଏମନ୍ତ ଚିନ୍ତଇ ନିରତେମନ ଭ୍ରମାଇଁ ନାନାପଥେ

  110. Couplet 110

    ଏମନ୍ତେ ମନ ଯହିଁ ରହେଜ୍ଞାନ ହରଇ ପୂର୍ବଦେହେ

  111. Couplet 111

    ମନ-ବାସନା ଜୀବ ସଙ୍ଗେକର୍ମ ମିଳଇ ତା'ର ଆଗେ

  112. Couplet 112

    ସେ ପରଦେହେ ଯେବେ ପଶେଏକାନ୍ତେ ମନ ତହିଁ ମିଶେ

  113. Couplet 113

    ଆତ୍ମା ସଙ୍ଗତେ ରହେ ସ୍ଥିରେପୂର୍ବଶରୀର ସେ ପାସୋରେ

  114. Couplet 114

    ଲଭଇ ନୂଆଦେହେ ସଙ୍ଗତେବେ ପାସୋରେ ପୂର୍ବଅଙ୍ଗ

  115. Couplet 115

    ଜୀବ ସଙ୍ଗତେ ଚଳେ ପ୍ରାଣଏମନ୍ତେ ଲଭଇ ମରଣ

  116. Couplet 116

    ପୂର୍ବଶରୀର ପରିତ୍ୟାଗିନୂତନ ଦେହେ ଅନୁରାଗୀ

  117. Couplet 117

    ସେ ଦେହେ ରହେ ଆତ୍ମାଭାବେପ୍ରାଚୀନ ପ୍ରକୃତି ସ୍ୱଭାବେ

  118. Couplet 118

    ଜୀବର ଜନ୍ମ ଏ ପ୍ରକାରେଶରୀରୁ ଶରୀର ସଞ୍ଚରେ

  119. Couplet 119

    ଏ ଜୀବ ସପ୍ନ ମନୋରଥେଯେ ରୂପେ ଭ୍ରମୁଥାଇ ନିତ୍ୟେ

  120. Couplet 120

    ନିଦ୍ରା ଅବସାନେ ସଚେତେଯେ ରୂପେ ପାସୋରଇ ଚିତ୍ତେ

  121. Couplet 121

    ସେହି ପ୍ରକାରେ ପୂର୍ବଦେହୀପାସୋରେ ପରତନୁ ପାଇ

  122. Couplet 122

    ଏ ଆତ୍ମା ନିର୍ମଳ ସ୍ୱଭାବେମନର ବଶ ହୋଏ ଯେବେ

  123. Couplet 123

    ଉତ୍ତମ ମଧ୍ୟମ ଅଧମଗତି ଲଭଇ କରି କର୍ମ

  124. Couplet 124

    କୁପୁତ୍ର-ବଶେ ସାଧୁଜନେଲଭନ୍ତି ମନ୍ଦଗତି ଯେହ୍ନେ

  125. Couplet 125

    ଏ ଦେହ ଜନ୍ମ ମୃତ୍ୟୁ ଦୁଇକ୍ଷଣକୁ କ୍ଷଣ ନିତ୍ୟେ ପାଇ

  126. Couplet 126

    କାଳର ଅତି ସୂକ୍ଷ୍ମଗତିଏଣୁ ନ ପାରେ କେହି ଚିନ୍ତି

  127. Couplet 127

    ଜନ୍ମ-ମରଣ ବେନି ମତବିଚାରେ ନୁହନ୍ତି ଏ ସତ୍ୟ

  128. Couplet 128

    ଜନ୍ମାଦି ମରଣ ପର୍ଯ୍ୟନ୍ତେଜୀବର ଭ୍ରମ ବୋଲି ଏତେ

  129. Couplet 129

    ଏ ବେନିମାର୍ଗ ଅନୁସରିଉଦ୍ଧବେ କହିଲେ ମୁରାରି

  130. Couplet 130

    ଯେସନେ ଦୀପର ଅନଳବୃକ୍ଷର ଫଳ ସ୍ରୋତଜଳ

  131. Couplet 131

    ବୟସ ଅବସ୍ଥା ବିକାରଏ ରୂପେ ସର୍ବ ପ୍ରାଣୀଙ୍କର

  132. Couplet 132

    ଅଗ୍ନିରେ ଦୀପ ବୁଦ୍ଧି କରିନଦୀରେ ଜଳକୁ ଆବୋରି

  133. Couplet 133

    ବୋଲନ୍ତି କ୍ଷୟ-ବୃଦ୍ଧି ଦୁଇଜଳର ଅଗ୍ନିର ହୁଅଇ

  134. Couplet 134

    ସେ ରୂପେ ଆତ୍ମା ଦେହେ ମାନିଜନ୍ମ ମରଣ ଅଭିମାନୀ

  135. Couplet 135

    ମର୍ତ୍ତ୍ୟେ ମନୁଷ୍ୟ ଦେହ ବହିଦେବତା ହୋଇଲେ ମରଇ

  136. Couplet 136

    ଯେସନେ ଅଗ୍ନି ଦାରୁ ସଙ୍ଗହୁଅଇ ସଂଯୋଗ ବିଯୋଗ

  137. Couplet 137

    ଜନ୍ମମରଣ ତା'କୁ ମାନିଏ ରୂପେ କହନ୍ତି ଅଜ୍ଞାନୀ

  138. Couplet 138

    ଗର୍ଭେ ପ୍ରବେଶ ଜନ୍ମ ବୁଦ୍ଧିବାଳୁତ ପଞ୍ଚମ ଅବଧି

  139. Couplet 139

    କୁମାର ଅବସ୍ଥା ଷୋଡ଼ଶଯୌବନ ଚାଳିଶ ବରଷ

  140. Couplet 140

    ମଧ୍ୟମ ବୟସ ଷାଠିଏଜରା ମରଣ ନବ ହୋଏ

  141. Couplet 141

    ଏ ମନୋରଥମୟ ଦେହଯେ ଉଚ୍ଚନୀଚ ଗୁଣମୟ

  142. Couplet 142

    ଅବସ୍ଥା ଭେଦେ ଜନ୍ମମୃତ୍ୟୁବିବେକ ଜ୍ଞାନ ଜାଣି ହେତୁ

  143. Couplet 143

    ଛାଡ଼ିଲେ ଦେହ ଆତ୍ମାଭାବମଣଇ ଆତ୍ମାକୁ ବିଲଗ

  144. Couplet 144

    ଦେହରୁ ଦେହ ହୋଇ ଜାତହୁଅଇ ପିତାପୁତ୍ର ମତ

  145. Couplet 145

    ଆତ୍ମାର ଜନ୍ମମୃତ୍ୟୁ ନାହିଁଦେହରୁ ବିଲକ୍ଷଣ ସେହି

  146. Couplet 146

    ଯେସନେ ବୀଜୁଁ ବୃକ୍ଷ ଜାତସେ ବୀଜ ପୁଣି ବୃକ୍ଷେସ୍ଥିତ

  147. Couplet 147

    ବିପାକେ ଜନ୍ମମୃତ୍ୟୁ ନାହିଁବୀଜର ଜନ୍ମମୃତ୍ୟୁ କାହିଁ

  148. Couplet 148

    ବୃକ୍ଷରୁ ବୀଜ ବିଲକ୍ଷଣସେ ରୂପେ ଦେହୁଁ ଆତ୍ମା ଭିନ୍ନ

  149. Couplet 149

    ମାୟା ଶରୀରେ ଅପଣ୍ତିତଆତ୍ମାକୁ କରଇ ସଂଯୁତ

  150. Couplet 150

    ତତ୍ତ୍ୱ ବିଷୟେ ମୂଢପଣେସଂସାରେ ସତ୍ୟ ବୋଲି ମଣେ

  151. Couplet 151

    ସତ୍ତ୍ୱଗୁଣରୁ ଋଷିଦେବରଜରୁ ଅସୁର ମାନବ

  152. Couplet 152

    ତମୁଁ ତୀର୍ଯ୍ୟକ ଭୂତ ଜାତକର୍ମ ଭ୍ରମଣ ତିନିମତ

  153. Couplet 153

    ଯେସନେ ନୃତ୍ୟ ଗୀତ ତାନଦେଖି ଶିଶୁର ହୋଏ ମନ

  154. Couplet 154

    ତାହାର ପ୍ରାୟ ନାଚେ ଗାଏସେ ରୂପେ ଆତ୍ମା ଥାଇ ଦେହେ

  155. Couplet 155

    ବୃକ୍ଷ ପର୍ବତ ଛାୟା ଯେହ୍ନେନିଶ୍ଚଳ ଜଳ ଅକମ୍ପନେ

  156. Couplet 156

    ଜଳ ଚଞ୍ଚଳେ ଯେହ୍ନେ ଚଳେନିର୍ଣ୍ଣୟ ହୋନ୍ତି ଏ ଶୟଳେ

  157. Couplet 157

    ଭ୍ରମିଲେ ନେତ୍ର ପ୍ରାଣୀଙ୍କରଭ୍ରମଇଁ ଯେହ୍ନେ ଭୂମଣ୍ତଳ

  158. Couplet 158

    ସ୍ୱପ୍ନେ ଅନର୍ଥ ଦେଖି ଯେତେଜନ୍ମ ମରଣ ଏହିମତେ

  159. Couplet 159

    କେବେହେଁ ନୁହଁଇ ଏ ସତ୍ୟଏ ମୋର ମାୟା ବିକଳ୍ପିତ

  160. Couplet 160

    ଏଣୁ ତୁ ଭ୍ରମ ପରିହରଚଞ୍ଚଳ ଚିତ୍ତ ସ୍ଥିର କର

  161. Couplet 161

    ଏଣୁଏ ଲୋକଧର୍ମ ଯେତେମିଥ୍ୟା ବିଚାରି ଘେନ ଚିତ୍ତେ

  162. Couplet 162

    ଯେ ଅବା ସ୍ତୁତି ଅପମାନଏ ବେନି ଚିତ୍ତେ ତୁ ନ ଘେନ

  163. Couplet 163

    କେ ଅବା କରେ ଅଧିକ୍ଷେପକେ ଅବା ଅପମାନ ଲେପ

  164. Couplet 164

    କେ ଅବା କରେ ଅଭିମାନଉର୍ତ୍ସନ ତର୍ଜନ ତାଡ଼ନ

  165. Couplet 165

    କେ ଅବା କରେ ନିନ୍ଦା ସ୍ତୁତିକେ ଉପହାସେ ବା ହସନ୍ତି

  166. Couplet 166

    କେ ଅବା ବଳେ ଧନ ନାଶେକେ ମାରେ କେବା ବାନ୍ଧେ ରୋଷେ

  167. Couplet 167

    ଭୋଜନପାତ୍ରେ ଧୂଳି ଦ୍ୟନ୍ତିକେ ବଳେ ତୋଳି କଚାଡ଼ନ୍ତି

  168. Couplet 168

    ତଥାପି ଧୀର ମହାଶୟନିଷ୍କାମ ଗଭୀର ହୃଦୟ

  169. Couplet 169

    ଯେ ପ୍ରାଣୀ ନିନ୍ଦାସ୍ତୁତି ସହେଅଦୃଷ୍ଟ ମାନି ସ୍ଥିର ରହେ

  170. Couplet 170

    ଈଶ୍ୱରନିଷ୍ଠ ତତପରେଆତ୍ମାକୁ ଆପଣେ ଉଦ୍ଧରେ

  171. Couplet 171

    ଉଦ୍ଧବ କୃଷ୍ଣମୁଖୁଁ ଶୁଣିବୋଲଇ ଶୁଣ ଚକ୍ରପାଣି

  172. Couplet 172

    ଏ ବଡ଼ ସଂଶୟ ମୋ' ଚିତ୍ତଏମନ୍ତେ କେ ଅଛି ଜଗତେ

  173. Couplet 173

    କେ ପାରେ ଏତେ ଦୁଃଖ ସହିମର୍ତ୍ତ୍ୟେ ମନୁଷ୍ୟ ଦେହବହି

  174. Couplet 174

    ଯାହାର ମର୍ମ ଅଭ୍ୟନ୍ତରଭେଦଇ କୁବଚନ ଶର

  175. Couplet 175

    ସେ ଚିତ୍ତ ନିବାରିବ କାହିଁଏମନ୍ତ ପ୍ରାଣୀ ନ ଦେଖଇ

  176. Couplet 176

    ଯେ ଅବା ସର୍ବଶାସ୍ତ୍ରମତେଯୋଗ ଅଭ୍ୟାସି ଦୃଢଚିତ୍ତେ

  177. Couplet 177

    ସେହି ଭ୍ରମଇ ଏ ଜଗତେନିନ୍ଦା ସ୍ତବନ ବେନିପଥେ

  178. Couplet 178

    ସ୍ତୁତି-ନିନ୍ଦନ ଯେ ପ୍ରକାରଯେ ଦୁଷ୍ଟ ବଚନ ପ୍ରହାର

  179. Couplet 179

    ଯେବା ଅଛନ୍ତି ସାଧୁଜନେତୋ ପାଦ ସୁଧାରସ ପାନେ

  180. Couplet 180

    ଚିତ୍ତ ଆନନ୍ଦେ ଭୋଳ ମତିଏ କର୍ମ ସେ ଅବା ସହନ୍ତି

  181. Couplet 181

    ଏ ବଡ଼ ଭ୍ରମ ମୋର ଚିତ୍ତେଭୋ ନାଥ ସହିବି କେମନ୍ତେ

  182. Couplet 182

    ଉଦ୍ଧବ କହେ କୃଷ୍ଣ ପାଶେସୁଜନେ ମଜ୍ଜ ଏହି ରସେ

  183. Couplet 183

    ବୋଲଇ ଦାସ ଜଗନ୍ନାଥପ୍ରାକୃତବନ୍ଧେ ଭାଗବତ

Odia Bhagabata skandha 11 adhyaya 23 | Parbani by ParibhaAsha App