Skip to content
paribhaasha

Skandha 11

Adhyaya 22

  1. Couplet 1

    କୃଷ୍ଣବୋଲନ୍ତି ବୀର ଶୁଣଏ ମୋର ଭକତି ଲକ୍ଷଣ

  2. Couplet 2

    ଜ୍ଞାନ ବୈରାଗ୍ୟ ଏଥୁଁ ଜାତଏଣୁ ତତ୍ତ୍ୱଜ୍ଞାନ ପ୍ରାପତ

  3. Couplet 3

    ଏ ମାର୍ଗ ତେଜି କ୍ଷୁଦ୍ରପଥେଯେ ପ୍ରାଣୀ ଭଜନ୍ତି ଜଗତେ

  4. Couplet 4

    କାମେ ଚଞ୍ଚଳଚିତ୍ତେ ରାଗଏଥୁଁ ସେ କରେ ନାନାଭୋଗ

  5. Couplet 5

    ସେ ଗତାଗତ ପଥେ ଭ୍ରମେଜନ୍ମ-ମରଣ ପଥଶ୍ରମେ

  6. Couplet 6

    ତାହାର ଦୁଃଖ ମାତ୍ର ସାରକେବେହେଁ ନ ତୁଟେ ସଂସାର

  7. Couplet 7

    ଭକତି ଜ୍ଞାନ ଯେ ବିସ୍ତାରେସେ ଗୁଣ-ଦୋଷ ନ ସୁମରେ

  8. Couplet 8

    ଏ ଦୋଷଗୁଣ କର୍ମଯୋଗେବିଚାର କରି ବେଦମାର୍ଗେ

  9. Couplet 9

    ଯେ ବର୍ଣ୍ଣେ ଯେ ଧର୍ମ ବିଚାରଯେ ବିଧି ଯା'ର ଅଧିକାର

  10. Couplet 10

    ନିୟତ-କର୍ମ ବିଲଂଘନେବିଚାରି ଦୋଷ ବେଦଜ୍ଞାନେ

  11. Couplet 11

    ଦ୍ରବ୍ୟେ ନ ବସେ ଦୋଷଗୁଣଶୁଦ୍ଧ-ଅଶୁଦ୍ଧ ବିଚାରଣ

  12. Couplet 12

    ଆଚାର ମୂଳେ ଧର୍ମ ଜାତଧର୍ମେ ଧାରଣା ଏ ଜଗତ

  13. Couplet 13

    ଏଣୁ ଧାର୍ମିକ ପ୍ରାଣୀଙ୍କରନିଗମ ଦେଖାଏ ଆଚାର

  14. Couplet 14

    ଉଦ୍ଧବ ଭକ୍ତିଯୋଗେ ମୋ'ରନାହିଁ ନିଗମେ ଅଧିକାର

  15. Couplet 15

    ପୃଥିବୀ ଅଗ୍ନି ବାୟୁ ଜଳଆକାଶ ମିଶି ପଞ୍ଚ ଠୁଳ

  16. Couplet 16

    ଏ ପଞ୍ଚଭୂତ ଦେହେ ଯେତେବ୍ରହ୍ମାଦି ସ୍ଥାବର ପର୍ଯ୍ୟନ୍ତେ

  17. Couplet 17

    ସମାନ ଦ୍ରବ୍ୟେ ନାନାଭେଦବ୍ରାହ୍ମଣେ ବିଚାରନ୍ତି ବେଦ

  18. Couplet 18

    ଏ ନାମ ରୂପ ଗୁଣଦୋଷନିଗମ ବଚନେ ପ୍ରକାଶ

  19. Couplet 19

    ଏ ହେତୁ ଲୋକ ବ୍ୟବହାରବିବିଧ କଳ୍ପନା ବିଚାର

  20. Couplet 20

    ଯେ ଦେଶକାଳ ଗୁଣ ଦ୍ରବ୍ୟେମୁହିଁ ବିଚାରଇ ପ୍ରଭାବେ

  21. Couplet 21

    ଦ୍ରବ୍ୟ ବିଚାରେ ଏ ପ୍ରସିଦ୍ଧିଯେ ଅବା ଦୋଷଗୁଣ ବିଧି

  22. Couplet 22

    ଯେ ଦେଶେ କୃଷ୍ଣମୃଗ ସାରନ ଦେଖି କୃଷ୍ଣଭକ୍ତ ନର

  23. Couplet 23

    ସେ ଦେଶେ ପୁଣ୍ୟ ଲେଶ ନାହିଁତହିଁ ନ ଥିବ ଦେହ ବହି

  24. Couplet 24

    ସେ ଦେଶ ଦେଶରେ ଅସାରନାହିଁ ସୁକର୍ମେ ଅଧିକାର

  25. Couplet 25

    ଯେ ଦେଶେ କୃଷ୍ଣମୃଗ ସାରବସନ୍ତି ସୁପୁରୁଷ ନର

  26. Couplet 26

    ସେ ଦେଶ ଦେଶଙ୍କରେ ସାରତହିଁ ସୁକର୍ମେ ଅଧିକାର

  27. Couplet 27

    କଳିଙ୍ଗ ଅଙ୍ଗ ବଙ୍ଗ ଦେଶସେ ନୋହେ ସଂସ୍କାର ବିଶେଷ

  28. Couplet 28

    ଉଷରଭୂମି ମ୍ଳେଛେ ଯହିଁସେ ଦେଶ ପତିତ ବୋଲାଇ

  29. Couplet 29

    ଏଣୁ ଶୁଦ୍ଧାଶୁଦ୍ଧ ବିଚାରିବିଶୁଦ୍ଧ ଦେଶେ କର୍ମ କରି

  30. Couplet 30

    କହିଲି ଦେଶେ ଶୁଦ୍ଧ ଗୁଣଏବେ ତୁ କାଳଶୁଦ୍ଧ ଶୁଣ

  31. Couplet 31

    ବିଶୁଦ୍ଧ କାଳେ କର୍ମ କଲେସେ କର୍ମଫଳ ଲଭେ ଭଲେ

  32. Couplet 32

    ଏଣୁ ଅଶୁଦ୍ଧ ଦେଶ କାଳେକର୍ମ କରନ୍ତି ଯେବା ବଳେ

  33. Couplet 33

    ତାହାଙ୍କ କର୍ମଫଳ ନାହିଁଅଶୁଦ୍ଧ-ଦୋଷେ ନାଶ ଯାଇ

  34. Couplet 34

    ଏଣୁ ପଣ୍ତିତ ଜ୍ଞାନଗୁଣେବିଶୁଦ୍ଧ ଦେଶେ ଶୁଭକ୍ଷଣେ

  35. Couplet 35

    ବିଚାରି କର୍ମ ସେ କରନ୍ତିଅଶୁଦ୍ଧକାଳ ବିବର୍ଜନ୍ତି

  36. Couplet 36

    ଏଣୁ ସକଳ ଦ୍ରବ୍ୟଗତେବିଚାରି ଶୁଦ୍ଧାଶୁଦ୍ଧ ମତେ

  37. Couplet 37

    ବିଶୁଦ୍ଧ ଦ୍ରବ୍ୟ ଘେନି କାଳେକର୍ମ ସାଧନ୍ତି ଏ ଶୟଳେ

  38. Couplet 38

    ଯେ ଦ୍ରବ୍ୟ ଯେଣେ ଶୁଦ୍ଧ ହୋଇଶୁଣ ଉଦ୍ଧବ ମନଦେଇ

  39. Couplet 39

    କେତେ ହେଁ ଦ୍ରବ୍ୟ ଏ ଶୟଳେପବିତ୍ର ହୋନ୍ତି ଶୁଦ୍ଧଜଳେ

  40. Couplet 40

    କେତେ ହେଁ ବ୍ରାହ୍ମଣ ବଚନେପବିତ୍ର ହୋନ୍ତି ବିଦ୍ୟମାନେ

  41. Couplet 41

    କେତେ ହେଁ ସଂସ୍କାର ବିଶେଷେପବିତ୍ର ହୋନ୍ତି ଶୁଦ୍ଧଦେଶେ

  42. Couplet 42

    କେତେ ହେଁ ଅଶୁଦ୍ଧ ସଙ୍ଗତେଅଶୁଦ୍ଧ ବୋଲାନ୍ତି ଜଗତେ

  43. Couplet 43

    ପତିତଜନ ଯାହା ଛୁଇଁସେ ଦ୍ରବ୍ୟ ଅଶୁଦ୍ଧ ବୋଲାଇ

  44. Couplet 44

    କେତେ ହେଁ ଦ୍ରବ୍ୟ ଭିନ୍ନେ ଭିନ୍ନେଅଶୁଦ୍ଧ ଅଶୁଦ୍ଧ-ବଚନେ

  45. Couplet 45

    କେତେ ହେଁ ଦ୍ରବ୍ୟ ବୃଷ୍ଟିକାଳେଦୂଷିତ ହୋନ୍ତି ଏ ଶୟଳେ

  46. Couplet 46

    ସେ ପୁଣି ପବିତ୍ର ସମୟେସ୍ୱଭାବ ଗୁଣେ ଶୁଦ୍ଧ ହୋଏ

  47. Couplet 47

    ଅଶୁଦ୍ଧ ଶୁଦ୍ଧ ଏହି ରୂପେବିଚାର କରି ବେଦକଳ୍ପେ

  48. Couplet 48

    ଅଶୌଚକାଳେ ଦ୍ରବ୍ୟ ଯେତେଅଶୁଦ୍ଧ ହୋନ୍ତି ଶାସ୍ତ୍ରମତେ

  49. Couplet 49

    ଗ୍ରହଣ ରବିଚନ୍ଦ୍ର ଯେବେସ୍ନାନେ ପବିତ୍ର ହୋନ୍ତି ତେବେ

  50. Couplet 50

    ଧାନ୍ୟ କାମିନୀ ବୃକ୍ଷଫଳେପବିତ୍ର ହୋନ୍ତି ଯଥାକାଳେ

  51. Couplet 51

    ରବି କିରଣେ ଦ୍ରବ୍ୟ ତିନିପବିତ୍ର ଅସ୍ଥି ଚର୍ମ ଭୂମି

  52. Couplet 52

    ଧାତୁ-ବିକାର ରସଦ୍ରବ୍ୟଅନଳେ ପବିତ୍ର ଏ ସର୍ବ

  53. Couplet 53

    ଜଳ ସିଞ୍ଚନେ ଭୂମି ପଥତକ୍ଷଣେ ହୁଅନ୍ତି ପବିତ୍ର

  54. Couplet 54

    ଗୋମୟଜଳ ସମାର୍ଜନେପବିତ୍ର ଚତ୍ୱର ଅଙ୍ଗଣେ

  55. Couplet 55

    ମନୁଷ୍ୟଦେହ ପଶି ଜଳେପବିତ୍ର ହୋନ୍ତି ସ୍ନାନକାଳେ

  56. Couplet 56

    ସଂସ୍କାର ତପ ଜପ ଦାନଏ ସର୍ବ ପବିତ୍ର ବିଧାନ

  57. Couplet 57

    ଏମନ୍ତେ ବିବିଧ ପ୍ରକାରେପବିତ୍ର ବାହ୍ୟ କଳେବରେ

  58. Couplet 58

    ମୋର ସ୍ମରଣ ଯେବେ କରେସେ ଶୁଦ୍ଧ ଅନ୍ତର ବାହାରେ

  59. Couplet 59

    ଯେ ନିତ୍ୟେ ମୋ' ନାମ ସୁମରିସେ ସର୍ବକର୍ମେ ଅଧିକାରୀ

  60. Couplet 60

    ଗୁରୁବଚନେ ମନ୍ତ୍ରତନ୍ତ୍ରନ୍ୟାସେ ଶୋଧନ ସର୍ବଗାତ୍ର

  61. Couplet 61

    ମୋହର ନାମ ଉଚ୍ଚାରିଲେସକଳେ ଶୁଦ୍ଧ ହୋନ୍ତି ଭଲେ

  62. Couplet 62

    ଏମନ୍ତ ଶୁଦ୍ଧତନୁ ଧରିବିଶୁଦ୍ଧ ଦ୍ରବ୍ୟେ କର୍ମ କରି

  63. Couplet 63

    ପରମ ଧର୍ମ ତେବେ ସାଧେମୋର ବଚନ ଅପ୍ରମାଦେ

  64. Couplet 64

    ଏଣୁ ବିଶୁଦ୍ଧକର୍ମ କଲେପବିତ୍ର ହୋନ୍ତି କଳେବରେ

  65. Couplet 65

    ଯଥାର୍ଥ ଫଳ ସେ ଲଭନ୍ତିଯେବା ଏମନ୍ତ ନ କରନ୍ତି

  66. Couplet 66

    ସେ କର୍ମ ଅଧର୍ମ ସଂଯୁତତାହାକୁ ବୋଲି ବିପରୀତ

  67. Couplet 67

    ସେ ଫଳ ବିପରୀତେ ପାଇଯେଣୁଟି ତହିଁ ଦୋଷ ଥାଇ

  68. Couplet 68

    ବିଧି ନିଷେଧ ବିଚାରଣଏଣୁ ସମ୍ପାଦି ଦୋଷଗୁଣ

  69. Couplet 69

    ଯାହାର ଦୋଷ ଗୁଣ ଯେତେସହଜ ଆଚାର ସମେତେ

  70. Couplet 70

    ଯେ ଯାହା କୁଳ ବ୍ୟବହାରନ ଘଟେ ଗୁଣ-ଦୋଷ ତା'ର

  71. Couplet 71

    ଯେବେ ଅଶୁଦ୍ଧ-କର୍ମ-ଦୋଷେଯାହାର ଚିତ୍ତେ ପାପ ମିଶେ

  72. Couplet 72

    ସହଜେ ପାପକର୍ମ କରେଯେ କର୍ମେ ପୂର୍ବପୁଣ୍ୟ ହରେ

  73. Couplet 73

    ଦେହ ଅନ୍ତରେ ପାପଫଳେଜନମ ପତିତ ଚାଣ୍ତାଳେ

  74. Couplet 74

    ନିନ୍ଦିତ-ବୃତ୍ତି ତା ଜୀବନବଞ୍ଚଇ କରି ସୁରାପାନ

  75. Couplet 75

    ସ୍ୱଭାବେ ପାପୀ ପ୍ରାଣୀଙ୍କରନିନ୍ଦିତ ନୋହେ ଦୁରାଚାର

  76. Couplet 76

    ପଙ୍କେ ପଡ଼ିଲେ ଯେହ୍ନେ ପ୍ରାଣୀପଙ୍କିଳ ବୋଲି ତାକୁ ଜାଣି

  77. Couplet 77

    ଏଣୁ ସେ କର୍ମର ସକାଶେବନ୍ଧନ ହୁଅଇ ବିଶେଷେ

  78. Couplet 78

    ସେହି ସକାଶୁ ତାର ଗତିହସି କହନ୍ତି ଯଦୁପତି

  79. Couplet 79

    ଏଣୁ ନିର୍ମଳ-କର୍ମଗୁଣଅଶେଷ ଦୋଷ ନିବାରଣ

  80. Couplet 80

    ଶୁଣ ଉଦ୍ଧବ କହୁଁ ତୋତେବିଷୟ ଧ୍ୟାନ ଯା'ର ଚିତ୍ତେ

  81. Couplet 81

    ବିଷୟ ଭୋଗେ ସେ ବନ୍ଧନବଢଇ କାମ୍ୟକର୍ମେ ମନ

  82. Couplet 82

    କାମ ଜନ୍ମିଲେ ତା'ର ଫଳବଢଇ ବିରୋଧ କନ୍ଦଳ

  83. Couplet 83

    କନ୍ଦଳୁଁ କ୍ରୋଧ ହୋଏ ଜାତଏଣୁ ହୁଅଇ ଜ୍ଞାନ ହତ

  84. Couplet 84

    ହୃଦରେ ତମଗୁଣ ବସେତା'ର ଚେତନା ବଳେ ଧ୍ୱଂସେ

  85. Couplet 85

    ଚେତନା ହତେ ହତଜ୍ଞାନତେବେ ଶରୀର ହୋଏ ଶୂନ୍ୟ

  86. Couplet 86

    ବୁଦ୍ଧି ବିହୀନେ ମୂଢଜନହୋଏ ସେ ମୂର୍ଚ୍ଛିତ ସମାନ

  87. Couplet 87

    ବଞ୍ଚଇ ମୃତପିଣ୍ତ ପ୍ରାୟେଜୀବ ପରମଜ୍ଞାନ ନୋହେ

  88. Couplet 88

    ବୃକ୍ଷର ପ୍ରାୟେ ସେ ଜୀଅଁଇପାପବକ୍କଳ ମଧ୍ୟେ ଥାଇ

  89. Couplet 89

    ବିଷୟ ସଙ୍ଗେ ଏତେ ଗୁଣଉଦ୍ଧବ ସାବଧାନେ ଶୁଣ

  90. Couplet 90

    ଏଣୁ ଏ ନିଗମ-ବଚନେଯେ ଫଳଶ୍ରୁତି କର୍ଣ୍ଣେ ଶୁଣେ

  91. Couplet 91

    କର୍ଣ୍ଣରୋଚନ ମାତ୍ର ସାରକେବେହେଁ ନୋହେ ଭବୁଁ ପାର

  92. Couplet 92

    ନ ଲଭେ ପରିତ୍ରାଣ ଗତିବେଦବଚନେ ଫଳ ଚିନ୍ତି

  93. Couplet 93

    ବେଦର ତତ୍ତ୍ୱ ଯେ ନ ଜାଣେସେ ଫଳଶ୍ରୁତି ପରିମାଣେ

  94. Couplet 94

    ରୋଗ ବିନାଶ ହେତୁ ଯେହ୍ନେଔଷଧ ବୈଦ୍ୟର ବଚନେ

  95. Couplet 95

    ଖଣ୍ତ ଶାକର ହସ୍ତେ ଘେନିପୁତ୍ରକୁ ଯେସନେ ଜନନୀ

  96. Couplet 96

    ବୋଲଇ ମଧୁର ବଚନତୁ ବେଗେ କର ଏହା ପାନ

  97. Couplet 97

    ଏ ଖଣ୍ତ ଦେବି ତୋତେ ମୁହିଁଭକ୍ଷଣ ନ କଲେ ନ ଦେଇ

  98. Couplet 98

    ଏ ଫଳଶ୍ରୁତି ଏହିମତେମୂର୍ଖକୁ ଭଣ୍ତାଇ ଜଗତେ

  99. Couplet 99

    ନାନା ପ୍ରକାରେ ପ୍ରବର୍ତ୍ତାଇପୁତ୍ରକୁ ମାତା ପ୍ରାୟ ହୋଇ

  100. Couplet 100

    ଏଣୁ ସେ କଳ୍ପଇ ଜଗତେବେଦବଚନେ କର୍ମପଥେ

  101. Couplet 101

    ଆକୁଳ-ହୃଦୟେ ନିରତେଭ୍ରମଇଁ ଦାରା ଧନ ସୁତେ

  102. Couplet 102

    ଏ ଧନ ସୁତ-ପରିବାରଅନର୍ଥ କାରଣ ବେଭାର

  103. Couplet 103

    ଏଣୁ ସକଳ ପ୍ରାଣୀଚିତ୍ତଆକୁଳ ହୃଦୟ ନିରତ

  104. Couplet 104

    ଭ୍ରମଇଁ ମାୟାଜଡ଼-ଘୋରେଆତ୍ମାର ଗତି ନ ସୁମରେ

  105. Couplet 105

    ଆପଣା ଅର୍ଥଭୋଗ ଚିନ୍ତିନିଗମମାର୍ଗେ ସେ ଭ୍ରମନ୍ତି

  106. Couplet 106

    ଏ ବେଦ ଅର୍ଥ ଯେବେ ଜାଣେଚିତ୍ତେ ପଣ୍ତିତ ପରିମାଣେ

  107. Couplet 107

    ତେବେ କି ଭ୍ରମଇଁ ସଂସାରେଜନ୍ମମରଣ ଦୁଃଖ ଘୋରେ

  108. Couplet 108

    ଏଣୁ ଯେ ପ୍ରାଣୀ କୁପଣ୍ତିତନ ଜାଣେ ବେଦପଥତତ୍ତ୍ୱ

  109. Couplet 109

    ପୁଷ୍ପକୁ ଫଳ ପ୍ରାୟ ମଣିଶ୍ରୁତିବଚନ ପରିମାଣି

  110. Couplet 110

    ନିରତେ ଭ୍ରମେ ପୁଷ୍ପବାସେଫଳ ଭକ୍ଷଣ ଲୋଭ ଆଶେ

  111. Couplet 111

    ଏଣୁ ଅଜ୍ଞାନୀ ଅବିବେକଭ୍ରମଇଁ ଇହ ପରଲୋକ

  112. Couplet 112

    ଯାହାର ଇଷ୍ଟ ଫଳଶ୍ରୁତିସେ ପ୍ରାଣୀ ମୋତେ ନ ଜାଣନ୍ତି

  113. Couplet 113

    ବସଇ ପ୍ରାଣୀ ହୃଦଗତେଜୀବନ ରୂପେ ମୁଁ ସାକ୍ଷାତେ

  114. Couplet 114

    ମୋତେ ନ ଚିନ୍ତି ଜଡ଼ମତିଅମୃତ ମଣେ ଫଳଶ୍ରୁତି

  115. Couplet 115

    ଏଣୁ ଭ୍ରମଇଁ ମାୟାମୋହେକେବଳ ଆକୁଳ-ହୃଦୟେ

  116. Couplet 116

    ଉଦ୍ଧବ ଶୁଣ ତତ୍ତ୍ୱ କହିମୋର ସମ୍ମତମାର୍ଗ ଏହି

  117. Couplet 117

    ତତ୍ତ୍ୱ ନ ବୁଝି ବେଦପଥେଫଳ ଭୁଞ୍ଜନ୍ତି କୁପଣ୍ତିତେ

  118. Couplet 118

    ହିଂସା ନ ଛାଡ଼େ ଯେବେ ହୃଦେବେଦବଚନ ଅନୁବାଦେ

  119. Couplet 119

    ଯଜ୍ଞେ ହିଂସନ୍ତି ପଶୁଗଣଅନାସ୍ଥା କରି ତତ୍ତ୍ୱଜ୍ଞାନ

  120. Couplet 120

    ଦେବତା ପିତୃଯଜ୍ଞ କରିଆନନ୍ଦେ ଭ୍ରମେ ଜୀବ ମାରି

  121. Couplet 121

    ନ ଭାବି ଇହ ପରଲୋକେଦୃଷ୍ଟି ଶ୍ରବଣେ ମାତ୍ର ସୁଖେ

  122. Couplet 122

    ଫଳ କାରଣେ ପଶୁମାରେଯେସନେ ଦ୍ୟୁତେ ଧନହାରେ

  123. Couplet 123

    ଧନର ଲୋଭେ ନିଜ ଧନଦ୍ୟୂତରେ ହାରଇ ଯେସନ

  124. Couplet 124

    ସଙ୍କଳ୍ପେ କରେ ଧନ ନାଶଯେସନେ ବଣିଜାର ଆଶ

  125. Couplet 125

    କିଣଇ ନିଜ ଧନ ଦେଇଅଧିକ ଆଶେ ଲୋଭ ବହି

  126. Couplet 126

    ରଜ ତାମସ ଗୁଣ ବହିଅଜ୍ଞାନେ ଚେତନା ହରାଇ

  127. Couplet 127

    ବାସବ ଆଦି ଦେବଗଣେଯଜ୍ଞେ ପୂଜଇ ଅନୁକ୍ଷଣେ

  128. Couplet 128

    ଆତ୍ମାର ଗତି ନ ସୁମରେସ୍ୱର୍ଗଭୋଗକୁ ଇଚ୍ଛାକରେ

  129. Couplet 129

    ନାନାପ୍ରକାରେ ଲୋଭ ଚିତ୍ତେପିତୃଦେବତା ପୂଜେ ନିତ୍ୟେ

  130. Couplet 130

    ସ୍ୱର୍ଗେ ବସଇ ଦିନାକେତେପୁଣି ସେ ସ୍ୱର୍ଗଭୋଗ ଅନ୍ତେ

  131. Couplet 131

    ଜନ୍ମ ହୁଅଇ ମହୀତଳେଧନ-ସମ୍ପଦ-ମହାକୁଳେ

  132. Couplet 132

    ଉତ୍ତମପୁର ସ୍ୱର୍ଗ ପ୍ରାୟେପୁଣି ଭୁଞ୍ଜଇ ନରଦେହେ

  133. Couplet 133

    ଏହି ପ୍ରକାରେ ଚିନ୍ତାକରିପଶୁଙ୍କୁ ହିଂସେ ଯଜ୍ଞ କରି

  134. Couplet 134

    ପୁଷ୍ପରଠାରେ ଫଳ ବୁଦ୍ଧିଏ ଘେନି ଭ୍ରମେ ନିରବଧି

  135. Couplet 135

    କର୍ମ ଆକୁଳେ ଲୋଭ ଜଡ଼େଏଣୁ ଭ୍ରମଇ ଚିତ୍ତ ଦୃଢେ

  136. Couplet 136

    ଚିତ୍ତ-ସଙ୍କଳ୍ପ-ଭୋଗଭରେଗୁରୁବ୍ରାହ୍ମଣ ନିନ୍ଦାକରେ

  137. Couplet 137

    ମୋର ଭକତି ଆର କାହିଁମୋ' କଥା କର୍ଣ୍ଣେ ନ ଶୁଣଇ

  138. Couplet 138

    ଶ୍ରୁତି ଯେ କହେ ତିନିଖଣ୍ତଜ୍ଞାନ ଦେବତା କର୍ମକାଣ୍ତ

  139. Couplet 139

    ସେ ବେଦୁଁ କର୍ମ ଉତପତ୍ତିପରମବ୍ରହ୍ମ ତା'ର ଗତି

  140. Couplet 140

    ବ୍ରହ୍ମ-ପରୋକ୍ଷେ ପରମୁଖେସେ ବେଦ କହୁଥା'ନ୍ତି ସୁଖେ

  141. Couplet 141

    ଜ୍ଞାନ ନ କହି ସେ ସାକ୍ଷାତେଦେଖାଇ ଘରଦ୍ୱାର ପଥେ

  142. Couplet 142

    ସେ ସର୍ବବେଦ ବ୍ରହ୍ମମୟେସ୍ୱଭାବେ ସମୁଦ୍ରର ପ୍ରାୟେ

  143. Couplet 143

    ଦୁର୍ବୋଧ ଅତି ଗତି ତା'ରବେଦର ନାହିଁ ଅନ୍ତଃ ପର

  144. Couplet 144

    ଦେଖ ମୁଁ ଅଛି ସର୍ବପୂରିଅନନ୍ତଶକ୍ତି ରୂପ ଧରି

  145. Couplet 145

    ଜଗତ ମୋ' ତହୁଁ ପ୍ରକାଶେଅନ୍ତେ ମୋହର ଦେହେ ମିଶେ

  146. Couplet 146

    ଏଣୁ ଅନନ୍ତ ଦେବଗତିନାନାପ୍ରକାରେ ଫଳଶ୍ରୁତି

  147. Couplet 147

    ତାହାର ସ୍ଥୂଳ-ସୂକ୍ଷ୍ମ-ଗତିକେ ବୁଝିପାରିବ ସୁମତି

  148. Couplet 148

    ଷଡ଼ଚକ୍ର ଭେଦି ଉଦୟଏଣୁ ବୋଲାଇ ବ୍ରହ୍ମମୟ

  149. Couplet 149

    ମୃଣାଳସୂତ୍ର ପ୍ରାୟ ହୋଇଶବଦ ରୂପେ ମୁଁ ଅଛଇ

  150. Couplet 150

    ଯେସନେ ଉର୍ଣ୍ଣନାଭସୂତ୍ରହୃଦରୁ କରଇ ନିର୍ମିତ

  151. Couplet 151

    ଆକାଶ ଶବ୍ଦରୂପ ଧରିସମାନ ରୂପେ ଅଛି ପୂରି

  152. Couplet 152

    ବ୍ୟାପେ ପଞ୍ଚାଶବର୍ଣ୍ଣଭେଦେନାନା ପ୍ରକାର ସ୍ୱରନାଦେ

  153. Couplet 153

    ଗାୟତ୍ରୀ ପଙ୍କ୍ତି ଅନୁଷ୍ଟୁପଉଷ୍ଣିକ ବୃହତୀ ତ୍ରିଷ୍ଟୁପ

  154. Couplet 154

    ସପ୍ତ ପ୍ରକାରେ ଛନ୍ଦଭାଷେକହେ ବିବିଧ ଉପଦେଶେ

  155. Couplet 155

    କି ଅବା କହେ ବ୍ରହ୍ମମୁଖେକି ଅବା କଳ୍ପନା-ବିପାକେ

  156. Couplet 156

    ଏମନ୍ତେ ବିବିଧ କଳ୍ପନାଏ ବେଦ ବ୍ରହ୍ମର ରଚନା

  157. Couplet 157

    କେ ଅଛି ବେଦ ବୁଝିବାରେଶରୀର ବହି ଏ ସଂସାରେ

  158. Couplet 158

    ମୁହିଁ ସେ ବେଦ ତତ୍ତ୍ୱଜ୍ଞାତାମୋ' ତହୁଁ କେହି ସାମରଥା

  159. Couplet 159

    ନାନା ପ୍ରକାରେ ନାନା ଭେଦେମୁହିଁ ଅଛଇ ବେଦ ମଧ୍ୟେ

  160. Couplet 160

    ଯେ ମୋତେ ନ ଭଜେ ଜଗତେମାୟା ଦେଖାଉଥାଇ ନିତ୍ୟେ

  161. Couplet 161

    ଏଣୁ ନ ବୁଝେ ବେଦଗତିଅଜ୍ଞାନ ମୋହେ ଜଡ଼ମତି

  162. Couplet 162

    ବିଧି-ନିଷେଧ ତର୍କବଳେନାନା ବିକଳ୍ପ ଏ ଶୟଳେ

  163. Couplet 163

    କହିଲେ ଯଶୋଦାର ସୁତନାନା ପ୍ରକାରେ ବେଦତତ୍ତ୍ୱ

  164. Couplet 164

    ସେ ହରି ଅଭୟ ଚରଣେପାମର ଜଗନ୍ନାଥ ଭଣେ

Odia Bhagabata skandha 11 adhyaya 22 | Parbani by ParibhaAsha App